ଗଜପତି ଜିଲ୍ଲା ସ୍ୱଳ୍ପ-ସଞ୍ଚୟ ବିଭାଗ ପକ୍ଷରୁ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ….!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ସଭାଗୃହ ଠାରେ ସ୍ୱଳ୍ପ ସଞ୍ଚୟ ପକ୍ଷ ଉପଲକ୍ଷେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ଏକ ବକ୍ତୃତା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବକ୍ତୃତା ପ୍ରତିଯୋଗିତାରେ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ , ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ମହେନ୍ଦ୍ରଗିରି ସରକାରୀ ମୁନିସିପାଲ ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଆୟୋଜିତ ପ୍ରତିଯୋଗିତା ଉତ୍ସବ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ଼ଃ .ବୃଷକେତୁ ଦାସ ପୌରହିତ୍ୟ କରିଥିବା ବେଳେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ପ୍ରଦୀପ କୁମାର ପାଢୀ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ । ପ୍ରତିଯୋଗିତା କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ମହେନ୍ଦ୍ର କୁମାର ବଦମୁଣ୍ଡି , ଜିଚ୍ଚାରିଓ ଶବର ଏବଂ ଶିକ୍ଷୟତ୍ରୀ ଚନ୍ଦନା ରାଣୀ ପାତ୍ର ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ ଶିକ୍ଷକ ହରିହର ଦାସ ପ୍ରତିଯୋଗିତା କାର୍ଯ୍ୟକ୍ରମର ଆୟୋଜନ କରିବା ସହ ପରିଚାଳନା କରିଥିଲେ ଏବଂ ବରିଷ୍ଠ ଶିକ୍ଷକ କୁମୁଦ ରଂଜନ ଦାସ ଏବଂ ଭେଙ୍କେଟେଶ୍ଵର୍ ରାଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ପ୍ରତିଯୋଗିତାର ବରିଷ୍ଠ ବିଭାଗରେ ରଭଘୁନାଥ ପଣ୍ଡା ପ୍ରଥମ , ତପସ୍ୱିନୀ ପଣ୍ଡା ଦ୍ଵିତୀୟ ଓ ସାଇ ସରୋଜ ଶବର ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାର ପାଇଥିବା ବେଳେ କନିଷ୍ଠ ବିଭାଗରେ ରେଶମା ମଣି ବେହେରା ପ୍ରଥମ , ସଚ୍ଚିତା ମାଝି ଦ୍ଵିତୀୟ ଓ ସୀତାରାମ ମହାରଣା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାର ପାଇଥିଲେ ।

ଦାରିଙ୍ଗବାଡ଼ି ରେ ଶୀତର ଲହରୀ ପାରଦ ଖସିବାରେ ଲାଗିଲାଣି….!

!!! କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ରୁ ବାଲିଗୁଡ଼ା ଉପଖଣ୍ଡ ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଦାରିଙ୍ଗବାଡ଼ି) – କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ରେ ଆରମ୍ଭ ହୋଇଯାଇଛି ଶୀତର ଲହରୀ। ଶୀତର ପ୍ରଥମ ସ୍ପର୍ଶ ରେ ଧରାପୃଷ୍ଠ ପୁଲକିତ। ପହିଲି ଶୀତର ଆଗମନରେ ଥୁରୁଥୁରୁ ଆଉ ମତୁଆଲା ବାଲିଗୁଡ଼ା ବାସିନ୍ଦା। ଧୀରେ ଧୀରେ ପାରଦ ଖସିବା ସହ ସକାଳୁଆ ଘନ କୁହୁଡ଼ି ର ଆସ୍ତରଣ ଦେଖିବାକୁ ମିଳିଛି। କାକର ବିନ୍ଦୁ ରେ ଘାସ ଗାଲିଚା ଝାଲସିବା କାକର ର ଟୋପା ମୋତି ର ଭ୍ରମ ସୃଷ୍ଟି କରୁଛି। ସ୍ଥାନୀୟ ପାର୍କ ଓ ଖେଳ ପଡ଼ିଆରେ ନିଜ କୁ ଫିଟ ରଖିବା ପାଇଁ ପିଲା ଠାରୁ ବୁଢା ସମସ୍ତ ଙ୍କ ଭିଡ଼ ଜମିବାରେ ଲାଗିଲେଣି। ସଭିଏଁ ଆରମ୍ଭ କରି ଦେଲେଣି ଯୋଗ, ବ୍ୟାୟମ ଓ ମର୍ଣ୍ଣିଂ ୱାର୍କ୍। ତଥାପି କୁହୁଡ଼ି ଘୋଡ଼ାଇ ହୋଇଥିବାରୁ ରାସ୍ତା ଘାଟ ରେ ଯାତାୟତ ରେ ବାଧା ସୃଷ୍ଟି ହେଉଛି।

ମହିଳା ସଂଗଠନ ଓ ସ୍ଵବଲମ୍ବି ପାଇଁ ପ୍ରୟାସ…!

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କୋମନା) – ନୂଆପଡ଼ ଜିଲ୍ଲା କୋମନା ବ୍ଲକ କୁରେସ୍ୱର ଗ୍ରାମ ରେ ଶ୍ରୀମତି ଜସୋବନ୍ତି ମେହେର ଙ୍କ ନେତୃତ୍ଵରେ ଶତାଧିକ ମହିଳା ଏକ ଯୁଟ ହୋଇ ଓଡିଶା ସରକାରଙ୍କ ଠୁ ଅନୁମୋଦନ ପ୍ରାତ ମହିଳା ସଂଗଠନ କୁରେସ୍ଵର ଗାଁ ରେ ଏକ ଅଫିସ ଗୃହ ଉଦଘାଟନ କରିଥିଲେ । ଏହି ଉଦ୍ଘାଟନ ଦିବସରେ ମୂଖ୍ୟ ଅତିଥି ଭାବେ ନୂଆପଡ଼ା ବିଧାୟକ ଶ୍ରୀ ରାଜେନ୍ଦ୍ର ଢ଼ୋଲକିଆ, ସମ୍ମାନୀୟ ଅତିଥି ଭାବରେ ମନୋଜ କୁମାର ସାହୁ, ଭଇରଵ ସାହୁ ,କୁରେସ୍ୱର ଗ୍ରାମ ପଞ୍ଚାୟତ ସରପଞ୍ଚ ଅନନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀମତୀ ମେହେର ଙ୍କ ଏହି ଭଳି ପ୍ରୟାସ କୁ ଅଞ୍ଚଳରେ ମହିଳା ଓ ବୁଦ୍ଧି ଯିବି ମାନେ ସମର୍ଥନ ଜଣାଇ ବା ସହିତ ଭୁରି ଭୁରି ପ୍ରସଂଶା କରିଛନ୍ତି ।

କେ. ସିତାପୁର ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନ ; ଅଣ୍ଟାଭିଡି ପ୍ରୟାସ ଜାରି ରଖିଛନ୍ତି ଏକ ଡାକ୍ତର ପରିବାର ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା କାଶୀନଗର ବ୍ଲକର କେ.ସିତାପୁର ଗ୍ରାମରେ ରବିବାର ଦିନ ଚରତି ଶିକ୍ଷା ଓ ସଂସ୍କୃତି ସଦନ ପକ୍ଷରୁ “ସ୍ୱଚ୍ଛ ଭାରତ ଅଭିଯାନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଶତାଧିକ ମହିଳା ପୁରୁଷ,କୁନା କୁନି ସମସ୍ତେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଗ୍ରାମକୁ ସୁନ୍ଦର , ସ୍ୱଚ୍ଛ ଓ ସୁସ୍ଥତା ରଖିବା ପାଇଁ ଅଣ୍ଟା ଭିଡି ପ୍ରୟାସ ଜାରି ରଖିଛନ୍ତି ଏକ ଡାକ୍ତର ପରିବାର । ଗ୍ରାମରେ ପରିବେଶ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦେଇ ଗ୍ରାମକୁ ଅଳିଆ ଆବର୍ଜନା ମୁକ୍ତ କରି ନିରୋଗ ଜୀବନ ଯାପନ କରିବା ସହ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛତା ଓ ସୁସ୍ଥତାର ବାର୍ତ୍ତା ନେଇ ଆରମ୍ଭ କରିଛନ୍ତି ବିଭିନ୍ନ କାର୍ଯ୍ୟକ୍ରମ । କେ . ସୀତାପୁର ଗ୍ରାମରେ ଥିବା ୧୧ ଟି ସାହି-ବସ୍ତିରେ ପ୍ରାୟ ଏକ ହଜାର ପରିବାରର ୪ ହଜାରରୁ ଅଧିକ ଲୋକେ ବସବାସ କରନ୍ତି । ଏହି ଗ୍ରାମରେ ଚରତି ଶିକ୍ଷା ଓ ସଂସ୍କୃତି ସଦନ ନାମରେ ଏକ ସମାଜ କଲ୍ୟାଣ ଅନୁଷ୍ଠାନ ରହିଛି । ଏହି ଅନୁଷ୍ଠାନ ପକ୍ଷରୁ ଗ୍ରାମର ସବୁ ବର୍ଗର ଲୋକମାନଙ୍କୁ ଯଥା ଗ୍ରାମବାସୀ , ମହିଳାମଣ୍ଡଳୀ ସଦସ୍ୟା , ଯୁବକଯୁବତୀ ଓ ଛୋଟ ପିଲାମାନଙ୍କୁ ଏକତ୍ରିତ କରି ସ୍ୱଚ୍ଛତା ଓ ସୁସ୍ଥତାର ବିଭିନ୍ନ ଦିଗ ସମ୍ପର୍କରେ ସଚେତନ କରାଇବା ସହ ତାଙ୍କରି ମାଧ୍ୟମରେ ଗ୍ରାମବାସୀ ମାନଙ୍କୁ ମଧ୍ୟ ସଚେତନ କରାଉଛନ୍ତି । ଏମିତିକି ଗ୍ରାମରେ ସେମାନଙ୍କ ଦ୍ବାରା ସଚେତନତା ଶୋଭାଯାତ୍ର ବାହାର କରି ସମସ୍ତ ସାହିର ଗଳି କନ୍ଦିକୁ ଯାଇ ଜନ ସଚେତନତା କରାଉଛନ୍ତି। ଗ୍ରାମରେ ରହିଥିବା ଅପରିଷ୍କାର ସ୍ଥାନ ତଥା ଅଳିଆ ଆବର୍ଜନ ପଡିଥିବା ସ୍ଥାନକୁ ଯାଇ କୁଡି-ଛାଞ୍ଚୁଣୀ ଓ ଡଲା ଧରି ମନରେ ସ୍ୱଚ୍ଛତା ଓ ପରିଷ୍କାର ମନୋଭାବ ରଖି ସଫାସୁତୁରା କରିଥିଲେ । ଏ ଦେଶର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷାରେ ସ୍ୱଚ୍ଛ ଭାରତ ଗଠନ ପାଇଁ ସ୍ୱଚ୍ଛତା ହିଁ ପବିତ୍ରତା ,ପବିତ୍ର ଓ ସ୍ୱଚ୍ଛ ଭାରତ ଗଠନ ଲକ୍ଷ ନେଇ ଆମର ଏହା ଛୋଟିଆ ପ୍ରୟାସ ବୋଲି ଚରତି ଶିକ୍ଷା ଓ ସଂସ୍କୃତି ସଦନ ଅନୁଷ୍ଠାନର ସଭାପତି ନୀଳମାଧବ ଚରତି କହିଛନ୍ତି। ଆମ ଗାଁ କେ . ସୀତାପୁର ସବୁ ଦିନ ପାଇଁ ସ୍ୱଚ୍ଛ ଓ ସୁସ୍ଥ ହୋଇ ରହିବ , ଏହି ଲକ୍ଷ ନେଇ ଆମେ ଦଳବଦ୍ଧ ହୋଇ ସାହି ସାହି ବୁଲି ସ୍ୱଚ୍ଛତା ଓ ସୁସ୍ଥତା ଉପରେ ସଚେତନତା କାର୍ଯ୍ୟକ୍ରମ ସହିତ ସଫେଇ କାର୍ଯାକ୍ରମ ସବୁ କରାଯାଉଛି । ଏହି ଅବସରରେ ଗ୍ରାମରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା ଗ୍ରାମର ଡାକ୍ତର ଓ ସମାଜସେବୀ ମାନଙ୍କୁ ନେଇ । ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ ଓ ମହିଳା ମଣ୍ଡଳୀ ସଦସ୍ୟା ମାନେ ଉପସ୍ଥିତ ରହିଥିଲେ । ମୁଖ୍ୟତଃ ସ୍ୱଛ୍ୱତା କ’ଣ , ଏହାର ଆବଶ୍ୟକତା କାହିଁକି , ସ୍ୱଚ୍ଛ ପରିବେଶ ଠିକ ନ ରହିଲେ ମନୁଷ୍ୟ ଶରୀରରେ କିଭଳି କୁ-ପ୍ରଭାବ ପଡିଥାଏ ତା’ର ବିଭିନ୍ନ ଦିଗ ଉପରେ ବୁଝାଇ ସମସ୍ତଙ୍କୁ ସଚେତନ କରାଯାଇଥିଲା। ଏହି ସଚେତନତା ସଭା କାର୍ଯ୍ୟକ୍ରମରେ ଡାଃ ନରସିଙ୍ଘ ଚରତି , ଡାଃ ନବନିତ କୃଷ୍ଣଚନ୍ଦ୍ର ବାନୁବନ୍ଧ , ଡାଃ କୁଞ୍ଜ ବିହାରୀ ଚରତି , ସମାଜ ସେବୀ ଦାରପୁ କୃଷ୍ଣମୂର୍ତ୍ତି , ଏବଂ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନୀଳ ମାଧବ ଚରତି ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଇଥିଲେ ।