ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି

!!! ଗଞ୍ଜାମ ଜିଲ୍ଲା ବେଗୁନିଆପଡା ରୁ ମୁନା ନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡ଼ା) – ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବି. ନୂଆଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକୋତ୍ସବ ବିଦ୍ୟାଳୟ ପରିସରରେ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ପ୍ରକାଶ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ କସ୍ତୁରୀ ପରିଡା ଏବଂ ବରିଷ୍ଠ ଶିକ୍ଷାବିତ ଶ୍ରୀଯୁକ୍ତ ଗୌରୀ କିଶୋର ମହାରଣା ଯୋଗ ଦେଇଥିବା ବେଳେ ସଂମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ତଥା ନାଟ୍ୟକାର ଶ୍ରୀଯୁକ୍ତ ବିଜୟ କୁମାର ମହାନ୍ତି, ବଳଭ ନାୟକ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ତ୍ରିନାଥ ନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସି ଆର୍ ସି ସୁମଣ୍ଡଳ କ୍ଲଷ୍ଟ୍ର ସନ୍ତୋଷ କୁମାର ସ୍ୱାଇଁ ପ୍ରମୁଖ ଯୋଗ ଦେଇ ପିଲାଙ୍କୁ ଉଦବୋଧନ ଦେଇଥିଲେ l ସ୍କୁଲର ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ଜାନୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶାରରିକ କ୍ରୀଡା କୌଶଳ ରୁଷଭ ମେହରଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା। ଆଜିର ବାର୍ଷିକ ଉତ୍ସବ କୁ କରୁଣା କର ବେହେରା ପରିଚାଳିତ କରିଥିଲେ। ଶିକ୍ଷୟିତ୍ରୀ ଅନୁଗମା ସ୍ୱାଇଁ , ଭରଷା ସାହୁ ଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ପରିଶେଷରେ କୃତି ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ଏହି ଉତ୍ସବ ରେ ପରିଚାଳନା କମିଟି ର ସମସ୍ତ ସଦସ୍ୟ, ସଦସ୍ୟା, ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l

କାହାଣୀ ଏକ ଠୁଙ୍ଗା ରୁ …!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର)-ପ୍ଲାଷ୍ଟିକ ଜମାନା ଚାଲି ଯାଇଛି । ପିଲାଙ୍କ ବ୍ୟବହୃତ ପୁରୁଣା ଖାତା ବହି,ପତ୍ର-ପତ୍ରିକାର ଚାହିଦା ବଢିଛି। ଦୋକାନୀ ପ୍ଲାଷ୍ଟିକ ବ୍ୟାଗ ବଦଳରେ କିଣା ଜିନିଷ ଭରି ଦେଉଛି କାଗଜ ଠୁଙ୍ଗାରେ । ଆମ ପ୍ରତିନିଧିଙ୍କ ବାବୁ ଜିନିଷ ଆଣି ଦେଇଗଲେ । ମ୍ୟାଡ଼ମ ଜିନିଷ ଅଜାଡି ଠୁଙ୍ଗା ଟିକୁ ଫାଡ଼ି ଫୋପାଡ଼ିବା ବେଳେ ଆଖି ଲାଖିଗଲା ପିଲାଟିର ଅଙ୍କା ବଙ୍କା ଅକ୍ଷର ଲେଖାର କିଛି ଧାଡି ଉପରେ । ମନେ ହେଲା ପିଲାଟି ଯେମିତି ଗପଟିଏ ଲେଖିଛି । ମନଦେଇ ପଢ଼ିଲେ । ସତରେ ଗପଟିଏ । ବୋଧେ ସାର କିମ୍ବା ମ୍ୟାଡାମ ଗପଟିଏ ଲେଖିବାକୁ କହିଥିଲେ । ଗପଟିକୁ ପଢିବା ପରେ ଜଣା ପଡୁଥିଲା ପିଲାଟି ଅତି ଚାଲାକ । ଗପଶେଷରେ ସାର ଙ୍କ ପାଇଁ ଛାଡି ଦେଇଛି ପୁଣି ପ୍ରଶ୍ନଟିଏ। ପିଲାଟି ତା ପ୍ରଶ୍ନର ପାଇଥାଉ କି ନା ଆମ ପ୍ରତିନିଧିଙ୍କ ମନ ବାଉଳା । ଗପଟିକୁ ଉପସ୍ଥାପନା କରିବାକୁ ଦେଇ ଆଶା ରଖିଛନ୍ତି କାଳେ ପିଲାଟି ପାଇଯିବ ତା’ପ୍ରଶ୍ନର ଉତ୍ତର ।

