ବିବାହିତା ମହିଳାଙ୍କୁ ଜୋର ଜବରଦସ୍ତ ଲଜ୍‌ରେ ରଖି ଦୁଷ୍କର୍ମ…!

!!! କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରୁ ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (କଳାହାଣ୍ଡି) – ଜଣେ ବିବାହିତା ମହିଳାଙ୍କୁ ଜୋର ଜବରଦସ୍ତ ଘରୁ ନେଇ ଲଜ୍ ରେ ରଖି ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ୨ ଦିନ ଧରି ଦୁଷ୍କର୍ମ କରିବା ପରେ ମହିଳାଙ୍କ ପ୍ରତିବାଦ ପରେ ପୁଣି ଘରେ ଛାଡ଼ି ଦେଇ ଚମ୍ପଟ ମାରିଥିଲା ସଂପୃକ୍ତ ଯୁବକ । ଏଭଳି ଅଭିଯୋଗ ଧର୍ମଗଡ଼ ଥାନରେ କରିଛନ୍ତି ପୀଡ଼ିତା । ଥାନାରେ ଦ୍ୱାରସ୍ଥ ହୋଇଥିବା ମହିଳା ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହାସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମହିଳା । ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଞ୍ଚଳର ଜଣେ ବିବାହିତାଙ୍କୁ ସାମନ୍ତ ନାୟକ ନାମକ ଜଣେ ବ୍ୟକ୍ତି ଘରୁ ଉଠାଇନେବା ସହ ସହରର ଏକ ହୋଟେଲରେ ଦୁଇ ଦିନ ଧରି ବଳ ପୂର୍ବକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ପାଖରୁ ଅଭିଯୋଗ ପାଇବା ପରେ ପୋଲିସ ଅଭିଯୁକ୍ତ ବିରୁଦ୍ଧରେ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ କରୁଛି ।

ଯୁଗାନ୍ତକାରୀ ବିପ୍ଲବୀ କବି ରବି ସିଂହ ଙ୍କ ବିୟୋଗରେ ଖଲ୍ଲିକୋଟ ଠାରେ ସ୍ମୃତି ସଭା ଅନୁଷ୍ଠିତ।

!!! ଗଞ୍ଜାମ୍ ଜିଲ୍ଲା ଖଲ୍ଲିକୋଟ ରୁ ଅଶ୍ଵିନ କୁମାର ମହାନ୍ତି ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଖଲ୍ଲିକୋଟ) – ଓଡ଼ିଶାର ଖ୍ୟାତନାମା ତଥା ଯୁଗାନ୍ତକାରୀ ବିପ୍ଲବୀ କବି ରବି ସିଂହ ଙ୍କ ବିୟୋଗରେ ଖଲ୍ଲିକୋଟ ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଡାକ୍ତର ଏ. ପି. ଜେ ଅବଦୁଲ କଲାମ ଜନକଲ୍ୟାଣ ପରିଷଦ ପକ୍ଷରୁ ସ୍ଥାନୀୟ ଗ୍ରାମ୍ୟଦେବୀ ମନ୍ଦିର ପରିସର ରେ ଏକ ସ୍ମୃତି ସଭା ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ଚଳିତ ମାସ୧୬ ତାରିଖ ରେ ହେବାକୁ ଥିବା ମେଗା ରକ୍ତଦାନ ଶିବିର ର ଚୂଡାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଆୟୋଜିତ ବୈଠକରେ ପ୍ରାରମ୍ଭିକ ଭକ୍ତି ସଂଗୀତ ପରିବେଷଣ କରିଥିଲେ ଯୁବ କଣ୍ଠଶିଳ୍ପୀ ଅଶ୍ୱିନୀ କୁମାର ମହାନ୍ତି ।ପରିଷଦର ସଭାପତି ତଥା ସ୍ବେଚ୍ଛାସେବୀ, ସମାଜସେବୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ୨ ମିନଟ ନିରବ ପ୍ରାଥନା କରାଯାଇଥିଲା ।ଯୁବ କବି ତଥା ଶିକ୍ଷକ ଡକ୍ଟର ଦ୍ଵାରିକାନାଥ ମହାରଣାଙ୍କ କବିତାର ପ୍ରତିଫଳିତ ସାମାଜିକ ବିଧିବ୍ୟବସ୍ଥା ବିରୁଦ୍ଧରେ ଆଜୀବନ ସଂଗ୍ରାମୀ ଚିନ୍ତାଧାରା, ଦୁର୍ନୀତି ବିରୁଦ୍ଧରେ ସମଗ୍ର ଜୀବନ ଲେଖନୀ ଚାଳନା କରି କିଭଳି ମାନବିକତା ଧର୍ମୀ କାବ୍ୟକବିତା ରଚିଯାଇଛନ୍ତି ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।ପରେ ପରେ ପରିଷଦର ସଭାପତି ଅନୁଷ୍ଟିତ ହେବାକୁଥିବା ରକ୍ତଦାନ ଶିବିର କିପରି ସୁଚାରୁ ରୁପେ ଅନୁଷ୍ଟିତ ହେବ ପରିଷଦର ସଦସ୍ୟମାନଙ୍କୁ ଅବଗତ କରାଇଥିଲେ ।ପରିଶେଷରେ ଆଗାମୀ ଦିନ ମାନଙ୍କରେ ପରିଷଦ କିପରି ତାର ଜନମଙ୍ଗଳ କାର୍ଯ୍ୟ କୁ ଲୋକାଭିମୁଖୀ କରାଯିବ ସେଉପରେ ଦୃଷ୍ଟି ଦିଆଯାଇଥିଲା ।ଏହି ବୈଠକରେ ମିତାଞ୍ଜଳି ମିଶ୍ର, ପ୍ରଭାତୀ ଦାସ, ବିଦ୍ୟୁତପ୍ରଭା ଦାଶ, ମିତାରାଣୀ ପଟନାୟକ, ଶ୍ରୀହର୍ଷ ମହାରଣା, ମଳୟ କୁମାର ମିଶ୍ର, ଧ୍ରୁବ ଦାସ, ରାଜକିଶୋର ସାହୁ, ପ୍ରମୁଖ ଉପସ୍ଥିତ ଥିଲେ ।