ଶୌଣ୍ଢିକ ସାଂସ୍କୃତିକ ମହାସଂଘ ଧର୍ମଗଡ଼ ଓ ଜୁନାଗଡ଼ ଆଞ୍ଚଳିକ କମିଟିର ଏକ ସାଧାରଣ ବୈଠକ ।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ୟାରୀଲାଲ ଦୂର୍ଗା ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଓ ଟିଟିଲାଗଡ଼ ଦକ୍ଷିଣ ଶୌଣ୍ଢିକ ସାଂସ୍କୃତିକ ମହାସଂଘ ଧର୍ମଗଡ଼ ଓ ଜୁନାଗଡ଼ ଆଞ୍ଚଳିକ କମିଟିର ଏକ ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ମନୋନୟନ ଜୁନାଗଡ଼ ଗୁରୁଗୀତା ସ୍ମାର୍ଟ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସର୍ବସଂମ୍ମତି କ୍ରମେ ବରିଷ୍ଠ ସାମ୍ବାଦିକ ଶ୍ରୀ ବିଦ୍ୟାଧର ସାହୁଙ୍କୁ ସଭାପତି ଭାବେ ଚୟନ କରାଯାଇ ଥିବା ବେଳେ ଶ୍ରୀ ଭୁବନେଶ୍ୱର ସାହୁ ଓ ଶ୍ରୀ ଯଦୁମଣି ସାହୁ ଙ୍କୁ ଉପସଭାପତି, ଶ୍ରୀ ମନୋଜ କୁମାର ସାହୁଙ୍କୁ ସାଧାରଣ ସମ୍ପାଦକ,ଶ୍ରୀ ପ୍ରଦୀପ ସାହୁ, ଶ୍ରୀ ଲକ୍ଷ ପତି ସାହୁଙ୍କୁ ସହ ସମ୍ପାଦକ ଓ ଶ୍ରୀ ଶ୍ରୀନିବାସ ସାହୁଙ୍କୁ ସଂଘର କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା। ଶ୍ରୀ ଶରତ ସାହୁ, ସାଇଗୋପଲ ସାହୁ, ସଂଜୀବ ସାହୁ ଓ ବିଦ୍ୟା ସାହୁଙ୍କୁ କାର୍ଯ୍ୟକାରୀ ସଭ୍ୟ ଭାବେ ଚୟନ କରାଯାଇଥିଲା। ସଂଘର ବରିଷ୍ଠ ସଦସ୍ୟ ଉପସଭାପତି ଶ୍ରୀ ଯଦୁମଣି ସାହୁଙ୍କ ସଭାପତିତ୍ୱରେ ଓ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଥବିର ପ୍ରାସାଦ ସାହୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ଉକ୍ତ ବୈଠକରେ ଧର୍ମଗଡ଼ ଓ ଜୁନାଗଡ଼ ଅଂଚଳ ର ସଦସ୍ୟ ମାନେ ଯୋଗଦେଇ ସମାଜ ସମ୍ପର୍କିତ ଆଲୋଚନାରେ ଭାଗ ନେଇ ଆଗାମୀ ଦିନରେ ଲଡୁଗାଁ ଠାରେ ହେବାକୁ ଥିବା ସମାଜର ମହାସଭା, ଭବାନୀପାଟଣା ଠାରେ ସମାଜର ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ ଓ ସମାଜର ଅନ୍ୟାନ୍ୟ ଉନ୍ନତି ସମ୍ପର୍କିତ କାର୍ଯ୍ୟ ଉପରେ ବୈଠକରେ ବିଷଦ ଭାବେ ଆଲୋଚନା ହୋଇ ଥିଲା।ସଂଘର ବରିଷ୍ଠ ସଦସ୍ୟ ଶ୍ରୀ ପର୍ଶୁରାମ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ବୟୋଜ୍ୟେଷ୍ଠ ଶ୍ରୀ ନାରାୟଣ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।

ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ପୂଜ୍ଯ ପାଦ ଶ୍ରୀ ଶ୍ରୀ ବାବାଇଦା ଙ୍କ ଶୁଭ ଆଗମନି ସ୍ମୃତି ଉତ୍ସବ ଏବଂ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୨ ତମ ଜନ୍ମ ମହୋତ୍ସବ ପାଳିତ ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ବେଗୁନିଆପଡ଼ା) – ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ସତସଙ୍ଗ ବିହାର ର ଚତୁର୍ଥ ପ୍ରତିଷ୍ଠା ଓ ପୂଜ୍ଯ ପାଦ ଶ୍ରୀ ଶ୍ରୀ ବାବାଇଦା ଙ୍କ ଶୁଭ ଆଗମନି ସ୍ମୃତି ଉତ୍ସବ ଏବଂ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୨ ତମ ଜନ୍ମ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ଯସୂଚୀ ଅନୁଯାୟୀ ବେଦ ମାଙ୍ଗଳିକ, ନହବତ, ଉଷା କୀର୍ତ୍ତନ, ପ୍ରାତଃ ବିନତି ପ୍ରାର୍ଥନା, ନଗର ସଙ୍କୀର୍ତ୍ତନ, ଗ୍ରନ୍ଥ ପାଠ, ଭଜନ, କୀର୍ତ୍ତନ ସତସଙ୍ଗ ସଦା ଆଲୋଚନା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କର୍ମୀ ଏମ୍. ରାଘବ ସୁବୁଦ୍ଧି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଙ୍କ ରିତିକ୍ ଡଃ ହରପ୍ରସାଦ ସାହୁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଙ୍କ ଜୀବନୀ, ଏବଂ ସତସଙ୍ଗ ହେଉଛି ମଣିଷ ତିଆରି କାରଖାନା ଏବଂ ସତସଙ୍ଗ କୁ ମଣିଷ ଆସିଲେ ନିଶ୍ଚିତ ଭାବରେ ତାହାର ଚଳନୀ ରେ ପରିବର୍ତ୍ତନ ହୁଏ ବୋଲି ଆଲୋଚନା କରିଥିଲେ । ଉତ୍ସବ କମିଟି ସଭାପତି ଅନୁ ସ୍ଵାଇଁ ଧନ୍ୟ ବାଦ ଅପର୍ଣ କରିଥିଲେ । ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ରିତିକ୍ ତ୍ରିନାଥ ପରିଡ଼ା, କର୍ମୀ ମନୋଜ କୁମାର ସାହୁ, ଦୁର୍ଯ୍ୟୋଧନ ମହାନ୍ତି, ବି. ପାରସ୍ୟା, ବୈକୁଣ୍ଠନାଥ ପାଇକରାୟ ସମେତ ଅନ୍ୟାନ୍ୟ କର୍ମୀ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ଅତିଥି ମାନେ, ସତାଧିକ ଗୁରୁ ଭାଇ ଓ ମା ମାନେ, ଶ୍ରଦ୍ଧାଳୁ ଭକ୍ତମାନେ ଉପସ୍ଥିତ ଥିଲେ । ବି ଜେ ଡି ଗଞ୍ଜାମ ଜିଲ୍ଲା ସମ୍ପାଦକ ତଥା ବରିଷ୍ଠ ବିଜେଡି ନେତା ହରପ୍ରସାଦ ସାହୁ, ବ୍ଲକ ଉପାଧ୍ୟକ୍ଷ ଭ୍ରମର ବର ଭୂୟାଁ, ଜିଲାପରିଷଦ ସଭ୍ଯ ପ୍ରଫୁଲ୍ଲ ଚନ୍ଦ୍ର ତିଆଡି, ବିଜେପି ନେତା ରଞ୍ଜନ କୁମାର ପଲାଇ, ସରପଞ୍ଚ ସନ୍ତୋଷ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଶେଷ ରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବନ୍ଦବୋସ୍ତ ହୋଇଥିଲା ।

ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି କୁ ଯାଜପୁର ରେ ସମ୍ମାନିତ।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ୟାରୀଲାଲ ଦୁର୍ଗା ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା ଧର୍ମଗଡ ର କିଛି ସ୍ବେଛାସେବୀ ମାନେ ନିଜ ଅଞ୍ଚଳରେ ରକ୍ତଦାନ ଶିବିର ତଥା ଅଞ୍ଚଳର କେହି ବି ରକ୍ତ ଅଭାବରୁ ମୃତ୍ୟୁ ବରଣ ନ କରନ୍ତୁ ସେଥିପାଇଁ ସେମାନେ ସଂକଳ୍ପ ନେଇଛନ୍ତି ।ଗାଁ ଗାଁ ଯାଇ ରକ୍ତଦାନ ସଚେତନ ଅଭିଯାନ ମଧ୍ୟ କରିଥାନ୍ତି । ନିଜର ବହୁମୂଲ୍ୟ ରକ୍ତଦାନ କରି ଦୁଖୀ, ଦରିଦ୍ର, ନିଃସହାୟ, ଦୁର୍ଘଟଣା ଗ୍ରସ୍ତ ପୀଡିତ ଲୋକଙ୍କ ମୁହଁରେ ହସ ଫୁଟାଇବାର ପ୍ରୟାସ କରିଛନ୍ତି । ତାଙ୍କର ସେଇ କାର୍ଯ୍ୟକ୍ରମ କୁ ଦେଖି ଯାଜପୁର ର ଉତ୍କଳ ଫାଉଣ୍ଡେସନ ତରଫରୁ ଗତକାଲି ତାଙ୍କର ପ୍ରଥମ ବାର୍ଷିକ ଉତ୍ସବ ରେ ତାଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି। ସେହି କାର୍ଯ୍ୟକ୍ରମରେ ଅଙ୍କିତ ସେଠି, ବୀରେନ୍ଦ୍ର ଚୌଧୁରୀ, ମିଳନ କୁମାର ଭୋଇ, ସଦାନନ୍ଦ ଦଣ୍ଡସେନା, ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ଏହା ସହିତ ସଂଗଠନ ର ବିଭିନ୍ନ ସାମାଜିକ କାମ କୁ ପ୍ରଶଂସା କରିଥିଲେ। ସଂଗଠନ କୁ ସମ୍ମାନିତ କରିଥିବାରୁ ଉତ୍କଳ ଫାଉଣ୍ଡେସନ କୁ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ର ସମସ୍ତ କର୍ମକର୍ତ୍ତା ଅଶେଷ ଅଶେଷ ଧନ୍ୟବାଦ ପ୍ରଦାନ କରିଛନ୍ତି।