ଗଜପତି ଜିଲ୍ଲା ରେ ଜାତୀୟ ଫାର୍ମାସୀ ସପ୍ତାହ-୨୦୧୯ ପାଳିତ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଫାର୍ମାସୀ କଲେଜ ପକ୍ଷରୁ ୫୮ ତମ ଜାତୀୟ ଫାର୍ମାସୀ ସପ୍ତାହ-୨୦୧୯ ପାଳିତ ହୋଇଯାଇଛି । ସ୍ଥାନୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାରାଜାଙ୍କ ରାଜାନହର ସମ୍ମୁଖରୁ ଏକ ବିରାଟ ଶୋଭାଯାତ୍ରା ଗଜପତି ଫାର୍ମାସୀ କଲେଜର ଛାତ୍ରଛାତ୍ରୀ ମାନେ ବିଭିନ୍ନ ସଚେତନତା ମୂଳକ ପ୍ଲା-କାର୍ଡ ଧରି ଏବଂ ବିଭିନ୍ନ ସ୍ଲୋଗାନ-ମାନ ଦେଇ ନଗର ପରିକ୍ରମା କରିବା ପରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଠାରେ ପହଞ୍ଚି ଥିଲେ । ବିନୋଦିନୀ ସାଇନ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗର ବରିଷ୍ଠ ଅଧ୍ୟାପକ ରବୀନ୍ଦ୍ର ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଜନ-ସଚେତନତା ଶୋଭାଯାତ୍ରାଟିକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଥିବା ପ୍ରସୂତି କାଳୀନ ଓ ଶିଶୁ ସ୍ବାସ୍ଥ୍ୟ ବିଭାଗରେ ଥିବା ପ୍ରସୂତି , ମା ଓ ଶିଶୁ ମାନଙ୍କୁ କଲେଜ ପକ୍ଷରୁ କଲେଜର ଛାତ୍ରଛାତ୍ରୀ , ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀ ମାନେ ଶୁଖିଲା ତଥା ହାଲୁକା ଖାଦ୍ୟ ଯଥା ବିଭିନ୍ନ ଫଳ ଓ ବିସ୍କୁଟ ସହ ଓଆର୍ ଏସ୍ ପାନୀୟ ପ୍ରଭୃତି ବଣ୍ଟନ କରିଥିଲେ ।ଏହି କାର୍ଯ୍ୟକ୍ରମ ସମୟରେ ମୁଖ୍ୟ ଚିକିତ୍ସାଳୟ ସୁପରଟେଣ୍ଡ ରମେଶ ଚନ୍ଦ୍ର ମିଶ୍ର ଉପସ୍ଥିତ ରହିଥିଲେ।
କଲେଜର ପ୍ରିନ୍ସିପାଲ ଡ଼ଃ.ସଚ୍ଚି ନନ୍ଦନ ଦାସ ଯୋଗଦେଇ କାର୍ଯ୍ୟକ୍ରମ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଧିକ ସୂଚନା ଦେଇ କହିଥିଲେ ଯେ , ରୋଗୀ ମାନେ କୌଣସି ପ୍ରକାର ଔଷଧ ଖାଇବା ପୂର୍ବରୁ ଡାକ୍ତର କି ଫାର୍ମାସିଷ୍ଟଙ୍କ ପରାମର୍ଶ ନେବା , ଔଷଧକୁ ଭଲଭାବେ ଜାଣି ତାକୁ କିଭଳି ଠିକ ସମୟରେ ଏବଂ ଉଚିତ ପରିମାଣର ଖାଇ ଆରୋଗ୍ୟ ହେବେ ଏହା ହିଁ ସପ୍ତାହ ପାଳନର ବାର୍ତ୍ତା ବହନ କରିଥାଏ । ପୂର୍ବରୁ ଆମେ ସତର୍କ ରହି ପ୍ରତିରୋଧ ତଥା ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରି ପାରିଲେ ତାହା ରୋଗ ଆରୋଗ୍ୟ ଠାରୁ ଆହୁରି ଅଧିକ ଉତ୍ତମ । ଏହାକୁ ସମସ୍ତେ ମାନିବା ଆବଶ୍ୟକ ଯାହାକି ଆରୋଗ୍ୟ ଜୀବନଯାପନ ପ୍ରଣାଳୀରେ ବେଶ ସୁଫଳ ମିଳିପାରିବ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି ଜନ-ସଚେତନତା ଶୋଭାଯାତ୍ରା ଓ ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତି , ମା ଓ ଶିଶୁଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମରେ ଗଜପତି ଫାର୍ମାସୀ କଲେଜର ଅଧ୍ୟକ୍ଷ ଡ଼ଃ ସଚ୍ଚି ନନ୍ଦନ ଦାସଙ୍କ ସମେତ ପ୍ରଶାସନିକ ଅଧିକାରୀ ବର ପ୍ରସାଦ ତ୍ରିପାଠୀ , ଅଧ୍ୟାପକ ପ୍ରବୀଣ କୁମାର ମିଶାଲ , ଅଧ୍ୟାପିକା ରଶ୍ମିତା ଦାସ , ଅଧ୍ୟାପିକା ଚଞ୍ଚଳା ଚପାଦି , ଏବଂ ଅଧ୍ୟାପିକା ନନ୍ଦିନୀ ମାଝୀ ପ୍ରମୁଖ ଯୋଗ ଦେଇ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ଜଳ,ପରିମଳ ,ପରିଷ୍କାର ପରିଚ୍ଛନ୍ନତା ତଥା ଫ୍ଲୋରାଇଡ ପାଣି କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ…!

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ନୂଆପଡ଼ା) – ନୂଆପଡା ଜିଲ୍ଲା ବୋଡେନ ବ୍ଲକ ର ଜାମବାହାଲି ଗାଁ ଠାରେ ଅନୁଷ୍ଠିତ ଏକ ଦିନିକିଆ କର୍ମଶାଳାରେ ;ଆଗାମୀ ଦିନରେ ହେବାକୁଥିବା ଜଳ ସମସ୍ୟା ପ୍ରତି ସଚେତନ ନହେଲେ ହୁଏତ ଵିପଦରେ ପଡିପାର ଵୋଲି ଲୋକଙ୍କୁ ସଚେତନା କରିଛନ୍ତି । ଆର ସି ଡି ସି ଅନୁଷ୍ଠାନ ଏଵଂ ଚଲୋ ସଂସ୍ଥା । ଆର ସି ଡି ସି ର ବରିଷ୍ଠ କର୍ମୀ ହେମନ୍ତ କୁମାର ନାୟକ,ଵୋଡେନ ଵ୍ଲକର ଚୋଲୋ ପ୍ରକଲ୍ପର କର୍ମୀ ଲେଖାରାମ କର୍ଣ୍ନ ଏଵଂ ପଦ୍ମନ ଦଣ୍ତସେନା ଏହି ସଭା କୁ ପରିଚାଳନା କରିଥିଲେ।
ଏହି ଦିନିକିଆ କର୍ମଶାଲା ରେ ଉପସ୍ଥିତ ରହିି ଵୋଡେନ ସି ଏଚ ସି ର ମୁଖ୍ଯ ଚିକିତ୍ସା ଅଧିକାରୀ ଆଶୁତୋଷ ପଟ୍ଟନାୟକ ପାନୀୟ ଜଳ ର ଉପଯୋଗୀ ଓ ସ୍ଵାସ୍ଥ୍ଯ ସଚେତନତା ଉପରେ ଵୁଝାଇଥିଲେ । B.P.N CHC ଵୋଡେନ ର ଅକ୍ଷୟ ମିଶ୍ର,ଗାଁ କଲ୍ଯାଣ ସମିତି କାର୍ଯ୍ଯ ଉପରେ ସମସ୍ତ ଙ୍କୁ ଅଵଗତ କରାଇଥିଲେ । ଵୋଡେନ ଵ୍ଲକର CDPO ସଵିତା ଲର୍କା, ଶିଶୁ ସ୍ଵାସ୍ଥ୍ଯ ଗର୍ଭଵତୀ ମାଁ ମାନଙ୍କ ସେଵା ତଥା ମାଁ ଓ ଶିଶୁ ଙ୍କ ପ୍ରତି ଦାୟିତ୍ଵ ନେଇ ବୁଝାଇ ଥିଲେ। ରାହୁଲ କୁମାର ସୁମନ୍ତ,RCDC ର Program officer ହେମନ୍ତ କୁମାାର ନାୟକ ତାଙ୍କ ଵକ୍ତଵ୍ଯରେ ଆଗାମି ଦିନରେ ହେଉଥିଵା ଜଳ ସମସ୍ଯା ଓ ଵିସୁଦ୍ଧ ଜଳ ଉପରେ ଵୁଝାଇଥିଲେ । ଶେଷରେ ପଦ୍ମନ ଦଣ୍ତସେନା ୫ ଟି ଗ୍ରାମରୁ ଆସିଥିଵା ଜଳ ଵନ୍ଧୁ କମିଟିର ସଦସ୍ୟ ଓ ଶିକ୍ଷକ ମାନଙ୍କୁ ଧନ୍ଯଵାଦ ଦେଇଥିଲେ।

ମୁନିଗୁଡ଼ା ପୋଲିସ ପକ୍ଷରୁ ଚନ୍ଦ୍ରପୁର ଠାରେ ୨୬ ଏକର ଗଞ୍ଜେଇ ଗଛ ନଷ୍ଟ…!

!!! ରାୟଗଡା ଜିଲ୍ଲା ସ୍ବତନ୍ତ୍ର ପ୍ରତିନିଧି ଦୀପକ କୁମାର ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ମୁନିଗୁଡା) – ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ଡାବେରି ଓ କୁଟୀ ଜଙ୍ଗଲରେ ୨୬ ଏକର ଜମିରେ ଲଗାଯାଇଥିବା ଗଂଜେଇ ଗଛକୁ ମୁନିଗୁଡା ପୋଲିସ କାଟି ପୋଡିଦେଇଥିବାର ସୂଚନା ମିଳିଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଶ୍ରବଣ ବିବେକ ଙ୍କ ନିର୍ଦ୍ଦେଶ କ୍ରମେ ବିଷମ କଟକ ଏସ.ଡ଼ି.ପି.ଓ ଶ୍ରୀ ଚନ୍ଦ୍ର ଶେଖର ହୋତା ଚନ୍ଦ୍ରପୁର ଆଇ.ଆଇ.ସି. ଶ୍ରୀ ଏ.କେ.ନାୟକ ଏକ ଟିମ ଗଠନକରି ଡାବେରି ଓ କୁତୁନିଗୁଡା ଗ୍ରାମରେ ପହଂଚି ଗଂଜେଇ ଗଛଗୁଡ଼ିକୁ କାଟି ନିଆଁ ଲଗାଇ ପୋଡିଦେଇଥିବା ଦେଖିବାକୁ ମିଳିଥିଲା । ସେଠାରେ ପୋଡା ଯାଇଥିବା ସମସ୍ତ ଗଂଜେଇ ଗଛ ର ଆକଳନ ମୂଲ୍ୟ ୫ ରୁ ୬କୋଟି ଟଙ୍କା ହେବବୋଲି ଏସ.ଡ଼ି.ପି.ଓ ଶ୍ରୀ ହୋତା ପ୍ରକାଶ କରିଛନ୍ତି ।

ଭଉଣୀ ଏକ ଫୁଟ କୁ ଭାଇ ଦେଢ଼ ଫୁଟ !

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ରତିନିଧି ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଦେଦର ଗ୍ରାମପଚାୟତ, ଖାଲିଆପଡା ଗାଁ ରେ ଏକ ଗେଡା ପରିବାର ରୁହନ୍ତି ! ଲୋକେ ଏମାନଙ୍କୁ ଦେଖି କହନ୍ତି, ଭଉଣୀ ଏକ ଫୁଟକୁ ଭାଇ ଦେଢ଼ ଫୁଟ। ଭାଇ ଡମ୍ବରୁ ଧର ଭୋଇ ଯାହାର ବୟସ ମାତ୍ର ୪୩ ଅଟେ ଓ ଭଉଣୀ ରଇବାରୀ ୪୬ ବର୍ଷିଆ ଗେଡା ମହିଳା ଅଟନ୍ତି !ଡମ୍ବରୁଧର ର ଉଚ୍ଚତା କାମ ଥିବା ବେଳେ ରଇବାରୀ ର ଉଚ୍ଚତା ଏତେକମଯେ ଦେଖିଲେ ମନେହୁଏ ସତେଯେମିତି ସେ ତଳେ ବସିଛି । ସେବସି ଥିବା ଭଳି ଦେଖିବାକୁଲାଗେ। ଡମ୍ବରୁ କମ ଉଚ୍ଚତା ଥାଇ ମଧ୍ୟ୍ୟ ସ୍ତ୍ରୀ ମଇନ୍ତି ଭୋଇ କୁ ବିବାହିତ କରି କର୍ମ ଜଞ୍ଜାଳ ରେ ଚଳିଆସୁଛନ୍ତି ! ସ୍ତ୍ରୀ ମଇନ୍ତି ମଧ୍ୟ ଗେଡା ଅଟନ୍ତି । ଏମାନ ଙ୍କୁ ଦେଖି ଲାଗେ ସତେ ଯେମିତି ଏମାନେ କେଉଁ ଏକ ଅନ୍ୟ ଦୁନିଆରୁ ଆସିଛନ୍ତି । ଭଉଣୀ ରଇବାରୀ ଆଜି ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି ! ଡମ୍ବରୁ ନିଜେ ଚଲା ବୁଲା କରିପାରୁଥିବା ବେଳେ, ରଇବାରୀ ନିଜେ ଠିକଭାବରେ ଚଲା ବୁଲା କରିପାରନ୍ତି ନାହିଁ ! ସେ ନିଜ ଭାଇ, ଭାଉଜ ଉପରେ ନିର୍ଭର କରେ ଭାଉଜ ମଇନ୍ତି ତାଙ୍କୁ ପିଠିରେ କିମ୍ବା ହାତରେ ଉଠାଇ ଏପଟ ସେପଟେ କରିଥାନ୍ତି ! ସବୁଠୁ ଦୁଃଖର ବିଷୟ ଏହି ଯେ ସରକାର ଙ୍କ ତରଫରୁ ରାସନ କାର୍ଡଯୋଗେ, ୫କିଲୋ ଲେଖାଏଁ ଚାଉଳଓ ଦିବ୍ୟାଙ୍ଗ ଭତ୍ତାରୁ ଡମ୍ବରୁ ଟ -୭୦୦ ଟଙ୍କl ପାଉଥିବାବେଳେ ରଇବାରୀ ଟ -୫୦୦ ଟଙ୍କା ଭତା ପାଉଛନ୍ତି !ଏହା ବ୍ୟତୀତ ସେମାନେ ସରକାର ଙ୍କ ଠାରୁ ଅନ୍ୟ କୌଣସି ସହାୟତା ରାଶି ଆଜି ପର୍ଯ୍ୟନ୍ତ ପାଇନାହାଁନ୍ତି !ଏପରିକି ସ୍ଥାନୀୟ ସରପଞ୍ଚ ମଧ୍ୟ ଏହି ପରିବାରକୁ କୌଣସି ସାହାଯ୍ୟ କରିନଥିବା ଅଭିଯୋଗ ହୋଇଛି।ଜିଲ୍ଲା ପ୍ରଶାସନ ଏମାନଙ୍କ ପ୍ରତି ଦୁଷ୍ଟି ଦେଇ ଏମାନଙ୍କୁ ଆର୍ଥିକ ସହାୟତା ଓ ପରିବାର ରହିବା, ଚଳିବl, ସୁଭିଧା ଯୋଗାଇ ଦେବାକୁ ବୁଦ୍ଧିଜୀବିମାନେ ଦାବିକରିଛନ୍ତି।

ଡିସେମ୍ବର ୧୪ରେ ଦିଲ୍ଲୀ ଠାରେ କଂଗ୍ରେସର ଭାରତ ବଞ୍ଚାଓ ସମାବେଶ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କେନ୍ଦ୍ର ବିଜେପି ସରକାରଙ୍କର ଶାସନରେ ଆଜି ଜନସାଧାରଣ ଅତିଷ୍ଠ ହେଲେଣି । ଉକ୍ରଟ ବେକାରୀ ସମସ୍ୟା, ଚରମ ଆର୍ଥିକ ମାନ୍ଦାବସ୍ଥା, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଅହେତୁକ ମୂଲ୍ୟ ବୃଦ୍ଧି, ଚାଷୀର ଉତ୍ପାଦିତ ଦ୍ରବ୍ୟର ଅଭାବୀ ବିକ୍ରୀ ବିରୁଦ୍ଧରେ ନିଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ‘ଭାରତ ବଂଚାଓ ସମାବେଶ’ ନଭେମ୍ବର ୩୦ ପରିବର୍ତେ ଡିସେମ୍ବର ୧୪ ତାରିଖ ଦିନ ଦିଲ୍ଲୀର ‘ରାମଲୀଳା ମଇଦାନ’ ଠାରେ ଅନୁଷ୍ଠିତ ହେବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଜଣାଇଛନ୍ତି ।ସେହିପରି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆସନ୍ତା ୨୩ ତାରିଖ ଶନିବାର ଦିବା ୧୨ ଘଂଟା ସମୟରେ ଭୁବନେଶ୍ୱର ଲୋୟର ପିଏମଜି ଠାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେଉଅଛି । ଏହି ଉଭୟ କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ଜନସାଧାରଣ ବିପୁଳ ସଂଖ୍ୟାରେ ଯୋଗ ଦେବା ପାଇଁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ/ଭୁବନେଶ୍ୱର) – ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଜଏରାମ ଠାକୁର ବୁଧବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଭେଟିଛନ୍ତି । ଉଭୟେ ହିମାଚଳ ପ୍ରଦେଶର ବିକାଶ ପାଇଁ ତୈଳ ଏବଂ ଗ୍ୟାସ ଭିତିଭିମିକୁ ମଜବୁତ୍ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।ସେହିପରି ରାଜ୍ୟର ବିକାଶ ପାଇଁ ଅନନ୍ୟ ପ୍ରସଙ୍ଗରେ ମଧ୍ୟ ଉଭୟ ଆଲୋଚନା କରିଥିବା ଟ୍ୱିଟ୍ କରି ଶ୍ରୀ ପ୍ରଧାନ ଜଣାଇଛନ୍ତି ।ଏହି ଆଲୋଚନା କାଳରେ ଉଭୟ ମନ୍ତ୍ରୀ ହିମାଚଳ ପ୍ରଦେଶର ସିଟି ଗ୍ୟାସ ବିତରଣ(ସିଜିଡି) ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମଧ୍ୟ ଚର୍ଚ୍ଚା କରିଥିଲେ । ଏହି ପ୍ରକଳ୍ପ ଗୁଡିକ ଥରେ ସମ୍ପୂର୍ଣ୍ଣ ହୋଇଗଲେ ରାଜ୍ୟର ସମସ୍ତ ଘର, ଶିଳ୍ପ ଏବଂ ବାଣିଜ୍ୟିକ କେନ୍ଦ୍ର ଗୁଡିକୁ ସ୍ୱଚ୍ଛ ପ୍ରାକୃତିକ ଇନ୍ଧନ ଯୋଗାଯାଇପାରିବ । ଏହି ପ୍ରକଳ୍ପ ସ୍ୱଚ୍ଛ ଇନ୍ଧନ ବିକାଶରେ ଅଗ୍ରସର ହେବ ତଥା ହିମାଚଳ ପ୍ରଦେଶକୁ କମ୍ ଅଙ୍ଗାରକାମ୍ଳଯୁକ୍ତ ଅର୍ଥବ୍ୟବସ୍ଥା ବନାଇବା ପାଇଁ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶୋଚନୀୟ ହୋଇପଡ଼ିଛି ରାସ୍ତା, ଜିଲ୍ଲାପାଳ ନୀରବ ଦ୍ରଷ୍ଟା ; ବିଧାୟକ ଦୃଷ୍ଟି ଦେବାକୁ ଲୋକଙ୍କ ଦାବୀ …!

!!! ପଶ୍ଚିମ ଓଡିଶା ମୁଖ୍ୟ ଏମ୍. ଶ୍ରୀକାନ୍ତ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବଲାଙ୍ଗୀର/ପାଟଣାଗଡ଼) – ପାଟଣାଗଡରୁ ଖପ୍ରାଖୋଲକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ବାଲିପଟା ବସ ଷ୍ଟାଣ୍ଡରୁ ବାଙ୍କିବାହାଲ ବସଷ୍ଟାଣ୍ଡ ପର୍ଯ୍ୟନ୍ତ 7 କିଲୋମିଟର ରାସ୍ତା ଏବେ ମରଣଯନ୍ତା ପାଲିଟିଛି । ବାଇକ୍ ପାସ କରିବାକୁ 7 କିମି ରାସ୍ତାକୁ 30ମିନିଟ୍ ଲାଗୁଛି । ରାସ୍ତାଟି ଆଜିକି 4ବର୍ଷ ହେଲା ଏମିତି ଅଛି । ଏରାସ୍ତା ଉପରେ ଦିନକୁ ଶହଶହ ଭାରିଯାନ, ବାଇକ ବସ ଭଳି ଅନେକ ଗାଡି ଯାତାୟତ କରୁଛି ଓ ପ୍ରତିଦିନ ଅନେକ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମଧ୍ୟ ଏହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି । ଜରୁରୀ ସମୟରେ ଠିକ ସମୟରେ ପହଞ୍ଚିବା ହୋଇପାରୁନି ।ଏହି ରାସ୍ତା ଦେଇ ଜିଲ୍ଲାପାଳ , ମନ୍ତ୍ରୀ , ନେତା, ଯାଉଥିବା ବେଳେ ଏସୁବୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ କାହିଁକି ବୋଲି ଲୋକଙ୍କ ଭିତରେ ଚର୍ଚା ?ଏଥିପାଇଁ ଜିଲ୍ଲାପ୍ରଶାସନ ଏବଂ ପୁର୍ତ୍ତବିଭାଗ ବେଳ ଥାଉଣୁ ଏହିରୋଡର ତୁରନ୍ତ ସମାଧାନ କରି ରାସ୍ତା ମରାମତି କରିବା ପାଇଁ ସାଧାରଣରେ ଦାବି ହେଉଛି। ପାଟଣାଗଡ ବିଧାୟକ ଶ୍ରୀ ସରୋଜ ମେହେର ଏହି ସମସ୍ୟା ଉପରେ ଦୃଷ୍ଟି ଦେବେ ବୋଲି ଲୋକମାନେ ଦୃଢ ଆଶାପୋଷଣ କରିଛନ୍ତି | ରାସ୍ତାମରାମତି ହେଲେ ସାଧାରଣ ଲୋକେ ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତପ୍ରକାଶ ପାଉଛି |

ଅମୃତ ସହର ବାରିପଦା ରେ ସ୍ଵଚ୍ଛ ଭାରତ ଠପ୍ ; ଠିକା କମ୍ପାନୀ ହାତରେ ଟେକିଦେଇ ପୌରସଂସ୍ଥା ଚୁପ୍ …!

ଏଥର ସମ୍ଭାଳ ବ୍ୟୁରୋ (ବାରିପଦା) – ବାରିପଦା ପୌରପରିଷଦ ପରିମଳ ବ୍ୟବସ୍ଥାକୁ ନେଇ ଗର୍ବ କରୁଥିଲା । ଏଥି ସହିତ ଅମୃତ ସହରରେ ସାମିଲ ହେବା ପରେ ସମଗ୍ର ଭାରତରେ ପରିମଳ ମୁକ୍ତ ପୌରପରିଷଦ ତାଲିକାରେ ଯୋଡ଼ି ହୋଇଥିଲା । ବର୍ତ୍ତମାନ ପୌରପରିଷଦର ବିପର୍ଯ୍ୟସ୍ତ ସଫେଇ ବ୍ୟବସ୍ଥା କାରଣରୁ ସହରର ବିଭିନ୍ନ ୱାଡର଼୍ରେ କୁଢ଼ କୁଢ଼ ଅଳିଆ ଜମା ହୋଇ ପରିବେଶକୁ ପ୍ରଦୂଷିତ କରାଉଥିବାର ପରିଲକ୍ଷିତ ହୋଇଛି ଏବଂ ପୂର୍ବ ସୁନାମରେ କଳାଦାଗ ସୃଷ୍ଟିକରାଇ ଦେଇଛି । ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ୧୯୦୫ରେ ବାରିପଦା ପୌରପରିଷଦ ପ୍ରତିଷ୍ଠା କରି ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କୁ ପୌରପରିଷଦର ଉପନଗରପାଳ ଭାବେ ନିଯୁକ୍ତି ଦେଇ ସହରର ପରିମଳ ବ୍ୟବସ୍ଥା ସହ ବିଭିନ୍ନ ଦାୟିତ୍ୱ ପ୍ରଦାନ କରିଥିଲେ । ଏହାପରେ ୧୯୪୯ ଜାନୁଆରୀ ୧ରେ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ଓଡ଼ିଶା ପ୍ରଦେଶ ସହ ମିଶ୍ରଣ ହୋଇ ଜାନୁଆରୀ ୨ରୁ ରାଜ୍ୟର ସ୍ୱତନ୍ତ୍ର ଜିଲ୍ଲା ଭାବେ ଶାସିତ ହେବାରେ ଲାଗିଲା । ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ମହାରାଜାଙ୍କ ଶାସନ ସମୟରୁ ସହରର ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ ଦିଆଯାଇ ଆସୁଥିଲା । ବାହାରୁ ଯେତେ ଜଣ ସହରକୁ ଆସିଛନ୍ତି ସମସ୍ତେ ସ୍ୱଚ୍ଛ ନିର୍ମଳ ପରିବେଶର ପ୍ରଶଂସା କରିଥାନ୍ତି । ଏହି ସମୟରେ ୨୦୧୯ରେ ପୌରପରିଷଦର କାଉନସିଲ ବୋର୍ଡ ଭାଙ୍ଗିବା ପରେ ପରେ ସହରର ସଫେଇ ବ୍ୟବସ୍ଥାରେ ଢ଼ିଲା ହେବାର ପରିଲକ୍ଷିତ ହୋଇଥିଲା । ଏହାପରେ ଗତ ଅକ୍ଟୋବରଠାରୁ ଭୂବନେଶ୍ୱରସ୍ଥିତ ଉତ୍କଳ ଫେସିଲିଟି ସର୍ଭିସେସ୍ ପ୍ରାଃ. ଲିଃ. ପୌରପରିଷଦର ସଫେଇ ଟେଣ୍ଡର ନେବା ପରେ ସଫେଇ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଥିବାର ଅଭିଯୋଗ ହେଉଛି । ମୟୂରଭଞ୍ଜ ଜିଲ୍ଲାର ଅଣରାଜନୈତିକ ସଙ୍ଗଠନ ଭଞ୍ଜସେନା ପକ୍ଷରୁ ବିପର୍ଯ୍ୟସ୍ତ ସଫେଇ ବ୍ୟବସ୍ଥାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିବା ସଂଗେସଂଗେ ପୌର ନିର୍ବାହୀ ଅଧିକାରୀ ଓ ଜିଲ୍ଲା ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି । ତଥାପି ସଫେଇ ବ୍ୟବସ୍ଥାରେ ଦେଖାଦେଇଥିବା ଅଚଳାବସ୍ଥା ସୁଧୁରିବାର ନାମ ଧରୁ ନାହିଁ । ବାରିପଦା ସରରର ୱାର୍ଡ ନଂ ୭ ମଧୁବନ ଅଞ୍ଚଳର ରାକେଶ ପୃଷ୍ଟିଙ୍କ ଅଭିଯୋଗ ଆଧାରରେ ପୂର୍ବରୁ ସବୁ କିଛି ଠିକଠାକ ଚାଲିଥିଲା । କେତେ ମାସ ହେବ ମଧୁବନ ବଗିଚାସାହି ଓ ଡ଼ଙ୍ଗାସାହିର ଅଳିଆ ଆବର୍ଜନା ଆସି ଦୁର୍ଗା ହୋଟେଲ ଛକରୁ ବୁଢ଼ାବଳଙ୍ଗ ନଦୀ ରାସ୍ତା ପାଶ୍ୱର୍ରେ ୪/୫ ଦିନ ଧରି ଅଳିଆ ଜମାହୋଇ ରହୁଛି । ଫଳରେ ଅଳିଆ ଗଦା ପଚି ସଢ଼ି ସେଥିରୁ ଦୁର୍ଗନ୍ଧ ବାହାରୁଛି ଏବଂ ପରିବେଶକୁ ପ୍ରଦୂଷିତ କରାଉଛି । ପୁଣି ପବନରେ ଉଡ଼ି ଏଣେତେଣେ ଜମାହୋଇ ପରିବେଶକୁ ନଷ୍ଟ କରୁଥିବା ସମୟରେ ପୌରପରିଷଦ ଏଦିଗରେ ନିଘାନାହିଁ ପଘା ନାହିଁ ନୀତିକୁ ଆପଣେଇ ନେଇଥିବାର ଅଭିଯୋଗ କରିଛନ୍ତି ଶ୍ରୀପୁଷ୍ଟି ।

ନୂଆପଡ଼ା ଠାରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ଉଦଯାପିତ ହୋଇଯାଇଛି।

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ନୂଆପଡ଼ା) – ସଦର ବ୍ଲକ ଡୁମେରପାଣି ଉନ୍ନତୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଉଦ୍ୟାପିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୂଆପଡ଼ା ପଂଚାୟତ ସମିତି ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ସମ୍ମାନିତ ଅତିଥି ପଂଚାୟତ ସମିତି ଉପାଧ୍ୟକ୍ଷ ଚିନିଲାଲ ସାହୁ, ଏବିଇଓ ଚୈତରାମ ନାଏକ, ଡୁମେରପାଣି ସରପଂଚ ହେମିନ ବିନାୟକ, ମନ୍ନୁଲାଲ ସାହୁ, ବିଦ୍ୟାଳୟ ପରିଚାଳନା କମିଟି ଚେୟାରମ୍ୟାନ ଟିକେଶ୍ୱର ସାହୁ, ବ୍ଲକ ବିଜ୍ଞାନ ସଂଯୋଜକ ରାଧେଶ୍ୟାମ ସାହା ଯୋଗ ଦେଇଥିଲେ । ଉଦଯାପନୀ ଉତ୍ସବରେ ଡିଇଓ ଲକ୍ଷ୍ମଣ ଭୋଇ,ବିଇଓ ରେଶମଲାଲ ନାଏକ,ସିଆରସିସି ଅମିୟ ଜ୍ୟୋତି ପାଢୀ, ବ୍ଲକ ବିଜ୍ଞାନ ସଂଯୋଜକ ରାଧେଶ୍ୟାମ ସାହା,ଲାଲରାମ ସାହୁ, ଟେକରାମ ସାହୁ, ସିଏମସି ସଦସ୍ୟ ଟିକେଶ୍ୱର ସାହୁ, ଅତିଥି ଭାବେ ଯୋଗ ଦେଇଥିଲେ । ଏହି ବିଜ୍ଞାନ ମେଳାରେ ୧୩୯ଟି ପ୍ରକଳ୍ପ ଅଂଶ ଗ୍ରହଣ କରିଥିଲେ । ଏଥିରୁ ୧୨ଟି ପ୍ରକଳ୍ପ ଜିଲ୍ଲାସ୍ତର ପାଇଁ ମନୋନୀତ ହୋଇଥିଲା । ବରିଷ୍ଟ ବର୍ଗରେ ଅଭିଷେକ ଦେବାଙ୍ଗନ, ଯୁଧିଷ୍ଠିର ପାଣ୍ଡେ, ନିଶା ସୋନି, ଅଜୁରାମ ବଳିଆର ସିଂ, ଟିକେଶ୍ୱର ସାହୁ ଓ କ୍ଷତୀସ ପ୍ରଧାନ ଓ କନିଷ୍ଠ ବର୍ଗରେ ଭୂମିକା ପଟେଲ, ସୀମା ମାଝି, ଗୀତାଜ୍ଞଳି ସାହୁ, ଭାରତୀ ସାହୁ, ନିଭିରାଜ ସାହୁ, ମହେଶ୍ୱର ସାହୁ କୃତିତ୍ୱ ହାସଲ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ମନୋହର ସାହୁ, ଗିରିଧାରୀ ସା, ସୁଶାନ୍ତ ଯୋଷୀ କସ୍ତୁଭ ସାହୁ, ଶରତ ପଣ୍ଡା, ଜିତେନ୍ଦ୍ର ଖମାରୀ, ସୁନିତା ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ । ଶିକ୍ଷକ କିଶୋର କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

ପାରଳାଖେମୁଣ୍ଡି ଠାରେ ବିଶ୍ବ ଶ୍ରବଣ ବାଧିତ ଦିବସ -୨୦୧୯ ପାଳିତ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ସ୍ଥାନୀୟ ବାଲାଜୀ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ପ୍ରଶାସନର ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ସାମୁଦାହିକ ବିକାଶ କେନ୍ଦ୍ର (ସିସିଡି)ର ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ ବିଶ୍ବ ଶ୍ରବଣ ବାଧିତ ଦିବସ-୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ରବୀନ୍ଦ୍ର ନାଥ ବେହେରାଙ୍କ ସଭାପତିତ୍ୱରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରବଣ ବାଧିତ ତଥା ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ବିଭିନ୍ନ ସରକାରୀ ଯୋଜନା ସବୁ ରହିଥିବା ସହ ସେମାନଙ୍କ ସଶକ୍ତିକରଣ ପାଇଁ ଏକ ସ୍ୱତନ୍ତ୍ର ବିଭାଗ ମଧ୍ୟ ରହିଛି । ତେଣୁ ସମ୍ପୃକ୍ତ ପରିବାର ଲୋକେ ସେମାନଙ୍କୁ ଦିବ୍ୟାଙ୍ଗ ନ ଭାବି ଅସହାୟ କରି କୌଣସି ଶିଶୁ ଯତ୍ନ କେନ୍ଦ୍ରରେ ଛାଡ଼ନ୍ତୁ ନାହିଁ । ସେମାନଙ୍କୁ ସରକାରଙ୍କ ରହିଥିବା ଯୋଜନାରେ ସାମିଲ କରାନ୍ତୁ, ଯାହାକି ପରବର୍ତ୍ତୀ ସମୟରେ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଅନ୍ୟମାନଙ୍କ ସହିତ ସକ୍ଷମ ହୋଇପାରିବେ । ଆମେ କାହାର ଦୟାର ପାତ୍ର ନ ହୋଇ ନିଜ ଉପରେ ଦୃଢ଼ ଆତ୍ମବିଶ୍ବାସ ରଖି ପରିଶ୍ରମ କରି ଲକ୍ଷ ସ୍ଥଳକୁ ଆଗେଇ ଯିବାପାଇଁ ଆହ୍ବାନ କରିଥିଲେ । ଓଡିଶା ବିକଳାଙ୍ଗ ମଞ୍ଚର ରାଜ୍ୟ ସଭାପତି ନିରଞ୍ଜନ ବେହେରା ଏବଂ ଜିଲ୍ଲା ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ”ର ଜିଲ୍ଲା ସମ୍ପାଦକ ସନ୍ତୋଷ ମହାରଣା ଯୋଗଦେଇ ଭିନ୍ନକ୍ଷମ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇ ଭିନ୍ନକ୍ଷମ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସଶକ୍ତି କରାଇବା ଦିଗରେ ସେମାନେ କିଭଳି ଉଦ୍ୟମ ଜାରି ରଖିଛନ୍ତି , ସେ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ଅଧିକାରୀ ରବୀନ୍ଦ୍ର ନାଥ ବେହେରା ଏବଂ ବିଭାଗୀୟ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକା ଶିବାନୀ ପାଣିଗ୍ରାହୀ ଯୋଗଦେଇ ଶ୍ରବଣ ବାଧିତ ତଥା ଭିନ୍ନକ୍ଷମ ମାନଙ୍କ ଅଧିକାର ସମ୍ପର୍କରେ ଆଲୋଚନା କର ସେମାନଙ୍କ ନିମନ୍ତେ ସରକାରଙ୍କ ରହିଥିବା ବିଭିନ୍ନ ଯୋଜନା ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ କାର୍ଯ୍ୟକାରିତା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଗଜପତି ଜିଲ୍ଲାର ଅଗ୍ରଣୀ ମାନସିକ ( ଦିବ୍ୟାଙ୍ଗ ) ଅନଗ୍ରସର “ନିୟତୀ” ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଶିକ୍ଷାବିତ ବିଚିତ୍ରା ନନ୍ଦ ବେବର୍ତ୍ତା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ପୁରସ୍କାର ଓ ମାନପତ୍ର ଏବଂ ୨ ଜଣ ଭିନ୍ନକ୍ଷମଙ୍କୁ ହୁଇଲ୍ ଚେୟାର ବଣ୍ଟନ କରିଥିଲେ । ଶେଷରେ କଶୀନଗରର ଜଣେ ଦିବ୍ୟାଙ୍ଗ ଛାତ୍ର ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପାରଳାଖେମୁଣ୍ଡି ସ୍ଥିତ ଗଜପତି କଳା ପରିଷଦର ଗୁରୁ ନୃସିଂହ ପ୍ରସାଦ ପାଢ଼ୀଙ୍କ ନିର୍ଦେଶନାରେ କଳାକାର ମାନେ ” ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ପରିବେଷଣ କରିଥିଲେ । ସିସିଡିର ସଂଯୋଜକ ତପନ କୁମାର ପାଣିଗ୍ରାହୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।