ସାମ୍ବାଦିକମାନଙ୍କ ପାଇଁ ମୁଁ ଅଛି – ମାନସ ମଙ୍ଗରାଜ….!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ସାମ୍ବାଦିକମାନଙ୍କ ପାଇଁ ମୁଁ ଅଛି । ମୁଁ ସାମ୍ବାଦିକମାନଙ୍କ ଦୁଃଖ ଓ କଷ୍ଟକୁ ମୁଁ ଅନୁଭବ କରିପାରିଛି । ତେଣୁ ସାମ୍ବାଦିକମାନଙ୍କ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିବା ପାଇଁ ମୁଁ ସରକାରଙ୍କ ନିକଟରେ ମୋର ପ୍ରୟାସ ଜାରି ରଖିବି । ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ସାମ୍ବାଦକମାନଙ୍କ ସୁରକ୍ଷା, ପେନ୍ସନ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇଁ ସଚେତନ ବୋଲି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ କହିଛନ୍ତି | ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିବାକୁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିବା ବେଲେ କିଛିଦିନ ଧରି ସାମ୍ବାଦିକ ମିଳିତ ମଞ୍ଚ ତରଫରୁ ବିଭିନ୍ନ ମନ୍ତ୍ରୀ ଓ ବିଧାୟକମାନଙ୍କୁ ଭେଟି ଏ ଦିଗରେ ଆଇନ୍ ପ୍ରଣୟନ କରିବାକୁ ଉଦ୍ୟମ ଜାରି ରହିଛି | ଆଜି ବରିଷ୍ଠ ସାମ୍ବାଦିକ ରାମଚଣ୍ଡୀ ପ୍ରସାଦ ରଣସିଂହଙ୍କ ନେତୃତ୍ୱରେ ମଞ୍ଚର ସଦସ୍ୟମାନେ ଏ ନେଇ ଗଣମାଧ୍ୟମ ଓ ଲୋକସମ୍ପର୍କ ବିଭାଗର ପରମର୍ଶଦାତା ଶ୍ରୀ ମଙ୍ଗରାଜଙ୍କୁ ଭେଟି ଆଲୋଚନା କରିଥିଲେ । ଆଲୋଚନା ଶ୍ରୀ ମଙ୍ଗରାଜ ଉପରୋକ୍ତ ପ୍ରତିଶ୍ରୁତି ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଶ୍ରୀ ମଙ୍ଗରାଜ ଜଣେ ବରିଷ୍ଠ ସାମ୍ବାଦିକ ଭାବେ ଜଣାଶୁଣା ଓ ସାମ୍ବାଦିକ ଭାବେ ତାଙ୍କର କାର୍ଯ୍ୟ କରିବାର ଦୀର୍ଘଦିନର ଅଭିଜ୍ଞତା ରହିଛି | ସେ ଯୋଗ ଦେବା ପରେ ସାମ୍ବାଦିକ ମାନଂକ କଲ୍ୟାଣ ପାଇଁ ଆନ୍ତରିକତା ପ୍ରଦର୍ଶନ କରି ସେ ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି | କିଛି ଦିନ ତଳେ ଜଣେ ସାମ୍ବାଦିକଙ୍କ କିଡନୀ ପ୍ରତ୍ୟାରୋପଣ ପାଇଁ ସରକାରଙ୍କ ପକ୍ଷରୁ ୨ଲକ୍ଷ ଟଙ୍କାର ପ୍ରାରମ୍ଭିକ ଆର୍ଥିକ ସହାୟତା ଯୋଗାଇଦେବା ତାଙ୍କ ତତ୍ପରତା ଯୋଗୁ ସମ୍ଭବ ହୋଇପାରିଛି |

ଧର୍ମଗଡ ରାଜ ହୋଟେଲ ଠାରେ ଓବିସି, ଏସଟି, ଏସସି ଏବଂ ସଂଖ୍ୟାଲଘୁ ମିଳିତ ମଞ୍ଚ ଧର୍ମଗଡ ଉପଖଣ୍ଡ ତରଫରୁ ସମ୍ବିଧାନ ଦିବସ ପାଳିତ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ୟାରୀଲାଲ ଦୁର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା ଧର୍ମଗଡ ରାଜ ହୋଟେଲ ଠାରେ ଓବିସି, ଏସଟି, ଏସସି ଏବଂ ସଂଖ୍ୟାଲଘୁ ମିଳିତ ମଞ୍ଚ ଧର୍ମଗଡ ଉପଖଣ୍ଡ ତରଫରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଟିକୁ ଧୀମାନ ଚକ୍ରଧର ବେନୁପାଣି ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକ୍ରମଟିରେ ମୁଖ୍ୟ ଅତିଥି ଭାବରେ ବସନ୍ତ ନାଏକ, ମୁଖ୍ୟ ବକ୍ତା ଭାବରେ ଯୁଗେଶ୍ୱର ସାଗର, ସମ୍ମାନିତ ଅତିଥି ଭାବରେ ପ୍ରଭାକର ଜାଲ, ସାମନ୍ତ ଦୁର୍ଗା, ଦିଗାମ୍ବର ଦୁର୍ଗା, ପ୍ରତାପ ସୁନାନୀ ଯୋଗ ଦେଇଥିଲେ। ଭାରତ ସମ୍ବିଧାନ ହେଉଛି ବିଶ୍ୱର ବୃହତ ସମ୍ବିଧାନ, ସମ୍ବିଧାନ ହେଉଛି ରାଷ୍ଟ୍ରର ମୌଳିକ ଆଇନ, ସମ୍ବିଧାନ ହେଉଛି ନୀତିମାନଙ୍କର ସମାହାର, ସମ୍ବିଧାନ ଦେଶର ଲୋକଙ୍କୁ ଶୃଙ୍ଖଳିତ ରଖିବା ସହ ନିରାପତ୍ତା କରିଥାଏ ବୋଲି ମୁଖ୍ୟ ବକ୍ତା ଶ୍ରୀ ଯୁଗେଶ୍ୱର ସାଗର ନିଜ ବକ୍ତବ୍ୟ ରେ କହିଥିବା ବେଳେ ସମାନତା, ସ୍ୱତନ୍ତ୍ରତା, ନ୍ୟାୟ, ଏବଂ ଭାଇଚାରା ବିଷୟରେ ସମ୍ବିଧାନ ରେ ଥିବା ମୌଳିକ ଅଧିକାର କୁ ସୁନ୍ଦର ଭାବରେ ବୁଝାଇଥିଲେ। ଏହି ସଭାରେ ସାଇକେଲ ପୋଲୋ ଖେଳରେ ସୁନାମ ଧନ୍ୟ ହୋଇଥିବା ଧୀମତି ଅନିତା ନାଏକ ଙ୍କୁ ସମ୍ମାନିତ ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା ତତ ସହିତ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ପ୍ରାଥମିକ ସଙ୍ଘ ର ସଭାପତି ବଙ୍କିମ ଚନ୍ଦ୍ର ସାଗର ଓ ସାଧାରଣ ସମ୍ପାଦକ ଲୋକେସ୍ୱର ପାରି ଙ୍କୁ ସମ୍ମାନିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମଟିକୁ ଧୀମାନ ଟିକେଶ୍ୱର ନାଏକ ସଭା ପରିଚାଳନା କରିଥିବା ବେଳେ ଧୀମାନ ଦେବାର୍ଚ୍ଚନ ସେଠିଆ ବହୁତ ସୁନ୍ଦର ଭାବରେ ଧନ୍ୟବାଦ ଅର୍ପଣ କରିଥିଲେ. ଉକ୍ତ ସମ୍ବିଧାନ ଦିବସ ସଭା କାର୍ଯ୍ୟ ରେ ଧୀମାନ ଢଗ ନାଏକ, କମଳା କାନ୍ତ ବିହାରୀ, ଫକୀର ନାରାୟଣ ଜାଲ, ବିନୋଦ ପାଣିଗ୍ରାହୀ, ଶ୍ୟାମ ମାଝୀ, ୟୁଗେଶ ତାଣ୍ଡି, ମୁନିଆ ସିପିକାସହଯୋଗ କରିଥିବା ବେଳେ ଅଞ୍ଚଳର ବହୁ ଆମ୍ବେଦକରବାଦୀ ଓ ଆମ୍ବେଦକରପ୍ରେମୀ ଯୋଗ ଦେଇଥିଲେ।

ଭାରତ ର ସମ୍ବିଧାନ ଆଧ୍ୟାତ୍ମିକତା ଭିତ୍ତି ଉପରେ ପ୍ରତିଷ୍ଠିତ – ରାଜ୍ୟପାଳ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଭାରତର ସଂବିଧାନ ଆଧ୍ୟାତ୍ମିକତା ଭିତ୍ତି ଉପରେ ପ୍ରତିଷ୍ଠିତ ଯେଉଁଥିରେ ମାନବୀୟ ମୂଲ୍ୟବୋଧ ବିଶେଷ ଭାବରେ ପ୍ରତିଫଳିତ । ଲୋକମାନଙ୍କର ଆଶା, ଆକାଂକ୍ଷା ଓ ଅଭୀପ୍ସାର ଆଧାର ଭାବରେ ଏବଂ ଭାରତୀୟତାର ମହନୀୟ ଭାବବୋଧର କ୍ରିୟାଶୀଳ ମାଧ୍ୟମ ହେଉଛି ସଂବିଧାନ । ଏଥିପାଇଁ ଭାରତର ସଂବିଧାନ ବିଶ୍ୱରେ ସର୍ବଶ୍ରେଷ୍ଠ ବିବେଚିତ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଆଜି ରାଜଭବନରେ ଆୟୋଜିତ ସଂବିଧାନ ଦିବସ ସମାରୋହରେ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ସଂବିଧାନର ନିର୍ଦ୍ଦେଶାବଳୀର ପ୍ରତିପାଳନ ଆମର ପରମ କର୍ତ୍ତବ୍ୟ । ପ୍ରତ୍ୟେକ ନାଗରିକ ନିଜ ଦାୟିତ୍ୱ ପ୍ରତି ସଚେତନ ରହି କାର୍ଯ୍ୟ କରିବା ହିଁ ଏହି ଦିବସର ଅନୁଚିନ୍ତା । ମୁଖ୍ୟବକ୍ତା ଭାବରେ ଯୋଗଦେଇ ପ୍ରଖ୍ୟାତ ଲେଖକ ତଥା ରାଜନୀତି ଶାସ୍ତ୍ରୀ ଅଧ୍ୟାପକ ବିଶ୍ୱରଂଜନ କହିଲେ ଯେ ଭାରତର ସଂବିଧାନ ଭାରତୀୟ ସଂସ୍କୃତିର ଯଥାର୍ଥ ପ୍ରତୀକ । ଏହା ଆମର ପରଂପରା ଓ ଆଦର୍ଶର ପ୍ରତିରୂପ । ଏବଂ ସମୟକ୍ରମେ ଏହା ସମୃଦ୍ଧ ଓ ପରିପୁଷ୍ଟ ହେବାରେ ଲାଗିଛି । ବିବିଧତାକୁ ଏକୀଭୂତ କରି ଏକ ଆଦର୍ଶ ବିଚାରଧାରା ଓ ସମନ୍ୱୟ ଭାବ ପାଇଁ ଭାରତୀୟ ସଂବିଧାନର ବିଶେଷତା ସର୍ବ ସ୍ୱୀକୃତ । ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ସଂବିଧାନ ଦିବସର ମହତ୍ୱ ଓ ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ ସଂଗ୍ରାମ ଦେଓଭଂଜ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରାଜଭବନର ସମସ୍ତ ଅଧିକାରୀ ଓ କର୍ମଚାରୀ ସମାରୋହରେ ଉପସ୍ଥିତ ଥିଲେ ।

ଉତ୍ସବ ମୁଖର ହେବ ଗଜପତି, ଜାନୁଆରୀ ୧୦ରୁ ଗଜପତି ଉତ୍ସବ ; ୫ଦିନ ଧରି ଅନୁଷ୍ଠିତ ହେବ ସାଂସ୍କୃତିକ ମହାପର୍ବ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅନୁପମ ଶାହାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ଜିଲ୍ଲା ପ୍ରଶାସନ ଓ ଜନସାଧାରଣଙ୍କ ମିଳିତ ସହଯୋଗରେ ମହା-ଆଡମ୍ବରରେ ହେବାକୁ ବୈଠକରେ ସର୍ବସମ୍ମତି କ୍ରମେ ଆସନ୍ତା ଜାନୁଆରୀ ମାସର ୧୦ ରୁ ୧୪ ତାରିଖ ୫ଦିନ ଧରି ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଯାଇଥିଲା । ଅନ୍ୟ ପକ୍ଷରେ ଏହି ବୈଠକରେ ମୁଖ୍ୟତଃ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର , କୋଲକାତା ସହିତ ଯୋଗସୂତ୍ର ରକ୍ଷା କରି ତାର ମାଧ୍ୟମରେ ବିଭିନ୍ନ ରାଜ୍ୟର ସାଂସ୍କୃତିକ ଦଳ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାର ସାଂସ୍କୃତିକ ଦଳ ସବୁ ଆସି ଗଜପତି ଉତ୍ସବରେ ସେମାନଙ୍କର ପାରମ୍ପରିକ ନୃତ୍ୟ , ଲୋକନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ଦୀର୍ଘ ପାଞ୍ଚଦିନ ବ୍ୟାପି ଆୟୋଜିତ ହେବାକୁ ଥିବା ଏହି ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ କାର୍ଯ୍ୟକ୍ରମର ସୁ-ପରିଚାଳନା କରାଯିବା ଅବସରରେ ବିଭିନ୍ନ କମିଟି ଯଥା:- ଅଭ୍ୟର୍ଥନା , ମଞ୍ଚ ଓ ଷ୍ଟଲ ନିର୍ମାଣ , ସାଂସ୍କୃତିକ ଓ ମଞ୍ଚ ପରିଚାଳନା , ଅର୍ଥ , ରହିବା-ଉପଯୋଗୀ, ପରିବହନ , ଖାଦ୍ୟ , ସ୍ମରଣୀକା , ମଶାଲ-ଜ୍ୟୋତି ଓ ମେମୋଣ୍ଟ ପ୍ରଭୃତି କମିଟି ମାନ ସବୁ ପୂର୍ବ ବୈଠକରେ ଗଠନ କରାଯାଇଥିଲା । ସମ୍ପୂର୍ଣ୍ଣ ଭାବେ ଜିଲ୍ଲାସ୍ତରୀୟ ଉତ୍ସବ କମିଟିର ଅଧ୍ୟକ୍ଷ ଭାବେ ଜିଲ୍ଲାପାଳ ଅନୁପମ ଶାହା ରହିଛନ୍ତି । ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ଆସନ୍ତା ଜାନୁୟାରୀ ୧୦,୧୧,୧୨ ତିନି ଦିନ ଏବଂ ପଲ୍ଲୀଶ୍ରୀ ମେଳା ୧୦ ତାରିଖ ଠାରୁ ୧୪ ପର୍ଯ୍ୟନ୍ତ ଏହି ଭଳି ୫ଦିନ ଧରି ଅନୁଷ୍ଠିତ ହେବ ପାଇଁ ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ବ୍ଲକ ସ୍ତରୀୟ ଗଜପତି ଉତ୍ସବ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଗୋଷଣୀ ବ୍ଲକରେ ଜାନୁଆରୀ ୨ ଓ ୩ ତାରିଖ , କାଶୀନଗର ବ୍ଲକରେ ଜାନୁଆରୀ ୩ ଓ ୪ ତାରିଖ , ଗୁମ୍ମା ବ୍ଲକରେ ଜାନୁଆରୀ ୮ ଓ ୯ ତାରିଖ , ରାୟଗଡ଼ ବ୍ଲକରେ ଜାନୁଆରୀ ୪ ଓ ୫ ତାରିଖ ,ନୂଆଗଡ ବ୍ଲକରେ ଜାନୁଆରୀ ୬ ଓ ୭ ତାରିଖ , ମୋହନା ବ୍ଲକରେ ଜାନୁଆରୀ ୭ ଓ ୮ ତାରିଖ, ଏବଂ ପାରଳା ପୌର ପରିଷଦରେ ଜାନୁଆରୀ ୫ ତାରିଖରେ ରାହାଗିରି ଓ ମଶାଲ ଶୋଭାଯାତ୍ରା ୨୦୧୯ ଡିସେମ୍ବର ୩୦ତାରିଖରେ ହେବା ପାଇଁ ସ୍ଥିର କରାଯାଇଥିଲା। ମଞ୍ଚାସୀନ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା , ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ବାଇଁ , ଅତିରିକ୍ତ ଉପ-ଜିଲ୍ଲାପାଳ ସରୋଜ କୁମାର ବେହେରା ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ବରିଷ୍ଠ ଗ୍ରନ୍ଥାଗାରକ ଅଚ୍ୟୁତା ନନ୍ଦ ବସ୍ତିଆ ଏଜେଣ୍ଡା ପ୍ରକାରେ ବୈଠକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ବୈଠକ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ଓ କର୍ମଚାରୀ , ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ ।

ଗଜପତି ଜିଲ୍ଲା ରା:ଉଦୟଗିରି ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ରା:ଉଦୟଗିରି ବ୍ଲକ ଅନ୍ତର୍ଗତ ପୁରୁଣାପାଣି ଗ୍ରାମରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଗଜପତି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ଶାହା ଏବଂ ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗଦେଇ ମୋଟ ୧୦୨ ଗୋଟି ଅଭିଯୋଗର ଶୁଣାଣୀ କରିଥିଲେ । ଆସିଥିବା ମୋଟ ୧୦୨ ଗୋଟି ଅଭିଯୋଗ ଦରଖାସ୍ତ ମଧ୍ୟରୁ ୪୩ ଗୋଟି ଅଭିଯୋଗ ଦରଖାସ୍ତ ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ଥିବାବେଳେ ୫୯ ଟି ଅଭିଯୋଗ ଦରଖାସ୍ତ ଗ୍ରାମର ଗୋଷ୍ଠୀ ଭିତ୍ତିକ ସମସ୍ୟା ଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଅତି ଆବଶ୍ୟକ ସହାୟତା କରୁଥିବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୋଟ ୬ ଜଣଙ୍କୁ ୪୩ ହଜାର ଟଙ୍କା ଲେଖାଏଁ ର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୨ ଜଣଙ୍କୁ ୫ ହଜାର ଟଙ୍କା ଲେଖାଏଁ ର ଆର୍ଥିକ ପ୍ରଦାନ କରା ଯାଇଥିଲା । କାର୍ଯ୍ୟକ୍ରମରେ ମୋଟ ୩୪ ଗୋଟି ଅଭିଯୋଗ ଦରଖାସ୍ତ ଉପରେ ତ୍ୱରିତ ସମାଧାନ କରାଯାଇଥିଲା ।ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ରା:ଉଦୟଗିରି ବିଡ଼ିଓ ପ୍ରଦୀପ କୁମାର ନାୟକ , ଜିଲ୍ଲା ପରିଷଦ ସଭ୍ୟା ଶୁପ୍ରଭା ମଣ୍ଡଳ ଏବଂ ସଭ୍ୟ ଯାକବ ମାଝୀ , ବ୍ଲକ ଅଧ୍ୟକ୍ଷ ଅନିତା ମଣ୍ଡଳ ପ୍ରମୁଖ ମଞ୍ଚାସୀନ ଥିଲେ ।

ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟପରିସରରେ ସମ୍ବିଧାନ ଦିବସ ପାଳିତ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟପରିସରରେ ସମ୍ବିଧାନ ଦିବସ ପାଳିତ ହୋଇ ଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୀନା ସାହୁଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଏହି ସଭାରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ଉଦ୍ ବୋଧନ ଦେଇ ଅଧ୍ୟକ୍ଷା କହିଥିଲେ ଯେ ପ୍ରତ୍ୟେକ ଦେଶର ସମ୍ବିଧାନ ହେଉଛି ଏହାର ମେରୁଦଣ୍ଡ , ଭାରତର ବୃହତ୍ତମ ସମ୍ବିଧାନ ଏହାର ନାଗରିକ ମାନଙ୍କୁ ସମସ୍ତ ଅଧିକାର ପ୍ରଦାନ କରିଥାଏ। ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପିକା ଡ଼ଃ ଭାରତୀ ପାଣିଗ୍ରାହୀ ଅନ୍ୟତମ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ସମ୍ବିଧାନର ସମ୍ବିଧାନ ଦିବସ ପାଳନର ଆଭିମୁଖ୍ୟ ଏବଂ ସମ୍ବିଧାନ ପ୍ରଣେତା ବାବା ସାହେବ ଡ଼ଃ ବି.ଆର.ଆମ୍ବେଦକରଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ପରେ ଉପସ୍ଥିତ ଛାତ୍ରୀମାନଙ୍କୁ ସମ୍ବିଧାନର ମୁଖବନ୍ଧକୁ ଶପଥ ପାଠ କରାଇଥିଲେ । ଶେଷରେ ଉପସ୍ଥିତ ସମସ୍ତଙ୍କୁ ସମ୍ବିଧାନ ପ୍ରଣେତା ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ରାଜେଶ ପାତ୍ର ଏବଂ ଅଶୋକ ପ୍ରମୁଖ ପରିଚାଳନା କରିଥିଲେ ।

ମାଲକାନଗିରି ଠାରେ ୭୦ତମ ଭାରତୀୟ ସଂବିଧାନ ଦିବସ ପାଳିତ..!

!!! ମାଲକାନଗିରି ରୁ ଜିଲ୍ଲା ପ୍ରତିନିଧି ଉମା ଶଙ୍କର ମହାରଣା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ମାଲକାନଗିରି) – ମାଲକାନନଗିରି ଜିଲ୍ଲା ପରିଷଦ ସଭାଗୃହ ଠାରେ ୭୦ତମ ଭାରତୀୟ ସଂବିଧାନ ଦିବସ ସକ୍ରୀୟ ନାଗରିକ ମଂଚ ଆନୁକୂଲ୍ଯରେ ପାଳିତ ହୋଇ ଯାଇଛି। ଏହି କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି,ମୁଖ୍ଯ ବକ୍ତା ଭାବେ ଉତ୍କଳ ସାହିତ୍ଯ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଦଶରଥ ପଡିଆମୀ,ସମାଜ ସେବୀ ଘେନୁ ମୁଦୁଲି,ଜାରା ଶବର ମାଢି,ସୋନୁ ଅନୁଗ ଯୋଗ ଦେଇଥିବା ବେଳେ ସମାଜ ସେବୀ ତଥା ଆବାହକ ବ୍ରଜ ମାଝୀ ସଭାପତିତ୍ବ କରିଥିଲେ। ନିମନ୍ତ୍ରିତ ଅତିଥିମାନେ ସର୍ବ ପ୍ରଥମେ ନୂତନ ବସ ଷ୍ଟାଣ୍ଡରେ ଥିବା ଡ.ବାବା ସାହେବ ଭୀମ ରାଓ ଆମ୍ବେଦକରଂକ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ଉପରେ ପୁଷ୍ପ ମାଲ୍ଯ ଅର୍ପଣ କରବା ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ପରେ ଜିଲ୍ଲାପରିଷଦ ସଭାଗୃହଠାରେ ସଂବିଧାନ ଉପରେ ଆଲୋପାତ କରାଯାଇଥିଲା। ମୁଖ୍ଯ ବକ୍ତାକେଶବ ଚନ୍ଦ୍ର ନାୟକ ବାବା ସାହେବ ଆମ୍ବେଦକରଂକ ସଂଘର୍ଷମୟ ଜୀବନୀ ତଥା ବାବାସାହେବଂକ ଅବଦାନ ପାଇଁ ଆଜି ଭାରତରେ ଶୂଦ୍ରମାନେ ସମସ୍ତ ପ୍ରକାର ମୌଳିକ ଅଧିକାର ,ସରକାରୀ ସୁବିଧା ସୁଯୋଗ ପାଇ ପାରୁଛନ୍ତିବୋଲି ମତ ବିନ୍ଯାସ କରିଥିଲେ। ଆଜି ଏସସି,ଏସଟି,ଓବିସି ବର୍ଗ ହେଉ କି ମହିଳା ସମାଜ ହେଉ ସଂରକ୍ଷଣ ଯୋଗୁଁ ଶିକ୍ଷା,ସରକାରୀ ଚାକିରୀ ଏବଂ ରାଜନୈତିକ କ୍ଷେତ୍ରରେ ସେମାନଂକ ଅଂଶିଦାରକୁପ୍ରାପ୍ତ ଉନ୍ନତିନପଥରେ ଅଗ୍ରଗତି ହୋଇ ପାରୁଛନ୍ତି। ଡ.ଆମ୍ବେଦକର ଥିଲେ ଭାରତୀୟ ସଂବିଧାନ ନିର୍ମାଣର ଅଧ୍ଯକ୍ଷ। ସେ ହିଁ ଭାରତୀୟ ସଂବିଧାନର ଜନକ। ଏଣେ ମେଧୁମେହ ରୋଗରେ ଆକ୍ରାନ୍ତ। ତେଣେ ସଂବିଧାନ ପ୍ରଣୟନ କରବାର ଗୁରୁ ଦାୟିତ୍ବ ବହନ କରି ,କଠୋର ପରିଶ୍ର ବଳରେ ବିଶ୍ବର ସର୍ବ ବ୍ରୁହତ୍ତ ସଂବିଧାନ ନିର୍ମାଣ କଲେ। ଏଥି ପାଇଁ ଲାଗି ୨ ବର୍ଷ ୧୧ମାସ ୧୮ ଦିନ ଲାଗିଥିଲା। ସେଥିରେ ୩୯୫ ଅନୁଛେଦ,୮ଟି ଅନୁସୂଚି ଏବଂ ୨୨ଟି ଭାଗରେ ବିଭକ୍ତ କରାଯାଇଥିଲା। ଏହି ସଂବିଧାନଂକୁ ୧୯୪୯ ମସିହା ନଭେମ୍ବର ୨୬ ତାରଖ ଦିନ ସଂବିଧାନ ସଭାର ଅଧ୍ଯକ୍ଷ ଡ ରାଜେନ୍ଦ୍ର ପ୍ରସାଦଂକୁ ଅର୍ପଣ କରାଯାଇ ଅଂଗୀକାର କାରାଯାଇଥିବା ବେଳେ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଭାରତରେ ଲାଗୁକରାଯାଇଥିଲା। ୨୦୧୫ ମସିହାରୁ ଭାରତ ବର୍ଷରେ ସରକାରୀ ଭାବେ ପାଳନ କରାଯାଉଅଛି। ମୁଖ୍ଯ ଅତିଥି ସୋଡି କହିଲେ ଯେ ସଂରକ୍ଷଣ ଯୋଗୁଁ ଆଦିବାସୀମାନେ ପାଠ ପଢି ପାରିଲେ,ଚାକିରି କରିପାରିଲେ ବା ନେତା ହୋଇ ପାରିଲେ। ବାବାସାହେବ ଯଦି ସଂବିଧାନ ଲେଖି ନଥାନ୍ତେ କେବେ ମଧ୍ଯ ଏସସି,ଏସଟିମାନଂକୁଏ ସବୁ ସୁବିଧା ମିଳି ନଥାନ୍ତା। ଏଣୁ ସଂବିଧାନ ସୁରକ୍ଷା କରିବା ଆମର ଗୁରୁଦାୟିତ୍ବ ବୋଲି ସେ କହିଥିଲେ। କେତେକ ଲୋକ ସଂବିଧାନକୁବଦଳାଇ ସଂରକ୍ଷଣ ବିରୋଧି ଅଭିଜାନ ଚଳାଇଛନ୍ତି,ଏଥି ପାଇଁ ସମସ୍ତଆଦିବାସୀ,ଦଳିତ,ପଛୁଆ ବର୍ଗ ଏକ ହେୀଇ ସଂଗ୍ରାମ କରିବାକୁ ଆହ୍ବାନ ଦେଇଥିଲେ। ଜିଲ୍ଲା ପରିଷଦ ଅଧ୍ଯକ୍ଷ ଦଶରଥ ପଡିଆମୀକହିଲେ ଯେ ଆଜି ସଂବିଧାନ ବଳରେ ମାଲକାନଗିରି ଜିଲ୍ଲାର ସରପଞ୍ଚ ଠାରୁ ବିଧାୟକ ପର୍ଯ୍ଯନ୍ତ ସବୁ ଚେୟାର ପରସନ୍ ଆଦିବାସୀଲୋକେ ହୋଇ ପାରିଛନ୍ତି। ଆମ୍ବେଦକରଂକ ପାଇଁ ସେ ଜିଲ୍ଲାପରିଷଦ ସଭାପତି ହୋଇଥିବା ଗର୍ବରେ କରିଛନ୍ତି। ସଂବିଧାନ ସୁରକ୍ଷା ଆମରପ୍ରଥମ କର୍ତ୍ତବ୍ଯ ଏବଂ ଆମ ଲୋକମାନଂକୁ ସଚେତନ କରବାକୁ ଆହ୍ବାନ ଦେଇଥିଲେ। ଶେଷରେ ବ୍ରଜ ମାଝୀ ମଂଚ ପରିଚାଳନା କରିବା ସହ ଧନ୍ଯବାଦ ଅର୍ପଣ କରିଥିଲେ।