କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରରେ ରାଜ୍ୟସ୍ତରୀୟ କବିସୂର୍ଯ୍ୟ ବଳଦେବ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କବିସୂର୍ଯ୍ୟନଗର ) – କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରରେ ରାଜ୍ୟସ୍ତରୀୟ କବିସୂର୍ଯ୍ୟ ବଳଦେବ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଓଡିଶା ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି।ବିଧାୟିକା କବିସୂର୍ଯ୍ୟନଗର,ବିଧାୟକ ଛତ୍ରପୁର,ବିଧାୟକ ବ୍ରହ୍ମପୁର,ବିଧାୟକ ସୋରଡ଼ା ଏବଂ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇଛନ୍ତି।ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ବୁଢ଼ାମ୍ବ ଠାରୁ ବାଲିପଦର ଦୁଇ ଥାକିଆ ରାସ୍ତାର ଭୁମିପୂଜନ ଓ ଭିତ୍ତିପ୍ରସ୍ତର ସ୍ଥାପନ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କବିସୂର୍ଯ୍ୟନଗର) – କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବୁଢ଼ାମ୍ବ ଠାରେ ଓଡ଼ିଶାର ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୁଢ଼ାମ୍ବ ଠାରୁ ବାଲିପଦର ଦୁଇ ଥାକିଆ ରାସ୍ତାର ପ୍ରଶସ୍ତିକରଣ ଏବଂ ସଶକ୍ତିକରଣ ର ଭୁମି ପୂଜନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ଆଠଗଡ ପାଟଣା ଗ୍ରାମପଞ୍ଚାୟତ ବଜାରଗୃହକୁ ଉଦଘାଟନ କରିଛନ୍ତି।ବିଧାୟିକା କବିସୂର୍ଯ୍ୟନଗର ଓ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇଛନ୍ତି।ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବୁଢ଼ାମ୍ବ ପଞ୍ଚାୟତ ର ସମସ୍ତ ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଫାଣ୍ଡିରୁ ଚମ୍ପଟ ମାରିଥିବା ଆସାମୀକୁ ଧରିଲା ପୁଲିସ,ଚୋରୀ ସ୍କୁଟି ଉଦ୍ଧାର l

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ବେଗୁନିଆପଡ଼ା) – ଗତ 23 ତାରିଖରେ ବେଗୁନିଆପଡ଼ା ଫାଣ୍ଡି ପଛପାଖ ରାସ୍ତାରେ ଥିବା ଆଇ ସି ଆଇ ସି ଆଇ ବ୍ୟାଙ୍କ୍ ଏ ଟି ଏମ୍ ରୁ ଲୁଟ ଉଦ୍ୟମ କରି 24 ତାରିଖ ଦିନ ଧରା ପଡିଥିବା ଆସାମୀ କୃଷ୍ଣ ପ୍ରଧାନ ଗତ 27 ତାରିଖ ଦିନ ଫାଣ୍ଡିରୁ ସୁଯୋଗ ଦେଖି ଚମ୍ପଟ ମାରିବା ପରେ ଆଜି ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ତାକୁ ସ୍ଥାନୀୟ ଫାଣ୍ଡି ଅଧୀନସ୍ଥ ଓଡନଇ ଗ୍ରାମ ନିକଟରୁ କାବୁ କରିବା ସହ ତା ନିକଟରୁ ଏକ ସ୍କୁଟି ଗାଡି ଉଦ୍ଧାର କରିଛନ୍ତି l ଏ ଟି ଏମ୍ ଲୁଟ ଘଟଣାରେ 4 ଜଣଙ୍କୁ ଗିରଫ୍ କରିଥିବା ବେଳେ କୃଷ୍ନ ପ୍ରଧାନ ବିଭିନ୍ନ ମାମଲାରେ ଜଡିତ ଥିବା ନେଇ ତଦନ୍ତ ପାଇଁ ଫାଣ୍ଡିରେ ଅଟକ ରଖାଯାଇଥିଲା l କିନ୍ତୁ 27 ତାରିଖ ଦିନ ସକାଳ 10.30 ମି ସମୟରେ ସେ ସେଣ୍ଟ୍ରି କୁ ଚକମା ଦେଖାଇ ଛୁ ମାରିଥିଲା l ପୁଲିସ ବହୁ ଖୋଜାଖୋଜି କରିବା ପରେ ତାକୁ ଧରିବା ପାଇଁ ଜାଲ ବିଛାଇବା ପରେ ଆଜି ତାକୁ ଧରାଯାଇଛି l ତା ନିକଟରୁ ବେଗୁନିଆପଡା ବଜାରରୁ ଚୋରି ହୋଇଥିବା ଏମ୍ ସୁନିତା ରାଓ ଙ୍କ ସ୍କୁଟି ଗାଡି (OD 07 B 5477) କୁ ମଧ୍ୟ ଉଦ୍ଧାର କରାଯାଇଛି l ଆସାମୀକୁ ଅତି ଶୀଘ୍ର କୋର୍ଟ ଚାଲାଣ କରାଯିବ ବୋଲି ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପ୍ରକାଶ କରିଛନ୍ତି l

ନିୟତୀ ମାନସିକ ଅନଗ୍ରସର ବିଦ୍ୟାଳୟ ଆନୁକୂଲ୍ୟରେ ୭୧ ତମ ଜନାରାଜ୍ୟ ଦିବସ ପାଳନ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାଣୀପେଣ୍ଠ) – ଗଜପତି ଜିଲ୍ଲା ରାଣୀପେଣ୍ଠ ସ୍ଥିତ ନିୟତୀ ମାନସିକ ଅନଗ୍ରସର ବିଦ୍ୟାଳୟ ଆନୁକୂଲ୍ୟରେ ଏକସ୍ତରୀତମ ଜନାରାଜ୍ୟ ଦିବସ ପାଳନ ହୋଇଯାଇଛି।
ମୁଖ୍ୟ ଅତିଥି ପ୍ରାକ୍ତନ ପ୍ରଧାନ ଶିକ୍ଷକ ବିଶିଷ୍ଟ ଶିକ୍ଷାବିତ କୃଷ୍ଣଚନ୍ଦ୍ର ମହାରଣା ପତାକା ଉତ୍ତୋଳନ କରି ଭିନ୍ନକ୍ଷମ ମାନଙ୍କୁ ସାମାଜିକ ମୁଖସ୍ରୋରେ ସାମିଲ ହେବାପାଇଁ ସାମ୍ବିଧାନିକ ଅଧିକାରକୁ ସମସ୍ତେ ଅବଗତ ହେବା ବାଞ୍ଛାନୀୟ ବୋଲି ଉଦ୍ବୋଧନ ଦେଇଥିଲେ। ମୁଖ୍ୟବକ୍ତା ଭାବେ ମହିଳା ନେତ୍ରୀ ଓ ସମାଜସେବୀ ଅନିତା କୁମାରୀ ଅଧିକାରୀ ଯୋଗ ଦେଇ ସାଧାରଣତନ୍ତ୍ର ଦିବସ ର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ସମ୍ବିଧାନରେ ଭିନ୍ନକ୍ଷମ ମାନଙ୍କ ପାଇଁ ରହିଥିବା ନିୟମ କୁ ମାନି ଏମାନଙ୍କୁ ସାମାଜ ର ମୁଖ୍ୟ ସ୍ରୋତ କୁ ଆଣିପାରିଲେ ସମ୍ବିଧାନ ପ୍ରଣେତା ତାଙ୍କ ଉଦ୍ଦେଶ୍ୟ ଚରିତାର୍ଥ ହୋଇପାରିବ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ନିୟତିର ସଂସ୍ଥାପକ ତଥା ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା, ଆଧକ୍ଷା ସ୍ନେହଳତା ପାଣିଗ୍ରାହୀ,ଜୋଷ୍ଣା ଡାକୁଆ, ଶାସ୍ବତୀ ବେବର୍ତ୍ତା, ଜେୟମା, ପୂର୍ଣବାସୀ ନାୟକ, ଟୁକୁନା ପାଢ଼ୀ ,ବଦ୍ରୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ବିଦ୍ୟାର୍ଥୀ ମାନଙ୍କୁ ନିମନ୍ତ୍ରିତ ଅତିଥି ବୃନ୍ଦ ମିଷ୍ଟାନ ବଣ୍ଟନ କରି ସେମାନଙ୍କ ଦିର୍ଘ ଜୀବନ୍ କାମନା କରିବା ସହ ନିଜକୁ ଜଣେ ଜଣେ ଆଦର୍ଶ ମନୀଷୀ ଭାବେ ଗଢ଼ି ତୋଳିବାକୁ ପରାମର୍ଶ ଦେଇଥିଲେ।

ଜିଲ୍ଲା ସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ।

!!! ଗଞ୍ଜାମ ଜିଲ୍ଲା ବେଗୁନିଆପଡା ରୁ ମୁନା ନାୟକଙ୍କ ରିପୋର୍ଟ !!! 

 

ଏଥର ସମ୍ଭାଳ (ଗଞ୍ଜାମ) – ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ନିକଟସ୍ଥ କେ. ବରିଡ଼ା ଠାରେ ଜିଲ୍ଲାସ୍ତରୀୟ ଅମରେଶ୍ବର ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଶୁଭ ଉଦ୍ଘାଟନ ହୋଇ ଯାଇଛି। ଏହି ଟୁର୍ଣ୍ଣାମେଣ୍ଟକୁ ବିଜୁ ଜନତା ଦଳର ଜିଲ୍ଲା ସଂପାଦକ ହର ପ୍ରସାଦ ସାହୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଚିତ୍ରସେନ ନାୟକ, ସୁନୀଲ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରାମାଞ୍ଚଳର କ୍ରୀଡା ବିକାଶ ଦିଗରେ ସରକାର ବହୁ ପଦକ୍ଷେପ ନେଉଥିବା ବେଳେ ଏହି ଖେଳରେ ଯୋଗ ଦେଇଥିବା ସମସ୍ତ ଖେଳାଳି ବନ୍ଧୁତ୍ବପୂର୍ଣ୍ଣ ବାତାବରଣ ମଧ୍ୟରେ ଖେଳିବାକୁ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ । ସେହିପରି ପ୍ରତି ଟିମ୍ ଗୁଡିକ ହାର୍ ଜିତ୍ ଅପେକ୍ଷା ଭାଇଚାରା ବଜାୟ ରଖି ଖେଳନ୍ତୁ ବୋଲି ଶ୍ରୀ ରଥ କହିଥିଲେ । ଏହି ଜିଲ୍ଲା ସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ କେ. ବରିଡ଼ା ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ହେଉଥିବା ବେଳେ ଆସନ୍ତା ୨ ଫେବ୍ରୁଆରୀ ଯାଏଁ ଏହି ମ୍ଯାଚ ଚାଲିବାର କାର୍ଯ୍ୟକ୍ରମ ରହିଛି। ଉଦଘାଟନୀ ମ୍ଯାଚରେ ବ୍ରହ୍ମପୁର ହରିଡ଼ାଖଣ୍ଡି ସହ ମୋହନା ଟିମ୍ ଖେଳିଥିବା ବେଳେ ହରିଡା ଖଣ୍ଡି ଟିମ୍ ବିଜୟୀ ହୋଇଥିଲା ।

କନ୍ଧମାଳ ଜିଲ୍ଲା ଖଜୁରୀପଡା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଖଜୁରୀପଡା ପଞ୍ଚାୟତ ସମିତି ତରଫରୁ 71ତମ ସାଧାରଣ ତନ୍ତ୍ର ଦିବସ ପାଳନ।

!!! କନ୍ଧମାଳ ଜିଲ୍ଲା ଫୁଲବାଣୀ ରୁ ସୁକାନ୍ତ ବେହେରା ଙ୍କ ରିପୋର୍ଟ୍.!!!

ଏଥର ସମ୍ଭାଳ (ଖଜୁରୁପଡ଼ା) – କନ୍ଧମାଳ ଜିଲ୍ଲା ଖଜୁରୀପଡା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଖଜୁରୀପଡା ପଞ୍ଚାୟତ ସମିତି ତରଫରୁ 71ତମ ସାଧାରଣ ତନ୍ତ୍ର ଦିବସ ପାଳନ କରାଯାଇଛି । ଏଠାରେଖଜୁରୀପଡା ପଞ୍ଚାୟତ ସମିତି ଅଧକ୍ଷ ଶ୍ରୀ ଯୁକ୍ତ ବୀରେନ୍ଦ୍ର କହଁର ପତାକା ଉତୋଳନ କରିଥିଲେ।ଏଥିରେ ଖଜୁରୀପଡା ବ୍ଲକ ର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ରବିନ୍ଦ୍ରନାଥ କହଁର, ଖଜୁରୀପଡା ତହସିଲଦାର ଶ୍ରୀ ଯୁକ୍ତ ମନୋଜ କୁମାର ପାଢ଼ୀ, ଥାନା ଅଧିକାରୀ, ଦମକଳ ଷ୍ଟେସନ ଇନଚାର୍ଜ ଶ୍ରୀଯୁକ୍ତ ଅମୃନ ଗୌରବ ଖଜୁରୀପଡା ର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ରୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଆଦର୍ଶ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ପଡ଼ିଆରେ ପି ଇ ଟି ସାର ଛାତ୍ର ଛାତ୍ରୀ ମାନଙ୍କ ମାଧ୍ୟମ ରେ ବିଭିନ୍ନ କୌଶଳ ଦେଖାଇ ଥିଲେ । ବିଭିନ୍ନ ପ୍ରତିଯୋଗିତା ର କୃତିତ୍ୱଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇ ଥିଲ। । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସମସ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେଭାଗ ନେଇଥିଲେ । ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଅଧ୍ୟୟନ କରିଥିବା ଉରୁ ମୁଣ୍ଡ ଛାତ୍ର ଶ୍ରୀ ମନୋଜ କୁମାର ବେହେରା ଉରୁ ମୁଣ୍ଡା ଏବର୍ଷ ଓ. ଏ. ଏସ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଖଜୁରୀପଡା ନୋଡାଲ ଉଚ୍ଚବିଦ୍ୟାଳୟ ର ଗୌରବ ରଖିଥିବା ହେତୁ ତାଙ୍କୁ ଏଠାରେ ସମ୍ମାନିତକରାଯାଇଅଛି ।ଏହି ଅବସରରେ ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ଫୁଟବଲ ଚେୟାରମେନ କପ ଅନୁଷ୍ଠିତ ହେଇଯାଇଥିଲା ଏଥିରେ 8ଟି ଦଳ ଭାଗ ନେଇଥିଲେ ଏଥିରେ ଫାଇନାଲ ମ୍ୟାଚ ରେ କରେକାମ୍ବା vs କଲାଡ଼ି ମଧ୍ୟରେ ହୋଇଥିଲା । କେହି ଗୋଲ କରି ପାରି ନଥିବାରୁ ପେନାଲଟି ସୁଟରେ କରେକାମ୍ବା ଜିତି ଫୁଟବଲ ଚେୟାରମେନ କପ ଗ୍ରହଣ କରିଥିଲେ ।

ଖଲିକୋଟ ବ୍ଳକ ଅନ୍ତର୍ଗତ ବଧିନୂଆଁପଲୀ ପଞ୍ଚାୟତର କେ ଝୋଳାମାଳ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ।

!!! ଗଞ୍ଜାମ୍ ଜିଲ୍ଲା ଖଲ୍ଲିକୋଟ ରୁ ଅଶ୍ଵିନ କୁମାର ମହାନ୍ତି ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଖଲ୍ଲିକୋଟ) – ଗଞ୍ଜାମ ଜିଲ୍ଲାର ଖଲିକୋଟ ବ୍ଳକ ଅନ୍ତର୍ଗତ ବଧିନୂଆଁପଲୀ ପଞ୍ଚାୟତର କେ ଝୋଳାମାଳ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମାଜସେବୀ ଅଶୋକ କୁମାର ତ୍ରିପାଠୀ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଦୂର୍ଯୋଧନ ପଲେଇ ମୂଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ସ୍ଥାନୀୟ ସରପଞ୍ଚ ବାସୁଦେବ ରାଉତ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିଦେଶୀ ଭୋଳ ସଭାପତିତ୍ବ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗିରଥି ସେଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ସହକାରୀ ଶିକ୍ଷୟିତ୍ରୀ ଶୁଭସ୍ମିତା ଦଳେଇ ସହଯୋଗ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ କରାଯାଇଥିଲା । ଏୟାହିରେ ଅଭିଭାବକ ଓ ଆଖପାଖ ଅଞ୍ଚଳର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ ।।

ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକ ମଣ୍ଡାପାଳ ଗ୍ରାମର ର ମା ବାଲିବାଉତି ଆଂଚଳିକ ଉଚ୍ଚ ବିଦ୍ୟାଳୟ ଠାରେ ଜାନୁଆରୀ ମାସ ୨୬ତାରିଖ ଦିନ ସୁଧାକର ବ୍ରହ୍ମ ପୁରସ୍କାର ବିତରଣ ଉତ୍ସବ ପାଳିତ।

!!! ଢେଙ୍କାନାଳ ରୁ ଜିଲ୍ଲା ପ୍ରତିନିଧି ଦେବାଶିଷ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଢେଙ୍କାନାଳ) – ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକ ମଣ୍ଡାପାଳ ଗ୍ରାମର ର ମା ବାଲିବାଉତି ଆଂଚଳିକ ଉଚ୍ଚ ବିଦ୍ୟାଳୟ ଠାରେ ଜାନୁଆରୀ ମାସ ୨୬ତାରିଖ ଦିନ ସୁଧାକର ବ୍ରହ୍ମ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେସାମ୍ବାଦିକ ତଥା ସମାଜ ସେବୀ ଶ୍ରୀ ଯୁକ୍ତ ବିମଳ କୁମାର ଥମ୍ବ , ସମ୍ମାନୀତ ଅତିଥି ଭାବେ ବିଜୟ କୁମାର ବ୍ରାହ୍ମ, ଉପସ୍ଥିତ ଥିଲେ। ବିଭନ୍ନ ପ୍ରତିଯୋଗିତାରେ କୃତି ବିଦ୍ୟାର୍ଥୀଙ୍କୁ ମାନପତ୍ର ପ୍ରଦାନ କରାଯାଇଛି । ଏଥିରେ ସ୍କୁଲ ପ୍ରଧାନ ଶିକ୍ଷକ, ଶ୍ରୀ, ରଣଜୀତି ସାମଲ, ଶିକ୍ଷକ ସୁରେଶ ଚନ୍ଦ୍ର ବରାଳ,ଅରୁପାନଦ, ମହାନ୍ତି,ଅମିୟ, ସାର୍,ଶୁଦଶନ ସାର୍, ସବିତା ମୋରି, ପୃଷ୍ଟି, ଜେନା , ରବି ନାରାୟଣ ବରାଳ, ପ୍ରଫୁଲ୍ଲ କୁମାର ବ୍ରହ୍ମ, ଉପସ୍ଥିତ ଥିଲେ । ଶେଷରେ ସର୍ବେଶ୍ଵର ବ୍ରହ୍ମ, ଧନ୍ୟବାଦ ଅର୍ପଣ କରିଥିଲେ ।

ନୂଆଗଡ଼ ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍.!!!

ଏଥର ସମ୍ଭାଳ (ଗଞ୍ଜାମ୍) – ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ନୂଆଗଡ଼ ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଗତ ରବିବାର ଦିନ ଅର୍ଥାତ୍ ୨୬.୦୧. ୨୦୨୦ ରିଖ ଦିନ ବିଦ୍ୟାଳୟ ପରିଚାଳନା କମିଟି ଅଧକ୍ଷ ବସନ୍ତ କୁମାର ଭୂୟାଁ ଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳ କାନ୍ତ ସାହୁ, ମୁଖ୍ୟବକ୍ତାଭାବେ ଅବସରପ୍ରାପ୍ତ ଶିକ୍ଷକ ମୁକୁନ୍ଦ ମାଧବ ସ୍ଵାଇଁ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଭ୍ରମର ବର ଭୂୟାଁ, ଶିକ୍ଷକ ଲୋକନାଥ ସ୍ଵାଇଁ, ରାମଚନ୍ଦ୍ର ଗୌଡ଼, ଲକ୍ଷ୍ମୀ ପ୍ରଧାନ, ପୂର୍ବତନ ସି ଆର୍ ସି ସି ପ୍ରକାଶ ଚନ୍ଦ୍ର ଭୂୟାଁ, ଅଭିମନ୍ୟୁ ଭୂୟାଁ , ସ୍ଵତନ୍ତ୍ର ଅତିଥି ଭାବେ ସି ଆର୍ ସି ସି ଜଗନ୍ନାଥ ବାରିକ ପ୍ରମୂଖ ଯୋଗଦେଇ ଗୁରୁ ଶିଷ୍ୟ ଙ୍କ ମଧ୍ଯ ରେ ସମ୍ପର୍କ, ଶିକ୍ଷାର ମୂଲ୍ୟବୋଧ, ଚରିତ୍ର ଗଠନ, ଛାତ୍ରଛାତ୍ରୀ ଙ୍କ କର୍ତ୍ତବ୍ୟ ଆଦି ବିଷୟରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ପ୍ରଧାନ, ସହକାରୀ ଶିକ୍ଷକ ଆଶିଷ କୁମାର ସ୍ଵାଇଁ, ସୁରେନ୍ଦ୍ର ନାଥ ମିଶ୍ର, ପଦ୍ମଲୋଚନ ଜେନା, ସୋମନାଥ ନାହକ, ଶିକ୍ଷୟିତ୍ରୀ ସନ୍ତୋଷିନୀ ସାହୁ, ସ୍ଵାଗତିକା ସାହୁ, ମମତା ନାୟକ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟମାନେ ଏବଂ ଛାତ୍ରଛାତ୍ରୀ, ଅଭିଭାବକ ମାନେ ଉପସ୍ଥିତ ରହିଥିଲେ । ବିଭିନ୍ନ ପ୍ରତିଯୋଗୀତା ରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।ଶେଷ ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

ବେଗୁନିଆପଡ଼ା ଠାରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍.!!!

ଏଥର ସମ୍ଭାଳ (ଗଞ୍ଜାମ) – ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସ୍ଥିତ ଜନତା ଉଚ୍ଚ ବିଦ୍ୟାଳୟ ପରିସରରେ ଟାଟାଷ୍ଟିଲ ଗ୍ରାମୀଣ ଉନ୍ନୟନ ସଂସ୍ଥା ଗୋପାଳପୁର ୟୁନିଟ୍ ଏବଂ ବେଗୁନିଆପଡ଼ା ବ୍ଲକ କର୍ତ୍ତୁପକ୍ଷ ଙ୍କ ମିଳିତ ଆନୁକୁଲ୍ୟରେ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ସହଯୋଗରେ ଏକ ମାଗଣା ପରଳ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟ ନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ, ସମ୍ମାନିତ ଅତିଥି ଭାବେ ବିଜୟ କୁମାର ଦୋରା, ବ୍ଲକ ଅଧ୍ୟକ୍ଷ କେ. ରାଜଲକ୍ଷ୍ମୀ ଦୋରା ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ଏଥିରେ ସମୁଦାୟ ୧୪୯ ଜଣ ରୋଗୀ ଚକ୍ଷୁ ପରୀକ୍ଷା କରିଥିବା ବେଳେ ୨୬ ଜଣ ଙ୍କୁ ମାଗଣାରେ ଚଷମା ଦିଆଯାଇଥିଲା ଏବଂ ୩୨ ଜଣ ଙ୍କୁ ଅପରେସନ ପାଇଁ ନିଆଯାଇଥିଲା । ନଳିନୀକାନ୍ତ ରାଉତ, ସାଗର ମହାନ୍ତି, ସୁଶ୍ରୀ ଶିବାନୀ, ଶ୍ରୀ ମୁଖୀ, ଟାଟା ଷ୍ଟିଲ ର ସି ଏସ୍ ଆର ନରସିଂହ ସାହୁ ପ୍ରମୁଖ ଉପସ୍ଥିତ ରହି ଏହି ଶିବିର ପରିଚାଳନା କରିବା ସହ ଚକ୍ଷୁ ପରୀକ୍ଷା କରାଇବାରେ ସହଯୋଗ କରିଥିଲେ ।