ରାଜ୍ୟସ୍ତରୀୟ ବିଜ୍ଞାନ , ଗଣିତ ଓ ପରିବେଶ ପ୍ରଦର୍ଶନୀରେ ଗଜପତି ଜିଲ୍ଲାର ଛାତ୍ର କୃତିତ୍ୱ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଗଜପତି ଜିଲ୍ଲାର ଛଅଟି ଉଚ୍ଚ ବିଦ୍ୟାଳୟର ଛଅଟି ପ୍ରକଳ୍ପ ଶିକ୍ଷକ, ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ, ଓଡିଶା ଆନୁକୁଲ୍ୟରେ ସରକାରୀ ଅନୁଗୁଳ ଉଚ୍ଚ ବିଦ୍ୟାଳୟ , ଅନୁଗୁଳଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ସରକାରୀ ଏସ୍.ଏସ୍.ଡି. ଉଚ୍ଚବିଦ୍ୟାଳୟ , ଛେଲାଗଡର ଦଶମ ଶ୍ରେଣୀ ଛାତ୍ର ହରିଶ କୁମାର ପାଇକଙ୍କ “ଏୟାର ପ୍ୟୁରିଫାୟର ହେଲମେଟ୍” ପ୍ରକଳ୍ପଟି ରାଜ୍ୟସ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଦ୍ୱାରା ପୁରସ୍କୃତ ହୋଇ ଥିଲେ ।ବି.ଆଇ.ଟି.ଏମ କଲିକତାଠାରେ ଆୟୋଜିତ ହେବାକୁ ଥିବା ପୁର୍ବାଞ୍ଚଳ ସ୍ତରୀୟ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । ଏହାର ସହାୟକ ଶିକ୍ଷକ ଥିଲେ ଶୈଳେଶ ଚନ୍ଦ୍ର ମିଶ୍ର । ହରିଶଙ୍କ ଏହି କୃତକାର୍ଯ୍ୟକୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମନାଥ ଶତପଥି ଓ ଜିଲ୍ଲାର ସମସ୍ତ ବିଜ୍ଞାନ ଶିକ୍ଷକ / ଶିକ୍ଷୟତ୍ରୀ ମାନେ ଅଭିନନ୍ଦନ ଜଣାଇଛନ୍ତି ।

୮ମ ରାଜ୍ୟ ସ୍ତରୀୟ ପାରଳା ନାଟକ ମହୋତ୍ସବ ୨୯ ରୁ ୩୧ ତାରିଖ..!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲାର ଐତିହ୍ୟ , ସଂସ୍କୃତି ଏବଂ ବିଶେଷ କରି ମଞ୍ଚ ନାଟକର ପୁନରୁଦ୍ଧାର ,ପ୍ରଚାର ଉଦ୍ଦେଶ୍ୟ ରେ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ୨୯-୧୨-୨୦୧୯ ତାରିଖ ଠାରୁ ୩୧-୧୨-୨୦୧୯ ତାରିଖ ପର୍ଯ୍ୟନ୍ତ ୩ଦିନ ବ୍ୟାପି “କ୍ରିଏଟିଭ ଆର୍ଟସ “ପାରଳାଖେମୁଣ୍ଡି ପକ୍ଷରୁ ଅଷ୍ଟମ ରାଜ୍ୟ ସ୍ତରୀୟ ପାରଳା ନାଟକ ମହୋତ୍ସବ ଆୟୋଜନ କରିବାକୁ ଯାଉଛି । ରାଜନହର ସମ୍ମୁଖ ଅର୍ବାନ ବ୍ୟାଙ୍କ ପଡିଆଠାରେ ହେବାକୁ ଥିବା ଏହି ନାଟକ ମହୋତ୍ସବ ତିନିରେ ଚାରୋଟି ନାଟକ ମଞ୍ଚସ୍ଥ ହେବ ।

ପ୍ରଥମ ରଜନୀରେ ବ୍ରହ୍ମପୁରର ଶାଶ୍ୱତି ଅନୁଷ୍ଠାନର “ବର୍ଷା ଘର” ନାଟକ ମଞ୍ଚସ୍ଥ ହେବାକୁ ଥିବା ବେଳେ ଦ୍ବିତୀୟ ରଜନୀରେ ଭୁବନେଶ୍ବରର ପଞ୍ଚଧ୍ୱନୀ ନାଟ୍ୟ ପରିଷଦର “ହେ ସ୍ରଷ୍ଟା” ଏବଂ ତୃତୀୟ ରଜନୀରେ ଦୁଇଟି ନାଟକ ରାୟଗଡ଼ାର ରୟାଲ୍ ଚାଲେଞ୍ଜରର୍ସ କଲ୍ ଚୁରାଲ ଏସୋସିଆନ୍ ର “ଭଗ୍ନାଂଶ” ଏବଂ ପାରଳାଖେମୁଣ୍ଡି କ୍ରିଏଟିଭ ଆର୍ଟସ ର ” ମିଟି କ ରିସ୍ତା ” ନାଟକ ମଞ୍ଚସ୍ଥ ହେବ ବୋଲି ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକ ସୂଚନା ଦେଇଛନ୍ତି।