କନ୍ଧମାଳ ଠାରେ AIDS ଦିବସ ପାଳିତ ହୋଇଯାଇଛି ।

!!! କନ୍ଧମାଳ ରୁ ଜିଲ୍ଲା ସ୍ବତନ୍ତ୍ର ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କନ୍ଧମାଳ) – କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ବିଶ୍ୱ ଏଡସ ଦିବସ ପାଳନ ହୋଇଯାଛି । ଏଥିରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ର ଶତାଧିକ କର୍ମଚାରି ଙ୍କ ସମେତ କଲେଜ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ । ସ୍ଥାନୀୟ ମେଡିକାଲ ରୁ ଏକ ସଚେତନତା ସଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା ଏବଂ ଏହା ପରେ ସ୍ଥାନୀୟ GNM ନର୍ସିଂ ସ୍କୁଲ ଠାରେ ଏକ ଏଡ଼ସ ସଚେତନତା କାଯ୍ୟ କ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସହର ର ବରିଷ୍ଠ ନାଗରିକ ଙ୍କ ସମେତ ଛାତ୍ରୀଛାତ୍ର ଏବଂ ଅତିଥି ଭାବ ରେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଣୀ ଡ଼ଃ ରାଜଶ୍ରୀ ପଟ୍ଟନାୟକ , ଡ଼ଃ ପ୍ରଶାନ୍ତ ତ୍ରିପାଠୀ , DTO ମୋନରଞ୍ଜନ ସାହୁ , DPM ହାଂସିକା ରାଉତ, ଅନନ୍ତ ମିଶ୍ର , ଗୋବିନ୍ଦ ଚନ୍ଦ୍ର ଜେନା କାଉନ୍ସିଲଏର icr. ଦେବାଶିଷ ମିଶ୍ର କାଉନ୍ସିଲଏର icr ଉପସ୍ଥିତ ରହିଥିଲେ । ଏଥିରେ ଏଡ଼ସ ର ନିରାକରଣ ଏବଂ ଏଡ଼ସ ରୋଗୀ ମାନେ କିପରି ନିଜ ପରିବାର ସହ ମିଳିମିଶି ରହିବେ ସେ ବିଷୟ ରେ ଆଲୋଚନା ହୋଇଥିଲା ।

ଗୁଣୁପୁର ଠାରେ AIDS ଦିବସ ପାଳିତ !

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣୁପୁର) – ସମଗ୍ର ବିଶ୍ୱରେ ଆଜି ବିଶ୍ବ ଏଡସ୍ ଦିବସ ପାଳନ କରାଯାଉଛି । ଏହି ଅବସରରେ ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ରେ ଡାକ୍ତର ଏବଂ ଆସା ମେଡାମ୍ ଙ୍କ ମିଳିତ ଭାବରେ ବିଶ୍ଵ ଏଡସ୍ ଦିବସ ପାଳନ କରିଛନ୍ତି । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ପରିଶେଷରେ ଚିକିତ୍ସାଳୟରେ ପହଞ୍ଚିବା ପରେ ଏକ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ଡାକ୍ତର ରତିକାନ୍ତ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରି ଏଡସ୍ ରୋଗର ଲକ୍ଷଣ ଓ ନିରାକରଣ ବିଷୟରେ ଅଧିକ ସୂଚନା ଦେଇଥିଲେ। ଏହି ରୋଗର କାରଣ ସମ୍ପର୍କରେ ମଧ୍ୟ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଚିକିତ୍ସାଳୟ ର ଡାକ୍ତର, ଆଶା କର୍ମୀ, ବିଭିନ୍ନ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।