ପୁର୍ବତନ ବିଜେଡି ବିଧାୟକ ଶ୍ରୀ ଅନାମ ନାଏକ ଙ୍କ ଘରେ ଭିଜିଲାନ୍ସ ଚଢାଉ !

!!! ଭବାନୀପାଟଣା ରୁ ପ୍ରତିନିଧି ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କଳାହାଣ୍ଡି) – ପୁର୍ବତନ ବିଜେଡି ବିଧାୟକ ଶ୍ରୀ ଅନାମ ନାଏକ ଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି. ବର୍ତ୍ତମାନ୍ ର ଖବର ଅନୁଯାଇ ଭିଜିଲାନ୍ସ ଚଢାଉ ଜାରି ରହିଛି.

ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହେବାର କିଛି ଘଣ୍ଟା ପରେ ଦୁର୍ଘଟଣାରେ ଜଣେ ଗୁରୁତର।

!!! ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରୁ ଅଶ୍ୱିନ କୁମାର ମହାନ୍ତି ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଖଲ୍ଲିକୋଟ) – ସାରା ଦେଶରେ ଜାତୀୟ ସୁରକ୍ଷା ସପ୍ତାହ ସରକାରୀ ତହବିଲରୁ ବ୍ୟାପକ ଖର୍ଚ୍ଚାନ୍ତରେ ପାଳିତ କରାଯାଉଥିବା ବେଳେ ସଡ଼କ ଦୁର୍ଘଟଣାରେ ମୃତ ଓ ଆହତଙ୍କ ସଂଖ୍ୟା ବୃଦ୍ଧିକୁ ରୋକା ନଯାଇ ପାରିବର ଦୁଷ୍ଟାନ୍ତ ବି କିଛି କମ୍ ନୁହେଁ । ସଦ୍ୟ ଖଲ୍ଲିକୋଟ ବସ୍ ଷ୍ଟାଣ୍ତ ରେ ଖଲ୍ଲିକୋଟ ପୋଲିସ୍ ତରଫରୁ ସୁରକ୍ଷା ସପ୍ତାହର ଷଷ୍ଠ ଦିନର ସଫଳ ବୈଠକର କିଛି ଘଣ୍ଟା ନ ପୁରୁଣୁ ୧୬ ନମ୍ବର ଜାତୀୟ ରାଜପଥରେ ଦେଖିବାକୁ ମିଳିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜାତୀୟ ରାଜପଥ ନବିକରଣ କାର୍ଯ୍ୟ ଚାଲୁଥିବା ବେଳେ ଗୋଟିଏ ପାର୍ଶ୍ବ ରାସ୍ତା କୁ ସଂପୂର୍ଣ୍ଣ ରୂପେ ଅବରୋଧ କରାଯାଇଛି । ଯାହା ଫଳରେ ଆଜି ସଂନ୍ଧ୍ୟା ସମୟରେ ଭୁବନେଶ୍ବର ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଅଟୋ OD33L9119 କୁ ବିପରିତ ଦିଗରୁ ଆସୁଥିବା ଟ୍ରାଭେରା କାର OD02C0599 ମୁହାଁ ମୁହିଁ ଧକା ହେବା ଫଳରେ ଭୁବନେଶ୍ବର ଅଞ୍ଚଳର ଅଟୋ ଚାଳକ ବିଜୟ ବାରିକ କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ ବିଭାଗର କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଖଲ୍ଲିକୋଟ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ସେଠାରେ ବିଜୟଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ଡ଼ାକ୍ତର ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ କରିଛନ୍ତି । ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଜାତୀୟ ରାଜପଥ କର୍ତ୍ତୁପକ୍ଷ, ଜିଲ୍ଲା ପ୍ରଶାସନ ଓ କାର୍ଯ୍ୟ କରୁଥିବା ସି ପି ଆରୋରା ନାମକ ଏକ ଘରୋଇ କମ୍ପାନୀ ର ମଧୁଚନ୍ଦ୍ରିକାରେ ରାସ୍ତା କାମ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି ।

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସାମାଜିକ ସ୍ୱେଚ୍ଛାସେବୀ ଦିବସ ପାଳିତ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ବିଭାଗ ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସାମାଜିକ ସ୍ୱେଚ୍ଛାସେବୀ ଦିବସ କାଶୀନଗର ବ୍ଲକ ଅନ୍ତର୍ଗତ କେ . ସୀତାପୁର ଠାରେ ପାଳିତ ହୋଇଯାଇଛି । ଏକ ସ୍ୱଚ୍ଛ , ସଂକଳ୍ପ ବଦ୍ଧ ଓ ସମର୍ପିତ ମନ ହିଁ ଜଣେ ସାଧାରଣ ମଣିଷକୁ ସ୍ବେଚ୍ଛାସେବୀ ଭାବେ ଗଢି ତୋଳିଥାଏ । ମହାତ୍ମାଗାନ୍ଧୀଙ୍କ ବିଚାରଧାରାରେ ସର୍ବଦା ସ୍ୱେଚ୍ଛାସେବୀର ସ୍ଥାନ ସ୍ବତନ୍ତ୍ର । ଗାନ୍ଧୀବାଦ ଓ ସ୍ୱେଚ୍ଛାସେବୀ ପରସ୍ପର ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ତେଣୁ ମହାତ୍ମାଗାନ୍ଧୀଙ୍କ ପଦାଙ୍କ ଅନୁସରଣ କରି ଏହି ଶୋଭାଯାତ୍ରାଟି ଆୟୋଜିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମ ରେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ବିଜୟ କୁମାର ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଝାନ୍ସିରାଣୀ ୟୁଥ୍ କ୍ଲବ ଦ୍ୱାରା ଆୟୋଜିତ ହୋଇଥିଲା । ଏହା ବ୍ୟତୀତ ୟୁଥ୍ କ୍ଲବର ଆବଶ୍ୟକତା ତଥା ରକ୍ତଦାନ , ସ୍ବେଚ୍ଛାସେବୀଙ୍କ କର୍ତ୍ତବ୍ୟ , ବିପର୍ଯ୍ୟୟ ପରିଚାଳନା ଏବଂ ପ୍ରାଥମିକ ଉପଚାର ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ବ୍ଲକ ସଂଯୋଜକ କେ . ଶିବାଜୀ , ଅକ୍ଷୟ କୁମାର ଏବଂ କେନ୍ଦ୍ରର ସଭାପତି ପ୍ରିୟଙ୍କା ବଡଘର ପ୍ରମୁଖ ପରିଚାଳନା କରିଥିଲେ ।

ଗଡ଼ିଲା “ସମ୍ପର୍କ ରଥ” : ୧୦ ଦିନ ଧରି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜିଲ୍ଲା ବ୍ୟାପି କରାଇବ ସଚେତନ…

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲା ବ୍ୟାପି ଜନ ସଚେତନତା ପାଇଁ ବାହାରିଥିବା “ସମ୍ପର୍କ ରଥ” ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି. ଆଓ ଏବଂ ଜିଲ୍ଲାପାଳ ଅନୁପମ ସାହା ଯୋଗ ଦେଇ ମିଳିତ ଭାବେ ଉଭୟେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଅନୁପମ ସାହା ସାମ୍ବାଦିକ ମାନଙ୍କୁ “ସମ୍ପର୍କ ରଥ’ ସମ୍ପର୍କରେ ଅଧିକ ସୂଚନା ଦେଇ କହିଥିଲେ ଯେ , ଏହି ସମ୍ପର୍କ ରଥ ଏସ୍ ସି-ଏସ୍ ଟି ଉନ୍ନୟନ ବିଭାଗ ପକ୍ଷରୁ ମୁଖ୍ୟତଃ ଭାବେ ସରକାରଙ୍କ ୫-ଟି(ଫାଇଭ-ଟି)ରେ ଯେଉଁ ସବୁ କାର୍ଯ୍ୟକ୍ଷେତ୍ର ସବୁ ରହିଛି , ସେ ସବୁ ସମ୍ପର୍କରେ ଜିଲ୍ଲାବାସୀଙ୍କ ଠାରେ କିଭଳି ପହଞ୍ଚା ଯାଇପାରିବ , ସେଥିପାଇଁ ଏହି ସମ୍ପର୍କ ରଥ ଗୁଡିକର ଶୁଭାରମ୍ଭ କରାଯାଇଛି । ଏହି ସମ୍ପର୍କ ରଥ ଗୁଡାକ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଅଞ୍ଚଳ ଯାଇ ସରକାରଙ୍କ ୫-ଟିରେ ରହିଥିବା କାର୍ଯ୍ୟକ୍ଷେତ୍ର ଗୁଡିକ ଉପରେ ପ୍ରଚାର କରିବା ସହ ଲୋକଙ୍କୁ ଆଜି ଠାରୁ ଆରମ୍ଭ କରି ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ଅବଗତ କରାଇ ସଚେତନ କରାଇବେ । ଭୌଗୋଳିକ ସ୍ଥିତି ପ୍ରକାରେ ସମ୍ପର୍କ ରଥ ଗୁଡିକୁ ବିଭକ୍ତ କରାଯାଇ ସେହି ପ୍ରକାରେ ପ୍ରଚାର ପ୍ରସାର ପାଇଁ ପଠାଯିବ।
ସରକାରଙ୍କ ୫-ଟି ଯେଉଁ ଚାଲିଛି , ଏସଟି-ଏସସି ଉନ୍ନୟନ ବିଭାଗ ମାଧ୍ୟମରେ ଏବଂ ଏସଡିସି ଓ ମଙ୍ଗଳ ବିଭାଗ ପକ୍ଷରୁ ଟ୍ରାଇବାଲ ହଷ୍ଟେଲ ସବୁ ଚାଲିଛି , ତାହା ବ୍ୟତୀତ ଏସଡିସି ପକ୍ଷରୁ ଆମର ବିଭିନ୍ନ କାର୍ଯ୍ୟକ୍ରମ ସବୁ କରାଯାଇଛି , ଯେମିତି ପୂଜାସ୍ଥଳୀ ମାନଙ୍କର ପୁନଃଉଦ୍ଧାର ଓ ସୌନ୍ଦର୍ଯ୍ୟ କରଣ , ତା ସହିତ ଆମର ଯାହାବି ସିଭିଲ କନଷ୍ଟ୍ରକସନ ଓ ଅନ୍ୟାନ୍ୟ ଉନ୍ନୟନ ମୂଳକ କାମ ସବୁ ବିଭିନ୍ନ ଯୋଜନା ମାଧ୍ୟମରେ ହେଉଛି , ସେ ସବୁ ଗୁଡାକ ଉପରେ ସମସ୍ତ ଜନ ସାଧାରଣ କିଭଳି ସମ୍ପୂର୍ଣ୍ଣ ଭାବେ ଅବଗତ ହେବା ସହ ସଚେତନ ହେବେ ଏବଂ ହଷ୍ଟେଲରେ ଯେଉଁ ପିଲାମାନେ ରହୁଛନ୍ତି ସେମାନଙ୍କ ସ୍କଲରସିପ ଏବଂ ଅନ୍ୟାନ୍ୟ ସମସ୍ତ ବିଷୟ ସମ୍ପର୍କରେ ସଚେତନ କରାଯିବ । ସେ ସବୁ ସମ୍ପର୍କରେ ଜିଲ୍ଲାବାସୀ କିଭଳି ଜାଣିପାରିବେ ଏବଂ ଲୋକେ ବିଶେଷ ଭାବେ ଏଥିପ୍ରତି ଉପକୃତ ହୋଇ ପାରିବେ , ସେ ଦିଗରେ ଏ ସବୁର ସମସ୍ତ ପଦକ୍ଷେପ ନିଆ ଯାଉଛି ବୋଲି କହିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଗୁଣୁପୁର ଉପ-ଜିଲ୍ଲାପାଳ ବିଏସ . ବଳିରାମ, ଅତିରିକ୍ତ ଜିଲ୍ଲାପାଳ ଜ୍ଞାନ ରଞ୍ଜନ ଭଞ୍ଜଦେଓ , ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ବାଇଁ , ଅତିରିକ୍ତ ଉପଜିଲ୍ଲାପାଳ ଶେଷଦେବ ମିଶ୍ର , ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା , ଡିସିପିୟୁ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ , ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ ।

ମାଲାଙ୍ଗସୁଗା ଠାରେ ପ୍ରତିଷ୍ଠା ହେବ ଏକଲବ୍ୟ ଆବାସିକ ବିଦ୍ୟାଳୟ…

!!! କନ୍ଧମାଳ ଜିଲ୍ଲା ରାଇକିଆ ରୁ ନୃସିଂହ ଚରଣ ଦାଶ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଘୁ.ଉଦୟଗିରି) – କନ୍ଧମାଳ ଜ଼ିଲ୍ଲା ଘୁ.ଉଦୟଗିରି ଠାରେ ସରକାରଙ୍କ ପକ୍ଷରୁ କଳିଂଗିଆ ଗ୍ରାମ ପଂଚାୟତର ମାଲାଙ୍ଗସୁଗା ଠାରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ସ୍ଥାପନ ହେବା ନେଇ ସୂଚନା ମିଳିଛି I ଆବାସିକ ବିଦ୍ୟାଳୟ ତିଆରି ପାଇଁ ଆବଶ୍ୟକ ମୁତାବକ ଜମି ପ୍ରଶାସନ ପକ୍ଷରୁ ପ୍ରଦାନ ମଧ୍ୟ କରାଯାଇଛି I ଯାହାକୁ ନେଇ ଅଞ୍ଚଳ ବାସିଙ୍କ ମଧ୍ୟରେ ନୂଆ ଆଶା ଜାଗି ଉଠିଛି I ଏହି ଅଞ୍ଚଳର ଗରିବ ଆଦିବାସୀ ଛାତ୍ରଛାତ୍ରୀ ଉନ୍ନତ ମାନର ଶିକ୍ଷା ପାଇବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି I ଘଟଣା ସମ୍ପର୍କରେ ସ୍ଥାନୀୟ ଅତିରିକ୍ତ ତହସିଲଦାରଙ୍କ ମତାମତ ଗ୍ରହଣ କରାଯାଇ ଥିଲା I ଆବାସିକ ବିଦ୍ୟାଳୟ ତିଆରି ପାଇଁ ଆବଶ୍ୟକ ମୁତାବକ 10 ଏକର ଜମି ପ୍ରଦାନ କରାଯାଇ ଥିବା ତହସିଲଦାର ସୂଚନା ଦେଇଛନ୍ତି I ଏହି ଅଞ୍ଚଳର ଆଦିବାସୀ ଛାତ୍ରଛାତ୍ରୀ ଉନ୍ନତମାନର ଶିକ୍ଷା ପାଇବାରୁ ବଞ୍ଚିତ ହେଉଥିଲେ I ଏହି ବିଦ୍ୟାଳୟ ସ୍ଥାପନ ହେବା ଦ୍ୱାରା ଅଂଚଳର ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ଉନ୍ନତମାନର ଶିକ୍ଷା ପାଇ ବେଶ ଶିକ୍ଷା କ୍ଷେତ୍ରରେ ସୁନାମ ଅର୍ଜନ କରିପାରିବେ ବୋଲି ଅଞ୍ଚଳରେ ମତ ପ୍ରକାଶ ପାଇଛି I ଉକ୍ତ ପଦକ୍ଷେପ ପାଇଁ ଅଞ୍ଚଳବାସୀ ସରକାର ଏବଂ ଜ଼ିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି I ଏହା ସହ ସାମ୍ବାଦିକ ଗଗନ କୁମାର ପ୍ରଧାନ, ସାମ୍ବାଦିକ ସାମନ୍ତ ଶେଖର ନାୟକ, ସମାଜସେବୀ ମହମ୍ମଦ ଜିଆଉଦ୍ଦିନ, ରମାକାନ୍ତ ମହାପାତ୍ର, ରୋହିତ କୁମାର ପ୍ରଧାନ, ନାଥନ ପ୍ରଧାନ, ଅନିଲ କୁମାର ଦିଗାଳ ପ୍ରମୁଖ ଏହି ମହାନ କାମ ପାଇ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ବିଦ୍ୟାଳୟ ନିର୍ମାଣ କାମକୁ ତ୍ୱରାନ୍ୱିତ କରି ବିଦ୍ୟାଳୟ ଗୃହ ନିର୍ମାଣକାମ ସାରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି I

୩୧ତମ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା ସପ୍ତାହ : ଜନସାଧାରଣଙ୍କୁ ସଚେତନତା ଉଦ୍ଦେଶ୍ୟରେ ବାଇକ୍ ଶୋଭାଯାତ୍ରା ।

!!!ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଥାନା ପରିସରରୁ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ୩୧ ତମ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଜନସାଧାରଣଙ୍କୁ ସଚେତନତା କରବା ଉଦ୍ଦେଶ୍ୟ ନେଇ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲାପାଳ ଅନୁପମ ସାହା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ମିଳିତ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଶୋଭାଯାତ୍ରାଟି ଆଦର୍ଶ ଥାନା ପରିସରରୁ ବାହାରି ପାରଳାଖେମୁଣ୍ଡି ସହର ପରିକ୍ରମା କରିଥିଲା। ଶୋଭାଯାତ୍ରାରେ ବାଇକ୍ ଆରୋହୀ ମାନେ ସମସ୍ତଙ୍କୁ ହେଲମେଟ ପିନ୍ଧିବା ପାଇଁ ସଚେତନ କରିଥିବା ବେଳେ ହେଲମେଟ ପିନ୍ଧି ଥିବା ବାଇକ୍ ଚାଳକ ମାନଙ୍କୁ ଜିଲ୍ଲାପାଳ ଓ ଏସପି ଆଦର୍ଶ ଥାନା ସମ୍ମୁଖରେ ଚକଲେଟ୍ ବାଣ୍ଟି ସ୍ୱାଗତ କରିଥିଲେ।ଏହି ସଚେତନତା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାରପ୍ରାପ୍ତ ପରିବହନ ଅଧିକାରୀ ତଥା ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ୱାଇଁ, ଯାନବାହାନ ନିରୀକ୍ଷକ ବସନ୍ତ ମହାପାତ୍ର, ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ସମେତ ସାମ୍ବାଦିକ ବନ୍ଧୁ ଓ ସାଧାରଣ ଲୋକ ମାନେ ଉପସ୍ଥିତ ଥିଲେ।