ଗଜପତି ଜିଲ୍ଲାରେ ଲାଗିଲା ତାପ-ମାପକ ଯନ୍ତ୍ର।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଣିକି ବାୟୁ ମଣ୍ଡଳର ତାପମାତ୍ରା ଜାଣିବା ପାଇଁ ଆଉ ମୋବାଇଲ ଉପରେ ନିର୍ଭର କରିବାକୁ ପଡିବନି। ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଭାରତୀୟ ପାଣିପାଗ ବିଭାଗ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗର ମିଳିତ ସହଯୋଗରେ ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଏକ ତାପ ମାପକ ଯନ୍ତ୍ର ସ୍ଥାପନ କରା ଯାଇଛି । ଏହି ଯନ୍ତ୍ର ବାୟୁ ମଣ୍ଡଳର ତାପମାତ୍ରାକୁ ମାପି ପାରିବ ।

ଏହା ମାନୁଏଲ ସରଫେସ ଅବଜର୍ଭେଟୋରି ଦ୍ୱାରା ନିମ୍ନତମ ଏବଂ ଉଚ୍ଚତମ ତାପମାତ୍ରା ମାପିବାରେ ସହାୟକ ହେବ । ଏଥିରୁ ବୃଷ୍ଟିପାତର ପରିମାଣ ମଧ୍ୟ ସହଜେ ଜାଣିହେବ ବୋଲି ଜରୁରୀକାଳୀନ ବିଭାଗ ପକ୍ଷରୁ କୁହା ଯାଇଛି |ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇଟିଡିଏ ର ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା , ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଡ଼ଃ ସତ୍ୟ ସମ୍ପନ୍ନା ରାଉତ , ଭୁବନେଶ୍ୱର ସ୍ଥିତ ଭାରତୀୟ ପାଣିପାଗ ବିଭାଗର ଭରତ ଚନ୍ଦ୍ର ବେହେରା ଏବଂ ଭୁବନେଶ୍ୱର ସ୍ଥିତ ସ୍ବତନ୍ତ୍ର ରିଲିଫ କମିଶନର କାର୍ଯ୍ୟଳୟର ନରେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଗଜପତି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି |

ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ସଂଘର ସମସ୍ତ କର୍ମକାର୍ତ୍ତାଙ୍କ ସମେତ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ ଓ ବନ ବିଭାଗର କର୍ମଚାରୀ ମାନଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ଭାବେ ଏହିଭଳି ଚାରା ରୋପଣ କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶ ସମ୍ବନ୍ଧୀୟ ଆହ୍ବାନକୁ ଦୃଢ ଭାବେ ସ୍ଥିରତା ଆଣିପାରିବ ବୋଲି କୁହା ଯାଇଛି । ଅନ୍ୟପକ୍ଷରେ ଚାରା ରୋପଣ କାର୍ଯ୍ୟକ୍ରମରେ ସାମିଲ ଥିବା ସମସ୍ତେ ଚାରା ରୋପଣ କରିଥିବା ବୃକ୍ଷର ଆଗାମୀ ଦିନ ମାନଙ୍କରେ ରକ୍ଷଣାବେକ୍ଷଣର ସମ୍ପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିବାର ସଂକଳ୍ପ ନେଇଥିବା ଜଣାଯାଇଛି ।

ଗଜପତି ଜିଲ୍ଲା ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ୱାନ ଷ୍ଟପ କେନ୍ଦ୍ର ପକ୍ଷରୁ ସଚେତନତା କାଯ୍ୟକ୍ରମ ପାଳିତ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର “ୱାନ ଷ୍ଟପ କେନ୍ଦ୍ର” ସଖୀ ପକ୍ଷରୁ ବିଭିନ୍ନ ନିର୍ଯ୍ୟାତନା ନେଇ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅଧିନସ୍ତ ପାରଳାଖେମୁଣ୍ଡି ସ୍ଥିତ ଆଇ. ଏସ୍ .ଆର.ଡି ଆନୁକୂଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୀନା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ସଖୀ ୱାନ ଷ୍ଟପ କେନ୍ଦ୍ରର ପରିଚାଳିକା ଭାଗ୍ୟଲକ୍ଷ୍ମୀ ନାୟକ , କାଉନସିଲର ମିନା କୁମାରୀ ଟହୋଲ ଓ ଶ୍ରୀଦେବୀ ରଇତ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ‘ୱାନ ଷ୍ଟପ କେନ୍ଦ୍ର ସଖୀ’ ର କାର୍ଯ୍ୟକାରିତା ସମ୍ପର୍କରେ କହି ପାରିବାରିକ ଘରୋଇ ହିଂସା ,ଯୌତୁକ ନିର୍ଯ୍ୟାତନା , ବଳାତ୍କାର , ବାଲ୍ୟ ବିବାହ , କାର୍ଯ୍ୟସ୍ଥଳରେ ହଇରାଣ , ମହିଳା ଓ ଶିଶୁ ଚାଲାଣ ଓ ଅନ୍ୟାନ୍ୟ ହିଂସା ପ୍ରଭୃତି ସମ୍ପର୍କରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ବୁଝାଇଥିଲେ ।

ଅନ୍ୟ ପକ୍ଷରେ ମହିଳା ମାନଙ୍କ ବିଭିନ୍ନ ଅସୁବିଧା ସମ୍ପର୍କରେ ପୋଲିସ ଓ ଡାକ୍ତରଙ୍କ ସମେତ ଆଇନଗତ ସହାୟତା ଓ ସାମାଜିକ ପରାମର୍ଶ କିଭଳି ନେଇପାରିବେ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଶେଷରେ ୱାନ ଷ୍ଟପ କେନ୍ଦ୍ରର କର୍ମକର୍ତ୍ତା ରବୀନ୍ଦ୍ର କୁମାର ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହିଳା କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ଅରୁଣା ସାମଲଙ୍କ ସମେତ ମହିଳା ଡିଗ୍ରୀ ଓ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟାପିକା ଗଣ ଓ କର୍ମଚାରୀ ମାନଙ୍କ ସମେତ ବହୁ ସଂଖ୍ୟାରେ ଛାତ୍ରୀମାନେ ଉପସ୍ଥିତ ଥିଲେ ।

ଗଜପତି ଜିଲ୍ଲା ପଲିଟେକ୍ନିକ ଅନୁଷ୍ଠାନରେ ଔଦ୍ୟୋଦିକତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ଉପକଣ୍ଠସ୍ଥରେ ଥିବା ବେତାଗୁଡା଼ ସ୍ଥିତ ସରକାରୀ ପୋଲିଟେକ୍ନିକ ଅନୁଷ୍ଠାନର ସ୍ମାର୍ଟ-କ୍ଳାସ କକ୍ଷଠାରେ ଭୁବନେଶ୍ୱର ସ୍ଥିତ ଓଡିଶା ରାଜ୍ୟ ଉଦ୍ୟୋଗୀକତା ବିକାଶ ସଂସ୍ଥା ପକ୍ଷରୁ ରାଜ୍ୟ ସରକାରଙ୍କ “ଶିଳ୍ପ ନିର୍ଦ୍ଦେଶାଳୟ”‘ର ସହାୟତାରେ ଏବଂ ଗଜପତି ଜିଲ୍ଲା ଶିଳ୍ପ କେନ୍ଦ୍ର ସହଯୋଗରେ ୨ ସପ୍ତାହ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଉଦ୍ୟୋଗୀକତା ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ।

ଭୁବନେଶ୍ୱର ସ୍ଥିତ ଆଇ:ଇ:ଡି ର ସଂଯୋଜକ ଗୋକୁଳ ନନ୍ଦନ ଭୋଳଙ୍କ ସଭାପତିତ୍ୱରେ ପାରଳାଖେମୁଣ୍ଡି ସ୍ଥିତ ଷ୍ଟେଟବ୍ୟାଙ୍କ ର ଚିଫ୍ ମ୍ୟାନେଜର ବିଷ୍ଣୁ ପ୍ରସାଦ ସାହାଣୀ , ମୁଖ୍ୟଅତିଥି ଭାବେ ଯୋଗଦେଇ ଆମ ଦେଶର ଅର୍ଥନୈତିକ ସ୍ଥିତି ସଙ୍କଟ ଆଡକୁ ଗତି କରୁଛି , ଏଭଳି ସ୍ଥିତିରେ ସୁଧାର ଆଣିବା ପାଇଁ ଅଣୁ , କ୍ଷୁଦ୍ର , ଓ ମଧ୍ୟମ ଉଦ୍ୟୋଗ ସ୍ଥାପନା ସେକ୍ଟର ହିଁ ବିକଳ୍ପ ହୋଇ ଉଦ୍ଧାର କରିପାରିବା ସହ ଦେଶକୁ ସଂକଟମୟ ସ୍ଥିତିରୁ ବଞ୍ଚାଇ ନିଯୁକ୍ତି ସୃଜନକାରୀ କରିପାରିବ ।

ତେଣୁ ନିଜେ ସ୍ୱାବଲମ୍ବୀ ହେବା ସହ ନିଜର ସମ୍ପର୍କୀୟ , ବନ୍ଧୁ-ବାନ୍ଧବ ଓ ସାଙ୍ଗସାଥି ମାନଙ୍କୁ , ସେମାନଙ୍କ ଆୟର ସୃଜନକାରୀ କରିବା ଦିଗରେ ସାହାଯ୍ୟ କରିବାରେ ସହାୟକ ହେବାକୁ ଆହ୍ବାନ କରିଥିଲେ ।

ସରକାରୀ ପୋଲିଟେକ୍ନିକର ପ୍ରିନିସିପାଲ ଗଦାଧର ମହାରଣା ଅନ୍ୟତମ ଅତିଥି ଭାବେ ଯୋଗଦେଇ ଆମର ଦୈନନ୍ଦିନ ଖର୍ଚ୍ଚ ବଢି ଚାଲିଥିବା ବେଳେ ତାକୁ ମିଟ କରିବା ପାଇଁ ଚାକିରୀରେ ମିଳୁଥିବା ଦରମା ଯଥେଷ୍ଟ ନୁହେଁ , ଯାହା ଫଳରେ ଆମକୁ ସାଇଡ଼ ବ୍ୟୁଜିନେସ କରିବାକୁ ଜରୁରୀ ପଡିଥାଏ , ଏଥିପାଇଁ ଯଦି ଆମେ ଶିଳ୍ପଦ୍ୟୋଗକୁ ଆପଣେଇବା , ତା ହେଲେ ଆମର ଭବିଷ୍ୟତ ପାରିବାରିକ ଦୈନନ୍ଦିନ ଜୀବନ ସ୍ୱଚ୍ଛଳ ହୋଇପାରିବ ବୋଲି କହିଥିଲେ ।

ଜିଲ୍ଲା ଶିଳ୍ପ କେନ୍ଦ୍ରର ଜିଲ୍ଲା ପର୍ଯ୍ୟବେକ୍ଷକ ମନୋଜ କୁମାର ମହାପାତ୍ର ଯୋଗ ଦେଇ ଯୁବକଯୁବତୀ ମାନେ ସମାଜର ଅମୂଲ୍ୟ ସମ୍ପଦ , ସେମାନଙ୍କ ଉପରେ ହିଁ ସମାଜର ବିକାଶ ନିର୍ଭର କରିଥାଏ , ପ୍ରତିଷ୍ଠିତ ଉଦ୍ୟୋଗୀ ହେବାକୁ ହେଲେ ବ୍ୟବହାର ଓ ଆଚରଣ ନିଶ୍ଚିତ ରହିବା ଦରକାର । ନିଷ୍ଠା ଓ କଠିନ ପରିଶ୍ରମ ହିଁ ସଫଳତାର ମାପକାଠି , ଯାହାକି ନିଜର ଲକ୍ଷ ସ୍ଥଳକୁ ପହଞ୍ଚାଇବା ରେ ସହାୟକ ହୋଇଥାଏ । ତେଣୁ ନିଜେ ସ୍ୱାବଲମ୍ବୀ ହୋଇ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସମ୍ଭାବନାର ସୁଯୋଗ ସୃଷ୍ଟି କରିବାକୁ ଆହ୍ବାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ ଆଇ.ଇ:ଡି.ର ସଂଯୋଜକ ଗୋକୁଳ ନନ୍ଦନ ଭୋଳ, ସଂଯୋଜନା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହି ଉଦ୍ୟୋଗ ଓ ତା’ର ଲକ୍ଷଣ କ’ଣ , ସଫଳ ଉଦ୍ୟୋଗୀ ପାଇଁ ରହିଥିବା ଗୁଣାବଳୀ ଓ ଲକ୍ଷ ପୁରଣ ପାଇଁ କିଭଳି ଯୋଜନା ପ୍ରସ୍ତୁତ ହେବା ଆବଶ୍ୟକ , ସେ ସବୁର ବିଭିନ୍ନ ଦିଗ ସମ୍ପର୍କରେ କହି ଉପସ୍ଥିତ ସରକାରୀ ପୋଲିଟେକ୍ନିକର ଅନୁଷ୍ଠାନର ଛାତ୍ର ମାନଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ପୋଲିଟେକ୍ନିକ ଅନୁଷ୍ଠାନର ଫେକଲଟି ସାଗର କୁମାର ବେହେରା ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ ।