ମାଟି ଇଟା ରେ ନିର୍ମିତ ଗୋଷ୍ଠୀ କେନ୍ଦ୍ର କୁ ସାଧରଣରେ ବିରୋଧ…!

!!! କନ୍ଧମାଳ ଜିଲ୍ଲା ରୁ ଚକାପାଦ ବ୍ଲକ ପ୍ରତିନିଧି ସୁନୀଲ ଦିଗାଲ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଚକାପାଦ) – ଚକାପାଦ ବ୍ଲକ ସ୍ଥିତ ବେହେରାଗାଁ ଗ୍ରାମପଂଚାୟତ କୁନ୍ଦାସାହି ଠାରେ ଆମ ଗାଁ ଆମ ବିକାଶ ତରଫରୁ ନିର୍ମାଣ କରାଯାଇଥିବା ଗୋଷ୍ଠୀ କେନ୍ଦ୍ର ଟି ସମ୍ପୂର୍ଣ୍ଣ ଭାବେ ମାଟି ଇଟା ରେ ନିର୍ମିତ ହୋଇଅଛି। ସରକାରଙ୍କ ନିୟମ ଅନୁସାରେ ସମସ୍ତ ପ୍ରାଚୀର ବା ଗୃହ ନିର୍ମାଣରେ ସିମେଣ୍ଟ ଇଟା ବ୍ୟବହାର କରିବା କୁହାଯାଉଥିବା ବେଳେ କୁନ୍ଦା ସାହି ଗୋଷ୍ଟୀ କେନ୍ଦ୍ର ଟି ସମ୍ପୂର୍ଣ୍ଣ ମାଟି ଇଟା ରେ କରାଯାଇ ଥିବା ଅଭିଯୋଗ ହେଉଛି। ବେହେରା ଗାଁ ପଞ୍ଚାୟତ ଦାୟିତ୍ଵ ରେ ଥିବା କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ପତି ଙ୍କ ସହ ଏନେଇ ଯୋଗାଯୋଗ କରିବା ରେ ସମ୍ଭବ ହୋଇପାରିନାହିଁ। ସରକାର ଙ୍କ ନିୟମ କୁ ଅପ ବ୍ୟବହାର କରି ଏଭଳି କାର୍ଯ୍ୟ ଚାଲୁଥିବା ସାଧାରଣ ରେ ଅଭିଯୋଗ ହେବା ସହ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବୀ ରେ ଏକଜୁଟ ସମସ୍ତ ଗଣମାଧ୍ୟମ ପ୍ରତିନିଧି ; ଆଗାମୀ କାର୍ଯ୍ୟପନ୍ଥା ନିମନ୍ତେ ନିଷ୍ପତି ଗ୍ରହଣ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବୀ ଉଦ୍ଧେଶ୍ୟ ନେଇ ଆଜି ଭୁବନେଶ୍ୱର ସ୍ଥିତ ଫରେଷ୍ଟ ପାର୍କ ପରିସର ରେ ଓଡିଶା ର ସମସ୍ତ ପତ୍ର ପତ୍ରିକା , ସେଟଲାଇଟ ଓ ୱେବ ନ୍ୟୁଜ୍ ଚ୍ୟାନେଲ ର ସାମ୍ବାଦିକ ମାନଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ଶ୍ରୀ ଲିଙ୍ଗରାଜ ସାହୁ ଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ଏହି ବୈଠକ ରେ ଭୁବନେଶ୍ୱର ରେ କାର୍ଯ୍ୟରତ ବହୁ ସଂଖ୍ୟକ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ । ଏହି ବୈଠକ ରେ ଚିଠା କମିଟି ଏବଂ ଯୋଗାଯୋଗ କମିଟି ଗଠନ କରାଯାଇଛି । ଆଗାମୀ ଦିନ ରେ ଯୋଗାଯୋଗ କମିଟି ସଦସ୍ୟ ମାନେ ବିଧାୟକ ମାନଙ୍କୁ ଭେଟି ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ନିମନ୍ତେ ବିଧାନସଭା ରେ ବିଧେୟକ ଆଗତ କରିବା ପାଇଁ ନିଷ୍ପତି ନିଆଯାଇଛି । ଏହି ବିଧେୟକ ଆଇନ ରେ ପ୍ରଣୟନ ହେବା ପାଇଁ ଆବଶ୍ୟକ ସ୍ଥଳେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ବାଚସ୍ପତି ଙ୍କୁ ଭେଟିବା ନିମନ୍ତେ ବୈଠକ ରେ ସ୍ଥିର କରାଯାଇଛି । ଓଡିଶା ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପ୍ରତି ବିଭିନ୍ନ କ୍ଷେତ୍ର ରେ ହେଉଥିବା ଅମାନୁଷିକ ଅତ୍ୟାଚାର , ଗୁଣ୍ଡାଗିରି ଓ ଅପମାନ କୁ ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦ୍ୟୁମ୍ନ ଶତପଥି ଦୃଢ ନିନ୍ଦା କରିଛନ୍ତି । ଏହି ଆଇନ ପ୍ରଣୟନ ନିମନ୍ତେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ , ସମସ୍ତ ସାମ୍ବାଦିକ ସଙ୍ଗଠନ ଏକଜୁଟ ହୋଇ ଦାବୀ ହାସଲ ଦିଗରେ ଆଗେଇ ଆସିବା ପାଇଁ ଶ୍ରୀ ଶତପଥି ଅନୁରୋଧ କରିଛନ୍ତି ।

ମାତାରବନମ୍ ପକ୍ଷରୁ କୋଟିଏ ମହାମନ୍ତ୍ର ପୁସ୍ତକ ଲୋକାର୍ପିତ ; ସାମ୍ବାଦିକ ଓ ପ୍ରଚାର ସମ୍ମାନିତ ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ଦୀପକ କୁମାର ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ବ୍ଲକ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତ ସ୍ଥିତ ରାଇଗୁଡ଼ା ମାତାର ବନମ୍ ମନ୍ଦିର ଠାରେ ମାତାର ବନମ୍ ଭକ୍ତ ଙ୍କ ପକ୍ଷରୁ ଏକ କୋଟି ମହାମନ୍ତ୍ର ଲେଖାଯାଇଥିବା ପୁସ୍ତକ କୁ ଅକ୍ଷର ବ୍ରହ୍ମ ଠାକୁର ଙ୍କ ନିକଟରେ ସମର୍ପଣ କରାଯାଇଛି। ଏହି ଅବସରରେ ରାଇଗୁଡ଼ା ଠାରେ ଅନୁଷ୍ଠିତ ଏକ ଭକ୍ତ ସମାଗମ ରେ ପୁସ୍ତକ ଉନ୍ମୋଚନ କରାଯାଇ ଏହାର ପ୍ରଚାରକ କାମେସୁ ମାଡ଼ିଆରି ଓ ଦିଗାଲ ଗମାଙ୍ଗ ଙ୍କୁ ସମ୍ମାନୀତ କରାଯାଇଥିବା ସହ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ସୋମେଶ୍ଵର ରାଓ ଓ ରାଧାକୃଷ୍ଣ ପଟ୍ଟନାୟକ ଙ୍କୁ ସମ୍ମାନିତ କରାଯାଇଥିଲା। ଅକ୍ଷର ବ୍ରହ୍ମ ଯୁବ ନିର୍ମାଣ ସେବା ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ରାମମୂର୍ତ୍ତୀ ଗମାଙ୍ଗ, ସ୍ଥାନୀୟ ସରପଞ୍ଚ ଗୌରୀ ଗମାଙ୍ଗ, ଆଇନଜୀବୀ ଗୌରୀ ଶଙ୍କର ଦାଶ, ପୂଜକ ନିମାଲା ମାସେୟା ଅତିଥି ଭାବେ ଯୋଗଦେଇ ଥିଲେ। ସୌରା ଭାଷାର ଏହି ଲିପି ୧୯୩୬ ମସିହା ରୁ ଜନ୍ମିତ ହୋଇଥିବା ବେଳେ ଏହା ଆଜି ଯାଏଁ ସରକାର ଙ୍କ ଦୃଷ୍ଟି ଆଢୁଆଳ ରେ ରହିଥିବା ନେଇ ଏହି ଅବସରରେ ଆୟୋଜିତ ସଭାରେ କ୍ଷୋଭ ପ୍ରକାଶ କରାଯାଇଥିଲା। ଆଗାମୀ ଦିନରେ ଏହି ଲିପି କୁ ପ୍ରତ୍ୟକ ବିଦ୍ୟାଳୟ ରେ ପ୍ରଚ଼ଳନ କରିବା ନିମନ୍ତେ ସେବା ସଂଘ ପକ୍ଷରୁ ପ୍ରଚାରକ ନିଯୁକ୍ତି କରାଯିବ ବୋଲି ସ୍ଥିର କରାଯାଇଛି। ଆନ୍ଧ୍ର ଓ ଓଡ଼ିଶା ର ସୀମାନ୍ତ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ଉଭୟ ରାଜ୍ୟରୁ ଶହସ୍ରାଧିକ ଆଦିବାସୀ ଏଥିରେ ଯୋଗଦେଇ ସୌରା ଭାଷା ର ଏହି ଲିପିର ପ୍ରଚାର ପାଇଁ ସରକାର ଦାୟିତ୍ଵ ଗ୍ରହଣ କରନ୍ତୁ ବୋଲି ଦାବୀ କରିଛନ୍ତି।

ମନ୍ତ୍ରୀ ଜାଣିନାହାନ୍ତି ? ଗାନ୍ଧୀଜୀଙ୍କ ହତ୍ୟାକାରୀ ଜଣେ ରାକ୍ଷସ ନା ମହାପୁରୁଷ…!

ଏଥର ସମ୍ଭାଳ ବ୍ୟୁରୋ (ଭୁୁବନେଶ୍ୱର) – ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନାଥୁରାମ ଗଡ଼ସେ ଗୁଳି କରି ହତ୍ୟା କରିଛି । ଏହି ସତ୍ୟ ଗିଳିବାକୁ ବିକୃତ ଉଦ୍ୟମ ହେବା ନୂଆ ନୁହେଁ । ମାତ୍ର ଗାନ୍ଧୀ ହତ୍ୟାର ଇତିହାସ ବଦଳାଇବାକୁ ଚାଲିଥିବା ଚକ୍ରାନ୍ତରେ ଆମ ରାଜ୍ୟ ସରକାର ସାମିଲ ହୋଇଗଲେ କି? ଆକସ୍ମିକ ଘଟଣାକ୍ରମରେ ଗାନ୍ଧୀଙ୍କର ମୃତ୍ୟୁ ହୋଇଥିବା ଦର୍ଶାଗଲା କାହିଁକି? ଏଭଳି ଏକ ଗର୍ହିତ ଓ ଲଜ୍ଜାକର ପ୍ରଶ୍ନର ଉତ୍ତର ଆଜି ବିଧାନସଭାରେ ଖୋଜିବାକୁ ପଡ଼ିଛି । ଆହୁରି ଗମ୍ଭୀର କଥା ହେଲା, ବିଧାନସଭାରେ ରାଜ୍ୟ ସରକାରଙ୍କର ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଗାନ୍ଧୀଜୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କୁ ପରୋକ୍ଷରେ ଅମର୍ଯ୍ୟାଦା କରିବାକୁ ସାହାସ କରିନାହାନ୍ତି । ମନ୍ତ୍ରୀଙ୍କର ନିର୍ବୋଧତା ହେଉ କି ଆତ୍ମବିଶ୍ୱାସର ଅଭାବ ହେଉ, ସିଧାସଳଖ ଜବାବ ଦେଇପାରିନାହାନ୍ତି । ଓଲଟି ନିଜ ଉପରୁ ଦାୟିତ୍ୱ ଝାଡ଼ି ଦେଇଛନ୍ତି ।
ମହାତ୍ମା ଗାନ୍ଧୀଙ୍କ ୧୫୦ ବର୍ଷ ଜନ୍ମ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ସ୍କୁଲକୁ ‘ଆମ ବାପୁଜୀ:ଏକ ଝଲକ’ ଶୀର୍ଷକରେ ଏକ ପ୍ରଚାରପତ୍ର ପଠାଯାଇଛି । ସେଥିରେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ସମ୍ପର୍କରେ ଉଲ୍ଲେଖ କରାଯାଇଛି ଯେ ୩୦ ଜାନୁଆରୀ ୧୯୪୮ ମସିହାରେ ଦିଲ୍ଲୀ ବିରଜା ଭବନରେ ଏକ ଆକସ୍ମିକ ଘଟଣାକ୍ରମେ ଗାନ୍ଧୀଜୀଙ୍କର ଦେହାବସାନ ହୋଇଥିଲା । ଏହି ବାକ୍ୟଟି ଲେଖିଥିବା ଏବଂ ତାକୁ ଚୂଡ଼ାନ୍ତ କରିଥିବା ବାବୁମାନଙ୍କର ବ୍ୟାକରଣଜନିତ ଅଜ୍ଞତା ଅଛି ନା ଅନ୍ୟ କେଉଁ ରହସ୍ୟ ଅଛି ତାହା ଏ ପର୍ଯ୍ୟନ୍ତ ଜଣାପଡିନି । ଗଣମାଧ୍ୟମ ଏହାକୁ ଲୋକଲୋଚନକୁ ଆଣିବା ପରେ ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏଯାଏଁ ସରକାରଙ୍କ ଜବାବ ଆସିନି ।
ଆଜି ବିଧାନସଭାର ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ । ରାଜସ୍ୱ ବିଭାଗର ପ୍ରଶ୍ନୋତ୍ତର ବେଳେ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଉଦ୍ଦେଶ୍ୟରେ ଶ୍ରୀ ମିଶ୍ର ପଚାରିଥିଲେ, ରାଜ୍ୟ ସରକାର ନାଥୁରାମ ଗଡ଼ସେଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଜାଗା ଦେବେ କି? କାରଣ ଓଡ଼ିଶା ସରକାରଙ୍କ ବହିରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା ନୁହେଁ, ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ଉଲ୍ଲେଖ କରାଯାଇଛି । ତାମାନେ କ’ଣ ଓଡ଼ିଶା ସରକାର ସ୍ୱୀକାର କରିସାରିଲେଣି ଯେ ଗାନ୍ଧୀଙ୍କୁ ହତ୍ୟା କରାଯାଇନି?
ମନ୍ତ୍ରୀ ମାରାଣ୍ଡି ଜବାବ ଦେଇଥିଲେ, ପ୍ରଶ୍ନଟି ମୋ ବିଭାଗ ସମ୍ପର୍କିତ ନୁହେଁ । ସଂସ୍କୃତି ବିଭାଗର ମନ୍ତ୍ରୀ ଉତ୍ତର ଦେଇପାରିବେ ପ୍ରତିମୂର୍ତ୍ତି ହେବ କି ନାହିଁ । ବିଧାନସଭାରେ ମନ୍ତ୍ରୀଙ୍କର ଏହି ଉତ୍ତର ସମସ୍ତଙ୍କୁ ଚକିତ କଲା ଭଳି ନିଶ୍ଚୟ । ଗାନ୍ଧୀ ହତ୍ୟାକାରୀର ପ୍ରତିମୂର୍ତ୍ତି ସ୍ଥାପନ ପ୍ରଶ୍ନ ଆସିଲା କେଉଁଠୁ ବୋଲି ରୋକଠୋକ ପଦୁଟିଏ କହିବାକୁ ମନ୍ତ୍ରୀ ସାହାସ କରିନାହାନ୍ତି । ମନ୍ତ୍ରୀଙ୍କର ଏହା ନିର୍ବୋଧତା ନା ଅସହାୟତା ତାହା ସମସ୍ତଙ୍କୁ ଦ୍ୱନ୍ଦରେ ପକାଇଛି । ପ୍ରତିମୂର୍ତ୍ତି ସ୍ଥାପନ ବିଭାଗର ମନ୍ତ୍ରୀ ନୁହଁନ୍ତି ବୋଲି ନାଥୁରାମ ଗଡ଼ସେ ଜଣେ ମହାପୁରୁଷ ନା ରାକ୍ଷସ ସେହି ବିଚାର କ’ଣ ମନ୍ତ୍ରୀଙ୍କର ନାହିଁ? ସ୍କୁଲରେ ବାପୁଙ୍କ ବିଷୟରେ ସେ କ’ଣ ପାଠ ପଢ଼ିନାହାନ୍ତି? ଜଣାଶୁଣା ହତ୍ୟାକାରୀକୁ ହତ୍ୟାକାରୀ କହିବା ପାଇଁ ମନ୍ତ୍ରୀଙ୍କୁ କ’ଣ ସରକାରୀ ଅନୁମୋଦନର ଆବଶ୍ୟକତା ପଡୁଛି? ତେବେ ସେ ଯାହା ହେଉ, ଶୁନ୍ୟକାଳରେ ନରସିଂହ ମିଶ୍ର ପୁଣି ଏହି ପ୍ରସଙ୍ଗ ଉଠାଇ ସରକାରଙ୍କ ଉପରେ ବର୍ଷିଥିଲେ । ଗାନ୍ଧୀଜୀଙ୍କ ମୃତ୍ୟୁକୁ ଆକସ୍ମିକ ମୃତ୍ୟୁ ଭାବେ ଚିତ୍ରିତ କରିଥିବା ରାଜ୍ୟ ସରକାର ଲୋକଙ୍କୁ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ପଚାରିଥିଲେ । ନିର୍ବାଚନରେ ପରେ ବିଜେପି ସହ ସମ୍ପର୍କ ବଢ଼ାଇଥିବା ବିଜେଡ଼ି ଗାନ୍ଧୀ ଇତିହାସକୁ କଦର୍ଥ କରିବାକୁ ଆରମ୍ଭ କରିଛି କି? ବିଜେପିର କିଛି ନେତା ନାଥୁରାମ ଗଡ଼ସେଙ୍କୁ ଭଗବାନ କହି ପୂଜା କରୁଥିବାରୁ ସେଥିରେ ପ୍ରଭାବିତ ହୋଇ ବିଜେଡିର ଆଭିମୁଖ୍ୟ ବଦଳିଗଲା କି? ମୁଖ୍ୟମନ୍ତ୍ରୀ ଏହାର ଉତ୍ତରଦାୟିତ୍ୱ ନିଅନ୍ତୁ ଏବଂ ରାଜ୍ୟବାସୀଙ୍କୁ ଜବାବ ଦିଅନ୍ତୁ ବୋଲି ନରସିଂହ କହିଥିଲେ । ଯଦି ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ଏହା ହୋଇଥାଏ ତେବେ ସେ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ ।
ବିଜେଡ଼ି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଗମ୍ଭୀର ପ୍ରସଙ୍ଗରେ ବିଧାୟକଙ୍କ ଆଚରଣ ଯେଭଳି ହେବା କଥା ତାହା ହେଉ ନାହିଁ । ସ୍ମିତାରାଣୀ ମୃତ୍ୟୁକୁ ନେଇ ଗୃହ ଅଚଳ ହେଉଥିବା ବେଳେ ଜାତିର ପିତା ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ଅପପ୍ରଚାରକୁ ବିରୋଧ ନାହିଁ । ଏଭଳି କୁତ୍ସିତ କାର୍ଯ୍ୟକୁ ଦଳମତ ନିର୍ବିଶେଷର ସମସ୍ତେ ନିନ୍ଦା କରିବା ଦରକାର ବୋଲି ସୌମ୍ୟରଞ୍ଜନ କହିଥିଲେ । ଉଭୟ ଶାସକ ଓ ବିରୋଧୀ ଦଳର ଅନେକ ସଦସ୍ୟ ଏହି ପ୍ରସଙ୍ଗକୁ ନେଇ ଗଭୀର ଉଦବେଗ ପ୍ରକାଶ କରି ସରକାରଙ୍କଠାରୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ ।
ଶେଷରେ ବାଚସ୍ପତି ଏ ସମ୍ପର୍କରେ ନିଜର ରୁଲିଂ ଦେଇଥିଲେ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଆସନ୍ତାକାଲି ଏ ନେଇ ଗୃହରେ ବିବୃତି ରଖିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।

ସାମ୍ବାଦିକଙ୍କ କଲ୍ୟାଣ ଦାୟିତ୍ୱରେ ମାନସ ମଙ୍ଗରାଜ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ ସାମ୍ବାଦିକମାନଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି । ରାଜ୍ୟ ସରକାରଙ୍କ ମିଡ଼ିଆ ଉପଦେଷ୍ଟା ମାନସ ରଂଜନ ମଙ୍ଗରାଜଙ୍କ ଉପରେ ଏହାର ଗୁରୁଦାୟିତ୍ୱ ନ୍ୟସ୍ତ କରିଛନ୍ତି । ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଓ ସେଗୁଡ଼ିକର ସମାଧାନ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ତାଙ୍କ ସହ ପରାମର୍ଶ କରିବେ । ସାମ୍ବାଦିକତାରେ ଦୀର୍ଘ ଦିନର ଅଭିଜ୍ଞତା ଦୃଷ୍ଟିରୁ ଶ୍ରୀ ମଙ୍ଗରାଜଙ୍କ ପରାମର୍ଶକୁ ଗୁରୁତ୍ୱ ଦେବାକୁ ବିଚାର କରାଯାଇଥିବା କୁହାଯାଉଛି । ମୁଖ୍ୟମନ୍ତ୍ରୀଙ୍କଠାରୁ ନୋଟ୍ ସିଟ୍ ରେ ନିର୍ଦ୍ଦେଶ ପାଇଲା ପରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ଜାରି ହୋଇଛି ।କେବଳ ସାମ୍ବାଦିକଙ୍କ କଲ୍ୟାଣ ଦାୟିତ୍ୱ ନୁହେଁ, ପ୍ରିଣ୍ଟ ଓ ଇଲେକଟ୍ରୋନିକ୍ ଗଣମାଧ୍ୟମକୁ ରାଜ୍ୟ ସରକାର ଦେଉଥିବା ବିଜ୍ଞାପନ ବଣ୍ଟନରେ ଶ୍ରୀ ମଙ୍ଗରାଜଙ୍କର ପରାମର୍ଶ ରହିବ । ଅର୍ଥାତ ତାଙ୍କ ପରାମର୍ଶରେ ବିଜ୍ଞାପନ ଆବଣ୍ଟନ ନିଷ୍ପତ୍ତି ନିଆଯିବ । ଏଥିସହ ସୂଚନା ଓ ଲୋକସମ୍ପର୍କ ବିଭାଗର ଗୁରୁତ୍ୱପୂର୍ଣ୍ଣ ଉତ୍ସବ ଗୁଡ଼ିକରେ ସେ ସମ୍ମାନନୀୟ ଅତିଥି(distinguished guest) ଭାବେ ଯୋଗଦେବେ ବୋଲି ବିଜ୍ଞପ୍ତିନାମାରେ କୁହାଯାଇଛି । ସରକାରଙ୍କ ମିଡ଼ିଆ ଉପଦେଷ୍ଟା ଭାବେ ଶ୍ରୀ ମଙ୍ଗରାଜ ନିଜର ମୂଳ ଦାୟିତ୍ୱ ଏହି ଦାୟିତ୍ୱକୁ ସ୍ୱତନ୍ତ୍ର ଭାବେ ସମ୍ଭାଳିବେ ।ସୂଚନାଥାଉକି, ରାଜ୍ୟ ସରକାରଙ୍କ ମିଡ଼ିଆ ଉପଦେଷ୍ଟା ଭାବେ ମାନସ ମଙ୍ଗରାଜଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି । ଏହି ପଦବୀ ସହ ତାଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା । ମାତ୍ର ଦୁଇମାସ ହେଲା ଦାୟିତ୍ୱ ନେଇଥିଲେ ମଧ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ବେଶ ଚଳଚଞ୍ଚଳ କରିବାରେ ସକ୍ଷମ ହୋଇଛନ୍ତି ।ଏକଦା ଜଣେ ଦକ୍ଷ ଓ ସଫଳ ସାମ୍ବାଦିକ ଭାବେ ପ୍ରତିଷ୍ଠା ଅର୍ଜନ କରିଥିବା ମାନସ ନିଜର ଅଭିଜ୍ଞତାକୁ ପାଥେୟ କରି ରାଜ୍ୟର ସାମ୍ବାଦିକମାନଙ୍କ ସମସ୍ୟାକୁ ସମାଧାନ କରିବାରେ ସଫଳ ହେବେ ବୋଲି ସାମ୍ବାଦିକମହଲରେ ଆଶା ସଂଚାର ହୋଇଛି ।

ବବି, ସଞ୍ଜୟ, ପ୍ରତାପଙ୍କୁ ଗୁରୁଦାୟିତ୍ୱ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ସାଂଗଠନିକ ଦାୟିତ୍ୱ ବିଧାୟକ ପ୍ରଣବ ପ୍ରକାଶ(ବବି) ଦାସଙ୍କ ଉପରେ ନ୍ୟସ୍ତ କରିଛନ୍ତି । ଆଜି ତାଙ୍କୁ ବିଜେଡ଼ିର ସାଧାରଣ ସମ୍ପାଦକ(ସଂଗଠନ) ପଦରେ ନିଯୁକ୍ତି ଦିଆଯାଇଛି । ଅନୁରୂପ ଭାବେ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ମଧ୍ୟ ଗୁରୁ ଦାୟିତ୍ୱ ଦେଇଛନ୍ତି ସୁପ୍ରିମୋ । ତାଙ୍କୁ ବିଜେଡ଼ି ସାଧାରଣ ସମ୍ପାଦକ( ମୁଖ୍ୟାଳୟ) ପଦରେ ନିଯୁକ୍ତି ଦିଆଯାଇଛି । ଦଳରେ ପ୍ରଥମ ଥର ପାଇଁ ଏଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବୀ ସୃଷ୍ଟି କରାଯାଇଛି ।
ଅନ୍ୟପକ୍ଷରେ, ଦଳର ବରିଷ୍ଠ ନେତା ତଥା ଆଳି ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ବିଜେଡ଼ିର ରାଜ୍ୟ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି । ଦଳର ଆଗାମୀ ସାଂଗଠନିକ ନିର୍ବାଚନ ସେ ପରିଚାଳନା କରିବେ ।
ଯାଜପୁରର ଯୁବ ବିଧାୟକ ପ୍ରଣବ ପ୍ରକାଶ(ବବି) ଦାସ ମୁଖ୍ୟମନ୍ତ୍ରୀଙ୍କର ଜଣେ ସଚ୍ଚା ଅନୁଗତ ଓ ବିଚକ୍ଷଣ ସଂଗଠକ ଏହା ପ୍ରମାଣିତ କରିଛନ୍ତି । ସାରା ରାଜ୍ୟରେ ବିଜେଡ଼ି ସଂଗଠନକୁ ଅଧିକରୁ ଅଧିକ ଶକ୍ତିଶାଳୀ କରିବା ପଛରେ ତାଙ୍କର ନିଷ୍ଠା ଓ ଅକ୍ଲାନ୍ତ ପରିଶ୍ରମ ବେଶ୍ ପ୍ରଶଂସନୀୟ । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଅକ୍ଷରେ ଅକ୍ଷରେ ପାଳନ କରିବାରେ ତାଙ୍କର ଗୋଟିଚାଳନା ଦଳ ପାଇଁ ବହୁ ସଫଳତା ଆଣିଛି । ଗତ ସାଧାରଣ ନିର୍ବାଚନ ସମୟରେ ଏହାର ଯଥେଷ୍ଟ ଉଦାହରଣ ଦେଖିବାକୁ ମିଳିଥିଲା ।
ସ୍ୱର୍ଗତ ବିଜୁ ବାବୁଙ୍କ ଏକାନ୍ତ ସହଯୋଗୀ ତଥା ଓଡ଼ିଶା ରାଜନୀତିର ଅନ୍ୟତମ ଟାଣୁଆ ନେତା ସ୍ୱର୍ଗତ ଅଶୋକ ଦାସଙ୍କ ପୁଅ ହେଉଛନ୍ତି ବବି । ୨୦୦୯ ମସିହାରେ ପ୍ରଥମ ଥର ପାଇଁ ଯାଜପୁରରୁ ବିଧାୟକ ନିର୍ବାଚିତ ହୋଇଥିଲେ । ଦ୍ୱିତୀୟ ଥର ବିଧାୟକ ହେବା ପରେ ଗୁରୁତ୍ୱପୂର୍ଣ୍ଣ ଶକ୍ତି ବିଭାଗର ମନ୍ତ୍ରୀ ପଦ ପାଇଥିଲେ । ଅତ୍ୟନ୍ତ ଦକ୍ଷତାର ସହ ସେ ସେହି ଦାୟିତ୍ୱକୁ ନିର୍ବାହ କରି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଚଳିତ ଥର ଯାଜପୁରରୁ ହ୍ୟାଟ୍ରିକ୍ ବିଜୟ ହାସଲ କରିଥିବା ବବି ସ୍ୱଇଚ୍ଛାରେ ମନ୍ତ୍ରୀ ପଦ ଗ୍ରହଣ ନ କରି ସାଂଗଠନିକ କାର୍ଯ୍ୟରେ ମନୋନିବେଶ କରିବାକୁ ଆଗ୍ରହୀ ହୋଇଥିବା ଚର୍ଚ୍ଚା ହୋଇଥିଲା । ବର୍ତ୍ତମାନ ଦଳୀୟ ସମସ୍ତ ସାଂଗଠନିକ କାର୍ଯ୍ୟକ୍ରମରେ ସେ ବେଶ୍ ସକ୍ରିୟ ଅଛନ୍ତି ।
ସେହିଭଳି ସଞ୍ଜୟ ଦାସବର୍ମା ମଧ୍ୟ ଜଣେ ବିଚକ୍ଷଣ ସଂଗଠକ ଭାବେ ଜଣାଶୁଣା । ମନ୍ତ୍ରୀ ଦାୟିତ୍ୱଠାରୁ ସଂଗଠନ ଦାୟିତ୍ୱ ପର୍ଯ୍ୟନ୍ତ ସବୁଥିରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି । ବିଜେଡ଼ି ଯୁବ ସଂଗଠନକୁ ଶକ୍ତିଶାଳୀ ଓ କ୍ରିୟାଶୀଳ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି । ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ସେ ଅତ୍ୟନ୍ତ ସଫଳତାର ସହ କାର୍ଯ୍ୟ କରି ଆସୁଛନ୍ତି । ଚଳିତ ନିର୍ବାଚନରେ ବ୍ରହ୍ମଗିରି ଆସନରୁ ସେ ପରାଜିତ ହୋଇଥିଲେ ମଧ୍ୟ ତାଙ୍କୁ ବିଜେଡ଼ିରେ ଗୁରୁଦାୟିତ୍ୱ ଦେଇଛନ୍ତି ।
ବିଜେଡ଼ି ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ପାଇଥିବା ପ୍ରତାପ କେଶରୀ ଦେବ ୨୦୦୦ ମସିହାରେ ପ୍ରଥମ ଥର ପାଇଁ ଆଳିରୁ ବିଧାୟକ ନିର୍ବାଚିତ ହୋଇଥିଲେ । ଏଥରକୁ ମିଶାଇ ଚାରି ଥର ବିଧାୟକ ହେଲେଣି । ୨୦୦୯ ସରକାରରେ ସେ ଖାଦ୍ୟ ଓ ଯୋଗାଣ ବିଭାଗର ମନ୍ତ୍ରୀ ଭାବେ ଅତ୍ୟନ୍ତ ଦକ୍ଷତାର ସହ କାର୍ଯ୍ୟ କରିଥିଲେ ।

କଳାହାଣ୍ଡି ୱେବ ମିଡ଼ିଆ ଆସୋସିଏସନ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ..!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଜୁନାଗଡ଼) – କଳାହାଣ୍ଡି ଜିଲ୍ଲା ଧର୍ମଗଡ ସ୍ଥିତ ରୋୟାଲ ପ୍ଳେସ୍ ସଭାଗୃହଠାରେ ଶନିବାର କଳାହାଣ୍ଡି ୱେବ ମିଡ଼ିଆ ଆସୋସିଏସନ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ମହା ସମାରୋହ ରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ ବ୍ଳକ ଅଧ୍ୟକ୍ଷ ବଲରାମ ପୁଝାରୀ ଯୋଗଦେଇ ଥିବାବେଳେ ମୁଖ୍ୟ ବକ୍ତା ଭାବେ ସଂଘର ସଭାପତି ଆଦିତ୍ୟ ମହାନ୍ତି, ସମ୍ମାନୀୟ ଅତିଥି ଭାବରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସୁଧାଂଶୁ ଶେଖର ବାଗ, ସଂଘର ସଂପାଦକ ସଂଗ୍ରାମ କେଶରୀ ପାତ୍ର ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିବା ସହ ଗଣମାଧ୍ୟମର ପ୍ରତିନିଧି ମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ଉପସ୍ଥାପନା କରି ସମସ୍ୟାର ସମାଧାନ କରିବା ପାଇଁ ସର୍ବଦା ଚେଷ୍ଟିତ ଅଛନ୍ତି ବୋଲି ମତ ପ୍ରକାଶ କରି ଥିଲେ. । ତେଣୁ କରି ସମାଜରେ ଗଣମାଧ୍ୟମର ପ୍ରମୂଖ ଭୂମିକା ରହିଛି ବୋଲି ଅତିଥି ମାନେ କହି ଥିଲେ ।ଏଥିରେ ଆଇନଜିବୀ ଦିଗାମ୍ବର ଦୁରିଆ ଯୋଗଦେଇ ନିଜ ବକ୍ତବ୍ୟରେ ସାମ୍ବାଦିକତା କୈାଣସି ପେଷା ବା ବୃତ୍ତି ନୁହେଁ କିନ୍ତୁ ଆଜିର ଦିନରେ ଶିକ୍ଷିତ ସମାଜ ସାମ୍ବାଦିକତାକୁ ଆଗକୁନେଇ ଦୁଃସାହସିକ ଭାବରେ ଖବର ପ୍ରସାରଣ, ଅନୁସନ୍ଧାନ ସୂଚକ ଖବର ପ୍ରସାରଣ ଯୋଗୁଁ ସମସ୍ତ ତଥ୍ୟ ଲୋକଲୋଚନକୁ ଆସିପାରୁଛି ବୋଲି କହିଥିଲେ। ଏଥିରେ ସାମ୍ବାଦିକ ଚକ୍ରଧର ବେଶ୍ରା, ଜଗଦୀଶ ଚନ୍ଦ୍ର ନାଏକ, ହିରଣ୍ୟ ବେହେରା, ରୋଜିସ୍ମିତା ଦୁର୍ଗା, ସୁରେନ୍ଦ୍ର ନାଏକ, ପୁରୁଷୋତ୍ତମ ସିଂ ରାଜପୁତ, ନିକୁଞ୍ଜ ଚଲାନ, ଶୋଭିତ ଗାନ୍ଧୀ, ନୟନ ରଞ୍ଜନ ପଣ୍ଡା, ରାକେଶ ବେମାଲ, ତୁଲାମଣି ନାଗ, ଦିଲିପ ଦୁରିଆ ସମେତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକରୁ ବହୁ ସଂଖ୍ୟାରେ ସାମ୍ବାଦିକ ବନ୍ଧୁ ମାନେ ଯୋଗଦେଇ ଥିଲେ। ଶେଷରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଯୋଗଦେଇ ଥିବା ସାମ୍ବାଦିକ ବନ୍ଧୁ ମାନେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ନିଜନିଜର ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ବିକାଶ ନାଏକ ସୁଚାରୁରୂପେ ପରିଚାଳନା କରିଥିଲେ।

ପ୍ରାଣୀ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…!

ଏଥର ସମ୍ଭାଳ ବ୍ୟୁରୋ (ଓଡ଼ଗାଁ) – ପୃଥିବୀ ପୃଷ୍ଠା ରେ ଜିବଜଗତର ପ୍ରତ୍ୟେକ ପ୍ରାଣୀ ସୁରକ୍ଷିତ ଭାବେ ବଂଚି ରହିବାର ଅଧିକାର ରହିଛି । ଜୈବ୍ୟ ବିବନ୍ଧନ ଯୋଗୁଁ ତାହା ନିୟନ୍ତ୍ରିତ ହୋଇଥାଏ । ଖାଦ୍ୟ ଏବଂ ଖାଦକ ସନ୍ତୁଳନରେ ବାଧା ଉପୁଜିଲେ ସମସ୍ୟା ସୃଷ୍ଟିହୁଏ । ସମ୍ପ୍ରତିକ ସମୟରେ ପୃଥିବିରେ ଦେଖାଦେଉଥିବା ଅସନ୍ତୁଳିତ ପରିବେଶ ଯୋଗୁଁ ବିଭିନ୍ନ କ୍ଷେତ୍ରରେ ଦୃତ ପରିବର୍ତନର ଆଭାସ ଦେଖାଦେଉଛିା । ତାହା ଆଜି ବିଶ୍ୱ ନେତୃତ୍ୱ ପାଇଁ ମୁଣ୍ଡବିନ୍ଧାର ପ୍ରମୁଖ କାରଣ ହୋଇଛି । ପରିବେଶକୁ ସନ୍ତୁଳିତ ରଖିବା ପାଇଁ ସମସ୍ତେ ବର୍ତମାନ ସମୟରେ ଆଗେଇ ଆସିବା ପାଇଁ ଆବଶ୍ୟକତା ରହିଛି ବୋଲି କୁରାଳ ଜଗୁନାରାୟଣ ପ୍ରାଥମିକ ବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମରେ ଗଛ ସାରଭାବେ ପରିଚିତ କଂଟିଲୋର ରବୀନ୍ଦ୍ର ପଟ୍ଟନାୟକ ଯୋଗଦେଇ ବୃକ୍ଷରୋପଣ, ପଶୁପକ୍ଷୀଙ୍କୁ ଜଳଦାନ କରି କିପରି ସେମାନଙ୍କର ସୁରକ୍ଷା କରିପାରିବା ଏନେଇ ବିଭିନ୍ନ ପରାମର୍ଶ ଦେଇଥିଲେ । ମନୁଷ୍ୟ ନିଜର ସ୍ୱାର୍ଥ ସାଧନ ପାଇଁ ଗଛକାଟିବା ଏବଂ ଜଳର ଅପବ୍ୟବହାର ରୋକିବା ସହିତ ନିଜର ପାରିପାର୍ଶିକ ସ୍ଥାନ ଗୁଡିକରେ ରହୁଥିବା ପଶୁପକ୍ଷୀଙ୍କର ଜୀବନ ବଂଚାଇବା ପାଇଁ ଉଦ୍ୟମ କରିବାକୁ ସେ ଆହ୍ୱାନ ଦେଇଥିଲେ । ଏପରିକି ମାଟି ପାତ୍ରରେ ବଳକା ଖାଦ୍ୟ ଓ ପାଣିକୁ ଛାତଉପରେ ରଖିଲେ ତାହା ଯେ ଅନ୍ୟପ୍ରାଣୀମାନଙ୍କର ବଂଚିବାରେ ସହାୟକ ହୋଇପାରିବ । ଏଥି ସହିତ ଗଛରୁ ସମସ୍ତ ଫୁଲ ନତୋଳିବାକୁ ପରାମର୍ଶ ଦେଇଥିଲେ । ପ୍ରଜାପତି, ମହୁମାଛି ଆଦିଙ୍କର ଫୁଲ ହେଉଛି ଖାଦ୍ୟ । ଖାଦ୍ୟ, ବସ୍ତ୍ର, ବାସଗୃହ, ଔଷଧ, ଛାୟା, ଜାଳେଣୀ, ପାଣି, ପବନ, ମାଟି ଆଦିର ଆଧାର ହେଉଛି ବୃକ୍ଷ । ତେଣୁ ସମସ୍ତେ ଅନ୍ୟୁନ ଗୋଟିଏ ଲେଖାଏଁ ଗଛ ଲଗାଇ ଯତ୍ନ ନେବାକୁ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ସଂକଳ୍ପ ନେଇଥିଲେ ।

ସିନାପାଲି କୁ ଏନ୍.ଏ.ଏସି ମାନ୍ୟତା ଦାବି ରେ ବନ୍ଦ ଡାକରା…!

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ସିନାପାଲି) – ନୂଆପଡା ଜିଲ୍ଲା ସିନାପାଲି ସହରକୁ NAC ମାନ୍ୟତା ଦାବି ପାଇଁ ଆଜି ସମ୍ପୂର୍ଣ ବନ୍ଦ ଡାକରା ଦିଆ ଯାଇଛି !ଆଜି ଆନ୍ଦୋଳନ କୁ ଜୋରଦାର ଏବଂ ସମ୍ପୂର୍ଣ ସଫଳ କରିବା ପାଇଁ ନାଗରିକ କମିଟି ଆହ୍ୱାନ ରେ ଗୁରୁବାର ସନ୍ଧ୍ୟା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ଥିଲା !ଏଥିରେ କମିଟି ସଭାପତି ଡମ୍ବରୁ ଧର ମେହେର ସଭାପତିତ୍ୱ କରିଥିବା ବେଳେ ନାରାୟଣ ପାତ୍ର, ପୁରୁଷୋତ୍ତମ ମେହେର, ପ୍ରିୟଃରଂଜନ ମେହେର, ଲିଙ୍ଗରାଜ ଘିବେଲା, ଟେନୋ ମେହେର, ଡୋଳାମାଣି ସା, ପିୟୁଷ ପଟେଲ, ମଧୁ ମାଝୀ, ପୁସ୍ତମ ମାଝୀ, ପ୍ରଶାନ୍ତ ନାୟକ, ରାଜେଶ ସା, ପ୍ରମୁଖ ଉପସ୍ଥିତ ଥିଲେ!ସିନାପାଲି ନାଗରିକ କମିଟି ଆହ୍ୱାନ ରେ ଏ ସଂକ୍ରାନ୍ତ ରେ ଏକ ଏକସନ କମିଟି ଗଠନ କରାଯାଇଛି !ଏଥିରେ ସିନାପାଲି ସହର ସମସ୍ତ ଯୁବ ସଙ୍ଗ, ରାଜନୈତିକ ନେତୃ ବୃନ୍ଦ, ସାମାଜିକ କର୍ମୀ ସମସ୍ତେ ସାମିଲ ଅଛନ୍ତି !ଆଜି ସକାଳ 6ଟା ରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ସିନାପାଲି ସହର ବନ୍ଦ ରହିଥିଲା !ଦୋକାନ ବଜାର ସହିତ ସମସ୍ତ ସରକାରୀ ଓ ବେ ସରକାରୀ ଅନୁଷ୍ଠାନ ବନ୍ଦ ହେବ ସହିତ ଚକ ଅଖ ବନ୍ଦ କରିବା ପାଇଁ ନିଆ ଯାଇଥିଲା !ଗୁରୁବାର ସନ୍ଧ୍ୟା ସିନାପାଲି ବନ୍ଦ ପାଇଁ ବାଜାବାଜି ଯନ୍ତ୍ର ଦ୍ୱାରା ସମସ୍ତ ଦୋକାନୀ ଓ ସର୍ବ ସାଧାରଣ ଙ୍କୁ ଅବଗତ କରାଯାଇଛି !ସୂଚନା ଯୋଗ୍ୟ ଯେ ସିନାପାଲି ଗ୍ରାପ ଅନ୍ତର୍ଗତ ସିନାପାଲି କାପ୍ସି,ଯୁଗେନପଦର ସମେତ ଏହା ଗୋଟି ଦୁଇଟା ଗାଁ କୁ ନେଇ NAC ମାନ୍ୟତା ପ୍ରଦାନ କରିବା ପାଇଁ ବାରମ୍ବାର ଦାବି ହୋଇଆସୁଛି !ଏଠାରେ ଦଶ ହଜାର ରୁ ଉର୍ଧ୍ଵ ଲୋକ ବାସ କରୁଥିବା ବେଳେ 2004-05 ରୁ ସହରାଂଚଳ ର ମାନ୍ୟତା ପାଇଥିବା ଜଣା ପଡିଛି !ଏହା ସହିତ ଅନ୍ୟାନ୍ୟ ସମସ୍ତ ଯୋଗ୍ୟତା ଥିଲେ ମଧ୍ୟ ସିନାପାଲି କୁ NAC କରାଯାଇ ନ ଥିବା ଯୋଗୁ ଅଂଚଳ ରେ ଅସନ୍ତୋଷ ବୃଦ୍ଧି ପାଇଛି,!ଗତ ଦିନ ରେ ରାଜ୍ୟ ସରକାର କେତେକ ସହର କୁ NAC ଘୋଷଣା କରିବା ପାଇଁ ପ୍ରସ୍ତାବ ରଖି ଥିଲେ ମଧ୍ୟ ସିନାପାଲି କୁ ଏଥିରୁ ବାଦ ଦିଆଯାଇଛି !ଏ ସଂକ୍ରାନ୍ତ ରେ ଗତ ଦିନ ରେ ବିଧାନ ସଭା ରେ ଆଲୋଚନା ହୋଇଛି ସାରିଛି !ବର୍ତମାନ ସିନାପାଲି କୁ NAC ମାନ୍ୟତା ପାଇଁ ଆନ୍ଦୋଳନ ଜୋର ଧରିଛି !

ମେଲଛାମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ…!

!!! ପଶ୍ଚିମ ଓଡିଶା ମୁଖ୍ୟ ଏମ୍. ଶ୍ରୀକାନ୍ତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବରଗଡ଼ /ମେଲଛାମୁଣ୍ଡା) – ଶନିବାର ଦିନ ବରଗଡ ଜିଲ୍ଲା ମେଲଛାମୁଣ୍ଡା କଲେଜରେ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି । ଏହି ଶିବିରକୁ ଅଧ୍ୟକ୍ଷ ବିନୋଦ ବିହାରୀ ମିଶ୍ର ଉଦ୍ଘାଟନ କରି ଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ । ମାଷ୍ଟର ଟ୍ରେନର ସୁଶ୍ରୀ ଅର୍ପିତା ପ୍ରଧାନ ୭୬ ଜଣ ଛାତ୍ରୀ ମାନଙ୍କୁ ୨ଟି ଗୃପ ମାଧ୍ୟମରେ ଆତ୍ମରକ୍ଷା କୌଶଳ ଶିଖାଇବା ଆରମ୍ଭ କଲେ । ଏହି ଶିବିର ୧୨ ଦିନ ଧରି ଚାଲିବ । କୋ-ଓଡିନେଟର ଅଧ୍ୟାପକ ମହେଶ କୁମାର ମିଶ୍ର ଶିବିର ସଂଚାଳନା ଦାୟିତ୍ୱ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ମିନକେତନ ବିଶ୍ୱାଲ, ଡ. ପ୍ରଦୀପ କୁମାର ପ୍ରଧାନ ଯୋଗଦେଇଥିଲେ । ସଭା ଶେଷରେ କୋର୍ଡିନେଟର ଅଧ୍ୟାପକ ମହେଶ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।