ରାଇକିଆ ଥାନା ଅଧିକାରୀ ଓ ଏସଡ଼ିପିଓଙ୍କ ମହିମା ବିଚିତ୍ର ; “ମୋ ସରକାର ଆଉ ୫ ଟି” ର ନ୍ୟାୟ ମାଗିବାକୁ ଗଲେ ୮ ଦିନର ଶିଶୁ ଯାଏ ଜେଲ, ଆଉ ଲୋକଙ୍କୁ ଲାଠି ମାଡ଼ ।

!!! କନ୍ଧମାଳ ଜିଲ୍ଲା ରାଇକିଆ ରୁ ନୃସିଂହ ଚରଣ ଦାଶ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାଇକିଆ)-ଲୋକଙ୍କୁ ନ୍ୟାୟ ଦେବା ପାଇଁ ଆଉ ପୋଲିସକୁ ଜନତାଙ୍କ ସେବକ ଭାବେ ଆଚରଣ ପ୍ରଦର୍ଶନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ “ମୋ ସରକାର” | ଥାନା ଆସିଲା ମୋ ସରକାର କାର୍ଯ୍ୟକ୍ରମ ଅଧୀନକୁ | ୫ ଟି ମାପଦଣ୍ଡ ଅନୁସାରେ ଲୋକଙ୍କୁ ସେବା ଯୋଗାଇଦେବା ପାଇଁ ପୋଲିସକୁ କୁହାଯାଇଥିଲା | କିଛି ଦିନ ଡିଜି ଆଉ ବରିଷ୍ଠ ଅଧିକାରୀମାନେ ଫୋନ କରି ଲୋକଂକୁ ପଚାରିଲେ ” ଥାନାକୁ ଗଲେ ବ୍ୟବହାର ଠିକ ମିଳୁଛି କି, ଗଲେ ପାଣି ମିଳୁଛି କି, ଏଫଆଇଆର କପି ଦେଉଛନ୍ତି କି ଇତ୍ୟାଦି ଇତ୍ୟାଦି ପଚାରିଲେ | ଆଉ ସେସବୁ ଗଣମାଧ୍ୟମରେ ବହୁଳ ପ୍ରଚାର ହେଲା | ହେଲେ ମତେ ଯେତେ ମାଠିବୁ ମାଠ , ମୁ ସେଇ ଦରପୋଡା କାଠ ରୀତିରେ ପୋଲିସ ସେଇ ସାମନ୍ତବାଦୀ ଆଦବ କାଇଦାରେ ଶାସନ ଚଳାଇଛି | ସେଠି ମୋ ସରକାର ନାଇଁ କି ୫ ଟି ନାଇଁ କି ଲୋକଙ୍କ ଭାବନା ନାହିଁ | ଯାହା ହବ ଥାନାବାବୁ ଆଉ ଏସ୍ଡିପିଓଙ୍କ ମର୍ଜୀ ରେ | ସେଠି ସେମାନଙ୍କ ମର୍ଜୀ ୫ଟି ଆଉ ସେମାନଙ୍କ ଇଛାରେ ଚାଲିଛି “ମୋ ସରକାର” | ଅଭିଯୁକ୍ତର ସାଥ ଦେଉଛି ପୋଲିସ ଆଉ ନ୍ୟାୟ ବଦଳରେ ମିଳୁଛି ଲାଠି ମାଡ଼ I ସହାୟତା ବଦଳରେ ମୃତକଙ୍କ ପରିବାର, ଅସୁସ୍ଥା ସ୍ତ୍ରୀ ଏବଂ ୮ ଦିନର ଶିଶୁକନ୍ୟାଙ୍କୁ ଗିରଫ I ଏପରି ଗୁରୁତର ଅଭିଯୋଗ ଆସିଛି କନ୍ଧମାଳ ଜ଼ିଲ୍ଲା ରାଇକିଆରୁ | ପୁଲିସର ଏପରି କାର୍ଯ୍ୟାନୁଷ୍ଠାନକୁ ନେଇ ଅଶାନ୍ତି ବଢିବାରେ ଲାଗିଛି I ଯାହା କି ସୋମବାର ଦିନ ଦେଖିବାକୁ ମିଳିଛି |
କନ୍ଧମାଳ ଜ଼ିଲ୍ଲା ରାଇକିଆ ବ୍ଲକ ଶୁଭେନ୍ଦୁ ମଲିକ ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଅଞ୍ଚଳବାସୀ I ହତ୍ୟାକାରୀ ଏବଂ ହତ୍ୟାକାଣ୍ଡର ସହଯୋଗୀକାରୀଙ୍କୁ ଗିରଫ, ନ୍ୟାୟ ଦେବା ବଦଳରେ ମୃତକ ପରିବାର, ସମ୍ପର୍କୟ, ଅସୁସ୍ଥା ସ୍ତ୍ରୀ ଏବଂ ନବଜାତ ଶିଶୁକୁ ଗିରଫ କରିଥିବା ଦାବିରେ ସ୍ଥାନୀୟ ନେତ୍ରୀ ମିନି ନାୟକଙ୍କ ନେତୃତ୍ୱରେ ଶହଶହ ଅଞ୍ଚଳବାସୀ ଏକ ଶୋଭାଯାତ୍ରାରେ ପୁଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ସ୍ଲୋଗାନ ଦେଇ ସହର ପରିକ୍ରମା କରିଛନ୍ତି I ଏହା ସହ ପୁଲିସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ଦାବୀ କରିଛନ୍ତି I
