ଗୁମ୍ମାରେ ନୂତନ ମୋଟର ଆଇନ ସଚେତନତା ଶିବିର ଅନୁଷ୍ଠିତ।

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଟାଉନ ପ୍ରତିନିଧି ଅନୀତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ସଭାଗୃହ ଠାରେ ଶନିବାର ଦିନ ନୂତନ ମୋଟର ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାରଳାଖେମୁଣ୍ଡି ମୋଟର ଯାନ ନିରୀକ୍ଷକ ବସନ୍ତ କୁମାର ମହାପାତ୍ର ଯୋଗ ଦେଇ ନୂତନ ଆଇନ ବିଷୟରେ ଲୋକଙ୍କୁ ବୁଝାଇ ବର୍ତ୍ତମାନ ସରକାରଙ୍କ ବିଜୁ ଯୁବ ବାହିନୀ ଦ୍ୱାରା ରକ୍ଷକ ସଚେତନତା କାର୍ଯ୍ୟକ୍ରମ ବିଷୟରେ କହି ଲୋକମାନଙ୍କ ବିଭିନ୍ନ ପ୍ରକାରର ପ୍ରଶ୍ନର ଉତ୍ତର ଦେଇ ଥିଲେ ଯେକୌଣସି ପ୍ରକାର ଗାଡି ଗଲା ବେଳେ କାଗଜ ପତ୍ର ଧରି ଯିବା କହି ସଚେତନତା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ ,ବିଡ଼ିଓ ନଟବର ଗରଡ଼, ବିଜୁଯୁବ ବାହିନୀର ଡିପିଏମୟୁ ସାହେବ ବିଶୋୟୀ ,ଜିପିଓ ମୁରଲୀ ବେହେରା ଏବଂ ବ୍ଲକ ର ବିଭିନ୍ନ ଅଧିକାରୀ , ଲୋକ ପ୍ରତିନିଧି ଏବଂ ଲୋକ ମାନେ ଉପସ୍ଥିତ ରହି ଥିଲେ। ବିଜୁଯୁବ ବାହିନୀ ର ବ୍ଲକ କୋଡ଼ିନେଟର ମସୁଲନ ରଇତ ପରିଚାଳନା କରିଥିବାବେଳେ ଜ୍ୟୋତି ପାଢ଼ୀ ସହଯୋଗ କରିଥିଲେ।

ନୂତନ ସଡ଼କ ସୁରକ୍ଷା ଓ ଯାନବାହାନ ଚଳାଚଳ ଆଇନ-୨୦୧୯ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ “ରକ୍ଷକ” ଅନୁଷ୍ଠିତ…!

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଟାଉନ ପ୍ରତିନିଧି ଅନୀତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳା ପୌରପରିଷଦ କାର୍ଯ୍ୟାଳୟ ଓ ବିଜୁ ଯୁବ ବାହିନୀର ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ଠାରେ ସରକାରଙ୍କ ନୂତନ ସଡ଼କ ସୁରକ୍ଷା ଓ ଯାନବାହାନ ଚଳାଚଳ ଆଇନ-୨୦୧୯ ସମ୍ବନ୍ଧୀୟ ଏକ ବିରାଟ ସଚେତନତା କାର୍ଯ୍ୟକ୍ରମ “ରକ୍ଷକ” ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ବିରାଟ ସଚେତନତା ଶୋଭାଯାତ୍ରା ବାହାରିଥିଲା । ଶୋଭଯାତ୍ରାକୁ ଜିଲ୍ଲାପାଳ ଅନୁପମ ଶାହା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସଚେତନତା ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀ , ଶିକ୍ଷକ, ଶିକ୍ଷୟତ୍ରୀ , ଅଧ୍ୟାପକ ଅଧ୍ୟାପିକା , ପୌରପରିଷଦ ଯନ୍ତ୍ରୀ ଓ କର୍ମଚାରୀ ଏବଂ ଜିଲ୍ଲା ବିଜୁ ଯୁବ ବାହିନୀର କର୍ମକର୍ତ୍ତା ମାନେ ଯୋଗ ଥିଲେ । ଛାତ୍ରଛାତ୍ରୀ ମାନେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ସଚେତନତା ମୂଳକ ପ୍ଲା-କାର୍ଡ ମାନ ଧରି ଓ ଶ୍ଳୋଗାନ ଦେଇ ସମଗ୍ର ସହର ପରିକ୍ରମା କରିଥିଲେ ଏବଂ ସଡ଼କ ସୁରକ୍ଷା , ନୂତନ ମୋଟର-ଯାନ ଚଳାଚଳ ସମ୍ପର୍କିତ ନୀତିନିୟମ ଉପରେ ଥିବା ସଚେତନତା ପାମ୍ପ୍ଲେଟ୍ୱ ସବୁ ଲୋକ ମାନଙ୍କୁ ବଣ୍ଟନ କରିଥିଲେ ।ସହରର ମହାରାଜାଙ୍କ ପ୍ୟାଲେସ୍ ସାମନା ଛକରେ ପଥପ୍ରାନ୍ତ ସଚେତନତା ସଭା କରିଥିଲେ । ମୁଖ୍ୟତଃ ଯାନବାହାନ ଚଳାଚଳ କରିବା ବେଳେ ସେମାନଙ୍କ ପାଖରେ ଗାଡ଼ିର ପଞ୍ଜିକରଣ ପ୍ରମାଣପତ୍ର , ବୀମା ପ୍ରମାଣପତ୍ର , ପ୍ରଦୂଷଣ ପ୍ରମାଣପତ୍ର ଓ ଚାଳକ ପ୍ରମାଣପତ୍ର ପ୍ରଭୃତି ରହିବା ଆବଶ୍ୟକ । ଅନ୍ୟ ପକ୍ଷରେ ଯାନବାହାନ ଚଳାଚଳ କରିବା ବେଳେ କୌଣସି ବ୍ୟକ୍ତି ଯଦି ଏହି ସବୁ ନୀତିନିୟମର ଅବମାନନା କରନ୍ତି ବା ଉପରୋକ୍ତ ପ୍ରମାଣପତ୍ର ଓ ଅନ୍ୟାନ୍ୟ ସବୁ ନ ରଖିଥାନ୍ତି ତା ହେଲେ ସେମାନେ ନୂତନ ମୋଟରଯାନ ଆଇନ ଅନୁସାରେ କେଉଁ ପରିମାଣର ଏବଂ କେତେ ପରିମାଣର ଦଣ୍ଡିତ ହେବେ ସେ ସମ୍ପର୍କରେ କହି ଜନ-ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୌର-ପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ , ଏଡିଏମଓ ଡାଃ ଭି: ଲୋକନାଥ ରାଜୁ , ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ ,ପ୍ରମୁଖ ପଥପ୍ରାନ୍ତ ସଭାରେ ଉଦ୍ ବୋଧନ ଦେଇ ଜନ-ସଚେତନତା କରାଇଥିଲେ ।