ଏହା ଆମେ ଆମ ସହୃଦୟ ପାଠକଙ୍କ ପ୍ରତ୍ୟୁତ୍ତର ପାଇଁ ଉପସ୍ଥାପିତ କଲୁ । କାଳେ କେହି ପିଲାଟି ମନରୁ ଦୁରେଇ ଦେବେ ତା’ମନର ସନ୍ଦେହ । ଲେଖାଟି ଏମିତି ଥିଲା।

“ନ ବୁଝିଲା ଲୋକ ବୁଝିଲେ ହେଲା – ବୁଝିବା ଲୋକଙ୍କ ପଖାରେ କଣା “

ରାଜ ରାଜୁଡ଼ା ଶାସନ। ରାଜା ରାଜ୍ୟରୁ ଦୁର୍ନୀତି ହଟାଇବା ପାଇଁ ,ଲୋକଙ୍କ ଖବର ନେବା ପାଇଁ ନିଯୁକ୍ତି କଲେ କଟୁଆଳ,ପାତ୍ର,ମନ୍ତ୍ରୀ । ଥରେ କଟୁଆଳ ଗାଁ ପରିଦର୍ଶନ ରେ ଯାଇଛନ୍ତି । ଆଖି ପଡିଗଲା ଜଣେ ବ୍ୟବସାୟୀ ଙ୍କ ଦୋକାନ ଆଗରେ। ଦେଖିଦେଲେ ଦୋକାନୀ ଜଣକ ମୁଣ୍ଡରେ ପୋଗଡ଼ି ବାନ୍ଧି କଣ ଗୁଡାଏ ମିଶାଇ ବାରେ ବ୍ୟସ୍ତ । ପାଖକୁ ଯାଇ ଦେଖନ୍ତିତ ଦୋକାନୀ ଜଣକ ବିକ୍ରି ପାଇଁ ରଖିଥିବା ସିମେଣ୍ଟ ରେ ପାଉଁଶ ମିସାଇବାରେ ବ୍ୟସ୍ତ । କଟୁଆଳ ଙ୍କ ଦେହରେ ଗଲାନି । ଦୋକାନୀ କୁ ଧରିନେଲେ । କସିଦେଲେ ଜରିମାନା । କାଳ ବିତିଗଲା।ରାଜାଙ୍କ ଦୟାରୁ କଟୁଆଳ ପାଲଟି ଗଲେ ମନ୍ତ୍ରୀ ଆଉ କୂଟନୀତି ବୁଦ୍ଧି ବଳରେ ବେପାରୀ ପାଲଟି ଗଲେ ରାଜ୍ୟର ହାତ ଗଣତି ଧନୀଙ୍କ ମଧ୍ୟରୁ ଜଣେ । ଗାଁ ଲୋକେ ବାବୁଙ୍କ ପାଖରେ ଲସର ପସର । ୟେ’ବି କମ ନୁହଁନ୍ତି । ନିଜ ଦୁଇ ନମ୍ବର ଆଦାୟରୁ ଲୋକଙ୍କୁ ହାତେଇବା ପାଇଁ କିଛି କିଛି ଧର୍ମ କରନ୍ତି । ବାବୁ ଜଣକ ବେପାରିରୁ ସେଠ ହେଲେ । ନିଜର ପତିଆରା ସହ ବେପାର ର ଚାହିଦା ବଢାଇବା ଲାଗି ମନେ ପଡିଗଲା ମନ୍ତ୍ରୀ ସଜା କଟୁଆଳ ଙ୍କୁ । ଡାକି ଆଣିଲେ । ଅତିଥି ସତ୍କାର ନାମରେ ହାତେଇ ନେଲେ ନିଜ କାମ । ମନ୍ତ୍ରୀ ଜଣକ ଅତି ଚତୁର । ବେପାରୁଆ ସେଠ ଜଣକ କଥାଟିକୁ ଜାଣିଥିଲେ । କାଳେ ଭିତିରି କଥାଟିକୁ ଅତିଥି ଜାଣିଯିବେ; ଏଣୁ ଗାଁ ଲୋକ ଙ୍କୁ ଏକାଠି କଲେ । ସଜାଇ ଦେଲେ ଉତ୍ସଵର ମହଲ । ମନ ଭୁଲାଇ ଵାକୁ ଅଜାଡ଼ି ଦେଲେ ସମ୍ବର୍ଦ୍ଧନା ଉପରେ ସମ୍ବର୍ଦ୍ଧନା । ପୁଷ୍ପ ଗୁଚ୍ଛ ଉପରେ ପୁଷ୍ପ ଗୁଚ୍ଛ ।

କହିଲ ଦେଖି ; ମନ୍ତ୍ରୀ ସଜ୍ଜା ଚଲାକି କଟୁଆଳ ପାସୋରି ଦେଇଥିବେ କି ପଛକଥା କୁ , ନା ସେଠ ବନା ବେପାରୀ ଭୁଲି ଯାଇଥିବେ ପଛ ଝଟକା ?