ସୂଚନା ଥାଉ କି, କନ୍ଧମାଳ ଜ଼ିଲ୍ଲା ଅଧିନସ୍ଥ ରାଇକିଆ ବ୍ଲକର ଅଲିମାହା ଗ୍ରାମର ଶୁଭେନ୍ଦୁ ମଲିକ ଗତ 15 ତାରିଖ ଠାରୁ ନିଖୋଜ ଥିଲେ I ଏହାକୁ ନେଇ ସ୍ତ୍ରୀ ଅନୁମାନ ପ୍ରଧାନ ନବଜାତ ଶିଶୁଙ୍କୁ ନେଇ ପରିବାର ଲୋକଙ୍କ ସହ ନ୍ୟାୟ ପାଇବା ଆଶାରେ ଥାନାର ଦ୍ୱାରସ୍ଥ ହୋଇଥିଲେ I କିନ୍ତୁ ପୁଲିସ ନିଖୋଜ ଯୁବକଙ୍କ ପରିବାର ଲୋକଙ୍କ କଥା ଶୁଣି ନ ଥିଲା I ମୃତ ଯୁବକକଙ୍କ ସ୍ତ୍ରୀ ଏବଂ ପରିବାର ଲୋକ ବାରମ୍ବାର ଥାନାର ଦ୍ୱାରସ୍ଥ ହୋଇ 17 ତାରିଖରେ ଲିଖିତ ଅଭିଯୋଗ କରିଥିଲେ I କିନ୍ତୁ ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା I ଓଲଟି ପୁଲିସ ପରିବାର ଲୋକଙ୍କୁ ଭୟଭୀତ କରିଥିବା ମୃତ ଯୁବକଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି I ପୁଲିସ ଠାରୁ ନ୍ୟାୟ ପାଇବାର ଆଶା ମୌଳି ଯିବାରୁ ସ୍ତ୍ରୀ ଅନୁମା ପ୍ରଧାନ 6 ଦିନର ନବଜାତ ଶିଶୁ କନ୍ୟାକୁ ଧରି ଗତ 3 ତାରିଖରେ ଧାରଣାରେ ବସିଥିଲେ I ପୁଲିସ ଧାରଣାକୁ କାବୁ କରିବା ପାଇଁ ମୃତ ଯୁବକଙ୍କ ଅସୁସ୍ଥ( ସିଜେରାନ ହୋଇଥିବା) ସ୍ତ୍ରୀ, ୮ ଦିନର ଶିଶୁ କନ୍ୟା, ପରିବାରର ସଦସ୍ୟ ଏବଂ ସ୍ଥାନୀୟ ଲୋକଙ୍କୁ ଗିରଫ କରିଥିଲା I ଅନୁମା ସିଜେରାନ କରି ଶିଶୁ କନ୍ୟା ପ୍ରସବ କରିଥିବାରୁ ବର୍ତ୍ତମାନ ସୁଦ୍ଧା ସ୍ବାସ୍ଥ୍ୟବସ୍ଥା ଖରାପ ଥିବା ପରିବାର ଲୋକ କହିଛନ୍ତି I ହଠାତ 6 ତାରିଖ ଅର୍ଥାତ ଗୁରୁବାର ସକାଳେ ରାଇକିଆ ପୁଲିସ ଶୁଭେନ୍ଦୁଙ୍କ ମୃତ ଦେହ ଚି଼ହ୍ନଟ କରିବା ପାଇଁ ପରିବାର ଲୋକଙ୍କୁ ଡାକି ଥିଲା I ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶାନ୍ତି ଦେଖା ଦେଇଛି I ଧାରଣାରେ ବସିବା ଦିନ ଘୁ.ଉଦୟଗିରି ଏସଡିପିଓ ମୃତ ଯୁବକଙ୍କ ସ୍ତ୍ରୀ, ପରିବାର ଲୋକ ଏବଂ ସ୍ଥାନୀୟ ଲୋକଙ୍କୁ ନାଲି ଆଖି ଦେଖେଇବା ସହ ଅସଦାଚରଣ କରି ଥିବା ମୃତ ଯୁବଙ୍କ ପରିବାର ଅଭିଯୋଗ କରିଛନ୍ତି I ରାଇକିଆ ପୁଲିସ ଏବଂ ଘୁ.ଉଦୟଗିରି ଏସଡିପିଓ 6 ଦିନର ନବଜାତ ଶିଶୁ କନ୍ୟା, ଆସୁସ୍ଥ ସ୍ତ୍ରୀ, ପରିବାର ଲୋକଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ କିପରି ଗିରଫ କଲେ ? ନବଜାତ ଶିଶୁ କନ୍ୟାର କଣ ଭୁଲ ଥିଲା ଯେ ପୁଲିସ ତାକୁ ଗିରଫ କଲା ? ପୁଲିସ କିପରି ଜଣେ ସିଜେରାନ ହୋଇ ଥିବାମହିଳାଙ୍କୁ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ଥିବା ଅବସ୍ଥାରେ ଗିରଫ କରିଥିଲା ? ଘୁ.ଉଦୟଗିରି ଏଡିପିଓ କିପରି ଭାବରେ ମୃତ ଯୁବକଙ୍କ ସ୍ତ୍ରୀ, 6ଦିନର ନବଜାତ ଶିଶୁ କନ୍ୟାକୁ ନ୍ୟାୟ ଦେବା ପରିବର୍ତ୍ତେ ଗିରଫ କରି ଥିଲେ ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିବା ସହ ଗିରଫ ଘଟଣାକୁ ଘୋର ନିନ୍ଦା କରିଛନ୍ତି I ତେଣୁ ଯଥା ସମ୍ଭବ ଶୁଭେନ୍ଦୁଙ୍କ ହତ୍ୟାକାରୀ ଗିରଫ ସହ ମୃତ ଯୁବକଙ୍କ ଅସୁସ୍ଥ ସ୍ତ୍ରୀ, 6ଦିନର ନବଜାତ ଶିଶୁ କନ୍ୟା ଏବଂ ପରିବାର ଲୋକଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଗିରଫ କରିଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବୀ କରି ଆସୁଛନ୍ତି ପରିବାର ଏବଂ ସ୍ଥାନୀୟ ଲୋକ I

ସିନାପାଲି ଠାରେ ଦଶମ ଶ୍ରେଣୀ ଆଦିବାସୀ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ : ହାଇସ୍କୁଲ ସମ୍ମୁଖରେ ଗୌଡ଼ ସମାଜର ଧାରଣା ।

!!! ନୂଆପଡା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ସିନାପାଲି)-ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନୁସୂଚିତ ଜାତି ଓ ଜନ ଜାତି ଉନ୍ନୟନ ବିଭାଗ ତରଫରୁ ପରିଚାଳିତ ଏକ ହଷ୍ଟେଲ ର ଜଣେ ଦଶମ ଶ୍ରେଣୀ ଆଦିବାସୀ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଥିଲା ! ଘଟଣାକୁ ସିନାପାଲି ବ୍ଲକ ଗୌଡ଼ ସମାଜ ତରଫ ରୁ ସାନ୍ଧ୍ୟା ମାଝୀ ସରଜାମିନ ତଦନ୍ତ କରିଥିଲେ !ହେଲେ ଘାଟଣ କୁ 15 ଦିନ ବିତିଯାଇଥିଲେ ମଧ୍ୟ ପ୍ରକୁତ ଦୋଷୀ କୁ ଖୋଜି ବାହାରକରି କାର୍ଯାନୁଷ୍ଠାନ ନେବା ବଦଳରେ ନିଜ ଦୋଷ ଦୁର୍ବଳତା କୁ ଲୁଚାଇବାକୁ ଯାଇ ସ୍କୁଲ କର୍ତ୍ତୃପକ୍ଷ ଏବଂ ପ୍ରଶାସନ ଛାତ୍ରୀଙ୍କ ଗାଁ ଜଣେ ଯୁବକ ଙ୍କ ନିନ୍ଦା କରାଯିବା ସହ ହାଇସ୍କୁଲ ସମ୍ମୁଖରେ 10 ଦଫା ଦାବି ନେଇ ଧାରଣା ଦିଆଯାଇଛି !ଏହି ଘଟଣା ରେ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ, ଦୋଷୀ ବିରୋଧରେ ଆଇନ ଗତ କାର୍ଯ୍ୟନୁଷ୍ଠାନ ଓ ପୀଡିତ ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବାକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ନିକଟ ରେ ସମାନ ଦାବି କରିଛି ! ସିନାପାଲି ବ୍ଲକ ର ଉକ୍ତ ହଷ୍ଟେଲ ରେ ଛାତ୍ରୀ 7 ମାସ ର ଗର୍ଭବତୀ ଅଭିଯୋଗ ହେବା ପରେ ଜାନୁଆରୀ 29 ତାରିଖ ରେ ଜିଲ୍ଲା ମଙ୍ଗଳ ଅଧିକାରୀ ମୁଣ୍ଡ ରେ ଦୋଷ ଲଦିବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣି ଗୌଡ଼ ସମାଜ ପକ୍ଷ ରୁ ସ୍କୁଲ ସମ୍ମୁଖରେ ରେ ଧାରଣା ଦିଆ ଯାଇଛି !ସେମାନଙ୍କ ଅଭିଯୋଗ ହେଲା ଆଦିବାସୀ ଛାତ୍ରୀ ଜଣକ ସ୍କୁଲ ହଷ୍ଟେଲ ରେ ରହି ଅଧ୍ୟୟନ କରୁଥିବା ସମୟ ରେ ଗର୍ଭବତୀ ହୋଇଛନ୍ତି !ହେଲେ 6 ମାସ ବିତି ଯାଇଥିଲେ ଛାତ୍ରୀ ନିବାସ ର ୱାଦେନ,ପ୍ରଧାନ ଶିକ୍ଷକ, ମହିଳା ସ୍ୱାସ୍ଥ୍ୟ ସେବିକା କେମିତି ଜାଣିପାରିନଥିଲେ ସେ ନେଇ ପ୍ରଶ୍ନ କରିଛନ୍ତି !ଗାଁ ରେ ଜଣେ ଯୁବକଙ୍କ ସହ ତାଙ୍କର ସମ୍ପର୍କ ରହିଥିବା ଛାତ୍ରୀ ଜଣକ ଅଭିଯୋଗ କରି ଛନ୍ତି ! ହେଲେ ଉକ୍ତ ଯୁବକ ଜଣକ ଛାତ୍ରୀଙ୍କ ସହ କୌଣସି ସମ୍ପର୍କ ରହି ନ ଥିବା କହିଛନ୍ତି !ଏବେ ପୋଲିସ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଯୁବକଙ୍କୁ ବଳ ପୂର୍ବକ ଦୋଷୀ ସାବ୍ୟସ୍ତ କରିବାକୁ ଚେଷ୍ଟା କରିଛନ୍ତି ! ଏହି ଘଟଣାରୁ ସ୍କୁଲ ର ୱାର୍ଡନ, ପ୍ରଧାନ ଶିକ୍ଷକ, ଛାତ୍ରୀ ନିବାସ ସୁରକ୍ଷା ଦାଇତ୍ୱରେ ଥିବା କର୍ମଚାରୀଙ୍କ ଜେରା କରି ଘଟଣାରେ ପ୍ରକୁତ ତଥ୍ୟ ବାହାର କରିବା ବଦଲରେ ଘଣ୍ଟ ଗୋଡ଼ାଇ ବାକୁ ଉଦ୍ୟମ କରୁଛନ୍ତି !ଅନ୍ୟ ପକ୍ଷେ ସ୍କୁଲ ଓ ହଷ୍ଟେଲ କତୃପକ୍ଷ ନିଜ ଦୋଷ ଲୁଚାଇ ବାକୁ ଉକ୍ତ ଯୁବକଙ୍କୁ ପୀଡିତା ଛାତ୍ରୀଙ୍କୁ ବିବାହ କରିବାକୁ ପ୍ରଲୋଭନ ଦେଖାଉଛନ୍ତି ! ପୀଡିତା ଛାତ୍ରୀ ଙ୍କୁ ବିବାହ କଲେ ଉକ୍ତ ଯୁବକଙ୍କୁ ମୋଟର ସାଇକଲ, ସୁନା, ରୂପା ଅଳଙ୍କାର ଆଦି ବହୁତ ଜିନିଷ ଯୌତୁକ ଆକାର ରେ ଯୋଗାଇ ଦେବୁବୋଲି ପ୍ରଲୋଭନ ଦେଖାଉଛନ୍ତି ! ଏହାର ପ୍ରତିବାଦ ରେ ଗୌଡ଼ ସମାଜ ତରଫରୁ ସମ୍ପୃକ୍ତ ହାଇ ସ୍କୁଲ ସମ୍ମୁଖରେ ଅନିଧିଷ୍ଟ କାଳ ପାଇଁ ଧାରଣା ଦିଆ ଯାଇଛି !
ଆଜି ପୂର୍ବାହ୍ନ ରେ ସମାଜର କର୍ମକର୍ତାମାନେ ହାଇସ୍କୁଲ ରେ ପହଂଚି 10 ଦଫା ଦାବି ଉପସ୍ଥାପନା କରିଛନ୍ତି !ଏହି ଘଟଣା ର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରି ପ୍ରକୁତଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯାଉ ! ସ୍କୁଲ ର ସମ୍ପୃକ୍ତ କର୍ମକର୍ତାଙ୍କୁ ଚାକିରୀ ରୁ ବହିଷ୍କାର କରାଯାଉ !ପୀଡିତ ଛାତ୍ରୀ ଙ୍କ 10 ଲକ୍ଷ ର ସରକାରୀ ସହାୟତା ପ୍ରଦାନ, ଜିଲ୍ଲା ରେ ସମସ୍ତ ଛାତ୍ରୀ ନିବାସ ରେ ମହିଲା ସୁରକ୍ଷା କର୍ମୀ ନିୟୋଜିତ କରି ସୁରକ୍ଷା ଯୋଗାଇ ଦେବା ପ୍ରତେକ ବ୍ଲକରେ ଆଦିବାସୀ ସମ୍ପ୍ରଦାୟ ର ବ୍ୟକ୍ତି ବିଶେଷ ଙ୍କୁ ନେଇ 10 ଜଣିଆ ଟିମ ଗଠନ କରି ଆଶ୍ରମର ତଦାରଖ କରିବା, ଜିଲ୍ଲା ରେ ସମସ୍ତ ଛାତ୍ରୀ ନିବାସର ପାଚେରୀ କୁ ଉଚ୍ଚ କରିବା ସହ କଣ୍ଟା ତାର ବାଡ଼ ଓ ସିସି କେମେରା ଦ୍ୱାର ହଷ୍ଟେଲ ପରିସରକୁ ସ୍ଵଚ୍ଚ କରାଯିବା, ସମସ୍ତ ଆଦିବାସୀ ବିଦ୍ୟାଳୟ ରେ ଆଦିବାସୀ ସମ୍ପ୍ରଦାୟ ଅଭିବାବକ ଙ୍କୁ ସଭାପତି ଚୟନ କରାଯାଉ, ବିନା ଅଭିଭାବକ ର ହାଇସ୍କୁଲ ର କମିଟି କୁ ରଦ୍ଦ କରି ନୂତନ କମିଟି ଗଠନ କରାଯାଉ ବୋଲି ଦାବି ଉପସ୍ଥାପିତ କରିଛନ୍ତି ।

ପାରଳାଖେମୁଣ୍ଡି ସ୍ମାର୍ଟ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ “ଦର୍ପଣ”- ୨୦୨୦ ପାଳିତ ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁନାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି)-ପାରଳାଖେମୁଣ୍ଡି ସ୍ଥିତ କୋପରେଟିଭ୍ ଆର୍ବନ ବ୍ୟାଙ୍କ ପଡିଆ ଠାରେ ସ୍ମାର୍ଟ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ “ଦର୍ପଣ”-୨୦୨୦ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ଗୁରୁ ରଘୁନାଥ ପାତ୍ର, ପ୍ରିନ୍ସ ଡ୍ୟନ୍ସ ଗ୍ରୁପର ପ୍ରତିଷ୍ଠାତା କ୍ରିଷ୍ଣା ରେଡି , ଓଡିଆ ସିନେମା ନିର୍ମାତା ଏନ୍. ଗଙ୍ଗାଧର ରେଡୀ, ସେଞ୍ଚୁରିଅନ୍ ବିଶ୍ୱ ବିଦ୍ୟାଳୟର ଡିନ୍ ଡ. ଅଶୋକ ମିଶ୍ର ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ସ୍ୱାଗତିକା ମିଶ୍ର ନିଜର ସ୍ୱାଗତ ଅଭିଭାଷଣରେ ବର୍ତ୍ତମାନ ସମୟରେ ଶିକ୍ଷାଦାନ ପ୍ରଣାଳୀରେ ହୋଇଥିବା ପରିବର୍ତ୍ତନ ଉପରେ ଗୁରୁତ୍ୱ।ରୋପ କରିଥିଲେ।
ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗରେ ଶିକ୍ଷା ପ୍ରଣାଳୀ କରିପରି ସହଜ ଏବଂ ସୁବୋଧ ହୋଇପାରୁଛି ତାହା ସେ ନିଜ ଅଭିଭାଷଣ ମାଧ୍ୟମରେ ସ୍ୱଷ୍ଠ କରିଥିଲେ ଏବଂ ବିଦ୍ୟାଳୟରେ ଏ ସବୁର କିଭଳି ବ୍ୟବହାର କରାଯାଉଛି ତାହାର ଏକ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ। ବିଦ୍ୟାଳୟର ବାର୍ଷିକ ବିବରଣୀକୁ ଅତି ସୁନ୍ଦର ଭାବରେ ଉପସ୍ଥାପନ କରାଯାଇଛିଥିଲା।
ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ନିଜ ଅଭିଭାଷଣରେ ବିଦ୍ୟାଳୟର ପରିଚାଳନାକୁ ନେଇ ସନ୍ତୋଷ ବ୍ୟକ୍ତ କରିବା ସହ ବିଦ୍ୟାଳୟର ଶିକ୍ଷାଦାନ ପ୍ରଣାଳୀ ବର୍ତ୍ତମାନ ସମୟରେ ଚାହିଦାକୁ ପ୍ରକୃତ ଭାବେ ଉପଯୋଗୀ ବୋଲି କହିବା ସହ କୁନି କୁନି ପିଲାମାନଙ୍କର ଦ୍ବାରା ପ୍ରଦର୍ଶିତ ସାସ୍କୃତିକ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ଓଡିଆ ସିନେମା ନିର୍ମାତା ଏନ୍. ଗଙ୍ଗାଧର ରେଡୀ ଓ ପ୍ରିନ୍ସ ଡ୍ୟନ୍ସ ଗ୍ରୁପର ପ୍ରତିଷ୍ଠାତା କ୍ରିଷ୍ଣା ରେଡି ବିଦ୍ୟାଳୟର ସମସ୍ତ ପ୍ରୟାସକୁ ଉଚ୍ଚକୋଟିର ବୋଲି କହିଲେ।
ଏହି ବିଦ୍ୟାଳୟଟି ତିନି ଜଣ ଗୃହିଣୀ ସମାଜରେ ଆଗକୁ ଆସି ନିଜ ପ୍ରୟାସରେ ଏତେ ସୁନ୍ଦର ବିଦ୍ୟାଳୟ ଗଢି ତୋଳିବା , ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ବୋଲି ଅଭିହିତ କରିଥିଲେ।
ସେଞ୍ଚୁରିଆନ୍ ବିଶ୍ୱ ବିଦ୍ୟାଳୟର ଡିନ୍ ଡ଼.ଅଶୋକ ମିଶ୍ର ବର୍ଷତମାମ ବିଦ୍ୟାଳୟରେ ହେଉଥିବା ବିଭିନ୍ନ ପ୍ରଣାଳୀ ଏବଂ ଶିକ୍ଷାଦାନର ମାନ ଉପରେ ଆଲୋକପାତ କରିଥିଲେ। ରଘୁନାଥ ପାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମକୁ ନୃତ୍ୟଗୁରୁ ଶୁଭେନ୍ଦୁ ମୋହନ ସେନାପତି ଏବଂ ଗ୍ରେସ୍ ସାମଲ ପରିଚାଳନା କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଲିନା କର, ରଞ୍ଜିତା ପଟ୍ଟନାୟକ, ରବି ପଟ୍ଟନାୟକ, ମଧୁସ୍ମିତା ପାତ୍ର , ମନୋଜ କର ପରିଚାଳନା କରିଥିଲେ ।

ଗଜପତି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ମହିଳା ବର୍ଗ ଫୁଟବଲ କପ୍-୨୦୨୦ର ଚୟନ ପ୍ରକ୍ରିୟାର ଶୁଭାରମ୍ଭ ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡ଼ିୟମ୍ ଠାରେ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ମହିଳା ବର୍ଗିୟ ଫୁଟବଲ କପ୍-୨୦୨୦ର ଚିହ୍ନଟ ପ୍ରକ୍ରିୟାର ଉଦ୍ ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳ ଅନୁପମ ସାହାଙ୍କ ଦ୍ବାରା ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି।ଶ୍ରୀ ସାହା ଉପସ୍ଥିତ ଖେଳାଳି ମାନଙ୍କ ସହ କରମର୍ଦ୍ଧନ କରବା ସହ ଗଜପତି ଜିଲ୍ଲା କିପରି ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାର ଅନ୍ତିମ ମ୍ୟାଚରେ କିପରି ଖେଳିବ ସେଥିପାଇଁ ସମସ୍ତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ।
ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗଦେଇ ଉପସ୍ଥିତ ପ୍ରତିଯୋଗୀ ମାନଙ୍କୁ ଜିଲ୍ଲାର ସୁନାମ ରଖିବା ଲାଗି ଆଗ୍ରହ ପୂର୍ବକ ଖେଳ ପ୍ରଦର୍ଶନ କରିବେ ବୋଲି ଅନୁରୋଧ କରିବା ସହ ପ୍ରତି ପ୍ରତିଯୋଗୀ ମନରେ ଉତ୍ସାହ ଭରିଥିଲେ।
ରାଜ୍ୟସ୍ତରରୁ ଗଜପତି ଜିଲ୍ଲା ପାଇଁ ଆସିଥିବା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଫୁଟବଲ କପ୍ ର ଅଧିକାରୀ-ସଭ୍ୟ ଦିବ୍ୟଚାନ୍ଦ ଶୁକ୍ଳା ଅନ୍ୟତମ ଅତିଥି ଭାବେ ଯୋଗଦେଇ ଓଡିଶା ସରକାର , ରାଜ୍ୟର ୯ ଟି ଆଦିବାସୀ ବହୁଳ ଜିଲ୍ଲାର ୧୧୭ ଟି ବ୍ଲକରେ ଆଦିବାସୀ ଯୁବକ ଯୁବତୀ ମାନଙ୍କ ଖେଳ ପ୍ରତିଭାର ଅନ୍ୱେଷଣ ପାଇଁ ପ୍ରଥମ ଥର ପାଇଁ ରାଜ୍ୟରେ ଏହି ଏସଡିସି ଫୁଟବଲ କପ୍ ର ଆୟୋଜନ କରିଛନ୍ତି । ମୁଖ୍ୟତଃ ଆଦିବାସୀ ବହୁଳ ଅଞ୍ଚଳରେ ବହୁ ଆଦିବାସୀ ପ୍ରତିଭାବାନ ଯୁବକ ଯୁବତୀ ରହିଛନ୍ତି କିନ୍ତୁ ସେମାନଙ୍କୁ ସେମାନଙ୍କ ପ୍ରତିଭା ବିକଶିତ କରିବା ପାଇଁ କୌଣସି ସୁଯୋଗ ମିଳୁନାହିଁ , ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହିଭଳି ପ୍ରୟାସ କରାଯାଇଛି ବୋଲି କହିଥିଲେ ।
ପରେ ପରେ ରାଜ୍ୟସ୍ତରରୁ ଆସିଥିବା ଖେଳାଳି ଚୟନ କର୍ତ୍ତା ବାବୁଲ ବୁର୍ଲାଙ୍କ ପ୍ରତକ୍ଷ ତତ୍ତ୍ୱାବଧାନରେ ଖେଳାଳି ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଫୁଟବଲ ପ୍ରତିଯୋଗିତା-୨୦୨୦ର ପୁରୁଷ ବର୍ଗିୟ ଚୟନ କାର୍ଯ୍ୟକ୍ରମ ଗତ ୧୪-୨-୨୦୨୦ରୁ ଆରମ୍ଭ ହୋଇଯାଇଛି।
ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହେଉଥିବା ଏହି ଜିଲ୍ଲାସ୍ତରୀୟ ଚିହ୍ନଟ -ପ୍ରକ୍ରିୟା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ମନୋନୀତ ହେବାପରେ ସେମାନେ ଫୁଲବାଣୀ ଠାରେ ଅନୁଷ୍ଠିତ ହେବାକୁ ଥିବା ଫୁଟବଲ ଲିଗ ମ୍ୟାଚରେ ଖେଳିବେ।
ପରେ ସେମାନେ ସେଠାରୁ ମନୋନୀତ ହୋଇ ଆସନ୍ତା ମାର୍ଚ୍ଚ ୨ ତାରିଖ ଦିନ କେନ୍ଦୁଝର ଓ ସୁନ୍ଦରଗଡ ଠାରେ ଅନୁଷ୍ଠିତ ହେବାକୁ ଥିବା ସେମି-ଫାଇନାଲ ଖେଳରେ ଖେଳିବେ । ସେଠାରେ ଭଲ ଖେଳି ମନୋନୀତ ହେଲେ ଆସନ୍ତା ୫ ତାରିଖରେ ଏହାର ଫାଇନାଲ ମ୍ୟାଚ୍ ଯୁଗପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତିରେ ଭୂବନେଶ୍ୱର ଠାରେ ଅନୁଷ୍ଠିତ ହେବ।
ତେଣୁ ମନୋନୀତ ଉଭୟ ପୁରୁଷ ଓ ମହିଳା ଫୁଟବଲ ଖେଳାଳି ଦଳ ଭଲ ଖେଳ ପ୍ରଦର୍ଶନ କରି ଜିଲ୍ଲା ପାଇଁ ଗୌରବ ଆଣିବାକୁ କାମନା କରିଥିଲେ ଅତିଥି ମାନେ। ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ମୁଖ୍ୟ ଆୟୋଜକ ସଂସ୍ଥା ସମନ୍ୱୟ ଆଦିବାସୀ ଉନ୍ନୟନ ସଂସ୍ଥାର ମୁଖ୍ୟ ପ୍ରଶାସକ ସରୋଜ କୁମାର ବେହେରା , ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ , ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚଳନା କରିଥିଲେ।
ଖେଳାଳି ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଯଥା ପ୍ରିୟଦର୍ଶୀ ମିଶ୍ର , ଧୀରେନ ସାମଲ , ଲିଙ୍ଗରାଜ ସାହୁ , ସନ୍ତୋଷ ପଣ୍ଡା , ସଞ୍ଜୟ ପାତ୍ର , ଅଭିନ୍ନ ବାସୁଦେବ ମିଶ୍ର , ରେଖାରାଣୀ ଦେଓ , ତାପସ୍ୱିନୀ ପଣ୍ଡା , ପ୍ରମୋଦ ପଟ୍ଟନାୟକ ଓ ଅମ୍ବିକା ପ୍ରସାଦ ସେଠୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡିର କ୍ରିଏଟିଭ୍ ଆର୍ଟସ୍ ର କଳାକାର ମାନଙ୍କ ଆଦିବାସୀ ନୃତ୍ୟ ମୁଖ୍ୟ ଆକର୍ଷଣ ଥିଲା ।

ପାରଳାଖେମୁଣ୍ଡି ଠାରେ ଶାବରୀ ଜୟନ୍ତୀ” ଅବସରରେ ବାଲ୍ ମୁକୁନ୍ଦ କେନ୍ଦ୍ରରେ “ନବାଧା ଭକ୍ତି” କାର୍ଯ୍ୟକ୍ରମ ଅନୁଷ୍ଠିତ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁନାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ସ୍ଥାନୀୟ ବାଲ୍ ମୁକୁନ୍ଦ କେନ୍ଦ୍ରରେ ଫାଲଗୁଣ କୃଷ୍ଣ ସପ୍ତମୀ “ଶାବରୀ ଜୟନ୍ତୀ” ଅବସରରେ ସ୍ୱାମୀ ମୁକୁନ୍ଦା ନନ୍ଦଙ୍କ ପରାମର୍ଶ କ୍ରମେ କେନ୍ଦ୍ର ଠାରେ “ନବାଧା ଭକ୍ତି”କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଠ ଶିକ୍ଷାବିତ୍ ରବିନ୍ଦ୍ରନାଥ ଦାସ ଯୋଗ ଦେଇ ଅତି ସହଜରେ ପୌରାଣିକ କାହାଣୀ କହି ପିଲାମାନଙ୍କୁ ବୁଝାଇଥିଲେ।
ପରବର୍ତ୍ତୀ ସାପ୍ତାହିକ ଆଲୋଚନା କାର୍ଯ୍ୟକ୍ରମରେ ପ୍ରତିଜ୍ଞା ଦିବସ , ବିଶ୍ୱ ରେଡ଼ିଓ ଦିବସ , ମାତୃପିତୃ ଦିବସ , ଗୋପୀପ୍ରେମ ଦିବସ ଏବଂ ପୁଲୱ।ମା ଶହୀଦ ଦିବସ ବିଷୟରେ ଆଲୋଚନା ହୋଇଥିଲା। “ନବାଧା ଭକ୍ତି” ଯଥା:-ଶ୍ରବଣ, କୀର୍ତ୍ତନ, ସ୍ମରଣ, ପାଦସେବା, ଅର୍ଚ୍ଚନା, ବନ୍ଦନା , ଦାସ୍ୟ , ସଖ୍ୟ , ଆତ୍ମନିବେଦନ ଗୁଡିକ ବାଲ୍ୟ ଅବସ୍ଥାରୁ ଅଭ୍ୟାସ କଲେ ଜୀବନରେ କୌଣସି ଲକ୍ଷ୍ୟ ତଥା ଭବବତ୍ ପ୍ରାପ୍ତି ପୂରଣ ହୋଇପାରିବ ଏହା କେନ୍ଦ୍ର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ପ୍ରକାଶ କରିଥିଲେ।

ଗଜପତି ଜିଲ୍ଲା ରେ ଶିକ୍ଷକ ଓ ଶିକ୍ଷାଦାନ ଉପରେ କ୍ରିୟାତ୍ମକ ଗବେଷଣା ଆଭିମୁଖୀ-କରଣ ସମ୍ପର୍କିତ ଦୁଇ-ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)-ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୂଲ୍ୟରେ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷଠାରେ ଶିକ୍ଷକ ଓ ଶିକ୍ଷାଦାନ ଉପରେ କ୍ରିୟାତ୍ମକ ଗବେଷଣା ଆଭିମୁଖୀ-କରଣ ସମ୍ପର୍କିତ ଦୁଇ-ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ପ୍ରତିଷ୍ଠାନର ପ୍ରିନସିପାଲ ଅପନ୍ନା ମିଶ୍ରଙ୍କ ଅଧ୍ୟକ୍ଷତାରେ ନୟାଗଡ଼ ସ୍ଥିତ ଡ଼ିଆଇଇଟିର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଡଃ ସନ୍ତୋଷ କୁମାର ଷଡଙ୍ଗୀ ଯୋଗଦେଇ ଶିକ୍ଷା ଓ ଶିକ୍ଷାଦାନର ବିଭିନ୍ନ କ୍ରିୟାତ୍ମକ ଗବେଷଣା ଭିତ୍ତିକ ତଥ୍ୟ ଉପରେ ସଚେତନ କରାଇ ତାଲିମ ପ୍ରଦାନ କରିଥିଲେ ।
ମୁଖ୍ୟତଃ ଏହି ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ବିଦ୍ୟାଳୟ ଗୁଡିକରେ ଶ୍ରେଣୀ ଶିକ୍ଷାଦାନ ସହିତ ଜଡିତ ଥିବା ବିଭିନ୍ନ ସମସ୍ୟା ଗୁଡିକର କିଭଳି ସହଜେ ସମାଧାନ ହୋଇପାରିବ ଏବଂ ଶିକ୍ଷା ଓ ଶିକ୍ଷାଦାନ ମାନର ଅଗ୍ରଗତି କିଭଳି ଉଜ୍ଜଳମୟ ହୋଇପାରିବ ତଥା ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସେ ସବୁର ସଫଳ ରୂପାୟନର ପଦକ୍ଷେପ କିଭଳି ନିଆଯାଇ ପାରିବ , ତାହା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରଖି ପ୍ରଶିକ୍ଷଣ ପ୍ରଦାନ କରାଯାଉଥିବା କୁହାଯାଇଛି ।
ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ମମତା ଜେନା କାର୍ଯ୍ୟକ୍ରମର ସଂଯୋଜିକା ଭାବେ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାର ୪୦ ଜଣ ଆଞ୍ଚଳିକ ସମ୍ବଳସାଧନ କେନ୍ଦ୍ର ସଂଯୋଜକ ଓ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ସମେତ ବହୁ ସଂଖ୍ୟାରେ ପ୍ରଶିକ୍ଷଣ ପ୍ରତିଷ୍ଠାନର ଦ୍ଵିତୀୟ ବର୍ଷ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଡି:ଆଇଇ:ଟି:ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ/ପ୍ରଶିକ୍ଷିକା ଯଥା ଡ଼ାକ୍ତର ମୁର୍ମୁ , ମନୋଜ କୁମାର ଗମାଙ୍ଗ , ତ୍ରିଲୋଚନ ମହାଳିକ , ସୁଚିସ୍ମିତା ବଳ,ଏବଂ ସନ୍ତୋସି ଦେବୀ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାଥ-ଟିମର ସନ୍ତୋଷି ଭୋପା ମଧ୍ୟ ଉପସ୍ଥିତ ଥିଲେ ।

କୋଦଳା ଠାରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ !

!!!  ଗଞ୍ଜାମ୍ ଜିଲ୍ଲା କୋଦଳା ରୁ ପବିତ୍ର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – ଗଞ୍ଜାମ ଜିଲ୍ଲା କୋଦଳା ପୁରୁଣା ବଜାର ସାହି ଠାରେ ରବିବାର ଦିନ ଶ୍ରୀ ଗଣେଶ ଯୁବକ ସଙ୍ଘ ପକ୍ଷରୁ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଦକ୍ଷିଣ ଓଡିଶା ସାହିତ୍ୟ ସମିଳନୀ ମହାସଚିବ ଦଣ୍ଡପାଣି ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଗଣେଶ ଯୁବକ ସଂଘ ସଭାପତି ସନ୍ତୋଷ କୁମାର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ମନୋରଞ୍ଜନ ଡାକୁଆ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ l ଉକ୍ତ ଶିବିରରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଅତିରିକ୍ତ ଅଧିକ୍ଷକ ଶାନ୍ତନୁ କୁମାର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦବୋଧନ ଦେଇଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, କୋଦଳା ତହସିଲଦାର  ପ୍ରଭାତ ପରିଡା ସାମ୍ନାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ l ଏହି ଅବସରରେ ଶିକ୍ଷାବିତ ରାମଚନ୍ଦ୍ର ପାତ୍ର,ଶ୍ରୀମତୀ ସରୋଜିନୀ ବ୍ରହ୍ମା, ଉପମନ୍ୟୁ ଶତପଥି, ପ୍ରକାଶ ଚନ୍ଦ୍ର ପାତ୍ର, ବିଭୁତି ଭୂଷଣ ମହାପାତ୍ରଙ୍କୁ ମାନପତ୍ର ଏବଂ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯିବା ସହ କଳାକାର ରଘୁନାଥ ମହାରଣା, ଅଶୋକ ମୁନି, ରମେଶ ଚନ୍ଦ୍ର ବାଡ଼ତ୍ୟାଙ୍କୁ ସାମ୍ନାନିତ କରାଯାଇଥିଲା l ଡ଼.ବିଷ୍ନୁପ୍ରିୟା ମିଶ୍ରଙ୍କ ନେତୃତ୍ୱରେ ଭୁବନେଶ୍ୱରରୁ ଆସିଥିବା ଡାକ୍ତରୀ ଦଳ ମୁକ ବଧିର ରୋଗୀଙ୍କୁ ଚିକିତ୍ସା କରିଥିବା ବେଳେ ନଳିନୀ କାନ୍ତ ରାଉତଙ୍କ ନେତୃତ୍ୱରେ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟରୁ ଆସିଥିବା ବିଶେଷଜ୍ଞ ଚକ୍ଷୁ ଚିକିତ୍ସା କରିଥିଲେ l ଏହା ସହିତ ବ୍ରହ୍ମପୁର ଏମକେସିଜିରୁ ଆସିଥିବା ଅଭିଜ୍ଞ ଡାକ୍ତରୀ ଦଳ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ l ଉକ୍ତ ଶିବିରରେ ବଦ୍ରିନାରାୟଣ ପାତ୍ର, ଅଶ୍ୱିନୀ କୁମାର ସାହୁ, ସାଧାରଣ ସମ୍ପାଦକ ସଞ୍ଜୟ ଆଚରି, ଏମ ସତୀଶ ଆଚରି, ସହସଂପାଦ ପ୍ରଶାନ୍ତ ମହାନ୍ତି, କୋଷାଧକ୍ଷ ଚନ୍ଦନ ସ୍ୱାଇଁ, ଉତ୍ତମ ନାୟକ, ପ୍ରିୟା ଆଚରି, ସୁଧାଂଶୁ ନାୟକ, ଶିବ ପାତ୍ର ସମେତ ସତ୍ୟସାଇ ସେବା ସମିତି, ଦିବ୍ୟ ଜୀବନ ସଙ୍ଘ, ଶ୍ରୀ ଦାଣ୍ଡିଶ୍ୱର ଇଲେକ୍ଟ୍ରିକାଲ ପ୍ଲମ୍ବର ଆସୋସିଏସନ, କଳିଙ୍ଗ ବୈଶ୍ୟ ମହିଳା ସଙ୍ଘ ସଦସ୍ୟ ମାନେ ସହଯୋଗ କରିଥିଲେ l

ସରକାର ଙ୍କୁ ଚେତାବନୀ ଦେଲେ ଗ୍ରାମବାସୀ !

!!! କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ରୁ ବିକାଶ ଦିଗଲ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କନ୍ଧମାଳ) – କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ତହସିଲ୍ ଅନ୍ତର୍ଗତ ଖଜରୀପଡ଼ା ମୌଜାର ସୁରାଦେଇ ଗ୍ରାମରେ ବେଆଇନ୍ ଭାବେ ଜବର୍ ଦଖଲ୍ କରି ରହିଛନ୍ତି କିଛି ପରିବାର। ସେହି ପରିବାର ମାନଙ୍କର ନିଜ ନିଜ ଗ୍ରାମରେ ଜମିବାଡ଼ି, ଘର ଦ୍ବାର ଥିବା ସତ୍ବେ ଜବର ଦଖଲ କରି ରହୁଛନ୍ତି। ଏମାନଙ୍କ ମଧ୍ୟରେ କିଛି ବ୍ୟବସାୟୀ,ସରକାରୀ ଚାକିରିଆ ଏବଂ ଧନି ଶ୍ରେଣୀର , ଇତ୍ୟାଦି ଲୋକ ମାନେ ବିଭିନ୍ନ କିସମର ସରକାରୀ ଜାଗାରେ ଯବର୍ ଦାଖଲ କରିରହିବା ସହିତ ଘର ଭଡ଼ାରେ ମଧ୍ୟ ଲଗାଇଛନ୍ତି। ଏହି ଜବର ଦଖଲ କରି ରହିଥିବା ଲୋକ ମାନେ ଅସାମାଜିକ କାର୍ଯ୍ୟ କରୁଥିବା ମଧ୍ୟ ପ୍ରମାଣ ରହିଛି। ସରକାରଙ୍କ ତରଫରୁ ଏହି ଜବର ଦଖଲ ଉଚ୍ଛେଦ ପାଇଁ ସୁରାଦେଇ ଗ୍ରାମବାସୀ ଅନେକ ଥର ଜିଲ୍ଲାପାଳ, ଉପ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣେଇଥିଲେ ମଧ୍ୟ ସରକାରଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠନ ନିଆଯାଇନାହିଁ। ଏହି ଜବର ଦଖଲ ଉଚ୍ଛେଦ ପାଇଁ ସରକାର ଗ୍ରାମବାସୀଙ୍କୁ ବାରମ୍ବାର ପ୍ରତିଶୃତି ହିଁ ଦେଇଥିଲେ। କିନ୍ତୁ ପ୍ରତିଶ୍ରୁତି ପ୍ରତିଶ୍ରୁତି ରେ ହିଁ ରହିଯାଇଥିବାରୁ ଗ୍ରାମବାସୀ ଆଗାମୀ ଫେବୃଆରୀ 28 ତାରିଖରେ ଏକ ନମ୍ୱର୍ ରାଜ୍ୟ ରାଜପଥ ଫୁଲବାଣୀ-ମାଧପୁର ରାସ୍ତା ଅବରୋଧ ପାଇଁ ଚେତାବନୀ ଦେଇ ଖଜରୀପଡ଼ା ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇ ଛନ୍ତି।