ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟପରିସରରେ ସମ୍ବିଧାନ ଦିବସ ପାଳିତ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟପରିସରରେ ସମ୍ବିଧାନ ଦିବସ ପାଳିତ ହୋଇ ଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୀନା ସାହୁଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଏହି ସଭାରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ଉଦ୍ ବୋଧନ ଦେଇ ଅଧ୍ୟକ୍ଷା କହିଥିଲେ ଯେ ପ୍ରତ୍ୟେକ ଦେଶର ସମ୍ବିଧାନ ହେଉଛି ଏହାର ମେରୁଦଣ୍ଡ , ଭାରତର ବୃହତ୍ତମ ସମ୍ବିଧାନ ଏହାର ନାଗରିକ ମାନଙ୍କୁ ସମସ୍ତ ଅଧିକାର ପ୍ରଦାନ କରିଥାଏ। ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପିକା ଡ଼ଃ ଭାରତୀ ପାଣିଗ୍ରାହୀ ଅନ୍ୟତମ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ସମ୍ବିଧାନର ସମ୍ବିଧାନ ଦିବସ ପାଳନର ଆଭିମୁଖ୍ୟ ଏବଂ ସମ୍ବିଧାନ ପ୍ରଣେତା ବାବା ସାହେବ ଡ଼ଃ ବି.ଆର.ଆମ୍ବେଦକରଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ପରେ ଉପସ୍ଥିତ ଛାତ୍ରୀମାନଙ୍କୁ ସମ୍ବିଧାନର ମୁଖବନ୍ଧକୁ ଶପଥ ପାଠ କରାଇଥିଲେ । ଶେଷରେ ଉପସ୍ଥିତ ସମସ୍ତଙ୍କୁ ସମ୍ବିଧାନ ପ୍ରଣେତା ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ରାଜେଶ ପାତ୍ର ଏବଂ ଅଶୋକ ପ୍ରମୁଖ ପରିଚାଳନା କରିଥିଲେ ।

ମାଲକାନଗିରି ଠାରେ ୭୦ତମ ଭାରତୀୟ ସଂବିଧାନ ଦିବସ ପାଳିତ..!

!!! ମାଲକାନଗିରି ରୁ ଜିଲ୍ଲା ପ୍ରତିନିଧି ଉମା ଶଙ୍କର ମହାରଣା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ମାଲକାନଗିରି) – ମାଲକାନନଗିରି ଜିଲ୍ଲା ପରିଷଦ ସଭାଗୃହ ଠାରେ ୭୦ତମ ଭାରତୀୟ ସଂବିଧାନ ଦିବସ ସକ୍ରୀୟ ନାଗରିକ ମଂଚ ଆନୁକୂଲ୍ଯରେ ପାଳିତ ହୋଇ ଯାଇଛି। ଏହି କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି,ମୁଖ୍ଯ ବକ୍ତା ଭାବେ ଉତ୍କଳ ସାହିତ୍ଯ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଦଶରଥ ପଡିଆମୀ,ସମାଜ ସେବୀ ଘେନୁ ମୁଦୁଲି,ଜାରା ଶବର ମାଢି,ସୋନୁ ଅନୁଗ ଯୋଗ ଦେଇଥିବା ବେଳେ ସମାଜ ସେବୀ ତଥା ଆବାହକ ବ୍ରଜ ମାଝୀ ସଭାପତିତ୍ବ କରିଥିଲେ। ନିମନ୍ତ୍ରିତ ଅତିଥିମାନେ ସର୍ବ ପ୍ରଥମେ ନୂତନ ବସ ଷ୍ଟାଣ୍ଡରେ ଥିବା ଡ.