ଗୁଣପୁର ରେ କ୍ରିକେଟ ଟୁର୍ଣ୍ଣାମେଂଟ ଆରମ୍ଭ !

!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପଟ୍ଟଜୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ ଜିଲ୍ଲା ଗୁଣୁପୁର ଠାରେ କ୍ରିକେଟ ଟୁର୍ଣ୍ଣାମେଂଟ ଆରମ୍ଭ ହୋଇଛି । ଏଥିରେ ମୋଟ 32 ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ 17 ଦିନ ଧରି ମ୍ୟାଚ ଚାଲିବ । ଆଜି କିଙ୍ଗ କୋବ୍ରା ଓ ନିଉ ଷ୍ଟାର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଛି । ମହର୍ଷି ଗୁରୁକୁଳ ମହାବିଦ୍ୟାଳୟ ର ସଂପାଦକ ରାଜେଶ ପଣ୍ଡା ଏହି ଟୁର୍ଣ୍ଣାମେଂଟ କୁ ଉଦଘାଟନ କରିଥିଲେ । ନୀଳାଦ୍ରି ବିହାର କ୍ରିକେଟ କ୍ଲବ ଗୁଣୁପୁର । ଅର୍ଗାନିସିଙ୍ଗ କମିଟିର ତପନ ତୁଳ,ସତ୍ୟବ୍ରତ ମୋହନ୍ତି,ଚିନୁ ଶବର, ଚାନ୍ଦୁ ଶବର,ଅଜୟ ଖୁରା, ରମେଶ, ଶିଶିର ପଣ୍ଡା, ରବି ଶବର ଉପସ୍ଥିତ ଥିଲେ । ଶାନ୍ତି ଶୁଙ୍ଖଳା ସହ ଖେଳ ଚାଲିଛି । ଶେଷରେ NBCC କମିଟିର ସଦସ୍ୟ ମାନେ ଗଣମାଧମ ପ୍ରତିନିଧିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଗୁରୁକୁଳ ପବ୍ଲିକ ସ୍କୁଲ ର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ

!!! ଗଞ୍ଜାମ୍ ଜିଲ୍ଲା ଖଲ୍ଲିକୋଟ ରୁ ଅଶ୍ଵିନ ମହାନ୍ତି ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(ଖଲ୍ଲିକୋଟ) – ସ୍ଥାନୀୟ ଗୁରୁକୁଳ ଇଣ୍ଟରନେଶନାଲ ପବ୍ଲିକ ସ୍କୁଲ ଚତୁର୍ଥ ବାର୍ଷିକ ଉଶ୍ଚବ ବିଦ୍ୟାଳୟ ର ଅଧକ୍ଷ ପଦ୍ମ ଚରଣ ସାହୁ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବାର୍ଷିକ ଉତ୍ସବ ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖଲ୍ଲିକୋଟ ର ଅତିରିକ୍ତ ତହସିଲଦାର ଜ୍ୟୋତି ମୟ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ଉତ୍ତମ ମଣିଷ ଭାବେ ଗଢିତୋଳିବା ପାଇଁ ଗୁରୁକୁଳ ର ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ । ସନମାନିତ ଅତିଥି ଭାବେ ଯୋଗଦେଇ ଖଲ୍ଲିକୋଟ ଆଇ ଆଇ ସି ସତ୍ୟ ରଞ୍ଜନ ପ୍ରଧାନ ଛାତ୍ରଛାତ୍ରୀ ମାନେ ମୋବାଇଲ ର ଦୁରୁପଯୋଗ ନ କରିବା ପାଇଁ ଅଭିଭାବକ ମାନେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବରିଷ୍ଠ ଶିକ୍ଷାବିତ ପୁର୍ଣ ଚନ୍ଦ୍ର ରଥ ମୋବାଇଲ ର ସଦୁପଯୋଗ କରି ପାଠପଢା ରେ ଉତ୍କର୍ଷତା ପ୍ରତିପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ । ସ ନମାନିତ ଅତିଥି ଭାବେ ସାମ୍ବାଦିକ ମାଧବ ବେହେରା ଯୋଗଦେଇଥିବା ବେଳେ କବିସୂର୍ଯ୍ୟ ନଗର ଗୁରୁକୁଳ ପବ୍ଲିକ ସ୍କୁଲ ର ଚେଇଁରମେନ ରଞ୍ଜନ କୁମାର ପଲେଇ ଓ ମୋହନା ବ୍ଲକ ର ପୂର୍ବତନ ବ୍ଲକ ଅଧକ୍ଷ ପ୍ରଶାନ୍ତ କୁମାର ମଲିକ ଅତିଥି ଭାବେ ଯୋଗଦେଇଥିବା ବେଳେ ଖଲ୍ଲିକୋଟ ଗୁରୁକୁଳ ସ୍କୁଲ ର ଡ଼ାଇରେକ୍ଟର ବିରଞ୍ଚି କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ସୁନୀଲ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଅତିଥି ମାନେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।

କବିସୂର୍ଯ୍ୟ ନଗର ମା ମହାମୟୀ ଙ୍କ ଯାତ୍ରା ପାଇଁ ଜିଲ୍ଲାପାଳ ଙ୍କ ସ୍ୱିକୃତୀ

!!! ଗଞ୍ଜାମ ଜିଲ୍ଲା ବେଗୁନିଆପଡା ରୁ ପବିତ୍ର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗଞ୍ଜାମ) – : ବହୁ ଦିନର ଅପେକ୍ଷା ପରେ ଆଜି ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ ଅମୃତ କୁଲାଙ୍ଗେ କବିସୂର୍ଯ୍ୟ ନଗର ମହାମୟୀ ଙ୍କ ପ୍ରସିଦ୍ଧ ଯାତ୍ରା ପାଇଁ ବିଧିବଦ୍ଧ ଭାବେ ସ୍ୱୀକୃତି ପ୍ରଦାନ କରିଛନ୍ତି ।ଆଜି କବିସୂର୍ଯ୍ୟ ନଗର ମା ମହାମୟୀ ଯାତ୍ରା କମିଟି ର ସଦସ୍ୟ ବିଜୟ କୁମାର କଂହର, ମନୋରଞ୍ଜନ ମହାପାତ୍ର, ଭଗବାନ ସ୍ୱାଇଁ, ଭଗବାନ ମହାପାତ୍ର, ଜି ଶମ୍ଭୁଲିଙ୍ଗମ ଆଚାରୀ, ରସଲ ଦାଶ,ପ୍ରଶ୍ନନ ନାୟକ ,ମନ୍ମମଥ ପରିଡା, ସୁର୍ଯ୍ୟ ନାରାୟଣ ନାୟକ, ଯୋଗେନ୍ଦ୍ର ସେନାପତି, ବିବେକାନନ୍ଦ ସାହୁ ପ୍ରମୁଖ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଯାତ୍ରା ସମୟ ଧାର୍ଯ୍ୟ କରିବା ପାଇଁ ଅନୁରୋଧ କରି ଯାତ୍ରା ପାଇଁ ସମୟ ମାଗିଥିଲେ ସେଥିରେ ଜିଲ୍ଲା ପାଳ ମୋହର ଲଗାଇ ସହର ବାସୀଙ୍କ ପାଇଁ ଖୁସିର ଭେଟି ଦେଇଥିଲେ ।ଯାହାକି କବିସୂର୍ଯ୍ୟ ନଗର ବାସୀଙ୍କ ପାଇଁ ଏହା ଏକ ଖୁସିର ଖବର ।ଦୀର୍ଘ ୧୦ ବର୍ଷ ପରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବାରୁ ସମସ୍ତ ଙ୍କ ମନରେ ଉତ୍କୃଷ୍ଣା ଓ ଉତ୍ସାହ ଦେଖିବାକୁ ମିଳୁଛି ।ଏହି ଯାତ୍ରା ୩୪ ଦିନ ଧରି ଅନୁଷ୍ଠିତ ହେବ ।ଫେବ୍ରୁଆରୀ ମାସ ୨୮ ତାରିଖ ଅପରାହ୍ନ ୪ ଠାରୁ ୫ ଟା ସମୟ ମଧ୍ୟରେ ମା ମହାମୟୀ ଯାତ୍ରା ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ । ଅପ୍ରେଲ ୨୭ ରେ ମାଆ ଙ୍କ ଅସ୍ଥାୟୀ ଘର ପ୍ରତିଷ୍ଠା।ଅପ୍ରେଲ।୨୯/୪/୨୦୨୦ ବୁଧୁବାର ଦିନ ୪.୨୦ ମିନିଟ ଠାରୁ ୬.୦୫ ମିନିଟ ମଧ୍ୟରେ ମା ମହାମୟୀ ଙ୍କ ଆସ୍ଥାୟୀ ଗୃହ କୁ ଆଗମନ ଯାତ୍ରା ଆରମ୍ଭ ।ଜୁନ ୧ ରେ ଯାତ୍ରା ଶେଷ ହେବ ବୋଲି ସୂଚନା ମିଳିଛି ।

ବହୁ ଚର୍ଚିତ ବିଜୟଲକ୍ଷ୍ମୀ ହତ୍ୟାକାଣ୍ଡ ପର୍ଦାଫାସ, ସାମ୍ବାଦିକ ସମିଳନୀରେ ଖୁଲାସା କଲେ ଏସଡିପିଓ, ବିନାୟକ ସାହୁ ମୁଖ୍ୟ ଅଭିଯୁକ୍ତ l  

!!! ଗଞ୍ଜାମ ଜିଲ୍ଲା ବେଗୁନିଆପଡା ରୁ ମୁନା ନାୟକ ଓ ପବିତ୍ର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ବୁରୁଝରୀ ଠାରେ ଗତ ଏପ୍ରିଲ ମାସରେ ଘଟିଥିବା ଏକ ବହୁ ଚର୍ଚିତ ହତ୍ୟାକାଣ୍ଡର ହତ୍ୟାକାରୀ ଶେଷରେ ଦୀର୍ଘ ନଅ ମାସ ପରେ ଗିରଫ ହୋଇଛି l କୋଦଳାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମିଳନୀରେ ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ୱାଇଁ ଏହାର ସୂଚନା ଦେଇଛନ୍ତି l ସୂଚନା ଅନୁଯାୟୀ ଗତ ଏପ୍ରିଲ ମାସରେ ବୁରୁଝରୀ ଗ୍ରାମର ବିଶ୍ୱନାଥ ନାୟକଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀଙ୍କୁ ତାଙ୍କ ଘରେ କେହି ଦୁର୍ବୁତ୍ତ ହତ୍ୟାକରି ଫେରାର ହୋଇଯାଇଥିଲା l ପୋଲିସ ଓ ସାଇଣ୍ଟିଫିକ ଦଳ ପହଂଚି ତଦନ୍ତ ଆରମ୍ଭ କରିଥିଲେ l ତାଙ୍କ ମୁଣ୍ଡ ଏବଂ ଦେହରେ ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ କାରଣରୁ ତାଙ୍କ ମୃତ୍ୟୁ ଘଟିଥିଲା l ଏହାକୁ ନେଇ କୋଦଳା ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା l କୋଦଳା ଓ ବେଗୁନିଆପଡା ପୁଲିସ ବିଭିନ୍ନ ପରିପାର୍ଶ୍ଵିକ ସ୍ଥିତିରୁ ତଦନ୍ତକରି ସେହି ଗ୍ରାମର ପୂର୍ଣଚନ୍ଦ୍ର ସାହୁଙ୍କ ପୁଅ ବିନାୟକ ସାହୁଙ୍କୁ ଗିରଫ କରି ପଚରାଉଚରା କଲାପରେ ସେ ଦୋଷ ସ୍ୱୀକାର କରିଥିଲା l ତା’ଠାରୁ କାଠ ଫାଳିଆ ଓ ରକ୍ତଭିଜା ରୁମାଲ ଜବତ ହୋଇଛି l ତାକୁ ଆବଶ୍ୟକୀୟ ଡାକ୍ତରୀ ମାଇନା ପରେ ଖଲ୍ଲିକୋଟ ଜେଏମଏଫସି କୋର୍ଟରେ ହାଜର କରାଯିବ ବୋଲି ଏସଡିପିଓ ସ୍ୱାଇଁ ସାମ୍ବାଦିକ ସମିଳନୀରେ ପ୍ରକାଶ କରିଛନ୍ତି l ସମିଳନୀରେ କୋଦଳା ଆଇଆଇସି ଦେବାଶିଷ ମହାନ୍ତି ଓ ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଉପସ୍ଥିତ ଥିଲେ l