ରାଧାକୃଷ୍ଣ ଯୁବ ନାଟ୍ୟ ସଂସଦ ଦ୍ୱିତୀୟ ଅବଦାନରେ ଭିନ୍ନ ଏକ ସାମାଜିକ ନାଟକ “ଦୁଃଖ ସରିବନି ମରିବା ଯାଏଁ “ଅନୁଷ୍ଠିତ ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍.!!!

ଏଥର ସମ୍ଭାଳ (ଗଞ୍ଜାମ) – : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଋଖାକଣା ଗ୍ରାମରେ ଶ୍ରୀ ଶ୍ରୀ ରାଧାକୃଷ୍ଣ ଯୁବ ନାଟ୍ୟ ସଂସଦ ଦ୍ୱିତୀୟ ଅବଦାନରେ ଭିନ୍ନ ଏକ ସାମାଜିକ ନାଟକ “ଦୁଃଖ ସରିବନି ମରିବା ଯାଏଁ “ଅନୁଷ୍ଠିତ ହୋଇଯାଇଛି। ଏହାକୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଗ୍ରାମବାସୀ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ।

କନ୍ଧମାଳ ଜିଲ୍ଲା ରାଇକିଆ ବାପ୍ତିଷ୍ଟ ଚର୍ଚ୍ଚ ଖ୍ରୀଷ୍ଟିୟାନ ସମିତି ସଦସ୍ୟ ଙ୍କ ଫଳ ବଣ୍ଟନ…!

!!! କନ୍ଧମାଳ ଜିଲ୍ଲା ରାଇକିଆ ରୁ ନୃସିଂହ ଚରଣ ଦାଶ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ରାଇକିଆ) – 71ତମ ସାଧସରଣ ତନ୍ତ୍ର ଦିବସ ଅବସରରେ କନ୍ଧମାଳ ଜିଲ୍ଲା ରାଇକିଆ ବାପ୍ତିଷ୍ଟ ଚର୍ଚ୍ଚ ଖ୍ରୀଷ୍ଟିୟାନ ଉଦଯୋଗ ସମିତି ର ସଦସ୍ୟ ମାନେ ସରକାରୀ ଡାକ୍ତରଖାନା ଓ ଅନାଥାଶ୍ରମ କୁ ଯାଇ ସମସ୍ତଙ୍କ ଆରୋଗ୍ୟ କାମନା କରିବା ସହ ହରଲିକସ,ବିସ୍କୁଟ ଓ ବ୍ରେଡ଼ ଭଳି ଖାଦ୍ୟ ସମଗ୍ରୀ ବଣ୍ଟନ କରିଥିଲେ ।ସଦସ୍ୟ ଙ୍କ ସହ ଉଦ୍ଯୋଗର ସଭାପତି ପରାଗ ରଞ୍ଜନ ସମ୍ପାଦିକା ସରିତା ହିପସିବା ପ୍ରଧାନ ସହ ସମ୍ପାଦିକା ପେଟି ପ୍ରଧାନ ଓ କୋଷାଧ୍ୟକ୍ଷ। ମିନାକ୍ଷୀ ପ୍ରିୟ ଦର୍ଶନୀ ଦିଗାଲ ଯୋଗଦେଇଥିଲେ ।

ହିତାଧୀକାରି ଙ୍କ ଠାରୁ କାର୍ଯ୍ୟ ଆଦାୟ ନିମନ୍ତେ ଧାରଣା ରେ ବସିଲେ ବିଡ଼ିଓ…!

!!! କନ୍ଧମାଳ ଜିଲ୍ଲା ରାଇକିଆ ରୁ ନୃସିଂହ ଚରଣ ଦାସ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ରାଇକିଆ) – ସରକାରୀ କର୍ମଚାରୀ ଲୋକ ଙ୍କ କଥାଶୁଣୁନାହାନ୍ତି ।ଦୁର୍ନୀତି ଗ୍ରସ୍ତ କର୍ମଚାରୀ ଙ୍କ ଅସାଧୁ ମେଣ୍ଟ ଲାଗି ଉନ୍ନୟନ ମୂଳକ କାର୍ଯ୍ୟ ଆଗେଇ ପାରୁନି। ହିତାଧିକାରୀ ନାହିଁ ନଥିବା ହଇରାଣ ହେଉଛନ୍ତି ବୋଲି ସାଧାରଣରେ ଅଭିଯୋଗ ଉଠି ଲୋକଙ୍କ ପକ୍ଷରୁ ଧାରଣା ଦିଆଯାଉଥିବା ନଜିର ରହିଛି । କିନ୍ତୁ ରାଇକିଆ ବ୍ଲକ ମାନିକେଶ୍ଵସର ପଂଚାୟତ କଡିଙ୍ଗିଆ ଗ୍ରାମ୍ ରେ ଏହାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି ।ଏଠାରେ ହିତାଧିକରି ଶୁଣିଲେନି ବୋଲି ବିଡ଼ିଓ ଏବଂ ପଂଚାୟତ ଅଫିସର ଧାରଣାରେ ବସିଥିଲେ ।ସୂଚନା ଅନୁଯାୟୀ ମାନିକେଶ୍ୱର ପଂଚାୟତ ର୍ ସନ୍ଦୀପ ନାୟକ ଓ ପ୍ରଦୀପ ନାୟକ ଙ୍କୁ ୨୦୧୮-୨୦୧୯ ଆର୍ଥିକ ବର୍ଷ ରେ ବିଜୁ ପକା ଘର ଯୋଜନା ରେ ପ୍ରଥମେ ୨୦,୦୦୦,ପରେ ୩୫,୦୦୦ ଟଙ୍କା ପ୍ରଦାନ କରାଯାଇଥିଲେ ସୁଦ୍ଧା ଘର କାମ ସରିନଥିବା ଦେଖିବାକୁ ମିଲିଥିଲା।ବିଡ଼ିଓ ପ୍ରବୀଣ କୁମାର ବାଣୁଆ ସେମାନଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଲିନଥିଲା। ଯାହା ଫଳ ରେ ବିଡ଼ିଓ ସନ୍ଦୀପ ଓ ପ୍ରଦୀପ ଙ୍କ ଘର ସାମ୍ନା ରେ ପଂଚାୟତ ର ସମସ୍ତ କର୍ମଚାରୀ ଙ୍କୁ ନେଇ ଧାରଣା ରେ ବସିଥିଲେ।ଖୁବ ଶୀଘ୍ର ଘର କାମ ସାରିବାକୁ ଉଭୟ ହିତାଧିକରି ଲିଖିତ ପ୍ରତିଶୃତି ଦେବା ପରେ ବିଡ଼ିଓ ଧାରଣା ରୁ ଉଠିଥିଲେ।ଏ ନେଇ ବିଡ଼ିଓ କହିଛନ୍ତି ଯେ ସେମାନେ କିଭଳି ଘର କାମ ସାରି ଭଲ ପରିବେଶ ରେ ରହି ପାରିବେ ସେ ଦିଗ ରେ ଏହା ଆମରି ଏଜ ଅଭିନବ ପ୍ରୟାସ ।ବି ଡି ଓ ଙ୍କ ଏଭଳି ପ୍ରୟାସ କୁ ବୁଦ୍ଧିଜୀବୀ ମହଲରେ ଭୁୟସୀ ପ୍ରଶଂସା କରାଯାଇଛି।

ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ନିରାଡାମ୍ବର ରେ ପାଳିତ ହୋଇଯାଇଛି ସାଧାରଣତନ୍ତ୍ର ଦିବସ।

!!! ଗଞ୍ଜାମ୍ ଜିଲ୍ଲା ଖଲ୍ଲିକୋଟ ରୁ ଅଶ୍ଵିନି କୁମାର ମହାନ୍ତି ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଖଲ୍ଲିକୋଟ) – ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟକ୍ରମ ରେ ଦେଖିବାକୁ ମିଳିଛି। ଏକ ଭିନ୍ନ ଚିତ୍ର ଦୀର୍ଘ ବର୍ଷ ର ପରମ୍ପରା ରେ ଲାଗିଛି ରୋକ। ୭୧ ତମ ସାଧାରଣତନ୍ତ୍ର ଦିବସ ରେ ସ୍ଥାନୀୟ ଏନ୍.ଏସ.ସି ର ତତ୍ତ୍ଵାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ, ଦେଶ ପ୍ରେମୀ ଓ ସହିଦ୍ ଙ୍କ ଉଦ୍ଦେଶ୍ଯ ରେ ମିଠା ବଣ୍ଟନ ବଦଳରେ ପାଳନ କରାଯାଇଛି ନୀରାଡମ୍ବର ସାଧାରଣତନ୍ତ୍ର ଦିବସ। ଯାହାକି ରାଣୀ ସାହେବା ଙ୍କ ଦୀର୍ଘ ବର୍ଷ ର ସ୍ଵଚ୍ଛ ଶାସନ କାଳରେ ହେଉ ବା ଆଧ୍ୟନ୍ତରୀଣ ରାଜନୈତିକ ଛକା ପଞ୍ଜା ଦେଇ ଗତି କରିଥିବା ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ଙ୍କ ଶାସନ କାଳରେ ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳିନଥିଲା। ଆଜିର ଏହି ନିରାଡମ୍ବର ପତାକା ଉତ୍ତୋଳନ ଓ ସାଧାରଣତନ୍ତ୍ର ଦିବସ ପାଳନ ସ୍ଥାନୀୟ ଜନ ପ୍ରତିନିଧି ଙ୍କ ଉପରେ ପ୍ରଶ୍ନ ଉଠାଇଛି। ଏମାନେ ଏନ୍.ଏସି.ସି ପ୍ରତି ଅଣଦେଖା କରିନାହାଁନ୍ତି ତ ? ତଥାପି ପୂର୍ବ ପରମ୍ପରା କୁ ବଜାଇ ରଖି ସ୍ଥାନୀୟ କରଣ ସାହି ର ଜନ ସାଧାରଣ ଓ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ନିଜ ଫାଣ୍ଡି ଠାରେ ପତାକା ଉତ୍ତୋଳନ କରିବା ସହ ମିଷ୍ଟାନ ବଣ୍ଟନ କରିଥିବା ଘଟଣା ଖଲିକୋଟ ଜନ ସାଧାରଣ ସାମାନ୍ୟ ଆଶ୍ୱସ୍ତ ଦେଇଛି।

ମାଳୁଆଗୋଡା ର ୧୦ ବର୍ଷ ଶିଶୁ ର ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଙ୍କୁ ଗତ କାଲି ଦିଆଗଲା ଫାଶୀ।

!!! ଢେଙ୍କାନାଳ ଜିଲ୍ଲା ରୁ ଭୁବନ ବ୍ଲକ ପ୍ରତିନିଧି ସଞ୍ଜୟ ନାୟକ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଭୂବନ) – ଠିକ୍ ୪ବର୍ଷର ତଳର ଘଟଣା । ଦୁଷ୍କର୍ମ ପରେ ହତ୍ୟା । ମାଟିରେ ପୋତି ଦେଇଥିବା ସେଇ ୧୦ବର୍ଷର ନାବାଳିକା ର ଶବକୁ ଉଦ୍ଧାର କରି ତନାଘନା ଆରମ୍ଭ ।ସେଦିନ ଥାଏ ଜାନୁଆରି ୨୪ ,ସଂନ୍ଧ୍ୟା ୬ ଘଣ୍ଟା । ଭୁବନ ବ୍ଳକ ବାରୁଆଁ ପଂଚାୟତ ମାଳୁଆଗୋଡା ଗାଁ ର ଶିବ ପଧାନ ପ୍ରଲୋଭନ ଦେଖାଇ ପିଡ଼ିତା କୁ କରିଥିଲା ଦୁଷ୍କର୍ମ ପରେ ହତ୍ୟା । ପାଳଗଦା ପାଖରେ ପଡିଥିଲା ଅସହାୟା ର ଶବ ବାପା କିଛି ଉପାୟ ନପାଇ ଶେଷରେ ପୋତିଦେଇଥିଲେ ଝିଅକୁ । ଭୁବନର ଅଗ୍ରଣି ସ୍ବେଛାସେବୀ ସଂଗଠନ ଫାଇଟ ଫର ରାଇଟସ୍ ମୁଖ୍ୟ ପୁର୍ଣଚନ୍ଦ୍ର ସାହୁ ଏବିଷୟରେ ଜାଣିବାପରେ ଘଟଣା ସମ୍ପର୍କରେ ଢେଙ୍କାନାଳର SPଙ୍କୁ ଜଣାଇଥିଲେ । ନିଜେ SP ଘଟଣାସ୍ଥଳରେ ପହଁଚି ଶବ ଜବତ କରି ବ୍ୟବଛେଦ କରାଇଥିଲେ । ପିଡିତାକୁ ନ୍ୟାୟ ଦାବିରେ ଜନରାଜ୍ୟ ଦିବସରେ କଳାପଟି ବାନ୍ଧି ପ୍ରତିବାଦ କରି ମୁଖ୍ୟମନ୍ତ୍ରୀକୁଂ ଅଣ୍ଡାମାଡ ଦେବାର ଧମକଦେଇ ଗିରଫ ହୋଇଥିଲେ ଫାଇଟ ଫର ରାଇଟସ୍ ର ସଦସ୍ୟମାନେ ।ଚାପରେ ପଡି ପ୍ରଶାସନ ଦୁଷ୍କର୍ମକାରିକୁ ଗିରଫ କରିବା ସହ ୧ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଥିଲେ । ଚଳିତ ଜାନୁଆରି ୨୪ରେ ଦୋଷିକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ମାନ୍ୟବର ନ୍ୟାୟାଳୟ ।

ବନ ବିଭାଗ କର୍ମଚାରୀ ଙ୍କୁ ଅଟକ ଘଟଣା ତଦନ୍ତ ସାପେକ୍ଷ।

!!! ଗଞ୍ଜାମ ଜିଲ୍ଲା ରୁ ଛତ୍ରପୁର ଉପଖଣ୍ଡ ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଗଞ୍ଜାମ) – ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବୁଢାମ୍ବ ଗ୍ରାମ ରେ ଗ୍ରାମବାସୀ ଏବଂ ଚାରି ମହାରଣା ପରିବାର ମିଳିତ ଭାବେ ପୋଲସରା ବନବିଭାଗ କର୍ମକର୍ତ୍ତା ଙ୍କୁ ଅଟକ ରଖିଛନ୍ତି । ଘଟଣା ସ୍ଥଳରେ ଚାପାଉତ୍ତେଜନା ଦେଖାଦେଇଥିଲା । ଖବର ନେବାରେ ଜଣାପଡିଛି ପୋଲସରା ବନବିଭାଗ ପକ୍ଷରୁ ଅତର୍କିତ ଭାବେ ବୁଢାମ୍ବ ମୁଖ୍ୟ ରାସ୍ତା ପାର୍ଶ୍ବରେ ଥିବା ୪ ମହାରଣା ପରିବାର ଙ୍କ କାର୍ଯ୍ୟସ୍ଥଳୀ ଉପରେ ଅତର୍କିତ ଭାବେ ଚଢ଼ାଉ କରି ସେମାନେ ତିଆରି କରିଥିବା ପେଢି , ଆଲମିରା ସମେତ ଅନ୍ୟାନ୍ୟ ଜିନିଷ ଜବତ କରି ନେଇଯାଇଥିଲେ । ଫଳରେ ବୁଢ଼ାମ୍ବ ଗ୍ରାମବାସୀ ଏବଂ ଚାରି ମହାରଣା ପରିବାର ମିଳିତ ଭାବେ କିଛି ବନବିଭାଗ କର୍ମକର୍ତ୍ତା ଙ୍କୁ ଅଟକାଇ ରାସ୍ତା ଉପରେ ନାରାବାଜି କରିଥିଲେ । କୌଣସି ଅଘଟଣ କୁ ଦୃଷ୍ଟି ଆଗରେ ରଖି କବିସୂର୍ଯ୍ୟ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ବନବିଭାଗ ନେଇଥିବା ଜିନିଷ ଫେରେଇବା ପାଇଁ କହିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଉକ୍ତ ଚାରି ମହାରଣା ପରିବାର କହିବା ଅନୁଯାୟୀ ସେମାନଙ୍କ କାର୍ଯ୍ୟପାଇଁ ରଖି ଥିବା ଜିନିଷ ର ଆବଶ୍ୟକ କାଗଜପତ୍ର ଅଛି। ବନବିଭାଗ ର କର୍ମକର୍ତ୍ତା ମାନେ କିଛି ନ ପଚାରି ଏବଂ ନବୁଝି ଏ ଭଳି କରିଛନ୍ତି ।ଅନ୍ୟପକ୍ଷରେ ବନବିଭାଗ କର୍ମକର୍ତ୍ତା ମାନେ ସଠିକ୍ କଥା କହିପାରିନାହାନ୍ତି । ଏହାର ସତ୍ୟତା ତଦନ୍ତ ସାପେକ୍ଷ ।

ଓଡିଶା ପାଇପ ଜଳ କର୍ମଚାରୀ ସଂଘ ର ସମସ୍ୟା ସଂପର୍କିତ ଆଲୋଚନା ଚକ୍ର।

!!! ଗଞ୍ଜାମ ଜିଲ୍ଲା ରୁ ଛତ୍ରପୁର ଉପଖଣ୍ଡ ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗଞ୍ଜାମ) – ଖଣ୍ଡ ସମ୍ପାଦକ ଆମ୍ବିରୀ ଜେନାଙ୍କ ଆବାହକତ୍ବ ରେ ଓଡିଶା ପାଇପ ଜଳ କର୍ମଚାରୀ ସଂଘ ର ସମସ୍ୟା ସଂପର୍କିତ ଆଲୋଚନା ଚକ୍ର ଗଞ୍ଜାମ ଜୀବନ କ୍ଳବ୍ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ସଭାପତିତ୍ବ କରିଥିବା ବେଳେ ରାଜ୍ୟ କାର୍ଯ୍ୟକାରୀ ସଭାପତି କବିରାଜ ସାହୁ,କାର୍ଯକାରୀ ଉପସଭାପତି ରବିକୁମାର ପାଣିଗ୍ରାହୀ ଏବଂ ଉପସଭାପତି ଟୁନା ପଣ୍ଡା ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଏହି ବୈଠକ ରେ ରେଗୁଲାର କର୍ମଚାରୀ ମାନଙ୍କ ଆର୍ ଏସ୍ ପି ସମସ୍ୟା ସମାଧାନ। ଓ୍ବାର୍କଚାର୍ଯ କର୍ମଚାରୀ ମାନଙ୍କୁ ରେଗୁଲାର କର୍ମଚାରୀ ମାନ୍ୟତା ପ୍ରଦାନ ସହ ଇପିଏଫ୍ ସମସ୍ୟା ସମାଧାନ, ଏବଂ ଏନ୍ ଏମ୍ ଆର୍ ଓ ହେଚ୍ ଆର ର୍କର୍ମଚାରୀ ମାନଙ୍କୁ ସରକାରୀ ଅନୁମୋଦିତ ବେତନ ପ୍ରଦାନ ଇତ୍ୟାଦି ସମସ୍ୟା ନେଇ ବୈଠକ ରେ ଆଲୋଚନା କରାଯାଇଥିଲା। ଏହି ସବୁ ସମସ୍ୟା ସମ୍ପର୍କରେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରି ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ଅପର ପକ୍ଷରେ ଏହି ସମସ୍ୟା ଗୁଡିକ ସମାଧାନ ହେଉନଥିବାରୁ ବିଭାଗ କୁ ତୀବ୍ର ସମାଲୋଚନା କରିଥିଲେ। କର୍ମଚାରୀ ମାନଙ୍କ ସମସ୍ୟା ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ମତ ପ୍ରକାଶ ପାଇଥିଲା।

ଏହି ଅବସରରେ ଅୟୋଜିତ ସଭାରେ ସଂଘ ର କେନ୍ଦ୍ରକ ର୍ମକର୍ତ୍ତା ଙ୍କୁ ସମ୍ବର୍ଦ୍ଧନା ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ କୋଷାଧ୍ୟକ୍ଷ ରଘୁନାଥ ପାତ୍ର,ଯୁଗ୍ମ ସମ୍ପାଦକ ହରିହର ବେହେରା ପୂର୍ଣ୍ଣଚନ୍ଦ୍ର କୋଠିଆ ,ଗିରିଜା ପ୍ରସାଦ ସିଂହ, ଜି.ଭେଙ୍କଟ,ଚନ୍ଦ୍ର ମୋହନ ମାଝୀ ଙ୍କ ସମେତ ଶତାଧିକ କର୍ମଚାରୀ ଯୋଗ ଦେଇଥିଲେ।କାର୍ଯ୍ୟାଳୟ ସମ୍ପାଦକ ବାଳକୃଷ୍ଣ ଚୌଧୁରୀ ପରିଚାଳନା ରେ ସହଯୋଗ କରି ଧନ୍ୟବାଦ ଅର୍ପଣ କରିଥିଲେ।

ମିନିଷ୍ଟାଡିୟମର ଭାଗ୍ୟ ବଦଳିବ କେବେ ?

!!! ଗଞ୍ଜାମ୍ ଜିଲ୍ଲା ରୁ ଛତ୍ରପୁର ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ(ଗଞ୍ଜାମ) – ଗଞ୍ଜାମ ଜିଲ୍ଳା କବିସୂର୍ଯ୍ୟନଗର ଠାରେ ଫସର ଫାଟିଛି ପନ୍ଦର ଦିନର ପ୍ରତିଶ୍ରୁତି । ପାଣିର ଗାର ଭଳି ଉଦାହରଣ ସୃଷ୍ଟି କରିଛି ଖୋଦ୍ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି । ଏବେ ପୁଣି ଥରେ ଅନିଶ୍ଚିତତା ମଧ୍ୟରେ ପଡ଼ିରହିଛି ମିନିଷ୍ଟାଡିୟମର ଭାଗ୍ଯ । ଏଠି ନା ବଦଳୁଛି ଭିତ୍ତିଭୂମୀ ନା ପୂରଣ ହେଉଛି କ୍ରୀଡାବିତ୍ ଙ୍କ ଦାବି । ଏବେ ବି ଅସଜଡ଼ା, ଅବ୍ଯବହୃତ ହୋଇ ରହିଛି ଷ୍ଟାଡିୟମ ।

ବାରମ୍ବାର ଅଭିଯୋଗ ପରେ ମଧ୍ୟ ହଟୁନି ଜବର ଦଖଲ। ଜନସାଧାରଣ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହୋଇ ଥିବା ମିନିଷ୍ଠାଡିୟମ ଏବେ ସମ୍ପୂର୍ଣ୍ଣ ଜୈନକ ବ୍ୟକ୍ତି ଙ୍କ କବଜା ରେ । ସତେ ଯେମିତି ଏହା ତାଙ୍କରି ନିଜ ଡ଼ମ୍ପିଙ୍ଗ ୟା୍ର୍ଡ ବା ଖୁଆଡ଼ ବୋଲି ମାନେହେଉଛି । ଉକ୍ତ ବ୍ୟକ୍ତି ଙ୍କୁ ଏଠାରୁ ହଟାଇବା ଦିଗରେ କିଏ ବା କାହିଁକି ଏହି ବ୍ୟକ୍ତି କୁ ଘଣ୍ଟ ଘୋଡାଉଛି ବୋଲି କବିସୂର୍ଯ୍ୟନଗର ବାସୀ ପ୍ରଶ୍ନ ଉଠାଇଛନ୍ତି ।

କବିସୂର୍ଯ୍ୟନଗର ମିନିଷ୍ଟାଡିୟମର ଦୂରାବସ୍ଥା ନେଇ ସ୍ଥାନୀୟ ଜନସାଧାରଣଙ୍କ ଏବଂ କ୍ରୀଡାପ୍ରେମୀ ପୂର୍ବରୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲେ ବୋଲି ପ୍ରକାଶ କରିଛନ୍ତି । ସ୍ଥାନୀୟ ଜିଲ୍ଲାପ୍ରଶାସନ ଏପରିକି କ୍ରୀଡ଼ା ବିଭାଗ ମଧ୍ୟ ଏହାକୁ ଗୋଚର ଜମି ଭାବେ ଛାଡ଼ିଦେବାକୁ ମନସ୍ଥ କରିଛନ୍ତି କି ବୋଲି ଅଭିଯୋଗ ଉଠୁଛି । ଆଗାମୀ ଦିନରେ ଯଦି ସରକାର ସ୍ଥାନୀୟ ବାସିନ୍ଦା, କ୍ରୀଡାପ୍ରେମୀ, କ୍ରୀଡାବିତ୍ ଙ୍କ ଦାବିକୁ ଦୃଷ୍ଟି ନ ଦେଇ ଏମିତି ଚୁପ ରହିବେ ତେବେ ଏହା ଏକ ବଡ଼ ଜନଆନ୍ଦୋଳନ ରୂପ ନେବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।

ଗଜପତି ଜିଲ୍ଲା ଶିଶୁ ଶୁରକ୍ଷା ୟୁନିଟ ପକ୍ଷରୁ “ଜାତୀୟ ଶିଶୁ କନ୍ୟା ଦିବସ” ପାଳିତ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି ) – ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର’ର ପ୍ରାର୍ଥନା ହଲ ଠାରେ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ “ଜାତୀୟ ଶିଶୁ କନ୍ୟା ଦିବସ” କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଛି ।

ଏହି କାର୍ଯ୍ୟକ୍ରମ’ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ରବିଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର’ର ପ୍ରଧାନ-ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

ମଞ୍ଚାସିନ ଅତିଥି ମାନେ ମୁଖ୍ୟତଃ ଦିବସ ପାଳନ’ର ତାପ୍ତର୍ଯ୍ୟ ସମ୍ପର୍କ’ରେ ଆଲୋଚନା କରି ଶିଶୁ କନ୍ୟା ମାନଙ୍କ ଅଧିକାର ଓ ସମାଜ’ରେ ଶିଶୁ କନ୍ୟା ଓ ମହିଳା ମାନଙ୍କ ପ୍ରତି ଘଟୁଥିବା ବିଭିନ୍ନ ପ୍ରକାର’ର ନିର୍ଯ୍ୟାତନା’ରୁ କିଭଳି ସେମାନେ ନିଜକୁ ସୁରକ୍ଷିତ ରଖିପାରିବେ , ସେ ସମ୍ପର୍କରେ ପ୍ରାଞ୍ଜଳ ଭାବେ ଉପସ୍ଥିତ ଥିବା ଛାତ୍ରଛାତ୍ରି ମାନଙ୍କୁ ବୁଝାଇଥିଲେ ।

ଏହି କାର୍ଯ୍ୟକ୍ରମ ପାଳନ ଅବସର’ରେ ବିଦ୍ୟା-ମନ୍ଦିର’ର ଛାତ୍ରଛାତ୍ରି ମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ମହାପୂର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରବନ୍ଧ , ସଙ୍ଗୀତ ଓ ତର୍କ , ପ୍ରତିଯୋଗିତା’ରେ କୃତକାର୍ଯ୍ୟ ହୋଇଥିବା ୩ ଜଣ ଶିଶୁ କନ୍ୟା ଯିଏ କି ପ୍ରଥମ ସ୍ଥାନ ଅଧିକାର କରିଥିଲେ , ସେମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ସମ୍ମାନ-ପତ୍ର ସହ ପୁରସ୍କାର ଦିଆ ଯାଇଥିଲା । ପ୍ରତିଯୋଗିତା’ରେ ଅନ୍ୟ ସମସ୍ତ ଅଂଶଗ୍ରହଣ କାରୀ’ଙ୍କୁ ନେଇ କେକ କଟାଯିବା ସହ କେକ ଓ ବିସ୍କୁଟ ବଣ୍ଟନ କରା ଯାଇଥିଲା ।

ସମସ୍ତ କାର୍ଯ୍ୟକ୍ରମ’କୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର’ର ଗୁରୁଜୀ ଓ ଗୁରୁମା ମାନଙ୍କ ସମେତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ’ର କର୍ମକର୍ତ୍ତା ମାନେ ପରିଚାଳନା’ରେ ସହଯୋଗ କରିଥିଲେ ।

କିନ୍ନରମାନଙ୍କ ସାମ୍ବିଧାନିକ ଅଧିକାର ଉପରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ପାରଳାଖେମୁଣ୍ଡି ଠାରେ କିନ୍ନର ମାନଙ୍କ ଅଧିକାର ସମେତ ନାଗରିକ ମାନଙ୍କ ସାମ୍ବିଧାନିକ ଅଧିକାର ସମ୍ପର୍କରେ ଏକ ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା କୋର୍ଟ ପରିସରରେ ଆୟୋଜିତ ଏହି ଶିବିରରେ ପ୍ରାଧିକରଣର ଅଧ୍ୟକ୍ଷ ବିଶ୍ବଜିତ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ କିନ୍ନର ମାନଙ୍କ ପାଇଁ ଉଦ୍ଧିଷ୍ଟ ଥିବା ବିଭିନ୍ନ ଅଧିକାର ଆଇନ ସମ୍ପର୍କରେ କହିଥିଲେ ।

ପ୍ରାଧିକରଣର ସମ୍ପାଦିକା ଦୀପା ଦାସ ଓ ସବଜଜ ବ୍ୟୋମକେଶ ନାୟକ ପ୍ରମୁଖ ଯୋଗଦେଇ କିନ୍ନର ମାନଙ୍କ ପାଇଁ ରହିଥିବା ବିଭିନ୍ନ ଆଇନଗତ ଅଧିକାର , ଶିଶୁ କନ୍ୟାର ମହତ୍ଵ ଓ ଗର୍ଭଧାରଣ ପୂର୍ବ ଓ ପରବର୍ତ୍ତୀ ପ୍ରସ୍ତୁତି ଉପରେ ରହିଥିବା ଆଇନ ସମ୍ପର୍କରେ କହି ସଚେତନ କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ କୋର୍ଟ ରେଜିଷ୍ଟ୍ରାର ଶୁଭଶ୍ରୀ ପ୍ରଧାନ , ଏସଡିଜେଏମ- ଚନ୍ଦ୍ରହାସ ବେହେରା ଏବଂ ଜେଏମଏଫସି- ଅନୀଲ କୁମାର ଖଟାଇ ପ୍ରମୁଖ ମଞ୍ଚସୀନ କରିଥିଲେ। ମାଜିଷ୍ଟ୍ରେଟ ଅଙ୍କିତା ଗୁରୁ ମଧ୍ୟ ଉପସ୍ଥିତ ରହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି ସଚେତନତା ଶିବିର କାର୍ଯ୍ୟକ୍ରମରେ ଜିଲ୍ଲା ପୋଲିସ ଅଧିକାରୀ , ଜିଲ୍ଲା ଓକିଲ ସଂଘର ସଦସ୍ୟ ଗଣ ଏବଂ ଜିଲ୍ଲାରେ ବସବାସ କରୁଥିବା କିନ୍ନର ମାନେ ଉପସ୍ଥିତ ରହି ବିଭିନ୍ନ ବିଷୟରେ ନିଜ ନିଜର ମତାମତ ଦେଇଥିଲେ ।

ଏହି କାର୍ଯ୍ୟକ୍ରମକୁ ପ୍ରାଧିକରଣର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।