କନ୍ଧମାଳ ଜିଲ୍ଲା ଖଜୁରୀ ପଡା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚୟତ ର ଝାମ୍ପି କ୍ଲଷ୍ଟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୃଜନ କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! କନ୍ଧମାଳ ଜିଲ୍ଲା ରୁ ଜିଲ୍ଲା ପ୍ରତିନିଧି ବିକାଶ କୁମାର ଦିଗାଲ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଖଜୁରୀପଡ଼ା) – କନ୍ଧମାଳ ଜିଲ୍ଲା ଖଜୁରୀ ପଡା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚୟତ ର ଝାମ୍ପି କ୍ଲଷ୍ଟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୃଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ କ୍ଲଷ୍ଟର ର ୧୦ ଗୋଟି ବିଦ୍ୟାଳୟ ରୁ ପ୍ରାୟ ୧୦୦ ଜଣ ବିଦ୍ୟାର୍ଥୀ ଯୋଗଦେଇ ଅନୁଷ୍ଠିତ ହୋଇଥିବା ନାଚ,ଗୀତ,ଦୌଡ଼, ସୃଜନ ଶୀଳ ଲିଖନ ,ଗଳ୍ପ ଲିଖନ ଭଳି କାର୍ଯ୍ୟକ୍ରମ ରେ ଭାବ ନେଇଥିଲେ । କାର୍ଯ୍ୟକ୍ରମର ଆୟୋଜିତ ପୁରଷ୍କାର ବିତରଣୀ ଉତ୍ସଵ ରେ ମୁଖ୍ୟ ଅତିଥିଭାବେ
ଦଳପଡ଼ା ସରପଂଚ ଯୋଗଦେଇ କୃତି ବିଦ୍ୟାର୍ଥୀ ଙ୍କୁ ପୁରସ୍କୃତ କରିଥିଲେ । ସମ୍ମାନୀତ ଅତିଥିଭାବେ ସମାଜସେବୀ ବିକାଶ କୁମାର ଦିଗାଲ ଝାମ୍ପି ବିଦ୍ୟାଳୟ ସଭାପତି ଅଭିମନ୍ୟୁ କହଁର ଯୋଗଦେଇ ବିଦ୍ୟାର୍ଥୀ ଙ୍କୁ ସୃଜନ କାର୍ଯ୍ୟକ୍ରମ ସମ୍ପର୍କରେ ବୁଝାଇଥିଲେ ।କାର୍ଯ୍ୟକ୍ରମ ଟି ଝାମ୍ପି କ୍ଲଷ୍ଟର ସି ଆର ସି ସି ପୀତବାସ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଶିକ୍ଷକ ସନ୍ତୋଷ କୁମାର ପଣ୍ଡା ଏବଂ ସନ୍ତୋଷ କୁମାର ବେହେରା ବିଶେଷ ଭାବେ ସହଯୋଗ କରିଥିଲେ ।କାର୍ଯ୍ୟକ୍ରମକୁ ଶିକ୍ଷକ ଗୋପୀନାଥ ପ୍ରଧାନ ପରିଚାଳନା କରିଥିଲେ ।

ଜଗନ୍ନାଥ ସେବା ସମିତି ପକ୍ଷରୁ ଗରୀବ ଙ୍କୁ କମ୍ବଳ ବଣ୍ଟନ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ୟାରୀଲାଲ ଦୂର୍ଗା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଧର୍ମଗଡ଼) – “ମାନବ ସେବା ହି ମାଧବ ସେବା “; ଜଗନ୍ନାଥ ସେବା ସମିତି ପକ୍ଷରୁ ଆଜି ଅଞ୍ଚଳର ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ୧୦ ଦିନ ମଧ୍ୟରେ ଜିଲ୍ଲାର ବିଭିନ୍ନ ଅଂଚଳରେ ପ୍ରାୟ୨ ହଜାର କମ୍ବଳ ବଣ୍ଟନ କରାଯାଇଥିବା ବେଳେ ଆଗାମୀ ଦିନରେ ଜିଲ୍ଲାର ଦୁର୍ଗମ ଆଦିବାସୀ ବହୁଳ ଅଂଚଳରେ ଶୀତ ବସ୍ତ୍ର ବଣ୍ଟନ ଜାରି ରହିବ ବୋଲି ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ପ୍ରକାଶ କରିଛନ୍ତି।ଏହି ଅବସରରେ ସମିତି ପକ୍ଷରୁ ଏକ ମାନସିକ ରୋଗୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା।ନାଗପୁର ର ବିଶିଷ୍ଟ ମାନସିକ ରୋଗୀ ବିଶେଷଜ୍ଞ ଡାକ୍ତର ପ୍ରଦୀପ ପାଟିଲ ଏହି ଶିବିରକୁ ରୋଗୀ ଦେଖିବାକୁ ଆସିଥିବା ବେଳେ ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ସଂଘର ସଭାପତି ଶ୍ରୀ ଅଶୋକ ରାଉତ,ଧର୍ମଗଡ଼ ଚେମ୍ବର ଅଫ କମର୍ସର ସଭାପତି ବିଦ୍ୟାଧର ସାହୁ, ଶ୍ୟାମ ପରିବାର ର ପ୍ରତିଷ୍ଠାତା କିଶୋର ଅଗ୍ରୱାଲ,ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏବଂ ଗରିବ ମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରିଥିଲେ।ଜଗନ୍ନାଥ ସେବା ସମିତି ର ଉପସଭାପତି ଲଷ୍ମୀ କାନ୍ତ ବାଗ ମଞ୍ଚ ପରିଚାଳନା କରିଥିବାବେଳେ ଅନୁଷ୍ଠାନ ର ସାଧାରଣ ସମ୍ପାଦକ ବୈଦ୍ୟନାଥ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।ସର୍ବଶ୍ରୀ ସୁଶାନ୍ତ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲ, ଜୟଦ୍ରତ ମହାନନ୍ଦ, ପେକ୍ସ ସଭାପତି ହିମାଂଶୁ ପଣ୍ଡା, ମୁରଲୀ ପାତ୍ର ପ୍ରମୁଖ ଏହିଅବସରରେ ଉପସ୍ଥିତ ଥିଲେ।

କୋଷଲା ମାଲି ସମାଜ (ପଟେଲ ) ର ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା କୋଷଲା ମାଲି ସମାଜ (ପଟେଲ ) ର ଏକ ଜରୁରୀ କାଳୀନ ବୈଠକ ଧର୍ମଗଡ଼ ରାଜ ହୋଟେଲ ଠାରେ ଅନୁଷ୍ଠିତ ହୋଇ ଯାଇଛି. ଏହି ବୈଠକ ରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ କୋଷଲା ମାଲି ସମାଜ ର ବ୍ୟକ୍ତି ଅଂଶଗ୍ରହଣ କରିଥିଲେ.ସମାଜରେ ପ୍ରଚଳିତ ଥିବା କୁସଂସ୍କାର ର ଉଛେଦ ଏବଂ କୁଣ୍ଡା ବୋରୀ ଉତ୍ସବରେ ଆମିଷ କୁ ନିଷେଧ କରିବା, ସମେତ ନିଶା ସେବନ କୁ ବାରଣ, ଶିକ୍ଷା କ୍ଷେତ୍ରରେ ସମାଜର ଯୁବକ ଯୁବତୀ କିପରି ଅଗ୍ରଣୀ ହେବେ, ସମାଜରେ ଭାଇଚାରା ବଜାୟ ରଖି ଏକଜୁଟ ହେବା ଆଦି ବିଭିନ୍ନ ଦିଗ ଉପରେ ମନଚାସିନ ଅତିଥିମାନେ ଆଲୋଚନା କରିଥିଲେ. କୋଷଲା ମାଲି ସମାଜ (ପଟେଲ ) ସଭାପତି ଲକ୍ଷ୍ମୀକାନ୍ତ ନାଏକ, ଉପ ସଭାପତି ଜଗଜୀବନ ପଟେଲ, ସମ୍ପାଦକ ପବିତ୍ର ପଟେଲ, ସହ ସମ୍ପାଦକ ଭୁବନେଶ୍ୱର ପଟେଲ ପ୍ରମୁଖ ମନଚାସିନ ଥିବା ବେଳେ କ୍ଷୀରମୋହନ ପଟେଲ ପରିଚାଳନା କରିଥିଲେ.