ବାବା ସାହେବ ଭୀମ ରାଓ ଆମ୍ବେଦକରଂକ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ଉପରେ ପୁଷ୍ପ ମାଲ୍ଯ ଅର୍ପଣ କରବା ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ପରେ ଜିଲ୍ଲାପରିଷଦ ସଭାଗୃହଠାରେ ସଂବିଧାନ ଉପରେ ଆଲୋପାତ କରାଯାଇଥିଲା। ମୁଖ୍ଯ ବକ୍ତାକେଶବ ଚନ୍ଦ୍ର ନାୟକ ବାବା ସାହେବ ଆମ୍ବେଦକରଂକ ସଂଘର୍ଷମୟ ଜୀବନୀ ତଥା ବାବାସାହେବଂକ ଅବଦାନ ପାଇଁ ଆଜି ଭାରତରେ ଶୂଦ୍ରମାନେ ସମସ୍ତ ପ୍ରକାର ମୌଳିକ ଅଧିକାର ,ସରକାରୀ ସୁବିଧା ସୁଯୋଗ ପାଇ ପାରୁଛନ୍ତିବୋଲି ମତ ବିନ୍ଯାସ କରିଥିଲେ। ଆଜି ଏସସି,ଏସଟି,ଓବିସି ବର୍ଗ ହେଉ କି ମହିଳା ସମାଜ ହେଉ ସଂରକ୍ଷଣ ଯୋଗୁଁ ଶିକ୍ଷା,ସରକାରୀ ଚାକିରୀ ଏବଂ ରାଜନୈତିକ କ୍ଷେତ୍ରରେ ସେମାନଂକ ଅଂଶିଦାରକୁପ୍ରାପ୍ତ ଉନ୍ନତିନପଥରେ ଅଗ୍ରଗତି ହୋଇ ପାରୁଛନ୍ତି। ଡ.ଆମ୍ବେଦକର ଥିଲେ ଭାରତୀୟ ସଂବିଧାନ ନିର୍ମାଣର ଅଧ୍ଯକ୍ଷ। ସେ ହିଁ ଭାରତୀୟ ସଂବିଧାନର ଜନକ। ଏଣେ ମେଧୁମେହ ରୋଗରେ ଆକ୍ରାନ୍ତ। ତେଣେ ସଂବିଧାନ ପ୍ରଣୟନ କରବାର ଗୁରୁ ଦାୟିତ୍ବ ବହନ କରି ,କଠୋର ପରିଶ୍ର ବଳରେ ବିଶ୍ବର ସର୍ବ ବ୍ରୁହତ୍ତ ସଂବିଧାନ ନିର୍ମାଣ କଲେ। ଏଥି ପାଇଁ ଲାଗି ୨ ବର୍ଷ ୧୧ମାସ ୧୮ ଦିନ ଲାଗିଥିଲା। ସେଥିରେ ୩୯୫ ଅନୁଛେଦ,୮ଟି ଅନୁସୂଚି ଏବଂ ୨୨ଟି ଭାଗରେ ବିଭକ୍ତ କରାଯାଇଥିଲା। ଏହି ସଂବିଧାନଂକୁ ୧୯୪୯ ମସିହା ନଭେମ୍ବର ୨୬ ତାରଖ ଦିନ ସଂବିଧାନ ସଭାର ଅଧ୍ଯକ୍ଷ ଡ ରାଜେନ୍ଦ୍ର ପ୍ରସାଦଂକୁ ଅର୍ପଣ କରାଯାଇ ଅଂଗୀକାର କାରାଯାଇଥିବା ବେଳେ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଭାରତରେ ଲାଗୁକରାଯାଇଥିଲା। ୨୦୧୫ ମସିହାରୁ ଭାରତ ବର୍ଷରେ ସରକାରୀ ଭାବେ ପାଳନ କରାଯାଉଅଛି। ମୁଖ୍ଯ ଅତିଥି ସୋଡି କହିଲେ ଯେ ସଂରକ୍ଷଣ ଯୋଗୁଁ ଆଦିବାସୀମାନେ ପାଠ ପଢି ପାରିଲେ,ଚାକିରି କରିପାରିଲେ ବା ନେତା ହୋଇ ପାରିଲେ। ବାବାସାହେବ ଯଦି ସଂବିଧାନ ଲେଖି ନଥାନ୍ତେ କେବେ ମଧ୍ଯ ଏସସି,ଏସଟିମାନଂକୁଏ ସବୁ ସୁବିଧା ମିଳି ନଥାନ୍ତା। ଏଣୁ ସଂବିଧାନ ସୁରକ୍ଷା କରିବା ଆମର ଗୁରୁଦାୟିତ୍ବ ବୋଲି ସେ କହିଥିଲେ। କେତେକ ଲୋକ ସଂବିଧାନକୁବଦଳାଇ ସଂରକ୍ଷଣ ବିରୋଧି ଅଭିଜାନ ଚଳାଇଛନ୍ତି,ଏଥି ପାଇଁ ସମସ୍ତଆଦିବାସୀ,ଦଳିତ,ପଛୁଆ ବର୍ଗ ଏକ ହେୀଇ ସଂଗ୍ରାମ କରିବାକୁ ଆହ୍ବାନ ଦେଇଥିଲେ। ଜିଲ୍ଲା ପରିଷଦ ଅଧ୍ଯକ୍ଷ ଦଶରଥ ପଡିଆମୀକହିଲେ ଯେ ଆଜି ସଂବିଧାନ ବଳରେ ମାଲକାନଗିରି ଜିଲ୍ଲାର ସରପଞ୍ଚ ଠାରୁ ବିଧାୟକ ପର୍ଯ୍ଯନ୍ତ ସବୁ ଚେୟାର ପରସନ୍ ଆଦିବାସୀଲୋକେ ହୋଇ ପାରିଛନ୍ତି। ଆମ୍ବେଦକରଂକ ପାଇଁ ସେ ଜିଲ୍ଲାପରିଷଦ ସଭାପତି ହୋଇଥିବା ଗର୍ବରେ କରିଛନ୍ତି। ସଂବିଧାନ ସୁରକ୍ଷା ଆମରପ୍ରଥମ କର୍ତ୍ତବ୍ଯ ଏବଂ ଆମ ଲୋକମାନଂକୁ ସଚେତନ କରବାକୁ ଆହ୍ବାନ ଦେଇଥିଲେ। ଶେଷରେ ବ୍ରଜ ମାଝୀ ମଂଚ ପରିଚାଳନା କରିବା ସହ ଧନ୍ଯବାଦ ଅର୍ପଣ କରିଥିଲେ।

କନ୍ଧମାଳ ଜିଲ୍ଲା ଖଜୁରୀ ପଡା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚୟତ ର ଝାମ୍ପି କ୍ଲଷ୍ଟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୃଜନ କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! କନ୍ଧମାଳ ଜିଲ୍ଲା ରୁ ଜିଲ୍ଲା ପ୍ରତିନିଧି ବିକାଶ କୁମାର ଦିଗାଲ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଖଜୁରୀପଡ଼ା) – କନ୍ଧମାଳ ଜିଲ୍ଲା ଖଜୁରୀ ପଡା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚୟତ ର ଝାମ୍ପି କ୍ଲଷ୍ଟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୃଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ କ୍ଲଷ୍ଟର ର ୧୦ ଗୋଟି ବିଦ୍ୟାଳୟ ରୁ ପ୍ରାୟ ୧୦୦ ଜଣ ବିଦ୍ୟାର୍ଥୀ ଯୋଗଦେଇ ଅନୁଷ୍ଠିତ ହୋଇଥିବା ନାଚ,ଗୀତ,ଦୌଡ଼, ସୃଜନ ଶୀଳ ଲିଖନ ,ଗଳ୍ପ ଲିଖନ ଭଳି କାର୍ଯ୍ୟକ୍ରମ ରେ ଭାବ ନେଇଥିଲେ । କାର୍ଯ୍ୟକ୍ରମର ଆୟୋଜିତ ପୁରଷ୍କାର ବିତରଣୀ ଉତ୍ସଵ ରେ ମୁଖ୍ୟ ଅତିଥିଭାବେ
ଦଳପଡ଼ା ସରପଂଚ ଯୋଗଦେଇ କୃତି ବିଦ୍ୟାର୍ଥୀ ଙ୍କୁ ପୁରସ୍କୃତ କରିଥିଲେ । ସମ୍ମାନୀତ ଅତିଥିଭାବେ ସମାଜସେବୀ ବିକାଶ କୁମାର ଦିଗାଲ ଝାମ୍ପି ବିଦ୍ୟାଳୟ ସଭାପତି ଅଭିମନ୍ୟୁ କହଁର ଯୋଗଦେଇ ବିଦ୍ୟାର୍ଥୀ ଙ୍କୁ ସୃଜନ କାର୍ଯ୍ୟକ୍ରମ ସମ୍ପର୍କରେ ବୁଝାଇଥିଲେ ।କାର୍ଯ୍ୟକ୍ରମ ଟି ଝାମ୍ପି କ୍ଲଷ୍ଟର ସି ଆର ସି ସି ପୀତବାସ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଶିକ୍ଷକ ସନ୍ତୋଷ କୁମାର ପଣ୍ଡା ଏବଂ ସନ୍ତୋଷ କୁମାର ବେହେରା ବିଶେଷ ଭାବେ ସହଯୋଗ କରିଥିଲେ ।କାର୍ଯ୍ୟକ୍ରମକୁ ଶିକ୍ଷକ ଗୋପୀନାଥ ପ୍ରଧାନ ପରିଚାଳନା କରିଥିଲେ ।

ଜଗନ୍ନାଥ ସେବା ସମିତି ପକ୍ଷରୁ ଗରୀବ ଙ୍କୁ କମ୍ବଳ ବଣ୍ଟନ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ୟାରୀଲାଲ ଦୂର୍ଗା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଧର୍ମଗଡ଼) – “ମାନବ ସେବା ହି ମାଧବ ସେବା “; ଜଗନ୍ନାଥ ସେବା ସମିତି ପକ୍ଷରୁ ଆଜି ଅଞ୍ଚଳର ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ୧୦ ଦିନ ମଧ୍ୟରେ ଜିଲ୍ଲାର ବିଭିନ୍ନ ଅଂଚଳରେ ପ୍ରାୟ୨ ହଜାର କମ୍ବଳ ବଣ୍ଟନ କରାଯାଇଥିବା ବେଳେ ଆଗାମୀ ଦିନରେ ଜିଲ୍ଲାର ଦୁର୍ଗମ ଆଦିବାସୀ ବହୁଳ ଅଂଚଳରେ ଶୀତ ବସ୍ତ୍ର ବଣ୍ଟନ ଜାରି ରହିବ ବୋଲି ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ପ୍ରକାଶ କରିଛନ୍ତି।ଏହି ଅବସରରେ ସମିତି ପକ୍ଷରୁ ଏକ ମାନସିକ ରୋଗୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା।ନାଗପୁର ର ବିଶିଷ୍ଟ ମାନସିକ ରୋଗୀ ବିଶେଷଜ୍ଞ ଡାକ୍ତର ପ୍ରଦୀପ ପାଟିଲ ଏହି ଶିବିରକୁ ରୋଗୀ ଦେଖିବାକୁ ଆସିଥିବା ବେଳେ ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ସଂଘର ସଭାପତି ଶ୍ରୀ ଅଶୋକ ରାଉତ,ଧର୍ମଗଡ଼ ଚେମ୍ବର ଅଫ କମର୍ସର ସଭାପତି ବିଦ୍ୟାଧର ସାହୁ, ଶ୍ୟାମ ପରିବାର ର ପ୍ରତିଷ୍ଠାତା କିଶୋର ଅଗ୍ରୱାଲ,ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏବଂ ଗରିବ ମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରିଥିଲେ।ଜଗନ୍ନାଥ ସେବା ସମିତି ର ଉପସଭାପତି ଲଷ୍ମୀ କାନ୍ତ ବାଗ ମଞ୍ଚ ପରିଚାଳନା କରିଥିବାବେଳେ ଅନୁଷ୍ଠାନ ର ସାଧାରଣ ସମ୍ପାଦକ ବୈଦ୍ୟନାଥ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।ସର୍ବଶ୍ରୀ ସୁଶାନ୍ତ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲ, ଜୟଦ୍ରତ ମହାନନ୍ଦ, ପେକ୍ସ ସଭାପତି ହିମାଂଶୁ ପଣ୍ଡା, ମୁରଲୀ ପାତ୍ର ପ୍ରମୁଖ ଏହିଅବସରରେ ଉପସ୍ଥିତ ଥିଲେ।

କୋଷଲା ମାଲି ସମାଜ (ପଟେଲ ) ର ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା କୋଷଲା ମାଲି ସମାଜ (ପଟେଲ ) ର ଏକ ଜରୁରୀ କାଳୀନ ବୈଠକ ଧର୍ମଗଡ଼ ରାଜ ହୋଟେଲ ଠାରେ ଅନୁଷ୍ଠିତ ହୋଇ ଯାଇଛି. ଏହି ବୈଠକ ରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ କୋଷଲା ମାଲି ସମାଜ ର ବ୍ୟକ୍ତି ଅଂଶଗ୍ରହଣ କରିଥିଲେ.ସମାଜରେ ପ୍ରଚଳିତ ଥିବା କୁସଂସ୍କାର ର ଉଛେଦ ଏବଂ କୁଣ୍ଡା ବୋରୀ ଉତ୍ସବରେ ଆମିଷ କୁ ନିଷେଧ କରିବା, ସମେତ ନିଶା ସେବନ କୁ ବାରଣ, ଶିକ୍ଷା କ୍ଷେତ୍ରରେ ସମାଜର ଯୁବକ ଯୁବତୀ କିପରି ଅଗ୍ରଣୀ ହେବେ, ସମାଜରେ ଭାଇଚାରା ବଜାୟ ରଖି ଏକଜୁଟ ହେବା ଆଦି ବିଭିନ୍ନ ଦିଗ ଉପରେ ମନଚାସିନ ଅତିଥିମାନେ ଆଲୋଚନା କରିଥିଲେ. କୋଷଲା ମାଲି ସମାଜ (ପଟେଲ ) ସଭାପତି ଲକ୍ଷ୍ମୀକାନ୍ତ ନାଏକ, ଉପ ସଭାପତି ଜଗଜୀବନ ପଟେଲ, ସମ୍ପାଦକ ପବିତ୍ର ପଟେଲ, ସହ ସମ୍ପାଦକ ଭୁବନେଶ୍ୱର ପଟେଲ ପ୍ରମୁଖ ମନଚାସିନ ଥିବା ବେଳେ କ୍ଷୀରମୋହନ ପଟେଲ ପରିଚାଳନା କରିଥିଲେ.

ଗଜପତି ଜିଲ୍ଲା ଏସ୍.ପି ସାରା ଶର୍ମା ଙ୍କ ଫିଟନେସ ମନ୍ତ୍ର ; ସାରା ଙ୍କ ଏଭଳି କାର୍ଯ୍ୟକୁ ସାଧାରଣ ରେ ଭୂୟସୀ ପ୍ରଶଂସା…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – କରିବାକୁ ଚାହିଁଲେ ଅନେକ କିଛି କରିହେବ | ପାଖରେ ଥିବା ଜ୍ଞାନକୁ ବାଣ୍ଟି ହେବ | ଲୋକଙ୍କ ପାଇଁ କିଛି କରିହେବ | ସେଥିପାଇଁ ଦରକାର ଇଛା ଶକ୍ତି | ଆଉ ଭାରତୀୟ ପ୍ରଶାସନିକ ସେବାରେ କାର୍ଯ୍ୟ କରିବାର ସୁଯୋଗ ଓ କ୍ଷମତା ବି ଅପର୍ଯ୍ୟାପ୍ତ | ଶୀତତାପ ନିୟନ୍ତ୍ରିତ କୋଠରୀ ଭିତରେ ରହି, ଶୀତତାପ ନିୟନ୍ତ୍ରିତ ଗାଡ଼ିରେ ବୁଲି ଅନେକ କାମ କରୁଛନ୍ତି | ଏଥିରେ କିଛି ଅସୁବିଧା ନାହିଁ କି କାହାର କିଛି କହିବାର ବି ନାହିଁ | ହେଲେ ଟିକେ ଆଖି ଖୋଲି ଦେଲେ, ହୃଦୟକୁ ପରିବ୍ୟାପ୍ତ କରିଦେଲେ, ଶୀତତାପ ନିୟନ୍ତ୍ରିତ କୋଠରୀ ଓ ଗାଡି ଭିତରୁ ବାହାରି ଲୋକଙ୍କ ଭିତରେ ପଶିଗଲେ, ଲୋକଙ୍କ ସମସ୍ୟା ଅସୁବିଧା ଭିତରେ ସାମାନ୍ୟ ମୁଣ୍ଡ ପୁରାଇଦେଲେ, ଅନେକ ଅନେକ କିଛି କାମ ଜଣେ କରିପାରିବ | ଯେଉଁଥିରେ ସମାଜ ହେବ ଉପକୃତ ଓ ନିଜକୁ ମିଳିବ ଆତ୍ମତୃପ୍ତି | ଆଉ ଖାସ କରି ପୋଲିସ ଭଳି ପେଶାରେ ଏପରି କରୁଥିବା ଅଧିକାରୀଙ୍କୁ ମିଳିଥାଏ ଲୋକଙ୍କ ଭଲପାଇବା ଓ ବଢେ ଗ୍ରହଣୀୟତା | ସେମିତି ଜଣେ ପୋଲିସ ଅଫିସର ହେଲେ ସାରା ଶର୍ମା, ନିଜ ନିଆରା ପଦକ୍ଷେପ ପାଇଁ ଗଜପତି ଜିଲ୍ଲା ବାସୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିବା ଜିଲ୍ଲାର ଏସପି ସାରା ଶର୍ମା | ସେ ମହିଳାଙ୍କ ସୁରକ୍ଷା କଥା ହେଉ, ଯୁବକ ଯୁବତୀମାନଂକ ଦକ୍ଷତା ବୃଦ୍ଧି ପାଇଁ ହେଉ, ଭୋକିଲା ଲୋକଙ୍କ ପେଟର ବୁଝିବା ହେଉ ବା ଗଜପତି ବାସୀଙ୍କ ଫିଟନେସ ପାଇଁ ହେଉ, ଏସପି ସାରା ଶର୍ମାଙ୍କ ନିଆରା ପଦକ୍ଷେପ ଗଜପତି ଜିଲ୍ଲାରେ ପୋଲିସ ପ୍ରତି ସୃଷ୍ଟି କରିଛି ଲୋକଙ୍କ ମନରେ ଶ୍ରଦ୍ଧା | ପୋଲିସ ପ୍ରତି ଲୋକଂକ ମନରେ ରହିଥିବା ଖରାପ ଧାରଣାର ଭବାନ୍ତର ଘଟିଛି | ପୋଲିସ ଯେ ଜନତାଙ୍କ ବନ୍ଧୁ ଏ ଧାରଣା ବଦ୍ଧମୂଳ କରିବା ଦିଗରେ କେତୋଟି ପାହାଚ ପକାଇବାରେ ସକ୍ଷମ ହୋଇଛି, ଏହା ନିଃସନ୍ଦେହ | ଏବେ ସାରା ଆରମ୍ଭ କରିଛନ୍ତି ଏକ ଅଭିନବ ଅଭିଯାନ, ଆଉ ସେଇଟା ଜନସଧାରଣଙ୍କ ଫିଟନେସ ପାଇଁ | ଆଉ ଲୋକଙ୍କ ଭିତରେ ଫିଟନେସର ମନ୍ତ୍ର ବାଣ୍ଟିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି | ଭାରତୀୟ ପୋଲିସ ସେବା ଚାକିରୀ ପାଇବା ପରେ ସେ ଯେଉଁ ଫିଜିକାଲ ଫିଟନେସ ପାଇଁ ଦୀର୍ଘ ମାସ ଧରି ଫିଜିକାଲ ଏକ୍ସର୍ଶାଇଜର ପ୍ରଶିକ୍ଷଣ ସବୁ ନେଇଥିଲେ , ସେ ସବୁର ଅନୁଭୂତି ଓ ଅଭିଜ୍ଞତାକୁ ନେଇ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ସମସ୍ତଙ୍କୁ ଦେଢଘଣ୍ଟା ଧରି ନିଜେ ପ୍ରଦର୍ଶନ କରି ସୁନ୍ଦର ଓ ଆରୋଗ୍ୟ ସ୍ବାସ୍ଥ୍ୟର ଫିଟନେସ ପାଇଁ ଟିପ୍ସ ଦେଇଥିଲେ ଏସପି ସାରା ଶର୍ମା । ପୋଲିସ ବିଭାଗର ଏକ ଉଚ୍ଚ ପାହ୍ୟାରେ ରହି ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଜିଲ୍ଲାକୁ ନିଜର କର୍ମଭୂମି ଭାବେ ପରିଗଣିତ କରି ଜିଲ୍ଲାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଯେଉଁ ସବୁ ସେବା ମୂଳକ କାର୍ଯ୍ୟ ସବୁ କରି ଚାଲିଛନ୍ତି ତାହା ନିଶ୍ଚିତ ଭାବେ ସ୍ୱାଗତ-ଯୋଗ୍ୟ , ପ୍ରଶଂସନୀୟ ଓ ଅନ୍ୟ ଜିଲ୍ଲାର ଉଚ୍ଚ ପାହ୍ୟାର ପୋଲିସ ଅଧିକାରୀଙ୍କ ପାଇଁ ଉଦାହରଣ ସୃଷ୍ଟି କଲାଭଳି ପଦକ୍ଷେପ ନିଶ୍ଚିତ । ୧୮ ରୁ ୫୮ ବର୍ଷ ବୟସର ମହିଳା ପୁରୁଷ ବ୍ୟକ୍ତି ମାନଙ୍କୁ ସେମାନେ ସେମାନଙ୍କ ସୌଖିନ-ମୟ ଜୀବନ ଶୈଳୀରେ ନିଜକୁ କିଭଳି ଶାରୀରିକ-ସ୍ବାସ୍ଥ୍ୟକୁ ସୁସ୍ଥ ରଖିବେ , ସେଥିପାଇଁ ଅମ୍ଳଜାନ ଗ୍ରହଣ କରିବା ସହିତ ବିଭିନ୍ନ ପ୍ରକାରର ରୋଗ ଦାଉରୁ ଯଥା- ପେଟ ମେଦ ବୃଦ୍ଧି , ଅଣ୍ଟାବ୍ୟଥା , ପିଠି ମେରୁ ହାଡ଼ ବ୍ୟଥା , ରକ୍ତଚାପ , ହୃଦରୋଗ ପ୍ରଭୃତିରେ କିଭଳି ନିଜକୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ରଖି ପାରିବେ ତାହା ପ୍ରଦର୍ଶନ କରାଇ ସମସ୍ତଙ୍କୁ ବ୍ୟାୟାମ ଶିକ୍ଷା ଦେଇଥିଲେ । ମ୍ୟୁଜିକର ତାଳେ ତାଳେ ଏକ ଅଭିନବ ଢଙ୍ଗରେ ଅତି ସୁନ୍ଦର ଓ ଚମତ୍କାର ଭାବେ ମହିଳା ପୁରୁଷ ଶତାଧିକ ସଂଖ୍ୟକଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏ ସମ୍ପର୍କରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଥିଲେ ଯେ , ମନୁଷ୍ୟର ସୌଖିନ-ମୟ ଜୀବନ ଶୈଳୀରେ ଶରୀରରେ ଦିନକୁ ଦିନ ଯେଉଁ ପେଟ ବଢିବା , ଅଣ୍ଟା ଓ ମେରୁହାଡ଼ ବ୍ୟଥା ସହିତ ଅନ୍ୟାନ୍ୟ ରୋଗ ଓ ଅମ୍ଳଜାନ ଅଭାବ ଭଳି ଯେଉଁ ସବୁ ଦେଖା ଦେଇଥାଏ , ସେଥିରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଣିବା ପାଇଁ ଏହା ଆମର ନିଜସ୍ୱ ପ୍ରୟାସ । କାରଣ ଆମେ ପ୍ରାୟତଃ ଶରୀରକୁ ପରିଶ୍ରମର କଷ୍ଟ ଦେଉନାହୁଁ , ଏମିତିକି ବିନା କୌଣସି ପରିଶ୍ରମର ଆମେ ଦୀର୍ଘ ସମୟ ଧରି ବସି ରହୁଛୁ, କେବଳ ପରିଶ୍ରମ ନ କରି ବସି ରହିବା ଫଳରେ ଏଭଳି ସମସ୍ୟା ଦେଖା ଦେଇଥାଏ । ଯାହାକି ତାହା ଭବିଷ୍ୟତରେ ଶରୀର ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଦ ଓ ହାନିକାରକ । ତେଣୁ ସେମାନଙ୍କ ପାଇଁ ନିୟମିତ ବ୍ୟାୟାମର ଆବଶ୍ୟକତା ରହିଛି ବୋଲି କହିଥିଲେ ଏପି ସାରା ଶର୍ମା। ଅତିରିକ୍ତ ଏସପି ସୀତାରାମ ଶତପଥୀ , ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ , ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକା ନନ୍ଦ ସ୍ବାଇଁ ପ୍ରମୁଖଙ୍କ ସମେତ ଶତାଧିକ ସଂଖ୍ୟାରେ ପାରଳାଖେମୁଣ୍ଡି ସହରର ଯୁବକ ଯୁବତୀ , ବୟସ୍କ ବ୍ୟକ୍ତି , ବୁଦ୍ଧିଜୀବୀ , ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ଯୋଗଦେଇ ବ୍ୟାୟାମ ଶିକ୍ଷାରେ ଗ୍ରହଣ କରିଥିଲେ ।

ଅବ୍ୟବସ୍ଥା ଘେରରେ ପୁତୁଡି ଜଳ ପ୍ରପାତ ; ସରକାର ଙ୍କ ନିଘା ନାହିଁ…!

!!! କନ୍ଧମାଳ ଜିଲ୍ଲା ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ମିଲନ କହଁର ଓ ଫୁଲବାଣୀ ଉପଖଣ୍ଡ ପ୍ରତିନିଧି ସୁକାନ୍ତ ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କନ୍ଧମାଳ) – କନ୍ଧମାଳ ଜିଲ୍ଲା ଫୁଲବାଣୀ ରୁ ୧୪ କିଲୋମିଟର ଦୂରରେ ଅବସ୍ତିତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ପୁତୁଢ଼ୀ ଜଳପ୍ରପାତ । ଏହି ଜଳ ପ୍ରପାତ ଦେଖିବା ପାଇଁ ବାହାର ଜିଲ୍ଲା ରୁ ହଜାର ହଜାର ସଂଖ୍ୟା ରେ ପର୍ଯ୍ୟଟକ ଆସିଥାନ୍ତି। କନ୍ଧମାଳ ଜିଲ୍ଲା ରେ ବର୍ତ୍ତମାନ ଶୀତ ର ଲହରୀ ଖେଳିଉଠୁଥିବା ବେଳେ ବାହାରୁ ବହୁତ ଲୋକ ଗାଡି ନେଇ ନିଜ ପରିବାର ସହ ଏହି ସ୍ଥାନ କୁ ପିକନିକ କରିବା ପାଇଁ ସୁଅ ଛୁଟି ଆସିବା ଦେଖିବାକୁ ମିଳିଛି । କିନ୍ତୁ ଆଜି ଯାଏଁ ଏହି ଜାଗା କୁ ଯିବା ପାଇଁ ସଠିକ ରାସ୍ତାଟିଏ ନିର୍ମାଣ ହୋଇପାରିନି। ତେଣୁ ପର୍ଯ୍ୟଟକ ମାନେ ଏଠାକୁ ଆସି ବହୁ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ଟି ରେ ପ୍ରତିଦିନ ତାଜରିପଢା, ବୁଢ଼ାଦାନୀ , ଗାନିମାସ୍କା, ଗୁଜୁନ୍ଧ୍ରାଗାଁ, ଶାଶାକାରା ଓ ପୁତୁଡି ଗ୍ରାମ ର ୯୦୦ ରୁ ଉର୍ଦ୍ଧ ଲୋକ ଯାତାୟାତ କରୁଛନ୍ତି। ଏପଟେ ପର୍ଯ୍ୟଟକ ଙ୍କ ଅସୁବିଧା କୁ ଦେଖି ନପାରି ଗ୍ରାମବାସୀ ବହୁତ ଦୁଃଖ ଅନୁଭବ କରିବା ସହ ଏହି ରାସ୍ତା ଟି ଯଥା ଶୀଘ୍ର କରିବା ପାଇଁ ଅଭିଯୋଗ କରିଛନ୍ତି। ଏହି ରାସ୍ତା ଟି ହେଲେ ପର୍ଯ୍ୟଟକ ଙ୍କ ସହ ସେମାନେ ବି ଉପକୃତ ହେଇ ପାରିବେ ବୋଲି ଗ୍ରାମବାସୀ କହିଛନ୍ତି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ଏହି ପର୍ଯ୍ୟଟନ ସ୍ଥଳ ଉପରେ ଦୃଷ୍ଟି ଦେବା ସହ ଏଠାରେ ଉପୁଜୁଥିବା ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି।

କଳାହାଣ୍ଡି ଠାରେ ଶିଶୁ ସଚେତନତା ଶିବିର ଅନୁଷ୍ଠିତ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ଉପଖଣ୍ଡ ପ୍ରତିନିଧି ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କଳାହାଣ୍ଡି) – କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜିଲ୍ଲାପାଳ ଙ୍କ କାଯ୍ୟଳୟ ଠାରେ ଜାତୀୟ ଶିଶୁ ସୁରକ୍ଷା ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଠାରେ କଳାହାଣ୍ଡି ଜିଲ୍ଲାପାଳ ଡ଼: ପରାଗ ହର୍ଷଦ ବର୍ଦ୍ଧନ, ଜିଲ୍ଲାସମାଜ କଲ୍ୟାଣ ଅଧିକାରୀ -ଜୋସନା ରାଣୀ ପାତ୍ର,ଭବାନୀପାଟଣା ଅରବାନ ସିଡିପିଓ ଶ୍ରୀମତୀ ଯାଜ୍ଞସେନୀ ବେହେରା ଯୋଗଦେଇ କାଯ୍ୟକ୍ରମ କୁ ସହଯୋଗ କରିଥିଲେ ! ସୂଚନା ଯୋଗ୍ୟ ଯେ ଓଡିଶା ଶିଶୁ ବିଭାଗ, କମିଶନର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଶିଶୁ ମାନଙ୍କ ର ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ ! କଳାହାଣ୍ଡି ଜିଲ୍ଲା ର ପ୍ରତେକ ବ୍ଲକ ଓ ଗ୍ରାମ ରୁ ଆସିଥିବା ଅଭିଭାବକ ମାନେ ନିଜ ନିଜ ପୁଅ, ଝିଅ ମାନଙ୍କ ନାମ ତାଲିକା ଭୁକ୍ତ କରାଇଥିଲେ ! ଏହି କାର୍ଯ୍ୟକ୍ରମ ରେ ଆଇସିଡିଏସ , ସ୍ଵାସ୍ଥ ବିଭାଗ, ଷ୍ଟଲ ମାନ ଖୋଲି ଲୋକମାନଙ୍କୁ ସଚେତନ କରାଯାଇଥିଲା, ଜିଲ୍ଲା ର ପ୍ର୍ରତେକ ବିଭାଗୀୟ ଅଫିସର ମାନେ ଯୋଗଦାନ କରିଥିଲେ ଏବଂ ଅଙ୍ଗନବାଡି କର୍ମୀ ମାନେ ମଧ୍ୟ୍ୟ ଉପସ୍ଥିତ ରହି ଏହି କାଯ୍ୟକ୍ରମ କୁ ସାହାଯ୍ୟ, ସହଯୋଗ କରିଥିଲେ !

ଢେଙ୍କାନାଳ ଜିଏମଆର୍ କମଳାଙ୍ଗ ଏନର୍ଜି ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ସମ୍ମୁଖରେ କଣ୍ଟ୍ରାକ୍ଟର ମାନଙ୍କର ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ; କଣ୍ଟ୍ରାକ୍ଟର ଙ୍କ ଧାରଣା ଓ ଆତ୍ମାହୁତି ଧମକ…!

!!! ଢେଙ୍କାନାଳ ରୁ ଜିଲ୍ଲା ପ୍ରତିନିଧି ଦେବାଶିଷ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଢେଙ୍କାନାଳ) – ଢେଙ୍କାନାଳ GMR କମଳାଙ୍ଗ ଏନର୍ଜି ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ସମ୍ମୁଖରେ କଣ୍ଟ୍ରାକ୍ଟର ମାନଙ୍କର ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା । ଦୀର୍ଘ ବର୍ଷ ଧରି ବକେୟା ଟଙ୍କା ନ ମିଳିବାରୁ ଧାରଣାକୁ ଓହ୍ଲାଇଛନ୍ତି ପ୍ରାୟ ୫୦ ଜଣରୁ ଅଧିକ କଣ୍ଟ୍ରାକ୍ଟର ସାମୁହିକ ଭାବରେ ଧାରଣାରେ ବସିଛନ୍ତି। ସମସ୍ତ କଣ୍ଟ୍ରାକ୍ଟର ମାନଙ୍କର ପ୍ରାୟ ୧୮୦ କୋଟି ଟଙ୍କା ବକେୟା ଥିବା ସେମାନେ ଅଭିଯୋଗ କରିଛନ୍ତି । ଇତି ମଧ୍ୟରେ GMR କମ୍ପାନୀକୁ JSW ହାତକୁ ଟେକି ଦିଆଯାଉଥିବା ବେଳେ ବାରମ୍ଵାର ଜିଲ୍ଲା ପ୍ରଶାସନକୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି। ଦାବୀ ପୂରଣ ନ ହେଲେ କଣ୍ଟ୍ରାକ୍ଟର ମାନେ ବିଧାନ ସଭା ଘେରାଉ କରିବା ସହିତ ଆତ୍ମାହୁତି ଦେବେ ବୋଲି ଧମକ ଦେଇଛନ୍ତି। ଏ ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷ ଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେବ ନାହିଁ ବୋଲି ମନା କରି ଦେଇଛନ୍ତି।

ଦିନିଆ କନ୍ଧମାଳ ଗସ୍ତରେ କେନ୍ଦ୍ର ଶିଶୁ ଅଧିକାର ସୁରକ୍ଷା ଆୟୋଗ ର ସଦସ୍ୟ ଡ଼. ଆର.ଜି ଆନନ୍ଦ ଏବଂ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ର ଅଧକ୍ଷା ସନ୍ଧ୍ୟାବତୀ ପ୍ରଧାନଙ୍କ ସମେତ ପରାମର୍ଶ ଦାତା ହରିହର ନାୟକ,ମନ୍ଦାକିନୀ କର, ଦିବ୍ୟା ଶ୍ୱାସତ…!

!!! କନ୍ଧମାଳ ଜିଲ୍ଲା ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

!!! ଏଥର ସମ୍ଭାଳ (କନ୍ଧମାଳ) – ୨ ଦିନିଆ କନ୍ଧମାଳ ଗସ୍ତରେ କେନ୍ଦ୍ର ଶିଶୁ ଅଧିକାର ସୁରକ୍ଷା ଆୟୋଗ ର ସଦସ୍ୟ ଡ଼. ଆର.ଜି ଆନନ୍ଦ ଏବଂ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ର ଅଧକ୍ଷା ସନ୍ଧ୍ୟାବତୀ ପ୍ରଧାନଙ୍କ ସମେତ ପରାମର୍ଶ ଦାତା ହରିହର ନାୟକ,ମନ୍ଦାକିନୀ କର, ଦିବ୍ୟା ଶ୍ୱାସତ। କନ୍ଧମାଳ ଜିଲ୍ଲାପାଳ ଡ଼. ବୃନ୍ଦା ଡି ଏବଂ ଏସପି ପ୍ରତୀକ ସିଂ ଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଆର.ଜି ଆନନ୍ଦ ଙ୍କ ସୂଚନା ଅନୁସାରେ ସାରା ଭାରତରେ ୧୦ ହଜାର ଶିଶୁଙ୍କର ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଜି କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ଠାରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତରଫରୁ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କନ୍ଧମାଳ ଜିଲ୍ଲା ର ୧୨ ଟି ବ୍ଲକ ରୁ ସହ ସହ ସଂଖ୍ୟାରେ ପରିବାର ସଦସ୍ୟ ନିଜ ନିଜ ଶିଶୁ ଙ୍କୁ।ଧରି ବିଭିନ୍ନ ପ୍ରକାରର ସମସ୍ୟାର ଅଭିଯୋଗ ନେଇଏଠାରେ ଯୋଗ ଦେଇଥିଲେ । ସମସ୍ୟା ଗୁଡିକ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ସୁରକ୍ଷା ନିର୍ଯ୍ୟାତିତ, ପ୍ରତାରଣା, ମାନସିକ ନିର୍ଯାତନା, ନାବାଳିକା ଧର୍ଷଣ ଭଳି ବିଭିନ୍ନ ସମସ୍ୟା ର ଅଭିଯୋଗ ରହିଥିବା ଜାତୀୟ ଶିଶୁ ଅଧିକାର ଆୟୋଗ ର ସଦସ୍ୟ ଆର. ଜି ଆନନ୍ଦ ସୂଚନା ଦେଇଛନ୍ତି ।