ମାଳୁଆଗୋଡା ର ୧୦ ବର୍ଷ ଶିଶୁ ର ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଙ୍କୁ ଗତ କାଲି ଦିଆଗଲା ଫାଶୀ।

!!! ଢେଙ୍କାନାଳ ଜିଲ୍ଲା ରୁ ଭୁବନ ବ୍ଲକ ପ୍ରତିନିଧି ସଞ୍ଜୟ ନାୟକ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଭୂବନ) – ଠିକ୍ ୪ବର୍ଷର ତଳର ଘଟଣା । ଦୁଷ୍କର୍ମ ପରେ ହତ୍ୟା । ମାଟିରେ ପୋତି ଦେଇଥିବା ସେଇ ୧୦ବର୍ଷର ନାବାଳିକା ର ଶବକୁ ଉଦ୍ଧାର କରି ତନାଘନା ଆରମ୍ଭ ।ସେଦିନ ଥାଏ ଜାନୁଆରି ୨୪ ,ସଂନ୍ଧ୍ୟା ୬ ଘଣ୍ଟା । ଭୁବନ ବ୍ଳକ ବାରୁଆଁ ପଂଚାୟତ ମାଳୁଆଗୋଡା ଗାଁ ର ଶିବ ପଧାନ ପ୍ରଲୋଭନ ଦେଖାଇ ପିଡ଼ିତା କୁ କରିଥିଲା ଦୁଷ୍କର୍ମ ପରେ ହତ୍ୟା । ପାଳଗଦା ପାଖରେ ପଡିଥିଲା ଅସହାୟା ର ଶବ ବାପା କିଛି ଉପାୟ ନପାଇ ଶେଷରେ ପୋତିଦେଇଥିଲେ ଝିଅକୁ । ଭୁବନର ଅଗ୍ରଣି ସ୍ବେଛାସେବୀ ସଂଗଠନ ଫାଇଟ ଫର ରାଇଟସ୍ ମୁଖ୍ୟ ପୁର୍ଣଚନ୍ଦ୍ର ସାହୁ ଏବିଷୟରେ ଜାଣିବାପରେ ଘଟଣା ସମ୍ପର୍କରେ ଢେଙ୍କାନାଳର SPଙ୍କୁ ଜଣାଇଥିଲେ । ନିଜେ SP ଘଟଣାସ୍ଥଳରେ ପହଁଚି ଶବ ଜବତ କରି ବ୍ୟବଛେଦ କରାଇଥିଲେ । ପିଡିତାକୁ ନ୍ୟାୟ ଦାବିରେ ଜନରାଜ୍ୟ ଦିବସରେ କଳାପଟି ବାନ୍ଧି ପ୍ରତିବାଦ କରି ମୁଖ୍ୟମନ୍ତ୍ରୀକୁଂ ଅଣ୍ଡାମାଡ ଦେବାର ଧମକଦେଇ ଗିରଫ ହୋଇଥିଲେ ଫାଇଟ ଫର ରାଇଟସ୍ ର ସଦସ୍ୟମାନେ ।ଚାପରେ ପଡି ପ୍ରଶାସନ ଦୁଷ୍କର୍ମକାରିକୁ ଗିରଫ କରିବା ସହ ୧ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଥିଲେ । ଚଳିତ ଜାନୁଆରି ୨୪ରେ ଦୋଷିକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ମାନ୍ୟବର ନ୍ୟାୟାଳୟ ।

ବନ ବିଭାଗ କର୍ମଚାରୀ ଙ୍କୁ ଅଟକ ଘଟଣା ତଦନ୍ତ ସାପେକ୍ଷ।

!!! ଗଞ୍ଜାମ ଜିଲ୍ଲା ରୁ ଛତ୍ରପୁର ଉପଖଣ୍ଡ ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଗଞ୍ଜାମ) – ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବୁଢାମ୍ବ ଗ୍ରାମ ରେ ଗ୍ରାମବାସୀ ଏବଂ ଚାରି ମହାରଣା ପରିବାର ମିଳିତ ଭାବେ ପୋଲସରା ବନବିଭାଗ କର୍ମକର୍ତ୍ତା ଙ୍କୁ ଅଟକ ରଖିଛନ୍ତି । ଘଟଣା ସ୍ଥଳରେ ଚାପାଉତ୍ତେଜନା ଦେଖାଦେଇଥିଲା । ଖବର ନେବାରେ ଜଣାପଡିଛି ପୋଲସରା ବନବିଭାଗ ପକ୍ଷରୁ ଅତର୍କିତ ଭାବେ ବୁଢାମ୍ବ ମୁଖ୍ୟ ରାସ୍ତା ପାର୍ଶ୍ବରେ ଥିବା ୪ ମହାରଣା ପରିବାର ଙ୍କ କାର୍ଯ୍ୟସ୍ଥଳୀ ଉପରେ ଅତର୍କିତ ଭାବେ ଚଢ଼ାଉ କରି ସେମାନେ ତିଆରି କରିଥିବା ପେଢି , ଆଲମିରା ସମେତ ଅନ୍ୟାନ୍ୟ ଜିନିଷ ଜବତ କରି ନେଇଯାଇଥିଲେ । ଫଳରେ ବୁଢ଼ାମ୍ବ ଗ୍ରାମବାସୀ ଏବଂ ଚାରି ମହାରଣା ପରିବାର ମିଳିତ ଭାବେ କିଛି ବନବିଭାଗ କର୍ମକର୍ତ୍ତା ଙ୍କୁ ଅଟକାଇ ରାସ୍ତା ଉପରେ ନାରାବାଜି କରିଥିଲେ । କୌଣସି ଅଘଟଣ କୁ ଦୃଷ୍ଟି ଆଗରେ ରଖି କବିସୂର୍ଯ୍ୟ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ବନବିଭାଗ ନେଇଥିବା ଜିନିଷ ଫେରେଇବା ପାଇଁ କହିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଉକ୍ତ ଚାରି ମହାରଣା ପରିବାର କହିବା ଅନୁଯାୟୀ ସେମାନଙ୍କ କାର୍ଯ୍ୟପାଇଁ ରଖି ଥିବା ଜିନିଷ ର ଆବଶ୍ୟକ କାଗଜପତ୍ର ଅଛି। ବନବିଭାଗ ର କର୍ମକର୍ତ୍ତା ମାନେ କିଛି ନ ପଚାରି ଏବଂ ନବୁଝି ଏ ଭଳି କରିଛନ୍ତି ।ଅନ୍ୟପକ୍ଷରେ ବନବିଭାଗ କର୍ମକର୍ତ୍ତା ମାନେ ସଠିକ୍ କଥା କହିପାରିନାହାନ୍ତି । ଏହାର ସତ୍ୟତା ତଦନ୍ତ ସାପେକ୍ଷ ।

ଓଡିଶା ପାଇପ ଜଳ କର୍ମଚାରୀ ସଂଘ ର ସମସ୍ୟା ସଂପର୍କିତ ଆଲୋଚନା ଚକ୍ର।

!!! ଗଞ୍ଜାମ ଜିଲ୍ଲା ରୁ ଛତ୍ରପୁର ଉପଖଣ୍ଡ ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗଞ୍ଜାମ) – ଖଣ୍ଡ ସମ୍ପାଦକ ଆମ୍ବିରୀ ଜେନାଙ୍କ ଆବାହକତ୍ବ ରେ ଓଡିଶା ପାଇପ ଜଳ କର୍ମଚାରୀ ସଂଘ ର ସମସ୍ୟା ସଂପର୍କିତ ଆଲୋଚନା ଚକ୍ର ଗଞ୍ଜାମ ଜୀବନ କ୍ଳବ୍ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ସଭାପତିତ୍ବ କରିଥିବା ବେଳେ ରାଜ୍ୟ କାର୍ଯ୍ୟକାରୀ ସଭାପତି କବିରାଜ ସାହୁ,କାର୍ଯକାରୀ ଉପସଭାପତି ରବିକୁମାର ପାଣିଗ୍ରାହୀ ଏବଂ ଉପସଭାପତି ଟୁନା ପଣ୍ଡା ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଏହି ବୈଠକ ରେ ରେଗୁଲାର କର୍ମଚାରୀ ମାନଙ୍କ ଆର୍ ଏସ୍ ପି ସମସ୍ୟା ସମାଧାନ। ଓ୍ବାର୍କଚାର୍ଯ କର୍ମଚାରୀ ମାନଙ୍କୁ ରେଗୁଲାର କର୍ମଚାରୀ ମାନ୍ୟତା ପ୍ରଦାନ ସହ ଇପିଏଫ୍ ସମସ୍ୟା ସମାଧାନ, ଏବଂ ଏନ୍ ଏମ୍ ଆର୍ ଓ ହେଚ୍ ଆର ର୍କର୍ମଚାରୀ ମାନଙ୍କୁ ସରକାରୀ ଅନୁମୋଦିତ ବେତନ ପ୍ରଦାନ ଇତ୍ୟାଦି ସମସ୍ୟା ନେଇ ବୈଠକ ରେ ଆଲୋଚନା କରାଯାଇଥିଲା। ଏହି ସବୁ ସମସ୍ୟା ସମ୍ପର୍କରେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରି ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ଅପର ପକ୍ଷରେ ଏହି ସମସ୍ୟା ଗୁଡିକ ସମାଧାନ ହେଉନଥିବାରୁ ବିଭାଗ କୁ ତୀବ୍ର ସମାଲୋଚନା କରିଥିଲେ। କର୍ମଚାରୀ ମାନଙ୍କ ସମସ୍ୟା ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ମତ ପ୍ରକାଶ ପାଇଥିଲା।

ଏହି ଅବସରରେ ଅୟୋଜିତ ସଭାରେ ସଂଘ ର କେନ୍ଦ୍ରକ ର୍ମକର୍ତ୍ତା ଙ୍କୁ ସମ୍ବର୍ଦ୍ଧନା ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ କୋଷାଧ୍ୟକ୍ଷ ରଘୁନାଥ ପାତ୍ର,ଯୁଗ୍ମ ସମ୍ପାଦକ ହରିହର ବେହେରା ପୂର୍ଣ୍ଣଚନ୍ଦ୍ର କୋଠିଆ ,ଗିରିଜା ପ୍ରସାଦ ସିଂହ, ଜି.ଭେଙ୍କଟ,ଚନ୍ଦ୍ର ମୋହନ ମାଝୀ ଙ୍କ ସମେତ ଶତାଧିକ କର୍ମଚାରୀ ଯୋଗ ଦେଇଥିଲେ।କାର୍ଯ୍ୟାଳୟ ସମ୍ପାଦକ ବାଳକୃଷ୍ଣ ଚୌଧୁରୀ ପରିଚାଳନା ରେ ସହଯୋଗ କରି ଧନ୍ୟବାଦ ଅର୍ପଣ କରିଥିଲେ।

ମିନିଷ୍ଟାଡିୟମର ଭାଗ୍ୟ ବଦଳିବ କେବେ ?

!!! ଗଞ୍ଜାମ୍ ଜିଲ୍ଲା ରୁ ଛତ୍ରପୁର ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ(ଗଞ୍ଜାମ) – ଗଞ୍ଜାମ ଜିଲ୍ଳା କବିସୂର୍ଯ୍ୟନଗର ଠାରେ ଫସର ଫାଟିଛି ପନ୍ଦର ଦିନର ପ୍ରତିଶ୍ରୁତି । ପାଣିର ଗାର ଭଳି ଉଦାହରଣ ସୃଷ୍ଟି କରିଛି ଖୋଦ୍ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି । ଏବେ ପୁଣି ଥରେ ଅନିଶ୍ଚିତତା ମଧ୍ୟରେ ପଡ଼ିରହିଛି ମିନିଷ୍ଟାଡିୟମର ଭାଗ୍ଯ । ଏଠି ନା ବଦଳୁଛି ଭିତ୍ତିଭୂମୀ ନା ପୂରଣ ହେଉଛି କ୍ରୀଡାବିତ୍ ଙ୍କ ଦାବି । ଏବେ ବି ଅସଜଡ଼ା, ଅବ୍ଯବହୃତ ହୋଇ ରହିଛି ଷ୍ଟାଡିୟମ ।

ବାରମ୍ବାର ଅଭିଯୋଗ ପରେ ମଧ୍ୟ ହଟୁନି ଜବର ଦଖଲ। ଜନସାଧାରଣ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହୋଇ ଥିବା ମିନିଷ୍ଠାଡିୟମ ଏବେ ସମ୍ପୂର୍ଣ୍ଣ ଜୈନକ ବ୍ୟକ୍ତି ଙ୍କ କବଜା ରେ । ସତେ ଯେମିତି ଏହା ତାଙ୍କରି ନିଜ ଡ଼ମ୍ପିଙ୍ଗ ୟା୍ର୍ଡ ବା ଖୁଆଡ଼ ବୋଲି ମାନେହେଉଛି । ଉକ୍ତ ବ୍ୟକ୍ତି ଙ୍କୁ ଏଠାରୁ ହଟାଇବା ଦିଗରେ କିଏ ବା କାହିଁକି ଏହି ବ୍ୟକ୍ତି କୁ ଘଣ୍ଟ ଘୋଡାଉଛି ବୋଲି କବିସୂର୍ଯ୍ୟନଗର ବାସୀ ପ୍ରଶ୍ନ ଉଠାଇଛନ୍ତି ।

କବିସୂର୍ଯ୍ୟନଗର ମିନିଷ୍ଟାଡିୟମର ଦୂରାବସ୍ଥା ନେଇ ସ୍ଥାନୀୟ ଜନସାଧାରଣଙ୍କ ଏବଂ କ୍ରୀଡାପ୍ରେମୀ ପୂର୍ବରୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲେ ବୋଲି ପ୍ରକାଶ କରିଛନ୍ତି । ସ୍ଥାନୀୟ ଜିଲ୍ଲାପ୍ରଶାସନ ଏପରିକି କ୍ରୀଡ଼ା ବିଭାଗ ମଧ୍ୟ ଏହାକୁ ଗୋଚର ଜମି ଭାବେ ଛାଡ଼ିଦେବାକୁ ମନସ୍ଥ କରିଛନ୍ତି କି ବୋଲି ଅଭିଯୋଗ ଉଠୁଛି । ଆଗାମୀ ଦିନରେ ଯଦି ସରକାର ସ୍ଥାନୀୟ ବାସିନ୍ଦା, କ୍ରୀଡାପ୍ରେମୀ, କ୍ରୀଡାବିତ୍ ଙ୍କ ଦାବିକୁ ଦୃଷ୍ଟି ନ ଦେଇ ଏମିତି ଚୁପ ରହିବେ ତେବେ ଏହା ଏକ ବଡ଼ ଜନଆନ୍ଦୋଳନ ରୂପ ନେବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।

ଗଜପତି ଜିଲ୍ଲା ଶିଶୁ ଶୁରକ୍ଷା ୟୁନିଟ ପକ୍ଷରୁ “ଜାତୀୟ ଶିଶୁ କନ୍ୟା ଦିବସ” ପାଳିତ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି ) – ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର’ର ପ୍ରାର୍ଥନା ହଲ ଠାରେ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ “ଜାତୀୟ ଶିଶୁ କନ୍ୟା ଦିବସ” କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଛି ।

ଏହି କାର୍ଯ୍ୟକ୍ରମ’ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ରବିଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର’ର ପ୍ରଧାନ-ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

ମଞ୍ଚାସିନ ଅତିଥି ମାନେ ମୁଖ୍ୟତଃ ଦିବସ ପାଳନ’ର ତାପ୍ତର୍ଯ୍ୟ ସମ୍ପର୍କ’ରେ ଆଲୋଚନା କରି ଶିଶୁ କନ୍ୟା ମାନଙ୍କ ଅଧିକାର ଓ ସମାଜ’ରେ ଶିଶୁ କନ୍ୟା ଓ ମହିଳା ମାନଙ୍କ ପ୍ରତି ଘଟୁଥିବା ବିଭିନ୍ନ ପ୍ରକାର’ର ନିର୍ଯ୍ୟାତନା’ରୁ କିଭଳି ସେମାନେ ନିଜକୁ ସୁରକ୍ଷିତ ରଖିପାରିବେ , ସେ ସମ୍ପର୍କରେ ପ୍ରାଞ୍ଜଳ ଭାବେ ଉପସ୍ଥିତ ଥିବା ଛାତ୍ରଛାତ୍ରି ମାନଙ୍କୁ ବୁଝାଇଥିଲେ ।

ଏହି କାର୍ଯ୍ୟକ୍ରମ ପାଳନ ଅବସର’ରେ ବିଦ୍ୟା-ମନ୍ଦିର’ର ଛାତ୍ରଛାତ୍ରି ମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ମହାପୂର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରବନ୍ଧ , ସଙ୍ଗୀତ ଓ ତର୍କ , ପ୍ରତିଯୋଗିତା’ରେ କୃତକାର୍ଯ୍ୟ ହୋଇଥିବା ୩ ଜଣ ଶିଶୁ କନ୍ୟା ଯିଏ କି ପ୍ରଥମ ସ୍ଥାନ ଅଧିକାର କରିଥିଲେ , ସେମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ସମ୍ମାନ-ପତ୍ର ସହ ପୁରସ୍କାର ଦିଆ ଯାଇଥିଲା । ପ୍ରତିଯୋଗିତା’ରେ ଅନ୍ୟ ସମସ୍ତ ଅଂଶଗ୍ରହଣ କାରୀ’ଙ୍କୁ ନେଇ କେକ କଟାଯିବା ସହ କେକ ଓ ବିସ୍କୁଟ ବଣ୍ଟନ କରା ଯାଇଥିଲା ।

ସମସ୍ତ କାର୍ଯ୍ୟକ୍ରମ’କୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର’ର ଗୁରୁଜୀ ଓ ଗୁରୁମା ମାନଙ୍କ ସମେତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ’ର କର୍ମକର୍ତ୍ତା ମାନେ ପରିଚାଳନା’ରେ ସହଯୋଗ କରିଥିଲେ ।

କିନ୍ନରମାନଙ୍କ ସାମ୍ବିଧାନିକ ଅଧିକାର ଉପରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ପାରଳାଖେମୁଣ୍ଡି ଠାରେ କିନ୍ନର ମାନଙ୍କ ଅଧିକାର ସମେତ ନାଗରିକ ମାନଙ୍କ ସାମ୍ବିଧାନିକ ଅଧିକାର ସମ୍ପର୍କରେ ଏକ ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା କୋର୍ଟ ପରିସରରେ ଆୟୋଜିତ ଏହି ଶିବିରରେ ପ୍ରାଧିକରଣର ଅଧ୍ୟକ୍ଷ ବିଶ୍ବଜିତ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ କିନ୍ନର ମାନଙ୍କ ପାଇଁ ଉଦ୍ଧିଷ୍ଟ ଥିବା ବିଭିନ୍ନ ଅଧିକାର ଆଇନ ସମ୍ପର୍କରେ କହିଥିଲେ ।

ପ୍ରାଧିକରଣର ସମ୍ପାଦିକା ଦୀପା ଦାସ ଓ ସବଜଜ ବ୍ୟୋମକେଶ ନାୟକ ପ୍ରମୁଖ ଯୋଗଦେଇ କିନ୍ନର ମାନଙ୍କ ପାଇଁ ରହିଥିବା ବିଭିନ୍ନ ଆଇନଗତ ଅଧିକାର , ଶିଶୁ କନ୍ୟାର ମହତ୍ଵ ଓ ଗର୍ଭଧାରଣ ପୂର୍ବ ଓ ପରବର୍ତ୍ତୀ ପ୍ରସ୍ତୁତି ଉପରେ ରହିଥିବା ଆଇନ ସମ୍ପର୍କରେ କହି ସଚେତନ କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ କୋର୍ଟ ରେଜିଷ୍ଟ୍ରାର ଶୁଭଶ୍ରୀ ପ୍ରଧାନ , ଏସଡିଜେଏମ- ଚନ୍ଦ୍ରହାସ ବେହେରା ଏବଂ ଜେଏମଏଫସି- ଅନୀଲ କୁମାର ଖଟାଇ ପ୍ରମୁଖ ମଞ୍ଚସୀନ କରିଥିଲେ। ମାଜିଷ୍ଟ୍ରେଟ ଅଙ୍କିତା ଗୁରୁ ମଧ୍ୟ ଉପସ୍ଥିତ ରହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି ସଚେତନତା ଶିବିର କାର୍ଯ୍ୟକ୍ରମରେ ଜିଲ୍ଲା ପୋଲିସ ଅଧିକାରୀ , ଜିଲ୍ଲା ଓକିଲ ସଂଘର ସଦସ୍ୟ ଗଣ ଏବଂ ଜିଲ୍ଲାରେ ବସବାସ କରୁଥିବା କିନ୍ନର ମାନେ ଉପସ୍ଥିତ ରହି ବିଭିନ୍ନ ବିଷୟରେ ନିଜ ନିଜର ମତାମତ ଦେଇଥିଲେ ।

ଏହି କାର୍ଯ୍ୟକ୍ରମକୁ ପ୍ରାଧିକରଣର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

ବିନୋଦିନୀ ବିଜ୍ଞାନ ମହାବିଦ୍ୟାଳୟ ପରିସରେ “ସଖୀ” ( ୱାନ ଷ୍ଟପ ସେଣ୍ଟର) ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ଗୁମା ବ୍ଲକ ଅନ୍ତର୍ଗତ ପଦ୍ମପୁର ସ୍ଥିତ ବିନୋଦିନୀ ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ନାରୀ ନିର୍ଯ୍ୟାତନା ଏଡ଼ାଇବା ଦିଗରେ ଏକ ସଚେତନତା କାର୍ଯ୍ୟକ୍ରମ “ସଖୀ”( ୱାନ ଷ୍ଟପ ସେଣ୍ଟର) ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ସ୍ଥିତ “ସଖୀ”(ୱାନ ଷ୍ଟପ ସେଣ୍ଟର) ର ପରିଚାଳିକା ଭାଗଲକ୍ଷ୍ମୀ ନାୟକଙ୍କ ନେତୃତ୍ୱରେ କେନ୍ଦ୍ରର ଅନ୍ୟ ସହଯୋଗୀ ମାନେ କାଉନସିଲର ମିନା କୁମାରୀ ଟହୋଲ , ଦେବୀ ରଇତ , ମଞ୍ଜୁଳା ଚୌଧୁରୀ ଓ ରବୀନ୍ଦ୍ର ପଣ୍ଡା ପ୍ରମୁଖ ମଞ୍ଚସୀନ ଅତିଥି ଭାବେ ଯୋଗ ଦେଇ” ସଖୀ” ( ୱାନ ଷ୍ଟପ ସେଣ୍ଟର) ର କାର୍ଯ୍ୟକାରିତା ସମ୍ପର୍କରେ କହି ପାରିବାରିକ ଘରୋଇ ହିଂସା , ଯୌତୁକ ନିର୍ଯ୍ୟାତନା ଓ ମୃତ୍ୟୁ , ବଳାତ୍କାର , ବାଲ୍ୟ ବିବାହ , କାର୍ଯ୍ୟସ୍ଥଳରେ ହଇରାଣ , ଶିଶୁ ଯୌନ ଉତ୍ପୀଡ଼ନ ଓ ଶୋଷଣ , ମହିଳା ଓ ଶିଶୁ ଚାଲାଣ ଓ ଅନ୍ୟାନ୍ୟ ହିଂସା ପ୍ରଭୃତି ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ କହି ସଚେତନ କରାଇଥିଲେ ।

ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସଂଯୋଜକ ଅଧ୍ୟାପକ ସୀତାରାମ ପ୍ରଧାନ ଓ ଡାଃ.ନଳିନୀ ସାବତ ସଂଯୋଜନା କରିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଲରିଥିଲେ ।

ସେଞ୍ଚୁରିୟାନ୍ ପବ୍ଲିକ ସ୍କୁଲ ପରିସରରେ ଗଜପତି ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କୌଶଳ ପ୍ରଦର୍ଶନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଜାତୀୟ ଅଗ୍ନି ନିରାପତ୍ତା ଓ ଉଦ୍ଧାର ଦିବସ ଅବସରରେରେ ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିୟାନ୍ ପବ୍ଲିକ ସ୍କୁଲ ପରିସରରେ ଗଜପତି ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କୌଶଳ ପ୍ରଦର୍ଶନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଅଗ୍ନିଶମ ବିଭାଗର ଜିଲ୍ଲା ସହକାରୀ ଅଗ୍ନିଶମ ଅଧିକାରୀ ସନ୍ତୋଷ ପାଣିଗ୍ରାହୀଙ୍କ ନେତୃତ୍ୱରେ ୧୦ ଜଣ ବିଭାଗୀୟ କର୍ମଚାରୀ ଆସି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାରର ଅଗ୍ନିକାଣ୍ଡ ଓ ଦୁର୍ଘଟଣା ବେଳେ ଗୁରୁତର ଆହତ ମାନଙ୍କୁ କିଭଳି ଉଦ୍ଧାର କରିବେ ସେ ସମ୍ପର୍କରେ କହି ତା’ର କୌଶଳ ପ୍ରଦର୍ଶନ କରି ସଚେତନ କରାଇଥିଲେ ।

ସହକାରୀ ଅଗ୍ନିଶମ ଅଧିକାରୀ ସନ୍ତୋଷ ପାଣିଗ୍ରାହୀ ଛାତ୍ରାଛାତ୍ରୀ ମାନଙ୍କୁ ମୁଖ୍ୟତଃ ବିଦ୍ୟାଳୟରେ କି ଅନ୍ୟ କେଉଁଠାରେ ହଠାତ୍ ଅଗ୍ନିକାଣ୍ଡ କି ଅନ୍ୟ କୌଣସି ଦୁର୍ଘଟଣା ଘଟିଲେ କିଭଳି ଉଦ୍ଧାର କରି ଏବଂ କେଉଁ କୌଶଳ ବା ଉପାୟରେ ତାକୁ ପ୍ରାଥମିକ ଚିକିତ୍ସା ପାଇଁ ନେବାକୁ ହୁଏ , ତାହା ବୁଝାଇ କର୍ମଚାରୀ ମାନଙ୍କ ଦ୍ୱାରା ପ୍ରଦର୍ଶନ କରାଇଥିଲେ। ।

ଅଗ୍ନିକାଣ୍ଡ କେତେ ପ୍ରକାରର , ଘରେ କି ପାଣିରେ କି ଗ୍ୟାସ ସିଲିଣ୍ଡର ପ୍ରଭୃତିରେ ହଠାତ ଅଗ୍ନିକାଣ୍ଡ ଘଟିଲେ ନିଜର ଉପସ୍ଥିତି କିଭଳି ଉପାୟ ଜାହିର କରିବେ , ଉଦ୍ଧାର କିଭଳି କରିବେ , ସମସ୍ତ ବିଷୟରେ କହି କୌଶଳ ପ୍ରଦର୍ଶନ କରାଇଥିଲେ। ।

ଏହି କୌଶଳ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନଙ୍କ ସମେତ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ସାମିଲ ଥିଲେ ।

ଏହି ସମସ୍ତ କାର୍ଯ୍ୟକ୍ରମରେ ସ୍କୁଲର ପ୍ରଶାସନିକ ଅଧିକାରୀ ପ୍ରଦୀପ କୁମାର ପଣ୍ଡାଙ୍କ ସମେତ କରାଟେ ଶିକ୍ଷକ ନାଗେଶ୍ବର ମହାପାତ୍ର , ଶିକ୍ଷକ ଜେ.କେ.ନାୟକ , ପିଇଟି.ମେଘୁନାଥ ବିଶ୍ବାଳ , ରଶ୍ମି ମାଡାମ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ବିଦ୍ୟାଳୟ ର ୫୦୦ ରୁ ଉର୍ଦ୍ଧ୍ବ ଛାତ୍ର-ଛାତ୍ରୀଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏହି କୌଶଳ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶିକ୍ଷାରେ ଗ୍ରହଣ କରିବା ସହ ସଚେତନ ହୋଇଥିଲେ ।

ଡମ୍ବାପୁର ଜଳସେଚନ ପ୍ରକଳ୍ପ ସ୍ଥଳ ପରିଦର୍ଶନ କଲେ ଗଜପତି ସଂସାଦ ଚନ୍ଦ୍ରଶେଖର।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଦଳୀୟ କର୍ମକର୍ତ୍ତାଙ୍କ ସମେତ ଜଳସେଚନ ବିଭାଗ ଯନ୍ତ୍ରୀ ମାନଙ୍କ ଗୁରୁବାର ଦିନ ନିର୍ମାଣ-ଧିନ ଡମ୍ବାପୁର ଜଳସେଚନ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିଛନ୍ତି ।

ଗଜପତି ଜିଲ୍ଲା ରାୟଗଡ ଗ୍ରାମର ଉପକଣ୍ଠରେ ଏହି ଡମ୍ବାପୁର ଜଳସେଚନ ପ୍ରକଳ୍ପ ନିର୍ମାଣ ଧିନ ଅବସ୍ଥାରେ ରହିଛି । ଏହି ପ୍ରକଳ୍ପର ଜଳସେଚନ ବନ୍ଧ ର ସମସ୍ତ ବୈଷୟିକ ନିର୍ମାଣ କାର୍ଯ୍ୟ ପ୍ରାୟତଃ ସମ୍ପୂର୍ଣ୍ଣ ହୋଇଥିବା ବେଳେ କେନାଲ କାର୍ଯ୍ୟ ଏ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ର ଆରମ୍ଭ ମଧ୍ୟ ହୋଇ ପାରି ନ ଥିବା ଜଣାଯାଇଛି । ଏହି ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଗତ ୨୦୦୮ ମସିହା ଏପ୍ରିଲ ମାସ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ ଦେଇଥିଲେ ।

ତେବେ ପ୍ରକଳ୍ପର ତ୍ୱରିତ ନିର୍ମାଣ କାର୍ଯ୍ୟର ସମ୍ପୂର୍ଣ୍ଣତା ଓ କାର୍ଯ୍ୟକ୍ଷମତା ନେଇ ବିଭାଗୀୟ ଯନ୍ତ୍ରୀ ମାନଙ୍କ ସହ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ପ୍ରକଳ୍ପର ଶୀଘ୍ର କାର୍ଯ୍ୟକାରିତା ନେଇ ଯାହା କିଛି ବୈଷୟିକ ଓ ଅର୍ଥର ଅଭାବନୀୟ ପରିସ୍ଥିତି ଯୋଗୁଁ ଯଦିବା ଅଟକି ଯାଇ ନିର୍ମାଣ କାର୍ଯ୍ୟ କି ଆଉ କିଛି ପାଇଁ ଅଟକି ଯାଇ ବାଧା ସୃଷ୍ଟି ହେଉଛି ତେବେ ସେଥିପାଇଁ ଏହାକୁ ନେଇ ଭୁବନେଶ୍ୱର ଠାରେ ସଚିବ ସ୍ତରୀୟ ତଥା ଉଚ୍ଚସ୍ତରୀୟ ଆଲୋଚନା କରିବି ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି ।

ପୂର୍ବତନ ବିଧାୟକ ତଥା ବରିଷ୍ଠ ଚାଷୀ ନେତା ବିଜୟ କୁମାର ଜେନା ମଧ୍ୟ ଆଲୋଚନା ବେଳେ ପ୍ରକଳ୍ପ ଉପରେ କେତେକ ନୂତନ ବୈଷୟିକ ଯୋଜନାର ପରାମର୍ଶ ଦେଇଥିଲେ ବିଭାଗୀୟ ଯନ୍ତ୍ରୀ ମାନଙ୍କୁ ଏବଂ ଦରକାର ପଡିଲେ ଏ ସମ୍ପର୍କରେ ଉଚ୍ଚସ୍ତରୀୟ ଆଲୋଚନା ପାଇଁ ଭୁବନେଶ୍ୱର ଯିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଏହି ପରିଦର୍ଶନ ବେଳେ ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ସମେତ ବିଜୁ ଜନତା ଦଳର ଜିଲ୍ଲା ସଭାପତି ପ୍ରଦୀପ ନାୟକ , ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ , ରାୟଗଡ ବ୍ଲକ ଅଧ୍ୟକ୍ଷ ଧନେଶ୍ୱର ଭୂୟାଁ , ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆର.ବିଜୟ କୁମାର , ବିଜେଡିର ବରିଷ୍ଠ ନେତା ବସନ୍ତ କୁମାର ଦାସ ଏବଂ ବହୁ ଜିଲ୍ଲା ସ୍ତରୀୟ ଦଳୀୟ ନେତାଙ୍କ ସହ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ପ୍ରମୁଖ ଡମ୍ବାପୁର ଜଳସେଚନ ପ୍ରକଳ୍ପ ସ୍ଥଳ ପରିଦର୍ଶନରେ ଯାଇଥିଲେ ।

ଗଜପତି ଜିଲ୍ଲା ସ୍ନାତକ ମହାବିଦ୍ୟାଳୟରେ ନେତାଜୀ ଜୟନ୍ତୀ ପାଳିତ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ ଏନ୍.ଏସ୍.ଏସ୍ ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି। ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ରୀନା ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ ଘାଟନ କରି ନେତାଜୀଙ୍କ ଜୀବନୀ ବର୍ଣ୍ଣନା କରିଥିଲେ।
ଏନ୍.ଏସ୍.ଏସ୍ ପ୍ରୋଗ୍ରାମ ଅଫିସର ଡ଼.ଭାରତୀ ପାଣିଗ୍ରାହୀ ଯୋଗ ଦେଇ ସ୍ୱାଧିନତା ସଂଗ୍ରାମରେ ନେତାଜୀଙ୍କ ଅବଦାନ ତଥା ଆଜାଦ୍ ହିନ୍ଦ୍ ଫୌଜ୍ ର ଭୂମିକା ବିଷୟରେ ଆଲୋକପାତ କରିଥିଲେ।
ସ୍ବେଚ୍ଛାସେବୀ ଛାତ୍ରୀମାନେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ନିଜ ନିଜର ବକ୍ତବ୍ୟ ପ୍ରଦାନ କରି ମହାନାୟକଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।ସମସ୍ତ କାର୍ଯ୍ୟକ୍ରମକୁ ରାଜେଶ ପାତ୍ର , ଏଲ୍. ଦୁର୍ଯ୍ୟୋଧନ ପରିଚାଳନା କରିଥିଲେ।