ଆର ପାରିରେ ଡ଼ଃ. ପୁରୁଷୋତ୍ତମ ଗମାଙ୍ଗ ; ଜିଲ୍ଲାରେ ଖେଳିଗଲା ଶୋକର ଛାୟା…!

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡା ଜିଲ୍ଲା ପରିଷଦ ସଭାପତି ଡ଼ଃ,ପୁରୁଷୋତ୍ତମ ଗମାଙ୍ଗ ଙ୍କ ସଡକ ଦୁର୍ଘଟଣାରେ ପରଲୋକ ହୋଇଯାଇଛି।ଗତକାଲି ଡ଼ଃ. ଗମାଙ୍ଗ ସାଂସଦ ସପ୍ତଗିରୀ ଉଲ୍ଲକା ଙ୍କ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭୋଜିରେ ଯୋଗଦେଇ ରାୟଗଡା ଠାରୁ ଗୁଣପୁର ଫେରୁଥିବା ରାସ୍ତାର ରାମନାଗୁଡା ନିକଟସ୍ଥ ଘାଟି ରାସ୍ତାରେ ବାଇକରେ ଆସୁଥିବା ବେଳେ ସଦକଦୁର୍ଘଟଣା ହୋଇଥିବା ଖବର ମିଳିଛି ।ପ୍ରାଥମିକ ଚିକିତ୍ସା ନିମନ୍ତେ ତାଙ୍କୁ ରାମନାଗୁଡା ହସ୍ପିଟାଲ ରେ ପହଞ୍ଚାଯାଇଥିଲା ।ସେଠାରେ ଚିକିତ୍ସା ନିମନ୍ତେ ସେଭଳି କୌଣସି ବ୍ୟବସ୍ଥା ନଥିବାରୁ ଏବଂ ଆମ୍ବୁଲାନ୍ସ ର ବ୍ୟବସ୍ଥା ନଥିବାରୁ କାର ସାହାଯ୍ୟରେ ଗୁଣପୁର ନିଆଯାଇଥିଲା।ଦୁର୍ଘଟଣା ବେଳେ ମୁଣ୍ଡରେ ଶକ୍ତ ଆଘାତ ବାଜିଥିବାରୁ କାନଦେଇ ପ୍ରବଳ ରକ୍ତସ୍ରାବ ହେଉଥିବାରୁ ଉଚ୍ଚ ଚିକିତ୍ସା ନିମନ୍ତେ ଆନ୍ଧ୍ରର ଶ୍ରୀକାକୁଲମ ର ଏକ ହସ୍ପିଟାଲ ରେ ପହଞ୍ଚାଇବା ପରେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।ଡ଼ଃ. ଗମାଙ୍ଗ ଙ୍କୁ ଗୁଣପୁର ପ୍ରତ୍ୟାବର୍ତ୍ତନ କରି ଗୁଣପୁର ଠାରେ ପୋଷ୍ଟମାଟମ କରିବାପରେ ପଦ୍ମପୁର ସ୍ଥିତ ତାଙ୍କ ସ୍ବଗ୍ରାମ ଅନ୍ତର ଝୋଲି ନିଆଯିବା ସ୍ଥିର କରାଯାଇଛି । ସେଠାରେ ତାଙ୍କ ଶେଷକୃତ୍ୟ ସମ୍ପନ କରାଯିବ ।
ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାଧର ପୁଅଲାଙ୍କ ଦ୍ଵାରା କରାଯାଇଥିବା ଏକ ନିର୍ବାଚନୀ ମାମଲାରେ ରାୟଗଡା ଜିଲ୍ଲା କୋର୍ଟ ଡ଼ଃ.ଗମାଙ୍ଗ ଙ୍କ ସଦସ୍ୟ ପଦବୀ ଅସିଦ୍ଧ ଘୋଷଣା କରିଥିବାରୁ ଏହାକୁ ଚ୍ୟାଲେଞ୍ଜ କରି ଡ଼ଃ. ଗମାଙ୍ଗ ହାଇକୋର୍ଟର ଆଶ୍ରୟ ନେଇଥିଲେ ।ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମରେ ପୁଣି ଉକ୍ତ ମାମଲା ରାୟଗଡା କୋର୍ଟ କୁ ପୁନଃ ବିଚାର ନିମନ୍ତେ ପଠା ଯାଇଥିଲା । ଏହାର ବିଚାର କରି ଜିଲ୍ଲା ବିଚାରପତି ଡ଼ଃ. ଗମାଙ୍ଗ ଙ୍କ ଅଧ୍ୟକ୍ଷ ନିର୍ବାଚନ ଓ ପଦକୁ ଅସିଦ୍ଧ ଘୋଷଣା କରି ରାୟ ପ୍ରକାଶ କରିଥିଲେ।ଡ଼ଃ. ଗମାଙ୍ଗ ରାୟଗଡ଼ା ରୁ ଫେରୁଥିବା ରାସ୍ତାରେ ଉକ୍ତ ଖବର ଟି ପାଇ ଭାରସାମ୍ୟ ହରାଇଥିବା ଯୋଗୁଁବାଇକ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଡ଼ଃ. ଗମାଙ୍ଗ ଙ୍କ ଅମର ଆତ୍ମାର ସଦ୍ ଗତି ନିମନ୍ତେ ବିଭିନ୍ନ ମହଲ ରୁ ଶୋକ ର ବାର୍ତ୍ତା ଛୁଟିବାରେ ଲାଗିଛି।

ସ୍ବାସ୍ଥ୍ୟ ଏବଂ ଶିକ୍ଷା ବିଭାଗର ଜିଲ୍ଲାସ୍ତରୀୟ ମିଳିତ ସମନ୍ବୟ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

 

 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ସଭାଗୃହ ଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧିନସ୍ତ ରାଷ୍ଟ୍ରୀୟ ବାଲ ଓ କିଶୋର ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ଏକାଭିମୁଖୀ ହେବା ଉପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ମଧ୍ୟରେ ଏକ ଜିଲ୍ଲାସ୍ତରୀୟ ସମନ୍ବୟ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ସମନ୍ବୟ ବୈଠକ କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଚିକିତ୍ସ୍ୟାଧିକାରୀ ଡାଃ ଗୁନୁରାଣୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ , ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ ମହମ୍ମଦ ମୁବାରକ ଅଲ୍ଲୀ , ଜାତୀୟ ସ୍ବାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକା ସୌମ୍ୟରାଣୀ ଗୌଡ , ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ମ୍ୟାନେଜର ସାଇ ପ୍ରସାଦ ଦାସ ଏବଂ ଜିଲ୍ଲା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ଗୌରୀ ଶଙ୍କର ଚୌଧୁରୀ ପ୍ରମୁଖଙ୍କ ସମେତ ଜିଲ୍ଲା ଶିକ୍ଷା ବିଭାଗର ସମସ୍ତ ସିଆରସିସି , ଏବିଇଓ ଏବଂ ବିଇଓ ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଲୋଚନା ଗୁଡିକ ମଧ୍ୟରେ ମୁଖ୍ୟତଃ ଶୁନ ଠାରୁ ୧୯ ବର୍ଷ ବୟସର ପିଲାଙ୍କ ମଧ୍ୟରେ ଦେଖା ଦେଉଥିବା ୪-ଡି ଯଥା;-ଜନ୍ମଗତ ତ୍ରୁଟି , ପୋଷକ-ତତ୍ତ୍ୱ ଅଭାବ , ବାଲ୍ୟାବସ୍ଥା ରୋଗ ଏବଂ ଭିନ୍ନକ୍ଷମତା ସମେତ ଯକ୍ଷ୍ମା ଓ କୁଷ୍ଠ-ରୋଗ ସମ୍ପର୍କରେ ବିଷଦ ଭାବେ ଆଲୋଚନା ହୋଇଥିଲା । ବିଦ୍ୟାଳୟର ଶିକ୍ଷକ ମାନେ ପିଲାମାନଙ୍କ ଠାରେ ଏହି ରୋଗକୁ କିଭଳି ଚିହ୍ନଟ କରି ଏହାର ନିରାକରଣ ଦିଗରେ ସ୍ବାସ୍ଥ୍ୟ ବିଭାଗକୁ ଯଥାଶୀଘ୍ର ଜଣାଇବେ , ଏବଂ ଏଥି-ସହିତ ଆଇରନ କଲିକ ବଟିକାର ମାସିକ ରିପୋର୍ଟ ଓ ସେନିଟାରୀ ପେଡ୍(ଖୁସି) କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ବିଷଦ ଭାବେ ଆଲୋଚନା କରା ଯାଇଥିଲା ।ଏ ସମସ୍ତ ଉପରେ ଶିକ୍ଷା ବିଭାଗର ସମସ୍ତ ସିଆରସିସି , ଏବିଇଓ ଏବଂ ବିଇଓ ମାନେ କିଭଳି ସ୍ବାସ୍ଥ୍ୟ ବିଭାଗ ସହ ଉତ୍ତମ ସମନ୍ବୟ ରଖି ପିଲାଙ୍କ ସ୍ବାସ୍ଥ୍ୟର ଉନ୍ନତି ଦିଗରେ ଭଲ କାମ କରିବେ , ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ।

ମହିଳା ସ୍ନାତକ ମହାବିଦ୍ୟାଳୟର ୮ମ ବାର୍ଷିକ ଉତ୍ସବ ଅନୁଷ୍ଠିତ

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର ଅଷ୍ଟମ ବାର୍ଷିକ ଉତ୍ସବ ଗଜପତି ଷ୍ଟାଡିୟମ୍ ଠାରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ : ରୀନା ସାହୁଙ୍କ ସଭାପତିତ୍ବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅସ୍ଥିଶଲ୍ୟ ବିଭାଗର ବିଶେଷଜ୍ଞ ଡଃ:ଶାନ୍ତନୁ କୁମାର ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚଳିତ ବର୍ଷର କ୍ରୀଡ଼ା ପ୍ରତିଯୋଗିତାକୁ ଉଦ୍ ଘାଟନ କରିଥିଲେ। ଉପସ୍ଥିତ ସମସ୍ତ ପ୍ରତିଯୋଗିଙ୍କୁ କ୍ରୀଡ଼ାର ଉପାଦେୟତା ବିଷୟରେ ଉଦ୍ ବୋଧନ ଦେଇ ଉତ୍ସାହିତ କରିଥିଲେ।

 

କ୍ରୀଡ଼ା ଦାୟିତ୍ବରେ ଥିବା ଅଧ୍ୟାପିକା ମଧୁସ୍ମିତା ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳିତ କରିଥିବା ବେଳେ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟତ୍ରୀ ବିଜୟ ଲକ୍ଷ୍ମୀ ପଣ୍ଡାଙ୍କ ତତ୍ତ୍ଵାବଧାନରେ କ୍ରୀଡ଼ା କାର୍ଯ୍ୟ ସମ୍ପାଦିତ ହୋଇଥିଲା। କ୍ରୀଡ଼ା ପ୍ରତିଯୋଗିତା ଶେଷରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ : ରୀନା ସାହୁ ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଉକ୍ତ କ୍ରୀଡ଼ାରେ ଲିନୁ ସୁବୁଦ୍ଧିଙ୍କୁ ଚମ୍ପିୟାନ ଘୋଷଣା କରାଯାଇଥିଲା। ମହିଳା ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା , ଅଧ୍ୟାପକ ଏବଂ ଅଣଶିକ୍ଷକ କର୍ମଚାରୀ ମାନେ ଉପସ୍ଥିତ ରହି କ୍ରୀଡ଼ା ପ୍ରତିଯୋଗିତାକୁ ସୁପରିଚାଳନା କରିଥିଲେ।

ପୂର୍ଣ୍ଣ ଦରମା ଦାବୀ ରେ ହସ୍ପିଟାଲ ରେ କାର୍ଯ୍ୟରତ କର୍ମଚାରୀଙ୍କ ଆନ୍ଦୋଳନ ।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ ପ୍ଯାରୀଲାଲ୍ ଦୂର୍ଗାଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କଳାହାଣ୍ଡି) – ଭୁବନେଶ୍ୱର ସ୍ଥିତ ଏଲ,ଏଣ୍ଡ,କେ ସର୍ଭିସ ଭୁବନେଶ୍ୱର ନିର୍ମଳ ଯୋଜନା ମାଧ୍ୟମରେ କଳାହାଣ୍ଡି ଜିଲ୍ଲା ର ମୁଖ୍ୟ ଚିକିତ୍ସାଳୟରେ କିଛି ଵ୍ୟକ୍ତିଙ୍କୁ ସଫେଇ କର୍ମଚାରୀ ଭାବେ ନିଯୁକ୍ତି ଦେଇଛି । ନିଯୁକ୍ତି ସମୟରେ ଏମାନଙ୍କୁ ୪ହଜାର୮୦୦ଶହ ଟଙ୍କା ଲେଖାଏଁ ଦରମା ଦିଆଯିବ କୁହାଯାଇଥିଲା । ପରନ୍ତୁ କାର୍ଯ୍ୟ କରିବା ପରେ ସେମାନଙ୍କୁ ୬ହଜାର ଟଙ୍କା ଦେଉଥିବା ଅଭିଯୋଗ କରିଛନ୍ତି ସଫେଇ କର୍ମଚାରୀ ।ଏହାର ପ୍ରତିବାଦ କଲେ ଏମାନଙ୍କୁ କାର୍ଯ୍ୟ ରୁ ବାହାର କରିବା ନିମନ୍ତେ ଧମକ ଦେଉଥିବା ଏପରିକି ବର୍ତ୍ତମାନ ସୁଦ୍ଧା ତିନି ମାସ ର ଦରମା ଦେଇନଥିବା ଏବଂ ଏହାର କାରଣ ଗୁଡିକ ସୁପର ଭାଇଜରଙ୍କୁ ପଚାରିଲେ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଉନଥିବା କହିଛନ୍ତି ।ପ୍ରାପ୍ୟ ଦରମା କୁ ନିଜର ଜମା ଖାତାରେ ଜମା ଦେବାକୁ କହିଲେ ମଧ୍ୟ ଜମା କରୁ ନଥିବା କୁହାଯାଇଛି । ଏହି ସମସ୍ତେ ଅଭିଯୋଗ ନେଇ ସଫେଇ କର୍ମଚାରୀ ମାନେ ସ୍ଥାନୀୟ ଜିଲ୍ଲା ପାଳ ଙ୍କୁ ଏକ ଅଭିଯୋଗ ଦରଖାସ୍ତ ଦେଇ ଆନ୍ଦୋଳନ ଆରମ୍ଭ କରିଛନ୍ତି । କର୍ମଚାରୀ ମାନେ ଆନ୍ଦୋଳନ କରିଥିଲେ ମଧ୍ୟ ସଫେଇ କାର୍ଯ୍ୟରେ ବାଧା ସୃଷ୍ଟି କରିବେ ନାହିଁ ବୋଲି କହିଛନ୍ତି । ଯଥା ଶୀଘ୍ର ଏମାନଙ୍କ ଅଭିଯୋଗର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ସନ୍ଦୋଳଙ୍କୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ଭଙ୍ଗା ଦାଦାରା ଘରେ ଜୀବନ ଯାପନ; ପେଟ ପାଇଁ ମହୁରୀ ଭରଷା ।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

 

ଏଥର ସମ୍ଭାଳ (ଧର୍ମଗଡ଼) – ଧର୍ମଗଡ଼ ଉପଖଣ୍ଡ କୋକସରା ବ୍ଲକ ଅଧିନ ଗତମୁଣ୍ଡା ଗ୍ରାମବାସୀ କ୍ଷେତ୍ର ଖମାରୀଙ୍କ ଘର ।ବୟସ ୪୫ ବର୍ଷ ।ରହିବା ପାଇଁ ଘରଟିଏ ନାହିଁ ।ଭଙ୍ଗା ଦଦରା କୁଡ଼ିଆରେ ପରିବାରକୁ ନେଇ ରହିଛନ୍ତି କ୍ଷେତ୍ର ଖମାରି ।ଗତ ଦୁଇ ବର୍ଷ ତଳେ ବର୍ଷାରେ ଘର ଭୁଶୁଡି ପଡିଥିବା ରୁ ପ୍ରଶାସନ ପଲ ଥିନ ଟିଏ ଯୋଗାଇ ଦେଇଛନ୍ତି ।ଘର ପଛପଟ ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବା ବେଳେ ଅଗପଟ କେତେବେଳେ ଯେ ଭୁଶୁଡି ପଡିବ ତାହାର ଠିକଣା ନାହିଁ।ପରିବାରର ପାତପୋଷିବା ନିମନ୍ତେ ହାତରେ ମହୁରୀଟିଏ ଧରି ଭିକ୍ଷା ବୃତ୍ତି ପାଇଁ ସକାଳୁ ବାହାରି ପଡନ୍ତି କ୍ଷେତ୍ର ଖମାରି । ସଞ୍ଜ ସୁଧା ବାର ଦୁଆରୁ ଯାହାମିଳେ ତାହାହିଁ ପରିବାରର ରୋଜଗାର । ଏଭଳି ଜୀବନ କାଟୁଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କରି ରେସନ କାର୍ଡ ଟିଏ ନାହିଁ ।ସରକାରଙ୍କର କୌଣସି ଯୋଜନାରେ ସେ ଅନ୍ତର୍ଭୁକ୍ତ ନାହାଁନ୍ତି।ଏଭଳି ପରିସ୍ଥିରେ ମାନସିକ ରୋଗ ଗ୍ରସ୍ତ ପୁଅତିର ଭାର ଖମାରି ଙ୍କ ଉପରେ ।ଏହି ଅସହାୟ ଅବସ୍ଥାରେ ଖମାରୀଙ୍କ ପରିବାର କୁ ଜିଲ୍ଲା ପ୍ରଶାସନ ସହାୟତା ଯୋଗାଇଦେବା ଆବଶ୍ୟକ ହୋଇପଡ଼ିଛି ।

ସମସ୍ୟା ଭିତରେ ଶହେ ବର୍ଷ ର ଶିକ୍ଷାନୁଷ୍ଠାନ…!

!!! ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରୁ ଅଶ୍ୱିନ କୁମାର ମହାନ୍ତି ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଖଲ୍ଲିକୋଟ) – ଗଂଜାମ ଜିଲ୍ଲା ଖଲ୍ଲିକୋଟ ଠାରେ ଅବସ୍ଥାପିତ ଶ୍ରୀ ମର୍ଦ୍ଧରାଜ ଶତାୟୁ ଉଚ୍ଚ ବିଦ୍ୟାଳୟ ଆଜି ଅବହେଳିତ ଅବସ୍ଥାରେ । ବିଶିଷ୍ଠ ପ୍ରଶାସକ ସ୍ବର୍ଗତ ଗିରିଶ ଚନ୍ଦ୍ର ମହାପାତ୍ର ଚିତ୍ରଶିଳ୍ପୀ ବସନ୍ତ କୁମାରୀ ସାମନ୍ତ,ଡ଼ଃ ହର ପ୍ରସାଦ ମହାପାତ୍ର,ଶିକ୍ଷାବିତ ଭବାନୀ ଚରଣ ଆଚାର୍ଯ୍ୟ,ଜ୍ୟୋତିଷ ବିଶାରଦ ପଣ୍ଡିତ ବାଇକୋଳି ମହାପାତ୍ରଙ୍କ ଭଳି ସୁଯୋଗ୍ୟ ସନ୍ତାନ ମାନଙ୍କୁ ନିଜ ବିଦ୍ୟାର୍ଥୀ ବୋଲି ଗର୍ବିତ ହେଉଥିବା ଏହି ଶତାୟୁ ବିଦ୍ୟାଳୟର ସେହି ଗର୍ବ ମଉଳି ଯାଇଛି । ୧୯୧୭ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟର ଗୌରବ ମଉଳି ଯାଉଛି ଶିକ୍ଷକ ଙ୍କ ଅଭାବରୁ ।ଦୀର୍ଘ ୧୦ ବର୍ଷ ହେବ ଏଠାରେ ପ୍ରଧାନ ଶିକ୍ଷକଙ୍କ ପଦବୀ ଖାଲି ପଡିରହିବା ପରେ ବଦଳି ହୋଇ ଆସିଥିବା ପ୍ରଧାନ ଶିକ୍ଷକ ଙ୍କୁ ପୁନର୍ବାର ବଦଳୀ ହୋଇଥିବାରୁ ବର୍ତ୍ତମାନ ୨ ବର୍ଷ ହେଲା ପୁଣି ଏଠାର ପ୍ରଧାନ ଶିକ୍ଷକଙ୍କ ପଦବୀ ଖାଲି ରହିଥିବା ସହ ଗଣିତ ଓ ହିନ୍ଦୀ ଶିକ୍ଷକ ଙ୍କ ବଦଳୀ ହୋଇ ପଦବୀ ଖାଲି ରହିଛି ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । ଦୀର୍ଘ ୫ ବର୍ଷ ହେବ ଏନ.ସି.ସି ଶିକ୍ଷକ ପଦବୀ ଖାଲି ଥିବାରୁ ଏନ.ସି.ସି ବନ୍ଦ ହୋଇଛି ।ଶିକ୍ଷକ ଅଭାବରୁ ଶିକ୍ଷା ଦାନ ପାଇ ନପାରି ବିଦ୍ୟାର୍ଥୀ ବିଦ୍ୟାଳୟରୁ ମୁହଁ ଫେରାଇ ନେଉଛନ୍ତି । ଏଭକି ଅବସ୍ଥା ଜାରି ରହିଲେ ଆଗାମୀ ଦିନରେ ବିଦ୍ୟାଳୟ ବିଦ୍ୟାର୍ଥୀ ଶୂନ୍ୟ ହୋଇ ଖୁଣ୍ଟା ଗଛଟି ଭଳି ଠିଆହୋଇ ରହିଥିବ ଏଥିରେ ଦ୍ବିମତ ନାହିଁ ।

ପାରଳାଖେମୁଣ୍ଡି ସ୍ଥିତ ନିତ୍ୟାନନ୍ଦ ପାଠାଗାରର ଷଷ୍ଠ ବାର୍ଷିକୀ ମହୋତ୍ସବ-୨୦୧୯ ପାଳିତ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ସ୍ଥାନୀୟ ଶ୍ରୀକରଣ ସାହି ସ୍ଥିତ ରାଧା ମୋହନ ମନ୍ଦିର ପ୍ରାଙ୍ଗଣରେ ନିତ୍ୟାନନ୍ଦ ପାଠାଗାରର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପାଠାଗାରର ସଭାପତି ଗୌରହରି ପଟ୍ଟନାୟକଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ରୂପେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇ ପାଠାଗାର ଗୁଡ଼ିକ ଧରାଶାୟୀ ହେଉଥିବା ବେଳେ ନିତ୍ୟାନନ୍ଦ ପାଠାଗାରର ପ୍ରମୁଖ ଭୂମିକାକୁ ସ୍ୱାଗତ ଯୋଗ୍ୟ ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବେ ପାରଳା ରାଜଜେମା କଲ୍ୟାଣୀ ଗଜପତି , ପ୍ରାକ୍ତନ ପାରଳାଖେମୁଣ୍ଡି ବିଧାୟକ ବିଜୟ କୁମାର ଜେନା , ମୁଖ୍ୟବକ୍ତା ଭାବେ ଗୁରୁଗୌରବ ଗୌରଚନ୍ଦ୍ର ପଣ୍ଡା ଯୋଗ ଦେଇ ମଞ୍ଚାସୀନ କରିଥିଲେ।

ଅନୁଷ୍ଠାନର ସମ୍ପାଦକ ସୂର୍ଯ୍ୟନାରାୟଣ ପଟ୍ଟନାୟକ ବିବରଣୀ ପାଠ କରିଥିବା ବେଳେ ଅନୁଷ୍ଠାନର ଉପ-ସଭାପତି ବିଚିତ୍ରାନନ୍ଦ ବେବର୍ତ୍ତା ସ୍ୱାଗତ ସମ୍ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ। ଗୁରୁ କୈଳାସ ଚନ୍ଦ୍ର ପଟ୍ଟନାୟକ ଓ ସାଥି ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ପରେ ସ୍ଥାନୀୟ କଳାକାର ଓ ବଜାରରୁ ଆସିଥିବା କଳାକାର ଙ୍କ ଦ୍ଵାରା ଭଜନ ସନ୍ଧ୍ୟା ଓ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏଇ ଅବସରରେ ବହୁମୁଖୀ ପ୍ରତିଭାଧର କନ୍ଦର୍ପ ପାତ୍ର ଏବଂ ଭଜଗୋବିନ୍ଦ ପାତ୍ର ମୁଖ୍ୟ ଅତିଥିଙ୍କ ଦ୍ୱାରା ନିତ୍ୟାନନ୍ଦ ସ୍ମାରକୀ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ ହୋଇଥିଲେ। ବିଦ୍ୟାଳୟ ସ୍ତରୀୟ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ଅନୁଷ୍ଠିତ ତର୍କ,ସୃଜନାତ୍ମକ ଲିଖନ, ଚିତ୍ର ପ୍ରତିଯୋଗିତା ର ବିଜୟ/ ବିଜୟିନୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ ମଞ୍ଚାସୀନ ଅତିଥି ମାନେ।

ସମସ୍ତ କାର୍ଯ୍ୟକ୍ରମକୁ ରବି ନାରାୟଣ ଚୌଧୁରୀ , ମଲ୍ଲିକଅର୍ଜୁନ ପଟ୍ଟନାୟକ , ହରିଶ ଚନ୍ଦ୍ର ପାତ୍ର, ନଳିନୀ ପଟ୍ଟନାୟକ , ରବିନ ପଟ୍ଟନାୟକ , ଦ୍ଵାରିକାନାଥ ପଟ୍ଟନାୟକ , ଜୟକୁମାର ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା।

ସମସ୍ୟା ଭିତରେ ଶହେ ବର୍ଷ ର ଶିକ୍ଷାନୁଷ୍ଠାନ…!

!!! ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରୁ ଅଶ୍ୱିନ କୁମାର ମହାନ୍ତି ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଖଲ୍ଲିକୋଟ) – ଗଂଜାମ ଜିଲ୍ଲା ଖଲ୍ଲିକୋଟ ଠାରେ ଅବସ୍ଥାପିତ ଶ୍ରୀ ମର୍ଦ୍ଧରାଜ ଶତାୟୁ ଉଚ୍ଚ ବିଦ୍ୟାଳୟ ଆଜି ଅବହେଳିତ ଅବସ୍ଥାରେ । ବିଶିଷ୍ଠ ପ୍ରଶାସକ ସ୍ବର୍ଗତ ଗିରିଶ ଚନ୍ଦ୍ର ମହାପାତ୍ର ଚିତ୍ରଶିଳ୍ପୀ ବସନ୍ତ କୁମାରୀ ସାମନ୍ତ,ଡ଼ଃ ହର ପ୍ରସାଦ ମହାପାତ୍ର,ଶିକ୍ଷାବିତ ଭବାନୀ ଚରଣ ଆଚାର୍ଯ୍ୟ,ଜ୍ୟୋତିଷ ବିଶାରଦ ପଣ୍ଡିତ ବାଇକୋଳି ମହାପାତ୍ରଙ୍କ ଭଳି ସୁଯୋଗ୍ୟ ସନ୍ତାନ ମାନଙ୍କୁ ନିଜ ବିଦ୍ୟାର୍ଥୀ ବୋଲି ଗର୍ବିତ ହେଉଥିବା ଏହି ଶତାୟୁ ବିଦ୍ୟାଳୟର ସେହି ଗର୍ବ ମଉଳି ଯାଇଛି । ୧୯୧୭ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟର ଗୌରବ ମଉଳି ଯାଉଛି ଶିକ୍ଷକ ଙ୍କ ଅଭାବରୁ ।ଦୀର୍ଘ ୧୦ ବର୍ଷ ହେବ ଏଠାରେ ପ୍ରଧାନ ଶିକ୍ଷକଙ୍କ ପଦବୀ ଖାଲି ପଡିରହିବା ପରେ ବଦଳି ହୋଇ ଆସିଥିବା ପ୍ରଧାନ ଶିକ୍ଷକ ଙ୍କୁ ପୁନର୍ବାର ବଦଳୀ ହୋଇଥିବାରୁ ବର୍ତ୍ତମାନ ୨ ବର୍ଷ ହେଲା ପୁଣି ଏଠାର ପ୍ରଧାନ ଶିକ୍ଷକଙ୍କ ପଦବୀ ଖାଲି ରହିଥିବା ସହ ଗଣିତ ଓ ହିନ୍ଦୀ ଶିକ୍ଷକ ଙ୍କ ବଦଳୀ ହୋଇ ପଦବୀ ଖାଲି ରହିଛି ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । ଦୀର୍ଘ ୫ ବର୍ଷ ହେବ ଏନ.ସି.ସି ଶିକ୍ଷକ ପଦବୀ ଖାଲି ଥିବାରୁ ଏନ.ସି.ସି ବନ୍ଦ ହୋଇଛି ।ଶିକ୍ଷକ ଅଭାବରୁ ଶିକ୍ଷା ଦାନ ପାଇ ନପାରି ବିଦ୍ୟାର୍ଥୀ ବିଦ୍ୟାଳୟରୁ ମୁହଁ ଫେରାଇ ନେଉଛନ୍ତି । ଏଭକି ଅବସ୍ଥା ଜାରି ରହିଲେ ଆଗାମୀ ଦିନରେ ବିଦ୍ୟାଳୟ ବିଦ୍ୟାର୍ଥୀ ଶୂନ୍ୟ ହୋଇ ଖୁଣ୍ଟା ଗଛଟି ଭଳି ଠିଆହୋଇ ରହିଥିବ ଏଥିରେ ଦ୍ବିମତ ନାହିଁ ।

ମହିଳାମାନେ ମାନସିକ ଓ ଶାରୀରିକ ସ୍ତରରେ ମହିଳା ବିରୋଧୀ ଅପରାଧୀଙ୍କୁ ସାମ୍ନା କରନ୍ତୁ – ଗଂଜାମ ଏସ.ପି

!!! ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରୁ ଅଶ୍ୱିନ କୁମାର ମହାନ୍ତି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଖଲ୍ଲିକୋଟ)- ମହିଳାମାନେ ସେମାନଙ୍କର ମାନସିକ ଓ ଶାରୀରିକ ଶକ୍ତି କୁ ଜାଗ୍ରତ କରି ସମାଜ ରେ ସୃଷ୍ଟି କରୁଥିବା ମହିଳା ବିରୋଧୀ ଅପରାଧୀମାନଙ୍କୁ ଦୃଢ ହସ୍ତରେ ଦମନ କରିବା ପାଇଁ ଆଗେଇ ଆସିବାକୁ ଗଂଜାମ ଏସ. ପି. ବ୍ରିଜେଶ କୁମାର ରାୟ ଆହ୍ୱାନ କରିଥିଲେ | ବୁଧବାର ଦିନ ଖଲ୍ଲିକୋଟ ରାମଚନ୍ଦ୍ର ବିଜ୍ଞାନ ମହା ବିଦ୍ୟାଳୟ ପରିସରରେ ଆୟୋଜିତ ମହିଳା ବିରୋଧୀ ଅପରାଧ ଓ ଲିଙ୍ଗଗତ ପ୍ରଭେଦ ସମ୍ପର୍କିତ କର୍ମଶାଳାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଗଂଜାମ ଜିଲ୍ଲା ପୋଲିସ ଅଧିକ୍ଷକ ଶ୍ରୀଯୁକ୍ତ ବ୍ରିଜେଶ କୁମାର ରାୟ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ବୋଧନ ଦେଇ ମହିଳା ବିରୋଧୀ ଅପରାଧ ଓ ହିଂସା କୁ ରୋକିବା ପାଇଁ ପରିବାର ଠାରୁ ଆରମ୍ଭ କରି ସମାଜ ର ସବୁ ସ୍ତରରେ ପ୍ରତିରୋଧ କରିବାର ସମୟ ଆସିଛି | ହାଇଦ୍ରାବାଦ ର ମାମଲା ଆମ ସମସ୍ତଙ୍କୁ ବହୁତ ଦୁଃଖ ଦେଇଛି | ତେବେ କଲେଜ ଛାତ୍ରୀମାନେ ଛାତ୍ରମାନଙ୍କର ବିଭିନ୍ନ କମେନ୍ଟ ତଥା ଅସାମାଜିକ ଇଙ୍ଗିତ ଭଳି କାର୍ଯ୍ୟରେ ଦବି ନ ଯାଇ ସଂଗେ ସଂଗେ ପୋଲିସ ର ଆଶ୍ରୟ ନିଅନ୍ତୁ ଏବଂ ଭିଡିଓ ଫୋନ , ଚାଟିଙ୍ଗ ଓ ସେଲ୍ଫି ନେବାବେଳେ ଛାତ୍ରଛାତ୍ରୀମାନେ ସଂଯମତା ଅବଲମ୍ବନ କରନ୍ତୁ , ପୋଲିସ ର ନେଟୱାର୍କ ସବୁବେଳେ ସଜାଗ ରହିଛି | ତେଣୁ ମହିଳାମାନେ ନିଜର ଶକ୍ତି ସଂଚୟ କରି ମହିଳା ବିରୋଧୀ ଅପରାଧ ଓ ପାରିବାରିକ ହିଂସା ଭଳି ସମସ୍ୟାକୁ ସଜାଡିବାରେ ଚେଷ୍ଟା ଜାରି ରଖନ୍ତୁ | ସେହିପରି ଲିଙ୍ଗଗତ ପ୍ରଭେଦତା ଭଳି ସାମାଜିକ କୁସଂସ୍କାର କୁ ସବୁ କ୍ଷେତ୍ରରେ ବିରୋଧ କରାଯିବା ସହ ଝିଅମାନଙ୍କୁ ପରିବାର ରେ ସମ୍ମାନ ଦେବା ସହ ମହିଳାମାନଙ୍କର ଆତ୍ମ ମର୍ଯ୍ୟାଦା ପ୍ରତି ଧ୍ୟାନ ଦେବା ଉଦ୍ଦେଶ୍ୟରେ ସ୍ୱୟଂସିଦ୍ଧା ଭଳି କାର୍ଯ୍ୟକ୍ରମ ପୋଲିସ ହାତକୁ ନେଇଥିବା ପ୍ରକାଶ କରିଥିଲେ | କର୍ମଶାଳାରେ ଅଧକ୍ଷତା କରି ମହାବିଦ୍ୟାଳୟ ର ଅଧକ୍ଷ ଡ଼.ଶ୍ୟାମସୁନ୍ଦର ପାଢ଼ୀ ଦାର୍ଶନିକ ପ୍ଲାଟୋ , ମହାଭାରତ ର ଭୀଷ୍ମ ଓ ମହାତ୍ମା ଗାନ୍ଧୀଙ୍କର ମହିଳାମାନଙ୍କ ପ୍ରତି ସମ୍ମାନ ଓ ନିଷ୍ଠା ସମ୍ପର୍କରେ ଆଲୋକପାତ କରିଥିଲେ | ମହାବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ଡ଼. ବିମଲ ପ୍ରସାଦ ସାହୁ ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହ କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ଭାଷଣ ଦେଇଥିଲେ | କଲେଜ ର ଗୁଣାତ୍ମକ ଶିକ୍ଷା ସଂଯୋଜକ ଅଲେଖ ଚରଣ ମହାନ୍ତି, ଧନ୍ୟବାଦ ଅର୍ପଣ କରିଥିବାବେଳେ ସ୍ଥାନୀୟ IIC ସତ୍ୟରଞ୍ଜନ ପ୍ରଧାନ ଓ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

ମହିଳା ପଞ୍ଚାୟତ ପ୍ରତିନିଧି ଓ ଜିଲ୍ଲା ସ୍ତରୀୟ ସରକାରୀ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ବୈଠକ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଳ-ବିଭାଜିକା କାର୍ଯ୍ୟାଳୟ ସଭାକକ୍ଷ ଠାରେ ମହିଳା ବିକାଶ ପ୍ରତିଷ୍ଠାନ ଓ ଅଲିଭା ମହାସଂଘର ମିଳିତ ସହଯୋଗରେ ଦି ହଙ୍ଗର ପ୍ରୋଜେକ୍ଟ ଓଡିଶା , ସହାୟତାରେ ମହିଳା ପଞ୍ଚାୟତ ପ୍ରତିନିଧି ଓ ଜିଲ୍ଲା-ସ୍ତରୀୟ ସରକାରୀ ଅଧିକାରୀ ମାନଙ୍କ ମଧ୍ୟରେ ଆଲୋଚନା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମହିଳା ବିକାଶ ପ୍ରତିଷ୍ଠାନର ସଂଯୋଜକ ନଟବର ପାଢ଼ୀ ଯୋଗଦେଇ ପଞ୍ଚାୟତ ସ୍ତରରେ ରହିଥିବା ରାଜନୀତିରେ ମହିଳା ମାନଙ୍କୁ ଅଧିକା ସଂଖ୍ୟାରେ ଏହି ଶାସନ ବ୍ୟବସ୍ଥାକୁ ଆଣିବା , ଗ୍ରାମର ସର୍ବାଙ୍ଗୀନ ବିକାଶ ଦିଗରେ ନିଷ୍ପତ୍ତି ନେବାରେ ଭାଗିଦାରୀ କରାଇବା ଉଦ୍ଦେଶ୍ୟ ନେଇ ମହିଳା ମାନଙ୍କ ନିମନ୍ତେ ସରକାରଙ୍କ ପକ୍ଷରୁ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି ।ତେବେ ମହିଳା ମାନଙ୍କୁ ସଶକ୍ତ କରାଇବା ସହ ମହିଳା ମାନଙ୍କୁ ସମାଜର ଆଗ ଧାଡିକୁ ଆଣି ନିଷ୍ପତ୍ତି ନେବା ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ କରାଇବା ପ୍ରଭୃତି ଏକ ଦୃଢ଼ ଓ ଉତ୍ତମ ପଦକ୍ଷେପ ବୋଲି କହିଥିଲେ ।

କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥି ଭାବେ ଜିଲ୍ଲା ପଞ୍ଚାୟତ ଅଧିକାରୀ ବସନ୍ତ କୁମାର ପାତ୍ର , ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମିନତୀ ଦେଇ , ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ନାୟକ ଏବଂ ଜିଲ୍ଲା ଶିକ୍ଷା ବିଭାଗର ପ୍ରମୋଦ କୁମାର ପାଢୀ ପ୍ରମୁଖ ଯୋଗଦେଇ ପଞ୍ଚାୟତ ମହିଳା ପ୍ରତିନିଧି ମାନଙ୍କ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ଦିଗରେ ସେମାନଙ୍କ ଦାୟିତ୍ୱ , କର୍ତ୍ତବ୍ୟ ଓ ଭୂମିକାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।

ମୁଖ୍ୟତଃ ପଞ୍ଚାୟତର ମହିଳା ନିର୍ବାଚିତ ପ୍ରତିନିଧି ମାନେ ସେମାନଙ୍କ ଅଭିଯୋଗ ମୌଖିକ ଭାବରେ ନ ଜଣାଇ ସବୁବେଳେ ଅଭିଯୋଗ ଗୁଡାକ ଲିଖିତ ଭାବେ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଲେ ଏହା ପରବର୍ତ୍ତୀ କାଳରେ ପଞ୍ଚାୟତର ବିକାଶରେ କାର୍ଯ୍ୟକାରୀ ହେବାର ବିଶେଷ ସହାୟକ ହୋଇଥାଏ ବୋଲି କହିଥିଲେ ।

ଏହି ବୈଠକ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ , ନାଏବ ସରପଞ୍ଚ ଓ ୱାର୍ଡ ମେମ୍ବର ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।

ଏହି ଆଲୋଚନା ବୈଠକରେ ପ୍ରତିଷ୍ଠାନର ସମ୍ପାଦିକା ମିନତୀ ପାଢ଼ୀ , ଭାଗ୍ୟଲକ୍ଷ୍ମୀ ନାୟକ ଏବଂ ସନ୍ୟାସୀ ଭୂୟାଁ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟତ ଭାବେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ରା:-ଉଦୟଗିରି ଓ ରାୟଗଡ ବ୍ଲକର ପଞ୍ଚାୟତର ୫୦ ରୁ ଉର୍ଦ୍ଧ୍ବ ମହିଳା ନିର୍ବାଚିତ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।