ଜୁନାଗଡ଼ ଠାରେ ବିଜେଡ଼ି ସୁପ୍ରିମ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ୭୩ ତ୍ତମ ଜୟନ୍ତୀ ପାଳିତ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – ଆଜି ସମଗ୍ର ରାଜ୍ୟରେ ନବୀନ ପଟ୍ଟନାୟକଙ୍କ 73 ତମ ଜନ୍ମ ଦିବସ ପାଳନ କରାଯାଉଅଛି। ଏହି ଅବସରରେ ଆଜି ଜୁନାଗଡ ବିଜୁ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜୁନାଗଡ ସ୍ଥିତ ସଂସ୍କୃତି ଭବନ ପରିସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜୁନାଗଡ ର ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ, ପୂର୍ବତନ ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ମହେଶ୍ ସାହୁ, ବିଜୁ ଯୁବ ଜନତା ଦଳ ର ସଭାପତି ଆଦିତ୍ୟ ନନ୍ଦ, ବିଜୁ ଛାତ୍ର ଜନତା ଦଳର ସଭାପତି ଅବିନାଶ ଠାକୁର ଓ ମୁନା ନାୟକ ଙ୍କ ସମେତ ବିଜୁ ଜନତା ଦଳ ର ସମସ୍ତ କାର୍ଯ୍ୟକର୍ତ୍ତା ରହି ରକ୍ତ ଦାନ କରିଥିଲେ।

ନାହିଁ ନାହିଁ ରେ ଚାଲିଛି ବାଲିଗୁଡା ଉପଖଣ୍ଡ ଘୁ ଉଦୟଗିରି ବ୍ଲକ ଚିକିତ୍ସାଳୟ …!

!!! କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରୁ ଉପଖଣ୍ଡ ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଘୁ ଉଦୟଗିରି) – ରାଜ୍ଯ ର ସ୍ୱାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମି ର ବିକାଶ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାନଙ୍କୁ ଏହାର ସୁବିଧା ଯୋଗାଇ ଦେଉଥିବା ବେଳେ କନ୍ଧମାଳ ଭଳି ଏକ ଅନୁନ୍ନତ ଆଦିବାସୀ ବହୁଳ ଜିଲ୍ଲା ଏହା ପାଇବାରୁ ବଞ୍ଚିତ ହୋଇଛି। ।କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ସ୍ଥିତ ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବିଶେଷଜ୍ଞ ନାହାନ୍ତି. । ମାନ୍ୟ ବର ମୁଖ୍ୟମନ୍ତ୍ରୀ ଙ୍କ 74 ତମ ଜନ୍ମ ବାର୍ଷିକ ଉପଲକ୍ଷେ ରକ୍ତଦାନ ଶିବିର ଜୀବନ ବିନ୍ଦୁ କାର୍ଯ୍ୟ ହେଉ ଥିବା ଘୁ, ଉଦୟଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ 4ଟି ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ଥିବା ଯୋଗୁଁ ଏଠାରେ ଫାର୍ମାସିଷ୍ଟ ମାନେ ସ୍ୱାସ୍ଥ୍ୟ କେନ୍ଦ୍ର ଚଳାଉଥିବା ଅଭିଯୋଗ ହେଉଛି । ସାମାନ୍ୟ ଜ୍ଵର,ଝାଡ,ବାନ୍ତି ହେଲେ ଫୁଲବାଣୀ କିମ୍ବା ଭଞ୍ଜନଗର ସ୍ଥିତ ଚିକିତ୍ସାଳୟ ଉପରେ ନିର୍ଭର କରିବାକୁ ପଡୁଛି । ଏଭଳି ଘଟଣା ଏବେ ନୀତିଦିନିଆ ହୋଇ ପଢ଼ିଛି । ଏହି ଅଂଚଳ ରେ ବହୁତ ସିକଲସେଲ ରୋଗୀ ଅଛନ୍ତି । ଏହି ଭଳି ରୋଗୀ ଙ୍କୁ ସବୁ ବେଳେ ଡାକ୍ତରୀ ଚିକିତ୍ସା ଆବଶ୍ୟକ ହୋଇଥିବା ବେଳେ ଏଠି ଡାକ୍ତର ଙ୍କ ଅଭାବ ରହିଛି । ଏଠାରେ ରକ୍ତ ଭଣ୍ଡାର ନାହିଁ । ଅଞ୍ଚଳ ବାସୀ ଙ୍କ ଏହି ସମସ୍ୟା ପ୍ରତି ସ୍ଥାନୀୟ ବିଧାୟକ ଦୃଷ୍ଟି ଦେଇ ଜନସାଧାରଣ ଙ୍କ ଏହି ମୌଳିକ ସମସ୍ୟାକୁ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟିକୁ ଆଣି ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ଦାବୀ ହେଉଛି ।

ବାଲିଗୁଡା ଚିକିତ୍ସାଳୟ ଠାରେ ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମ ଦିବସ ରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ।

!!! କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରୁ ଉପଖଣ୍ଡ ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବାଲିଗୁଡ଼ା) – କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଚିକତ୍ସାଳୟ ରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସାରା ରାଜ୍ୟରେ ବିଜେଡି ସୁପ୍ରିମୋ ଆହ୍ୱାନ କ୍ରମେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହଉଥିବା ବେଳ ବାଲିଗୁଡା ମଧ୍ୟ ଏହାର ପ୍ରତି ଫଳନ ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ବିଧାୟକ ଚକ୍ର ମଣି କହଁର ପୂର୍ବତନ ବିଧାୟକ ରାଜୀବ ପାତ୍ର. ବାଲିଗୁଡା ପୌରାଞ୍ଚଳ ଉପାଧ୍ୟକ୍ଷ ଲୋକନାଥ ପାଢ଼ୀ , ସୁଜିତ କୁମାର ପାଳ. ଜିଲ୍ଲା ପରିଷଦ ସଭ୍ୟା ସୁଜାତା ଡିଗାଲ. କୋଟଗଡ ବ୍ଲକ ସାଂସଦ ପ୍ରତିନିଧି ମନଜ ସାବତ. କ ନୁଆଁଗାଁ ସାଂସଦ ପ୍ରତିନିଧି ବାସୁଦେବ ପଣ୍ଡା. ଙ୍କ ସମେତ ବୋହୁ ବିଜେଡି କର୍ମୀ ଓ ଆଦିବାସୀ କଲେଜର ଛାତ୍ର ଛାତ୍ରୀ ଙ୍କ ସହ ସ୍ଥାନୀୟ କେତେକ ବୁଦ୍ଧି ଜୀବୀ ଉପସ୍ଥିତ ରହି ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିବାରେ ଭାଗ ନେଇଥିଲେ ।ଏହି ଶିବୀର ବାଲିଗୁଡା ଉପଖଣ୍ଡ ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ଶ୍ରୀ ସୁର ବାବୁ ଟେକନିସିଆନ ବଳରାମ ଗୌଡ଼ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଛି।

ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଜନ୍ମଦିବସ ଅବସରରେ କନ୍ଧମାଳ ଜିଲ୍ଲା ରକ୍ତ ସଂରକ୍ଷଣ କେନ୍ଦ୍ର ଠାରେ ରକ୍ତ ଦାନ ଶିବିର ପାଳିତ ହୋଇଯାଇଛି …!

!!! କନ୍ଧମାଳ ଜିଲ୍ଲା ଫୁଲବାଣୀ ରୁ ଉପଖଣ୍ଡ ପ୍ରତିନିଧି ସୁକାନ୍ତ ବେହେରା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଫୁଲବାଣୀ) – ଓଡିଶା ର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଜନ୍ମଦିବସ ଅବସରରେ କନ୍ଧମାଳ ଜିଲ୍ଲା ରେ ରକ୍ତ ସଂରକ୍ଷଣ ଶିବିର ପାଳନ କରାଯାଉ ଅଛି। ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ର ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ଆକାଂକ୍ଷା ପ୍ରଧାନଏବଂ ବିଧାୟକ ଶ୍ରୀ ଅଙ୍ଗଦ କହଁର, ସାମ୍ମାନୀତ ଅତିଥି ଭାବେ ଯୋଗ ଦେଇଛନ୍ତି । ଖଜୁରୀପଡା ବ୍ଲକ ଅଧକ୍ଷ ଶ୍ରୀ ବୀରେନ୍ଦ୍ର କୁମାର କହଁର, ଏବଂ ଖଜୁରୀପଡା ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଜୁଲିଲତା ଲେଙ୍କା, ଜିଲ୍ଲା ର ବିଜେଡି କର୍ମକର୍ତ୍ତା ଙ୍କ ସହ ଜିଲ୍ଲା ସଭାପତି ଶ୍ରୀ ସରୋଜ କର୍ଣ୍ଣ ଏହି ରକ୍ତଦାନ ଉତ୍ସବ ଆୟୋଜନ କରି ଛନ୍ତି । ପ୍ରଥମେ ଏକ ନମ୍ବର ବେଡ଼ ରେ ଶ୍ରୀ ପ୍ରକାଶ ସାର, ଦୁଇ ନମ୍ବର ବେଡ଼ ରେ ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ଆକାଂକ୍ଷା ପ୍ରଧାନ ଏବଂ ତିନି ନମ୍ବର ବେଡ଼ ରେ ଖଜୁରୀପଡା ବ୍ଲକ ଅଧକ୍ଷ ଶ୍ରୀ ବୀରେନ୍ଦ୍ର କୁମାର କହଁର ଏପରି ଆଉ କେତେକ ମାନ୍ୟଗଣ୍ୟ ବ୍ୟକ୍ତି ରକ୍ତ ପ୍ରଦାନ କରିଛନ୍ତି। ଶ୍ରୀମତୀ ଆକାଂକ୍ଷା ପ୍ରଧାନ କାର୍ଯ୍ୟକ୍ରମକୁ ଫିତା କାଟି ଶୁଭାରମ୍ଭ କରିଥିବା ବେଳେ ଏମ. ଏଲ. ଏ ପ୍ରଦୀପ ପ୍ରଜ୍ୱଳନ କରିଥିଲେ।

ସି.ପି.ଆଇ.ଏମ୍.ଏଲ ଲିବରେସନ୍ ପକ୍ଷରୁ ବାମପନ୍ଥୀ ମାନଙ୍କ ପ୍ରତିବାଦ ସଭା ଏବଂ ରାଲି ଅନୁଷ୍ଠିତ !

!!! ଗୁଣପୁର ରୁ ଦୀପକ ବେହେରା (ସୁନା) ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ ଜିଲ୍ଲା ଗୁଣପୁର ଠାରେ ସି.ପି.ଆଇ.ଏମ୍.ଏଲ ଲିବରେସନ୍ ପକ୍ଷରୁ ବାମପନ୍ଥୀ ମାନଙ୍କ ପ୍ରତିବାଦ ସଭା ଏବଂ ରାଲି ଶ୍ରୀ ତ୍ରିପତି ଗମାଙ୍ଗ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ଦେଶ ରେ ଚରମ ଆର୍ଥିକ ସଙ୍କଟ ଓ ଲୋକ ଙ୍କ ଦୁର୍ଦ୍ଦଶା ବୃଦ୍ଧି ହେଉଥିବା ନେଇ ଏହି ପ୍ରତିବାଦ ସଭା ସି.ପି.ଆଇ.ଏମ୍.ଏଲ ଲିବରେସନ୍ ପକ୍ଷରୁ ଦେଶବ୍ୟାପି ଅକ୍ଟୋବର ୧୦ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୁଚନା ମିଳିଛି ।

ଅଭୟାରନ୍ୟ ରେ ସୁନାଦି ମା ଙ୍କ ଛତର ଯାତ୍ରା ପାଳନ…!

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ନୂଆପଡ଼ା) – ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ ତଥା ମାଓବାଦୀ ଗଡ଼ କହୁଥିବା ସୁନାବେଡ଼ା ରେ ମାଁ ସୁନାଦି ଙ୍କ ଛତରଯାତ୍ରା ରାଜା ରାଜୁଡା କାଳ ରୁ ଚଳି ଆସିଥିବା ବେଳେ ଆଜି ମଧ୍ୟ ୫୨ ଟି ଗାଁର ଚୁକୁଟିଆ ଓ ଭୁଁଜିଆ ସମସ୍ତେ ଏକତ୍ରିତ ହୋଇ ମାଙ୍କ ଯାତ୍ରା କୁ ପାଳନ କରିଛନ୍ତି। ଅଭୟାରନ୍ୟ ର ପ୍ରାକ୍ରୁତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ସୁସଜ୍ଜିତ ଆଲୋକ ମାଳା ଯୋଗୁଁ ଏହା ଯାତ୍ରା ପରିସର କୁ ଆହୁରି ଦୁଇଗୁଣିତ କରିଦେଇଛି।ଏହି ମନୋରମ ଦ୍ରୄଶ୍ୟ କୁ ଉପଭୋଗ କରିବା ସହିତ ମାଙ୍କ ଆଶିଷ ପାଇବା ଆସା ରେ ଅଂକା ବଙ୍କା ପାହାଡ଼ି଼ଆ ରାସ୍ତା କୁ ଖାତିର ନକରି ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତ ମା ଙ୍କ ଦର୍ଶନ ପାଇଁ ମନ୍ଦିରକୁ ଆସିଥାନ୍ତି। ଯେଉଁ ଭକ୍ତ ଙ୍କ ମନସ୍କାମନା ପୂରଣ ହୋଇ ଥାଏ ସେମାନେ ମା ଙ୍କ ପାଖରେ ବୋଦା ବଳି ଦେଇଥାନ୍ତି। ମାଁ ଙ୍କ ନିକଟକୁ ଯିଏ ଆସିଛି ତାହାର୍ ମନୋସ୍କାମନା ନିଶ୍ଚୟ ପୂରଣ ହୋଇଥାଏ ବୋଲି ଏଠାକାର ଲୋକେ କୁହନ୍ତି।

ଏସ.ପି କଲେଜ ରେ ଛାତ୍ରୀ ଆତ୍ମସୁରକ୍ଷା ଶିବିର ଅନୁଷ୍ଠିତ ।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ନର୍ଲା) – କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ନର୍ଲା ପଂଚାୟତ ସମିତି +3 ଡ଼ିଗ୍ରୀ କଲେଜ ଠାରେ ଛାତ୍ରୀ ମାନଙ୍କ ପାଇଁ ଆତ୍ମରକ୍ଷା ଶିବିର 14-10-2019 ଠାରୁ ଆରମ୍ଭ ହୋଇଯାଇଛି ।ଏହି ତାଲିମ ଶିବିର କଲେଜ ଅଧ୍ଯଷ ଶ୍ରୀଯୁକ୍ତ ନାରାୟଣ ନାୟକ, ଅଧ୍ୟାପିକା ବାସନ୍ତି ସାହୁ ଙ୍କ ତତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା । ଶିବୀରରେ କଲେଜ ର ସମସ୍ତ ଛାତ୍ରୀ ମାନେ ଉପସ୍ଥିତ ରହି ନିଜର ଆତ୍ମ ସୁରକ୍ଷା ନେଇ ବିଭିନ୍ନ ପ୍ରକାର ତାଲିମ ଗ୍ରହଣ କରିଛନ୍ତି।ଏହି ତାଲିମ ସ୍ୱାସ୍ଥ୍ୟ ସୁରକ୍ଷା ସହିତ ନିଜର ସୁରକ୍ଷା ପାଇଁ ସହାୟକ ହେବ ବୋଲି ଛାତ୍ରୀ ମାନେ କହିଛନ୍ତି ।ଏହି ଶିବିର ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କଲେଜ ପକ୍ଷରୁ ସୂଚନା ଦିଆଯାଇଛି ।ଏହି କାର୍ଯ୍ୟକ୍ରମ ରେ PET କ୍ଷିତିଶ ବର୍ଗତ୍ତୀ ସହିତ କଲେଜ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଛନ୍ତି ।ଏଭଳି ଗଠନମୂଳକ କାର୍ଯ୍ୟ କୁ ବୁଦ୍ଧିଜୀବି ମହଲରେ ପ୍ରସଂଶା କରାଯାଇଛି ।

୫ ବର୍ଷରେ ବର୍ଷା ଜଳ ସଂରକ୍ଷଣ ଶୂନ: ୧୦୦କୋଟି ନେଇଥିଲେ ଏବେ ପୁଣି ୨୧୮କୋଟି

ଏଥର ସମ୍ଭାଳ ବ୍ୟୁରୋ – ରାଜ୍ୟରେ ବର୍ଷା ଜଳ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଓ ଭୂତଳ ଜଳର ଅପବ୍ୟବହାର ରୋକିବା ପାଇଁ ଉଦ୍ଦିଷ୍ଟ ଓଡ଼ିଶା ଭୂତଳ ଜଳ ଆଇନ କାର୍ଯ୍ୟକାରୀ ହେବାର ୮ବର୍ଷ ବିତିଲାଣି । ବର୍ଷା ଜଳ ସଂରକ୍ଷଣ ପାଇଁ ଗତ ୨୦୧୫ ଜାନୁୟାରୀ ମାସରେ ୧୦୦କୋଟି ଟଙ୍କାର ବଜେଟ୍ ସହ ନୂଆ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କଲେ। କିନ୍ତୁ ଏବେ ୫ବର୍ଷ ବିତିବାକୁ ବସିଲାଣି କିନ୍ତୁ ସେ ଯୋଜନାର ମାତ୍ର ୪୫% ଖର୍ଚ୍ଚ ହୋଇଥିବାବେଳେ ଏବେ ପୁଣି ଆଉ ଏକ ୩ବର୍ଷିଆ ଯୋଜନା ଆଣି ୨୧୮କୋଟି ଖର୍ଚ୍ଚ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଯାହାକି ଯୋଜନା ନାଁରେ ରାଜକୋଷ ପାଣ୍ଠିକୁ ହରିଲୁଟ୍ କରିବାରେ ଓଡ଼ିଶା ସରକାର ପାରଙ୍ଗମତାକୁ ଦର୍ଶାଉଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା।

ମିଳିଥିବା ସୂଚନା ଅନୁସାରେ, ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗତ ସପ୍ତାହରେ ଅନୁଷ୍ଠିତ ବୈଠକରେ ‘ଭୂତଳ ଜଳ ରିଚାର୍ଜ ଓ ସଚେତନତା କାର୍ଯ୍ୟକ୍ରମ’ ନାଁରେ ଏକ ଯୋଜନା କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ହୋଇଛି। ଏହି ଯୋଜନା ରାଜ୍ୟର ୫୫ଟି ବ୍ଲକରେ କାର୍ଯ୍ୟକ୍ଷମ କରିବା ପାଇଁ ଚିହ୍ନଟ ହୋଇଛି। ୪୪ଟି ବ୍ଲକରେ ଭୂତଳ ଜଳ ସ୍ଥିତି କ୍ରମାଗତ ହ୍ରାସ ପାଉଥିବାବେଳେ ୫ଟି ବ୍ଲକରେ ସ୍ଥିତି ଗୁରୁତର ଅଛି। ୬ଟି ବ୍ଲକରେ ସାଲାଇନ୍ ସ୍ତର ରହିଛି। ଏହି ସବୁ ବ୍ଲକରେ ପ୍ରତିବର୍ଷ ୧୦୦ଟି ଘରୋଇ କୋଠା ଓ ୫ଟି ସରକାରୀ କୋଠାର ଛାତ ଉପରେ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା କରାଯିବ। ୬୦୦ଟି ଅଚଳ ନଳକୂପ ଓ ବୋରୱେଲକୁ ସଚଳ କରାଯିବ। ଏହାସହିତ ବର୍ଷା ଜଳ ସଂରକ୍ଷଣ ପ୍ରଚାର ପ୍ରସାର ପାଇଁ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ । ଆସନ୍ତା ୩ବର୍ଷ ପାଇଁ ଏହି କାର୍ଯ୍ୟକ୍ରମ କୁ ନିଷ୍ପତ୍ତି ହୋଇଛି।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ୨୦୧୧ ମସିହାରେ ଭୂତଳ ଜଳ ଆଇନ କାର୍ଯ୍ୟକ୍ଷମ ହେବାପରେ ୪ବର୍ଷ ଧରି ଅଚିନ୍ତାରେ ଶୋଇଥିବା ରାଜ୍ୟ ସରକାର ୨୦୧୫ ଜାନୁୟାରୀ ମାସରେ ବର୍ଷାଜଳ ସଂରକ୍ଷଣ ପାଇଁ ୧୦୦କୋଟି ଟଙ୍କାର ବ୍ୟୟବରାଦ ସହ ଏକ ନୂଆ ଯୋଜନା କାର୍ଯ୍ୟକ୍ଷମ କଲେ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ ବ୍ରହ୍ମପୁର ସହର ଓ ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ସହରାଞ୍ଚଳରେ ଥିବା ସରକାରୀ କୋଠାରେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ସହ ଘରୋଇ କୋଠାରେ ବର୍ଷା ଜଳ ସଂରକ୍ଷଣ ପାଇଁ ପ୍ରୋତ୍ସାହନ ଯୋଗାଇ ଦେବାକୁ ଘୋଷଣା କଲେ। ପ୍ରଥମ ପର୍ଯ୍ୟାୟରେ ୫୫୦ଟି ସରକାରୀ କୋଠା ଓ ୧୬,୪୦୫ଟି ଘରୋଇ କୋଠା ଛାତ ଉପରେ ଏହି ବ୍ୟବସ୍ଥା ପାଇଁ ଲକ୍ଷ୍ୟ ରଖାଗଲା । ମାତ୍ର ୨୦୧୯ ମାର୍ଚ୍ଚ ମାସ ଶେଷ ସୁଦ୍ଧା ବର୍ଷା ଜଳ ସଂରକ୍ଷଣ ବାବଦରେ ଏହି ୧୦୦କୋଟି ଟଙ୍କାରୁ ମାତ୍ର ୪୫କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି । ସମ୍ବଲପୁର, ରାଉରକେଲା ଓ କଟକରେ ମାତ୍ର ୧୦ଟି କୋଠାରେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ହୋଇଥିବାବେଳେ ଭୁବନେଶ୍ୱରରେ ମାତ୍ର ୧୩୧ଟି କୋଠା ଓ ସମଗ୍ର ରାଜ୍ୟରେ ମୋଟ ୯୪୩୮ଟି ଘରୋଇ କୋଠାର ଛାତରେ ଏହି ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି।

୨୦୧୧ ମସିହା ଭୂତଳ ଜଳ ଆଇନରେ ସରକାରୀ କୋଠାର ଛାତ ଉପରେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ବାଧ୍ୟତାମୂଳକ କରାଯିବାର ପ୍ରାବଧାନ ଥିବାବେଳେ ଏହାକୁ ଖୋଦ୍ ରାଜ୍ୟ ସରକାର ଅଣଦେଖା କରିଛନ୍ତି। ଏକ ଆକଳନ ଅନୁସାରେ ୨୦୧୫ ଜାନୁୟାରୀ ମାସ ପରଠୁ ରାଜ୍ୟରେ ନିର୍ମାଣ ହୋଇଥିବା ପ୍ରାୟ ୮୫୦ଟି ସରକାରୀ କୋଠା ମଧ୍ୟରୁ ମାତ୍ର ୩୦% କୋଠାର ଛାତରେ ଏହି ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ସମ୍ଭବପର ହୋଇପାରିଛି।

ତେଣୁ ୫ବର୍ଷ ମଧ୍ୟରେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ନାଁରେ ରାଜକୋଷ ପାଣ୍ଠିକୁ ମନଇଚ୍ଛା ଖର୍ଚ୍ଚ କରିଥିବା ରାଜ୍ୟ ସରକାର ପୁଣିଥରେ ୨୧୮କୋଟି ଟଙ୍କା ପ୍ରାବଧାନ କରିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୁବେନ୍ତି ପ୍ରଧାନଙ୍କ ବ୍ଲକ ଅଧ୍ୟକ୍ଷା ପଦବୀ ରଦ୍ଧ;କାର୍ଯ୍ୟାନୁଷ୍ଠାନ ନିମନ୍ତେ ସଦସ୍ୟଙ୍କ ଦାବୀ ।

!!! କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରୁ ଉପଖଣ୍ଡ ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବାଲିଗୁଡ଼ା) – କନ୍ଧମାଳ ଜିଲ୍ଲା ଦାରିଂବାଡ଼ି ବ୍ଲକ ଅଧକ୍ଷା ସୂବେନ୍ତି ପ୍ରଧାନ ଙ୍କ ୨ ରୁ ଅଧିକ ସନ୍ତାନ ଥିବା ନେଇ ସମିତି ସଭ୍ୟ ମାନେ ଅଭିଯାଗ କରି କୋର୍ଟ ର ଆଶ୍ରୟ ନେଇଥିଲେ । ଏହାକୁ ଭିତ୍ତି କରିଫୁଲବାଣୀ ଜିଲ୍ଲା କୋର୍ଟ ଗତ ଏକ ତାରିଖ ଦିନ ସୁବେନ୍ତି ପ୍ରଧାନ ଙ୍କ ବ୍ଲକ ଅଦକ୍ଷ ପଦବୀ ରଦ୍ଧ ଘୋଷଣା କରିଥିଲେ । ଏହି ଘୋଷଣାର ହେବାର ୧୪ ଦିନ ବିତିଯାଇ ଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ବ୍ଲକ ପ୍ରଶାସନ କୁ ଆଜି ପର୍ଯ୍ୟନ୍ତ ଚିଠି କରିନଥବା ଦାରିଂବାଡ଼ି ବ୍ଲକ ଉପାଦକ୍ଷ ରମାକାନ୍ତ ବଳିରସିଂ ଓ ପନ୍ଦର ଜଣ ସଭ୍ୟ ସଭ୍ୟା ଅଭିଯୋଗ କରି ଛନ୍ତି । ଏ ନେଇ ବିଡିଓ ଭକ୍ତବନ୍ଧୁ ବିଦୁର ଜନାର୍ଦନ ବେହେରା ଦଳାଇ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ବ୍ଲକ ଅଧ୍ୟକ୍ଷା ସୁବନ୍ତି ପ୍ରଧାନ ଙ୍କ ସ୍ୱାମୀ ଶାସକ ଦଳର ବିଧାୟକ ହୋଇଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ବିଷୟକୁ ଚପେଇ ଦେଉଥିବା ଉପାଧକ୍ଷ ରମାକାନ୍ତ ବଳିଆରସିଂ ଅଭିଯୋଗ କରିଛିନ୍ତି । ଜିଲ୍ଲା ପ୍ରଶାସନ ଜାଣିଶୁଣି ସମୟ ଗାଡ଼ାଇବା ଉଦ୍ଦେଶ୍ୟ ରେ ବିଳମ୍ବ କରୁଥିବା ସମିତି ସଭା ସଭ୍ୟା ମାନେ ଅଭିଯୋଗ କରିଛନ୍ତି । ଆଧକ୍ଷାଙ୍କ ସ୍ୱାମୀ ସାଲୁଗା ପ୍ରଧାନ ଜି ଉଦୟଗିରି ନିର୍ବାଚନ ମଣ୍ଡଳୀର ଶାସକ ଦଳର ବିଧାୟକ ହୋଇଥିବା ହେତୁ ଜିଲ୍ଲା ପ୍ରଶାସନ କୌଣସି ଠୋସ ପଦକ୍ଷେପ ନନେଇ କୋର୍ଟଙ୍କ ନିର୍ଦ୍ଦେଶ କୁ ଚପାଇ ରଖିଛନ୍ତି ବୋଲି ବ୍ଲକ ଉପାଧକ୍ଷ ସମେତ ମେମ୍ବର ମାନେ ଅଭିଯୋଗ କରିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶକୁ ଯଥା ଶିଘ୍ର କାର୍ଯ୍ୟ କରାନଗଲେ ଅଗାମୀ ଦିନରେ ବିଧାୟକ ଓ ବିଡିଓ ଙ୍କୁ ଘୋର ବିରୋଧ କରିଯିବ ବୋଲି ସମିତି ସଦସ୍ୟ ଓ ସଦସ୍ୟା ଚେତାବନୀ ଦେଇଛନ୍ତି । ଏ ନେଇ ବିଡିଓଙ୍କ କୋଣସି ପ୍ରତ୍ରିକ୍ରିୟା ମିଳିନାହିଁ।

ଆଜି ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ !

ଏଥର ସମ୍ଭାଳ ବ୍ୟୁରୋ – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ହେଲେ ଏଥର ବାତ୍ୟା ଫୋନି ଯୋଗୁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ଲାଗି ଜନ୍ମଦିନ ପାଳନ ନ କରିବାକୁ ମନସ୍ଥ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେଣୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ସମର୍ଥକମାନଙ୍କୁ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପରିବର୍ତ୍ତେ ଅନାଥାଶ୍ରମ, ଦିବ୍ୟାଙ୍ଗଙ୍କ ପାଖକୁ ଯାଇ ସେମାନଙ୍କ ପାଇଁ କିଛି କରିବାକୁ ପରାମର୍ଶ ଦେଇଛନ୍ତି। ସାଥୀରେ ପିଲାଙ୍କୁ ମଧ୍ୟ ନେବାକୁ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳାରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ତାସହ ‘ହାପି ବାର୍ଥ ଡେ ନବୀନ ପଟ୍ଟନାୟକ’ ବୋଲି ମଧ୍ୟ ବାଲିରେ ଉଲ୍ଲେଖ କରିଛନ୍ତି ।  ଏହି ବାଲୁକା କଳାକୁ ଦେଖିବା ପାଇଁ  ବହୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି ।