ସରିଲା ଏକ ମାସର ପ୍ରଶିକ୍ଷଣ କାର୍ଯ୍ୟକ୍ରମ “ଉଡ଼ାଣ”।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) ଗଜପତି ଜିଲ୍ଲାର ବେକାର ଯୁବକ ଓ ଯୁବତୀ ମାନଙ୍କ ନିମନ୍ତେ ଗତ ଏକ ମାସ ଧରି ଜିଲ୍ଲା ପୋଲିସ ପକ୍ଷରୁ ଖାସ କରି ଏସପି ସାରା ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାରେ ଆରମ୍ଭ ଯୋଇଥିବା ଅଭିନବ କାର୍ଯ୍ୟକ୍ରମ “ଉଡାନ”ର ଦ୍ଵିତୀୟ ସଂସ୍କରଣ ଉଦ୍ଯାପିତ୍ ହୋଇଯାଇଛି ।

ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ବେତାଗୁଡା଼ ସ୍ଥିତ ରିଜର୍ଭ ପୋଲିସ କାର୍ଯ୍ୟାଳୟ ପଡିଆ ଠାରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏକମାସ ଧରି ଚାଲିଥିଲା । ତାଲିମ-ପ୍ରାପ୍ତ ବଛା ବଛା ପୋଲିସ ଅଧିକାରୀମାନେ ବେକାର ଯୁବକ ଓ ଯୁବତୀ ମାନଙ୍କୁ ମୁଖ୍ୟତଃ ସାମରିକ ଓ ଅର୍ଦ୍ଧ-ସାମରିକ ବାହିନୀ ସମେତ ପାରା ମିଲିଟାରୀ ଫୋର୍ସ ଏବଂ ପୋଲିସ ବାହିନୀ ପ୍ରଭୃତିରେ ନିଯୁକ୍ତି ଓ ସାକ୍ଷାତକାର ପରୀକ୍ଷାର ସମ୍ମୁଖିନ ହେବା ପୁର୍ବରୁ ନିଜକୁ କିଭଳି ପ୍ରସ୍ତୁତ ହେବେ ଏବଂ ତାର ସାମ୍ନା କରି ସଫଳ ହେବେ , ସେ ସମସ୍ତ ଉପରେ ପ୍ରାକ୍ଟିକାଲ ଓ ଥିଓରିଟିକାଲ ପ୍ରଶିକ୍ଷଣ ସବୁ ଦେଇଥିଲେ ।

ଏହି ପ୍ରଶିକ୍ଷଣ ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମୋଟ ୩୦୦ ଜଣ ବେକାର ଯୁବକ ଯୁବତୀ ଆସି ସେମାନଙ୍କ ନାମ ପଞ୍ଜିକରଣ କରାଇ ପୋଲିସ ଅଧିକାରୀ ଓ ତାଲିମ ଅଧିକାରୀଙ୍କ ଠାରୁ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଯାପନୀ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏପରି କାର୍ଯ୍ୟକ୍ରମକୁ ପ୍ରସଂଶା କରିବା ସହ ଜିଲ୍ଲାର ବେକାର ଯୁବକ ଯୁବତୀ ମାନେ ଉପକୃତ ହୋଇପାରିବେ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ,ପାରଳା ଯୁବରାଣୀ କଲ୍ୟାଣୀ ଦେବୀ, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ଏସ୍.ଡି.ପି.ଓ ପ୍ରକାଶ ଚନ୍ଦ୍ର ଜେନା ପ୍ରମୁଖ ମଞ୍ଚସୀନ ଅତିଥି ଭାବେ ଯୋଗ ଦେଇ ଶିବିରାର୍ଥୀ ମାନେ ସମସ୍ତ ତାଲିମ ଗୁଡ଼ିକର ଅଭ୍ୟାସ ଜାରି ରଖିବା ସହ ଆବଶ୍ୟକ ସ୍ଥଳେ ସଦ-ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ ଏବଂ ପ୍ରଶିକ୍ଷାର୍ଥି ମାନଙ୍କ ଭବିଷ୍ୟତ ସଫଳତା କାମନା କରିଥିଲେ ।

ପାରଳା ଆଦର୍ଶ ଥାନା ଅଧିକାରୀ ବିବେକା ନନ୍ଦ ସ୍ବାଇଁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମାଙ୍କ ସମେତ ଅତିଥି ମାନେ ଶିବିରାର୍ଥୀମାନଙ୍କୁ ପ୍ରମାଣ ପତ୍ର ଓ ଶିକ୍ଷଣୀୟ ତଥା ଉପାଦେୟ ପୁସ୍ତକ ବଣ୍ଟନ କରିଥିଲେ ।

କନ୍ଧମାଳ ଜିଲ୍ଲା ରାଇକିଆ ବିଜୟ ହାଇ ସ୍କୁଲ ପରିସରରେ ଜାତୀୟ କ୍ରୁମି ନାସକ ଦିବସ ପାଳିତ।

!!! କନ୍ଧମାଳ ଜିଲ୍ଲା ରାଇକିଆ ରୁ ନୃସିଂହ ଚରଣ ଦାସ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ରାଇକିଆ) କନ୍ଧମାଳ ଜିଲ୍ଲା ରାଇକିଆ ବିଜୟ ହାଇ ସ୍କୁଲ ପରିସରରେ ଜାତୀୟ କ୍ରୁମି ନାସକ ଦିବସ ପାଳିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲାପାଳ ଡ.ଡିବ୍ରୁନ୍ଦା ଉଦଘାଟନ କରିଥିଲେ।ଅତିଥି ଭାବେ ରାଇକିଆ ସିଡିପିଓ, ସିଡିଏମ୍ଓ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ସମସ୍ତ ସରକାରୀ କର୍ମଚାରୀ ଉପସ୍ଥିତ ରହି ପିଲା ମାନଙ୍କୁ କିଭଳି କ୍ରୁମି ଦାଉରୁ ରକ୍ଷା କରାଜିବ ସେ ବିଷୟ ରେ ବୁଝାଇବା ସହ ନିଜେ ପିଲା ମାନଙ୍କୁ କ୍ରୁମି ଔଷଧ ଖୁଆଇ ଥିଲେ। ସିଡିଏମଓ ରାଜଶ୍ରୀ ପଟ୍ଟନାୟକ ,ଡିଏସୱଓ ମନସ୍ଵିନୀ ମିଶ୍ର ,ଶିକ୍ଷା ଅଧିକାରୀ, ବିକାଶ ପ୍ରଧାନ ,ଏହି କାର୍ଯ୍ୟକ୍ରମ ରେ ରାଇକିଆ ର୍ ସମସ୍ତ ଡାକ୍ତର,ଓ ଡାକ୍ତର ଖାନା ର୍ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ କୁ ବିଜୟ ହାଇ ସ୍କୁଲ ର୍ ପ୍ରଧାନ ଶିକ୍ଷକ ଜୋଗେନ୍ଦ୍ର ମଣ୍ଡଳ ପରିଚାଳନା ରେ ସହଯୋଗ କରିଥିଲେ

ଘରଡିହ ପଟ୍ଟା ପାଇଁ ମଧ୍ୟ ହୋଇପାରୁନାହିଁ ଜାଗା ଚିହ୍ନଟ ।

!!! ମୟୂରଭଞ୍ଜ ଜିଲ୍ଲା ରୁ ବାରିପଦା ଟାଉନ ପ୍ରତିନିଧି ଅମିତ ନାୟକ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ବାରିପଦା) – ଘରଡିହ ପଟ୍ଟା ପାଇ ମଧ୍ୟ ଜାଗା ଚିହ୍ନଟ ହୋଇପାରୁନାହିଁ । ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହେଲେ ଶାମାଖୁଣ୍ଟା ବ୍ଲକ ର ଶତାଧିକ ଗ୍ରାମବାସୀ ସୂଚନାଯୋଗ୍ୟ ଯେ ମୟୁରଭଂଜ ଜିଲ୍ଲା ଅନ୍ତର୍ଗତ ଶାମାଖୁଣ୍ଟା ତହସିଲ ଅଧିନ ଦୁଧିଆ ଷୋଳ ରେ ଭୂମିହୀନ କୁ ରାଜ୍ୟ ସରକାର ୨୦୧୬ ରୁ ଜମି ପଟ୍ଟା ପ୍ରଦାନ କରିଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ଜାଗା ଚିହ୍ନଟ ହୋଇପାରିନାହିଁ । ଗ୍ରାମବାସୀ କହିବା ମୁତାବକ ଉକ୍ତ ଜାଗାକୁ ଗାଁ ଅନ୍ୟ ଏକ ଗୋଷ୍ଠି ଜବର ଦଖଲ କରିଛନ୍ତି । ସୂଚନାଯୋଗ୍ୟ ଯେ ସରକାରୀ ଯୋଜନା ଅନୁଯାୟୀ ପ୍ରତ୍ୟେକ ଭୂମିହୀନ କୁ ୪ ଡେସିମିଲ ଲେଖାଏଁ ସରକାରୀ ଜମି ର ପଟ୍ଟା ପାଇବା ପରେ ମଧ୍ୟ ଜାଗା ଚିହ୍ନଟ ହୋଇପାରୁନାହିଁ । ସରକାର ଙ୍କ ତରଫରୁ ଆର. ଆଇ,ଅମୀନ, ସେହି ସ୍ଥାନକୁ ଯାଇ ପଟ୍ଟା ହିସାବରେ ଜମି ଚିହ୍ନଟ କଲା ବେଳକୁ ଗ୍ରାମର ଅନ୍ୟ ଏକ ଗୋଷ୍ଠି ଏକଜୁଟ ହୋଇ ବିରୋଧ ପ୍ରଦର୍ଶନ କରୁଥିବା ଅଭିଯୋଗ ଆଣିଛନ୍ତି ପଟ୍ଟା ପାଇଥିବା ହିତାଧିକାରୀ । ସରକାରୀ ନିୟମ ଅନୁଯାୟୀ ଗ୍ରାମରେ ଥିବା ସରକାରୀ ଜମି କୁ ହିତାଧିକାରୀଙ୍କ ନାମ ରେ ପଟ୍ଟା ପ୍ରଦାନ କରିବା ଆଗରୁ ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମ ବାସୀ ମତାମତ ନିଆ ଯାଇନଥିବା ଗ୍ରାମ ବାସୀ ଅଭିଯୋଗ କରି ଆଜି ସେମାନଙ୍କୁ ସେମାନଙ୍କ ଜମିର ଦଖଲ ଦେବାକୁ ଦାବୀ ରଖି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ କୁ ଆସିଥିଲେ ।

ରାମ ଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ।

!!! ଗଞ୍ଜାମ୍ ଜିଲ୍ଲା ଖଲ୍ଲିକୋଟ ରୁ ଅଶ୍ଵିନ କୁମାର ମହାନ୍ତି ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଖଲ୍ଲିକୋଟ) – ସ୍ଥାନୀୟ ରାମ ଚନ୍ଦ୍ର ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ ରେ ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି ।ଆର. ସି.ଏମ୍. କଲେଜର ଅଧ୍ୟକ୍ଷ ଶ୍ୟାମସୁନ୍ଦର ପାଢ଼ୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା ପରିଷଦ ର ଉପ ସଚିବ ଡକ୍ଟର କୁଳମଣି ଓଝା ଓ ମୁଖ୍ୟ ବକ୍ତା ଭାବେ ଧନ୍ଦାମୂଳକ ଶିକ୍ଷା ଉପ ନିର୍ଦ୍ଦେଶକ ଡକ୍ଟର ସୁଶାନ୍ତ କୁମାର ଦାସ ଏବଂ ସମ୍ମାନିତ ଅତିଥି ଭାବେ କଲେଜର ପ୍ରଶାସନିକ ଅଧିକାରୀ ଡକ୍ଟର ବିମଳ ପ୍ରସାଦ ସାହୁ, ଶୈକ୍ଷିକ ବିକାଶ ଅଧିକାରୀ ଡକ୍ଟର ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇଥିଲେ ।ଅତିଥି ମାନେ କଲେଜରେ ଚାଲିଥିବା ଆତ୍ମ ସୁରକ୍ଷା କୌଶଳ ତାଲିମ ରେ ବିଦ୍ୟାର୍ଥୀ ଙ୍କୁ ଉତ୍ସ।ହିତ କରିଥିଲେ ।ଅତିଥି ମାନେ ନିଜ ବକ୍ତବ୍ୟ ରେ ରାମ ଚନ୍ଦ୍ର ବିଜ୍ଞାନ ମହାବିଦ୍ୟାଳୟ ୫୬ ବର୍ଷ ଅତିକ୍ରମ କରି ୫୭ ବର୍ଷ ରେ ପଦାର୍ପଣ କରିଥିବା ବେଳେ ଏହାର ଗୌରବ ମୟ ଇତିହାସ କୁ ମନେପକାଇ ଥିଲେ ।ଛାତ୍ରଛାତ୍ରୀ ମାନେ ନିଜ ଭବିଷ୍ୟତ ଗଢିବା ପାଇଁ ପାଠ ପଢିବା ସହ ପ୍ରଥମେ ଭଲ ମଣିଷ ଟିଏ ହେବା ପାଇଁ ଚେଷ୍ଟା କରିବା ଏବଂ ସାମ୍ପ୍ରତିକ ସମୟରେ ଏକାଧିକ ଭାଷା ଜାଣିବା ନିହାତି ଜରୁରୀ ବୋଲି କହିଥିଲେ ।କଲେଜ ଅଧ୍ୟକ୍ଷ ଶ୍ୟାମସୁନ୍ଦର ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରକାଶ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଯୁକ୍ତ ଦୁଇ ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ଅଧିକାରୀ ଚିତ୍ତରଞ୍ଜନ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ ।ଏହି ଅବସରରେ କୃତି ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରଯାଇଥିବା ବେଳେ ଖଲ୍ଲିକୋଟ ରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଶେଷରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।