ଗୋବର୍ଦ୍ଧନ ମଠ ଏବଂ ଜଗନ୍ନାଥ ସଂସ୍କୃତିର ଆସ୍ଥା କେନ୍ଦ୍ରକୁ ପ୍ରହାର କରିଛି କଂଗ୍ରେସ ; ନରସିଂହ ମିଶ୍ର କ୍ଷମା ମାଗନ୍ତୁ : ବିଜେପି ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କର ସାଙ୍ଗିଆକୁ ନେଇ ଯେଉଁ ପ୍ରଶ୍ନ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉଠାଇଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ । ଶ୍ରୀ ମିଶ୍ର ପୁଜ୍ୟ ଶଙ୍କରାଚାର୍ଯ୍ୟଙ୍କର ଶିକ୍ଷା ଓ ଜାତିକୁ ନେଇ ପ୍ରମାଣ ମାଗିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ଯେ, ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ପୁରୀ ମଠାଧିଶ ବୋଲି ବିଚରାଳୟରେ ମଧ୍ୟ ପୁର୍ବରୁ ପ୍ରମାଣିତ ହୋଇସାରିଛି । ତାଙ୍କ ସ୍ୱୀକୃତିକୁ ନେଇ ବର୍ତମାନ ପ୍ରଶ୍ନ ଉଠାଇବା ନରସିଂହବାବୁ ଜାଣିସୁଣି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ କରିଛନ୍ତି । ବୈଦିକ ଗଣିତ ଉପରେ ୫୦ରୁ ଅଧିକ ପୁସ୍ତକ ରଚନା କରିବା ସହ ବେଦ ସହିତ ଗଣିତକୁ ଯୋଡିବା ଭଳି ବିରଳ ବିଦ୍ୟାର ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ଅଧିକାରି ଯାହା ସମସ୍ତେ ଜାଣନ୍ତି । ସାଢେ ୪ କୋଟି ଓଡିଆ ଲୋକମାନଙ୍କର ଆସ୍ଥାର ପ୍ରତିକ ତଥା ଆମ ସମସ୍ତଙ୍କର ମାର୍ଗଦର୍ଶକ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପ୍ରତି ଅପଶବ୍ଦ ନରସିଂହ ମିଶ୍ର ଓ କଂଗ୍ରେସ ଦଳର ହିନମନ୍ୟତାର ପରିଚୟ ଦେଇଛି ।
ନରସିଂହ ବାବୁ ଜାଣିସୁଣି ଜଗନ୍ନାଥ ସଂସ୍କୃତିକୁ ନିଚା ଦେଖାଇବାକୁ ଯାଇ ସାଢେ ୪ କୋଟି ଓଡିଆ ଲୋକଙ୍କର ଆସ୍ଥା ଓ ବିଶ୍ୱାସ ଓ ଭାବନାକୁ ଆଘାତ ଦେଇଛନ୍ତି । ନରିସଂହ ପୁର୍ବରୁ ଆଇନ ମନ୍ତ୍ରୀ ଥିବାବେଳେ ଜଗଦଗୁରୁଙ୍କ ପ୍ରତି ଏକ ବିବାଦିୟ ମନ୍ତ୍ୟବ ଦେଇଥିଲେ ଯାହାକୁ ନେଇ ସେ ବିବାଦ ଘେରକୁ ଆସିଥିଲେ । ତେଣୁ ନରସିଂହ ବାବୁ ଅବିଳମ୍ବେ ଏଭଳି ମନ୍ତ୍ୟବ ପାଇଁ କ୍ଷମା ମାଗନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଏବଂ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ବିଜେଡ଼ିକୁ ମୋଦିଙ୍କ ବାହାବା ; ବିଜେଡି-ଏନସିପି ଠାରୁ ବହୁତ କିଛି ଶିଖିବାର ଅଛି…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ବିଜେଡ଼ିକୁ ମିଳିଛି ପ୍ରଧାନମନ୍ତ୍ରୀଙ୍କ ସାବାସୀ | ଆଉ ବିଜେଡି ଏକ ଶୃଙ୍ଖଳିତ ଦଳ ବୋଲି ମୁକ୍ତ କଣ୍ଠରେ ସ୍ଵୀକାର କରିଛନ୍ତି ପ୍ରଧାନମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦି | ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ ଓ ଶରଦ ପାୱାରଙ୍କ ନେତୃତ୍ୱାଧୀନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିକୁ ଆଜି ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ | କହିଛନ୍ତି ଏ ଦୁଇ ଦଳଙ୍କ ଠାରୁ ବହୁତ କିଛି ଶିଖିବାକୁ ଅଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ | ଆଉ ଏଇଟା କୌଣସି ଭାଷଣରେ ବାହାରେ ନୁହେ, ଅନ ରେକର୍ଡ ପ୍ରଶଂସା କରିଛନ୍ତି ଖୋଦ ସଂସଦ ଭିତରେ |ଆଜି ରାଜ୍ୟସଭାର ୨୫୦ ତମ ଅଧିବେଶନର ଅବସରରେ ଉଚ ସଦାଙ୍କ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଜେଡି ଏନସିପିକୁ ଭୁୟସୀ ପ୍ରଶଂସା କରିଥିଲେ | ଏହି ଦଳ ଦୁଇ ସଂସଦୀୟ ପରମ୍ପରା, ନୀତି ନିୟମ ଓ ଅନୁଶାସନକୁ ଅତି ସୁନ୍ଦର ଢଙ୍ଗରେ ପାଳନ କରିଛନ୍ତି | ସେମାନେ କେବେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରି ନାହାନ୍ତି କି ଗୃହର ମଧ୍ୟ ଭାଗକୁ ଯାଇ ହୋହଲା କରିନାହାନ୍ତି | ସେମାନେ ସେମାନଙ୍କ ଯୁକ୍ତିକୁ ଗୃହରେ ସୁନ୍ଦର, ଗଠନମୂଳକ ଓ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପିତ କରିଛନ୍ତି | ବିଜେଡି ଓ ଏନସିପି ଅନୁସରଣ କରିଥିବା ନୀତିରୁ ଅନ୍ୟମାନଙ୍କ( ଅନ୍ୟ ଦଳ ମାନଙ୍କ) ବହୁତ କିଛି ଶିକ୍ଷା କରିବାର ଅଛି | ମୁଁ ଏହି ଦୁଇ ଦଳଙ୍କୁ ପ୍ରଶଂସା ନକରି ରହିପାରୁନି ବୋଲି ରାଜ୍ୟସଭାରେ ଘୋଷଣା କରିଛନ୍ତି ପ୍ରଧାନ ମନ୍ତ୍ରୀ | ଆଉ ଏ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଟୁଇଟର ହାଣ୍ଡଲରେ ମଧ୍ୟ ପୋଷ୍ଟ କରାଯାଇଛି |

ସ୍ବର୍ଗତ. ଅଶୋକ ସିଂଘଲ ଙ୍କୁ ଭାରତରତ୍ନ ଦାବୀ ; ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭିଏଚପି ନେତା କୁସୁମ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନର ପୁରୋଧା ତଥା ବିଶ୍ୱହିନ୍ଦୁ ପରିଷଦର ତତ୍କାଳୀନ ଅନ୍ତରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ବର୍ଗତ ଅଶୋକ ସିଂଘଲଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ଦାବୀ କରିଛନ୍ତି ବିଶ୍ଵହିନ୍ଦୁ ପରିଷଦର ପଶ୍ଚିମ ଓଡିଶା ଧର୍ମପ୍ରସାର ସମ୍ପାଦକ ଶାନ୍ତନୁ କୁସୁମ | ତତ ସଙ୍ଗେ ସଙ୍ଗେ ଅଶୋକ ସିଂଘଲଙ୍କ ନାମରେ ଏକ ଜାତୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଦାବୀ କରିଛନ୍ତି | ଆଜି ସ୍ବର୍ଗତ ସିଂଘଲଙ୍କ ଚତୁର୍ଥ ତିରୋଧାନ ଦିବସ ଅବସରରେ ଭିଏଚପି ନେତା ଶ୍ରୀ କୁସୁମ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ଅଶୋକ ସିଂଘଲଙ୍କ ତ୍ୟାଗ ଓ ତପସ୍ୟାମୟ ଜୀବନ କାହାଣୀ ଉପରେ ଗୋଟିଗୋଟି କରି ବଖାଣିଛନ୍ତି | ତାସହିତ ସିଂଘଲଙ୍କୁ ଅତିଶୀଘ୍ର ଭାରତରତ୍ନ ପ୍ରଦାନ କରିବା ସହିତ ତାଙ୍କ ନାମରେ ଏକ ଜାତୀୟ ବିଶ୍ଵବିଦ୍ୟାଳୟ ନିର୍ମାଣ କରିବା ପାଇଁ ଦାବୀ କରିଛନ୍ତି | ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଶ୍ରୀ କୁସୁମ ଦର୍ଶାଇଛନ୍ତି ଯେ, ସ୍ଵାଧୀନୋତ୍ତର ଭାରତରେ ମଧ୍ୟ ଦେଶର ହିନ୍ଦୁ ସମାଜ ଅଣହିନ୍ଦୁ ମାନଙ୍କ ଦ୍ଵାରା ଅକଥନୀୟ ନିର୍ଯାତନା ଓ ହତ୍ୟାର ଶିକାର ହେଉଥିବା ବେଳେ ଦେଶର ଶାସନତନ୍ତ୍ର ମଧ୍ୟ ହିନ୍ଦୁ ମାନଙ୍କୁ ହୀନ ଦୃଷ୍ଟିରେ ଦେଖୁଥିଲା | ସଂସଦ ରୁ ସମ୍ଭିଧାନ ଯାଏ ସବୁଠି ହିନ୍ଦୁ ମାନେ ପ୍ରତାଡ଼ିତ ହେଉଥିବା ବେଳେ ଏ ଦେଶରେ ହିନ୍ଦୁ ଧାର୍ମିକ ଅଧିକାରର କୌଣସି ମୂଲ୍ୟନଥିଲା | ଗୋଟିଏପଟେ ଅଣହିନ୍ଦୁ ମାନଙ୍କ ଦ୍ଵାରା ଅତ୍ୟାଚାର ହେଲେ ଅନ୍ୟପଟେ ଶାସନତନ୍ତ୍ର ଠାରୁ ପ୍ରତାଡନା | ବଞ୍ଚିକି ନବଞ୍ଚିଲା ଭଳି ଜୀବନ ଅତିବାହିତ କରୁଥିଲେ ଏ ଦେଶର ହିନ୍ଦୁ ସମାଜ | ହେଲେ ନିଜ ଭିଟାମାଟିରେ ହିନ୍ଦୁ ମାନଙ୍କ ପ୍ରତି ଏଭଳି ଅତ୍ୟାଚାର ଦେଖି ପ୍ରତିକ୍ରିୟାଶିଳ ହୋଇଥିଲେ ସିଂଘଲ | ପରବର୍ତ୍ତୀ ମୁହୂର୍ତ୍ତରେ ନିଜ ଜୀବନ ଓ ଯୌବନକୁ ହିନ୍ଦୁ ସମାଜର ସୁରକ୍ଷା ଓ ଅଧିକାର ପାଇଁ ସମର୍ପଣ କରିଥିଲେ | ତାଙ୍କ ନେତୃତ୍ୱରେ 80 ଦଶକରେ ଆରମ୍ଭ ହୋଇଥିବା ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନ ସାରା ଭାରତର ହିନ୍ଦୁ ସମାଜକୁ ଜାଗ୍ରତ ଓ ଏକତ୍ରିତ କରିଥିବା ବେଳେ ସାରା ବିଶ୍ୱକୁ ହିନ୍ଦୁତ୍ୱର ବାର୍ତ୍ତା ଦେଇଥିଲା | ତାଙ୍କର ସେହି ତ୍ୟାଗ ଓ ତପସ୍ୟା ଯୋଗୁଁ ହିଁ ଆଜି ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ଶ୍ରୀରାମଙ୍କ ମନ୍ଦିର ନିର୍ମାଣର ରାସ୍ତା ପ୍ରଶସ୍ତ ହୋଇପାରିଛି | ସ୍ବର୍ଗତ ସିଂଘଲ କେବଳ ହିନ୍ଦୁତ୍ୱର ଆଧ୍ୟାତ୍ମିକ ଓ ଧାର୍ମିକ ଉତ୍କର୍ଷ ପାଇଁ କାମକରି ନଥିଲେ ବରଂ ଶକ୍ତିଶାଳୀ ସଂଗଠିତ ରାଷ୍ଟ୍ରର ସର୍ବାଙ୍ଗୀନ ବିକାଶ ପାଇଁ ମଧ୍ୟ ପ୍ରୟାସ କରିଥିଲେ | ଜାତି, ପନ୍ଥ, ଭାଷା ଓ ବର୍ଗରେ ବିଭାଜିତ ହିନ୍ଦୁ ମାନଙ୍କୁ ସେ ଏକାଠି କରିବାକୁ ବ୍ୟାପକ ପ୍ରୟାସକରି ଏକ ସମରସତା ବିଶିଷ୍ଟ ସଂଗଠିତ ହିନ୍ଦୁ ସମାଜ ନିର୍ମାଣ କରିବାରେ ସହାୟକ ହୋଇଥିଲେ | ସିଂଘଲଙ୍କ ବ୍ୟକ୍ତିତ୍ୱ ସମ୍ପୂର୍ଣ୍ଣରୂପେ ଆଧ୍ୟାତ୍ମିକ ଅଧିଷ୍ଠାନ ଉପରେ ଦଣ୍ଡାୟମାନ ଥିବାବେଳେ ତାଙ୍କ ନିକଟରେ ଜ୍ଞାନ, ଭକ୍ତି ଓ କର୍ମର ସମନ୍ୱୟ ରହିଥିଲା | ତେଣୁ ସଂସ୍କୃତି ଓ ମାତୃଭୂମି ନିଜ ଜୀବନକୁ ତିଳ ତିଳ କରି ଜାଳି ଦେଇଥିବା ଅଶୋକ ସିଂଘଲଙ୍କୁ ଅତିଶୀଘ୍ର ଭାରତରତ୍ନ ପ୍ରଦାନ କରିବା ସହିତ ତାଙ୍କ ନାମରେ ଏକ ଜାତୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଭିଏଚପି ନେତା ଶ୍ରୀ କୁସୁମ ଦାବୀ କରିଛନ୍ତି |

ବାପାଙ୍କ ପଥ ଅନୁସରଣ କରୁଛି ପୁଅ,ଟଙ୍କା ବ୍ୟାଗ ଫେରାଇ ଚର୍ଚ୍ଚାରେ ରୋହିତ ।

!!! କନ୍ଧମାଳ ଜିଲ୍ଲା ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ମିଲନ କହଁର ଓ ଟିକାବାଲି ବ୍ଲକ ପ୍ରତିନିଧି ସୁରେଶ ପାଣିଗ୍ରାହୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଟିକାବାଲି) – ଅବସର ପ୍ରାପ୍ତ ଶିକ୍ଷକ ଙ୍କ ଟଙ୍କା ବ୍ୟାଗ ଫେରାଇ ଚର୍ଚ୍ଚାରେ ଟିକାବାଲି ଖଦଳା ସାହିର ହିରୋ ନାୟକଙ୍କ ୬ ବର୍ଷ ର ପୁଅ ରୋହିତ ନାୟକ ।ଘଟଣା ରୁ ଜଣାପଡ଼ିଛି, ରୋହିତ ବାପାଙ୍କ ସହ ବଜାରକୁ ଜିନିଷ କିଣିବାକୁ ଯାଇଥିଲା ।ବାପା ଜିନିଷ କିଣିବାକୁ ଦୋକାନକୁ ଯାଇଥିବା ବେଳେ ରୋହିତ ଗାଡି ଉପରେ ବସି ରହିଥିଲେ । ଏହି ସମୟରେ ଏହି ରାସ୍ତା ଦେଇ ଯାଉଥିବା ଜଣେ ଅବସର ପ୍ରାପ୍ତ ଶିକ୍ଷକ ସାଇକେଲ ରେ ଯିବା ବେଳେ ତାଙ୍କ ସାଇକେଲରେ ଥିବା ବ୍ୟାଗ ଟିଏ ଖସି ପଡ଼ିଲା ।ଏହା ଦେଖି ରୋହିତ ଗାଡ଼ିରୁ ଓଲ୍ହାଇ ଦୌଡ଼ି ଦୌଡ଼ି ଯାଇ ଖସି ପଡିଥିବା ବ୍ୟାଗ ଟି ଶିକ୍ଷକ ଜଣଙ୍କୁ ଦେଇଥିଲେ । ଏହି ଅଵସର ପ୍ରାପ୍ତ ଶିକ୍ଷକ ଜି. ଉଦୟଗିରି ଅଞ୍ଚଳର ରଞ୍ଜିତ ଦିଗଲ ବୋଲି ଜଣାପଡିଛି ।ଶ୍ରୀ ଦିଗାଲ ଉଦୟଗିରି ବ୍ୟାଙ୍କରୁ ୯୫ ହାଜର ଟଙ୍କା ଉଠାଇ ଭୁବନେଶ୍ୱରକୁ ଯିବା ରାସ୍ତାରେ ଟିକାବାଲି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣେ ସମ୍ପର୍କୀୟଙ୍କୁ ଦେଖା କରିବା ନିମନ୍ତେ ରାସ୍ତାରେ ଯିବା ସମୟରେ ଏହି ଘଟଣା ଘଟିଥିଲା ।ରୋହିତଙ୍କ ଏହି କାର୍ଯ୍ୟକୁ ସ୍ଥନୀୟ ଅଞ୍ଚଳ ରେ ଭୁୟସୀ ପ୍ରଶଂସା କରାଯାଇଛି । ପୁଅର ଏଭଳି କାର୍ଯ୍ୟ ପାଇଁ ବାପା ଓ ମା ଗର୍ବିତ ବୋଲି ପ୍ରକାଶ କରିଛନ୍ତି ।ଅବସର ପ୍ରାପ୍ତ ଶିକ୍ଷକ ଜଣକ ରୋହିତ ଘରକୁ ଯାଇ ମିଠା ସହ ଆଶୀର୍ବାଦ ଦେଇ ଫେରିଛନ୍ତି। ଖବର ନେବାରେ ଜଣାଯାଇଛି, ଟିକାବାଲି ର ହିରୋ ନାୟକ ପେସାରେ ଜଣେ ଗାଡି ଚାଳକ ହୋଇଥିଲେବି ସମାଜ ସେବା ତାଙ୍କରି ନିଶା । ଦିନ ହେଉ ବା ରାତି,ବର୍ଷା ହେଉକି ଖରା ଯଦି କୌଣସି ଅଞ୍ଚଳରେ କିଛି ଅସୁବିଧା କିମ୍ବା ଦୁର୍ଘଟଣାର ଖବର ମିଳେ ଶ୍ରୀ ନାୟକ ସେଠାରେ ପହଞ୍ଚି ହିରୋ ଭଳି କାମ କରିଥାଆନ୍ତି । ବର୍ତ୍ତମାନ ତାଙ୍କ ପୁଅଙ୍କର ଏଭଳି କାମକୁ ଦେଖି ସାଧାରଣରେ ଚର୍ଚ୍ଚିତ ପୁଅବି ବାପର ପଥ ଅନୁସରଣ କଲାଣି ।

ପାରଳାଖେମୁଣ୍ଡି ଠାରେ ଶିଶୁ ଅଧିକାର ସନନ୍ଦର ୩୦ ବର୍ଷ ପୂର୍ତ୍ତି ଅବସରରେ କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ସଭା ଗୃହ ଠାରେ ମିଳିତ ଜାତିସଂଘ ଶିଶୁ ସୁରକ୍ଷା ଅଧିକାର ସନନ୍ଦର ୩୦ ବର୍ଷ ପୂର୍ତ୍ତୀ ପାଳନ ଅବସରରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ସଂଯୋଗ (କଟକ) ଏବଂ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା । ଏହି କର୍ମଶାଳା କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କିଶୋର ନ୍ୟାୟ ପରିଷଦର ପ୍ରିନ୍ସିପାଲ୍ ମାଜିଷ୍ଟ୍ରେଟ ଶୁଶ୍ରୀ ଶୁଭଶ୍ରୀ ପ୍ରଧାନ , ଜିଲ୍ଲା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ , ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଅଧିକାରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ସମାଜ ମଙ୍ଗଳ ସୁରକ୍ଷା ଅଧିକାରୀ ଯଶୋବନ୍ତି ବେହେରା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟତଃ ୟୁନିସେଫ୍ ସହାୟତାରେ ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ ଅନ୍ତର୍ଗତ ୩ ଟି ପଞ୍ଚାୟତର (ଲାବଣ୍ୟଗଡ଼ , ଶୋବରା ଏବଂ ଗାରବନ୍ଧ) ୬ ଜଣ ଶିଶୁ ଗବେଷକଙ୍କ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଶିଶୁମାନେ ପାଉଥିବା ମୌଳିକ ସୁବିଧା ଗୁଡିକ ଯଥା–ଜଳ ଓ ପରିମଳ , ପୁଷ୍ଟି , ସ୍ବାସ୍ଥ୍ୟ , ସୁରକ୍ଷା ଏବଂ ଶିକ୍ଷାରେ ପ୍ରଭୃତି ସମ୍ପର୍କରେ ପାଇଥିବା ତଥ୍ୟ ସବୁର ବିବରଣୀ ପ୍ରଦାନ କରାଯାଇଥିଲା । ଏହି କର୍ମଶାଳାରେ ଜିଲ୍ଲା ଶିଶୁ କଲ୍ୟାଣ କମିଟି , ଜିଲ୍ଲା କିଶୋର ନ୍ୟାୟ ପରିଷଦ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର କର୍ମକର୍ତ୍ତା , ଜିଲ୍ଲା ସମନ୍ୱିତ ଶିଶୁ ବିକାଶ ଯୋଜନାର ପ୍ରତିନିଧି ଏବଂ ଜିଲ୍ଲା ଚାଇଲଡ଼ ଲାଇନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । କର୍ମଶାଳା କାର୍ଯ୍ୟକ୍ରମରେ ସଂଯୋଗ ର ମଣ୍ଡଳ ପ୍ରକଳ୍ପ ସଂଯୋଜକ ଜଗନ୍ନାଥ ସାହୁ ଯୋଗଦେଇ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ଶିଶୁ କଲ୍ୟାଣ ସମିତିର ସଦସ୍ୟ ହୀରଣ୍ୟ ରାୟ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଶେଷରେ ଶିଶୁ ମାନଙ୍କ ସହ ଉପସ୍ଥିତ ସମସ୍ତ ଅଧିକାରୀ ଶିଶୁମାନଙ୍କ ସୁରକ୍ଷା ଏବଂ ଅଧିକାରକୁ ଶତ ପ୍ରତିଶତ ସୁନିଶ୍ଚିତ କରିବା ପାଇଁ କର୍ମଶାଳା କାର୍ଯ୍ୟକ୍ରମରେ ଶପଥ ପାଠ ନେଇଥିଲେ ।

ପାରଳାଖେମୁଣ୍ଡି ଠାରେ ଗଜପତି ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟରେ ଲାଗିଲା “ବାୟୋମେଟ୍ରିକ ଉପସ୍ଥାନ”…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ସମେତ କର୍ମଚାରୀ ମାନଙ୍କ ଦୈନିକ ଉପସ୍ଥାନ ପାଇଁ “ବାୟୋମେଟ୍ରିକ ଉପସ୍ଥାନ” ବ୍ୟବସ୍ଥାର ଶୁଭାରମ୍ଭ ହୋଇଯାଇଛି । ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ଥିବା ଏହି ବାଳକ ଉଚ୍ଚ ବିଦ୍ୟାଳୟରେ ପ୍ରଥମ କରି “ବାୟୋମେଟ୍ରି ଉପସ୍ଥାନ” ବ୍ୟବସ୍ଥା’କୁ ଶୁଭ ଉଦ୍ ଘାଟନ କରିଥିଲେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ।ଶିକ୍ଷାଧିକାରୀ ଶ୍ରୀ ନାଗ ଜିଲ୍ଲାରେ ବାୟୋମେଟ୍ରିକ ସ୍ଥାପନ ହେବାରେ ପ୍ରଥମ ହୋଇଥିବାରୁ ଖୁସୀ ବ୍ୟକ୍ତ କରିଥିଲେ । ମୁଖ୍ୟତଃ ସମାୟାନୁବର୍ତ୍ତିତା , ସ୍ୱଚ୍ଛତା ଓ ପରିବର୍ତ୍ତନ ଭଳି ୫ଟି ଆଧାରରେ ଏହି ବ୍ୟବସ୍ଥା ହୋଇଥିବା ଶ୍ରୀ ନାଗ ପ୍ରକାଶ କରିଥିଲେ ।ଅନ୍ୟପକ୍ଷରେ ବିଦ୍ୟାଳୟରେ ମହେନ୍ଦ୍ରାଞ୍ଚଳ ୟୁଥ୍ ଓ ଇକୋ କ୍ଲବ ପକ୍ଷରୁ ଆୟୋଜିତ ହୋଇଥିବା ଚିତ୍ରଙ୍କନ ପ୍ରତିଯୋଗୀତାକୁ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ନାଗ ବୁଲି ଦେଖିଥିଲେ । ଆୟୋଜିତ ସଭା କାର୍ଯ୍ୟକ୍ରମରେ ଉପସ୍ଥିତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନଙ୍କୁ ଏଥିପାଇଁ ଉଚ୍ଚ ପ୍ରଶଂସା କରିବା ସହ ଆଗାମୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ପ୍ରଧାନଶିକ୍ଷକ ଡ଼ଃ.ବୃଷ କେତୁ ଦାସ ନେଇଥିବା ପଦକ୍ଷେପରେ ସମସ୍ତେ ପୂର୍ଣ୍ଣ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ ।ବିଦ୍ୟାଳୟରେ ନୂତନ ଭାବେ ଯୋଗ ଦେଇଥିବା ୨ ଜଣ କର୍ମଚାରୀଙ୍କୁ ସ୍ୱାଗତ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ଼ଃ.ବୃଷ କେତୁ ଦାସ ବିଦ୍ୟାଳୟର ବିଭିନ୍ନ ବିକାଶ ମୂଳକ ଓ ବୈଷୟିକ କ୍ଷେତ୍ରରେ ବିଶେଷ ଉନ୍ନତି ଆଣିବା ପାଇଁ ନେଇଥିବା ପଦକ୍ଷେପ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ କୁମୁଦ ରଞ୍ଜନ ଦାଶ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ମୁମ୍ବାଇ ଡାନ୍ସ ୨୦୧୯ ଫେଷ୍ଟିଭାଲ କନିଷ୍ଠ ଓଡ଼ିଶୀ ବର୍ଗରେ ନୃତ୍ୟଶିଳ୍ପୀ ତନିଶା ବେବର୍ତ୍ତା ସମ୍ବର୍ଦ୍ଧିତ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତିର ଅପ୍ରତିଦ୍ୱନ୍ଦୀ ଓଡ଼ିଶୀ ନୃତ୍ୟ ଶିଳ୍ପୀ ତଥା କେନ୍ଦ୍ରୀୟ ବିଦ୍ୟାଳୟ ପାରଳାଖେମୁଣ୍ଡିର ଷଷ୍ଟ ଶ୍ରେଣୀରଛାତ୍ରୀ ତନିଷl ବେବର୍ତ୍ତା ମୁମ୍ବାଇ ଡାନ୍ସ ଫେଷ୍ଟିବେଲ୨୦୧୯ (ଅଗ୍ରୀକୋଲି ସଂସ୍କୃତି ଭବନ ,ମୁମ୍ବାଇ, ମହାରାଷ୍ଟ୍ର) ଠାରେ ସମ୍ବର୍ଦ୍ଧିତ ହୋଇଛନ୍ତି। ଭାରତରୁ ବଛା ହୋଇ ଥିବା ୧୧ଜଣ କନିଷ୍ଠ ଏକକ ଓଡ଼ିଶୀ ନୃତ୍ୟ ଶିଳ୍ପୀଙ୍କ ମଧ୍ୟରେ ତନିଶା ବେବର୍ତ୍ତା ଶ୍ରେଷ୍ଠ ସ୍ଥାନ ଅଧିକାରୀ ହୋଇଛନ୍ତି। ତ୍ରିଭଙ୍ଗ କଳା ଓ ସଂସ୍କୃତି ପରିଷଦ, ବମ୍ବେର ମୁଖ୍ୟ ତଥା ନିର୍ଦେଶକ ଗୁରୁ ବିକ୍ରମ ସାମଲ ଏବଂ ନ୍ୟୁ ମୁମ୍ବାଇ ବିଧାୟକ ତଥା ମହାରାଷ୍ଟ୍ରର ଉଚ୍ଚକତ୍ତୃପକ୍ଷଙ୍କ ଦ୍ୱାରା ତନିଶା ପ୍ରମାଣ ପତ୍ର ଏବଂ ଟ୍ରଫି ପାଇଥିଲେ।। ଏଣୁ ଏହି ଅବସରରେ ଗୁରୁ ଡି.ପ୍ରିୟଙ୍କା , ପିତା ଆଇନଜୀବୀ ପ୍ରଦୀପ ବେବର୍ତ୍ତା , ମାତା ଶ୍ରୀମତୀ ଅରୁପାଞ୍ଜଳି ମହାନ୍ତି, ଜେଜେ ଇଂଜିନିୟର ଶ୍ୟାମାନନ୍ଦ ବେବର୍ତ୍ତା ଜେଜେମା ମନୋହାରୀ ବେବର୍ତ୍ତା , ବିଚିତ୍ରାନନ୍ଦ ବେବର୍ତ୍ତା ଏବଂ ସମସ୍ତ ଶୁଭ ଚିନ୍ତକ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି।

ଗଜପତିର ପ୍ରୀତିପ୍ରିୟା , ଭୁବନେଶ୍ୱରର ରିତିକା, ମଧୁସ୍ମିତା ଓ ପ୍ରିୟଦର୍ଶନୀ ଥାଇଲାଣ୍ଡରେ ଓଡିଶୀ ନୃତ୍ୟ ନାଚି ଓଡ଼ିଶା ର ଟେକ ରଖିଲେ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମୁନିସିପାଲଟି କଲୋନୀ ର ଘନଶ୍ୟାମ ବେହେରା ଓ ସଂଯୁକ୍ତା ବେହେରା ଙ୍କ କନିଷ୍ଠ ଝିଅ ପ୍ରୀତିପ୍ରିୟା ବେହେରା ଥାଇଲାଣ୍ଡ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୩୫ତମ ଆସିଅନ ସମିତି ର କାର୍ଯ୍ୟକ୍ରମ ରେ ଯୋଗଦେଇ ଓଡିଶୀ ନୃତ୍ୟ ପଦର୍ଶନ କରି ଗଜପତି ଜିଲ୍ଲା ର ଉଦାହରଣ ପାଲଟିଛନ୍ତି । ଏହି କାର୍ଯ୍ୟକ୍ରମଟି ଥାଇଲାଣ୍ଡର ବ୍ୟାଙ୍କକ୍ ରେ ଅନୁଷ୍ଠିତ ହୋଇଥିଲା । ଥାଇଲାଣ୍ଡରେ ଭାରତୀୟ ଦ୍ରୁତବାସର ଅନୁରୋଧ କ୍ରମେ ବ୍ୟାଙ୍କକ୍ ରେ ଅବସ୍ତିତ ପ୍ରବାସୀ ଭାରତୀୟ ସଂଘଠକ ତରଫରୁ ଥାଇଲାଣ୍ଡ ରେ ବସବାସ କରୁଥିବା ସମସ୍ତ ଓଡ଼ିଆ ସଂଘଠକ ଓ ଓଡ଼ିଆ କମୁନିଟି ତରଫ ରୁ ପୂର୍ଣ୍ଣିମା ସାହୁ ଓ ବିଶ୍ୱରଂଜନ ମହାନ୍ତି ଙ୍କ ନେତୃତ୍ୱରେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଗଜପତି ଜିଲ୍ଲାର ପ୍ରୀତିପ୍ରିୟା ବେହେରା , ଭୁବନେଶ୍ୱରର ରିତିକା ମଣ୍ଡଳ , ମଧୁସ୍ମିତା ସ୍ଵାଇଁ ଓ ପ୍ରିୟଦର୍ଶନୀ ପ୍ରଧାନ ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ପଦର୍ଶନ କରି ଦର୍ଶକଙ୍କ ଦ୍ଵାରା ପ୍ରଶଂସିତ ହୋଇଥିଲେ।

ନୂଆପଡ଼ା ଠାରେ ପୁଣି ୭ ଜଣ ଦାଦନ ଶ୍ରମିକ ଉଦ୍ଧାର…!

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ନୂଆପଡା)- ଆଜି ସକାଳେ ପାଟ୍ରୋଲିଂ ସମୟରେ ୭ ଜଣ ଦାଦନ ଶ୍ରମିକଙ୍କୁ ନୂଆପଡା ପୋଲିସ ଉଦ୍ଧାର କରିଛି । ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଅଦିତ୍ୟ ମହାକୁଡଙ୍କ ସୂଚନା ଅନୁସାରେ ପୋଲିସ ପାଟ୍ରୋଲିଂ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫାଟକ ସମ୍ମୁଖରେ ୭ ଜଣ ଲୋକ ବସିଥିବାର ଦେଖିଥିଲେ । ସେମାନଙ୍କ ମଧ୍ୟରେ ୧ ଜଣ ମହିଳା ଓ ୬ ଜଣ ପୁରୁଷ ଥିଲେ । ସନେ୍ଦହ କରି ପୋଲିସ ତାଙ୍କୁ ପଚାରିବାରୁ ବସ୍କୁ ଅପେକ୍ଷା କରିଛୁ ବୋଲି କହିଥିଲେ । ବସ୍ ରେ ରାୟପୁର ଯିବୁ ଓ କାମ କରିବାକୁ ଯାଉଛୁ ବୋଲି ସେମାନେ ପୋଲିସ କୁ କହିଥିଲେ । ଦାଦନ ଶ୍ରମିକ ଚାଲାଣ ସନ୍ଦେହରେ ପୋଲିସ ସେମାନଙ୍କୁ ଥାନାକୁ ଆଣିଥିଲେ । ସେମାନେ ଏକ ବୋଲେରୋ ଓ.ଆର-୨୬ ୪୭୬୪ ଯୋଗେ ନୂଆପଡାକୁ ଆସିଥିବାର ଜାଣି ପାରି ସମ୍ପୃକ୍ତ ଗାଡି ଓ ଗାଡି ଚାଳକକୁ ଥାନାରେ ଅଟକ ରଖି ପୋଲିସ ପଚରା ଉଚରା କରିଲା ପରେ ଶେମେଲପାଲିର ସାକିଲ ଖାଁ ନାମକ ଦାଦନ ସରର୍ଦାର ଏମାନଙ୍କୁ ବାହାର ରାଜ୍ୟକୁ ଚାଲାନ କରୁଥିବା ଜଣା ପଡିଛି । ପୋଲିସ ପଚରା ଉଚରା ଜାରି ରଖିଛି ।

ସପନ ଉଜାଡିଦେଲା ଚକଡା ପୋକ ; ରୁଣଭାର ହଜେଇ ଦେଇଛି ଚାଷୀ ଆଖିରୁ ନିଦ…!

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ନୂଆପଡ଼ା) – ସଦର ବ୍ଲକ ଅନ୍ତର୍ଗତ ଲାଞିମାର ଗ୍ରାମରେ ଚକଡା ପୋକ ପ୍ରଭାବରେ ୩୦ ରୁ ୪୦ ଏକର ଚାଷ ଜମି ଫସଲହିନ ହୋଇପଡିଛି । ସବୁବର୍ଷ ଭଳି ଏବର୍ଷ ମଧ୍ୟ ଧାନ ଚାଷ ଭଲ ହୋଇଥିଲା ଧାନକେଣ୍ଡାକୁ ଦେଖି କେତେ କଣ ସ୍ୱପ୍ନ ଦେଖିଥିଲେ ଚାଷୀ । କିନ୍ତୁ ହଠାତ ସବୁ କିଛି ନଷ୍ଟ ହୋଇଗଲା କେଣ୍ଡା କେଣ୍ଡା ଧାନ ଫସଲରେ ହସି ଉଠୁଥିବା ଚାଷଜମି ଫସଲହୀନ ହୋଇଗଲା । ଏକଥା ଅତି ଦୁଃଖ ର ସହିତ କହିଛନ୍ତି ଲାଞିମାରର ଜଣେ ଚାଷି ତେଜ କୁମାର ଦଣ୍ଡସେନା । ସେ ୬ ଏକର ୪୦ ଡିସମିଲ ଚାଷଜମିରେ ଧାନଫସଲ କରିଥିଲେ ଫସଲ ବି ସୁନ୍ଦର ହୋଇଥିଲା । ହଠାତ ଜମିରେ ଚକଡା ପୋକ ଲାଗି ଯାଇଥିବା ଜାଣି କୃଷି ବିଭାଗୀୟ କର୍ମଚାରୀଙ୍କ ସହିତ ପରାମର୍ଶ କରିଥିଲେ । ଭଲ ଔଷଧ ନ ଥିବାରୁ ପଡୋଶୀ ବରଗଡ ଜିଲ୍ଲାର ଭଟଲିରୁ ଔଷଧ ମଗାଇଥିଲେ । ବିଭାଗୀୟ କର୍ମଚାରୀuଙ୍କ ପରାମର୍ଶ ଅନୁଶାରେ ଔଷଧ ସିଞ୍ଚନ କରିଥିଲେ । ଥରେ ନୁହଁ ଚାରି ଚାରି ଥର ପ୍ରୟୋଗ ପରେ ମଧ୍ୟ ଔଷଧ କାଟୁ କରି ନ ଥିଲା । ପ୍ରାୟ ୫ ଏକର ରୁ ଅଧିକ ଫସଲ ଆଖି ଆଗରେ ନଷ୍ଟ ହୋଇଯାଇଥିଲା । ଛୁଆମାନେ ବାହାର ହଷ୍ଟେଲ ରହି ପାଠ ପଢୁଛନ୍ତି । ହଷ୍ଟେଲ ଖର୍ଚ୍ଚ ଘର ଖର୍ଚ୍ଚ ଋଣ ଭାର ଆଦି ସମସ୍ୟା ତାଙ୍କ ଆଖିରୁ ନିଦ ହଜାଇ ଦେଇଛି । ଏହି ପରି ଗ୍ରାମର ରିଖିରାମ ଦେବାଙ୍ଗନ, ଭରତଲାଲ ୟାଦବ, ପିହୁଲାଲ ୟାଦବ, ଗେନ୍ଦରାମ ୟାଦବ ଆଦି ଚାଷୀଙ୍କର ମଧ୍ୟ ବହୁତ କ୍ଷତି ହୋଇଛି । କ୍ଷୟକ୍ଷତିର ଆକଳନ କରି ଉଚିତ କ୍ଷତିପୂରଣ ଦେବା ପାଇଁ ସମସ୍ତେ ସରକାରଙ୍କ ଠାରେ ନିବେଦନ କରିଛନ୍ତି ।