ଜି ଆଇ ଇ ଟି ୟୁନିଭରସିଟି ର ବୃଷ୍ଟି ପୃଷ୍ଟ କୃଷି ଉପରେ ଜାତୀୟ କର୍ମଶାଳା ଉଦ୍ଘାଟିତ ।

!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଆସନ୍ତା ୨୦୨୧ ମସିହାସୁଦ୍ଧା କୃଷକଙ୍କଆୟ ଦ୍ୱିଗୁଣିତକରିବାକୁ ମୋଦିସରକାର ଲକ୍ଷ୍ୟରଖିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ତୃଣମୂଳସ୍ତରରୁ କାର୍ଯ୍ୟ କରିବାପାଇଁ ସମସ୍ତଙ୍କ ସହଯୋଗଆବଶ୍ୟକ । ଭାରତ ଏକ କୃଷିପ୍ରଧାନଦେଶ ଚାଷ ହେଉଛି ଆମ ଅର୍ଥନୀତିର ମେରୁଦଣ୍ଡ । ଚାଷକୁ ମୁଖ୍ୟଅର୍ଥନୀତି କରିଥିବା ଚାଷୀ କିନ୍ତୁଗରିବ ଓ ଅବହେଳିତ ।ଏଣୁ କେନ୍ଦ୍ରରେ ମୋଦି ସରକାର ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟରଖିବା ସହ ନୂତନ ଜ୍ଞାନକୌଶଳ ପ୍ରୟୋଗ,ବର୍ଷାପ୍ଲାବିତ ଜମିରେ ଅଧିକ ଉତ୍ପାଦନ କ୍ଷମତା ବୃଦ୍ଧିପାଇଁ ପଦକ୍ଷେପ ନେଉଥିବା ଭାରତସରକାରଙ୍କ କୃଷି ମନ୍ତ୍ରଣାଳୟର ବରିଷ୍ଠଅଧିକାରୀ ଅଶୋକ ଡାଲୟାଇ କହିଛନ୍ତି । ଗୁଣୁପୁର ଗାନ୍ଧି ବୈଷୟିକ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ଜାତୀୟ ଆଲୋଚନାଚକ୍ରରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଗବେଷଣାତ୍ମକ ଜ୍ଞାନ ଆହରଣକରି କୃଷିକୁ ସମୃଦ୍ଧକରିବାକୁ ପରାମର୍ଶଦେଇଥିଲେ । ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଓ ପାହାଡିଆ ଅଞ୍ଚଳରେ କିପରି ସୋପାନ ପ୍ରଣାଳୀରେ ଚାଷ କରାଯାଇପାରିବ. ଏନେଇ ଗାନ୍ଧିଗ୍ରୁପର ଅଧ୍ୟକ୍ଷ ଡ଼ ସତ୍ୟପ୍ରକାଶ ପଣ୍ଡା ମତଦେଇଥିଲେ । ସେହିଭଳି ଅନୁଷ୍ଠାନର କୁଳପତି ଡ଼ ଗୌତମଘୋଷ, ନିର୍ଦେଶକ ଜଗଦୀଶ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

କେବେ ହଟିବ ଜନନୀ ଯନ୍ତ୍ରଣା ; ଶୁଣ୍ଢି କାନ ସାଜିଛି ସରକାର !

!!! ବାଲିଗୁଡ଼ା ରୁ ସଞ୍ଜୟ ଦିଗଲ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବାଲିଗୁଡ଼ା) – ରାଜ୍ୟ ସରକାର ଜନନୀ ଙ୍କ ପାଇଁ ବହୁ ଯୋଜନା ଏବଂ ବିକାଶ ର ଡିଣ୍ଡିମ ପିଟୁଥିବା ବେଳେ ତାହା ଭୁଲ ପ୍ରମାଣିତ କରୁଛି ଶୁଭନା ମଲ୍ଲିକ ଙ୍କ କ୍ଷେତ୍ର ରେ. ସରକାର ଙ୍କ ସ୍ବାସ୍ଥ୍ୟ ଜନିତ ସଚେତନ ଅଭାବ. ଆଶା ମା ଙ୍କ ଅବହେଳା ଏବଂ ରାସ୍ତା ନଥିବାରୁ ଗତ କାଲି ତା.୧୪. ୦୨.୨୦୨୦ ରିଖ ସମୟ ପୂର୍ବାହ୍ନ 10 ଘଂଟିକାରେ କୁଟିକିଆ ଗ୍ରା:ପ. କାର୍ଯ୍ୟାଳୟ ଠାରୁ 3 କି.ମି ଦୂର ଗାଙ୍ଗରିଗା ଠାରେ ସୁଭନା ମଲ୍ଲିକ ଙ୍କ ପତ୍ନୀ ବାଲିଗୁଡା ମେଡିକାଲ ଯିବା ନିମନ୍ତେ ଖଟିଆ ସହାୟତାରେ ବୁହା ହେଉଥିବା ବେଳେ ଗାଙ୍ଗରିଗା ନାଳରେ ପ୍ରସବ କରିଥିଲେ. ଏଠାରେ ପ୍ରଶ୍ନ ଉଠେ ଆଉ କେତେ ଦିନ ଏପରି ଖଟିଆ ରେ ବୁହା ହେବେ ଜନନୀ. ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି.