ପ୍ରଥମ ଥର ପାଇଁ ଗଜପତି ଠାରେ ଅନୁଷ୍ଠିତ ବିଶ୍ଵ ପର୍ବତାରୋହଣ ଦିବସ ;ପୁଣି ଚର୍ଚ୍ଚା ରେ ଏସ୍.ପି ସାରା ଶର୍ମା…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଆଜି ବିଶ୍ଵ ପର୍ବତାରୋହଣ ଦିବସ। ଏହି ଅବସରରେ ଗଜପତି ଜିଲ୍ଲା ଠାରେ ପ୍ରଥମଥର ପାଇଁ ଏହି ଦିବସ ପାଳନ କରାଯାଇଛି। ଏହି କଥା କୁ ନେଇ ପୁଣି ଚର୍ଚ୍ଚା ରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା। ପୂର୍ବରୁ ଏରୋବିକ ମ୍ୟୁଜିକ୍ ରେ ନାଚି ଲୋକଙ୍କୁ ଫିଟନେସ ଫଣ୍ଡା ବତାଇ ଥିବା ସାରା ଆଜି ଲୋକଙ୍କୁ ପର୍ବତାରୋହଣ କରାଇଛନ୍ତି। ଫିଟନେସ ପାଇଁ ପର୍ବତାରୋହଣ କିଭଳି ସହାୟକ ହୋଇଥାଏ, ତାହା ସେ ବିଶ୍ଵ ପର୍ବତାରୋହଣ ଦିବସରେ ଶିଖାଇଛନ୍ତି। ସ୍ୱାସ୍ଥ୍ୟ ହିଁ ସମ୍ପଦ ଓ ସ୍ଵାସ୍ଥ୍ଯବାନ ହେବା ପାଇଁ ଫିଟନେସ ରହିବା ଜରୁରୀ। ଲୋକଙ୍କୁ ଏହି ମନ୍ତ୍ର ଦେବା ଉଦ୍ଦେଶ୍ଯରେ ଏଭଳି ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି ସାରା ଶର୍ମା। ଗତକାଲି ସକାଳ ସମୟରେ ପାରଳାଖେମୁଣ୍ଡି ଗଜପତି ଷ୍ଟାଡ଼ିୟମ୍ ପରିସରରେ ଏକାଠି ହୋଇଥିଲେ ପୋଲିସ ଓ ବନ ବିଭାଗ ଅଧିକାରୀ ଓ ସାଧାରଣ ଜନତା। ଏଠାରୁ ସମସ୍ତେ ସ୍ୱତନ୍ତ୍ର ଗାଡ଼ି ଯୋଗେ ବୁରୁଖତ ଯାଇ ସେଠାରୁ ୭ କିମି ପାହାଡ଼ ଚଢି ମହେନ୍ଦ୍ରଗିରି ଠାରେ ପହଂଚି ସେଠାରେ ଭୋଜି କରି ମଜା ନେଇଥିଲେ। ସାରା ଶର୍ମା ଙ୍କ ଏଭଳି ପ୍ରଚେଷ୍ଟାକୁ ବିଭିନ୍ନ ମହଲରେ ସ୍ୱାଗତ୍ କରିବା ସହ ଭୂୟସୀ ପ୍ରଶଂସା କରଯାଇଅଛି।

ବ୍ଲକ ପ୍ରଶାସନ କାଲା ନା କଣା; କାମ କଲେ ଗାଁ ଲୋକ,ମଜୁରୀ ଖାଇଲେ ଆଉ କିଏ…!

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ସିନାପାଲି) – ସରକାର ଗରିବ ନିରୀହ ଲୋକଙ୍କ ପାଇଁ ମନରେଗା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏହି ଯୋଜନାରୁ ବାଦ ପଡିଛନ୍ତି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଶାଳେକେଲା ଗ୍ରାମବାସି | ଏହି ଗାଁ ରେ କିଛି ଲୋକ ଜମି ମରାମତି କରିଥିଲେ ହେଲେ 3ବର୍ଷ ବିତି ଯାଇଥିଲେ ମଧ୍ୟ ମନରେଗା ଟଙ୍କା ପାଇଁ ନ ଥିବା ଅଭିଯୋଗ ହୋଇଛି | ଏହି ଗାଁ ରେ 53 ଜଣ ଖଟିଖିଆ ଲୋକେ ଜମି ମରାମତି କାମ କରିଥିଲେ | କାମ କରିଥିବା ଲୋକଙ୍କ ବଦଲରେ କାମ ନ କରିଥିବା ଲୋକଙ୍କୁ ଟଙ୍କା ପ୍ରାପ୍ତ ହେଇଛି | ହେଲେ ଏହି ଗାଁ ର ଲୋକେ ବାରମ୍ବାର ପଂଚାୟତ ଓ ବ୍ଲକ ଦ୍ୱାରସ୍ଥ ହଉଥିଲେ ମଧ୍ୟ ଏମାନଂକ କଥା ଶୁଣିବାକୁ ନାରାଜ | ଗରିବ ଲୋକଙ୍କୁ କାମ ଯୋଗାଇବା ପାଇଁ ସରକାର ଆରମ୍ବ କରିଥିଲେ ମନରେଗା ଯୋଜନା | ଏହି ଯୋଜନାରେ ଆସୁଥିବା ଟଙ୍କା ସରକାରୀ ବାବୁ ଆତ୍ମସାତ କରୁଥିବା ଅଭିଯୋଗ କରିଛନ୍ତି ଏହି ଗାଁ ଲୋକେ | ଯଥା ଶୀଘ୍ର ଟଙ୍କା ନ ପାଇଲେ ପଂଚାୟତ ଅଫିସକୁ ତାଲା ଦେଇ ଦେବୁବୋଲି ଲୋକେ କହୁଥିଲେ | ଏହିଁ ଗରିବ ଲୋକ ଙ୍କ ମନରେଗା ଟଙ୍କା କେମିତି ପାଇବେ ତାକୁ ନେଇ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପଦକ୍ଷେପ ନେବା ଜରୁରୀ ହୋଇଛି ପଡୁଛି |

ଡିସେମ୍ବର ମାସ ୧୫ ତାରିଖରେ ଗୁରୁ ସମ୍ବର୍ଦ୍ଧନା ଓ ବନ୍ଧୁ ମିଳନ କାର୍ଯ୍ଯକ୍ରମ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗଜପତି) – ୧୬୩ ବର୍ଷ ଅତିକ୍ରାନ୍ତ ହୋଇଥିବା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପୁୁରାତନ ଛାତ୍ର ସଂସଦ ଆନୁକୂଲ୍ୟେ ଆସନ୍ତା ଡିସେମ୍ବର ୧୫ ତାରିଖ ଦିନ ଗୁରୁ ସମ୍ବର୍ଦ୍ଧନା ଓ ୪୦୦ ଜଣ ପୁରାତନ ଛାତ୍ର ଯେଉଁ ମାନେ ଏହି ବିଦ୍ୟାଳୟରେ ପାଠପଢି ବିଭିନ୍ନ କ୍ଷେତ୍ରରେ ଅବସ୍ଥାପିତ ହୋଇଛନ୍ତି ସେମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ୮୫ ବର୍ଷରୁ ଅଧିକ ଏହି ବିଦ୍ୟାଳୟରେ ପାଠପଢି ଥିବା ପୂରାତନ ଛାତ୍ର ଏବଂ ଏଠାରେ ଶିକ୍ଷକତା କରି ଅବସର ଗ୍ରହଣ କରିଥିବା ୫୦ରୁ ଜଣରୁ ଉର୍ଦ୍ଧ୍ବ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁରାତନ ଛାତ୍ର ସଂସଦ ସଭାପତି ବସନ୍ତ ଦାସ ସୂଚନା ଦେଇଛନ୍ତି। ବିଦ୍ୟାଳୟରେ ପାରଳା ମହାରାଜାଙ୍କ ଅମଳରୁ ଯେଉଁ ପୁରାତନ ବଡ ଘଣ୍ଟା ଲାଗିଥିଲା ତାକୁ ପରିବର୍ତ୍ତନ କରାଯାଇ ସେହି ସ୍ଥାନରେ ଛାତ୍ର ସଂସଦ ପକ୍ଷରୁ ୨ ଲକ୍ଷ ଟଙ୍କା ବ୍ୟୟରେ ଏକ ନୂତନ ଘଣ୍ଟା ଲଗାଯାଇଛି ତାହା ସେହି ଦିନ ଉଦ୍ ଘାଟନ କରାଯିବ ବୋଲି ସଂସଦ ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଲୋକସଭା ସାଂସଦ ଚନ୍ଦ୍ରଶେଖର ସାହୁ, ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା , ରାଜଜେମା ସୁଶ୍ରୀ କଲ୍ୟାଣୀ ଗଜପତି , ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଯୋଗଦାନ କରିବା କାର୍ଯ୍ୟକ୍ରମ ରହିଛି ବୋଲି ସଂସଦ ପକ୍ଷରୁ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ର ସଂସଦର ପୂର୍ବତନ ସମ୍ପାଦକ ଶ୍ରୀ ରମେଶ ଚୌଧୁରୀ , କେ. ରାମସ୍ଵାମୀ , ରାଜେନ୍ଦ୍ର ବେହେରା , ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ।

ଗଜପତି ଠାରେ ଜିଲ୍ଲା ସ୍ତରୀୟ ଧାନ କ୍ରୟ ମଣ୍ଡି ଖରିଫ-୨୦୧୯-୨୦ ଉଦ୍ଘାଟିତ ହୋଇଯାଇଛି।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲାସ୍ତରୀୟ ଧାନ କ୍ରୟ ମଣ୍ଡି ଖରିଫ-୨୦୧୯-୨୦ ପାରଳାଖେମୁଣ୍ଡି ସ୍ଥିତ ନିୟନ୍ତ୍ରିତ ବଜାର କମିଟିର ମୁଖ୍ୟ ବଜାର ପ୍ରାଙ୍ଗଣ ଠାରେ ନିଯନ୍ତ୍ରିତ ବଜାର କମିଟି ପକ୍ଷରୁ ଉଦ୍ ଘାଟନ ହୋଇଯାଇଛି । ଏହି ଧାନ କ୍ରୟ ମଣ୍ଡିକୁ ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ବାଇଁ ଶୁୁଭ ଉଦ୍ ଘାଟନ କରିଥିଲେ ।

ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଡି. ଗଣପତି ପ୍ରାରମ୍ଭିକରେ କାର୍ଯ୍ୟକ୍ରମର ଆଭିମୁଖ୍ୟ ଏବଂ ଚାଷୀମାନେ ସେମାନଙ୍କ ଖରିଫରେ ଉତ୍ପାଦିତ ଧାନ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ମୂଲ୍ୟ ସାଧାରଣ ଧାନ ୧୮୧୫ ଟଙ୍କା ଏବଂ ଗ୍ରେଡ “ଏ” ଧାନ ୧୮୩୫ ଟଙ୍କାରେ ଖୋଲା ଯାଇଥିବା ପେକ୍ସ ଓ ଲେମ୍ପସକୁ ବିକ୍ରୟ କରିବେ। ଅନ୍ୟ ପକ୍ଷରେ ମଣ୍ଡିକୁ ସଫା , ଶୁଖିଲା , ସମରଙ୍ଗୀ ଓ ସମ-ଆକାରର ଧାନ ଆଣି ସରକାରୀ ଧାର୍ଯ୍ୟ-ମୂଲ୍ୟ ପାଆନ୍ତୁ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୋଗାଣ ଅଧିକାରୀ ମାନସ ରଞ୍ଜନ ପାତ୍ର , ସମବାୟ ସମିତି ସହକାରୀ ରେଜିଷ୍ଟ୍ରାର ଟିଭି . ପ୍ରସାଦ ରାଓ ଏବଂ ପୂର୍ବତନ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରସନ୍ନ ନାୟକ ଏବଂ ଉପଖଣ୍ଡ ସମବାୟ ସମିତି ସହକାରୀ ରେଜିଷ୍ଟ୍ରାର ନାରାୟଣ ସେଠି ପ୍ରମୁଖ ମଞ୍ଚାସୀନ ଅଧିକାରୀ ଭାବେ ଯୋଗଦେଇ ଚାଷୀ ମାନେ ବାଲି , ଗୁଡ଼ି , ମାଟି , ଫିମ୍ପି , ପୋକରା ଯୁକ୍ତ ପ୍ରଭୃତି ଧାନ ନ ଆଣି ସଫା , ଶୁଖିଲା ଓ ସମରଙ୍ଗୀ ମାନର ମାନଦଣ୍ଡ ରହିଥିବା ଧାନ ମଣ୍ଡିକୁ ଆଣିବା , ଧାନ ବିକ୍ରୟ ସମୟରେ ଆଧାର କାର୍ଡ , ବ୍ୟାଙ୍କ ପାସବୁକ୍ ର ପ୍ରଥମ ପୃଷ୍ଠା ନକଲ ଓ ଏସ୍ ଏମ୍ ଏସ୍ ଟୋକେନ୍ ପତ୍ରସହ ଧାନ କ୍ରୟ କେନ୍ଦ୍ରକୁ ଆଣିବା ବାଧ୍ୟତା-ମୂଳକ ବୋଲି କହି ସୁରୁଖୁରୁରେ ଚାଷୀ ତାର ପ୍ରାପ୍ୟ କିଭଳି ପାଇବ , ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।କାର୍ଯ୍ୟକ୍ରମରେ ମୁଖ୍ୟତଃ ଜିଲା ପ୍ରଶାସନର ମୋହର ବାଜିବା ପରେ ହିଁ ଚାଷୀଙ୍କୁ ଟୋକେନ୍ ଦିଆଯିବା ପରେ ଆଉ ମାତ୍ର ହାତଗଣତି କିଛିଦିନ ପରେ ସମବାୟ ସେବା ସମିତି ପକ୍ଷରୁ ମଣ୍ଡି ଖୋଲାଯିବ ଏବଂ ଚାଷୀ ସେମାନଙ୍କ ଉତ୍ପାଦିତ ଧାନ ସେଠାକୁ ଆଣି ବିକ୍ରୟ କରିପାରିବେ ବୋଲି ସୂଚନା ଦିଆ ଯାଇଥିଲା ।

ଜିଲ୍ଲା କୃଷକ ସଂଘ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଏବଂ ମିଲର ସଂଘ ସଭାପତି ଦେବଗିରି ପାଢ଼ୀ ଚାଷୀମାନେ ସେମାନଙ୍କ ଆଣିବା ଧାନ ସମସ୍ୟା ଉପରେ ଅବଗତ କରାଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ , ଚଳିତ ବର୍ଷ ୨୦୧୯-୨୦ ଖରିଫ ପାଇଁ ଜିଲ୍ଲାର ୧୩,୭୯୧ ଜଣ ପଞ୍ଜିକୃତ ଚାଷୀଙ୍କ ଠାରୁ ସରକାରଙ୍କ ପକ୍ଷରୁ ଖୋଲା ଯାଇଥିବା ମୋଟ ୪୪ ଟି ପେକ୍ସ ଓ ଲେମ୍ପସ ଏବଂ ୪୭ ଜଣ ମିଲରଙ୍କ ଜରିଆରେ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୮୫ ହଜାର କୁଇଣ୍ଟାଲ ଧାନ କ୍ରୟ କରାଯିବାକୁ ଲକ୍ଷ-ଧାର୍ଯ୍ୟ ରହିଛି।

କାର୍ଯ୍ୟକ୍ରମରେ ଚାଷୀ ମାନଙ୍କୁ ଏ ସମ୍ପର୍କରେ ଅବଗତ ପାଇଁ ସୂଚନା ପତ୍ର ବଣ୍ଟନ କରା ଯାଇଥିଲା ।

ଅଙ୍ଗନବାଡ଼ି କେନ୍ଦ୍ର ରେ ଜଳ ସମସ୍ୟା କୋମଳମତି ଶିଶୁ ମାନେ ହେଉଛନ୍ତି ହନ୍ତସନ୍ତ।

!!! କନ୍ଧମାଳ ଜିଲ୍ଲା ଚକାପାଦ ରୁ ସୁନୀଲ ଦିଗାଲ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଚକାପାଦ) – କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଚାହାଳୀ ଗ୍ରାମ ଅଙ୍ଗନବାଡି ରେ ପାନୀୟ ଜଳର ଅଭାବ। ଗତ ଦୁଇ ମାସ ରୁ ଉର୍ଦ୍ଧ ହେବ ଅଙ୍ଗନବାଡି କେନ୍ଦ୍ର ସମୁଖରେ ଥିବା ନଳକୂପଟି ଖରାପ ହୋଇପଡିଛି । ପାଣି ନ ବାହାରୁ ନଥିବାରୁ କିଛି ଦୂରରେ ଥିବା କୂଅରୁ ପାଣିଅଣି ରୁଷେଇ କରାଯାଇ ସେହି ପାଣି କୁନି କୁନି ପିଲାମାନଙ୍କୁ ପିଇବାକୁ ଦିଆଯାଇଛି । ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଁ ନ ଯାଉଥିବା ଜନସାଧାରଣ ଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଛି। ପାଣି ଅଣା ଯାଉଥିବା କୂଅ ରୁ ଗ୍ରାମର କୌଣସି ଲୋକ ମଧ୍ୟ ବ୍ୟବହାର କରୁନାହାଁନ୍ତି । କିନ୍ତୁ ଏହି ଅଙ୍ଗନବାଡିରେ ଜଳର ସମସ୍ୟା ହେବାରୁ ସେହି କୂଅରେ ଥିବା ଅଳିଆ ଆବର୍ଜନା କୁ ସଫାକାରି ପାଣିକୁ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସ୍ଵର୍ଗତ ଶିକ୍ଷକ ନିରଞ୍ଜନ ବାରିକ ଙ୍କ ସ୍ମୃତି ରେ ନୀରବ ପ୍ରାର୍ଥନା…!

!!! କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକରୁ ସୁନୀଲ ଦିଗାଲ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଚକାପାଦ) – ସ୍ୱର୍ଗତ ଶିକ୍ଷକ ନିରଞ୍ଜନ ବାରିକଙ୍କ ସ୍ମୃତିରେ ନିରବ ପ୍ରାର୍ଥନା ଆଜି ଚକାପାଦ ବ୍ଲକ ସ୍ଥିତ ସୁନାପଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସ୍ୱର୍ଗତ ଶିକ୍ଷକ ନିରଞ୍ଜନ ବାରିକଙ୍କ ସ୍ମୃତିରେ ରାଜ୍ୟ ଗଣ ଶିକ୍ଷକ ସଙ୍ଘ ର ସଭାପତି ଶ୍ରୀ ମହାଦେବ ସେଠି ଙ୍କ ଉପସ୍ଥିତ ରେ ଅନୁଷ୍ଠିତ ହୋଇଯାଇଛି । ଗତ ତା 03/12/19 ରିଖ ଦିନ ପିଏନଜି ଛକ ରାଲି ରେ ନିରଞ୍ଜନ ଙ୍କ ହୃଦୟ ଜନିତ ରୋଗ ରେ ଆକ୍ରାନ୍ତ ହୋଇଥିଲେ ତାଙ୍କୁ ଡାକ୍ତରଖାନା ରେ ମୃତୁ ହୋଇଥିଲା। ତାଙ୍କ ଆତ୍ମାର ଶାନ୍ତି ନିମନ୍ତେ ଆଜି ସୁନାପଙ୍ଗା ଉଚ୍ଚ ବିଦ୍ୟାଳୟ ରେ ଶ୍ରୀ ସେଠି ଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରି ଓ ଛାତ୍ର ଛାତ୍ରୀ ଉପସ୍ଥିତ ରହି ନିରବ ପ୍ରାର୍ଥନା କରିଥିଲେ।

ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ;୪୧ ୟୁନିଟ ରକ୍ତ ସଂଗ୍ରହ…!

!!! ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ରୁ ଅଶ୍ୱିନୀ କୁମାର ମହାନ୍ତି ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଖଲ୍ଲିକୋଟ) – ରାଜ୍ୟରେ ଉତ୍କଟ ରକ୍ତ ସଂଗ୍ରହ ଯୋଗୁଁ ରୋଗୀମାନେ ମୃତ୍ୟୁମୁଖରେ ପଡୁଥିବାବେଳେ ବିରଳ ଗ୍ରୁପ ର ରକ୍ତ ସଂଗ୍ରହ କରିବା କଷ୍ଟସାଧ୍ୟ ହୋଇପଡୁଛି | ଯାହାଫଳରେ ଗଂଜାମ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ମଙ୍ଗଳବାର ଦିନ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ଆୟୋଜିତ ରକ୍ତଦାନ ଶିବିରକୁ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ ଓ ପଂଚାୟତ ସମିତି ଅଧକ୍ଷା ଶ୍ରୀମତୀ ମିନାକ୍ଷୀ ସାହୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ | ଉକ୍ତ ଶିବିରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧକ୍ଷ ଡ଼. ପ୍ରଦୀପ କୁମାର ଗନ୍ତାୟତ , ଡ଼. କରୁଣାକର ବେହେରା, ଡ଼. ଫକୀର ଚରଣ ଜେନା, ଏ.ଏନ୍.ଏମ୍ ରସବତି ପୃଷ୍ଟି, ସାନିଟାରୀ ଇନ୍ସପେକ୍ଟର କାଳୁ ଚରଣ ନାୟକଙ୍କ ସମେତ ସାମ୍ବାଦିକ ବିଭୁତି ଭୂଷଣ ତ୍ରିପାଠୀ ଓ ଅବନୀ କୁମାର ମହାନ୍ତି, ଆଶିଷ ପଲେଇ , ସନ୍ତୋଷ କୁମାର ଭାଗବତ, ବିକାଶ ଭୋଇ, ଶିବାନନ୍ଦ ସାହୁ, ଶିବାନନ୍ଦ ବିଶୋଇ, ଶଙ୍କର ବେହେରା, ଟୁନା ସାମଲ, ଜୀନୁ ବାରିକ, ସଂଗୀତା ତ୍ରିପାଠୀ, ଲଖମଣ ପାଣିଗ୍ରାହୀ, ବଳଭଦ୍ର ବେହେରା, ଦିଲୀପ ପାଳ , ବୁଚୀ ଆଚାର୍ଯ୍ୟ, ମାନସ ରଞ୍ଜନ ବେହେରା, ଅଶୋକ କୁମାର ପାତ୍ର , ଅମୀୟ ମହାନ୍ତି, ମହେଶ୍ୱତା ପାତ୍ର , ଡ଼. ଗଂତାୟତଙ୍କ ତତ୍ୱାବଧାନରେ ଆୟୋଜିତ ରକ୍ତଦାନ ଶିବିରରେ ସମାଜସେବୀ ରତ୍ନାକର ସାହୁ, ଦୈତାରୀ ବେହେରା, ସିଡିପିଓ ମମତା ରାଣୀ ପାତ୍ର , ଆର୍.କେ.ଏସ୍ ସଦସ୍ୟ ଚନ୍ଦ୍ରଶେଖର ପଟ୍ଟନାୟକ, ମାଧବ ବେହେରା, ମନମୋଦନ ସାହୁ, ପ୍ରକୃତି ବନ୍ଧୁ ପୁର୍ଣ୍ଣ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ଅଂଶଗ୍ରହଣ କରିଥିଲେ |

ସମ୍ପର୍ଣ୍ଣ ପରିଛା ମଠରେ ଗୀତା ଜୟନ୍ତୀ ଅବସରରେ ସମ୍ବର୍ଦ୍ଧନା ମହୋତ୍ସବ ଅନୁଷ୍ଠିତ !

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଐତିହ ସମ୍ପର୍ଣ୍ଣ ପରିଛା ମଠରେ ଗୀତା ଜୟନ୍ତୀ ଅବସରରେ ବାଳମୁକୁନ୍ଦ ଶିଶୁ ମାନଙ୍କ ଦ୍ବାରା ପୂର୍ବାହ୍ନରେ ପୂଜ୍ୟ ରାମାନନ୍ଦ ଜୀଙ୍କ ଉପସ୍ଥିତ ରେ ଗୀତା ପାରାୟଣ ଏବଂ ଅପରାହ୍ନରେ ସମ୍ବର୍ଦ୍ଧନା ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରର ମାର୍ଗଦର୍ଶକ ଭାଗବତ ପାଢୀଙ୍କ ଅଧ୍ୟକ୍ଷତାରେ ରାଧିକା ବାତ୍ସଲ୍ୟ ଧାମ, ଭୂବନେଶ୍ୱରର ମୁଖ୍ୟ ସାଧ୍ଵୀ ଗୀତା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କେନ୍ଦ୍ରର ପରାମର୍ଶ ଦାତା ଚିନ୍ମୟ ମିଶନର ଆଚାର୍ଯ୍ୟ ସ୍ଵାମୀ ନିଗମାନନ୍ଦ ଜୀ , ସୀତାରାମ ମହାରଜ ଅତିଥି ରୂପେ ଯୋଗ ଦେଇଥିଲେ।ଆୟୋଜକ ତଥା ମନ୍ଦିର ପରିଚାଳକ ମୂରଲୀଧର ପରିଛା ବିବରଣୀ ପାଠ କରିଥିଲେ। ଏହି ଅବସରରେ ଯୋଗଗୁରୁ ଲଷ୍ମୀ ଚରଣ ପଟ୍ଟନାୟକଙ୍କୁ ଜଗତ୍ ଗୁରୁ କୃପାଳୁ ଜୀ ମହାରଜ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ ହୋଇଥିଲେ। ସେହି ପରି ଶିଶୁ ପ୍ରେମୀ ତଥା ଶିକ୍ଷା ଗୁରୁ , ଅଭିଭାବକ , ପୁରାତନ ଛାତ୍ର ଛାତ୍ରୀ , ବୃଦ୍ଧି ଜୀବୀ ଏବଂ ଖବର ଦାତା ମାନଙ୍କୁ ଧର୍ମ ପରାୟଣା ନକ୍ଷତ୍ର ମାଳା ପରିଛା , ସମାଜସେବୀ ଭୂବନେଶ୍ୱର ପରିଛା , ପଣ୍ଡିତ ଗୋପିନାଥ ନନ୍ଦ , ନାଟ୍ୟକାର ଆପନ୍ନା ପରିଛା , ପଦ୍ମଶ୍ରୀ ଡ଼ଃ. ସତ୍ୟ ନାରାୟଣ ରାଜୁଗୁରୁ ସ୍ମୃତି ସମ୍ମାନରେ ୭୨ ଜଣଙ୍କୁ ସମ୍ବର୍ଦ୍ଧନା କରିଥିଲେ ବାଳ ମୁକୁନ୍ଦ କେନ୍ଦ୍ରର ଶିଶୁ ମାନେ ।

ସମସ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଯୁବ ପ୍ରତିଭା ଦେବଦର୍ତ୍ତ ବେବର୍ତ୍ତା ସଂଯୋଜନା କରିଥିବା ବେଳେ ବାଳମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ସମସ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଯୁବ ପ୍ରତିଭା ଦେବଦର୍ତ୍ତ ବେବର୍ତ୍ତା ସଂଯୋଜନା କରିଥିବା ବେଳେ ବାଳମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଜିଲ୍ଲାପାଳଙ୍କ ଆଦେଶକୁ ଉଲୁଣ୍ଡା ବିଡିଓ ଙ୍କ ଫୁ…!

ଏଥର ସମ୍ଭାଳ ବ୍ୟୁରୋ – ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଏ ଗ୍ରାମରେ ପକ୍କାଘର ଖଣ୍ଡେ ନ ପାଇବାରୁ ଜଣେ ଦିବ୍ୟାଙ୍ଗ ପର ଘରେ ଆଶ୍ରୟ ନେଇଛନ୍ତି । ଉକ୍ତ ଗ୍ରାମର ବାପ ଛେଉଣ୍ଡ ସୁନିତା ମନ୍ତ୍ରା ମୂକ ଓ ବଧିର । ତାଙ୍କୁ ଶହେ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣ ପତ୍ର ମଧ୍ୟ ସରକାର ତରଫରୁ ଯୋଗାଇଦିଆଯାଇଛି । ସରକାରୀ ସାହାଯ୍ୟ କହିଲେ ଭତ୍ତା ବାବଦକୁ ପାଞ୍ଚ ଶହ ଟଙ୍କା । ପରିବାର କହିଲେ ଘରେ ଥିବା ବିଧବା ମା ସୁଭାଶିନୀ ମନ୍ତ୍ରାଙ୍କ ସହ ରହୁଥିଲେ । ରହୁଥିବା ମାଟି ଘରଟି ବର୍ଷାରେ ସମ୍ପୂର୍ଣ ଭାଙ୍ଗିଗଲା । ସେମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଭଙ୍ଗା ଘରକୁ ଆଜି ପଯ୍ୟନ୍ତ ମରାମତି କରିପାରିଲେ ନାହିଁ । ଫଳରେ ସେମାନେ ବାଧ୍ୟ ହୋଇ ଅନ୍ୟ ଜଣଙ୍କ ଘରେ ଆଶ୍ରୟ ନେଉଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆବାସ ଯୋଜନାରେ ସାମିଲ କରିବା ପାଇଁ ଦିବ୍ୟାଙ୍ଗ ସୁନିତା ଉଲୁଣ୍ଡା ବିଡିଓ, ବୀରମହାରାଜପୁର ଉପଜିଲ୍ଲାପାଳ ଓ ଅକ୍ଟୋବର ୨୨ତାରିଖରେ ଘର ଖଣ୍ଡିଏ ପାଇଁ ଲିଖିତ ଭାବେ ଅଭିଯୋଗ କରିଥିଲେ । ଏ ନେଇ ଜିଲ୍ଲାପାଳ ତାଙ୍କୁ ଯଥାଶୀଘ୍ର ଘର ଯୋଗାଇ ଦେବା ପାଇଁ ଉଲୁଣ୍ଡା ବି .ଡି. ଓ ନିଲାମ୍ବର ମହାନନ୍ଦଙ୍କୁ ନିଦ୍ଦେର୍ଶ ଦେଇଥିଲେ । ମାତ୍ର ଆଜିକୁ ତିନି ମାସ ବିତିଯାଇଥିଲେ ସୁଦ୍ଧା ଏଯାବତ୍ ଘର ମିଳିପାରି ନାହିଁ ।

ଏ ସରକାର, କଥା ନରଖିଲେ ଲୋକ କେମିତି ଓ କାହାକୁ କରିବେ ବିଶ୍ୱାସ !!!

ଏଥର ସମ୍ଭାଳ ବ୍ୟୁରୋ (ଗାଇସିଲେଟ) – ବିଜେପୁର ଉପନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛି ବିଜୁ ଜନତା ଦଳ | ଭୋଟ ବେଳେ ହଜାରେ ପ୍ରତିଶ୍ରୁତି, ଲକ୍ଷେ ସପନ | ହାତୀ ନେ ଘୋଡା ନେ ମୋ ପେଁକାଳୀ ବଜାଇ ଦେ ରୀତିରେ ପ୍ରତିଶ୍ରୁତିର ପାହାଡ ଠିଆ କରାଇ , ଆମଗାଁ ଆମ ବିକାଶର ପ୍ରତିଶୃତି ଦେଇ ଭୋଟ ହାସଲ କଲେ |

