ରାଷ୍ଟ୍ରୀୟ ଶିକ୍ଷାରତ୍ନ ସାମ୍ନାନରେ ସମ୍ମାନିତ ଗଜପତି ଜିଲ୍ଲାର ବିନୋଦ ଜେନା…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲାର ଜଣାଶୁଣା ବ୍ୟକ୍ତିତ୍ଵ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ସେବା ନିବୃତ ପ୍ରଧାନଶିକ୍ଷକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଙ୍କୁ ଚଳିତ ମାସ ୨୨ ତାରିଖ ଦିନ ମୁମ୍ବାଇ ରେ ଅୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଶିକ୍ଷାରତ୍ନ ସମ୍ମାନ ମିଳିଛି। ଗଜପତି ଜିଲ୍ଲାର ପ୍ରଥମ ବ୍ୟକ୍ତି ଭାବେ ଏହି ବିରଳ ବିରଳ ସମ୍ମାନ ପାଇଥିବାରୁ ଜିଲ୍ଲା ରେ ଶୁଭେଚ୍ଛୁ ଆନନ୍ଦ ର ସୁଅ ଛୁଟିଛି। ସର୍ବଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବିଚିତ୍ରା ନନ୍ଦ ବେବର୍ତ୍ତା, ଘନଶ୍ୟାମ ଜେନା, ବଟକୃଷ୍ଣ ପାତ୍ର, ବିଜୟ କୁମାର ପାତ୍ର, ବୃଷକେତୁ ପାତ୍ର, ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ, ଲିଙ୍ଗରାଜ ଜେନା ଙ୍କ ସମେତ ଶ୍ରୀମତୀ କଲ୍ୟାଣୀ ମିଶ୍ର ଓ ଶ୍ରୀମତୀ ଭାରତୀ ପାଣିଗ୍ରାହୀ, ସାମାଜ ସେବୀ ଅନିତା ଅଧିକାରୀ ବିନୋଦ ଚନ୍ଦ୍ର ଜେନା ଙ୍କୁ ତାଙ୍କରି ଏହି କୃତିତ୍ଵ ପାଇଁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି।

କିନ୍ନର ଙ୍କୁ ଥଇଥାନ କରି ପୁଣି ଚର୍ଚ୍ଚା ରେ ଗଜପତି ଏସ୍.ପି ସାରା ଶର୍ମା…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍.ପି ସାରା ଶର୍ମା ଙ୍କ ପୁଣି ଏକ ଜନ ହିତକର ପଦକ୍ଷେପ। ସମାଜରେ ଏକ ଭିନ୍ନ ଦୃଷ୍ଟି ରେ ଚଳି ଆସୁଥିବା କିନ୍ନର ଙ୍କୁ ସ୍ଵରୋଜଗାର କ୍ଷମ ହେବାକୁ ପନ୍ଥା ଯୋଗାଇ ଦେଇଛନ୍ତି ସାରା ଶର୍ମା। ସାରା ଶର୍ମା ସେମାନଙ୍କ ନିମନ୍ତେ ଏକ ସୁରଭି ଓମଫେଡ୍ ପାର୍ଲର୍ ଖୋଲିଛନ୍ତି। ଏହି ପାର୍ଲର୍ କୁ ଏସ୍. ପି ସାରା ଶର୍ମା ଓ ସ୍ଥାନୀୟ ବିଧାୟକ ଏନ୍. ନାରାୟଣ ରାଓ ଆଜି ମିଳିତ ଭାବେ ଉଦଘାଟନ କରିଛନ୍ତି। ଆଜି ଉଦଘାଟନୀ ଉତ୍ସବ ରେ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସାରା ଶର୍ମା ୮ ଜଣ କିନ୍ନର ଦିବାରାତ୍ର ଏହି ପାର୍ଲର୍ ରେ ରହି ରୋଗୀ ତଥା ତାଙ୍କ ସମ୍ପର୍କୀୟ ଙ୍କୁ କ୍ଷୀର, ଦହି ଓ ଓମଫେଡ୍ ସମାଗ୍ରୀ ବିକ୍ରୀ କରିବା ସହ ରୋଗୀଙ୍କୁ ଗରମ ପାଣି ଏବଂ ଆବଶ୍ୟକ ସ୍ଥଳେ ସାହାଯ୍ଯ ସହଯୋଗ କରିବେ ବୋଲି କହିଛନ୍ତି । କିନ୍ନର ମାନଙ୍କ ଅସୁବିଧା କୁ ବୁଝି ଆମକୁ ଭିକ୍ଷା ବୃତ୍ତି ରୁ ନିବୃତ୍ତ ରଖି ଏହି ଭଳି ସ୍ୱାବଲମ୍ବୀ ଓ ସମ୍ମାନ ସହ ସମାଜରେ ବଞ୍ଚିବାକୁ ଏସ୍.ପି ସାରା ଶର୍ମା ଆମକୁ ସହଯୋଗ କରିଛନ୍ତି ବୋଲି କିନ୍ନର ମାନେ ମତ ଦେଇଛନ୍ତି। ଅପରପକ୍ଷରେ ପାରଳାଖେମୁଣ୍ଡି ବିଧାୟକ ତାଙ୍କ ପାଣ୍ଠି ରୁ ୩ ଲକ୍ଷ ଓ ସଂସାଦ ତାଙ୍କ ପାଣ୍ଠି ରୁ ୨ ଲକ୍ଷ ଟଙ୍କା ଦେଇ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଯାହାକୁ ନେଇ କିନ୍ନର ମାନେ ଆଗକୁ ବଢିବା ଲକ୍ଷ୍ଯ ରଖିଛନ୍ତି। ସାରା ଶର୍ମା ଙ୍କ ଏଭଳି କାର୍ଯ୍ୟ କୁ କିନ୍ନର ମାନେ ଧନ୍ଯବାଦ୍ ଦେବା ବେଳେ ବୁଦ୍ଧୀଜିବି ମାନେ ଭୂୟସୀ ପ୍ରଶଂସା କରିଛନ୍ତି।

ପାରଳାଖେମୁଣ୍ଡି ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଂଗୀତ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ….!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଭକ୍ତି ସଙ୍ଗୀତ ସଂସଦ ର ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ବାର୍ଷିକ ଉତ୍ସବ ସ୍ଥାନୀୟ ଗୌରହରି ପାଠାଗାର ଠାରେ ପାଳିତ ହୋଇଯାଇଛି। ଉଦ୍ ଘାଟକ ଭାବେ ଦେବୀ ମଠ ମହନ୍ତ ମହାରାଜ ଶ୍ରୀ ରାମାନନ୍ଦ ଦାସଜୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିଥିଲେ। ଇଂ. ତୀର୍ଥବାସୀ ପଣ୍ଡାଙ୍କ ସଭାପତିତ୍ୱରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂଗୀତ ମଣିଷ ଜୀବନ ଉପରେ କିପରି ପ୍ରଭାବ ରହିଥାଏ ସେ ବିଷୟ କହିଥିଲେ।

 

ମୁଖ୍ୟବକ୍ତା ଭାବେ ଦୂରଦର୍ଶନ କଣ୍ଠ ଶିଳ୍ପୀ ଗଗନ ବିହରୀ ସ୍ବାଇଁ ଯୋଗଦେଇ ସଙ୍ଗୀତ ବଳରେ କିପରି ମନ ପବିତ୍ର ରହିଥାଏ ଏବଂ ଶାନ୍ତ ରହେ ସେ ବିଷୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଗୁରୁ ରଘୁନାଥ ପାତ୍ର , ବିଜୟ ଚନ୍ଦ୍ର ପ୍ରଧାନ , ସଂସଦର ଉପସଭାପତି ପ୍ରଦୀପ ନାୟକ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ।

 

ସଂସଦର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରଥ ସ୍ୱାଗତ ଭାଷଣ ଦେଇଥିବା ବେଳେ ରାଜେନ୍ଦ୍ର ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଗଗନ ବିହରୀ ସ୍ବାଇଁ , ଭାଗବତ ପାଢ଼ୀଙ୍କୁ ସ୍ବର୍ଗତ ପ୍ରମୋଦ କୁମାର ପାଟ୍ଟଯୋଶୀ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧନା କରାଯାଇଥିବା ବେଳେ ଶ୍ରେଷ୍ଠ ଅଭିଭାବକ ଭାବେ ଶ୍ରୀ ରାଜୁ ନିଳାପୁ , ଶ୍ରୀ କାହ୍ନ ଚରଣ ଦାସ , ଗିରିଜା ଶଙ୍କର ମିଶ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ପରେ ଅନୁଷ୍ଠାନର ଛାତ୍ର ଛାତ୍ରୀ, ଗୁରୁ ରଘୁନାଥ ପାତ୍ର ଓ ଗଗନ ବିହରୀ ସ୍ବାଇଁ ସଂଗୀତ ପରିବେଷଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସ୍ନିଗ୍ଧା ମିଶ୍ର , ରଶ୍ମିରଞ୍ଜନୀ ବଡକୁମାର ,ଗିରିଜା ଶଙ୍କର ପଟ୍ଟନାୟକ , କୁଞ୍ଜ ବିହରୀ ବଡକୁମାର ,ଆକ୍ଷାଙ୍କା ପାଟ୍ଟଯୋଶୀ ପ୍ରମୁଖ ପରିଚାଳନା କରିଥିଲେ।

ଗଜପତି ଜିଲ୍ଲାରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଜନ-ଶୁଣାଣୀ ଶିବିର ଅନୁଷ୍ଠିତ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ଜାତୀୟ ଶିଶୁ ସୁରକ୍ଷା ଆୟୋଗଙ୍କ ଜିଲ୍ଲାସ୍ତରୀୟ ଜନ-ଶୁଣାଣୀ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଶିଶୁ ସୁରକ୍ଷା ଆୟୋଗର ସଭ୍ୟ ଆର୍. କେ.ଆନନ୍ଦଙ୍କ ଅଧ୍ୟକ୍ଷତାରେ ଏହି ଜନ-ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ଜନ-ଶୁଣାଣୀ ଶିବିର କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ , ଶିଶୁ ମାନଙ୍କ ପ୍ରତି ହେଉଥିବା ବିଭିନ୍ନ ଅତ୍ୟାଚାର ଓ ଶିଶୁ ଅଧିକାରର ଉଲଂଘନ ସମ୍ପର୍କିତ ଅଭିଯୋଗ ଉପରେ ଜନ-ଶୁଣାଣୀ କରିବା । ଏହି ଜନ-ଶୁଣାଣୀ ଯେଭଳି ପ୍ରତ୍ୟେକ ଜନ ସାଧାରଣଙ୍କ ଠାରେ ପହଞ୍ଚିବା ସହ ମାନ୍ୟବର ଆୟୋଗକଙ୍କ ନିକଟକୁ ଯେଭଳି ଅଧିକରୁ ଅଧିକ ଏ ସମ୍ପର୍କିତ ଅଭିଯୋଗ ଆସି ପାରିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରୁ ବିହିତ ପଦକ୍ଷେପ ନିଆ ଯାଇଥିଲା ।

ଏହି ଜନ-ଶୁଣାଣୀ ଶିବିର କାର୍ଯ୍ୟକ୍ରମରେ ଶିଶୁ ଶ୍ରମିକ ଓ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମେତ , ଦିବ୍ୟାଙ୍ଗ ଭତ୍ତା , ପୋଷ୍ୟତା , ଆଶ୍ରୟ , ଶିଶୁ ଯୌନ ନିର୍ଯ୍ୟାତନା , ଶିକ୍ଷା , ପ୍ରୟୋଜନ , ବିଦ୍ୟାଳୟ ଓ ଅଙ୍ଗନବାଡ଼ି ନିର୍ମାଣ , ପାନୀୟ ଜଳ ବ୍ୟବସ୍ଥା , ଗ୍ରାମ୍ୟ ରାସ୍ତା ନିର୍ମାଣ ପ୍ରଭୃତି ସମ୍ବନ୍ଧୀୟ ଅଭିଯୋଗ ଗୁଡିକ ଆସିଥିଲା ।

ଏହି ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମୋଟ ୯୨୦ ଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୭୭୮ ଟି ଅଭିଯୋଗର ତ୍ୱରିତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଶିବିରକୁ ଅଭିଯୋଗ ନେଇ ଆସିଥିବା ଶିଶୁଙ୍କ ପିତାମାତା ଓ ଅଭିଭାବକ ମାନେ ଯେଭଳି ନିଜ ଅଭିଯୋଗ ଆବେଦନକୁ ଆୟୋଗଙ୍କ ସଭ୍ୟ ମାନଙ୍କ ପାଖରେ ଠିକ ଭାବେ ପହଞ୍ଚି ପାରିବ , ସେଥିପାଇଁ ୪ ଟି ଦଳ ଗଠନ କରାଯାଇଥିଲା । ଆବେଦନକାରୀ ମାନେ ବିନା କୌଣସି ଅସୁବିଧାରେ ଆବେଦନ ସବୁ ପ୍ରଦାନ କରିବା ସହ ମାନ୍ୟବର ସଭ୍ୟଙ୍କ ସମ୍ମୁଖରେ ନିର୍ଭୟରେ ନିଜ କଥା କହିବା ଏବଂ ଏଥିପାଇଁ ସହଯୋଗ ନିମନ୍ତେ ସରକାରୀ ଓ ବେସରକାରୀ ସଂସ୍ଥା ମଧ୍ୟରୁ ମୋଟ ୬୦ ଜଣ ସ୍ବେଛାସେବୀଙ୍କୁ ନିୟୋଜିତ କରା ଯାଇଥିଲା ।

 

ଏହି ଜନ-ଶୁଣାଣୀ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଅବସରରେ ଜିଲ୍ଲା ପ୍ରସାଶନ ପକ୍ଷରୁ ମୋଟ ୧୮ ଗୋଟି ଜନ-ସଚେତନତା ମୂଳକ ପ୍ରଦର୍ଶନୀ ଷ୍ଟଲ ଖୋଲା ଯାଇଥିଲା । ମୁଖ୍ୟତଃ ଶିଶୁ ମାନଙ୍କ ନିମନ୍ତେ ଶିବିରକୁ ବିଭିନ୍ନ ଅଭିଯୋଗ ନେଇ ଆସିଥିବା ଶିଶୁ-ମାନଙ୍କ ବାପା-ମାଆ , ଅଭିଭାବକ ଓ ଜନ-ସାଧାରଣଙ୍କୁ ଶିଶୁ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାଇବା , ଏହି ଖୋଲା ଯାଇଥିବା ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି କୁହାଯାଇଥିଲା । ଖୋଲା ଯାଇଥିବା ସମସ୍ତ ପ୍ରଦର୍ଶନୀ ଷ୍ଟଲ ଗୁଡିକୁ ଅତିଥି ମାନେ ପରିଦର୍ଶନ କରିଥିଲେ ।

ଉପସ୍ଥିତ ଆବେଦନକାରୀ ମାନଙ୍କ ଅଭିଯୋଗ ଗୁଡିକ ଶୁଣିବା ନିମନ୍ତେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ଜନ-ଶୁଣାଣୀ ଶିବିର କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ଶିଶୁ ଅଧିକାର ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ସନ୍ଧ୍ୟାବତୀ ପ୍ରଧାନ, ସଭ୍ୟ ହରିହର ନାୟକ ଏବଂ ଡ଼ଃ. ଗୀତାଞ୍ଜଳି ବସ୍ତିଆ ପ୍ରମୁଖ ଉପସ୍ଥିତ ରହି ସମସ୍ତ ଅଭିଯୋଗର ଶୁଣାଣୀ କରିବା ସହ ଏଦିଗରେ ଅଧିକ ଯତ୍ନବାନ ହେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଏହି ଜନ-ଶୁଣାଣୀ ଶିବିର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ଶାହା , ଆରକ୍ଷୀ ଅଧିକ୍ଷକ ସାରା ଶର୍ମା , ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ , ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଦୀପା ଦାସ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଏହି ଜନ-ଶୁଣାଣି ଶିବିର କାର୍ଯ୍ୟକ୍ରମକୁ ସହାୟତା ଓ ସହଯୋଗ ନିମନ୍ତେ ପୋଲିସ , ଅଗ୍ନିଶମ ଓ ସ୍ବାସ୍ଥ୍ୟ ବିଭାଗ ସମେତ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଓ ଜିଲ୍ଲା ଚାଇଲ୍ଡ ଲାଇନର କର୍ମକର୍ତ୍ତା ଓ ଏନସିସି କେଡ଼େଟ ମାନଙ୍କୁ ନିୟୋଜିତ କରାଯାଇଥିଲା ।

ଏହି ଜନ-ଶୁଣାଣୀ ଶିବିରର ସମସ୍ତ କାର୍ଯ୍ୟକ୍ରମ ଯେଭଳି ସୁଚାରୁ ରୂପେ ପରିଚାଳନା ଓ ଅନୁଷ୍ଠିତ ହୋଇ ପାରିବ ସେଥିପାଇଁ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଏବଂ ୟୁନିଟର କର୍ମକର୍ତ୍ତା ମାନଙ୍କୁ ସମସ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ଅନ୍ୟପକ୍ଷରେ ଏହି ଜନ-ଶୁଣାଣୀ ଶିବିର କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କାର୍ଯ୍ୟଳୟ ପକ୍ଷରୁ ୧୦ ଜଣଙ୍କୁ ପୃଷ୍ଠ-ପୋଷକତା ରାଶି , ଜାତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା “ହୋସଲା” କାର୍ଯ୍ୟକ୍ରମରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ପର୍ଶୁରାମ ରଇତଙ୍କୁ ମାନ୍ୟବର ଆୟୋଗଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା ।

ଏତଦ୍ ବ୍ୟତୀତ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ୪୬ ଜଣଙ୍କୁ ପେନସନ , ୧୬ ଜଣଙ୍କୁ ବସ୍ କନ୍ସସେନ କାର୍ଡ , ୧୧ ଜଣଙ୍କୁ ହ୍ବିଲ ଚେୟାର , ଜଣକୁ ଟ୍ରାଏ-ସାଇକଲ , ୮ଜଣ ଶ୍ରବଣ-ବାଧିତଙ୍କୁ ସହାୟତା ଏବଂ ୧୦ ଜଣଙ୍କୁ “ବାଣୀଶ୍ରୀ” ବୃତ୍ତି (ସ୍କଲରସିପ) ଯୋଗାଇ ଦିଆ ଯାଇଥିଲା ।

ମହିଳାଙ୍କ ପ୍ରତି ସମସ୍ତ ପ୍ରକାର ହିଂସା ବନ୍ଦ ପାଇଁ ଗଜପତି ଠାରେ ଜିଲ୍ଲାସ୍ତରୀୟ ସମ୍ମିଳନୀ ପାଳିତ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ରାୟଗଡ ସ୍ଥିତ ସରକାରୀ ହାଇସ୍କୁଲ ପଡିଆ ଠାରେ ଅଲିଭା ମହାସଂଘ ଓ ମହିଳା ବିକାଶ ପ୍ରତିଷ୍ଠାନ (ଆଇଡ଼ବ୍ଲ୍ୟୁଡି) ର ମିଳିତ ସହଯୋଗରେ ଏବଂ ଦି ହଙ୍ଗର ପ୍ରୋଜେକ୍ଟ ସହାୟତାରେ ମହିଳାଙ୍କ ପ୍ରତି ସମସ୍ତ ହିଂସା ବନ୍ଦ ପାଇଁ ଏକ ଜିଲ୍ଲାସ୍ତରୀୟ ମହିଳା ଜାଗରଣ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ମହିଳା ବିକାଶ ପ୍ରତିଷ୍ଠାନର ଜିଲ୍ଲା ସଂଯୋଜକ ନଟବର ପାଢ଼ୀ ସଭାପତିତ୍ୱ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ । ମୁଖ୍ୟତଃ ସମାଜ ଓ ବିଭିନ୍ନ କ୍ଷେତ୍ରରେ ମହିଳା ମାନଙ୍କ ପ୍ରତି ବିଭିନ୍ନ ପ୍ରକାରର ହିଂସା ଦିନକୁ ଦିନ ବଢ଼ିବାରେ ଲାଗିଛି । ରାସ୍ତାଘାଟ ଠାରୁ ଆରମ୍ଭ କରି ଘରୋଇ ହିଂସା ଓ ନିର୍ଯ୍ୟାତନାରେ ମହିଳା ମାନେ ସୁରକ୍ଷିତ ନୁହନ୍ତି । ଏମିତି କି ହିଂସାରେ ପିଡିତା ହୋଇ ବହୁ ମହିଳାଙ୍କ ଜୀବନ ହାନି ହେଉଛି । ମହିଳା ମାନଙ୍କ ପ୍ରତି ଏଭଳି ଘୁଣ୍ୟ ଆଚରଣ ଅତ୍ୟନ୍ତ ନିନ୍ଦନୀୟ । ଅନ୍ୟପକ୍ଷରେ ମହିଳା ମାନଙ୍କ ପ୍ରତି ହିଂସା ବନ୍ଦ ପାଇଁ ଦେଶରେ ଅନେକ ଆଇନ ପ୍ରଣୟନ କରାଯାଇଛି , କିନ୍ତୁ ସେହି ଆଇନ ମହିଳା ମାନଙ୍କ ପ୍ରତି ହେଉଥିବା ହିଂସାକୁ ବନ୍ଦ କରିପାରୁନି । ଏହା ଏକ ସାମାଜିକ ସମସ୍ୟାରେ ପରିଣତ ହୋଇଗଲାଣି । ତେଣୁ ଏଥିପାଇଁ ବ୍ୟାପକ ଜନ-ସଚେତନତା ଓ ଜାଗରଣର ଆବଶ୍ୟକତା ରହିଛି ବୋଲି କହିଥିଲେ ।

ମୁଖ୍ୟଅତିଥି ଭାବେ ମୋହନା ବିଧାୟକ ଦାସରଥି ଗମାଙ୍ଗ ଯୋଗଦେଇ ମହିଳା ମାନେ ଏବଂ ଘର ପରିବାରର ବଡ ମାନଙ୍କ ପକ୍ଷରୁ ନିଜ ପିଲାମାନଙ୍କୁ ଛୋଟରୁ ବଡ ହେବା ପର୍ଯ୍ୟନ୍ତ ଉଚିତ ଶିକ୍ଷା ସହ ଭଲ ସଂସ୍କାର ଦିଅନ୍ତି , ତାହା ହେଲେ ଏହା ଗାଁ , ସମାଜ , ରାଜ୍ୟ ଓ ଦେଶ ପାଇଁ ଅତ୍ୟନ୍ତ ମଙ୍ଗଳମୟ ହେବ ବୋଲି କହିଥିଲେ । ମହିଳା ମାନେ ସଶକ୍ତି ହେବାସହ ସଚେତନ ହୋଇ ଆବଶ୍ୟକ ସ୍ଥଳେ ନିଜ ସୁରକ୍ଷା ନିଜେ ଉଦ୍ୟମ କରିବା ଆବଶ୍ୟକତା ରହିଛି ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମଞ୍ଚାସୀନ ଅତିଥି ଭାବେ ଅଲିଭା ମହାସଂଘର କୁମାରୀ କାର୍ଜି , ହାଇସ୍କୁଲର ପ୍ରଧାନଶିକ୍ଷୟତ୍ରୀ ଏସ୍. ମଣିମାଳା , ରାୟଗଡର ମହିଳା ସବ-ଇନ୍ସପେକ୍ଟର ସ୍ମୃତି ବଡ଼ଜେନା , ଏସ୍.କରଡ଼ାସିଂ ର ସରପଞ୍ଚ ଦମୟନ୍ତି ଶବର , ମହିଳା ବିକାଶ ପ୍ରତିଷ୍ଠାନର ସମ୍ପାଦିକା ମିନତୀ ପାଢ଼ୀ , ଏବିଡ଼ିଓ–ପିତାମ୍ବର ବେହେରା ଏବଂ ସମାଜସେବୀ ପ୍ରେମାନନ୍ଦ ସ୍ୱାଲସିଂ ପ୍ରମୁଖ ଯୋଗଦେଇ ନାରୀ ସମାଜ ପ୍ରତି ଯେଉଁ ଅନ୍ୟାୟ ଓ ଅବିଚାର କରାଯାଉଛି , ଏହାକୁ ହ୍ରାସ କରାଇବା ଦିଗରେ ନାରୀ ସଶକ୍ତ ହୋଇ ନିଜ ମନକୁ ସଚେତନତା କରିବା ଜରୁରୀ ।

ମା’ମାନେ ନିଜ ପିଲା ମାନଙ୍କୁ ଛୋଟ ବୟସରୁ ବାହାରକୁ କାମଧନ୍ଦା ପାଇଁ ନ ଛାଡି ପାଠ ପଢ଼ାଇବା ସହ ଉଚିତ ଶିକ୍ଷା ଦେଇ ସଂସ୍କାର-ଧର୍ମୀ କରାଇବା ହେଲେ ସବୁ ସ୍ତରରେ ଦେଖାଦେଉଥିବା ନାରୀହିଂସା ଓ ନିର୍ଯ୍ୟାତନା ହ୍ରାସ ହେବାରେ ସହାୟକ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା ।

ଏହି ଅବସରରେ ହାଇସ୍କୁଲର ଛାତ୍ରୀମାନେ ଗଣେଶ ବନ୍ଦନା ନୃତ୍ୟ ଓ ନାରୀ ସଶକ୍ତି ଉପରେ ସଚେତନତା ଧର୍ମୀ ନାଟକ ପରିବେଷଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ରାୟଗଡ ନାଏବ ସରପଞ୍ଚ ନିରଞ୍ଜନୀ ମିଶାଲ, ମହିଳା ବିକାଶ ପ୍ରତିଷ୍ଠାନର ସଂଯୋଜିକା ଭାଗ୍ୟଲକ୍ଷ୍ମୀ ନାୟକ , ସଂଯୋଜିକା ନିର୍ମଳା ପଟ୍ଟନାୟକଙ୍କ ସମେତ ରଶ୍ମିରେଖା ଭଦ୍ର , ସନ୍ୟାସୀ ଭୂୟାଁ , ମାନସ ରଞ୍ଜନ ବିଶୋଇ ପ୍ରମୁଖ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ ।

ଗଜପତି ଜିଲ୍ଲା ରାୟଗଡ ବ୍ଳକରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

 

 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଲୋବା ପଞ୍ଚାୟତର ଲୋବା ଗ୍ରାମ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି ।

ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳ ଅନୁପମ ସାହା ଅଧ୍ୟକ୍ଷତା କରିଥିବା ବେଳେ ଉଭୟେ ଜିଲ୍ଲାପାଳ ଶ୍ରୀ ଶାହା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଅଞ୍ଚଳବାସୀଙ୍କ ଅସୁବିଧା ଓ ବିଭିନ୍ନ ସମସ୍ୟା ଉପରେ ଅଭିଯୋଗ ଶୁଣାଣୀ କରିଥିଲେ ।

ଏହି ଜନ-ଅଭିଯୋଗ ଶୁଣାଣୀ ରେ ମୋଟ ୫୭ ଗୋଟି ଅଭିଯୋଗ ଆସିଥିଲା । ସେଥିମଧ୍ୟରୁ ୩୧ ଗୋଟି ବ୍ୟକ୍ତିଗତ ଓ ୨୬ ଗୋଟି ଗୋଷ୍ଠୀଗତ ଭାବେ ବିଭିନ୍ନ ଅସୁବିଧା ଓ ସମସ୍ୟା ଉପରେ ଅଭିଯୋଗ ସବୁ ଆସିଥିଲା ।

ତେବେ ଶୁଣାଣୀ ସ୍ଥଳରେ ମୋଟ ୧୪ ଗୋଟି ଅସୁବିଧା ଓ ସମସ୍ୟା ଭିତ୍ତିକ ଅଭିଯୋଗର ତୁରନ୍ତ ସମାଧାନ ହୋଇଥିବା ବେଳେ ଅନ୍ୟସବୁ ସମସ୍ୟା ଭିତ୍ତିକ ଅଭିଯୋଗ ଗୁଡିକ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଏବଂ ବ୍ଲକର ବିଡ଼ିଓଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା ।

ଅନୁଗୁର ଗ୍ରାମର ମଧୁମିତା କରାଡ଼ ଏବଂ ନବରତ୍ନ କରାଡ଼ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ୧୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା । ଏହି ଜନ-ଅଭିଯୋଗ ଶୁଣାଣୀ ରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡ ବ୍ଲକ ବିଡ଼ିଓ ଲୁକାଶ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଉପସ୍ଥିତ ଜନ-ସାଧାରଣଙ୍କୁ ଶିଶୁ ବିକାଶ ଯୋଜନା ପକ୍ଷରୁ ଛୋଟ ଛୋଟ ଶିଶୁ ମାନଙ୍କୁ କେଉଁ ପ୍ରକାରର ପୁଷ୍ଟିକର ରନ୍ଧାଖାଦ୍ୟ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି , ସେ ସବୁ ପୁଷ୍ଟିକର ଖାଦ୍ୟ ଉପରେ ପ୍ରଦର୍ଶନୀ କରାଯାଇଥିଲା ।

ରାୟଗଡ ବ୍ଲକରେ ଥିବା ସିଡିପିଓ: ତେରେସ୍କୋଭା ମଲ୍ଲିକ ଛୋଟ ପିଲାମାନଙ୍କ ଖାଦ୍ୟ ଓ ଗର୍ଭବତୀ ମହିଳା ମାନଙ୍କ ପାଇଁ ଆବଶ୍ୟକ ହେଉଥିବା ଖାଦ୍ୟ ବିଷୟରେ ମଧ୍ୟ ଜିଲ୍ଲାପାଳଙ୍କ ସମେତ ଜନସାଧାରଣଙ୍କୁ ଅବଗତ କରାଇଥିଲେ ।

ଜାତୀୟ ସମ୍ମାନ-ପ୍ରାପ୍ତ ନିରଞ୍ଜନଙ୍କୁ ଗଜପତି ଜିଲ୍ଲାପାଳ କଲେ ସମ୍ବର୍ଦ୍ଧିତ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ନିଜର ଉତ୍କୃଷ୍ଟ ସେବା କାର୍ଯ୍ୟ ପାଇଁ ଜାତୀୟ ସମ୍ମାନ ପାଇଥିବା ଭିନ୍ନକ୍ଷମ ବ୍ୟକ୍ତି ନିରଞ୍ଜନ ବେହେରାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅନୁପମ ସାହା ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧନା ଜ୍ଞାପନ କରି ତାଙ୍କର ଆଗାମୀ ଭବିଷ୍ୟତ ପାଇଁ ସୁଖମୟ ଜୀବନ କାମନା କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସାହା ନିରଞ୍ଜନଙ୍କ ଭଳି ଅନ୍ୟ ଭିନ୍ନକ୍ଷମ ଭାଇଭଉଣୀ ମାନେ ମଧ୍ୟ ଲୋକଲୋଚନକୁ ଆସି ତାଙ୍କର ସମାଜ ଓ ଜିଲ୍ଲା ପାଇଁ ଗୌରବ ଆଣିବା ପାଇଁ କାମନା କରିଥିଲେ ।

 

କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ରବୀନ୍ଦ୍ର ନାଥ ବେହେରା ପ୍ରାରମ୍ଭିକ ସୂଚନା ଦେଇ ନିରଞ୍ଜନ ତାଙ୍କର ଏହି ଶିକ୍ଷା ଗ୍ରହଣ କରିବା ପରେ ଭିନ୍ନକ୍ଷମ ଭାଇଭଉଣୀଙ୍କ ସର୍ବାଙ୍ଗୀନ ଉନ୍ନତି ସେବାରେ କିଭଳି କାର୍ଯ୍ୟରତ ଥିଲେ ଏବଂ ଜାତୀୟ ସମ୍ମାନ ପାଇବା ପାଇଁ ତାଙ୍କର କେଉଁ କାର୍ଯ୍ୟ ଯୋଗୁଁ ତାଙ୍କୁ ମନୋନୀତ କରାଗଲା ଓ କିଭଳି , ସେ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ।

ନିରଞ୍ଜନ ବେହେରା ତାଙ୍କର ସମ୍ବର୍ଦ୍ଧନା ଜ୍ଞାପନର ପ୍ରତ୍ୟୁତ୍ତରରେ ସେ କହିଥିଲେ ଯେ , ଆଜି ମୋତେ ଯେଉଁ ଜାତୀୟ ସମ୍ମାନ ମିଳିଛି , ଏହା ମୋର ନୁହେଁ ଏହା ମୋର ଭିନ୍ନକ୍ଷମ ଭାଇଭଉଣୀଙ୍କ । ପ୍ରକୃତରେ ସିସିଡି ଅନୁଷ୍ଠାନର ମୁଖ୍ୟ ଜଗନ୍ନାଥ ରାଜୁ ଏବଂ ପଦ୍ମାରାଜ ମେଡମଙ୍କ ଯୋଗୁଁ ସମ୍ଭବ ହୋଇଛି । ସେମାନେ ଯଦି ମୋତେ ଆଣି ଫୋକ୍ସ ଦେଇ ନ ଥାନ୍ତେ , ତା ହେଲେ ଆଜି ମୁଁ ଏହି ଜାତୀୟ ସମ୍ମାନ ପାଇବାର ଅଧିକାରୀ ହୋଇ ନ ଥାନ୍ତି । ଆମର ଯେଉଁ ଶକ୍ତି ଅଛି , ତାହା ପ୍ରକୃତରେ କିଭଳି ବିକଶିତ ହୋଇପାରିବ , ସେହି ଉଦ୍ଦେଶ୍ୟ ମୋର ଭିନ୍ନକ୍ଷମ ଭାଇଭଉଣୀଙ୍କ ଉନ୍ନତି ପାଇଁ ମୁ ମୋର କାମ ଜାରି ରଖିଲି । ଭିନ୍ନକ୍ଷମ ଭାଇଭଉଣୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ହୋଇ ସେମାନେ ଯେମିତି ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ସେହି ଉଦ୍ଦେଶ୍ୟ ନେଇ ମୁଁ କାମ କଲି ଓ କରୁଛି ମଧ୍ୟ ବୋଲି କହିଥିଲେ ।

ଏହି ଅବସରରେ ସିସିଡି ଅନୁଷ୍ଠାନର ମୁଖ୍ୟ ଜଗନ୍ନାଥ ରାଜୁ , କହିଥିଲେ ଯେ ଜିଲ୍ଲାରେ ଭିନ୍ନକ୍ଷମ ବ୍ୟକ୍ତିମାନେ ବସବାସ କରୁଥିବା ଅଞ୍ଚଳକୁ ଆମ ଅନୁଷ୍ଠାନ ପକ୍ଷରୁ ଚିହ୍ନଟ କରାଯାଇ ସେଠାରେ ସେମାନଙ୍କ ଜୀବିକା ପାଇଁ ଫୋକସ ଏରିଆ ଭାବେ ଗ୍ରହଣ କରି କାର୍ଯ୍ୟ ଜାରୀ ରଖିଲୁ । ସେମାନଙ୍କୁ ସଶକ୍ତ କରାଇ ସେମାନଙ୍କ ଆତ୍ମ ନିର୍ଭରଶୀଳ ହେବାପାଇଁ ସମବାୟ ବ୍ୟାଙ୍କ ବ୍ୟବସ୍ଥା ମଧ୍ୟ କଲୁ , ଯେଉଁଥିରେ କି ଭିନ୍ନକ୍ଷମ ଭାଇଭଉଣୀ ମାନେ ଅନ୍ୟ ଉପରେ ନିର୍ଭର ନ ହୋଇ ନିଜେ ସ୍ୱାଧୀନ ହୋଇ ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି କହିଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ , ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଗତ ଡିସେମ୍ବର ୩ ତାରିଖ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଦିନରେ ନିରଞ୍ଜନ ବେହେରାଙ୍କୁ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ନିମନ୍ତେ କାର୍ଯ୍ୟରତ ତଥା ତାଙ୍କର ସର୍ବଶ୍ରେଷ୍ଠ ବ୍ୟକ୍ତିତ୍ୱ ତଥା ତାଙ୍କର ଉତ୍କୃଷ୍ଠ ସେବା କାର୍ଯ୍ୟ ପାଇଁ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟପୂର୍ଣ୍ଣ କାର୍ଯ୍ୟକ୍ରମରେ ଉପ-ରାଷ୍ଟ୍ରପତି ଏମ-ଭେଙ୍କେୟା ନାଇଡୁ ଏହି ଜାତୀୟ ସମ୍ମାନ ସହ ଏକ ଲକ୍ଷ ଟଙ୍କା ତାଙ୍କୁ ପ୍ରଦାନ କରିଥିଲେ ।

କେବଳ ଗଜପତି ଜିଲ୍ଲା ନୁହେଁ , ସମଗ୍ର ଓଡିଶାରେ ଭନ୍ନକ୍ଷମ ଭାଇଭଉଣୀ ମାନଙ୍କୁ ସେମାନଙ୍କ ଅଧିକାର ନ୍ୟାୟ ଦେଇ ସଶକ୍ତି କରାଇ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଭଳି ଉଲ୍ଲେଖନୀୟ ତଥା ଉତ୍କୃଷ୍ଠ ସେବା କାର୍ଯ୍ୟର ଅବଦାନ ଯୋଗୁଁ ତାଙ୍କ ପାଇଁ ଆଜି ଆଣିଦେଇଛି ଏହି ଜାତୀୟ ସମ୍ମାନ ।

ନିରଞ୍ଜନ ବେହେରା ପାରଳାଖେମୁଣ୍ଡି ସ୍ଥିତ ଓଡିଆ ପାରଳା ସାହି ବାସିନ୍ଦା । ସେ ଓଡିଶା ବିକଳାଙ୍ଗ ମଞ୍ଚର ରାଜ୍ୟ ସଭାପତି ରହିଥିବା ସହ ପାରଳାଖେମୁଣ୍ଡି ଠାରେ ଥିବା ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ”ର ସଭାପତି ଦାୟିତ୍ୱରେ ଅଛନ୍ତି ।

କାହା ବାହୁ ଛାୟା ତଳେ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ବିନୋଦ ବିହାରୀ ପ୍ରଧାନ;କାର୍ଯ୍ୟକାରୀ ହୋଇପାରୁନାହିଁ ସରକାରୀ ନିର୍ଦ୍ଦେଶ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – କାର୍ଯ୍ୟକାରୀ ହୋଇପାରିନି ନିର୍ଦେଶ ନାମା । ରାଜ୍ୟ ସ୍ତରୀୟ ଅଧିକାରୀ ଙ୍କ ଆଦେଶ କୁ ଏଠି ଫୁ । ରେଜିଷ୍ଟାର କୋପରେଟିଭ ସୋଇଟିଙ୍କ ଚିଠା ନଂ ୧୯୦୮ ତା ୧୧/୦୬/୧୯ ରିଖ କ୍ରମେ ଗୁଣପୁର ନିୟନ୍ତ୍ରିତ ବଜାର କମିଟି ର ସମ୍ପାଦକ ବିନୋଦ ବିହାରି ପ୍ରଧାନ ଙ୍କୁ ସମ୍ପାଦକ କାର୍ଯ୍ୟରୁ ପ୍ରତ୍ୟାହାର କରି ଗୁଣପୁର ଏ.ଆର.ସି.ଏସ କାର୍ଯ୍ୟାଳୟ ରେ ଖାଲିଥିବା ସ୍ଥାନରେ ନିଯୁକ୍ତି ଦିଆଯାଇଛି ।କିନ୍ତୁ ସ୍ଥାନୀୟ କର୍ତ୍ତୃପକ୍ଷ ଏହାକୁ କାର୍ଯ୍ୟକାରୀ କରିନଥିବା ଯୋଗୁଁ ଚିଠା ନଂ ୧୫୨୬୬ ତା ୨୨/୭/୧୯ କ୍ରମେ ଶ୍ରୀ ପ୍ରଧାନଙ୍କ ରିଲିଭ ଆଦେଶ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜଣ।କରିବାକୁ ପତ୍ରାଳପ କରିଥିଲେ।ରେଜିଷ୍ଟାର ମହୋଦୟ ପୁନର୍ବାର ଚିଠି ନଂ ୧୫୬୪୪ ତା ୨୫/୦୭/୧୯ ରିଖ ଚିଠା ରେ ଶ୍ରୀ ପ୍ରଧାନଙ୍କ ବଦଳୀ ଆଦେଶ ହେବାର ଏକ ମାସ ବିତିଯାଇଥିବା ସତ୍ତ୍ୱେ କାର୍ଯ୍ୟରୁ ରିଲିଭ ହୋଇନଥିବା ଦେଖା ଦେଇଥିବା ଦର୍ଶାଇ ଯଥା ଶୀଘ୍ର ଶ୍ରୀ ପ୍ରଧାନ ଙ୍କୁ ତାଙ୍କରି ନୂତନ କାର୍ଯ୍ୟ ସ୍ଥଳିରେ ଯୋଗ ଦେବାର ନିମନ୍ତେ ରିଲିଭ କରିବା ପାଇଁ ଆର,ଏମ,ସି,ସି, ଅଧକ୍ଷ ମହୋଦୟଙ୍କୁ ଜଣା କରିଥିଲେ ।ଦୀର୍ଘ ୫ ମାସ ହେବାକୁ ଯାଉଥିଲେ ମଧ୍ୟ ସ୍ଥାନୀୟ କର୍ତ୍ତୃପକ୍ଷ ଶ୍ରୀ ପ୍ରଧାନଙ୍କୁ ରିଲିଭ କରିନାହାନ୍ତି ।ରାଜ୍ୟ ସ୍ଥାରୀୟ ଅଧିକାରୀଙ୍କ ଠାରୁ ବାରମ୍ବାର ପତ୍ର ଆସୁଥିବା ସତ୍ତ୍ବେ କେଉଁ କାରଣରୁ ଶ୍ରୀ ପ୍ରଧାନଙ୍କୁ ସମ୍ପାଦକ ପଦବୀରୁ ରିଲିଭ କରାଯାଉନାହିଁ ? ଏବଂ ଏନେଇ ସ୍ଥାନୀୟ କର୍ତ୍ତୃପକ୍ଷ ଙ୍କ ସହ ତାଙ୍କରି କି ମଧୁଚନ୍ଦ୍ରିକା ରହିଛି ବୋଲି ସଧାରଣ ରେ ପ୍ରଶ୍ନ ଉଠୁଛି ।ତେବେ ଶ୍ରୀ ପ୍ରଧାନ କାହା ବାହୁ ଛାୟା ତଳେ ରହିଥିବାରୁ ରାଜ୍ୟ ସ୍ଥାରୀୟ ଅଧିକାରୀଙ୍କ ଆଦେଶ କାର୍ଯ୍ୟକାରୀ ହୋଇପାରିନି ତାହା ତଦନ୍ତ ସାପେକ୍ଷ ।ଶ୍ରୀ ପ୍ରଧାନଙ୍କ କାର୍ଯ୍ୟ କାଳ ମଧ୍ୟରେ କରାଯାଇଥିବା ଏନିମି ବିଲ ଡିଙ୍ଗ ୱାର୍କ ଏବଂ ଟ୍ରେଡିଂ ୱାର୍କର ସମସ୍ତ କର୍ଯ୍ୟକୁ ତଦାରଖ କଲେ ଅନେକ ତଥ୍ୟ ବାହାରିବ ବୋଲି କୁହାଯାଏ ।ଏହାବି କୁହାଯାଉଛି ଆଗକୁ ଧାନ ମଣ୍ଡି ଓ କାପା କ୍ରୟ ଥିବାରୁ ଶ୍ରୀ ପ୍ରଧାନ ସମ୍ପାଦକ ପଦାବୀରୁ ରିଲିଭ ହେବାକୁ ଚାହୁଁ ନାହାନ୍ତି ।ଗୁଣପୁର ଉପଜିଲ୍ଲାପାଳ ତଥା ଆର,ଏମ,ସି, ସି କମିଟି ଅଧ୍ୟକ୍ଷ ଗୁଣପୁର ଠାରୁ ବଦଳୀ କିମ୍ଵା ମୋର ଆବସର ହେବା ଯାଏଁ ମୋତେ ଏଠାରୁ କେହି ରିଲିଭ କରି ପାରିବେ ନାହିଁ ବୋଲି ଶ୍ରୀ ପ୍ରଧାନ କହୁଥିବା ସ୍ଥାନୀୟ ଚା’ଖଟିରେ ଆଲୋଚନା ର ବିଷୟ ପାଲଟିଛି।ତେବେ ଦେଖିବାକୁ ରହିଲା ପ୍ରଥମେ ଉପଜିଲ୍ଲାପାଳ ଙ୍କ ବଦଳୀ ହେଉଛି ନା ଶ୍ରୀ ପ୍ରଧାନ କାର୍ଯ୍ୟରୁ ଅବସର ନେଉଛନ୍ତି ।