ବାୟୁ ପ୍ରଦୂଷଣ ଢେଙ୍କାନାଳବାସୀଙ୍କ ହାରାହାରି ପରମାୟୁ କମାଇ ଦେଉଛି କି …?

ଏଥର ସମ୍ଭାଳ ବ୍ୟୁରୋ – ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା AQLI ତଥ୍ୟ ଅନୁସାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୁସ୍ଥ ବାୟୁ ମାନକ ପାଳନ କରାଯାଇ ପାରିଲେ ଢେଙ୍କାନାଳର ଅଧିବାସୀ ମାନଙ୍କ ହାରାହାରି ପରମାୟୁ ଦୁଇ ବର୍ଷ ନଅ ମାସ ବୃଦ୍ଧି କରାଯାଇ ପାରନ୍ତା। ପ୍ରଦୂଷଣ ରୋକିବା ଲାଗି ସମସ୍ତଙ୍କ ସହଯୋଗ ଲୋଡ଼ା ବୋଲି ଢେଙ୍କାନାଳ ସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି)ରେ ଚିକାଗୋବିଶ୍ୱବିଦ୍ୟାଳୟସ୍ଥିତ ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ୍‍ (ଏପିକ୍‍)ର ମିଳିତ ସହଯୋଗରେ ‘ବାୟୁ ପ୍ରଦୂଷଣ ଆମ ଆୟୁଷକୁ କମାଉଛି କି?’ ଶୀର୍ଷକ କର୍ମଶାଳାରେ ମତ ପ୍ରକାଶ ପାଇଛି । କର୍ମଶାଳାରେ ଯୋଗ ଦେଇ ଢେଙ୍କାନାଳ ଉପଜିଲ୍ଲାପାଳ ଭବେଶ କୁମାର ନାୟକ କହିଥିଲେ,ବାୟୁ ପ୍ରଦୂଷଣ ରୋକିବାକୁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଛି । ତେବେ ଏନେଇ ଲୋକେ ସଚେତନ ହେବା ଜରୁରୀ । ତୃଣମୂଳ ସ୍ତରରେ ସମସ୍ତେ ସହଯୋଗ କରିବା ଲୋଡ଼ା । ଏହାସହ ଇ-ଯାନର ଅଧିକ ପ୍ରଚଳନ ତଥା ଅଧିକରୁ ଅଧିକ ସାଇକେଲ ବ୍ୟବହାର ଉପରେ ଲୋକେ ଗୁରୁତ୍ୱ ଦେବା ଆବଶ୍ୟକ ।

ଅନ୍ୟତମ ବକ୍ତାଭାବେ ଯୋଗଦେଇ ଏନଏଏମଆଇ ଅନୁଷ୍ଠାନର ସମ୍ପାଦକ ନିରଦ ନନ୍ଦ କହିଛନ୍ତି, କିଛି ବର୍ଷ ପୂର୍ବରୁ କେବଳ ଅଭିଧାନ ବ୍ୟତୀତ ବାୟୁ ପ୍ରଦୂଷଣ ବୋଲି କୌଣସି ଶବ୍ଦ ବ୍ୟବହାର ହେଉନଥିଲା । ହେଲେ ବର୍ତ୍ତମାନ ପୂରା ସ୍ଥିତି ବଦଳିଯାଇଛି । ସେ ମେକ୍ସିକୋର ଉଦାହରଣ ଦେଇ କହିଛନ୍ତି, ୧୯୭୦ ବେଳକୁ ମେକ୍ସିକୋରେ ବାୟୁ ପ୍ରଦୂଷଣ ସମସ୍ୟାକୁ ସେଠାକାର ପ୍ରଶାସନ ଭଲ ଭାବେ ଅନୁଭବ କରିଥିଲା । ଆଉ ସଙ୍ଗେସଙ୍ଗେ ଏଥିପାଇଁ କିଛି ଯୋଜନା କରିଥିଲା । ଫଳସ୍ୱରୂପ ଏତେ ବଡ଼ ସହରରେ ବି ସେଠାରେ ଏବେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣାଧୀନ ରହିଛି ।

ବରିଷ୍ଠ ସାମ୍ବାଦିକ ସନ୍ଦିପ ସାହୁ କହିଥିଲେ, ଢେଙ୍କାନାଳର ପ୍ରଦୂଷଣ ମୁଖ୍ୟତଃ କୋଇଲା ଜନିତ ଏବଂ ବାୟୁ ପ୍ରଦୂଷଣ ଉପରେ ଅଧିକାଂଶ ଲୋକଙ୍କ ଆଦୌ ଧାରଣା ନାହିଁ କହିଲେ ଭୁଲ ହେବନି । ଏନେଇ ଲୋକେ ସଚେତନ ମଧ୍ୟ ନୁହନ୍ତି । ଗଣମାଧ୍ୟମ ଏଦିଗରେ ସଚେତନତା ବୃଦ୍ଧି କ୍ଷେତ୍ରରେ ଏକ ଗୁରୁ ଦାୟିତ୍ୱ ଅଛି ବୋଲି ସେ ମତ ଦେଇ ଖବରକାଗଜ, ଟେଲିଭିଜନ, ନ୍ୟୁଜ୍ପୋୂର୍ଟାଲ୍‍ ଆଦି ସବୁ ମାଧ୍ୟମରେ ଏ ସମ୍ପର୍କିତ ତଥ୍ୟଭିତ୍ତିକ ଓ ସଚେତନଧର୍ମୀ ଖବର ପରିବେଷଣ ହୋଇ ତୃଣମୂଳସ୍ତରର ଲୋକଙ୍କ ପାଖରେ ପହଞ୍ଚିବା ଉପରେ ସେ ଗୁରୁତ୍ୱ ଦେଇଥିଲେ ।

ଓଡ଼ିଶା ମେଡିକାଲ୍‍ ସର୍ଭିସ୍‍ ଆସୋସିଏସନ୍ରହ ଢେଙ୍କାନାଳ ଚାପ୍ଟରର ମୁଖ୍ୟ ଡ. ଜଗଦାନନ୍ଦ ତ୍ରିପାଠୀ କହିଥିଲେ, ବାୟୁ ପ୍ରଦୂଷଣ ଯୋଗୁଁ ଲୋକେ ବିଭିନ୍ନ ରୋଗର ସମ୍ମୁଖୀନ ହେଉଛନ୍ତି ।ମୁଖ୍ୟତଃ ଶ୍ୱାସକ୍ରିୟା ସମ୍ପର୍କିତ ରୋଗ ଗୁଡିକ ବିଗତ କିଛି ବର୍ଷରେ ଯାଇଛି।ବାୟୁ ପ୍ରଦୂଷଣ ଓ ହାରାହାରି ପରମାୟୁ ଭିତରେ ନକାରାତ୍ମକ ସମ୍ପର୍କ ରହିଛି।ବାୟୁ ପ୍ରଦୂଷଣ ଯେତେ ବଢିବ ଲୋକଙ୍କ ହାରାହାରି ପରମାୟୁ ସେତେ ହ୍ରାସ ପାଇବ ବୋଲି ସେ ମତ ଦେଇଥିଲେ।

କର୍ମଶାଳା ଆରମ୍ଭରେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଥିଲେ, ବାୟୁ ପ୍ରଦୂଷଣ ଏକ କାଳ୍ପନିକ ପ୍ରସଙ୍ଗ ନୁହେଁ । ସାରା ବିଶ୍ୱରେ ଏହା ବର୍ତ୍ତମାନ ସମୟରେ ସବୁଠୁଁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ।ତେବେ ବାୟୁ ପ୍ରଦୂଷଣ କ୍ଷେତ୍ରରେ ଭାରତର ସ୍ଥିତି ବେଶ୍‍ ସଙ୍ଗିନ୍‍ । ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ବିଶ୍ୱର ୧୫ଟି ପ୍ରଦୂଷିତ ସହର ମଧ୍ୟରୁ ଭାରତର ୧୪ଟି ସହର ରହିଛି।ସେହିଭଳି ନୂଆଦିଲ୍ଲୀ ସବୁଠୁଁ ଅଧିକ ପ୍ରଦୂଷିତ ସହର ଭାବେ ପରିଗଣିତ ହୋଇଛି ।ଓଡ଼ିଶାର ଛଅ ଗୋଟି ସହରରେ ବାୟୁ ପ୍ରଦୂଷଣ ଏବେ ମାରାତ୍ମକ ଅବସ୍ଥାରେ ପହଂଚିଛି।ସେଗୁଡିକ ହେଲେ କଟକ, ଭୁବନେଶ୍ୱର, ରାଉରକେଲା, ବାଲେଶ୍ୱର, ଅନୁଗୁଳ ଏବଂ ତାଳଚେର।କେବଳ ସରକାରୀ ସ୍ତରରେ ନୀତି ନିୟମ କରିଦେଲେ ହେବନି ସାମୂହିକ ତଥା ବ୍ୟକ୍ତିଗତ ଭାବେ ଆମକୁ ଏନେଇ ପ୍ରଚେଷ୍ଟା କରିବାକୁ ହେବ ବୋଲି ସେ କହିଛନ୍ତି ।

ଏହାସହ ଏପିକ୍‍-ଇଣ୍ଡିଆର ପ୍ରତିନିଧି ବରିଷ୍ଠ ଡେଟା ଆସୋସିଏଟ୍‍ ଜ୍ୟୋତି ରଞ୍ଜନ ନାୟକ ଓ କମ୍ୟୁନିକେଶନ ଆଣ୍ଡ ଆଉଟରିଚ୍‍ କୋର୍ଡିନେଟରପରଂବ୍ରହ୍ମ ତ୍ରିପାଠୀ ଏୟାର କ୍ୱାଲିଟି ଲାଇଫ୍‍ ଇଣ୍ଡେକ୍ସ ଉପରେ କିଛି ତଥ୍ୟଭିତ୍ତିକ ଉପସ୍ଥାପନା ରଖିଥିଲେ ।ଶେଷରେ ଛାତ୍ର ଛାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ବିଶେଷଜ୍ଞମାନେ ଦେଇଥିଲେ।

ଜଗନ୍ନାଥପ୍ରସାଦ ବ୍ଳକ ଠାରେ ବିଧବା ପେନସନ ,ମଧୁବାବୁ ପେନସନ,ବିକଳାଙ୍ଗ ପେନସନ ଭଳି ଅନେକ ଯୋଜନା ବାଟ ମାରଣା ହୋଇ ପଡିଥିବା ଅଭିଯୋଗ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ରାଜ୍ୟ ସରକାର ଗରୀବ ଜନସାଧାରଣ ଙ୍କ ଉନ୍ନତି ମିମନ୍ତେ ବିଭନ୍ନ ପ୍ରକାର ଯୋଜନା ମାନ ପ୍ରସ୍ତୁତ କରି କାର୍ଯ୍ୟ କରିବାକୁ ଯାଉଥିବା ବେଳେ ସରକାରୀ କର୍ମଚାରୀ ଙ୍କ ଆନ୍ତରିକତା ଅଭାଵ ଓ ବେପାରୁଆ ମନୋଭାବ ଯୋଗୁଁ ଏହା ଠିକ ଭାବେ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହୋଇପାରୁନି । ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ବ୍ଳକ ଠାରେ ବିଧବା ପେନସନ ,ମଧୁବାବୁ ପେନସନ,ବିକଳାଙ୍ଗ ପେନସନ ଭଳି ଅନେକ ଯୋଜନା ବାଟ ମାରଣା ହୋଇ ପଡିଛି । ଏଠି ଅନେକ ବିଧବା ମା’ ପେନସନ ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯେଉଁ ମାଆ ମାନଙ୍କ ସେମାନଙ୍କ ସହ ପରିବାର ଅଛନ୍ତି ଏବଂ ଏହି ବିଧବା ମହିଳା ମାନେ ନିଜ ପରିବାର ଭରଣ ପୋଷଣ ର ଦାୟିତ୍ୱ ମୁଣ୍ଡାଇ ଛନ୍ତି ସେମାନଙ୍କ ଦୁର୍ଦ୍ଦଶା ନକହିବା ଭଲ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବିଜୁ ପକ୍କା ଘର ଯୋଜନା ରେ ବହୁ ହେରଫେର ହୋଇଥିବା ସଧାରଣରେ ଅଭିଯୋଗ ହୋଇଛି । ପ୍ରକୃତ ହିତାଧିକାରୀ ଙ୍କୁ ଏହି ଯୋଜନା ରେ ଚିହ୍ନଟ କରାନଯାଇ ରାଜନୈତିକ ବ୍ୟକ୍ତି ଙ୍କ ପାଖ ଲୋକଙ୍କୁ ଏହାର ସୁଵିଧା ଯୋଗାଇ ଦିଆଯାଇଛି ବୋଲି କୁହାଯାଇଛି । ସ୍ଥାନୀୟ ଜନସାଧାରଣ ଙ୍କ ଏହି ସମସ୍ୟା ଏବଂ କେଳେଙ୍କାରୀ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟିକୁ ଆଣି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅଭିପ୍ରାୟରେ ଭଞ୍ଜନଗର ଉପଖଣ୍ଡ ବିକାଶ ପରିଷଦର ଜଗନ୍ନାଥ ପ୍ରସାଦ ବ୍ଲକ ଶାଖା ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଏଜ ଦାବୀ ପତ୍ର ଆଗାମୀ ୨୧ ତାରିଖ ଦିନ ପ୍ରଦାନ କରାଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।

କିରିକୁଟି ପଞ୍ଚାୟତ ର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ନୂତନ କୋଠା କୁ ମିଳିତ ଭାବେ କନ୍ଧମାଳ ଏମ୍ ପି ଡ଼ଃ ଅଚ୍ୟୁତ ସାମନ୍ତ ଓ ବିଧାୟକ ସାଲୁଗା ପ୍ରଧାନ କଲେ ଉଦ୍ଘାଟନ !

!!! କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରୁ ଉପଖଣ୍ଡ ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବାଲିଗୁଡା) – ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ନୂତନ କୋଠା କୁ ଶୁକ୍ରବାର ମିଳିତ ଭାବେ କନ୍ଧମାଳ ଏମ୍ ପି ଡ଼ଃ ଅଚ୍ୟୁତ ସାମନ୍ତ , ବିଧାୟକ ସାଲୁଗା ପ୍ରଧାନ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଏହି ଅବସର ରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଛାତ୍ର ଛାତ୍ରୀ ଅତିଥି ଙ୍କୁ ସ୍ୱାଗତ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷା ସୁବେନ୍ତି ପ୍ରଧାନ , ସରପଞ୍ଚ ନିର୍ମାତା ପ୍ରଧାନ , ସମିତି ସଭ୍ୟା ବିନୁରୀ ପ୍ରଧାନ , ବିଇଓ ବ୍ରହ୍ମାନନ୍ଦ ରାଉତ , ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଏସ୍ ସୁବ୍ରମନ୍ୟମ୍ , ସହକାରୀ ନିର୍ବାହୀ ଯନ୍ତ୍ରୀ ମନ୍ମଥ ସୁବୁଦ୍ଧି , କନିଷ୍ଠ ଯନ୍ତ୍ରୀ ନିମୁ ରାମ ଡୁଡୁ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟ ର ବିଭିନ୍ନ ସମସ୍ୟା ବିଷୟରେ ଏମ୍ ପି ଓ ବିଧାୟକ ଙ୍କୁ ଅବଗତ କରଯାଇଥିଲା ।

ଟୀକା ବାଲି ବ୍ଲକ ଠାରେ “ରକ୍ଷକ” ନାମରେ ଏକ ଜନ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ !

!!! କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ରୁ ପ୍ରତିନିଧି ସୁରେଶ ପାଣିଗ୍ରାହୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଟିକାବାଲି ) – କନ୍ଧମାଳ ଜିଲ୍ଲା ଟୀକା ବାଲି ବ୍ଲକ ଠାରେ “ରକ୍ଷକ” ନାମରେ ଏକ ଜନ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ବିଜୁ ଯୁବ ବାହିନି ର ଯୁବକ ଯୁବତୀ ମାନେ ଆଯୋଜନ କରିଥିଲେ। ହେଲମେଟ ପିନ୍ଧି ଗାଡ଼ି ଚାଲଇବାକୁ ଜନସାଧାରଣ ଙ୍କୁ ଅନୁରୋଧ କରିବା ସହିତ ସହର ବଜାର ପରିକ୍ରମା କରି ଲୋକଙ୍କୁ ସଚେତନ କରିଥିଲେ। ଏହି କାଯ୍ୟକ୍ରମ ରେ ଟିକାବାଲି ଥାନା ର ଭାରପ୍ରାପ୍ତ ଅଧିକାରୀ ଙ୍କ ସମେତେ ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତି ରହି ପୁର୍ଣ୍ଣ ସହଯୋଗ କରିଥିଲେ।

ବାପା, ମାଁ ଛେଉଣ୍ଡ ବିନୋଦ ସାଗର ଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବୀ !

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଡ଼ୁମେରଗୁଡା ଗ୍ରାମପଞ୍ଚାୟତ ର କେରମୁଣ୍ଡା ଗାଁ ରେ. ବାପା, ମାଁ ଛେଉଣ୍ଡ ବିନୋଦ ସାଗର ବୟସ ପ୍ରାୟ 11 ରୁ 12 ବର୍ଷ । ବିନୋଦ ସାଗର ଙ୍କ ମାଁ ସିନ୍ଦୁକା ସାଗର ଘରଛାଡି କୁଆଡେ ଚାଲିଯାଇଥିଲେ ।ସେ କଥା ଭାବି ଭାବି ୨୦୧୪ ମସିହାରେ ବିନୋଦ ର ବାପା ପବିତ୍ର ସାଗର ଙ୍କ ଦେହାନ୍ତ ହୋଇଯାଇଥିଲା ।ସେ ଏବେ ବାପା, ମାଁ ଛେଉଣ୍ଡ ସାଙ୍ଗକୁ ବାସହରା ହୋଇପଡିଛନ୍ତି । ଘରର ଅବସ୍ଥା ମଧ୍ୟ ଠିକ ନଥିବା ବେଳେ ସେ ଗାଁ ର ୟା’ ତା ‘ଘରେ ଖାଇକି ତା ଜୀବନ ବଞ୍ଚାଇଛି ଯଦି ନମିଳିଲା ଭୋକ ଉପାସରେ ମଧ୍ୟ ଶୋଇବାକୁ ପଡୁଛି । ଓବିସି, ଏସଟି, ଏସସି ଏବଂ ସଂଖ୍ୟାଲଘୁ ମିଳିତ ମଞ୍ଚ ଧର୍ମଗଡ ଉପଖଣ୍ଡ ସଂଗଠନର ସଭାପତି ଚକ୍ରଧର ବେଣୁପାଣି ଙ୍କ ନେତୃତ୍ୱରେ ଢଗ ନାଏକ, ଶ୍ୟାମସୁନ୍ଦର ମାଝୀ, ଦେବାରଚନ ସେଠିଆ, କମଳା କାନ୍ତ ବିହାରୀ ପ୍ରମୁଖ ବିନୋଦ କୁ ଭେଟିବା ସହ ତାକୁ ନେଇ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କେରମୁଣ୍ଡା ର ପ୍ରଧାନ ଶିକ୍ଷକଙ୍କୁ ସାକ୍ଷାତ କରାଇବା ସହ ସ୍ଥାନୀୟ ଲୋକଙ୍କୁ ତାର ଦେଖାଶୁଣା କରିବାକୁ ଅନୁରୋଧ କରିଥିଲେ । ସଂଗଠନ ତରଫରୁ ଢଗ ନାଏକ ଓ ଶ୍ୟାମସୁନ୍ଦର ମାଝୀ ଯଶୋଦା ଅନାଥ ଆଶ୍ରମ କୁ ଯାଇ ତାର ଥଇଥାନ ପାଇଁ ଅନୁରୋଧ କରିଥିଲେ । ସରକାର ତାକୁ ଯଥାଶୀଘ୍ର ଅନାଥ ଆଶ୍ରମରେ ରଖିବାର ବ୍ୟବସ୍ଥା କରିବା ନିମନ୍ତେ ଗ୍ରାମବାସୀ ଓ ସ୍ବେଛାସେବୀ ଦାବୀ କରିଛନ୍ତି ।

ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗର ଉପଦେଷ୍ଟା ଶ୍ରୀ ସୁଧୀର କୁମାର ଦାସ ଅଚାନକ ଫୁଲବାଣୀ ଜିଲ୍ଲା ମେଡିକାଲ ଗ୍ରସ୍ତ …!

!!! କନ୍ଧମାଳ ରୁ ଫୁଲବାଣୀ ଉପଖଣ୍ଡ ପ୍ରତିନିଧି ସୁକାନ୍ତ ବେହେରା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଫୁଲବାଣୀ) – ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗର ଉପଦେଷ୍ଟା ଶ୍ରୀ ସୁଧୀର କୁମାର ଦାସ ଅଚାନକ ଫୁଲବାଣୀ ଜିଲ୍ଲା ମେଡିକାଲ ଗ୍ରସ୍ତ କରିଥିଲେ । ସେଠାରେ C D M O,ସ୍ୱାସ୍ଥ୍ୟ ସଂଯୋଜକ ,ମେଡିକାଲ ଇନ୍ଚାଜ ସହ ଆଲୋଚନା କରିଥିଲେ ।ଏହି ଆଲୋଚନାରେ ରାୟଗଡା ଜିଲ୍ଲା ସମ୍ପାଦକ ଗଗନବିହାରି ଆଚାର୍ଯ୍ୟ ,ରତନ ଲାଲ ଜୈନ ଏହି ଆଲୋଚନାରେ ଯୋଗ ଦେଇଥିଲେ।ମେଡିକାଲ ପରିଦର୍ଶନ କରିବା ସଗେଂସଗେଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳ କାର୍ଯ୍ୟକାରିତା ନେଇ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସେଠାକାର ସ୍ଥିତି ଉପରେ ସମୀକ୍ଷା କରିଛନ୍ତି ।
ରୋଗୀଙ୍କ ସହ ମିଶି ତାଙ୍କ ଭଲମନ୍ଦ କଥା ବୁଝିଥିଲେ ,ରୋଗୀ ମାନଙ୍କୁ ସରକାରଙ୍କ ତରଫରୁ ଦିଆଯାଉଥିବା ଫ୍ରି ମେଡିସିନ ଦିଆଯାଇଛି ନା ବାହାର ର ମେଡିସିନ ଡାକ୍ତର ଆଣିବା ପାଇଁ କହୁଛନ୍ତି ସେ ବିଷୟରେ ପଚାରି ବୁଝିଥିଲେ ।ଏହାପରେ ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପ୍ରକୋଷ୍ଠ ପରିଦର୍ଶନ କରିଥିଲେ ।ପ୍ରତିଦିନ ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କ ସହ ଆଲୋଚନା କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଂପର୍କରେ ଅବଗତ କରାଇ ଉପଯୁକ୍ତ ହାସପାତାଳ କୁ ସେମାନଙ୍କୁ ସୁପାରିଶ କରିବା ନିମନ୍ତେ ସେ ନିଦେଶ ଦେଇଥିଲେ ।ପ୍ରତି ଗ୍ରାମ ପଞ୍ଚାୟତ ସ୍ତରରେ ଏହି ଯୋଜନା ସଂପର୍କରେ ସଚେତନ କରାଇବା ସକାଶେ ପ୍ରଚାର ପ୍ରସାର ନିମନ୍ତେ ପ୍ରଚାର ପତ୍ର ବଣ୍ଟନ ପାଇଁ ମଧ୍ୟସେ କହିଥିଲେ ।
ଏଭଳି ଗ୍ରସ୍ତ କୁ ଫୁଲବାଣୀ ଜିଲ୍ଲାର ବୁଦ୍ଧି ଜୀବିମାନେ ସ୍ୱାଗତ କରିଥିଲେ।
ଏହା ପରେ ଫୁଲବାଣୀ ସରକିଟ ହାଉସ କୁ ଯାଇ M P(ସାସଂଦ) ଅଚ୍ୟୁତ ସାମନ୍ତ,ଫୁଲବାଣୀ ବିଧାୟକ ଅଗଂଦ କଅଁର,ବାଲିଗୁଡା ବିଧାୟକ ଚକ୍ରମଣି କଅଁର ସହ ଦଳୀୟ ନେତା କର୍ମୀଙ୍କସହ ଦଳୀୟ ସମ୍ପର୍କରେ ଆଲୋଚନା କରି ଫେରିଥିବା ଜଣାପଡିଛି ।

ବିଜ୍ଞାନ ଶିକ୍ଷକ ଶ୍ରୀ ଟିକେଶ୍ୱର ନାଏକ ଙ୍କୁ ସମ୍ମାନିତ।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – ସମୟର ସଦୁପଯୋଗ କରି ପ୍ରାର୍ଥନା ସଭାରେ ପ୍ରତ୍ୟେକ ପିଲାଙ୍କୁ ଗଣିବାରେ ବ୍ୟବହାର କରିବା ଓ ଗଣିତର ମୌଳିକ ଶିକ୍ଷା ଗ୍ରହଣ କୁ ଦୃଷ୍ଟିରେ ରଖି “ପ୍ରାର୍ଥନା ସଭାରେ ସଂଖ୍ୟାର ଅଭିନବ ଶିକ୍ଷା” ସନ୍ଦର୍ଭରେ ଇନୋଭେଟିବ ଆଇଡିଆ ପ୍ରସ୍ତୁତ କରିଛନ୍ତି l ପଠତ୍ୟାଗୀ ପିଲା ର ସଂଖ୍ୟା ହାର କମେଇବା ଓ ସରକାରୀ ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବଢାଇବା କୁ ଦୃଷ୍ଟିରେ ରଖି “ଛାତ୍ର ଛାତ୍ରୀଙ୍କ ସ୍ଵ-ଉପସ୍ଥାନ” ସନ୍ଦର୍ଭରେ କ୍ୟାସେ ଷ୍ଟଡି ପ୍ରସ୍ତୁତି l ଏମିତି ଦୁଇଟି ପ୍ରସ୍ତୁତିକୁ ନେଇ ନୂଆ ଦିଲ୍ଲୀ ସ୍ଥିତ ଶ୍ରୀ ଅରବିନ୍ଦ ସୋସାଇଟି ତରଫରୁ ବିଜ୍ଞାନ ଶିକ୍ଷକ ଶ୍ରୀ ଟିକେଶ୍ୱର ନାଏକ ଙ୍କୁ ସମ୍ମାନ ଜଣକ “ଟିଚର ଇନୋଭେସନ ଆୱାର୍ଡ” ରେ ସମ୍ମାନିତ କରାଯାଇଛି l ଶ୍ରୀ ନାଏକ ଙ୍କ ଜନ୍ମସ୍ଥାନ ହେଲା କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ର ଚିଲିଚିଲା ଗାଁ |ଶ୍ରୀ ନାଏକ ବର୍ତମାନ ଧର୍ମଗଡ ବ୍ଲକ ଅନ୍ତର୍ଗତ ବଗାଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ଓ ଗଣିତ ଶିକ୍ଷକ ଭାବରେ କାର୍ଯ୍ୟରତ l ଉଚ୍ଚ ଶିକ୍ଷା ନିମନ୍ତେ ଗଣିତ ଓ ବିଜ୍ଞାନ ର ଭୂମିକା ଗୁରୁତ୍ୱ ପୂର୍ଣ୍ଣ କୁ ଆଖି ଆଗରେ ରଖି କିପରି ବିଜ୍ଞାନ ଓ ଗଣିତ କୁ ଶିକ୍ଷ୍ୟାର୍ଥୀ ସହଜରେ ବୁଝି ପାରିବେ ସେଥିପ୍ରତି ଶ୍ରୀ ନାଏକ ସର୍ବଦା ଚେଷ୍ଟିତ l ତାଙ୍କର ମାର୍ଗ ଦର୍ଶନରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ବିଜ୍ଞାନ ପ୍ରକଳ୍ପ ଜିଲ୍ଲା ସ୍ତରରେ ଦେଖାଇ ପାରିଛନ୍ତି l ଖାଲି ସେତିକି ନୁହେଁ ତାଙ୍କର ମାର୍ଗଦର୍ଶନରେ ଜାତୀୟ ରୋଡ ସେଫଟି ଡେ ପାଳନ ଅବସରରେ ଜଣେ ଛାତ୍ରୀ ସ୍ଲୋଗାନ ଲିଖନରେ ପ୍ରଥମସ୍ଥାନରେ ପୁରସ୍କୃତ ହୋଇ ରାଜ୍ୟ ସ୍ତରରଭାଗ ନେବା ପାଇଁ ଚୟନ ହେଇଛନ୍ତି lଶିଶୁ ମହୋତ୍ସବ ସୁରଭି 2018 ରେ ଶ୍ରୀ ନାଏକଙ୍କ ତତ୍ୱାବଧାନରେ ଛାତ୍ର ଛାତ୍ରୀ ମାନେ ଜିଲ୍ଲା ସ୍ତରରେ ପୁରସ୍କୃତ ହେଇଛନ୍ତି ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ରାଜ୍ୟସ୍ତରରେ ଭାଗ ନେଇ ଉଚ୍ଚ ପ୍ରସଂଶିତ ହେଇଛନ୍ତି l ଓଡିଶା ସରକାରଙ୍କ ପିଠା କାର୍ଯ୍ୟକ୍ରମରେ ଓ କଳାହାଣ୍ଡି ଉତ୍ସବରେ ଛାତ୍ରମାନଙ୍କ ଦ୍ୱାରା କଳାହାଣ୍ଡିର ଗଣବାଦ୍ୟ ଘୁମୁରା ପରିବେଷଣ କରାଇ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ଠାରୁ ପ୍ରଶଂସା ପତ୍ର ପାଇଛନ୍ତି l ତତ ସହିତ ବଗାଡ ବିଦ୍ୟାଳୟ ର ପୁରାତନ ଛାତ୍ର ନ ହୋଇ ମଧ୍ୟ ମୋ ସ୍କୁଲ ଅଭିଯାନ ରେ ବଗାଡ ସ୍କୁଲ କୁ 10, 000 ଟଙ୍କା ଚେକ ମାଧ୍ୟ୍ୟମରେ ଦାନକରି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଠାରୁ ପ୍ରସଂଶା ପତ୍ର ପାଇଛନ୍ତି l ବିଦ୍ୟାଳୟ ତଥା ଛାତ୍ର ଛାତ୍ରୀର ଶୈଖିକ ଓ ଅଣ ଶୈଖିକ ବୃଦ୍ଧି ପାଇଁ ସମସ୍ତ ସହକର୍ମୀ ଶିକ୍ଷକଙ୍କ ସହଯୋଗ ଓ ପ୍ରେରଣା ନିତାନ୍ତ ଜରୁରୀ ବୋଲି କହନ୍ତି l ଛାତ୍ର ର ଭବିଷ୍ୟତ ପ୍ରାଥମିକ ଶିକ୍ଷକଙ୍କ ହାତରେ ତେଣୁ ନିଜ ପୁଅଝିଅ ଭଳି ଶିକ୍ଷାଦାନ କରିବା l

ଫୁଲବାଣୀ ଠାରେ 500 ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ପ୍ରତିଷ୍ଠା କରିବା ନେଇ ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିଶ୍ରୁତି ପରେ ଅଞ୍ଚଳ ଉତ୍ସବ ମୂଖର…!

!!! କନ୍ଧମାଳ ଜିଲ୍ଲା ରୁ ଫୁଲବାଣୀ ଉପଖଣ୍ଡ ପ୍ରତିନିଧି ସୁକାନ୍ତ ବେହେରା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଫୁଲବାଣୀ) – କନ୍ଧମାଳ ପିପୁଲ ଫୋରମସ ର ଧାରଣା, ରାଲି ଏବଂ ସାଂସଦ ଶ୍ରୀଯୁକ୍ତ ଅଚ୍ୟୁତାନନ୍ଦ ସାମନ୍ତ ଙ୍କ ଆବେଦନ ପରେ ଫୁଲବାଣୀ ଲୋକଙ୍କୁ ମିଳିଛି ଏକ ବଡ ସଫଳତା। ମୁଖ୍ୟମନ୍ତ୍ରୀ ଜନ୍ମ ଦିବସ ରେ ଫୁଲବାଣୀ ଠାରେ 500 ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ସ୍ଥାପନ କରାଯିବା ଖୋଦ୍ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଖୁସିରେ କନ୍ଧମାଳ ରେ ସାଂସଦ, ବିଧାୟକ ଓ ସମସ୍ତ କନ୍ଧମାଳ ପିପୁଲସ ଫୋରମ ର ବୁଦ୍ଧିଜୀବୀ, ଜ୍ଞାନୀ ଓ ମହାନବ୍ୟକ୍ତି ମାନେ ଖୁସି ମନାଇଛନ୍ତି। ଏହି ସଫଳତା ପାଇଁ ସହରବାସୀ ସଂସାଦ ଓ ବିଧୟକ ଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି।