ପଶ୍ଚିମ ପଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବୀ: ୭ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ…!

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ନୂଆପଡ଼ା) – ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବୀ ତେଜିବାରେ ଲାଗିଛି । ରାଜ୍ୟ ଓକିଲ ସଂଘ ସଦସ୍ୟ ଆକ୍ରୋସ ମୁଳକ ପଶ୍ଚିମ ଓଡିଶାର ଆନେ୍ଦାଳନରତ ଓକିଲ ମାନଙ୍କ ଲାଇସେନ୍ସ ରଦ୍ଧ କରିବାକୁ ସର୍ବ ଭାରତୀୟ ଓକିଲ ସଂଘକୁ ଲିଖିତ ଜଣାଇଛନ୍ତି । ଏହାକୁ ବିରୋଧ କରି ନୂଆପଡ଼ା ସିଭିଲ ବାର ଏସୋସିଏସନ ନେତୃତ୍ୱରେ ନୂଆପଡ଼ାରେ ୭ ଘଣ୍ଟିଆ ବନ୍ଦ ପାଳନ ହୋଇଥିଲା । ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଜାନ ବାହାନ ଚଳାଚଳ ବନ୍ଦ ରହିବା ସହ ସରକାରୀ ଓ ବେସରକାରୀ ଅଫିସ ସମ୍ପୁର୍ଣ୍ଣ ବନ୍ଦ ରହିଥିଲା ।

ସକାଳ ୬ଟାରେ ସିଭିଲ ବାର ଏସୋସିଏସନ ସଭାପତି ଘାସିରାମ ମାଝିଙ୍କ ନେତୃତ୍ୱରେ ସିଭିଲ ବାର ଏସୋସିଏସନ, ସଦସ୍ୟ ମାନେ ସ୍ଥାନୀୟ ଏକତା ଛକ ନିକଟରେ ଏକତ୍ରିତ ହୋଇଥିଲେ । ଜାତୀୟ ରାଜପଥ ୩୫୩କୁ ଓକିଲ ମାନେ ଅବରୋଧ କରିଥିଲେ । ପରେ ସହରର ଦୋକାନ ବଜାର ବନ୍ଦ କରି ଆନ୍ଦୋଳନକୁ ସମର୍ଥନ କରିବାକୁ ବ୍ୟବସାୟୀ ମାନଙ୍କୁ ଅନୁରୋଧ କରିଥିଲେ । ପୂର୍ବାହ୍ନ ୧୦ଟାରେ ପ୍ୟାକେଟିଂ କରି ସରକାରୀ ଓ ବେସକାରୀ ଅଫିସକୁ ବନ୍ଦ କରିଥିଲେ । ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାରେ ୨୭ଟି ଓକିଲ ସଂଘ ରହିଛି । ଦିର୍ଘ ବର୍ଷ ହେଲା ପଶ୍ଚିମ ଓଡିଶାରେ ସ୍ଥାୟୀ ବ୍ୟାଞ୍ଚ ସ୍ଥାପନ କରିବାକୁ ଓକିଲମାନେ ଆନେ୍ଦାଳନ କରି ଆସୁଛନ୍ତି । ଜନସଂଖ୍ୟା ଓ ଫୌଜଦାରୀ ମକଦ୍ଦମା କୁ ଦୃଷ୍ଟିରେ ରଖି ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବ୍ୟାଞ୍ଚ ପ୍ରତିଷ୍ଠା ନିତାନ୍ତ ଆବଶ୍ୟକତା ରହିଛି । ଏହି ଓକିଲ ମାନଙ୍କଆନ୍ଦୋଳନ ପୂର୍ବ ଓଡିଶାର ଓକିଲ ସଂଘର କର୍ମକର୍ତ୍ତା ମାନେ ଆକ୍ରୋସ ମନୋଭାବ ରଖି ଭଣ୍ଡୁର କରିବାକୁ ଉଦ୍ୟାମକୁ କରୁଛନ୍ତି । ପଶ୍ଚିମ ଓଡିଶାର ଓକିଲ ସଂଘର ସଦସ୍ୟ ମାନଙ୍କ ସର୍ବଦା ଆନେ୍ଦାଳନରତ ରହୁଛନ୍ତି । ଏଣୁ ପଶ୍ଚିମ ଓଡିଶାର ଓକିଲମାନଙ୍କ ଲାଇସେନ୍ସ ରଦ୍ଦ କରିବାକୁ ଓଡ଼ିଶା ବାର କାଉନସିଲ କର୍ମକର୍ତ୍ତା ମାନେ ସର୍ବ ଭାରତୀୟ ଓକିଲ ସଂଘ ନିକଟରେ ଦାବୀ କରିଛନ୍ତି । ଏହାକୁ ନୂଆପଡ଼ା ଜିଲ୍ଲା ସିଭିଲ ବାର ଏସୋସିଏସନ ତିବ୍ର ବିରୋଧ କରୁଛି । ଏହାର ପ୍ରତିବାଦରେ ନୂଆପଡ଼ା ଜିଲ୍ଲାକୁ ବନ୍ଦ ପାଳନ କରିଥିବା ସିଭିଲ ବାର ଏସୋସିଏସନ ସଭାପତି ଶ୍ରୀ ମାଝୀ ସୂଚନା ଦେଇଥିଲେ । ପଶ୍ଚିମ ଓଡିଶାର ଓକିଲ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଆନେ୍ଦାଳନ ତିବ୍ରତର ହେବ ବୋଲି ସିଭିଲ ବାର ଏସୋସିଏସନ ସାଧାରଣ ସମ୍ପାଦକ ବିଶ୍ୱମଣୀ ପାଣିଗ୍ରାହୀ, ଉପ ସଭାପତି ଶୁସାନ୍ତ ପତି, ଆଇନଜିବୀ ଦେବଦତ୍ତ ଦିକ୍ଷୀତ ଚେତାବନୀ ଦେଇଛନ୍ତି । ବାର ଏସୋସିଏସନ ସ୍ୱେତରାମ ଦେବାଙ୍ଗନ, ଅମିତାଭ ବୋଷ, ଶ୍ରୀବତ୍ସ ମଲ୍ଲିକ, ଦୁଲୁ ପାଣିଗ୍ରାହୀ, ଲେଖରମ ସାହୁ , କଂଗ୍ରେସ ଜିଲ୍ଲା ସେବା ଦଳ ସଭାପତି ଜଗଦୀଶ ସାହୁ, ଖରିଆରରୋଡ଼ ନଗର କଂଗ୍ରେସ ସଭାପତି ଜୁନେଦ ମହମ୍ମଦ ପ୍ରମୁଖଙ୍କ ସମେତ ସିଭିଲ ବାର ଏସୋସିଏସନ, ଓ ଜିଲ୍ଲା କଂଗ୍ରେସ କମିଟି ସଦସ୍ୟମାନେ ଆନେ୍ଦାଳନରେ ସାମିଲ ହୋଇଥିଲେ । ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଜାତାୟତ ସମ୍ପୁର୍ଣ୍ଣ ଠପ୍ ହୋଇ ପଡିଥିଲା । ଯାତ୍ରୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହୋଇଥିଲେ । ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟଳୟ ବନ୍ଦ ରହିଥିବା ବେଳେ ଦୋକାନ ବଜାର ବନ୍ଦରେ ଆଂଶିକ ପ୍ରଭାବ ଦେଖା ଦେଇଥିଲା । ସହର ଭିତରେ କିଛି ଦୋକାନ ବଜାର ଖୋଳା ରହିଥିବା ଦେଖିବାକୁ ମିଳିଥିଲା । ସେହିପରି କୋମନା, ଉଦ୍ୟାନବନ୍ଧରେ ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଳିଥିଲା ।

ନୁଆଁଗୁଡ଼ା ଗାଁକୁ ମିଳିଲା ପ୍ରଥମ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ; ଆଦିବାସୀଙ୍କ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଲା ପ୍ରଶାସନ…!

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ନୂଆପଡ଼ା) – ଆଦିବାସୀଙ୍କ ଆନ୍ଦୋଳନ ଆଗରେ ଜିଲ୍ଲା ପ୍ରଶାସନ ମୁଣ୍ଡ ନୁଆଁଇଛି । କେନ୍ଦ୍ର ସରକାରଙ୍କ ଜଙ୍ଗଲ ଅଧିକାର ଆଇନ ୨୦୦୬କୁ କାର୍ଯ୍ୟକାରି କରିବା ପାଇଁ ଜମି ଜଙ୍ଗଳ ମୁକ୍ତି ଆନ୍ଦୋଳନ ତରଫରୁ ୧୧ ଦିନ ଧରି ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ । ଆଜି ଅପରାହ୍ନରେ ଜିଲ୍ଲା ପ୍ରଶାସନ ବନବାସୀଙ୍କ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇ ଥିଲା । ଜିଲ୍ଲା ଇତିହାସରେ ଜଙ୍ଗଲ ଅଧିକାର ଆଇନ ବଳରେ ପ୍ରଥମ କରି ସିନାପାଲି ବ୍ଲକ କୁଶୁମଜୋର ପଞ୍ଚାୟତର ନୁଆଁଗୁଡ଼ାକୁ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ପ୍ରଦାନ କରିଥିଲେ । ଆଗାମୀ ଦୁଇ ମାସ ଭିତରେ ଜଙ୍ଗଲ ଭିତରେ ବସବାସ କରୁଥିବା ଆଦିବାସୀ ଓ ଅନ୍ୟାନ୍ୟ ଜାତିର ଲୋକଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରତିଶୃତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଜଙ୍ଗଲକୁ ସୁରକ୍ଷା କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଆଦିବାସୀ, ବନବାସୀ, ଅଣ ଆଦିବାସୀଙ୍କ ପାଇଁ ଜଙ୍ଗଲ ଅଧିକାର ଆଇନ ୨୦୦୬ ପ୍ରଣୟନ କରିଥିଲେ । ଇତି ମଧ୍ୟରେ ୧୪ ବର୍ଷ ବିତି ଯାଇଥିଲେ ବି ନୂଆପଡ଼ା ଜିଲ୍ଲାରେ ଏହି ଆଇନ କାର୍ଯ୍ୟକାରୀ ହୋଇନଥିଲା । ଏହାର ପ୍ରତିବାଗରେ ଗତ ୨୭ ତାରିଖ ଠାରୁ ଜିଲ୍ଲାର ବନବାସୀ ମାନେ ୧୬ ଦଫା ଦାବୀରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବର୍ଷା, ଶୀତ କାକରରେ ୧୧ ଦିନ ଧରି ଦିନ ରାତି ଧାରଣାରେ ବସିଥିଲେ । ଜଙ୍ଗଲ ଜମି ଆଇନ ଅନୁସାରେ ଜିଲ୍ଲାର ସମସ୍ତ ଗାଁର ଗ୍ରାମସଭାରୁ ଗୋଷ୍ଠୀ ଜଙ୍ଗଲ ଓ ଗୋଷ୍ଠୀ ଜଙ୍ଗଲ ସମ୍ବଲ ଅଧିକାର ପ୍ରଦାନ । ଛୋଟ ଓ ଅଣ ରାଜସ୍ୱ ଗାଁକୁ ତଥା ଜନବସତୀକୁ ରାଜସ୍ୱ ଗାଁର ମାନ୍ୟତା ପ୍ରଦାନ । ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବର୍ଗର ସମସ୍ତ ଆବେଦନକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ । ଜଙ୍ଗଲ ଜମି ଆଇନ କାର୍ଯ୍ୟକାରିତା ନହେବ ଯାଏଁ ସୁନାବେଡା ଅଭୟାରଣ୍ୟ ଘୋଷଣା ବନ୍ଦ ରହୁ । ଆମ ଜଙ୍ଗଲ ଯୋଜନା ଓ ବନ ସୁରକ୍ଷା ସମିତି(ଭିଏସଏସ)କୁ ସମ୍ପୁର୍ଣ୍ଣ ବନ୍ଦ କର । ଜଙ୍ଗଲ ଅଧିକାର ଆଇନ ଅନୁସାରେ ଗ୍ରାମସଭା ଓ ଜଙ୍ଗଲ ଅଧିକାର କମିଟିର ଅବଗତିରେ ବନ ବିଭାଗର ସମସ୍ତ କାର୍ଯ୍ୟ ପରିଚାଳିତ ହେଉ ଭଳି ୧୬ ଦଫା ଦାବୀ ଉପସ୍ଥାପନା କରିଥିଲେ । କେନ୍ଦ୍ର ସରକାରଙ୍କ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିବା ପାଇଁ ନିରୀହ ବନବାସୀ ମାନେ ୧୧ ଦିନ ଧରି ଧାରଣାରେ ବସି ରହିଥିଲେ । ଶେଷରେ ଆଜି ଜିଲ୍ଲା ପ୍ରଶାସନ ବନବାସୀଙ୍କ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇ ଥିଲା । ଆଜି ଅପରାହ୍ନରେ ଉପ ଜିଲ୍ଲାପାଳ ତରଣୀସେନ ନାଏକ, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ଧ୍ୟା ମାଝି ପ୍ରମୁଖଙ୍କ ଏକ ଜିଲ୍ଲାସ୍ତରୀୟ ଟିମ ଧାରଣା ସ୍ଥଳକୁ ଆସିଥିଲେ । ସେଠାରେ ଆନ୍ଦୋଳନକାରିଙ୍କ ସହ ବହୁ ସମୟ ଧରି ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା । ଜିଲ୍ଲା ଇତିହାସରେ ପ୍ରଥମ କରି ସିନାପାଲି ବ୍ଲକ କୁଶୁମଜୋର ପଞ୍ଚାୟତ ନୁଆଁଗୁଡ଼ା ଗ୍ରାମସଭାକୁ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ପ୍ରଦାନ କରିଥିଲେ । ଏହି ଆଇନ ବଳରେ ଗାଁ ଲୋକଙ୍କୁ ୮୨.୮ ହେକ୍ଟର ଜଙ୍ଗଲର ଏକ ପଟ୍ଟାକୁ ନୁଆଁଗୁଡ଼ା ଗାଁ କମିଟି ସଭାପତି ବଲମତ ମାଝି ଓ ଧନୁ ମାଝିଙ୍କୁ ଉପ ଜିଲ୍ଲାପାଳ ଶ୍ରୀ ନାଏକ ପ୍ରଦାନ କରିଥିଲେ । ସେହିପରି ଆସନ୍ତା ୨ ମାସ ଭିତରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ତରଫରୁ ଏକ ସ୍ୱତନ୍ତ୍ର ଟିମ ଜଙ୍ଗଲ ଭିତରେ ବସବାସ କରୁଥିବା ବନବାସୀ, ଆଦିବାସୀ, ଅଣ ଆଦିବାସୀଙ୍କ ଜଙ୍ଗଲ ଜମି ଅଧିକାର ଉପରେ ସର୍ଭେ କରାଯିବ । ସେଥିରେ ଅଧିକାରୁ ଅଧିକ ବନବାସୀଙ୍କୁ ବ୍ୟକ୍ତିଗତ ଜମି ପଟ୍ଟା ପ୍ରଦାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିର୍ଭରଯୋଗ୍ୟ ପ୍ରତିଶୃତି ଦେବାରୁ ଆନ୍ଦୋଳନକାରୀ ମାନେ ଧାରଣାରୁ ପ୍ରତ୍ୟାହୃତ ହୋଇଥିଲା । ଆସନ୍ତା ଫେବୃୟାରୀ ୯ ତାରିଖରେ ନୁଆଁଗୁଡ଼ା ଗାଁରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନର ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ ସ୍ଥିର ହୋଇଥିଲା । ଆସନ୍ତା ଏପ୍ରିଲ ୧ ତାରିଖରେ ଜମି ଜଙ୍ଗଳ ମୁକ୍ତି ଆନ୍ଦୋଳନର ସଦସ୍ୟ ମାନଙ୍କୁ ଏକ ବୈଠକ ଅନୁଷ୍ଠିତ ହେବ ଓ ଜିଲ୍ଲା ପ୍ରଶାସନ ଦେଇଥିବା ପ୍ରତିଶୃତିର କାର୍ଯ୍ୟକାରତା ଉପରେ ସମୀକ୍ଷା କରାଯିବ । ଜିଲ୍ଲା ପ୍ରଶାସନ ତାର ପ୍ରତିଶୃତି ପାଳନ କରିବାରେ ଅବହେଳା କରିଥିଲେ ଜମି ଜଙ୍ଗଳ ମୁକ୍ତି ଆନ୍ଦୋଳନ ତରଫରୁ ଆନ୍ଦୋଳନ ଆହୁରୀ ଭୟାବହ ହେବ ବୋଲି ଜିଲ୍ଲା ପ୍ରଶାସନକୁ ଜମି ଜଙ୍ଗଳ ମୁକ୍ତି ଆନେ୍ଦାଳନର ରାଜ୍ୟ ଆବାହକ ଖୁଟୁରାମ ସୁନାନୀ ଚେତାବନୀ ଦେଇଛନ୍ତି । ଆଦିବାସୀ ନେତା ହୀରାଲାଲ ମାଝି, ମେଘନାଦ ଖର୍ସେଲ, ବିଜୟ ଝାଙ୍କର, ଭୁଜବଲ ମାଝି, ଚୈତନ ମାଝି, ହନୁରାମ ମାଝି, ବଲମତ ମାଝି, ଯୁଧିଷ୍ଠିର ସାହୁ, ଗୋବିନ୍ଦ ମାଝି, ଟିକେରାମ ମାଝି, ଖିରମନ ମାଝି, ଗୌତମ ମିର୍ଦ୍ଧା ପ୍ରମୁଖ ଧାରଣାରେ ସାମିଲ ଥିଲେ ।

ଗଜପତି ଜିଲ୍ଲା ଗସ୍ତରେ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ; ଉନ୍ନତ ମାନର ଶିକ୍ଷା ଉପରେ ଗୁରୁତ୍ୱାରୋପ …!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଓଡିଶା ବିଧାନସଭାର ଷ୍ଟାଣ୍ଡିଙ୍ଗ କମିଟି ଗଜପତି ଜିଲ୍ଲା ଗ୍ରସ୍ତ କରି ଫେରିଛନ୍ତି । କମିଟିର ଅଧ୍ୟକ୍ଷ ଭୁପେନ୍ଦ୍ର ସିଂ ଏବଂ ବିଧାୟକ ଶଙ୍କର ଓରାମ୍ ୨ଜଣଙ୍କ ସହ ଗଜପତି ଜିଲ୍ଲାପାଳ ଅନୁପମ ସାହା ଏବଂ ଜିଲ୍ଲାସ୍ତରୀୟ ପଦାଧିକାରୀମାନେ ଜିଲ୍ଲାର କେତେକ ଆଦର୍ଶ ବିଦ୍ୟାଳୟ , ପ୍ରାଇମେରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଆଦିକୁ ଯାଇ ସେଠାକାର ଭିତ୍ତିଭୁମି ପରଖିବା ସହ ଶିକ୍ଷାଦାନ ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ । ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସମିକ୍ଷା ବୈଠକରେ ଯୋଗ ଦେଇ ଗଜପତି ଜିଲ୍ଲାରେ ଶିକ୍ଷାର ଉନ୍ନତି ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶେଷ କରି ଆଦର୍ଶ ବିଦ୍ୟାଳୟ ଗୁଡିକରେ ବିଭିନ୍ନ ଉନ୍ନତି ସହ ଉନ୍ନତମାନର ଶିକ୍ଷାଦାନ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ସରକାରୀ ପ୍ରାଇମେରି ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଁ ଆବଶ୍ୟକୀୟ ଉନ୍ନତି ଓ ଶିକ୍ଷାଦାନ ବ୍ୟବସ୍ଥାକୁ ଦ୍ୱିଗୁଣିତ କରି ଉତ୍ତମ ପରୀକ୍ଷା ଫଳ ଆଣିବାକୁ ପଡିବ । ଗଜପତି ଜିଲ୍ଲାରେ ରହିଥିବା ସମସ୍ତ ଛାତ୍ରବାସ ଗୁଡିକରେ ରହିଥିବା ବିଭିନ୍ନ ସମସ୍ୟା ତୁରନ୍ତ ସମାଧାନ କରି ଆବଶ୍ୟକୀୟ ଉନ୍ନତି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ , ଜିଲ୍ଲାପରିଷଦ ସଭାପତି ଅନିତାରାଣୀ ବେହେରା , ଓଡ଼ିଶାର ଶିକ୍ଷା ବିଭାଗ ସଚିବ ଡଃ. ଅରୁଣ କୁମାର ତ୍ରିପାଠୀ ପ୍ରମୁଖଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀ , ବିଭିନ୍ନ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇଥିଲେ ।

ବଡଖୋଲି ଗ୍ରାମ ପଞ୍ଚାୟତ ର ୧୮ଗୋଟି ପ୍ରକଳ୍ପ ଉଦଘାଟିତ…!

!!! ଗଞ୍ଜାମ୍ ଜିଲ୍ଲା ରୁ ଛତ୍ରପୁର ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଆସ୍କା) – ଗଞ୍ଜାମ ଜିଲ୍ଲା ଆସ୍କା ବ୍ଲକ ଅନ୍ତର୍ଗତ ବଡଖୋଲି ଗ୍ରାମ ପଞ୍ଚାୟତ ର ୧୮ଗୋଟି ପ୍ରକଳ୍ପକୁ ମାନ୍ୟବର ବିଧାୟକ ପୋଲସରା ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି।ମାନ୍ୟବର ବିଧାୟିକା ଆସ୍କା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ ଯୋଗ ଦେଇଛନ୍ତି।ଆସ୍କା ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷା,ସରପଞ୍ଚ ସମିତିସଭ୍ୟ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବଡଖୋଲି ପଞ୍ଚାୟତ ର ସମସ୍ତ ଜନସାଧରଣ ଉପସ୍ଥିତ ଥିଲେ।

ଡୁରା ରାମନାରାୟଣ ମହାବିଦ୍ୟାଳୟ ର ୩୭ତମ ବାର୍ଷିକ ଉତ୍ସବ ପାଳନ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଗୋପାଳପୁର) – ଗୋପାଳପୁର ଡୁରା ରାମନାରାୟଣ ମହାବିଦ୍ୟାଳୟ ର ୩୭ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି।ମାନ୍ୟବର ବିଧାୟକ ଗୋପାଳପୁର ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି।ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଛନ୍ତି।ଓଡ଼ିଆ ସିନେତାରକା ଅଭିନେତ୍ରୀ ଶିତଲ, ହାସ୍ୟ ଅଭିନେତା ମଣି, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷ,ଅଧ୍ୟାପକ ଅଧ୍ୟାପିକା,ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।

ନୂଆଗଡ଼ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ହନୁମାନ ମନ୍ଦିର ର ରତ୍ନ ମୁଦ ନିମନ୍ତେ କଳସ ଯାତ୍ରା…!

!!! ଗଞ୍ଜାମ ଜିଲ୍ଲା ବେଗୁନିଆପଡା ରୁ ମୁନା ନାୟକଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡ଼ା) – ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ନୂଆଗଡ଼ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ହନୁମାନ ମନ୍ଦିର ର ରତ୍ନ ମୁଦ ନିମନ୍ତେ ବନଯାଗ, ଅଙ୍କୁରାରୋପଣ, ମଙ୍ଗଳକରଣ, ନାମଯଜ୍ଞ, ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା, ଅଗ୍ନି ସଂସ୍କାର,ଘୃତ ଯଜ୍ଞ, ଅନ୍ନ ଯଜ୍ଞ, କଳସ ଯାତ୍ରା ଆଦି ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୋହିତ ଭାବେ ପଣ୍ଡିତ ବିରୂପାକ୍ଷ ଦାଶ ଶର୍ମା ଏବଂ ଅନ୍ୟାନ୍ୟ ପଣ୍ଡିତ ମାନେ ପୂଜା ନିର୍ବାହ କରିଛନ୍ତି ଏବଂ ନୂଆଗଡ଼ ଗ୍ରାମ ର ସମସ୍ତ ଗ୍ରାମବାସୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଛନ୍ତି ।

୬୦ କୋଟି ର ଜିଏସଟି ଠକେଇ ମାମଲାରେ ରାଜଗାଙ୍ଗପୁର ର ବ୍ୟବସାୟୀ ରାୟପୁର ରୁ ଗିରଫ…!

!!! ସୁନ୍ଦରଗଡ ଜିଲ୍ଲା ରୁ ରାଜଗାଙ୍ଗପୁର ପ୍ରତିନିଧି ରମେଶ ମିଶ୍ର ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ରାଜଗାଙ୍ଗ) – ୬୦ କୋଟି ର ଜିଏସଟି ଠକେଇ ମାମଲା:ତଦନ୍ତ ହେଲେ ଆହୁରି ଗୁମର ଫିଟିବ ସହର ର ଜୈନିକ ବ୍ୟବସାୟୀ ୬୦କୋଟି ଟଙ୍କା ଜିଏସଟି ଠକେଇ ମାମଲା ରେ ଗିରଫ ହେବା ପରେ ରାଜଗାଙ୍ଗପୁର ର ବହୁ ଅସାଧୁ ବ୍ୟବସାୟୀଙ୍କ ମନରେ ଛନକା ପଶିଯାଇଛି । ଏକ ସମୟରେ ରାଜଗାଙ୍ଗପୁର ର ପ୍ରକାଶ ଦଧିଚି ବସ ଷ୍ଟାଣ୍ଡ ନିକଟରେ ଏକ ଛୋଟିଆ ସାଇକେଲ ଦୋକାନରୁ ସାଇକେଲ ମରାମତି ରୁ ନିଜ ବ୍ୟବସାୟ ଆରମ୍ଭ କରିଥିଲେ ।ଏଥିରେ ସଫଳ ନ ହେବାରୁ ଲୁହା ପଥର ବ୍ୟବସାୟ ରେ ପାଦ ଦେଇଥିଲେ । ଏହା ପରେ ସେ ଲୁହାପଥର, ସ୍ପଞ୍ଜ କିଣା ବିକା ରେ ଦଲାଲ ସାଜି ବିଭିନ୍ନ ଉପାୟରେ କୋଟି କୋଟି ଟଙ୍କା ଠକି ରାତାରାତି ବଡ଼ ଲୋକ ସାଜିଥିଲେ । ପ୍ରକାଶ ଦଧିଚୀ ୨୦୧୮ ରୁ ୨୦୧୯ ଏକ ବର୍ଷ ଭିତରେ ପାଖା ପାଖି ସାତ ରୁ ଦଶ ଟି ଜାଲ କମ୍ପାନୀ ଖୋଲି ୪୦୦ କୋଟିରୁ ଉର୍ଦ୍ଧ ଟଙ୍କାର ଜାଲି ବିଲ କରି ୬୦ କୋଟିରୁ ଉର୍ଦ୍ଧ ଟଙ୍କାର ର

ଜିଏସଟି ଠକେଇ କରିଥିଲେ । ରାଉରକେଲା ରୁ ଆରମ୍ଭ ହୋଇଥିବା ଏକ ବଡ଼ ଧରଣର ଜିଏସଟି ଠକେଇ ମାମଲାର ଚେର ରାଜଗାଙ୍ଗପୁର ପର୍ଯ୍ୟନ୍ତ ଲମ୍ବିଛି । ଗତ ମାସ ଜାନୁଆରୀ ୩୧ ତାରିଖରେ ଜିଏସଟି ବିଭାଗ ର ଅଧିକାରୀ ମାନେ ରାଜଗାଙ୍ଗପୁର ସ୍ଥିତ ତାଙ୍କ ବାସ ଭବନରେ ଚଢ଼ାଉ କରିଥିଲେ । ଏହି ସମୟରେ କୌଶଳ କ୍ରମେ ପ୍ରକାଶ ଫେରାର ମାରି ରାଏପୁର ଚାଲି ଯାଇଥିଲେ । ସେଠାରେ କିଛି ଦିନ ଲୁଚି ରହିବା ପରେ ଧରାପଡିବା ଆଶଙ୍କା ରେ ସେ ପୁଣି ଜୟପୁର କୁ ଫେରାର ମାରିବାକୁ ଯୋଜନା ରଚିଥିଲେ । କେନ୍ଦ୍ରୀୟ ଜିଏସଟି ର ଏକ ଟିମ ପ୍ରକାଶଙ୍କ ମୋବାଇଲ କୁ ଟ୍ରାକ କରିବା ସହ ତାଙ୍କୁ ଗିରଫ କରିବାକୁ ଏକ ଜାଲ ବିଛାଇଥିଲେ ଗତକାଲି ରାୟପୁର ରୁ ପ୍ରକାଶ ନିଜ ପରିବାର ସହ ଫେରାର ମାରୁଥିବା ସମୟରେ କେନ୍ଦ୍ରୀୟ ଜିଏସଟି ଇଣ୍ଟିଲିଜେନ୍ସ ବିଭାଗ ଏଆରପୋର୍ଟରୁ ଗିରଫ କରିଥିଲା । ଗିରଫ ସମୟରେ ତାଙ୍କ ନିକଟରୁ ନଗଦ ୮୯ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ୍ୟ ଜବତ କରାଯାଇଛି ।ପ୍ରକାଶଙ୍କ ଗିରଫ ପରେ ଅନେକ ଗୁଡାଏ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି । ପାଠ ବେଶି ପଢ଼ିନଥିବା ପ୍ରକାଶଙ୍କ ମୁଣ୍ଡରେ ଏତେ ବୁଦ୍ଧି ଆସିଲା କେଉଁଠି ? ଏହି ଠକେଇ ପଛରେ ଆଉ କାହାର ବୁଦ୍ଧି ନାଇଁ ତ? ଛୋଟ ମାଛ ଜାଲ ରେ ପଡି ଥିବା ବେଳେ ବଡ଼ ମାଛ କେବେ ଧାରା ପଡିବେ ? ରାଜଗାଙ୍ଗପୁର ର ବହୁ ବଡ଼ ବଡ଼ କମ୍ପାନୀ ମାଲିକ ଏଥିରେ ସମ୍ପୃକ୍ତ ଆଛନ୍ତି କି? ଏଭଳି ଅନେକ ପ୍ରଶ୍ନ ରହିଛି । କେନ୍ଦ୍ରୀୟ ଜିଏସଟି ଟିମ ପ୍ରକାଶ କୁ ଚଉଦ ଦିନ ରିମାଣ୍ଡରେ ନେଇଛି । ତାଙ୍କୁ ସଠିକ ଭାବରେ ଜେରା କଲେ ଆହୁରି ଅଧିକ ଗୁମର ଫିଟିବା ସହ ଅସଲି ତଥ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ହଉଛି । ବିରି ମାଡ଼ ଦେଖି କୋଳଥ ଚେପା ଭଳି ବହୁ କମ୍ପାନୀ ମାଲିକଙ୍କ ଭିତରେ ଭାଲେଣି ପଡ଼ିଗଲାଣି । ରାଜଗାଙ୍ଗପୁର ସ୍ଥିତ ଅନେକ ବଡ଼ ବଡ଼ କମ୍ପାନୀ ସହ ପ୍ରକାଶଙ୍କ ବ୍ୟାବସାୟିକ ସମ୍ବନ୍ଧ ରହିଥିବାବେଳେ ବିଭାଗୀୟ ଅଧିକାରୀ ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ ଆହୁରି ଗୁମର ଫିଟିବା ସହ ବଡ଼ ମାଛ ମଧ୍ୟ ଜାଲ ରେ ପଡି ପାରନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଲାଞ୍ଚ ନେଇ ଖୋର୍ଦ୍ଧା ଯୋଗାଣ ନିରୀକ୍ଷକ ଗିରଫ ।

ଏଥର ସମ୍ଭାଳ ବ୍ୟୁରୋ (ଖୋର୍ଦ୍ଧା) – ଖୋର୍ଦ୍ଧା ବ୍ଲକର ଯୋଗାଣ ନିରୀକ୍ଷକ ମାର୍ଶାଲିନ ପଢିହାରି କିରୋସିନ ଉଠାଣ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ସୂଚନା ଅନୁଯାୟୀ, ପଲ୍ଲା ଅଞ୍ଚଳର ଡିଲର ଅମ୍ବିକା ପ୍ରସାଦ ଦାସଙ୍କ ଠାରୁ ଖୋର୍ଦ୍ଧା ବ୍ଲକର ଯୋଗାଣ ନିରୀକ୍ଷକ ମାର୍ଶାଲିନ ପଢିହାରି କିରୋସିନ ଉଠାଣ ପାଇଁ ଅନୁମତି ଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ସେହି ସମୟ ମାର୍ଶାଲିନ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।
ଅମ୍ବିକା ୧୬ଜଣ କଣ୍ଟ୍ରୋଲ ଡିଲରଙ୍କ ଠାରୁ ୨୦ହଜାର ଟଙ୍କା ନେଇ ଯୋଗାଣ ନିରୀକ୍ଷକଙ୍କୁ ଦେଉଥିବା ବେଳେ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଖୋର୍ଦ୍ଧା,ନୟାଗଡ,ଭୁବନେଶ୍ୱର ଭିଜିଲାନ୍ସ ଟିମର ମିଳିତ ଭାବେ ଚଢ଼ାଉ କରି ଯୋଗାଣ ନିରୀକ୍ଷକଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ନଗଦ ଟଙ୍କା ଜବତ କରିଛନ୍ତି । ଏହିପରି ପ୍ରତି ମାସରେ କିରୋସିନ ଉଠାଣ ଅନୁମତି ପାଇଁ ଖୋର୍ଦ୍ଧା ବ୍ଲକର ଯୋଗାଣ ନିରୀକ୍ଷକ ମାର୍ଶାଲିନ ପଢିହାରି ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । ସେହିପରି ମାର୍ଶାଲିନଙ୍କ ଡୁମୁଡୁମା ସ୍ଥିତ ବାସଭବନ ଚଢାଉ ଚାଲିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା