ସମ୍ପର୍ଣ୍ଣ ପରିଛା ମଠରେ ଗୀତା ଜୟନ୍ତୀ ଅବସରରେ ସମ୍ବର୍ଦ୍ଧନା ମହୋତ୍ସବ ଅନୁଷ୍ଠିତ !

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଐତିହ ସମ୍ପର୍ଣ୍ଣ ପରିଛା ମଠରେ ଗୀତା ଜୟନ୍ତୀ ଅବସରରେ ବାଳମୁକୁନ୍ଦ ଶିଶୁ ମାନଙ୍କ ଦ୍ବାରା ପୂର୍ବାହ୍ନରେ ପୂଜ୍ୟ ରାମାନନ୍ଦ ଜୀଙ୍କ ଉପସ୍ଥିତ ରେ ଗୀତା ପାରାୟଣ ଏବଂ ଅପରାହ୍ନରେ ସମ୍ବର୍ଦ୍ଧନା ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରର ମାର୍ଗଦର୍ଶକ ଭାଗବତ ପାଢୀଙ୍କ ଅଧ୍ୟକ୍ଷତାରେ ରାଧିକା ବାତ୍ସଲ୍ୟ ଧାମ, ଭୂବନେଶ୍ୱରର ମୁଖ୍ୟ ସାଧ୍ଵୀ ଗୀତା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କେନ୍ଦ୍ରର ପରାମର୍ଶ ଦାତା ଚିନ୍ମୟ ମିଶନର ଆଚାର୍ଯ୍ୟ ସ୍ଵାମୀ ନିଗମାନନ୍ଦ ଜୀ , ସୀତାରାମ ମହାରଜ ଅତିଥି ରୂପେ ଯୋଗ ଦେଇଥିଲେ।ଆୟୋଜକ ତଥା ମନ୍ଦିର ପରିଚାଳକ ମୂରଲୀଧର ପରିଛା ବିବରଣୀ ପାଠ କରିଥିଲେ। ଏହି ଅବସରରେ ଯୋଗଗୁରୁ ଲଷ୍ମୀ ଚରଣ ପଟ୍ଟନାୟକଙ୍କୁ ଜଗତ୍ ଗୁରୁ କୃପାଳୁ ଜୀ ମହାରଜ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ ହୋଇଥିଲେ। ସେହି ପରି ଶିଶୁ ପ୍ରେମୀ ତଥା ଶିକ୍ଷା ଗୁରୁ , ଅଭିଭାବକ , ପୁରାତନ ଛାତ୍ର ଛାତ୍ରୀ , ବୃଦ୍ଧି ଜୀବୀ ଏବଂ ଖବର ଦାତା ମାନଙ୍କୁ ଧର୍ମ ପରାୟଣା ନକ୍ଷତ୍ର ମାଳା ପରିଛା , ସମାଜସେବୀ ଭୂବନେଶ୍ୱର ପରିଛା , ପଣ୍ଡିତ ଗୋପିନାଥ ନନ୍ଦ , ନାଟ୍ୟକାର ଆପନ୍ନା ପରିଛା , ପଦ୍ମଶ୍ରୀ ଡ଼ଃ. ସତ୍ୟ ନାରାୟଣ ରାଜୁଗୁରୁ ସ୍ମୃତି ସମ୍ମାନରେ ୭୨ ଜଣଙ୍କୁ ସମ୍ବର୍ଦ୍ଧନା କରିଥିଲେ ବାଳ ମୁକୁନ୍ଦ କେନ୍ଦ୍ରର ଶିଶୁ ମାନେ ।

ସମସ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଯୁବ ପ୍ରତିଭା ଦେବଦର୍ତ୍ତ ବେବର୍ତ୍ତା ସଂଯୋଜନା କରିଥିବା ବେଳେ ବାଳମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ସମସ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଯୁବ ପ୍ରତିଭା ଦେବଦର୍ତ୍ତ ବେବର୍ତ୍ତା ସଂଯୋଜନା କରିଥିବା ବେଳେ ବାଳମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଜିଲ୍ଲାପାଳଙ୍କ ଆଦେଶକୁ ଉଲୁଣ୍ଡା ବିଡିଓ ଙ୍କ ଫୁ…!

ଏଥର ସମ୍ଭାଳ ବ୍ୟୁରୋ – ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଏ ଗ୍ରାମରେ ପକ୍କାଘର ଖଣ୍ଡେ ନ ପାଇବାରୁ ଜଣେ ଦିବ୍ୟାଙ୍ଗ ପର ଘରେ ଆଶ୍ରୟ ନେଇଛନ୍ତି । ଉକ୍ତ ଗ୍ରାମର ବାପ ଛେଉଣ୍ଡ ସୁନିତା ମନ୍ତ୍ରା ମୂକ ଓ ବଧିର । ତାଙ୍କୁ ଶହେ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣ ପତ୍ର ମଧ୍ୟ ସରକାର ତରଫରୁ ଯୋଗାଇଦିଆଯାଇଛି । ସରକାରୀ ସାହାଯ୍ୟ କହିଲେ ଭତ୍ତା ବାବଦକୁ ପାଞ୍ଚ ଶହ ଟଙ୍କା । ପରିବାର କହିଲେ ଘରେ ଥିବା ବିଧବା ମା ସୁଭାଶିନୀ ମନ୍ତ୍ରାଙ୍କ ସହ ରହୁଥିଲେ । ରହୁଥିବା ମାଟି ଘରଟି ବର୍ଷାରେ ସମ୍ପୂର୍ଣ ଭାଙ୍ଗିଗଲା । ସେମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଭଙ୍ଗା ଘରକୁ ଆଜି ପଯ୍ୟନ୍ତ ମରାମତି କରିପାରିଲେ ନାହିଁ । ଫଳରେ ସେମାନେ ବାଧ୍ୟ ହୋଇ ଅନ୍ୟ ଜଣଙ୍କ ଘରେ ଆଶ୍ରୟ ନେଉଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆବାସ ଯୋଜନାରେ ସାମିଲ କରିବା ପାଇଁ ଦିବ୍ୟାଙ୍ଗ ସୁନିତା ଉଲୁଣ୍ଡା ବିଡିଓ, ବୀରମହାରାଜପୁର ଉପଜିଲ୍ଲାପାଳ ଓ ଅକ୍ଟୋବର ୨୨ତାରିଖରେ ଘର ଖଣ୍ଡିଏ ପାଇଁ ଲିଖିତ ଭାବେ ଅଭିଯୋଗ କରିଥିଲେ । ଏ ନେଇ ଜିଲ୍ଲାପାଳ ତାଙ୍କୁ ଯଥାଶୀଘ୍ର ଘର ଯୋଗାଇ ଦେବା ପାଇଁ ଉଲୁଣ୍ଡା ବି .ଡି. ଓ ନିଲାମ୍ବର ମହାନନ୍ଦଙ୍କୁ ନିଦ୍ଦେର୍ଶ ଦେଇଥିଲେ । ମାତ୍ର ଆଜିକୁ ତିନି ମାସ ବିତିଯାଇଥିଲେ ସୁଦ୍ଧା ଏଯାବତ୍ ଘର ମିଳିପାରି ନାହିଁ ।

ଏ ସରକାର, କଥା ନରଖିଲେ ଲୋକ କେମିତି ଓ କାହାକୁ କରିବେ ବିଶ୍ୱାସ !!!

ଏଥର ସମ୍ଭାଳ ବ୍ୟୁରୋ (ଗାଇସିଲେଟ) – ବିଜେପୁର ଉପନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛି ବିଜୁ ଜନତା ଦଳ | ଭୋଟ ବେଳେ ହଜାରେ ପ୍ରତିଶ୍ରୁତି, ଲକ୍ଷେ ସପନ | ହାତୀ ନେ ଘୋଡା ନେ ମୋ ପେଁକାଳୀ ବଜାଇ ଦେ ରୀତିରେ ପ୍ରତିଶ୍ରୁତିର ପାହାଡ ଠିଆ କରାଇ , ଆମଗାଁ ଆମ ବିକାଶର ପ୍ରତିଶୃତି ଦେଇ ଭୋଟ ହାସଲ କଲେ |

ହେଲେ ବାୟୁ ଗଲେ ପେଟ ଉଶ୍ୱାସ ପରି ଭୁଲି ଯାଇଛନ୍ତି ପ୍ରତିଶ୍ରୁତି | ଗାଇସିଲେଟ ବ୍ଲକ ପାଇଁ ତାହା ସାଜିଛି ପାଣିର ଗାର। ବିଗତ ଦୁଇଟି ଉପନିର୍ବାଚନରେ ମାଳମାଳ ନେତାମନ୍ତ୍ରୀ ବିଜେପୁରରେ ଡେରା ପକେଇବା ସହ ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ ଯୋଜନାର ଡିଙ୍ଗିରା ପିଟୁଥିଲେ। ହେଲେ ଉପନିର୍ବାଚନ ସରି ବିଧାୟିକାଙ୍କ ରାଜତିଳକ ସରିଲା ପରେ ମଧ୍ୟ ଗାଇସିଲେଟ ବ୍ଲକ ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତାର ନଗ୍ନଚିତ୍ରସ୍ପଟ ଏବେବି ବାରି ହୋଇ ପଡୁଛି | ଗାଇସିଲେଟ-ପଦ୍ମପୁର ମୂଖ୍ୟ ରାସ୍ତାର ଜରାଜିର୍ନ ଅବସ୍ଥାକୁ ଦେଖିଲେ।ରାସ୍ତାଟି ସମ୍ପୁର୍ଣ୍ଣ ନଷ୍ଟହୋଇ ମେଟାଲଗୋଡା ରାସ୍ତାସାରା ବିଛେଇ ହୋଇ ପଢିଛି ସତେଯେମତି ମାତ୍ରୁସ୍ନେହର ପିଚୁଟିକେ ପକେଇ ପିତୃସ୍ନେହର ହାତ ଥପଥପେଇଲା ପରି ରୋଡ ରୁଲର ରାସ୍ତା ଉପରେ ଗୋଡେଇ ରାସ୍ତା ତିଆରି କରିବାପାଇଁ ସତେ ଯେମିତି ପ୍ରଶାସନ ରୂପକ ମା ବାପା ସମସ୍ତେ ଦୂରେଇ ଦେଇ ରାଜରାସ୍ତାକୁ ସମ୍ପୁର୍ଣ୍ଣ ଅନାଥ କରି ପକେଇ ଦେଇଛନ୍ତି। ବ୍ଲକ ହେଡ଼ କ୍ୱାର୍ଟର ଭାବରେ ଗାଇସିଲେଟରେ ରହିଛି ବ୍ଲକ ଅଫିସ, ତହସିଲ ଅଫିସ, ଆର ଆଇ ଅଫିସ,ଥାନା ତଥା କେତେ ଗୁଡିଏ ଶିକ୍ଷାନୁଷ୍ଠାନ।ପ୍ରତ୍ୟେକ ଦିନ ହଜାର ହଜାର ଲୋକେ ଏବଂ ଛାତ୍ରଛାତ୍ରୀ ଉକ୍ତ ପଦ୍ମପୁର-ଗାଇସିଲେଟ ଜରାଜିର୍ଣ୍ନ ରାସ୍ତା ଦେଇ ପହଞ୍ଚି ଥାନ୍ତି ଗାଇସିଲେଟକୁ। ଚକୁଳିରେ ବିନ୍ଧ ରହିଲା ପରି ରାସ୍ତାରେ ସବୁଠି ଖାଲଖମା ।

କୋଉଠି ରାସ୍ତା ମଝି ଜଳାଭାବେ ମାଟିଫାଟି ଆଁକରି ଚାତକ ପକ୍ଷୀପରି ଆକାଶକୁ ଆଁ କରି ଚାହିଁବାର ଚିତ୍ର ମନେ ହଉଛି ତ କେଉଁଠି ରାସ୍ତା ଫାଟି ଯାଇ ରଙ୍ଗୋଲିରେ ଚିତ୍ରକଳା ପ୍ରଦର୍ଶନୀ କଳାପରି ଦୁର୍ଘଟଣା ପାଇଁ ଯାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେବା ପାଇଁ ଅନେଇ ବସିଥିବାର ମନେ ହେଉଛି। ଗତ ବିଜେପୁର ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ରାସ୍ତାରେ ରୋଡସୋ କରିବାପାଇଁ ରାସ୍ତାରେ କିଛି ମେଟାଲ ଓ ପଥରଗୁଣ୍ଡ ପକାଯାଇଥିଲା।ହେଲେ ଏବେ ସବୁ ମେଟାଲ ଉପୁଡିଯାଇ ରାସ୍ତାରେ ପଡିଥିବା ଧୂଳିଗୁଣ୍ଡ ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ଯାତ୍ରୀ ଅସୁବିଧାରେ ପକାଉଛି।ମୋଟା ମୋଟି ଭାବରେ କହିବାକୁଗଲେ ରାସ୍ତା ସାଜିଛି ଏକ ମରଣ ଯନ୍ତା। ଆଗାମୀ ଦିନରେ ରାସ୍ତାର ଅବସ୍ଥାକୁ ଏଡେଇ ଦିଆନଗଲେ ଗାଇସିଲେଟ ଅଞ୍ଚଳବାସୀ ରାଜରାସ୍ତାକୁ ଓଲ୍ଲାଇବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି।

ଯନ୍ତ୍ରଣା ରେ ଛଟପଟ ହେଉଛି ପାକସ୍ଥଳୀ କର୍କଟ ରୋଗ ରେ ପୀଡିତ ପଙ୍କଜ; ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ…!

!!! ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରୁ ଅଶ୍ୱିନୀ କୁମାର ମହାନ୍ତି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଖଲ୍ଲିକୋଟ) – ରାଜ୍ୟ ରେ ଗରିବ ଲୋକ ଙ୍କ ଅଭାବ ଅସୁବିଧା ମେଣ୍ଟାଇବା ପାଇଁ ବ୍ୟାପକ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି | ସେହିପରି ଅଭାବ ଗ୍ରସ୍ତ ରୋଗୀ ଙ୍କ ପାଇଁ ଆୟୁସ୍ମାନ ଯୋଜନା ବିଜୁ ସ୍ୱାସ୍ଥ୍ୟ ବୀମା ଭଳି ମାଳମାଳ ସରକାରୀ ଯୋଜନା ପ୍ରଣୟନ ହୋଇଥିଲେ ମଧ୍ୟ ଏବେ ବି ସାଧାରଣ ଲୋକ ଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ଅପହଞ୍ଚ | ସେହିପରି ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନିର୍ମଳଝର ଠାରେ ଡ଼ିମିରିଆ ପଂଚାୟତ ର ପାଳଧୁଆପଲି ରୁ ଆସି ନିର୍ମଳଝର ଠାରେ ବସବାସ କରୁଥିବା ୪୨ ବର୍ଷୀୟ ପଙ୍କଜ ଗୋୖଡ ଙ୍କ ପାକସ୍ଥଳୀ କର୍କଟ ରୋଗ ର ଶିକାର ହେତୁ ସେ ଦୀର୍ଘ ୨ ବର୍ଷ ହେଲା ଯନ୍ତ୍ରଣା ରେ ଛଟପଟ ହେଉଛନ୍ତି | ପାଳ ଧୁଆ ପଲି ଗ୍ରାମର ମୃତ ଅରକ୍ଷିତ ଗୋୖଡ ଙ୍କ ପୁଅ ପଙ୍କଜ ଗୋୖଡ ସୁରାଟ , ବମ୍ବେ ସମେତ ରାଜ୍ୟ ବାହାରେ ଦାଦନ ଖଟିବା ସହ ନିଜ ଗ୍ରାମରେ କୃଷି ଶ୍ରମିକ ଭାବେ ପରିବାର ପ୍ରତିପୋଷଣ କରି ଆସୁଥିଲେ | ଗତ କିଛି ବର୍ଷ ହେଲା ନିର୍ମଳଝର ଛକ ଠାରେ ଏକ ଚାହା ଦୋକାନ ଖୋଲି ନିଜର ପରିବାର ର ପ୍ରତିପୋଷଣ କରିବା ସହ ବେସ ୨ ପଇସା କମାଇ ୨ ଝିଅ ଓ ପତ୍ନୀ ଙ୍କ ସହ ହସ ଖୁସି ରେ ସମୟ ଅତିବାହିତ କରୁଥିଲେ | ତେବେ ୨ ବର୍ଷ ତଳେ ହଠାତ ପେଟରେ ଯନ୍ତ୍ରଣା ହେବା ଫଳରେ ବିଭିନ୍ନ ଡାକ୍ତର ଙ୍କ ପରାମର୍ଶ ନେଇ ଭୁବନେଶ୍ୱର ସ୍ଥିତ ଗେଷ୍ଟ୍ରୋକିଡ଼ନୀ କେୟାର ହସ୍ପିଟାଲ ରେ ଦେଖାଇବା ପରେ ଅଲସର ହୋଇଥିବା ଡାକ୍ତର କହିଥିଲେ | ପେଟ ର ବ୍ୟଥା ନ କମିବାରୁ ବିଶାଖାପାଟଣା ସ୍ଥିତ ସେଭେନ ହିଲସ ହସ୍ପିଟାଲ ରେ ଚିକିତ୍ସା ପରେ ବି କୌଣସି ଉପଶମ ନ ମିଳିବା ପରେ ପଙ୍କଜ କୁ ବମ୍ବେ ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲ ରେ ପାକସ୍ଥଳୀ କର୍କଟ ଚିହ୍ନଟ ହେବା ଫଳରେ ପଙ୍କଜ ଙ୍କ ପରିବାର ରେ କଳା ବାଦଲ ଢାଙ୍କି ହେବା ସହ ପତ୍ନୀ ମମତା ଙ୍କ ପାଦତଳୁ ମାଟି ଖସିଯାଇଥିଲା | ୨ ଝିଅ ଙ୍କ ପାଠ ପଢା ଖର୍ଚ ପାଇଁ ସଂଚୟ କରି ରଖିଥିବା ୨ ଲକ୍ଷ ଟଙ୍କା ସମେତ ଧାରକରଜ କରି ୫ ଲକ୍ଷ ଟଙ୍କା ଖର୍ଚ ହୋଇଗଲାଣି | ତଥାପି ଯନ୍ତ୍ରଣା ଉପଶମ ହୋଇପାରୁନି | କର୍କଟ ପୀଡିତ ପଙ୍କଜ ଙ୍କ ପାକସ୍ଥଳୀ ଅପରେସନ ପରେ ଦିନ କୁ ମାତ୍ର ୨ ଚାମଚ ଖାଦ୍ୟ ଖାଉଛନ୍ତି। ଆର୍ଥିକ ଅନଟନ ଯୋଗୁଁ ପଙ୍କଜ ନିୟମିତ ଭାବେ କେମୋ ଥୋରପି ନେଇପାରୁନାହାନ୍ତି। ଯାହାଫଳରେ ଦିନକୁ ଦିନ ଯନ୍ତ୍ରଣା ବଢ଼ିବାରେ ଲାଗିଛି। ସ୍ତ୍ରୀ ମମତା ଗୌଡ଼ ନିଜକୁ ସ୍ୱାମୀ ସେବାରେ ନିୟୋଜିତ କରିବା ଫଳରେ ନିଜର ଆଶା କର୍ମୀ ବୃତ୍ତି ଠିକ ଭାବେ ସମ୍ପାଦନା କରିବାରେ ଅସମର୍ଥ ହେଉଛନ୍ତି। ସରକାର ଙ୍କ ମାତ୍ର ୨୦ କିଲୋ ଚାଉଳ ପଙ୍କଜ ଙ୍କ ପରିବାର ପାଇଁ ଦାନା ପାଣି ମାଧ୍ୟମ ପାଲଟିଛି। ଏପଟେ ବଡଝିଅ ପ୍ରଣତି ମାଟ୍ରିକ ପରୀକ୍ଷାରେ ୬୭%ମାର୍କ ରଖି ବର୍ତ୍ତମାନ ରାମଚନ୍ଦ୍ର ବିଜ୍ଞାନ ମହା ବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ନେଇ ଦ୍ୱିତୀୟ ବର୍ଷ ରେ ପଢ଼ୁଥିବା ବେଳ ସାନଝିଅ ପ୍ରୟତି ୯୦% ମାର୍କ ରଖି ଆଦର୍ଶ ବିଦ୍ୟାଳୟରେ ପଢୁଛି। ବର୍ତ୍ତମାନ ପରିସ୍ଥିତିରେ ଆର୍ଥିକ ଦୁର୍ବଳ ଅବସ୍ଥା କାରଣ ରୁ ପାଠ ପଢ଼ା ରେ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଥିବା ମା ମମତା ପ୍ରକାଶ କରିଛନ୍ତି। ତେଣୁ ରାଜ୍ୟ ସରକାର କିମ୍ବା କୌଣସି ସ୍ବେଚ୍ଛାସେବୀ ସଙ୍ଗଠନ ସହଯୋଗ ର ହାତ ବଢ଼ାଇଲେ କର୍କଟ ପୀଡିତ ପଙ୍କଜ ମୃତ୍ୟୁ ମୁଖ ରୁ ରକ୍ଷା ପାଇବେ ପାରିବେ । ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ଯୋଗାଈ ଦେବା ନିମନ୍ତେ ଅଞ୍ଚଳ ବାସୀ ଦାବୀ କରିଛନ୍ତି ।