ବରଯାତ୍ରୀ ବସ ରେ ଲଗିଲା ନିଆଁ ; ୧୧ ଜଣ ମୃତ୍ୟୁବରଣ କରିଥିବା ଅନ୍ୟ ସମସ୍ତ ଙ୍କ ଅବସ୍ତା ସଂକଟାପର୍ଣ୍ଣ ଥିବା ସୂଚନା।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ରଙ୍ଗେଇଲୁଣ୍ଡା) – ବରଯାତ୍ରୀ ବସ୍ ରେ ଲାଗିଲା ନିଆଁ। ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନିଆଁ ଲାଗିଥିବା ସୂଚନା। ବର୍ତମାନର ସବୁଠାରୁ ବଡ ଖବର ତଥା ହୃଦୟ ବିଦାରକ ଘଟଣା ଘଟିଛି। ଗଂଜାମ ଜିଲ୍ଲା ବ୍ରହ୍ମପୁର ନିକଟସ୍ଥ ରଗେଂଇଲୁଣ୍ଡା ବ୍ଲକ ଠାରେ। ତୁଳୁ ରୋଡ ନିକଟ ଡଙ୍କଲପଡା ଠାରେ ବସରେ ଲାଗିଲା ନିଆଁ , ୫ ରୁ ଉର୍ଦ୍ଧ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନେକ ସଂଖ୍ଯାରେ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ବସ ରେ ୪୦ ରୁ ଅଧିକ ଯାତ୍ରୀ ଥିଲେ l ବସ ଟି ଡଙ୍କଲପଡା ରୁ ଚିକରଡ଼ା ଯାଉଥିବା ସମୟରେ ଘଟିଛି ଏପରି ଦୁର୍ଘଟଣା l ଘଟଣା ସ୍ଥଳରେ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବିଭାଗ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି l ଏ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ଖେଳିଯାଇଛି l

ଜାତୀୟ ସେବା ଯୋଜନା ସ୍ୱତନ୍ତ୍ର ଶିବିର ଉଦଘାଟନ।

ଏଥର ସମ୍ଭାଳ (କଣ୍ଟାପଡ଼ା) – କଣ୍ଟାପଡା ସ୍ଥିତ ଉଦୟନାଥ ସ୍ୱୟଂଶାସିତ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ର ସ୍ୱତନ୍ତ୍ର ଶିବିର ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ଦୈତ୍ୟାରି ସିଂ ଉଦଘାଟନ କରିଥିବା ବେଳେ ଏନ୍. ଏସ୍. ଏସ୍ ମୁଖ୍ୟ ଅଧିକାରୀ ବାଣିଜ୍ୟ ବିଭାଗ ର ପ୍ରାଧ୍ୟାପକ ପ୍ରଫେସର ଶ୍ରୀକାନ୍ତ ମହାପାତ୍ର ଙ୍କ ସଭାପତିତ୍ୱ ରେ ରାଜନୀତି ବିଜ୍ଞାନ ର ଅଧ୍ୟାପିକା ପ୍ରଫେସର ଜ୍ଞାନଞ୍ଜଳି ପରିଡା, ସାମାଜିକ ଶିକ୍ଷା ବିଭାଗ ର ମୁଖ୍ୟ ଅଧ୍ୟାପିକା ବିଶ୍ଵ କଳ୍ପିତା ମହାନ୍ତି ପ୍ରମୁଖ ଯୋଗ ଦେଇ ଥିଲେ । ଯୋଗ ବିଭାଗ ମୁଖ୍ୟ ଅଧ୍ୟାପକ ସନ୍ତୋଷ କୁମାର ମାଝୀ ଜାତୀୟ ସେବା ଯୋଜନା ର ଉଦେଶ୍ୟଉପରେ ସ୍ବେଛାସେବୀ ମାନଙ୍କୁ ଅବଗତ କରାଇଥିଲେ। ସ୍ୱେଚ୍ଛାସେବୀ ସୋନାଲି ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ ଓ ଦିବ୍ୟସିଂ ସେଠି ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସିଦ୍ଧାନ୍ତ ନାୟକ ଓ ସିଦ୍ଧାନ୍ତ ଭଟ୍ଟ ଙ୍କ ସହ 75 ଜଣ ସ୍ୱେଚ୍ଛାସେବୀ ଭାଗ ନେଇ ପୋଷ୍ୟ ଗ୍ରାମ ବେଢ଼ାସାହି ରେ 7 ଦିନ ବ୍ୟାପି ସ୍ଵତନ୍ତ୍ର ଶିବିରର 5 ଦିନରେ ପ୍ରାଧ୍ୟାପକ ପ୍ରଫେସର ଶ୍ରୀକାନ୍ତ ମହାପାତ୍ରଙ୍କ ତତ୍ୱାବଧାନ ରେ ଅଧ୍ୟାପିକା ଜ୍ଞାନଞ୍ଜଳି ପରିଡା, ସମାଜସେବା ବିଭାଗ ର ମୁଖ୍ୟ ଅଧ୍ୟାପିକା ବିଶ୍ଵକଳ୍ପିତା ମହାନ୍ତିଙ୍କ ସହଯୋଗ ରେ ସିଦ୍ଧାନ୍ତ ନାୟକ,ସୋନାଲି ତ୍ରିପାଠୀ, ଦିବ୍ୟସିଂ ସେଠି, ପାୟଲ ମିଶ୍ର, ସିଦ୍ଧାନ୍ତ ଭଟ୍ଟ, ଆରତୀ ପତି, ସୋମ୍ୟ ରଞ୍ଜନ ସାହୁ, ସ୍ୱରାଜ ଦାସ, ଦେବୀପ୍ରସାଦ ନାୟକ, ସମୀର କୁମାର ନାଥ, ସବିତା ସାହୁ, ସୋନାଲି ସ୍ୱାଇଁ, ରଶ୍ମିକାନ୍ତ ଜେନା, ତପନ ପ୍ରଧାନ, ବିଭବ ରଞ୍ଜନ ମହାନ୍ତି, ବିସ୍ମୟ ପାତ୍ର, କାର୍ତିକ ରାଉତ, ସଞ୍ଜୟ ବାରିକ, ରାକେଶ ମହାପାତ୍ର, ଜୟନ୍ତ ମହନ୍ତ, ଯଯାତି କେଶରୀ ସାହୁ, ଜିସାନ ମହମ୍ମଦ, ଶୁଭଲଷ୍ମୀ ସାହୁ, ବିଶ୍ଵବିଜୟୀନି ନାୟକ, ଭାନୁପ୍ରିୟା ସାହୁ, ସବିତା ସାହୁ, ଅଭିଜିତ ମିଶ୍ର, ବିଶ୍ଵରଞ୍ଜନ ପାଣିଗ୍ରାହୀ, ରାକେଶ କୁମାର ମଙ୍ଗଳ, ବନିତା ଭୋଇ, କବିତା ଦାସ, ଶୁଚିସ୍ମିତା କାପ, ସୁଶ୍ରୀସଂଗୀତା ପ୍ରିୟଦର୍ଶୀନି, ଲଷ୍ମୀପ୍ରିୟା ସ୍ୱାଇଁ, ରୁପା ରାଣୀ ବରାଳ, ଝରଣା ସ୍ୱାଇଁ, ଶୋଭା ସାହୁ, ମିଟିନା ପ୍ରଧାନ, ଗୀତାଞ୍ଜଳି ଭୋଇ, ସ୍ଵାତି ସ୍ଵାଗତିକା, ବର୍ଷା ଭୋଇ, ବେବିନା ଦାସ, ଭାଗ୍ୟଶ୍ରୀ ପୁଷ୍ଟି,, ଜସ୍ମିନ ପରିଡା, ପ୍ରିୟ ଦର୍ଶୀନି ବାରିକ ରାଜଲଷ୍ମୀ ସାହୁ, ମିତାଲି ରାଉତ, ବିଶ୍ଵଶ୍ରୀ ଦାସ, ଶର୍ମିଷ୍ଠା ବେହୁରା, ସୋନାଲିକା ପ୍ରଧାନ, ଶୁଭଶ୍ରୀ ସାହୁ, ଶୁଚିସ୍ମିତା ଦାସ, ଶୁଭଶ୍ରୀ ଲେଙ୍କା, ରୁବିତା ସାମଲ, ଶୁଭସ୍ମିତା ବେହେରା, ବିଜୟଲଷ୍ମୀ ମଲ୍ଲିକ, ଗାୟତ୍ରୀ ରାଉତ, ସୋନାଲି ପଟ୍ଟନାୟକ, ଦୀପ୍ତିମୟୀ ନାୟକ, ବନିତା ଭୋଇ, ନମିତା ସେଠି, ଅପରାଜିତା ସାମଲ, ରାଜଲଷ୍ମୀ ସାହୁ, ସୋନାଲିସା ଖୁଣ୍ଟିଆ, ପ୍ରିୟଙ୍କା ସୁତାର, ସମୀର କୁମାର ନାଥ, ସ୍ୱରାଜ କୁମାର ଦାସ, ଲଷ୍ମୀପ୍ରିୟା ସାହୁ,ସ୍ୱଭାଗ୍ୟ ରଞ୍ଜନ ବେହେରା, ଅଭିଜିତ ସ୍ୱାଇଁ, ନିରାକାର ନାୟକ, ଚିନ୍ମୟ ନାୟକ, ରୁବିନା ସାମଲ ପ୍ରମୁଖ ସ୍ୱେଚ୍ଛାସେବୀ ପୋଷ୍ୟ ଗ୍ରାମ ରେ ବୃକ୍ଷ ରୋପଣ କରିବା ସହ କରୋନା ଉପରେ ନାଟକ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଯୋଗ ଅଧ୍ୟାପକ ସନ୍ତୋଷ କୁମାର ମାଝୀ ପରିଚାଳନା କରିଥିଲେ ।

ରାଜଗାଙ୍ଗପୁର ର ରାଣିବନ୍ଧ ନିକଟରେ ଟ୍ରକ୍ ଧକ୍କାରେ ଗାଈ ର ମୃତ୍ୟୁ।

!!! ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରୁ ରମେଶ ମିଶ୍ର ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ରାଜଗାଙ୍ଗପୁର) – ରାଜଗାଙ୍ଗପୁର ର ରାଣିବନ୍ଧ ନିକଟରେ ଓସିଏଲ କୁ ଚୁନପଥର ପରିବହନ କରୁଥିବା ଏକ ଡ଼ମ୍ଫର ଗାଡ଼ି ନଂ -OR14R-0325 ଏକ ଗାଈ କୁ ଧକ୍କା ଦେଲାପରେ ଗାଈଟି ର ମୃତ୍ୟୁ ହୋଇଥିଲା। ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଗାଡ଼ି କୁ ଅଟକାଇ ରଖି ଉକ୍ତ ଗାଡ଼ି ର ଡ୍ରାଇଭରର ଲାଇସେନ୍ସ ଓ ଗାଡିର କାଗଜପତ୍ର ଯାଞ୍ଚ କରିବା ବେଳେ ଡ୍ରାଇଭର୍ ର ଲାଇସେନ୍ସ ନକଲି ଥିବା ଦେଖିବାକୁ ମିଳିଥିଲା। ବେଶେଷ ସୂତ୍ର ରୁ ଜଣା ପଡିଛି ଉକ୍ତ ଗାଇ ଦ୍ୱାରା ଏକ ଗରୀବ ପରିବାରର ଭରଣପୋଷଣ ହେଉଥିଲା। ଏଭଳି ଘଟଣା ଉକ୍ତ ରାସ୍ତା ରେ ସର୍ବଦା ଘଟୁଥିବା ହେତୁ ଉକ୍ତ ରାସ୍ତା ରେ ସ୍ଥାନୀୟ ପ୍ରଶାସନ ଟ୍ରାଫିକ୍ ବ୍ୟବସ୍ଥା କଡ଼ାକଡି କରନ୍ତୁ ବୋଲି ବୁଦ୍ଧୀଜିବି ମାନେ ମତବ୍ୟକ୍ତ କରିଛନ୍ତି।