ହେଲେ ବାୟୁ ଗଲେ ପେଟ ଉଶ୍ୱାସ ପରି ଭୁଲି ଯାଇଛନ୍ତି ପ୍ରତିଶ୍ରୁତି | ଗାଇସିଲେଟ ବ୍ଲକ ପାଇଁ ତାହା ସାଜିଛି ପାଣିର ଗାର। ବିଗତ ଦୁଇଟି ଉପନିର୍ବାଚନରେ ମାଳମାଳ ନେତାମନ୍ତ୍ରୀ ବିଜେପୁରରେ ଡେରା ପକେଇବା ସହ ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ ଯୋଜନାର ଡିଙ୍ଗିରା ପିଟୁଥିଲେ। ହେଲେ ଉପନିର୍ବାଚନ ସରି ବିଧାୟିକାଙ୍କ ରାଜତିଳକ ସରିଲା ପରେ ମଧ୍ୟ ଗାଇସିଲେଟ ବ୍ଲକ ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତାର ନଗ୍ନଚିତ୍ରସ୍ପଟ ଏବେବି ବାରି ହୋଇ ପଡୁଛି | ଗାଇସିଲେଟ-ପଦ୍ମପୁର ମୂଖ୍ୟ ରାସ୍ତାର ଜରାଜିର୍ନ ଅବସ୍ଥାକୁ ଦେଖିଲେ।ରାସ୍ତାଟି ସମ୍ପୁର୍ଣ୍ଣ ନଷ୍ଟହୋଇ ମେଟାଲଗୋଡା ରାସ୍ତାସାରା ବିଛେଇ ହୋଇ ପଢିଛି ସତେଯେମତି ମାତ୍ରୁସ୍ନେହର ପିଚୁଟିକେ ପକେଇ ପିତୃସ୍ନେହର ହାତ ଥପଥପେଇଲା ପରି ରୋଡ ରୁଲର ରାସ୍ତା ଉପରେ ଗୋଡେଇ ରାସ୍ତା ତିଆରି କରିବାପାଇଁ ସତେ ଯେମିତି ପ୍ରଶାସନ ରୂପକ ମା ବାପା ସମସ୍ତେ ଦୂରେଇ ଦେଇ ରାଜରାସ୍ତାକୁ ସମ୍ପୁର୍ଣ୍ଣ ଅନାଥ କରି ପକେଇ ଦେଇଛନ୍ତି। ବ୍ଲକ ହେଡ଼ କ୍ୱାର୍ଟର ଭାବରେ ଗାଇସିଲେଟରେ ରହିଛି ବ୍ଲକ ଅଫିସ, ତହସିଲ ଅଫିସ, ଆର ଆଇ ଅଫିସ,ଥାନା ତଥା କେତେ ଗୁଡିଏ ଶିକ୍ଷାନୁଷ୍ଠାନ।ପ୍ରତ୍ୟେକ ଦିନ ହଜାର ହଜାର ଲୋକେ ଏବଂ ଛାତ୍ରଛାତ୍ରୀ ଉକ୍ତ ପଦ୍ମପୁର-ଗାଇସିଲେଟ ଜରାଜିର୍ଣ୍ନ ରାସ୍ତା ଦେଇ ପହଞ୍ଚି ଥାନ୍ତି ଗାଇସିଲେଟକୁ। ଚକୁଳିରେ ବିନ୍ଧ ରହିଲା ପରି ରାସ୍ତାରେ ସବୁଠି ଖାଲଖମା ।

କୋଉଠି ରାସ୍ତା ମଝି ଜଳାଭାବେ ମାଟିଫାଟି ଆଁକରି ଚାତକ ପକ୍ଷୀପରି ଆକାଶକୁ ଆଁ କରି ଚାହିଁବାର ଚିତ୍ର ମନେ ହଉଛି ତ କେଉଁଠି ରାସ୍ତା ଫାଟି ଯାଇ ରଙ୍ଗୋଲିରେ ଚିତ୍ରକଳା ପ୍ରଦର୍ଶନୀ କଳାପରି ଦୁର୍ଘଟଣା ପାଇଁ ଯାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେବା ପାଇଁ ଅନେଇ ବସିଥିବାର ମନେ ହେଉଛି। ଗତ ବିଜେପୁର ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ରାସ୍ତାରେ ରୋଡସୋ କରିବାପାଇଁ ରାସ୍ତାରେ କିଛି ମେଟାଲ ଓ ପଥରଗୁଣ୍ଡ ପକାଯାଇଥିଲା।ହେଲେ ଏବେ ସବୁ ମେଟାଲ ଉପୁଡିଯାଇ ରାସ୍ତାରେ ପଡିଥିବା ଧୂଳିଗୁଣ୍ଡ ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ଯାତ୍ରୀ ଅସୁବିଧାରେ ପକାଉଛି।ମୋଟା ମୋଟି ଭାବରେ କହିବାକୁଗଲେ ରାସ୍ତା ସାଜିଛି ଏକ ମରଣ ଯନ୍ତା। ଆଗାମୀ ଦିନରେ ରାସ୍ତାର ଅବସ୍ଥାକୁ ଏଡେଇ ଦିଆନଗଲେ ଗାଇସିଲେଟ ଅଞ୍ଚଳବାସୀ ରାଜରାସ୍ତାକୁ ଓଲ୍ଲାଇବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି।