ରାଇକିଆ ଠାରେ ଚୋର ଓ ପୋଲିସ କତୃପକ୍ଷ ଙ୍କ ମଧୁଚନ୍ଦ୍ରିକା କୁ ନେଇ ଅଭିଯୋଗ।

!!! କନ୍ଧମାଳ ଜିଲ୍ଲା ରାଇକିଆ ରୁ ନୃସିଂହ ଚରଣ ଦାସ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାଇକିଆ) – କନ୍ଧମାଳ ଜିଲ୍ଲା ରାଇକିଆ ଥାନା କରଡା ଗ୍ରାମରେ ଥିବା ହନୁମାନ ମନ୍ଦିର ପୂଜାରୀଙ୍କ ଘରେ ଗତ ୨୫/୧/୨୦ ତାରିଖ ଦିନ ରାତିରେ ତିନିଜଣ ମୁଖା ପିନ୍ଧା ଯୁବକ ପସି ପୂଜକଙ୍କୁ ବନ୍ଧୁକ ଦେଖାଇ 36 ହଜାର ଟଙ୍କା ଲୁଟି ନେଇଥିଲେ ଅନ୍ୟ ଜଣେ ଘର ବାହାରେ ଅପେକ୍ଷା କରିଥିଲେ ।ଏଇ ମାନଙ୍କ ମଧ୍ୟରୁ ପୂଜକ ଜଣକୁ ଚିହ୍ନି ପାରିଥିବା ନେଇ ରାଇକିଆ ଥାନାରେ ଅଭିଯୋଗ କରିବା ରାଇକିଆ ଥାନା ଅଧିକାରୀ ତଦନ୍ତକରି ପୂଜକଙ୍କ ଦ୍ୱାରା ଚିହ୍ନଟ ରାଇଜିଆ ପଞ୍ଚୟତ ସହି ନିଵାସୀ ନାଗାର୍ଜୁନ ନାୟକ ଙ୍କୁ ଥାନାକୁ ନେଇ ତଦନ୍ତ କରିଥିଲେ । ବନ୍ଧୁକ ଦେଖାଇ ଚୋରି କରିଥିବା ଚାରି ଜଣ ଙ୍କ ମଧ୍ୟରୁ ନାଗାର୍ଜୁନ ଜଣେ ହୋଇଥିବେଳେ ରାଇକିଆ ଥାନାବାବୁ ନାଗାର୍ଜୁନ କୁ ଥାନାକୁ ନେଇ ନାମକୁ ମାତ୍ର କେସଟିଏ ରୁଜୁ କରି ଗିରଫ ନକରି ଛାଡ଼ି ଦେଇଥିବା ଅଭିଯୋଗ କରି ଗ୍ରାମବାସୀ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏଥିରେ ସେମାନେ ନାଗାର୍ଜୁନ ଥାନାବାବୁ ଙ୍କ ଛତ୍ର ଛାୟା ତଳେ ରହି ନାନା ପ୍ରକାର ଅନୈତିକ କାର୍ଯ୍ୟ କରୁଥିବା ଅଭିଯୋଗ ଉଲ୍ଲେଖ କରିଛନ୍ତି । ଏପରିକି ଏ ଏସ ଆଇ ସୁନୀଲ କୁମାର ବେହେରା ସମ୍ପୂର୍ଣ୍ଣ ସହଯୋଗ କରୁଥିବା ଭଳି ସଙ୍ଗିନ ଅଭିଯୋଗ ମଧ୍ୟ କରିଛନ୍ତି । ପରେ ଥାନା ଅଧିକାରୀ ଚିହ୍ନଟ ନାଗାର୍ଜୁନ ସ୍ଥାନୀୟ ଅଞ୍ଚଳରୁ ବଟି ଆଦାୟ କରିବା ସହ ତାର ଥାନା ବାବୁ ମାନେ ଅଛନ୍ତି ତାକୁ କେହି କିଛି କରିପାରିବେ ନାହିଁ ବୋଲି କହୁ ଥିବାରୁ ଅନ୍ୟ ଉପାୟ ନପାଇ ଗ୍ରାମବାସୀ ଆରକ୍ଷୀ ଅଧିକ୍ଷକ ଙ୍କ ସହାୟତା ଲୋଡି ସେମାନଙ୍କ ଅଞ୍ଚଳ ରୁ ଚୋର ମାନଙ୍କୁ ଧରିବା ନିମନ୍ତେ ଅନୁରୋଧ କରିଥିବା ଦର୍ଶାଇଛନ୍ତି।ଏସଂକ୍ରାନ୍ତରେ ରାଇକିଆ ଥାନା ଆଇଆଇସି କିମ୍ବା କନ୍ଧମାଳ ଏସ ପି ଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇପାରି ନାହିଁ ।

ଖଂକିରା ସରସ୍ବତୀ ଶିଶୁ ମନ୍ଦିର ରେ ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି |

!!! ଢେଙ୍କାନାଳ ଜିଲ୍ଲା ରୁ ସ୍ଵତନ୍ତ୍ର ପ୍ରତିନିଧି ପ୍ରଦୀପ ଦାଶ ଙ୍କ ରିପୋର୍ଟ୍ !!!

ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଖଁକିରା ଠାରେ ନୂତନଭାବେ ପବିତ୍ର ଶ୍ରୀପଞ୍ଚମୀ ରେ ପ୍ରଥମବାର୍ଷିକ ଉତ୍ସବ ସହିତ ତୃତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ମହାଆଡ଼ମ୍ବର ରେ ପାଳିତ ହୋଇଯାଇଛି | ଏହି ସମାରୋହ ଦିବସରେ ସରସ୍ବତୀ ବିଦ୍ୟାମନ୍ଦିର ସଭାପତି ରଞ୍ଜନ କୁମାର ମହାପାତ୍ର ଙ୍କ ସଭାପତିତ୍ୱ ରେ ମୁଖ୍ୟଅତିଥି ଜିଲ୍ଲା ପ୍ରମୁଖ ଦ୍ୱାରିକାନାଥ ରାଉତ ,ମୁଖ୍ୟ ବକ୍ତା ଜିଲ୍ଲା ଶିକ୍ଷକ ସଙ୍ଘ ସଭାପତି ହେମନ୍ତ ବ୍ରହ୍ମ ,ସଂମ୍ମାନିତ ଅତିଥି ନିହଲପ୍ରସାଦ ଥାନା ର ଭାରପ୍ରାପ୍ତ ଅଧିକାରୀ ରତ୍ନାକର ମଲ୍ଲିକ ,ସି ଆର ସି ବିଚିତ୍ରାନନ୍ଦ ଦାସ ଯୋଗ ଦେଇଥିଲେ | ଶିଶୁ ବିଦ୍ୟାମନ୍ଦିର ସମ୍ପାଦକ ରାଜେଶ କୁମାର ସାହୁ ଅତିଥି ମାନଙ୍କର ପରିଚୟ କରିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ | ଅତିଥି ମାନେ ନିଜନିଜର ବୌଦ୍ଧିକ ରେ ସମୟାନୁବର୍ତ୍ତିତା ,ଶୃଙ୍ଖଳିତ ହେବା ପ୍ରତି ବିଶେଷ ଧ୍ୟାନ ଉପରେ ଗୁରୁତ୍ୱ ଦେବାନିମନ୍ତେ ବିଦ୍ୟାଳୟ ର ସଭାପତି ଓ ସମ୍ପାଦକ ଙ୍କ ସହିତ ଗୁରୁଜୀ ଓ ଗୁରୁ ମା ମାନଙ୍କୁ ଆଶୁ ବଚନ ପ୍ରଦାନ କରିଥିଲେ | ଏଥିସହିତ ଶିଶୁ ବିଦ୍ୟାମନ୍ଦିର ର ଉଜ୍ଜଳଭବିଷ୍ୟତ ର ଶୁଭକାମନା କରିଥିଲେ | କୁନିକୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ସଂସ୍କୃତିକକାର୍ଯ୍ୟକ୍ରମ କୁ ମନଭରି ଉପଭୋଗ କରିଥିଲେ।

ଘାସ ମରା କୀଟନାଶକ ପ୍ରଭାବ ରେ ୧୫ ଛେଳି ମୃତ।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ ପ୍ୟାରୀଲାଲ ଦୁର୍ଗା ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଳକ ଅନ୍ତର୍ଗତ ରଙ୍କାବାହଲ ଗାଁ ରେ ଅଭାବନୀୟ ଘଟଣା ଘଟିଛି , ରଙ୍କାଵାହାଲ ଗାଁ ର ଜଣେ ଚାଷୀ ଘାସମରା କୀଟନାଶକ ଜମି ରେ ମାରିଥିଲେ ,ଆଜି ସକାଳୁ ଛେଳି ରାଶି ଚରିବାକୁ ଯାଇଥିବା ବେଳେ ଜମି ରେ ଥିବା ଲଟା ଖାଇ ଦେଇଥିଲେ କୀଟନାଶକ ପ୍ରଭାବ ଯୋଗୁ ସବୁ ଛେଳି ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି।

ତୁଲାରାମ ପଟେଲ୍ ଙ୍କ ପାଞ୍ଚ ପଟ , ଶଶି ପଟେଲ ଙ୍କ ଦୁଇ , ଯୁଧିଷ୍ଠି ପଟେଲଙ୍କ ଗୋଟିଏ , ଲକ୍ଷ୍ମଣ ପଟେଲ ଙ୍କ ସାତଟି ଛେଳି ମୃତ୍ୟୁ ହୋଇଥିବା ଜଣାଯାଇଛି । ଖବର ପାଇ ଧର୍ମଗଡ ରାଜସ୍ବ ନିରୀକ୍ଷକ ଓ ପର୍ଲା ଓ ଧର୍ମଗଡ ଗୋଷ୍ଠୀ ପ୍ରାଣିଧନ ଅଧିକାରି ଡ, ଆଭା ମଞ୍ଜରି ,ପର୍ଲା ପଶୁ ସମ୍ପଦ ଅଧିକାରି ସୁଧାନ୍ସୁଂ ବେହେରା ,ରଙ୍କାବାହଲ ପହଞ୍ଚି ମୃତ ଛେଳି ମାନଙ୍କ ବ୍ଯବଛେଦ କରିଛନ୍ତି ।

5ଟି ସଚିବଙ୍କ ତାରାତାରିଣୀ ପୀଠ ଦର୍ଶନ : ମନ୍ଦିରର ବିଭିନ୍ନ ସମସ୍ୟା ବିଷୟରେ ସେବାୟତଙ୍କ ସହ କଲେ ଆଲୋଚନା । 

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – ରାଜ୍ୟ ସରକାରଙ୍କ 5ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ ଗଞ୍ଜାମର ପ୍ରସିଦ୍ଧ ଦେବୀ ପୀଠ ତାରାତାରିଣୀ ଅଚାନକ ଗସ୍ତ କରିଛନ୍ତି । ଆଜି ପୂର୍ବାହ୍ନରେ ମାଆ ତାରାତାରିଣୀଙ୍କ ଗସ୍ତ କରିବା ସହ ପୀଠର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି l ସରକାର ରାଜ୍ୟର ବିଭିନ୍ନ ଐତିହ ଏବଂ ସଂସ୍କୃତି ସଂପନ୍ନ ମନ୍ଦିରର ବିକାଶ ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା କରୁଛନ୍ତି । ସେ ମଧ୍ୟରେ ତାରାତାରିଣୀ ପୀଠ ମଧ୍ୟ ସାମିଲ ହୋଇଛି ।ପୀଠକୁ ଅଧିକରୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ଚାଲିଥିବା ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏଥିସହ ମନ୍ଦିରରେ ଥିବା ବିଭିନ୍ନ ସମସ୍ୟା ନେଇ ସେବାୟତଙ୍କ ସହ ଆଲୋଚନା କରିଛନ୍ତି 5-ଟି ସଚିବ ।ଏ ଅବସରରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ପିଡି ଡିଆରଡିଏ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

ବିଦ୍ୟୁତ ଆଘାତରେ ଚାଲିଗଲା କୃଷକର ଜୀବନ।

!!! ଗଂଜାମ ଜିଲ୍ଲା ଖଲ୍ଲିକୋଟରୁ ଅଶ୍ୱିନୀ କୁମାର ମହାନ୍ତି ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଖଲ୍ଲିକୋଟ) – ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ କୃଷକର ମୃତ୍ୟୁ ହୋଇଯାଇଛି । ସୂଚନା ଅନୁଯାୟୀ ଭେଜିପୁଟ ଗ୍ରାମ ଓଡ଼ିଆ ସାହିର କୃଷକ ଜଗନ୍ନାଥ ପରିଡ଼ା ଆଜି ସକାଳୁ ଚାଷ କରିବା ପାଇଁ ନିଜ ବିଲକୁ ଯାଇଥିଲେ । ବିଲରେ ପରିବା ଚାଷ କରିବା ପାଇଁ ବାଉଁଶ ମାଧ୍ୟମରେ ବାଡ଼ ତିଆରି କରୁଥିବା ସମୟରେ ହଠାତ୍ ବିଲ ଉପରେ ଯାଇଥିବା ୩୩ କେଭି ବିଦ୍ୟୁତ ତାରରେ ବାଉଁଶ ନଳ ଟି ଲାଗିଯାଇଥିଲା । ଯାହା ଫଳରେ ବାଉଁଶ ନଳ ସହ ଜଗନ୍ନାଥ ବିଲରେ ଟଳିପଡ଼ିଥିଲେ । ପାଖ ବିଲରେ କାମ କରୁଥିବା କିଛି ଚାଷୀଙ୍କ ସହାୟତାରେ ଉଦ୍ଧାର କରାଯାଇଥିଲା ହେଲେ ସେତେ ବେଳକୁ ଜଗନ୍ନାଥଙ୍କ ଉଡ଼ିଯାଇଥିଲା ପ୍ରାଣବାୟୁ । ଗ୍ରାମବାସୀଙ୍କ ସହାୟତା ଓ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ଖଲ୍ଲିକୋଟ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ୍ୟୁ ଖବର ଶୁଣି ସ୍ତ୍ରୀ ମମି ପରିଡ଼ାଙ୍କର ପାଦତଳୁ ମାଟି ଖସିଯାଇଛି । ମୃତ ଜଗନ୍ନାଥ ଙ୍କ ଦୁଈ ଝିଅ ସନ୍ତୋଷୀ, ପୁଷ୍ପା ଏଵଂ ଗୋଟିଏ ପୁଅ ବିଷ୍ଣୁ, ସୁରାଟ ରେ ଥିବାବେଳେ… ଆଉ ମାତ୍ର ୨୦ ଦିନ ପରେ ବଡ଼ଝିଅ ସନ୍ତୋଷୀ ର ବିବାହ ହୋଇଥାନ୍ତା l ହେଲେ ବାପାଙ୍କ ଏଭଳି ମୃତ୍ୟୁ ଘଟଣାକୁ ନେଇ ପରିବାର ବର୍ଗ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିବା ବେଳେ ଗ୍ରାମବାସୀ ମୃତକ ପରିବାର କୁ କ୍ଷତିପୂରଣ ଦେବାପାଇଁ ଦାବି କରିଛନ୍ତି l