ଗଜପତି ପୋଲିସ ପ୍ରଶାସନ ପକ୍ଷରୁ ୬୦ ତମ ଶହୀଦ ସ୍ମୃତି-ରକ୍ଷା ଦିବସ ପ୍ୟାରେଡ଼-୨୦୧୯ ପାଳିତ…!

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଟାଉନ ପ୍ରତିନିଧି ଅନୀତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ବେତାଗୁଡା଼ ସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ଠାରେ ସୋମବାର ଦିନ ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ୬୦ ତମ ଶହୀଦ ସ୍ମୃତି-ରକ୍ଷା ଦିବସ ପ୍ୟାରେଡ଼-୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ମୁଖ୍ୟଅତିଥି ଭାବେ ଯୋଗଦେଇ ଶହୀଦ ପ୍ୟାରେଡ଼ରେ ଯାଇ ଶହୀଦ ପୋଲିସ ଯବାନ ସ୍ତମ୍ଭ ଠାରେ ଶହୀଦ ପୋଲିସ ଯବାନ ମାନଙ୍କ ସ୍ମୃତି-ରକ୍ଷା ଉଦ୍ଦେଶ୍ୟରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଥିଲେ ।ପରେ ଶହୀଦ ପୋଲିସ ଯବାନ ମାନଙ୍କ ସ୍ମୃତି ଚାରଣ କରି ସେମାନେ କିଭଳି ଦେଶ , ଜାତି ଅଞ୍ଚଳର ସୁରକ୍ଷାରେ କାର୍ଯ୍ୟରତ ଥିବାବେଳେ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ ବୋଲି କହିଥିଲେ । ପ୍ରତ୍ୟେକ ପୋଲିସ ଭାଇ ସେହି ଶହୀଦ ମାନଙ୍କ ଆଦର୍ଶରେ ନିଜକୁ ଅନୁସରଣ କରିବାକୁ ଦେଶ ସେବାରେ ଆଗେଇ ଯିବାକୁ ଆହ୍ବାନ କରିଥିଲେ । ଏହି ଅବସରରେ ସମସ୍ତ ଶହୀଦ ହୋଇଥିବା ପୋଲିସ ଯବାନ ମାନଙ୍କ ତାଲିକା ପାଠା କରିବା ସହ ରାଜ୍ୟର ମାଲକାନଗିରିରେ ଗତ ୨୦୦୮ ମସିହାରେ ନକ୍ସଲ ମାନଙ୍କ ଲ୍ୟାଣ୍ଡ-ମାଇନ ବିସ୍ପୋରଣରେ ଶହୀଦ ହୋଇଥିବା ଜିଲ୍ଲାର ୨ ଜଣ ପୋଲିସ କନେଷ୍ଟବଳ ଯବାନ ଶହୀଦ ସୀମାଞ୍ଚଳ ପ୍ରଧାନ ଏବଂ ବିଶ୍ବଜିତ ଜେନାଙ୍କ ପତ୍ନୀଙ୍କୁ ଉପ-ଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ପରେ ଶହୀଦ ପ୍ୟାରେଡ଼ ସବୁ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ସିତାରାମ୍ ଶତପଥି , ଏସଡିପିଓ ଠାକୁର ପ୍ରସାଦ ପାତ୍ର , ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକା ନନ୍ଦ ସ୍ବାଇଁ ଏବଂ ଅନ୍ୟାନ୍ୟ ପୋଲିସ ଅଧିକାରୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହିଥିଲେ ।

ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନୀତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ କଇଁପୁର ସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗଜପତି ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟାକ୍ରମରେ ଜିଲ୍ଲାପାଳ ଅନୁପମ ଶାହା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗଦେଇ ରାୟଗଡ ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ଉପସ୍ଥିତିରେ ଆସିଥିବା ଅଞ୍ଚଳବାସୀ ମାନଙ୍କ ସମସ୍ତ ଅଭିଯୋଗ ଗୁଡିକୁ ନେଇ ସମାଧାନ ଶୁଣାଣୀ କରିଥିଲେ । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ସମୁଦାୟ ଭାବେ ୪୩ ଗୋଟି ବିଭିନ୍ନ ପ୍ରକାରର ଅଭିଯୋଗ ଗୁଡ଼ିକ ଆସିଥିବା ବେଳେ ସେଥି ମଧ୍ୟରୁ ୨୯ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୪ ଗୋଟି ଗୋଷ୍ଠୀ ଗତ ଅଭିଯୋଗ ଆସିଥିଲା । ସେଥି ମଧ୍ୟରୁ ଗୋଟିଏ ମାତ୍ର ସମସ୍ୟା ଗତ ଅଭିଯୋଗର ସମାଧାନ ହୋଇଥିଲା । ଅନ୍ୟ ସମସ୍ତ ଅଭିଯୋଗ ଗୁଡ଼ିକ ପାଈଁ ଉପସ୍ଥିତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ନିକଟକୁ ଅଭିଯୋଗ ପତ୍ର ଗୁଡ଼ିକ ଦିଆଯାଇ ତୁରନ୍ତ ସେମାନଙ୍କର ଅଭିଯୋଗ ଗୁଡ଼ିକର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗ ଗୁଡ଼ିକ ମଧ୍ୟରେ ବିଜୁ ପକ୍କା ଘର , ରାସ୍ତା , ପାନୀୟ-ଜଳ ଭତ୍ତା , ପଟ୍ଟା , ବିଦ୍ୟୁତ ଆଲୋକ ପ୍ରଭୃତିର ଥିଲା । ଅନ୍ୟ ଅଧିକାରୀ ମାନଙ୍କ ମଧ୍ୟରେ ରାୟଗଡ ବ୍ଲକ-ଅଧ୍ୟକ୍ଷ ଧନେଶ୍ୱର ଭୂୟାଁ , ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା , ବ୍ଲକ-ବିଡିଓ.ଲୁକାସ ପ୍ରଧାନ ଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ , ସରପଞ୍ଚ , ସମିତି ସଭ୍ୟ ପ୍ରମୁଖ ମଞ୍ଚାସୀନ କରିଥିଲେ । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟକ୍ରମରେ କଇଁପୁର ପଞ୍ଚାୟତର ସମସ୍ତ ଗ୍ରାମର ଶତାଧିକ ସଂଖ୍ୟାରେ ଅଞ୍ଚଳବାସୀ ଯୋଗ ୟଦେଇଥିଲେ ।

“ରକ୍ଷକ” ସଡ଼କ ସୁରକ୍ଷା ସମ୍ପର୍କିତ ସୁରକ୍ଷା ଶିବିର ଅନୁଷ୍ଠିତ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନୀତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ସହରରେ ସଡ଼କ ସୁରକ୍ଷା ଦିଗରେ ସରକାରଙ୍କ ନୂତନ ମୋଟର-ଯାନ ଚଳାଚଳ ନୀତି-ନିୟମ ଉପରେ ଜନ-ସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟ ନେଇ ଏକ “ସଡ଼କ ସୁରକ୍ଷା ଓ ନିୟମ ସମ୍ବନ୍ଧୀୟ ସଚେତନତା ଅଭିଯାନ–ରକ୍ଷକ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଓଡିଶା ସରକାରଙ୍କ ରାଜ୍ୟ ଯୁବ କଲ୍ୟାଣ ପରିଷଦ ସହାୟତାରେ ଜିଲ୍ଲା ବିଜୁ ଯୁବ ବାହିନୀ ଆନୁକୂଲ୍ୟରେ ଏବଂ ସ୍ଥାନୀୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସହଯୋଗରେ ପାରଳାଖେମୁଣ୍ଡି ପୌର-ପରିଷଦ ଆୟୋଜନରେ ଅନୁଷ୍ଠିତ ହୋଇ ଯାଇଛି । ବିଜୁ କଲ୍ୟାଣ ମଣ୍ଡପ ଠାରେ ସଡ଼କ ସୁରକ୍ଷା ଓ ଏ ଦିଗରେ ସରକାରଙ୍କ ନୂତନ ନୀତିନିୟମ ଉପରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ ସଂଯୋଜନା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ଶାହା ମୁଖ୍ୟଅତିଥି ଭାବେ ଯୋଗଦେଇ ସଡ଼କ ସୁରକ୍ଷା ଜନ-ସାଧାରଣ ଙ୍କ କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ । ନିଜର ଜୀବନ ରକ୍ଷକ ନିଜେ ହେବା , ଏମିତିକି ସଡ଼କରେ ଚାଲିଯିବା ବେଳେ ହେଉ କି ମୋଟର-ଯାନ ନିଜେ ଡ୍ରାଇଭିଙ୍ଗ କରି ଯିବାବେଳେ ସଡ଼କ ସୁରକ୍ଷାର ନିତି-ନିୟମ ପ୍ରତି ସତର୍କ ରହି ମାନି ଚଳାଇବା ଆବଶ୍ୟକ । ସଡ଼କ ସୁରକ୍ଷାର ନିତି-ନିୟମ ଉଲଂଘନ କଲେ ଫାଇନ ଟଙ୍କା ଦେବା ବଡ଼ କଥା ନୁହେଁ , ଯଦି ସଡ଼କ ଦୁର୍ଘଟଣାରେ ଥରେ ଜୀବନ ଚାଲିଯାଏ , ତାହା ହେଲେ ସେହି ଜୀବନ ଆଉ ଆସିବି ନାହି । ତେଣୁ ସଡ଼କ ସୁରକ୍ଷା ଉପରେ ସରକାରଙ୍କ ନୂତନ ମୋଟର ଯାନ ଚଳାଚଳ ନିତି-ନିୟମ ମାନି ଚାଲିବା ସହ ବାଇକ ଚଳାଇବା ବେଳେ ହେଲମେଟ୍ ପିନ୍ଧିବା ଏବଂ ୪ ଚକିଆ ଗାଡି ଚଳାଇବା ବେଳେ ସିଟ-ବେଲ୍ଟ ବ୍ୟବହାର କରିବା ଉପରେ ଗୁରୁତ୍ଵାରୋପ୍ କରିଥିଲେ । ଅନ୍ୟ ପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଚେଷ୍ଟା ଜାରୀ ରହିଛି ଯେ , କିଭଳି ଡ୍ରାଇଭିଙ୍ଗ , ପ୍ରଦୂଷଣ , ଓ ଫିଟ୍ନେସ୍ ପ୍ରଭୃତି ପ୍ରମାଣପତ୍ର ଶୀଘ୍ର ହୋଇପାରିବ । ତେଣୁ ସଡ଼କ ସୁରକ୍ଷା ନିତି-ନିୟମକୁ ମାନି ଏହାକୁ ଏକ ଅଭ୍ୟାସରେ ପରିଣତ କରିବା ସହ ଏହାକୁ ମାନିବା ପାଇଁ ବାଧ୍ୟ କରା ଯାଉଥିବା ଭଳି ଭାବନ୍ତୁ ନାହିଁ । ପ୍ରଶାସନ ସବୁବେଳେ ଚାହେଁ ଯେ , ସଡ଼କ ଦୁର୍ଘଟଣା ଓ ଏଥିରେ ମୃତ୍ୟୁ ସଂଖ୍ୟା କିଭଳି ହ୍ରାସ ପାଇବ । ଆମେ ସୁରକ୍ଷିତ ରହି ଆମେ ଆମର ଗନ୍ତବ୍ୟ ସ୍ଥଳକୁ କିଭଳି ସୁରକ୍ଷିତ ଭାବେ ପହଞ୍ଚି ପାରିବା ଏବଂ ଦୁର୍ଘଟଣା ମୁକ୍ତ ସୁସ୍ଥ ସମାଜ କିଭଳି ଏ ଦିଗରେ ଗଠନ ହୋଇ ପାରିବ ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସ୍ୱଧା ଦେବ ସିଂ , ଉପ-ଜିଲ୍ଲାପାଳ ତଥା ଭାରପ୍ରାପ୍ତ ଆଞ୍ଚଳିକ ପରିବହନ ଅଧିକାରୀ ରଜନୀ କାନ୍ତ ସ୍ବାଇଁ ଏବଂ ପୌର-ପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ସଡ଼କ ସୁରକ୍ଷା ଓ ସୁରକ୍ଷିତ ଜୀବନ ଯାତ୍ରାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ସ୍ଥାନୀୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଜିଲ୍ଲା ଏମଭିଆଇ:-ବସନ୍ତ କୁମାର ମହାପାତ୍ର ଯୋଗଦେଇ ସରକାରଙ୍କ ନୂତନ ମୋଟର-ଯାନ ନୀତିନିୟମର ବିଭିନ୍ନ ଦିଗ ଉପରେ କହି ଏହି ନିତି ନିୟମର ଉଲଂଘନ କାରିଙ୍କ ନିମନ୍ତେ ରହିଥିବା ଆର୍ଥିକ ଦଣ୍ଡବିଧାନ ଉପରେ ବିସ୍ତୃତ ସୂଚନା ଦେଇ ଉପସ୍ଥିତ ଜନ-ସଧାରଣଙ୍କୁ ସଚେତନ କରାଇଥିଲେ । ଶେଷରେ ଉପସ୍ଥିତ ସମସ୍ତଙ୍କୁ ସଡ଼କ ସୁରକ୍ଷା ନୀତିନିୟମକୁ ମାନି ଚାଲିବା ସମ୍ପର୍କରେ ଶପଥ ପାଠ କରା ଯାଇଥିଲା । ଏହି ଅବସରରେ ସକାଳେ ସହରର ପେଲେସ୍ ଛକ , ହାଇସ୍କୁଲ ଛକ , ଏବଂ ଆରଟିଓ ଛକ ଠାରେ ସଡ଼କ ସୁରକ୍ଷା ଉପରେ ସଚେତନତା ଧର୍ମୀ ପଥପ୍ରାନ୍ତ ନାଚ-ଗୀତ ଜିଲ୍ଲାର ଗୋଷାଣୀ ବ୍ଲକ କତଲକଇଠା ପଞ୍ଚାୟତ ଅନ୍ତର୍ଗତ ଯାଜପୁର ଗ୍ରାମର “ମା ସଙ୍କଟ ତାରିଣୀ” ନାଟ୍ୟ ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ।

ବିଭିନ୍ନ ଦାବୀ ନେଇ ଡିୱାଇଏଫଆଇର ଯୁବ-ପଦଯାତ୍ରା ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନୀତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ବିଭିନ୍ନ ଦାବୀ ଗୁଡିକୁ ନେଇ ଗଜପତି ଜିଲ୍ଲା କମିଟିର”ଭାରତର ଗଣତାନ୍ତ୍ରିକ ଯୁବ ଫେଡ଼େରେସନ(ଡିୱାଇଏଫଆଇ) ପକ୍ଷରୁ ଜିଲ୍ଲା ଆଦିବାସୀ ଅଧିକାର ମଞ୍ଚ ସହଯୋଗରେ ଜିଲ୍ଲାର କାଶୀନଗର ବ୍ଲକର ଅଲଡା ଠାରୁ ପାରଳାଖେମୁଣ୍ଡି ପର୍ଯ୍ୟନ୍ତ ଯୁବ-ପଦଯାତ୍ରା ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ସ୍ଥାନୀୟ ନୁଆ ବସ-ଷ୍ଟାଣ୍ଡ ଠାରୁ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରାରେ ଫେଡ଼େରେସନ ଓ ମଞ୍ଚର ଶତାଧିକ ସଂଖ୍ୟାରେ ମହିଳା ପୁରୁଷ ଦାବୀ ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିକ୍ଷୋଭ ସଭା କରିଥିଲେ । ଶେଷରେ ଜିଲ୍ଲାପାଳଙ୍କ ଜରିଆରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ମୁଖ୍ୟତଃ ଗଜପତି ଜିଲ୍ଲାରେ ଖାଲିଥିବା ସମସ୍ତ ସରକାରୀ ପଦବୀ ପୂରଣ କରାଯିବା ସହ ବେକାର ଯୁବକଙ୍କୁ ଆତ୍ମନିଯୁକ୍ତି ରୁଣ ଏବଂ ମନରେଗା ଯୋଜନା କାମରେ ବର୍ଷକୁ ୨୦୦ ଦିନର କାମ ଯୋଗାଇ ଦେବା ସମେତ ଦୈନିକ ୬୦୦ ଟଙ୍କା ମଜୁରୀ ଦେବା ଦାବିରେ ଯୁବ-ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ୟ ଦାବୀ ଗୁଡ଼ିକ ମଧ୍ୟରେ କାଶୀନଗର ବ୍ଲକର ଶିଆଳି ଠାରୁ ରେଳିଗୁଡା଼ ଦେଇ ସର୍ପତିଗୁଡା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରିବା , ହରିପୁର ଛକ ଠାରୁ ପେଦାମାଡି ପର୍ଯ୍ୟନ୍ତ ରାସ୍ତା ପୁନଃ ନିର୍ମାଣ କରିବା , ରେଳିଗୁଡା଼ , ଚଂଦ୍ରାୟାପେଟା ଓ ଝଙ୍କାର ଗୁଡା଼ରେ ପାନୀୟ ଜଳର ବ୍ୟବସ୍ଥା କରିବା , ରା-ଉଦୟଗିରି ବ୍ଲକର ବୋରସିଂ ପଞ୍ଚାୟତକୁ ପାନୀୟ ଜଳ- ଯୋଗାଣ କରିବା , ବଞ୍ଚିତ ଥିବା ତିତିଲି କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା , ଜିଲ୍ଲାରେ କାର୍ଯ୍ୟରତ ଶିଶୁ ମାନଙ୍କୁ ଉଦ୍ଧାର କରି।ସେମାନଙ୍କ ଶିକ୍ଷାଗ୍ରହଣ ବ୍ୟବସ୍ଥା କରିବା , ଶିଆଳି ଠାରେ ନିର୍ମିତ ଆବାସିକ ବିଦ୍ୟାଳୟରେ ବାଳକ ଛାତ୍ରାବାସ ଆରମ୍ଭ କରିବା ,କାଶୀନଗର ତହସିଲରେ ଦୀର୍ଘ ଦିନରୁ ଦଖଲ ସରକାରୀ ଜମିର ପଟ୍ଟା ପ୍ରଦାନ କରିବା , ୨୦୦୬ ମସିହା ପୁର୍ବରୁ ଦଖଲ କରି ଚାଷ କରୁଥିବା ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିବା ଏବଂ କାଶୀନଗର ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ସମେତ ୨୪ ଘଣ୍ଟିଆ ଡାକ୍ତରୀ ସେବା ଯୋଗାଇ ଦେବା ସହ ନିରାମୟ ଯୋଜନାରେ ମାଗଣା ଔଷଧ ବଣ୍ଟନ କରାଯିବା ପ୍ରଭୃତି ଦାବୀ ଗୁଡ଼ିକ ଅନ୍ତର୍ଭୁକ୍ତ । ଏହି କାର୍ଯ୍ୟକ୍ରମରେ ଡିୱାଇଏଫଆଇ ର ରାଜ୍ୟ ସଭାପତି ସରୋଜ କୁମାର ନାୟକ , ସମ୍ପାଦକ ଜତୀନ ମହାନ୍ତି , ସୁକୁ ଶବର ସଭାପତି ଶୁକୁ ଶବର , ଓଡିଶା ଆଦିବାସୀ ଅଧିକାର ମଞ୍ଚ ରାଜ୍ୟ ସଭାପତି ଦଣ୍ଡପାଣି ରଇତ, ମାନସ ଜେନା , ନାଗେଶ୍ ଶବର , ସୁମେଶ୍ କୁଣ୍ଡିଙ୍ଗ ଏବଂ କାର୍ତ୍ତିକ ଶବର ପ୍ରମୁଖ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ପଲିଥିନ ଓ ପ୍ଲାଷ୍ଟିକ ଗ୍ଲାସ ବହୁଳ ପରିମାଣ ରେ ଜବତ

!!! ବାଲିଗୁଡା ଏନ ଏ ସି ପ୍ରତିନିଧି ସଞ୍ଜୀବ ଦିଗାଲ୍ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବାଲିଗୁଡା) – କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ପଲିଥିନ ଓ ପ୍ଲାଷ୍ଟିକ ଗ୍ଲାସ ବହୁଳ ପରିମାଣ ରେ ଜବତ କରାଯାଇଛି । ବାଲିଗୁଡା ବସ୍ ଷ୍ଟାଣ୍ଡ ରୁ ଆରମ୍ଭ କରି ସହର ର ସମସ୍ତ ଦେକାନ ଗୁଡ଼ିକ ଯେଉଁଠି ପ୍ଲାଷ୍ଟିକ ଗ୍ଲାସ୍ ଓ ପଲିଥିନ ବିକ୍ରି କରାଯାଉଥିଲା ସେଠାରେ ବାଲିଗୁଡା ପୋଲିସ ଚଢ଼ାଉ କରି ସେଗୁଡିକୁ ଜବତ କରିଛି । ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ବେହେରା , ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଜୟଦେବ ଷଢଙ୍ଗୀ , ପରିମଳ ଅଧିକାରୀ ଶ୍ରୀ ରାଜକିଶୋର ସାହୁ ଏବଂ ଶ୍ରୀ ଅବିଶେଖ ପ୍ରଧାନ ଙ୍କ ସମେତ ବହୁ କର୍ମଚାରି ଉପସ୍ଥିତ ଥିଲେ ।

ଜଗନ୍ନାଥପ୍ରସାଦ ଠାରେ ଭଞ୍ଜନଗର ଉପଖଣ୍ଡ ବିକାଶ ପରିଷଦ ର କମିଟି ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି।

!!! ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ରୁ ପ୍ରତିନିଧି ସୁବାଷ ଚନ୍ଦ୍ର ନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଜଗନ୍ନାଥପ୍ରସାଦ) – ଭଞ୍ଜନଗର ଉପଖଣ୍ଡ ବିକାଶ ପରିଷଦ ର ଏକ ସାଧାରଣ ବୈଠକ ତା ୨୦/୧୦/୨୦୧୯ ରିଖ ଦିନ ଶ୍ରୀ ସୁରେନ୍ଦ୍ର ନାୟକ ଙ୍କ ସଭାପତିତ୍ୱରେ ଜଗନ୍ନାଥପ୍ରସାଦ ଠାରେ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ଚଳିତ ବର୍ଷ ବିକାଶ ପରିଷଦ ନିମନ୍ତେ ନୂତନ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି । ପରିଷଦର ସଭାପତି ଭାବେ ଶ୍ରୀ ସୁରେନ୍ଦ୍ର ନାୟକ ,ଉପ ସଭାପତି ଭାବେ ଶ୍ରୀ ସୁରେଶନ ନାୟକ , ସାଧାରଣ ସମ୍ପାଦକ ଭାବେ ଶ୍ରୀ ସୁବାଷ ଚନ୍ଦ୍ର ନାୟକ ,ସହ ସମ୍ପାଦକ ଭାବେ ଶ୍ରୀ ବୀରେନ୍ଦ୍ର ନାୟକ, ଯୁଗ୍ମ ସମ୍ପାଦକ ଭାବେ ଶ୍ରୀ ବିଚିତ୍ରା ନାୟକ, କୋଷଧକ୍ଷ ଭବେ ଶ୍ରୀ ଲବ କିଶୋର ନାୟକ ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିବା ବେଳେ ପରିଷଦ ର କାର୍ଯ୍ୟ କାରୀ ସଦସ୍ୟ ଭାବେ ସର୍ବଶ୍ରୀ ସରତ ନାୟକ, ଜିତୁ ନାୟକ, କାମ୍ପ ନାୟକ, ପ୍ରତାପ ନାୟକ, ନିରାକାର ନାୟକ, ଗମାନ୍ତି ନାୟକ ଓ ପ୍ରମିଳା ନାୟକ ଙ୍କୁ ମନୋନୀତ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଭଞ୍ଜନଗର ଉପଖଣ୍ଡ ବିକାଶ ପରିଷଦ ର ଆବାହକ ଶ୍ରୀ ଶକ୍ତି ଦାଶ ଙ୍କ ସମେତେ ପରିଷଦ ର ଉପଦେଷ୍ଟା ଶ୍ରୀ ପ୍ରଦୀପ କୁମାର ଦାଶ (ବରିଷ୍ଠ ଆଇନଜୀବୀ) ଓ ବୌଦନାଥ ସାହୁ (ବରିଷ୍ଠ ଆଇନଜୀବୀ) ଉପସ୍ଥିତି ରହିଥିଲେ।

କନ୍ଧମାଳ ସାଂସଦ ଡ଼ଃ ଅଚୁତ ସାମନ୍ତ ଙ୍କ ଦ୍ଵାରା କିସ୍ ଶିକ୍ଷାନୁଷ୍ଠାନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ !

!!! କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଚକାପାଦ) – କନ୍ଧମାଳ ଜିଲ୍ଲା କୁଟାଗଡ଼ ବ୍ଲକ ବିଲାମାଳ ଗ୍ରାମ ପଞ୍ଚାୟତ ରେ କନ୍ଧମାଳ ସାଂସଦ ଡ଼ଃ ଅଚୁତ ସାମନ୍ତ ଙ୍କ ଦ୍ଵାରା କିସ୍ ଶିକ୍ଷାନୁଷ୍ଠାନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେଇଯାଇଛି । ଏହି ସ୍ଵାସ୍ଥ୍ୟ ଶିବିର ରେ କିସ୍ ଶିକ୍ଷାନୁଷ୍ଠାନ ର ଡାକ୍ତର ଦଳ ସମେତ ବ୍ଲକ ଅଧକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର ପାତ୍ର , ସରପଞ୍ଚ ଶ୍ରୀମତୀ ଶ୍ରୀବତି ମଣ୍ଡଳ ଏବଂ ଏମ୍.ପି ପ୍ରତିନିଧି ଶ୍ରୀ ପ୍ରମୋଦ କୁମାର ସାହୁ ଉପସ୍ଥିତ ରହି ପଞ୍ଚାୟତ ର ସମସ୍ତ ରୋଗୀ ଙ୍କୁ ମାଗଣା ଚିକିତ୍ସା କରିବା ସହିତ ମାଗଣା ଔଷଧ ବାଣ୍ଟି ଥିଲେ । ଏହି କାର୍ଯ୍ୟକ୍ରମ ଟି ସକାଳ ୧୦ ଘଣ୍ଟା ଠାରୁ ସନ୍ଧ୍ୟା ୪ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ।

ସରକାର ଙ୍କ ସମସ୍ତ ସୁବିଧା ସୁଯୋଗ ରୁ ବଞ୍ଚିତ ଚକାପାଦ ବ୍ଲକ ଚାହାଳି ପଞ୍ଚାୟତ ଗ୍ରାମବାସୀ ; ସରକାର କଥାଦେଇ ଭୁଲିଗଲେ ନିଜ ପ୍ରତିଶୃତି !

!!! ଚକାପାଦ ବ୍ଲକ ପତିନିଧି ସୁନୀଲ ଦିଗାଲ୍ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବାଲିଗୁଡା) – ଭାରତ ସ୍ୱାଧୀନତା ର ଅନେକ ବର୍ଷ ବିତିଯାଇଥିବା ବେଳେ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଚାହାଳି ପଞ୍ଚାୟତ ଏବଂ କନ୍ଧମାଳ ଜିଲ୍ଲା ରେ ଏମିତିବି ଗ୍ରାମ ପଞ୍ଚାୟତ ରହିଅଛି ଯେଉଁଠି ସ୍ୱାସ୍ଥ୍ୟ, ଗମନା ଗମନ ରେ ଏଯାବତ କୌଣସି ସୁବିଧା ସୁଯୋଗ ନାହିଁ । ଚାହାଳି ଗ୍ରାମ ପଞ୍ଚାୟତ ନିଘଞ୍ଚ ଜଙ୍ଗଲ ପାହାଡ଼ ଘେରା ମଧ୍ୟରେ ଅବସ୍ଥିତ । ଏହି ପଞ୍ଚାୟତ କୁ ଯିବା ପାଇଁ ରାସ୍ତା ଖଣ୍ଡିଏ ବି ନାହିଁ । ଗ୍ରାମବାସୀ ନିଜ ନିତ୍ୟାନ୍ତ ଆବଶ୍ୟକତା ଥିବାରୁ ଏକ ମାଟି ରାସ୍ତା ର ନିର୍ମାଣ କରିଥିଲେ ଯାହାକି ବର୍ତ୍ତମାନ ବହୁତ ସୋଚନୀୟ ଅବସ୍ଥା ରେ ରହିଅଛି । ଏହି ପଞ୍ଚାୟତ ବାସୀ ଙ୍କୁ ପିଇବା ପାଣି ପାଇଁ ୨ ଟି କୂଅ ଉପରେ ନିର୍ଭର କରିବାକୁ ପଡେ । ସ୍ୱାସ୍ଥ୍ୟ କଥା ନ କହିବା ଭଲ । ଏଠାରେ ରୋଗୀ ଙ୍କ ଚିକିତ୍ସା ନିମନ୍ତେ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଟିଏ ମଧ୍ୟ ନାହିଁ । ଯଦି କାହାର ଦେହ ଖରାପ ହୁଏ ତେବେ ଏଠାରୁ ୧୫ କିମି ଦୁର ବ୍ରମହୁଣିପଦ ଯିବାକୁ ପଡିଥାଏ । ସରକାର ଙ୍କ ପକ୍ଷରୁ ପିଇବା ନିମନ୍ତେ ଗ୍ରାମ ରେ ପାଣି ଟାଙ୍କି ର ନିର୍ମାଣ ହୋଇଥିଲେ ମଧ୍ୟ ସେଠାରେ ଟ୍ୟାପ୍ ରୁ ପାଣି ଆସୁନଥିବା ଅଭିଯୋଗ ହେବା ପରେ ସ୍ଥାନୀୟ ବିଡ଼ିଓ ଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ବିଡ଼ିଓ ମୋହଦୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଦୁଃଖ ର ବିଷୟ ପାଲଟିଛି । ପଞ୍ଚାୟତ ର ବିଭିନ୍ନ ସ୍ଥାନ ରେ ବିଦ୍ୟୁତ ସଂଯୋଗ ନିମନ୍ତେ ବିଦ୍ୟୁତ ଖୁଣ୍ଟ ମାନ ବସା ଯାଇଥିଲେ ମଧ୍ୟ ବିଦ୍ୟୁତିକରଣ ହୋଇନଥିବା ଦେଖିବାକୁ ମିଳୁଛି । ସରକାର ଙ୍କ ପକ୍ଷରୁ ଆସୁଥିବା ସମସ୍ତ ଯୋଜନା ଏଠି ବାଟ ମାରଣା ହେଉଥିବା ଏବଂ କାର୍ଯ୍ୟରତ କର୍ମଚାରୀ ଙ୍କ ବେପରୁଆ ମନଭାବ ନିମନ୍ତେ ଗ୍ରାମ ବାସୀ ନାହିଁ ନଥିବା ଅସୁବିଧା ର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି ।

ଗଜପତି ଜିଲ୍ଲା ଠାରେ ଜିଲ୍ଲା ସ୍ତରୀୟ ମେଗା ଆଇନ ସେବା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଟାଉନ ପ୍ରତିନିଧି ଅନୀତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଅମ ଠାରେ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ପକ୍ଷରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ଗଜପତି ଜିଲ୍ଲା ପ୍ରଶାସନ ସହଯୋଗରେ “ନାଲସା” ମେଗା ଆଇନ ସେବା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲାର ଗରିବ ନିଷ୍ପେସିତ ଲୋକଙ୍କୁ ବିଭିନ୍ନ ଆଇନ ସମ୍ପର୍କରେ ସଚେତନ କରାଇବା ସହ ଗୋଟିଏ ଛାତ ତଳେ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ସଚେତନ କରାଇବା ଓ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ଚେକ୍ ଓ ବିଭିନ୍ନ ସାମଗ୍ରୀ ବଣ୍ଟନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଜିଲ୍ଲା କୋର୍ଟର ଜେଏମଏସସି. ଅଙ୍କୀତା ଗୁରୁଙ୍କ ଶିବିର ସଭା କାର୍ଯ୍ୟକ୍ରମ ସଂଯୋଜନାରେ ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷା ତଥା ରାଜ୍ୟ ହାଇକୋର୍ଟର ନ୍ୟାୟମୂର୍ତ୍ତି ସଞ୍ଜୁ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟରେ ଯେଉଁ ବିଭିନ୍ନ ଯୋଜନା ସବୁ କାର୍ଯ୍ୟକାରୀ ହେଉଛି, ତାହା ଲୋକଙ୍କ ପାଖରେ ପହଞ୍ଚାଇ , ତାଙ୍କ ଭିତରେ ଯୋଜନା କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ କରାଇବା ଏବଂ ଗୋଟିଏ ଛାତ ତଳେ ସେମାନଙ୍କୁ ତାର ସୁବିଧା-ସୁଯୋଗ ଯୋଗାଇଦେବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ସମସ୍ତଙ୍କ ପାଇଁ ଆମେ କାମ କଲେ ଏହା ନିଶ୍ଚିତ ଭାବେ ଲୋକମାନଙ୍କ ମଙ୍ଗଳ ହେବା ସହ ସେମାନଙ୍କ ମୁହଁରେ ହସ ଫୁଟାଇ ପାରିବା । ଅନ୍ୟ ପକ୍ଷରେ ରାଜ୍ୟସାରା ଜିଲ୍ଲା ମାନଙ୍କରେ ଥିବା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଲୋକ ମାନଙ୍କୁ ବିଭିନ୍ନ ଆଇନ ଉପରେ ସଚେତନତା ସୃଷ୍ଟି କରାଯାଉଥିବା ସହ ସେମାନଙ୍କୁ ଆଇନଗତ ସଶକ୍ତିକରଣ ମଧ୍ୟ କରାଯାଉଛି । ଲୋକ ମାନେ ମଧ୍ୟ ସେମାନଙ୍କ କଣ କଣ ସୁବିଧା ଅଛି , ତାହା ସହଜେ ଜାଣିପାରିବେ ଏବଂ ଆବଶ୍ୟକ ସ୍ଥଳେ ସେମାନେ ସେମାନଙ୍କ ଦାବୀ ଉପସ୍ଥାପନା କରିପାରିବେ ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ୱେବ ପୋର୍ଟାଲ ସୁବିଧା , ପ୍ରି-ଲିଟିଗେସନ କେନ୍ଦ୍ର ,ଆଧାର କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟସ , ସ୍ଥାୟୀ ଲୋକ ଅଦାଲତ , ଭିକ୍ଟିମ୍ କ୍ଷତିପୂରଣ , ଆଇନ ସେବା କ୍ଲିନିକ ପ୍ରଭୃତି ଉପରେ କହି ଏ ଦିଗରେ ଗରିବ ମାନଙ୍କ ସୁବିଧା ସହ ଦାରିଦ୍ର୍ୟ ଦୂରୀକରଣ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଗଜପତି ଜିଲ୍ଲା ଦୌରା-ଜର୍ଜ ବିଶ୍ବଜିତ ଦାସ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କୁ ସ୍ବାଗତ କରିବା ସହ ସେମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅନ୍ୟପକ୍ଷରେ ତାଙ୍କର ପ୍ରାରମ୍ଭିକ ଉଦବୋଧନରେ ରାଜ୍ୟ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର ଉତ୍ପତ୍ତି ଓ ତାର କାର୍ଯ୍ୟକ୍ରମର ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ରାଜ୍ୟ ଆଇନସେବା ପ୍ରାଧିକରଣର ମେମ୍ବର ସେକ୍ରେଟାରୀ ଦେବାଶିଷ ନାୟକ ଏଥିରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଯେଉଁ ଗରିବ ଓ ନିଷ୍ପେସିତ ଲୋକମାନେ ସମ୍ବଳ ଅଭାବରୁ କୋର୍ଟ କଚେରୀ ଯିବାକୁ ସକ୍ଷମ ହୋଇ ପାରୁନାହାନ୍ତି ଏବଂ ତାଙ୍କ ହକ୍ ପାଇ ପାରୁନାହାନ୍ତି , ସେମାନଙ୍କ ପାଇଁ ଆଇନ ସେବା ପ୍ରାଧିକରଣ କିଭଳି ସହାୟତା କରୁଛି କହି ଧାରା ୧୨ ରେ କେଉଁ ମାନଙ୍କୁ ମାଗଣା ଆଇନ ସେବା ଯୋଗାଇ ଦେଇ ହେବ, ସେ ସମ୍ପର୍କରେ କହିଥିଲେ । ଜିଲ୍ଲାପାଳ ଅନୁପମ ଶାହା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଯୋଜନା , ବିଭାଗ ଓ ତାର କାର୍ଯ୍ୟକ୍ରମ ଗୁଡିକ ସମ୍ପର୍କରେ ସମସ୍ତେ ସମ୍ପୁର୍ଣ୍ଣ ଅବଗତ ହେବାପାଇଁ ଏହି କାର୍ଯ୍ୟକ୍ରମ ଏକ ସୁଯୋଗ । ସରକାରୀ ସ୍ତରରେ ବିଭିନ୍ନ ବିଭାଗ ଗୁଡ଼ିକ ମାଧ୍ୟମରେ ଯାହା ସବୁ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି , ସେ ସମ୍ପର୍କରେ ଲୋକମାନେ ନିଶ୍ଚିତ ଭାବେ ଜାଣିବା ଦରକାର । ଏ ଦିଗରେ ସମସ୍ତେ ଅବଗତ ହେଲେ ହିଁ କାର୍ଯ୍ୟକ୍ରମରେ ସ୍ୱଚ୍ଛତା ଆସିବାର ସହାୟକ ହେବ । ତେଣୁ ଜନ-ଜନସାଧାରଣ ଏହାର ଭରପୁର ସୁଯୋଗ ନେବାକୁ କହିଥିଲେ ।ଗଜପତି ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଅନ୍ୟତମ ଅତିଥି ଭାବେ ଯୋଗଦେଇ ପୋଲିସ ପ୍ରଶାସନ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମଧ୍ୟରେ କିଭଳି ସମନ୍ବୟ ରଖି ପୋଲିସ ଥାନାକୁ ଆସୁଥିବା ବିଭିନ୍ନ ବର୍ଗର ମକଦ୍ଦମା ଦେଖି ତ୍ୱରିତ ନ୍ୟାୟ ସମାଧାନ ପାଈଁ ପ୍ରାଧିକରଣ ନିକଟକୁ ପଠା ଯାଉଛି , ତାହା କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ସ୍ୱଧା ଦେବ ସିଂ ଏବଂ ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗୋଟିଏ ଛାତ ତଳେ ବିଭିନ୍ନ ବିଭାଗ ଏକାଠି ହେବା , ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ଚେକ୍ ଓ ସାମଗ୍ରୀ ବଣ୍ଟନ କରିବା ଏବଂ ବିଭିନ୍ନ ବିଭାଗର କ’ଣ ସବୁ ଯୋଜନା କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି ଜାଣିବା ଓ ନିଜର ସନ୍ଦେହ ଦୁର କରିବା ସହ ମାଗଣା ଆଇନ ସେବା କ’ଣ ଓ କାହାପାଇଁ ଏସବୁ ସମସ୍ତ ବିଷୟ ସମସ୍ତଙ୍କୁ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ତେଣୁ ସମସ୍ତେ ଏହାର ସୁଯୋଗ ନେବାପାଇଁ କହିଥିଲେ । ପରେ ମୁଖ୍ୟଅତିଥି ନ୍ୟାୟମୂର୍ତ୍ତି ସଞ୍ଜୁ ପଣ୍ଡା ବିଭିନ୍ନ ବିଭାଗ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀ ମାନଙ୍କୁ ଚେକ୍ ଓ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହି ବଣ୍ଟନ କାର୍ଯ୍ୟକ୍ରମକୁ ସ୍ଥାନୀୟ ମହିଳା ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡ଼ଃ କଲ୍ୟାଣି ମିଶ୍ର ସଂଯୋଜନା କରିଥିଲେ । ଏହିଭଳି ଚେକ୍ ଓ ସାମଗ୍ରୀ ଖୋଲା ଯାଇଥିବା ବିଭିନ୍ନ ବିଭାଗୀୟ ପ୍ରଦର୍ଶନୀ ଷ୍ଟଲ ଗୁଡ଼ିକରେ ମଧ୍ୟ ହିତାଧିକାରୀ ମାନଙ୍କୁ ବଣ୍ଟନ କରା ଯାଇଥିଲା ।ପରେ ମୁଖ୍ୟଅତିଥିଙ୍କ ସମେତ ଅନ୍ୟ ସମସ୍ତ ଅତିଥିମାନେ ଶିବିର କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ବିଭାଗ ପକ୍ଷରୁ ଖୋଲାଯାଇଥିବା ୩୦ ଗୋଟି ଉନ୍ନୟନ ପ୍ରଦର୍ଶନୀ ଷ୍ଟଲ ଗୁଡିକୁ ପରିଦର୍ଶନ କରିଥିଲେ । ସଭା କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟ ଅତିଥି ନ୍ୟାୟମୂର୍ତ୍ତି ସଞ୍ଜୁ ପଣ୍ଡାଙ୍କୁ ଏକ ଭବ୍ୟ ଶୋଭାଯାତ୍ରାରେ ଶଙ୍ଖନାଦ ଓ ବୀର ପାଇକ ଆଖଡା଼ ଖଣ୍ଡା ସାଧନ ଦଳ ଗହଣରେ ସ୍ଥାନୀୟ ସର୍କିଟ ହାଉସ ଠାରୁ ଷ୍ଟାଡିଅମ ସ୍ଥିତ ସଭା ସ୍ଥଳ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ । ପରେ ମୁଖ୍ୟଅତିଥି ନ୍ୟାୟମୂର୍ତ୍ତି ସଞ୍ଜୁ ପଣ୍ଡାଙ୍କ ସମେତ ଜିଲ୍ଲା ଦୌରା-ଜର୍ଜ ବିଶ୍ବଜିତ ଦାସ , ଜିଲ୍ଲାପାଳ ଅନୁପମ ଶାହା ଏବଂ ଏସପି ସାରା ଶର୍ମା ପ୍ରମୁଖ ଲିମ୍ବ , ଅଁଳା ବେଲ ଓ ତୁଳସୀ ଗଛରେ ଜଳ ପକାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସ୍ଥାନୀୟ ଭକ୍ତି ସଂସଦର କଳାକାର ମାନେ ଗୁରୁ ରଘୁନାଥ ପାତ୍ରଙ୍କ ନିର୍ଦ୍ଦେଶନାରେ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ପରିବେଷଣ କରିଥିଲେ ।କାର୍ଯ୍ୟକ୍ରମ ଶେଷରେ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ କନ୍ୟା ଭୃଣହତ୍ୟା ଓ ସ୍ୱଛ୍ୱ ଭାରତ ଉପରେ ସଚେତନତା ମୂଳକ ଛୋଟିଆ ନାଟକ ପରିବେଷଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ଓକିଲ ସଂଘ ସଭାପତି ରାମନାଥ ମିଶ୍ର ଓ ସମ୍ପାଦକ କୃଷ୍ଣ ମୋହନ ପଟ୍ଟନାୟକଙ୍କ ସମେତ ସଂଘ ର ଆଇନଜୀବି ଗଣ , ଜିଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଦୀପା ଦାସ , ରେଜିଷ୍ଟ୍ରାର ଶୁଭଶ୍ରୀ ପ୍ରଧାନ , ହୀରଚାନ୍ଦ ପଟ୍ଟନାୟକ, ଏଡିଜେ. ଅରୁଣ କୁମାର ସାହୁ , ରା-ଉଦୟଗିରିର ସବ-ଜର୍ଜ ପ୍ରଦୀପ କୁମାର ସାମଲ , ଜିଲ୍ଲା ପ୍ରଶାସନର ଡିସିପିୟୁ .ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକ , ପୌର ପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ , ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ବାଇଁ ,ଏବଂ ଅତିରିକ୍ତ ଉପ-ଜିଲ୍ଲାପାଳ ସରୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ବାମପନ୍ଥୀ ଦଳ ମାନଙ୍କ ମିଳିତ ଅଭିଯାନ ; ଗଭୀର ଆର୍ଥିକ ସଙ୍କଟ ଓ ଲୋକଙ୍କ ଦୁର୍ଦ୍ଦଶା କୁ ଦୂର କରିବା ପାଇଁ ପ୍ରତିବାଦ…!

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଟାଉନ ପ୍ରତିନିଧି ଅନୀତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଭୀର ଆର୍ଥିକ ସଙ୍କଟ ଓ ଲୋକଙ୍କ ଦୁର୍ଦ୍ଦଶା ପ୍ରତିବାଦ ସହ ବିଭିନ୍ନ ୧୧ ଦଫା ଦାବୀ ନେଇ ଆଜି ଗଜପତି ଜିଲ୍ଲାର ବାମପନ୍ଥୀ ଦଳ ମାନଙ୍କ ମିଳିତ ଅଭିଯାନ କାର୍ଯାକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମିଳିତ ଅଭିଯାନ କାର୍ଯ୍ୟକ୍ରମରେ ଜିଲ୍ଲାର ସିପିଆଇ(ଏମ) , ସିପିଆଇ , ଏବଂ ସିପିଆଇ(ଏମ୍ ଏଲ୍ ) ଲିବେରେସନ ପ୍ରମୁଖ ବାମ ଦଳ ସାମିଲ ହୋଇ ବିଭିନ୍ନ ସ୍ଲୋଗାନ ଦେଇ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ୧୧ ଦଫା ସମ୍ମିଳିତ ଏକ ସ୍ମାରକପତ୍ର ମହାମାନ୍ୟ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଜୁବୁଲି ବେହେରାଙ୍କୁ ପ୍ରଦାନ କରିଥିଲେ । ୧୧ ଦଫା ଦାବିଗୁଡିକ ମଧ୍ୟରେ ମୁଖ୍ୟତଃ ଦରବୃଦ୍ଧି ହ୍ରାସ କରିବା , ଦେଶରେ ସାମ୍ପ୍ରଦାୟିକ ଓ ଆତଙ୍କବାଦ ବନ୍ଦ କରିବା , ବେକାର ସମସ୍ୟା ସମାଧାନ କରିବା , ବେକାରୀ ଭତ୍ତା ଦେବା , ଘରୋଇ କରଣ ନିତି ବନ୍ଦ କରିବା , ସର୍ବନିମ୍ନ ମାସିକ ମଜୁରୀ ୧୮ହଜାର ଟଙ୍କା ପ୍ରଦାନ କରିବା , ନିଯୁକ୍ତି ହରାଇଥିବା ମାନଙ୍କୁ ମାସିକ ପେନ୍ସନ ଓ ଭତ୍ତା ପ୍ରଦାନ କରିବା , ମନରେଗା ପାଣ୍ଠି ବୁଦ୍ଧି କରି ବେକାରଙ୍କୁ ବର୍ଷକୁ ସର୍ବନିମ୍ନ ୨୦୦ ଦିନର କାମ ଯୋଗାଇ ଦିଆଯାଉ , ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ମାସିକ ୩ ହଜାର ଟଙ୍କା କରାଯାଉ ଏବଂ କୃଷକ ମାନଙ୍କ ଉପରୁ ରୄଣଛାଡ଼ ଏବଂ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଲାଗୁତିର ଦେଢ ଗୁଣା କରାଯାଉ ପ୍ରଭୃତି ଦାବୀ ଗୁଡ଼ିକ ଅନ୍ତର୍ଭୁକ୍ତ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ମଣ୍ଡଳୀର ଜଗନ୍ନାଥ ମିଶ୍ର , ଜତୀନ ମହାନ୍ତି , ଦଣ୍ଡପାଣି ରଈତ , ଜନା ସୁବାଷ ଚନ୍ଦ୍ର ରାଓ , ବିଦ୍ୟାଧର ପାତ୍ର , ମୋହିତ ମିଶାଲ ପ୍ରମୁଖଙ୍କ ସମେତ ଶତାଧିକ ସଂଖ୍ୟାରେ ତିନି ବାମପନ୍ଥୀ ଦଳର କର୍ମୀ ଓ ନେତାମାନେ ଯୋଗ ଦେଇଥିଲେ ।