ଦିଲ୍ଲୀରେ ହିଂସା ରଚୁଥିଲେ ବାଂଲାଦେଶୀ ଅନୁପ୍ରବେଶକାରୀ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଦିଲ୍ଲୀ ପୁଲିସ୍‌ର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ ଜାଣିବାକୁ ପାଇଛି ପୂର୍ବ ଦିଲ୍ଲୀର ସୀମାପୁରୀ ଓ ସୀଲାମପୁରରେ ଘଟିଥିବା ହିଂସାରେ ବହୁ ବେଆଇନ ଅନୁପ୍ରବେଶକାରୀ ଥିଲେ। ସେମାନେ ସମସ୍ତେ ବାଂଲାଦେଶୀ ଥିଲେ ବୋଲି ମଧ୍ୟ ଜଣାପଡ଼ିଛି। ପ୍ରାୟ ୧୫ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଦିଲ୍ଲୀ ପୁଲିସ୍‌ ଚିହ୍ନଟ କରିପାରିଛି। ସେମାନେ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ହେଉଥିବା ଆନ୍ଦୋଳନରେ ହିଂସା କାଣ୍ଡ ଘଟାଉଥିଲେ। ସୀମାପୁରୀ ଅଞ୍ଚଳରେ ଶୁକ୍ରବାର ପ୍ରାର୍ଥନା ପରେ ଘଟିଥିବା ହିଂସା ଏମାନେ ହିଁ ଭିଡ଼ ଭିତରୁ କରୁଥିଲେ ବୋଲି ଜଣାପଡ଼ିଛି। ଏମାନେ ଖୁବ ଶୀଘ୍ର ଗିରଫ ହେବେ ବୋଲି କୁହାଯାଉଛି। ଦୁଇ ଡଜନ୍‌ ପିଏଫ୍‌ଆଇ କର୍ମୀ ମଧ୍ୟ ଏଥିରେ ସଂଶ୍ଲିଷ୍ଟ ଥିବା କୁହାଯାଉଛି। ହିଂସାବେଳେ ସେମାନେ ଘଟଣାସ୍ଥଳରେ ଥିଲେ କି ନା ବର୍ତ୍ତମାନ ଯାଞ୍ଚ କରାଯାଉଛି। ଦିଲ୍ଲୀ ପୁଲିସ୍‌ କହିଛି, ବେଆଇନ ଭାବେ ଭାରତକୁ ପଶିଆସିଥିବା ବାଂଲାଦେଶୀ ମୁସଲିମ୍‌ ଏହି ହିଂସାକାଣ୍ଡ ଘଟାଇଥିବା ପ୍ରମାଣ ମିଳିଛି। ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି ଏଭଳି କିଛି ବାଂଲାଦେଶୀ ଭିଡ଼ ଭିତରୁ ଗୁଳି ମଧ୍ୟ ଚଲାଉଥିଲେ।

ଆମେ ଇଞ୍ଚେ ବି ପଛକୁ ହଟିବୁ ନାହିଁ: ଅମିତ ଶାହା ।

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ) – ସାରା ଦେଶରେ ନାଗରିକତା ଆଇନ ବିରୋଧୀ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ଏଥିରୁ ଇଞ୍ଚେ ବି ପଛକୁ ହଟିବୁ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ରାଜସ୍ଥାନ ଯୋଧପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯଦି ସବୁ ରାଜନୈତିକ ଦଳ ଏକାଠି ଆସନ୍ତି, ତେବେ ସୁଦ୍ଧା ବିଜେପି ପଛକୁ ହଟିବ ନାହିଁ। ଯେତେ ପାର ଲୋକଙ୍କୁ ଭୁଲ ସୂଚନା ଦେଇ ଚାଲ ବୋଲି ବିରୋଧୀଙ୍କୁ କହିଛନ୍ତି ଶାହ। ସେହିପରି ବିତର୍କ ପାଇଁ ରାହୁଲଙ୍କୁ ଆହ୍ଵାନ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ। କହିଛନ୍ତି ରାହୁଲ ବାବା ଯଦି ଆଇନ୍‌ ପଢିଛନ୍ତି, ତାହାଲେ ଯେ କୌଣସି ସ୍ଥାନରେ ଚର୍ଚ୍ଚା କରିବାକୁ ଆସନ୍ତୁ । ଯଦି ଆଇନ ପଢି ନାହାନ୍ତି, ତାହାଲେ ଇଟାଲୀ ଭାଷାରେ ଅନୁବାଦ କରି ପଠାଇ ଦେବି।

ନବରଙ୍ଗପୁରରେ କାର ପୋଡ଼ି ଘଟଣାର ଖୁଲାସା ; ସିସିଟିଭି ଫୁଟେଜ ଖୋଲୁଛି ଘଟଣା ର ଗୁମର !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର): ଡିସେମ୍ବର ୨୫ ରାତି। ନୀଳ ରଙ୍ଗର ଟ୍ରାକ୍ଟର ଟାଣିଟାଣି ଆଣୁଛି ଲାଲ ରଙ୍ଗର ଭଙ୍ଗା ଦଦରା କାର। କାର୍‌ଟିକୁ ଟାଣି ଟାଣି ଅଣାଯାଇ ଡିପିସି ଅଫିସ ସାମ୍ନାରେ ରଖାଯାଇଥିଲା ।  ଡିସେମ୍ବର ୨୬। ନବରଙ୍ଗପୁରରେ କଂଗ୍ରେସ ବନ୍ଦ ପାଳନ। ପେଟ୍ରୋଲ ଓ ଡିଜେଲ ପ୍ରସ୍ତୁତ ରଖ । କହିଲେ ଜାଳିବ ।  ସେହି ଦିନ ଏହି କାରାରେ କେହିଁ ଦୁର୍ବୃତ୍ତ ନିଆଁ ଲଗାଇ ଦେଲେ। ଏହି ତିନିଟି ଘଟଣା ମଧ୍ୟରେ ଲିଙ୍କ୍‌ କଣ? ପ୍ରଦୀପ ମାଝୀଙ୍କ ଡ୍ରାମା କି? କୋଷାଗୁମୁଡା ଘଟଣାକୁ ନେଇ ହେଉଥିବା ଆନ୍ଦୋଳନକୁ ଲୋକ ଦେଖାଣିଆ କରିବାକୁ ଏପରି କରାଯାଇ ଥିଲା କି। ଯେଉଁ ଗାଡିର କିଏ ମାଲିକ ନାହାନ୍ତି, ପରିତ୍ୟକ୍ତ ପଡି ରହିଥିଲା ତାକୁ ଆଣି ରଖାଯାଇଥିଲା। ଆନ୍ଦୋଳନ ତୀବ୍ର ହୋଇଥିବା ଦର୍ଶାଇବାକୁ ନିଆଁ ଲଗାଯାଇଥିଲା କି। ଏହି ସିସିଟିଭି ଫୁଟେଜ୍‌ ଏବେ ସବୁ ଗୁମର ଖୋଲିଛି। ସେହି ଦିନ ହାଇଡ୍ରାମ ହୋଇଥିଲା। ଚର୍ଚ୍ଚା ହେଉଛି ପରଦା ପଛରେ ଡ୍ରାମା ମାଷ୍ଟର ଥିଲେ ପ୍ରଦୀପ ମାଝୀ।

ଚଳିତ ବର୍ଷ ଚିଲିକାରେ ବଢ଼ିଛି ପକ୍ଷୀ ସଂଖ୍ୟା, ୧୦ ଲକ୍ଷ ୫୦ରୁ ୧୦ ଲକ୍ଷ ୭୦ ହଜାର ପକ୍ଷୀ ପହଞ୍ଚିଛନ୍ତି ଚିଲିକାରେ ।

!!! ଖୋର୍ଦ୍ଦା ଜିଲ୍ଲା ବାଲୁଗାଁ ରୁ ଜଗନ ସୁବୁଦ୍ଧି ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବାଲୁଗାଁ) – ଚଳିତ ବର୍ଷ ଚିଲିକାରେ ବଢ଼ିଛି ପକ୍ଷୀ ସଂଖ୍ୟା । ଏଥର ପକ୍ଷୀ ସଂଖ୍ୟା ୧୦ ଲକ୍ଷ ୫୦ରୁ ୧୦ ଲକ୍ଷ ୭୦ ହଜାର ପକ୍ଷୀ ଚିଲିକାରେ ପହଞ୍ଚିଛନ୍ତି। ୨୦୧୯ରେ ମୋଟ ୧୦ ଲକ୍ଷ ୪୭ ହଜାର ପକ୍ଷୀ ଚିହ୍ନଟ ହୋଇଥିଲେ। ବିଦେଶୀପକ୍ଷୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛି। ଘେରି ଉଚ୍ଛେଦ ସ୍ଥାନରେ ପକ୍ଷୀ ଓ ଡଲଫିନ୍‌ ସଂଖ୍ୟା ବୃଦ୍ଧି ହୋଇଛି। ନଳବଣରେ ରହିଛନ୍ତି ୧୧୪ ପ୍ରଜାତିର ପକ୍ଷୀ। ନଳବଣରେ ୩ ଲକ୍ଷ ୭୪ ହଜାର ୭୫୨ ପକ୍ଷୀ ଅଛନ୍ତି। CDA ପକ୍ଷରୁ ଆଜି ହୋଇଥିଲା ସର୍ଭେ। ଗଣନାରେ ୨୯ଟି ଟିମ୍‌ରେ ୧୭୫ ଜଣ ସାମିଲ ଥିଲେ।

ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ ; ରାସ୍ତା କାମ ନିମ୍ନମାନର ଚାଲିଥିବା ଅଭିଯୋଗ ।

!!! କଳାହାଣ୍ଡି ଜିଲ୍ଲା ରୁ ଭବାନିପାଟନା ସଦର ପ୍ରତିନିଧି ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ୍  !!!  

ଏଥର ସମ୍ଭାଳ (କଳାହାଣ୍ଡି) – ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ରାସ୍ତା ନିର୍ମାଣ ନାଁରେ ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ତେବେ ଏହି ଯୋଜନା ଗୁଡିକ କେବଳ କାଗଜ କଲମରେ ସିମିତ ରହୁଥିବା ବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଗ୍ରାମାଞ୍ଚଳର ଲୋକେ ସରକାରଙ୍କ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଆଦିବାସୀ ଅଧ୍ୟୁସିତ କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକରୁ ଏଭଳି ଏକ ଅଭିଯୋଗ ଆସିଛି। ରାସ୍ତାକାମ ନିର୍ଦ୍ଦାରିତ ସମୟ ଟପିସାରିଥିବା ବେଳେ, ନିମ୍ନ ମାନର କାମ ଚାଲିଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ଆଦିବାସୀ ଅଧ୍ୟୁସିତ କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁର ବ୍ଲକ ମୁଖ୍ୟାଳୟ ଆର.ଡି ରାସ୍ତା ଠାରୁ ମେଲକୁନ୍ଦେଲ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଥୁଆମୁଳ ରାମପୁରରୁ ମେଲକୁନ୍ଦେଲ ପର୍ଯ୍ୟନ୍ତ ଦୀର୍ଘ ୯ କିଲୋମିଟର ଲମ୍ବରେ ନିର୍ମାଣ ହେଉଥିବା ଏହି ରାସ୍ତା ପାଇଁ ବ୍ୟୟ ଅଟକଳ ମୁଲ୍ୟ ୭ କୋଟି , ୧୦ ଲକ୍ଷ ୭୫୨୦ ଟଙ୍କା ରହିଛି। ଏହି ରାସ୍ତା କାର୍ଯ୍ୟଟି ୪/୦୩/୨୦୧୯ ମଧ୍ୟରେ ଶେଷ ହେବାକଥା। କିନ୍ତୁ ନିର୍ଦ୍ଧାରିତ ସମୟ ସୀମାର ୯ ମାସ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟ ସଂମ୍ପୂର୍ଣ୍ଣ ହୋଇପାରିନାହିଁ।

ବର୍ତ୍ତମାନ ଚାଲୁଥିବା ପିଚୁ ରାସ୍ତା କାମ ନିମ୍ନ ମାନର ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ରାସ୍ତା ତିଆରି ଶେଷ ନ ହେଉଣୁ ପିଚୁ ଉଠିବାକୁ ଲାଗିଲାଣି। ପୁର୍ବରୁ ଏହି ରାସ୍ତା ତିଆରିରେ ଦୁର୍ନୀତି ହେଉଥିବା ନେଇ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ଯାହା ଫଳରେ ଠିକାଦାର ମାଲେମାଲ ହେଉଥିବା ବେଳେ ଗ୍ରାମାଞ୍ଚଳର ଲୋକେ ଭଲ ରାସ୍ତା ଖଣ୍ଡେ ପାଇବାରୁ ବଞ୍ଚିତ ରହୁଛନ୍ତି। ସଂମ୍ପୃକ୍ତ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏବଂ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀ ଙ୍କ ତଦାରଖରେ ଅବହେଳା ଯୋଗୁ ଏହି ସଡକ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ମତାମତ ନେବା ପାଇଁ ଚେଷ୍ଟା କରିଥିଲେ କୌଣସି ମତାମତ ମିଳିପାରି ନାହିଁ।

ବିଭିନ୍ନ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ;ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ସ୍ଥିତି ଅପରିବର୍ତ୍ତିତ ରହିବ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଦକ୍ଷିଣ ପଶ୍ଚିମ ରାଜସ୍ଥାନରୁ ଝାଡଖଣ୍ଡ ପର୍ଯ୍ୟନ୍ତ ସୃଷ୍ଟ ଟ୍ରପଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗିରହିଛି। ଏହିଭଳି ବର୍ଷା ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଲାଗି ରହିବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ଏଥିପାଇଁ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଭଦ୍ରକ, ଅନୁଗୋଳ, ବାଲେଶ୍ୱର, ଯାଜପୁର, କୋରାପୁଟ, କଟକ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ ସୁନ୍ଦରଗଡ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସେହିପରି ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡିଶାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ରାଜ୍ୟରେ ବର୍ଷା ଜାରି ରହିଥିବାରୁ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ପାଗ କୋହଲା ରହିବ। ଫଳରେ ଆସନ୍ତା କିଛିଦିନ ପାଇଁ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବ। ପାଣିପାଗ କେନ୍ଦ୍ରର ସୂଚନାନୁସାରେ ଆସନ୍ତା ୬ତାରିଖ ପରେ ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ୨ରୁ ୩ଡିଗ୍ରୀ ହ୍ରାସପାଇବାର ସମ୍ଭାବନା ରହିଛି। ଅପରପକ୍ଷରେ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ କେତେକ ସତର୍କ ସୂଚନା ଜାରି କରାଯାଇଛି। ବିଶେଷକରି ଚାଷୀମାନଙ୍କୁ ଅମଳ ହୋଇଥିବା ଧାନକୁ ନଷ୍ଟ ହେବାରୁ ବଞ୍ଚାଇବା ପାଇଁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଏହା ବ୍ୟତୀତ ଶୀତକୁ ଦୃଷ୍ଟିରେ ରଖି ବାସହୀନ ଥିବା ଲୋକଙ୍କ ପାଇଁ ସ୍କୁଲ ଓ ଆଶ୍ରୟସ୍ଥଳୀଗୁଡିକୁ ରାତିରେ ମଧ୍ୟ ଖୋଲା ରଖିବାକୁ ପରାମର୍ଶ ଦିଆଯାଇଛି।

Ajira RasiFala 04.01.2020 (Saturday).

ମେଷ: ଅନ୍ୟର ନିୟନ୍ତ୍ରଣରେ ରହିପାରନ୍ତି। ବିବାଦରେ ଜଡ଼ିତ ହେବାର ସୂଚନା ମିଳୁଛି। ଅଯଥା ବିତର୍କରେ ଭାଗ ନ ନେଇ ନିରବ ରହିବା ସବୁଠୁଁ ଭଲ। ଚଞ୍ଚଳ ଚେଷ୍ଟିତ ହେବେ। ଖର୍ଚ୍ଚ ପରିମାଣ ବୃଦ୍ଧି ହେବ। ମଧୁର ବାକ୍ୟାଳାପରେ ପରକୁ ଆପଣାର କରିବେ।

ବୃଷ: ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସରକାରଙ୍କ କୃପାପାତ୍ର ହେବେ। ବ୍ୟବସାୟ ଭଲରେ ଚାଲିବ।

ମିଥୁନ: ସରକାରୀ ସ୍ତରରେ ସମ୍ମାନିତ ହେବେ। ଶୁଭଖବର ପାଇ ଉତ୍‍ଫୁଲ୍ଲିତ ହେବେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ବିବାଦରେ ବିଜୟୀ ହେବେ।

କର୍କଟ: ଧ୍ୟାନରତ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ସ୍ୱୟଂ ପ୍ରତିଭା ବଳରେ କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‍ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଦିନଟି ମଧ୍ୟମ ଧରଣର। ଭକ୍ତି ଗାଥା ଶ୍ରବଣ କରିବେ। ସୁଖ ମିଳିବ।

ସିଂହ: ସୁଖ ଭୋଗର ଆଶା ମଉଳି ଯାଇପାରେ। ଅର୍ଥାଭାବ ଦେଖାଦେବାର ସମ୍ଭାବନା ଅଛି। ଅଯଥାରେ ପାରିବାରିକ ଅଶାନ୍ତି ଦେଖାଦେବ। ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ। ସ୍ୱାସ୍ଥ୍ୟ ହାନିର ସଙ୍କେତ ମିଳୁଛି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ।

କନ୍ୟା: ମନ ପ୍ରସନ୍ନ ରହିବ। ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିପାରନ୍ତି। ପତ୍ନୀଙ୍କ ସହାୟତା ଫଳପ୍ରଦ ହେବ।

ତୁଳା: ମନରେ ଅହଂଭାବ ଜାଗ୍ରତ ହେବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ପ୍ରୀତି ହୋଇପାରନ୍ତି। ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହୋଇପାରେ। ଶୁଭ କାର୍ଯ୍ୟ କରଣୀୟ। ଋଣ ପରିଶୋଧ କରିପାରନ୍ତି।

ବିଛା: ବିଚାର-ବିମର୍ଶ କରି କାର୍ଯ୍ୟ କଲେ ସଫଳତା ମିଳିବ। ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବାର ସୁଯୋଗ ସୃଷ୍ଟି ହୋଇଛି। ଶୁଭଖବର ପାଇ ସନ୍ତୁଷ୍ଟ ହେବେ। ଦିନଟି ମଧ୍ୟମ ଧରଣର। ଦାମ୍ପତ୍ୟ ଜୀବନ ସୁଖପ୍ରଦକ ହେବ।

ଧନୁ: କୃଷି କର୍ମ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ମଧୁରଭାଷୀ ହେବେ। ଦ୍ରବ୍ୟନଷ୍ଟ ହେବା ପୂର୍ବରୁ ସତର୍କତା ଆବଶ୍ୟକ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇପାରନ୍ତି। କଠିନ ପରିଶ୍ରମ ହେଲେ ବି ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲବୁଝାମଣା ରହିବ।

ମକର: ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ଆପଣଙ୍କ ପକ୍ଷେ ଆନନ୍ଦଦାୟକ ହେବ। ଭଗବତ୍‍ ଚିନ୍ତନ ଦ୍ୱାରା ସତ୍ୟପଥର ପଥିକ ହେବେ। ଦେବ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଅଶାନ୍ତିର ଉପଶମ ହେବ। ସରକାରୀ ସ୍ତରରୁ ଲାଭ ମିଳିବ।

କୁମ୍ଭ: ସାମୟିକ ଭାବେ ଆଳସ୍ୟ ଅନୁଭବ କରିପାରନ୍ତି। ଆକସ୍ମିକ ସମସ୍ୟାକୁ ସମାଧାନ କରିବାରେ ସଫଳ ହେବେ। ଭାଗ୍ୟଶାଳୀ ହେବେ। ନିଃସଙ୍ଗ ଜୀବନଯାପନ କରିପାରନ୍ତି। ଧନାଗମର ସୂଚନା ମିଳୁଛି। ଯାନବାହନ ସୁଖ ମିଳିପାରେ। ମନୋଭାବ ଜିଦ୍‍ଖୋର ହେବ।

ମୀନ: ସମ୍ମାନିତ ହେବାର ସୌଭାଗ୍ୟ ଅଛି। ଭଲ ଆୟ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ସରକାରୀ ବା ବନ୍ଧୁ ସହାୟତା ମିଳିପାରେ। ଉତ୍ତମ ଭୋଜନ ପାଇ ଆତ୍ମତୃପ୍ତି ଲାଭ କରିବେ। ସ୍ୱାସ୍ଥ୍ୟ ଅତୁଟ ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ।

୫ ଦିନ ହେଲା CRPF ଯବାନ ନିଖୋଜ, ଚଇତି ପର୍ବରେ ଡ୍ୟୁଟି କରିବା ପାଇଁ ଯାଇ ଆଉ ଫେରିନଥିବା ଅଭିଯୋଗ !

!!! ରାୟଗଡା ରୁ ଜିଲ୍ଲା ସ୍ବତନ୍ତ୍ର ପ୍ରତିନିଧି ଦୀପକ କୁମାର ବେହେରା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାୟଗଡ଼) : ୫ ଦିନ ହେଲା CRPF ଯବାନ ନିଖୋଜ। ରାୟଗଡ଼ା ଜିଲ୍ଲା CRPF ଚତୁର୍ଥ ବାଟାଲିଆନର ଜଣେ ହାବିଲଦାର ଗତ ୫ ଦିନ ଧରି ନିଖୋଜ ଅଛନ୍ତି। ତାଙ୍କ ନାଁ ଧରମ ଦେବ ଓ ଘର ଉତ୍ତରପ୍ରଦେଶରେ। ସେ ବାଭ୍ରୋ କମ୍ପାନୀରେ କାର୍ଯ୍ୟରତ ଥିଲେ। ଗତ ୨୯ ତାରିଖରୁ ରାୟଗଡ଼ା ଜିଲ୍ଲା ମହୋତ୍ସବ ଚଇତି ପର୍ବରେ ଡ୍ୟୁଟି କରିବା ପାଇଁ ଶେଷଖାଲରୁ ରାୟଗଡ଼ା ବାହାରିଥିଲେ। ହେଲେ ସେହିଦିନଠାରୁ ତାଙ୍କର କୌଣସି ଖୋଜଖବର ମିଳୁନାହିଁ। ନିଖୋଜ ନେଇ ପରିବାରଲୋକେ ରାୟଗଡ଼ା ସଦର ଥାନାରେ ଏକ ଏତଲା ଦାୟର କରିଛନ୍ତି।

ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରେ ଆଜି ଆରମ୍ଭ ହୋଇଛି ପକ୍ଷୀ ଗଣନା !

!!! ଅନୁଗୁଳ ରୁ ଜିଲ୍ଲା ପ୍ରତିନିଧି ହରେକୃଷ୍ଣ ନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଅନୁଗୁଳ) : ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରେ ଆରମ୍ଭ ହୋଇଛି ଆଜି ପକ୍ଷୀ ଗଣନା। ସାତକୋଶିଆର ଚିକରପଡ଼ା ମହାନଦୀ ଗଣ୍ଡ ପଠାରେ ବହୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ। ବିଶେଷ କରି ବ୍ରାହ୍ମଶୀ ଡକ୍‌, ଇଣ୍ଡିଆନ ସ୍କିମର, ପୋଚାର୍ଡ, ବାର ହେଡେଡ ଗିଜ ଆଦି ପକ୍ଷୀଙ୍କ ସମାଗମ ହୋଇଛି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ। ଏହି ଗଣନା କାର‌୍ୟ୍ୟକ୍ରମରେ ୪୦ଜଣ ବନବିଭାଗର କର୍ମଚାରୀଙ୍କ ସହ ପରିବେଶବିତ ସାମିଲ ହୋଇଛନ୍ତି। ସେହିପରି ଆସନ୍ତା ୯ତାରିଖରୁ ୧୧ତାରିଖ ମଧ୍ୟରେ ହେବ କୁମ୍ଭୀର ଗଣନା। ଗତବର୍ଷ କୁମ୍ଭୀର ଗଣନାରେ ୪୩ଟି ମଗର ପ୍ରଜାତିର କୁମ୍ଭୀର ସହ ୫ଟି ଘଡ଼ିଆଳ ଥିବା ଜଣାପଡ଼ିଛି। ଗଣନା ସମୟରେ ମତ୍ସ୍ୟଜୀବୀଙ୍କୁ ମାଛ ଧରିବାକୁ ବାରଣ କରାଯାଇଛି। ଏହି ଗଣନା ପାଇଁ ୨ସପ୍ତାହ ସାତକୋଶିଆ ଅଭୟାରଣ୍ୟ ପର‌୍ୟ୍ୟଟକଙ୍କ ପାଇଁ ବନ୍ଦ ରହିବ। ସେହିପରି ଆଠଗଡ଼ ବନଖଣ୍ଡରେ ମଧ୍ୟ ପକ୍ଷୀଗଣନା ସର୍ଭେ ଆରମ୍ଭ ହୋଇଛି। ଅଂଶୁପା ସମେତ ୫୮ଟି ସ୍ଥାନରେ ବିଦେଶାଗତ ପକ୍ଷୀମାନଙ୍କର ଗଣନା ଚାଲିଛି। ଅଂସୁପା, ମହାନଦୀ ପଠା, ମଧୁସୂଦନ ସେତୁ ପଠା, କନ୍ଦରପୁର, ଓସ୍ତିଆ ଆଦି ସ୍ଥାନରେ ପକ୍ଷୀଗଣନା ଚାଲିଛି। ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ବନବିଭାଗ କର୍ମଚାରୀ ସଜାଗ ରହିଛନ୍ତି। ତେବେ ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ କମ ବୃଷ୍ଟିପାତ ଯୋଗୁଁ କମ ପକ୍ଷୀ ଆସିଥିବା ଜଣାପଡ଼ିଛି।

ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବଳଙ୍ଗା ଥାନା ASI ଚିତ୍ତ ରଞ୍ଜନ ଦାସ ଅଟକ ; ଖାକିରେ ଲାଗିଲା କଳଙ୍କର ଛିଟା !

ଏଥର ସମ୍ଭାଳ ବ୍ୟୁରୋ (ପୁରୀ) : ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୁରୀ ଜିଲ୍ଲା ବଳଙ୍ଗା ଥାନା ASI ଚିତ୍ତ ରଞ୍ଜନ ଦାସଙ୍କୁ ପିପିଲି ପୋଲିସ ଅଟକ ରଖି ପଚରାଉଚରା କରୁଛି। ତାଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଘଟଣା ନେଇ ପୀଡ଼ିତାଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ଡାକ୍ତରୀ ମାଇନା ପାଇଁ ତାଙ୍କୁ ପୁରୀ ପଠାଯାଇଛି । ଆଡିସନାଲ୍‌ ଏସ୍‌ପି ଅରୁଣ ଜେନା ସୂଚନା ଦେଇଛନ୍ତି। ଗତକାଲି ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ଜଣେ ବିବାହିତା ମହିଳା। ଏକ ଅଟୋ ପୋଡ଼ି ଘଟଣାରେ ବଳଙ୍ଗା ଥାନାକୁ ଯାଇଥିଲେ ମହିଳା। ସେଠାରେ ଏଏସଆଇ ମହିଳାଙ୍କୁ ନିଜ ରୁମ୍‌କୁ ଡାକି ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ତାଙ୍କୁ ଦୁଷ୍ମର୍ମ କରିଥିବା ମହିଳା ଜଣକ SDPOଙ୍କ ନିକଟରେ ଅଭିଯୋଗ କରିଥିଲେ।  ସେପଟେ ପିପିଲି ବଳଙ୍ଗା ଥାନା ASI ଅଟକ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ତଦନ୍ତ ପାଇଁ ଏସଡିପିଓଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।