ବିଧାୟକ ସଫା କଲେ ଅଳିଆ…!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ପବୀତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସ୍ଥାନୀୟ ବିଧାୟକ ରଘୁନାଥ ଗାମଙ୍ଗ ତାଙ୍କ ସମର୍ଥକ ଙ୍କୁ ନେଇ ଗୁଣପୁର ନୂତନ ବସ ଷ୍ଟାଣ୍ଡ ଠାରେ ରହିଥିବା ଅଳିଆ ସଫା କରିଵା ନିମନ୍ତେ ଅଣ୍ଟା ଭିଡି ଆଗେଇ ଆସିଛନ୍ତି । ଆମ୍ଭ ଏହି ଚ୍ୟାନାଲ ମାଧ୍ୟମରେ ଗତ ତା ୧୬-୦୯-୧୯ ରିଖ ଦିନ ଗୁଣପୁର ପୋୖର ପରିଷଦ ଏବଂ ନୂତନ ବସଷ୍ଟାଣ୍ଡ ପରିସରର ରେ ଜମିରହିଥିବା ଅଳିଆ କୁ ଉଠାଇ ନେବା ଦିଗରେ ପଦକ୍ଷେପ ନେବା ନିମନ୍ତେ ସ୍ଥାନୀୟ ଉପଜିଲ୍ଲାପାଳ ତଥା ଅଧ୍ୟକ୍ଷ ପୋୖର ପାରିଷଦ ଙ୍କୁ ଅନୁରୋଧ କରାଯାଇଥିଲା ।ଏନେଇ ପରିଷଦ ପକ୍ଷରୁ କାର୍ଯ୍ୟାନୁଷ୍ଠାନ କରାଯାଇଥିବା ନଜରକୁ ଆସିନାହିଁ । କିନ୍ତୁ ଆଜିର ଦିବସରେ ବିଧାୟକ ଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ମଧ୍ୟରେ ସକରାତ୍ମକ ମନୋଭାବ ପ୍ରକାଶ ପାଇଛି । ବିରୋଧୀ ଗୋଷ୍ଠୀ ଆଜିର ସଫେଇ କାର୍ଯ୍ୟକ୍ରମ ପ୍ରତି ନକରାତ୍ମକ ମନୋଭାବ ପୋଷଣ କରି ଏହା ବିଧାୟକ ଙ୍କ ଫୋଟ ପୋଜ ବୋଲି କହୁଥିବା ବେଳେ ସ୍ଥାନୀୟ ଶ୍ରୀନିବାସ ନଗରବାସୀ ଏହାକୁ ସକରାତ୍ମକ ଭାବେ ଗ୍ରହଣ କରି, ସାହିର ଉପର ମୁଣ୍ଡରେ ରହିଥିବା କୃତ୍ରିମ ହ୍ରଦ କୁ ପୋତା ଯିବାର ବ୍ୟବସ୍ଥା କରାଯିବା ସହ ପରିଷଦ କୁ ଆବର୍ଜନା ମୁକ୍ତ କରା ଯିବ ବୋଲି ଆଶା ପୋଷଣ କରିଛନ୍ତି ।

ଗୋଷ୍ଠୀ ବିବାଦ ପରେ ଭାଇଚାରା ମନୋବୃତ୍ତି ନେଇ ଚଳିବା ନିମନ୍ତେ ସବର୍ଣ୍ଣ ଓ ଅସବର୍ଣ୍ଣ ଙ୍କ ଶପଥ ପାଠ…!

!!! ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ରୁ ପ୍ରତିନିଧି ସୁବାଷ ଚନ୍ଦ୍ର ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଜଗନ୍ନାଥପ୍ରସାଦ) – ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଝାଲିଆଗୋଚ୍ଛା ଗ୍ରାମ ଠାରେ ୨୦୧୯ ଏପ୍ରିଲ ରେ ଅନୁଷ୍ଠିତ ହୋଇଥିବା ଯଜ୍ଞ କୁ କେନ୍ଦ୍ର କରି ଉଭୟ ସବର୍ଣ୍ଣ ଓ ଅସବର୍ଣ୍ଣ ଅଧିବାସୀ ଙ୍କ ମଧ୍ୟରେ ମନମାଳିନ୍ଯ ଓ ଗଣ୍ଡଗୋଳ ସୂତ୍ରପାତ ହୋଇଥିଲା। ସେହି ଦିନ ଠାରୁ ଉଭୟ ଗୋଷ୍ଠୀ ଙ୍କ ମଧ୍ୟରେ ତିକ୍ତତା ଲାଗୀ ରହିଥିଲା। ଦୀର୍ଘ ଦିନ ପରେ ଉଭୟ ଗୋଷ୍ଠୀ ନିଜ ଭୁଲ ବୁଝିପାରି ଗ୍ରାମ ରେ ଭାଇଚାରା ମୋନଭାବ ସୃଷ୍ଟି କରିବା ପାଇଁ ଅଣ୍ଟାଭିଡ଼ି ଆଗେଇ ଆସିଛନ୍ତି। ପବିତ୍ର ଗାନ୍ଧୀ ଜୟନ୍ତୀ ଅବସର ଅବ୍ୟହିତ ପୂର୍ବରୁ ଉଭୟ ଗୋଷ୍ଠୀ ଙ୍କ ମଧ୍ୟରେ ଗ୍ରାମ ରେ ଭାଇଚାରା ଏବଂ ଆପୋଷ ମିଳିମିଶି ଚଳିବା ନିମନ୍ତେ ସ୍ଥିର କରାଯାଇ ସ୍ଥାନୀୟ ଗାଲେରି କାଳି ମନ୍ଦିର ମଣ୍ଡପ ଠାରେ ପୋଲିସ ପ୍ରଶାସନ ପକ୍ଷରୁ ଏକ ବୈଠକ ର ଆୟୋଜନ କରାଯାଇ ଉଭୟ ଗୋଷ୍ଠୀ ଙ୍କ ମଧ୍ୟରେ ଆପସ ବୁଝାମଣା ସୂତ୍ର ବାହାର କରାଯାଇଥିଲା। ଉଭୟ ଗୋଷ୍ଠୀ ଙ୍କ ମଧ୍ୟରେ ସହଯୋଗ ଓ ସହାୟତା ର ହାତ ବଢ଼ାଇ ମିଳିମିଶି ରହିବା ନିମନ୍ତେ ଶପଥ ଗ୍ରହଣ କରାଯାଇଛି। ଏଥିରେ ଉଭୟ ଗୋଷ୍ଠୀ ମଧ୍ୟରେ ରହିଥିବା ତିକ୍ତତା ଦୁରାଇବା, ଜାତି ପ୍ରଥା ମନୋଭାବ ଠାରୁ ଦୂରରେ ରହିବା, ମନରୁ ଛୁଆଁ ଅଛୁଆଁ ଭେଦଭାବ କୁ ଦୁରେଇ ରଖିବା ଏବଂ ଉଭୟ ଗୋଷ୍ଠୀ ଙ୍କ ମଧ୍ୟରେ ସୁସମ୍ପର୍କ ରଖି ଚଳିବା ନିମନ୍ତେ ଶପଥ ଗ୍ରହଣ କରାଯାଇଛି । ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ଝାଲିଆଗୋଚ୍ଛା ଗ୍ରାମ ରୁ ଅଶାନ୍ତ ବାତାବରଣ ଦୁରେଇ ଯାଇଥିବା ଦେଖିବାକୁ ମିଳିଛି। ଅନୁଷ୍ଠିତ ଏହି ବୈଠକରେ ପୋଲିସ ପ୍ରଶାସନ ସମେତ ସ୍ଥାନୀୟ ଉପଜିଲ୍ଲାପାଳ ତହସିଲଦାର ଓ ବିଡିଓ ଉପସ୍ଥିତ ରହି ଗ୍ରାମବାସୀ ଙ୍କ ଏତାଅଦୃଶ୍ୟ ପଦକ୍ଷେପ ଭୂୟସୀ ପ୍ରଶଂସା କରିଛନ୍ତି।

ବାଲିଗୁଡ଼ା ଉପଖଣ୍ଡ ଠାରେ ମହାତ୍ମା ଗାନ୍ଧୀ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି…!

!!! କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରୁ ଉପଖଣ୍ଡ ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବାଲିଗୁଡ଼ା) – ବାଲିଗୁଡ଼ା ଉପଖଣ୍ଡ ସ୍ତରରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉତ୍ସବ ମହାସମାରୋହ ରେ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଦ୍ୟାର୍ଥୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସମେତ ସହରର ବରିଷ୍ଠ ଆଇନଜୀବୀ କୌଶିକ ସାହୁ, ନଗର ଅଧ୍ୟକ୍ଷା ମମତା ବେହେରା, ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ଲେଙ୍କା ଉପସ୍ଥିତ ରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟାର୍ପଣ ଅର୍ପଣ କରାଯାଇଥିଲା।

ଆଜିଠୁ ପ୍ଲାଷ୍ଟିକ୍ ବ୍ୟାନ୍

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆଜିଠୁ ରାଜ୍ୟର ସବୁ ସହରାଞ୍ଚଳରେ ପ୍ଲାଷ୍ଟିକ୍ ବ୍ୟାନ୍। ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକର ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ କୌଣସି ବ୍ୟକ୍ତି ନିଜେ କିମ୍ବା ଅନ୍ୟ କାହାଦ୍ୱାରା ପ୍ଲାଷ୍ଟିକ ପ୍ରଚଳନ କରିବା ବେଆଇନ୍।

କୌଣସି ବ୍ୟକ୍ତି ପ୍ଲାଷ୍ଟିକ ବିକ୍ରି, ବ୍ୟବସାୟ, ଉତ୍ପାଦନ, ଆମଦାନୀ, ସଂରକ୍ଷଣ, ପରିବହନ କିମ୍ବା ବଣ୍ଟନ କରିପାରିବେ ନାହିଁ। ବାୟୋ ଡିଗ୍ରେଡବଲ୍ ବା ମାଟିରେ ମିଶି ପାରୁଥିବା କ୍ୟାରି ବ୍ୟାଗ୍ ବ୍ୟତୀତ ଅନ୍ୟ କୌଣସି ପ୍ରକାର କ୍ୟାରି ବ୍ୟାଗ୍ ବ୍ୟବହାର ହୋଇପାରିବ ନାହିଁ।

ସେହିପରି ୨୦୦ ମିଲିଲିଟରଠାରୁ କମ୍ ପରିମାଣର ପାଣି ବୋତଲ ଉପରେ କଟକଣା ଲାଗିଛି। ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ଥାଳି, କପ୍,ପ୍ଲେଟ୍, ବାଉଲ୍, ଗ୍ଲାସ୍, ଚାମଚ, ପାଉଚ୍ ସହ ଥର୍ମୋକୁଲ ସାମଗ୍ରୀ ବି ବ୍ୟବହାର ପାଇଁ ମନା ହୋଇଛି।

ତେବେ କ୍ଷୀର ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟବହୃତ ସିରିଞ୍ଜ, ମେଡିକାଲ ଇନଷ୍ଟ୍ରୁମେଣ୍ଟ ଓ ଅନ୍ୟ ସାମଗ୍ରୀ ପାଇଁ ଏହି କଟକଣା ଲାଗୁ ହେବନାହିଁ।

ଆଜି ର ରାଶିଫଳ ୦୨/୧୦/୨୦୧୯ ।

ମେଷ : କାର୍ଯ୍ୟରେ ସଫଳ ରୁପାୟନ କରିବାରେ ସିଦ୍ଧହସ୍ତ ହେବେ । ସରକାରଙ୍କ ତରଫରୁ ଅର୍ଥ ମିଳିବ । ଉତମ ଗୃହରେ ବାସ କରିବେ । କୀର୍ତିବାନ ଓ ଧନପ୍ରାପ୍ତ ହେବ । ଉତମ ଗୁଣର ହେବେ ।

ବୃଷ : କର୍ମକ୍ଷେତ୍ରରେ ନୂତନ ପଦକ୍ଷେପ ନେଇ ପାରନ୍ତି । ଆଳସ୍ୟ ପରାୟଣ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସମ୍ମାନୀତ ହୋଇପାରନ୍ତି । ସ୍ତ୍ରୀ ଧନରେ ସୁଖି ହେବେ ।

ମିଥୁନ : ମାନସିକ ସ୍ଥିତିରେ ଭାରସାମ୍ୟ ରକ୍ଷା କରିବାକୁ ପଡ଼ିବ । ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ଚନ୍ଦ୍ର ଚଳନ ଯୋଗୁ ସାବଧାନାତର ସହ ଚଳିବାକୁ ପଡ଼ିବ ।

କର୍କଟ : ନୂତନ ନିଯୁକ୍ତି ବ୍ୟସ୍ତତାରୁ ବଂଚିତ ହୋଇପାରନ୍ତି । ବନ୍ଧୁମିଳନ ଦ୍ୱାରା ଉପକୃତ ହେବେ । ଉତମ ମିତ୍ର ଲାଭ ହୋଇପାରେ । ପୁତ୍ର ଲାଭର ସୂଚନା ମିଳୁଛି । ଧନ ମିଳିବ ।

ସିଂହ : ପରିସ୍ଥିତି ପ୍ରତି ଉଦାସ ମନୋଭାବର ହେବେ । ଚନ୍ଦ୍ରଭୋଗ ହେତୁ ସତର୍କରେ ଚଳିବେ । ବିଜ୍ଞ୍ୟ ବ୍ୟକ୍ତି ଭାବେ ସର୍ବ ବିବେଚିତ ହୋଇପାରନ୍ତି । ଶାସ୍ତ୍ର ପଢ଼ି ଅନୁଭକ୍ତି ରହିବେ ।

କନ୍ୟା : ଆୟ ବୃଦ୍ଧିର ସୂଚନା ମିଳୁଛି । ଉତମ ଭୋଜନ ମିଳିବ । ଦୀର୍ଘଦିନର ଆଶା ପୂରଣ ହେବ । ସମ୍ମାନକୁ ଜଗି ରଖି ଚଳିବାକୁ ପଡ଼ିବ । ଶତ୍ରୁମାନେ ଅପସରି ଯିବେ ।

ତୁଳା : ସତର୍କ ନ ରହିଲେ ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି । କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହେବେ, ମାତ୍ର ବିଳମ୍ବ ହେବ । ଚିନ୍ତାଧାରା ବିର୍ଲପ୍ତ ହେବ । କୃଷିକ୍ଷେତରେ ତ୍ୱରାନ୍ୱିତ କରିବେ ।

ବିଛା : ସେବା ମନୋଭାବ ଗ୍ରହଣ କରିପାରନ୍ତି । ପରିଶ୍ରମର ମୂଲ୍ୟ ମିଳିବ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଠାରୁ ପ୍ରସଂସା ମିଳିବ । ଆୟ ବୃଦ୍ଧିର ସୂଚନା ମିଳୁଛି ।

ଧନୁ : ମନ୍ଦିର ପାଇଁ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇପାରେ । ଅନ୍ୟବାଦୀ ହେବେ । ଆଶାପୂରଣ ହେବ । ବିଭିନ୍ନ ସ୍ତରରୁ ଧନାଗମ ହେବ । ଲୋଭରେ ବଶ ବର୍ତି ହେବ ନାହିଁ । ନୀତିରୁ ବିଚ୍ୟୁତ ହେବେ ।

ମକର : ଚନ୍ଦ୍ରଭୋଗ ହେଉଥିବାରୁ ଉତମ ଭୋଜନରେ ଆପାୟିତ ହେବେ । ଆୟ ପରିମାଣ ବୃଦ୍ଧି ପାଇବ । ସରକାର କିମ୍ବା ବନ୍ଧୁ ସହାୟତା ପାଇଁ ଲାଭବାନ ହେବେ ।

କୁମ୍ଭ : ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପଥରୋଧ କରିବାକୁ କହି ଉଦ୍ୟମ ଚଳାଇପାରନ୍ତି । ଦିନଟି ସମସ୍ୟା ବହୁଳ ହୋଇପାରେ । କଳ୍ପନା ବିଳାସୀ ହୋଇପାରନ୍ତି ।

ମୀନ : ମୂଲ୍ୟବାନ ଦ୍ରବ୍ୟ ଲାଭହେବ । ବୁଦ୍ଧି ଚଳନା କରି କାର୍ଯ୍ୟ ହାସଲ କରିବେ । ନାନାବିଧି ସମ୍ମାନର ଅଧିକାରୀ ହୋଇପାରନ୍ତି । ଯାନବାହନ ସୁଖ ମିଳିବ । କୀର୍ତି ସ୍ଥାପନ କରିପାରନ୍ତି । ମନ ପ୍ରସନ୍ନ ରହିବ ।

ବୈଜୟନ୍ତଙ୍କ ସ୍ଥାନ ନେବାକୁ ଅନୁଭବଙ୍କ ପ୍ରୟାସ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବିଜେଡି ସାଂସଦ ଅନୁଭବ ମହାନ୍ତି ଏବେ ଚର୍ଚ୍ଚାର ଆଗଧାଡ଼ିରେ ଅଛନ୍ତି । ବିଭିନ୍ନ ସମୟରେ ସେ ବିବାଦ ଭିତରକୁ ଆସୁଥିବା ଦେଖାଯାଉଛି । ଏବେ ଆଲୋଚନା ହେଉଛି ବିଜେପି ନେତା ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସ୍ଥାନ ନେବା ପାଇଁ ଅନୁଭବ ବେଶ ତତ୍ପର । ବୈଜୟନ୍ତଙ୍କ କେନ୍ଦ୍ରାପଡ଼ା ସାଂସଦ ପଦ ହାତେଇବା ପରେ ତାଙ୍କଭଳି ଟ୍ୱିଟ ମାଷ୍ଟର ସାଜିବାକୁ ଉଦ୍ୟମ ଚଳାଇଛନ୍ତି ଅନୁଭବ ବୋଲି ଆଲୋଚନା ହେଉଛି । ବୈଜୟନ୍ତ ଯେଉଁଭଳି ଭାବରେ ପ୍ରତି କଥାରେ ଟ୍ୱିଟ କରୁଥିଲେ ଠିକ ସେହିଭଳି ଅନୁଭବ ଟ୍ୱିଟ କରୁଥିବା ଦେଖିବାକୁ ମିଳୁଛି । ଟ୍ୱିଟ ମାଷ୍ଟର ସାଜିବାକୁ ଉଦ୍ୟମ କରୁକରୁ ଅନୁଭବ ନିଜ ସରକାରଙ୍କ ଦୁର୍ବଳତା ପଦାରେ ପକାଇବାରେ ଲାଗିଛନ୍ତି । ସରକାରଙ୍କ କାର୍ଯ୍ୟଠିକ ଭାବେ ଚାଲୁ ନ ଥିବା ନେଇ ସେ ଜନସାଧାରଣଙ୍କୁ ପରୋକ୍ଷରେ ଜଣାଉଥିବା କଥା କୁହାଯାଉଛି ।
କେନ୍ଦ୍ରାପଡ଼ା ସାଂସଦ ହେବା ପରେ ଅନୁଭବ ବିଭିନ୍ନ ଅଞ୍ଚଳ ଗସ୍ତ କରୁଥିବା ସମୟରେ ବୈଜୟନ୍ତଙ୍କ ଭଳି ସବୁ କଥାକୁ ଟ୍ୱିଟ କରି ଜଣାଇବା ସହ ରେକର୍ଡ ରଖିବାକୁ ଚାହୁଁଛନ୍ତି । ଏହା ଭିତରେ ସେ କେନ୍ଦ୍ରାପଡ଼ା ଡାକ୍ତରଖାନା ଯାଇଥିଲେ । ସେଠାରେ ରୋଗୀଙ୍କଠାରୁ ଅର୍ଥ ନିଆଯାଉଥିବା କଥା ନେଇ ଜାଣିବା ପରେ ସରକାରଙ୍କୁ ଚିଠି ଲେଖି ଜଣାଇବା ବଦଳରେ ସେ ସିଧାସଳଖ ଟ୍ୱିଟ କରି ମେଡିକାଲରେ ଲାଞ୍ଚ କାରବାର ହେଉଥିବା ନେଇ ଉଲ୍ଲେଖ କରିଥିଲେ । ଲୋକଙ୍କୁ ସ୍ୱାସ୍ଥ୍ୟ ବିଭାଗର ଶୋଷଣ କଥା ସେ ପରୋକ୍ଷରେ ଜଣାଇଥିଲେ । ସରକାରୀ ଦଳର ସାଂସଦ ଯେତେବେଳେ ଟ୍ୱିଟ କରି କହୁଛନ୍ତି ଡାକ୍ତରଖାନାରେ ଲାଞ୍ଚ କାରବାର ହେଉଛି ସେଥିରେ ଏହାକୁ କେହି ଅବିଶ୍ୱାସ କରିବେ ନାହିଁ । ତେଣୁ ସାଧାରଣ ଲୋକେ ସରକାରଙ୍କ ଉପରେ କିଭଳି ଆସ୍ଥା ପ୍ରକଟ କରିବେ ବୋଲି ସେତେବେଳେ ପ୍ରଶ୍ନ ଉଠିଥିଲା ।
ଏବେ ନିଜ ଦଳର ଜଣେ ଛାତ୍ରନେତାଙ୍କ ସହ ତାଙ୍କର କଳିକୁ ନେଇ ଅନୁଭବ ଟ୍ୱିଟ କରି ରାଜ୍ୟରେ ପୁଲିସ କାରବାର କିଭଳି ଚାଲିଛି ତାର ନଗ୍ନ ଚିତ୍ର ପ୍ରଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧିନରେ ଥିବା ପୁଲିସ ବିଭାଗ ଠିକ ଭାବରେ କାର୍ଯ୍ୟ କରୁ ନାହିଁ ବୋଲି ତାଙ୍କ ଟ୍ୱିଟରୁ ଯେକେହି ଜାଣିପାରିବ । କଟକରେ ବିଜେଡି ଛାତ୍ର ଉପସଭାପତି ମଞ୍ଜିତ ଦାସଙ୍କ ସହ ତାଙ୍କର ଝଗଡ଼ାକୁ ନେଇ ସେ ଯେଉଁ ଟ୍ୱିଟ କରିଛନ୍ତି ସେଥିରେ ସେ ଯେଉଁ ବିଷୟ ଦର୍ଶାଇଛନ୍ତି ତାହା ଅତ୍ୟନ୍ତ ସାଂଘାତିକ । ସେ ଉଲ୍ଲେଖ କରିଛନ୍ତି, ମଞ୍ଜିତ ଦାସ ତାଙ୍କୁ ଅସମ୍ମାନିତ କରୁଛନ୍ତି ଏ ନେଇ ସେ ଥାନାକୁ ଯୋଗାଯୋଗ କଲେ ବି କେହି ତାଙ୍କୁ ସହୟତା କରୁନାହାଁନ୍ତି । ଏକଥା ସେ କଟକ-ଭୁବନେଶ୍ୱର ପୁଲିସ କମିଶନରଙ୍କୁ ଟ୍ୱିଟ କରି ଜଣାଇଛନ୍ତି । ଆଉ ଏକ ଟ୍ୱଟରେ ସେ କହିଛନ୍ତି ପୁଲିଘାଟ ଥାନା ଆଇଆଇସିଙ୍କ ବ୍ୟବହାର ତାଙ୍କୁ ଆଘାତ ଦେଇଛି । ଅର୍ଥାତ ପୁରୀଘାଟ ଥାନାଅଧିକାରୀ ସାଂସଦଙ୍କୁ ଅସମ୍ମାନିତ କରିଥିବା ସେ ଦର୍ଶାଇଛନ୍ତି ।
ସାଂସଦଙ୍କ ଏହି ଟ୍ୱିଟର ବହୁ ସୁଦୂର ପ୍ରସାରୀ ପ୍ରଭାବ ରହିଛି । ବିଜେଡି ସାଂସଦ ଯେତେବେଳେ ଖୋଲାଖୋଲି କହୁଛନ୍ତି ଥାନାକୁ ଫୋନ କଲେ ତାଙ୍କ କଥା କେହି ଶୁଣୁନାହାଁନ୍ତି କି କିଛି କାର୍ଯ୍ୟାନୁଷ୍ଠାନ ହେଉନାହିଁ ସେ କ୍ଷେତ୍ରରେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ । କେବଳ ଏତିକି ନୁହେଁ ସେ ଆହୁରି କହିଛନ୍ତି ଯେ, ପୁରୀଘାଟ ଥାନା ଅଧିକାରୀ ତାଙ୍କୁ ଅସମ୍ମାନିତ କରିଛନ୍ତି । ଶାସକ ଦଳର ଜଣେ ଶକ୍ତିଶାଳୀ ସାଂସଦଙ୍କୁ ଯଦି ଏ ପୁଲିସ ଅଧିକାରୀ ବ୍ୟବହର ଖରାପ କରିପାରନ୍ତି ତେବେ ସାଧାରଣ ଜନତାଙ୍କ ସ୍ଥତିି କଣ ହେଉଥିବା ତାହା ସରକାର ଜାଣିବା ଦରକାର । ଏବେ ୫-ଟି କାର୍ଯ୍ୟକ୍ରରେ ମୁଖ୍ୟମନ୍ତ୍ରୀ ଯେଉଁ “ମୋ ସରକାର” ଲୋକଙ୍କ ପାଇଁ ଆରମ୍ଭ କରିଛନ୍ତି ଓ ଲୋକଙ୍କୁ ପ୍ରତ୍ୟେକ ଥାନା ଅଧିକାରୀ ଭଲ ବ୍ୟବହାର ଦେଖାଇବେ ଏବଂ ସେମାନଙ୍କ ସମସ୍ୟାର ଉପଯୁକ୍ତି ସମାଧାନ କରିବେ ବୋଲି କହିଛନ୍ତି, ସେଥିପ୍ରତି ଅନୁଭବଙ୍କୁ ଟ୍ୱିଟ ଉପହାସ ସଦୃଶ୍ୟ ହୋଇଛି ।
ଅନୁଭଙ୍କ ଏହି ୨ଟି ଟ୍ୱିଟକୁ ଦେଖିଲେ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ ବିଭାଗ ଠିକ ଭାବରେ କାର୍ଯ୍ୟକରୁନାହିଁ ଓ ଲୋକଙ୍କୁ ଉପଯୁକ୍ତ ନ୍ୟାୟ ଦେଇପାରୁ ନାହିଁ ବୋଲି ଖୋଦ ସାସଂଦ ରାଜ୍ୟବାସୀଙ୍କୁ ପରୋକ୍ଷରେ ଜଣାଉଥିôବା ଅନେକ ମତ ରଖୁଛନ୍ତି । ଅନୁଭବ ଟ୍ୱିଟ ନିଶାରେ ନିଜ ସରକାରଙ୍କୁ ପଦାରେ ପକାଉଥିବା କଥା ଏବେ ଦଳୀୟ ମହଲରେ ଆଲୋଚନା ହେଉଛି ।

ଧର୍ମଗଡ଼ ଠାରେ ସୋସିଆଲ ଏକ୍ଟିଭିସ୍ଟ ଅଫ କଳାହାଣ୍ଡି ସଂଗଠନ ତରଫରୁ ଜାତୀୟ ସ୍ୱେଚ୍ଛାକୃତ ରକ୍ତ ଦାନ ଦିବସ ଅବସର ରେ ରକ୍ତ ଦାନ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – ସୋସିଆଲ ଏକ୍ଟିଭିସ୍ଟ ଅଫ କଳାହାଣ୍ଡି ସଂଗଠନ ତରଫରୁ ଜାତୀୟ ସ୍ୱେଚ୍ଛାକୃତ ରକ୍ତ ଦାନ ଦିବସ ଅବସର ରେ ଧର୍ମଗଡ ଠାରେ ରକ୍ତ ଦାନ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ଏହା ମାଁ ଭଣ୍ଡାର ଘରଣୀ ମନ୍ଦିର ଠାରୁ ଚାରିଛକ ହୋଇ କୋର୍ଟ୍ ପାଖରେ ଶେଷ ହୋଇଥିଲା। ଉକ୍ତ ରାଲି ରେ ମୁଖ୍ୟ ଅତିଥି ଭାବେ ଆଶିଷ୍ଟାଣ୍ତ୍ କଲେକ୍ଟର୍ ହରେକୃଷ୍ଣ ବରିହା ଏବଂ ରାଜେଶ୍ ମେହେର୍ ଉପସ୍ଥିତି ଥିଲେ । ସଂଗଠନ ର ଉପ ସଭାପତି ମହେଶ୍ୱର ସୁନାନୀ ଙ୍କ ନେତୃତ୍ୱ ରେ ଧର୍ମଗଡ ଟିମ୍ ର ଉମାକାନ୍ତ ସୁନାନୀ, ଦିନେସ ପ୍ରଧାନ, ରାଜ୍ ବାଗ , ମୃତୁଞ୍ଜୟ ନାଏକ,ଡିଙ୍ଗର୍ ଗହିର,ଲବଣି ରାଉତ୍ ,ରଞ୍ଜନ ପାତ୍ର,ଢଗ ନାଏକ, ସ୍ୟାମ୍ ସୁନ୍ଦର ମାଝୀ,ଭବାନୀ ପ୍ରମୁଖ ଉପସ୍ଥିତି ଥିଲେ। ବାଳିକା ଉଚ୍ଚ ବିଦ୍ୟାଳୟ ଧର୍ମଗଡ , ସରକାରୀ ଉଚ୍ଚ ବିଦ୍ୟାଳୟ ଧର୍ମଗଡ ର ଛାତ୍ର ଛାତ୍ରୀ ତଥା ଶିକ୍ଷକ ସନ୍ତୋଷ ପାଣିଗ୍ରାହୀ ଏଵଂ ସୁରେସ ଚନ୍ଦ୍ର ନାଗ ଙ୍କ ସହଯୋଗ କ୍ରମେ ଏହି ରାଲି ଲୋକଙ୍କ ସଚତେନତା ପାଇଁ ଅନୁଷ୍ଠିତ ହୋଇଥିଲା।

ଗୁଣପୁର ଠାରେ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି !

!!! ରାୟଗଡ ଜିଲ୍ଲା ସ୍ବତନ୍ତ୍ର ପ୍ରତିନିଧି ଦୀପକ କୁମାର ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ ଜିଲ୍ଲା ଗୁଣପୁର ଠାରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ନୂଆଁ ବସ୍ ଷ୍ଟାଣ୍ଡ ଛକ ନିକଟସ୍ଥ ମହା ମାନବ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ନିକଟରୁ ପୁରୁଣା ବସ୍ ଷ୍ଟାଣ୍ଡ ବାଘୁଆ ମନ୍ଦିର ନିକଟସ୍ତ ବିଜୁ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ବରିଷ୍ଠ ନାଗରିକ ଙ୍କ ଦୃତ ଚାଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହାକୁ ସ୍ଥାନୀୟ ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ , ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅମ୍ରିତ୍ ଋତୁରାଜ ଓ ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ବର ବଳିରାମ ସମ୍ମିଳିତ ଭାବେ ପତାକା ହଲାଇ ଶୁଭ ଉଦ୍ଘାଟନ କରିଥିଲେ । ଏଥିରେ ଯୋଗ ଦେଇଥିବା ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରୁ ନୀଳମାଧବ ପାଢ଼ୀ ପ୍ରଥମ ସ୍ଥାନ , ରାମ ଚନ୍ଦ୍ର ସାବତ ଦ୍ବିତୀୟ ସ୍ଥାନ ଏବଂ ଏ ଭାନୁ ରାଓ ଓ ରାମା ରାଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ସମସ୍ତ ପ୍ରତିଯୋଗୀ ବିଜୁ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚିବା ପରେ ପୌର ପରିଷଦ ପକ୍ଷରୁ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପୌର ପରିଷଦ ର ହୋମିଓପଥି ଚିକିତ୍ସକ ଗଣେଶ କୁମାର ପଣ୍ଡା ଙ୍କ ତତ୍ଵାବଧାନ ରେ ବରିଷ୍ଠ ନାଗରିକ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।

ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ସୁଚନା ଓ ଲୋକ ସମ୍ପର୍କ ବିଭାଗ କର୍ମଚାରୀ ଅନନ୍ତ ପାତ୍ର ପରିଚାଳନା କରିଥିବା ବେଳେ ସ୍ଥାନୀୟ ଉପ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ବର ବଳିରାମ , ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ରଶ୍ମି ରାଣୀ ନିମାକା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟ ରେ ଅନୁଷ୍ଠିତ ସଭା ରେ ଅତିଥି ମାନେ ଯୋଗଦେଇ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ ।

ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ବିଧାୟକ ଙ୍କ ସାମ୍ବାଦିକ ସମ୍ମିଳନୀ , ସମସ୍ୟାର ସମାଧାନ ପାଇଁ ଦାବୀ ।

!!! ଦକ୍ଷିଣ ଓଡିଶା ମୁଖ୍ୟ ଡ଼ି କିରଣ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ନାରାୟଣ ରାଓ ଙ୍କ ପକ୍ଷରୁ ଜିଲ୍ଲା ଦଳୀୟ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ମଣ୍ଡଳୀର ଚାଷୀଙ୍କ ସମସ୍ୟା ,ଫସଲ ବିମା ସମସ୍ୟା,ଖେଳାଳିଙ୍କ ଷ୍ଟାଡିୟମର ସମସ୍ୟା,ରେଳ ଚଳାଚଳ ସମସ୍ୟା ନେଇ ସେ ସମ୍ପୃକ୍ତ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରାଇଥିବା ପ୍ରକାଶ କରିଛନ୍ତି ।ରାଜ୍ୟରେ ଗଜପତି ଜିଲ୍ଲାର ବିକାଶ ଅତ୍ୟନ୍ତ ପଛରେ ଅଛି । ରେଳବାଇର ବିକାଶ ହୋଇ ପାରିଲେ ଜିଲ୍ଲାର ଦ୍ରୁତ ବିକାଶ ହୋଇପାରିବ ବୋଲି ମତ ବ୍ୟକ୍ତ କରିଛନ୍ତି ।ଏନେଇ ସେ କେନ୍ଦ୍ରୀୟ ରେଳବାଇ ମନ୍ତ୍ରୀ ଙ୍କ ନିକଟରେ ଦାବୀ ଉପସ୍ଥାପନ କରିଥିବା ଜଣାଇଛନ୍ତି।ଗୁଣପୁର ଠାରୁ ଥେରୁ ବାଲି ରେଳ ରାସ୍ତା ର ସମ୍ପ୍ରସାରଣ ସହ ପ୍ଲାଟ ଫର୍ମ ଗୁଡିକର ଉଚ୍ଚତା ବୃଦ୍ଧି ନିମନ୍ତେ ରେଳ ମନ୍ତ୍ରୀଙ୍କ ସହ ଆଲୋଚନା କରି ଦାବୀ ଉପସ୍ଥାପନା କରିଛନ୍ତି ଏବଂ ମାନ୍ୟବର ମନ୍ତ୍ରୀ ଏଦିଗରେ ଯଥାଶୀଘ୍ର ଶୀଘ୍ର ପଦକ୍ଷେପ ନେବେ ବୋଲି ସୂଚନା ଦେଇଥିବା କହିଛନ୍ତି ।ବର୍ତ୍ତମାନ ସୁଦ୍ଧା ତିତିଲି କ୍ଷତିଗ୍ରସ୍ତ ଚାଷୀ ଙ୍କୁ କ୍ଷୟକ୍ଷତି ର ସହାୟତା ମେଳିନଥିବା ଓ ଚାଷୀ ଙ୍କୁ ଅଦ୍ୟାବଧି ବୀମା ମୁକ କରାଯାଇନଥିବାରୁ ଶ୍ରୀ ରାଓ କ୍ଷୋଭ ପ୍ରକାଶ କରିଥିଲେ ।ଏନେଇ ସେ ମାନ୍ୟବର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ବୀମା କମ୍ପାନୀ ଙ୍କ ସହ ଆଲୋଚନା କରିଥିବା କହିଛନ୍ତି । ବିଧାୟକଙ୍କ ଏତାଦୃଶ୍ୟ ପଦକ୍ଷେପ ପ୍ରତି ସାଧାରଣ ରେ ଭୁୟସୀ ପ୍ରଶଂସା କରାଯାଇଛି ।

ବା-ବାପୁ-ବାବା ରଥ କୁ ଗୁଣପୁର ଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା !

!!! ରାୟଗଡ ଜିଲ୍ଲା ସ୍ବତନ୍ତ୍ର ପ୍ରତିନିଧି ଦୀପକ କୁମାର ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ମହାତ୍ମା ଗାନ୍ଧୀ ଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଗାନ୍ଧୀ ଦର୍ଶନ ସମ୍ପର୍କ ରେ ସଚେତନତା ର ବାର୍ତ୍ତା ବାଣ୍ଟିବା ଉଦ୍ଧେଶ୍ୟ ରେ ରାୟଗଡ ରୁ ବାହାରିଥିବା ବା-ବାପୁ-ବାବା ରଥ କୁ ଗୁଣପୁର ଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଏହି ରଥ ରାୟଗଡ ରୁ ବାହାରି ପଦ୍ମପୁର , ଜବରଗୁଡା , ଡମ୍ବସରା ଦେଇ ଗୁଣପୁର ଠାରେ ପହଞ୍ଚି ଥିଲା ।

ଏହି ଅବସର ରେ ରାୟଗଡ ର ବରିଷ୍ଠ ସାମ୍ବାଦିକ ଶ୍ରୀ ବାଦଲ ତା , ଜିଲ୍ଲା ସାର୍ବୋଦୟ ମଣ୍ଡଳ ର ସଭାପତି ଶ୍ରୀ ଜୟରାମ ଜେନା , ଶ୍ରୀ ବିଜୟ ବାବୁ , ଶ୍ରୀ ଗୌରାଙ୍ଗ ରାଉତ ଏବଂ ଆଇନଜୀବି ଶ୍ରୀ ପ୍ରଦୀପ ଦାଶ ପ୍ରମୁଖ ଜବରଗୁଡା ଏବଂ ଡମ୍ବସରା ଠାରେ ଯୋଗଦେଇ ଗାନ୍ଧୀ ଙ୍କ ଜୀବନୀ ହିଁ ଏ ଅଖଣ୍ଡ ଭାରତ ର ସମସ୍ତ ବ୍ୟକ୍ତି ଙ୍କୁ ଏକ ବାର୍ତ୍ତା ବୋଲି ଜଣାଇଥିଲେ ।

ଗୁଣପୁର ସେବା ସମାଜ ଠାରେ ଆୟୋଜିତ ଏକ ସଭା କୁ ଗାନ୍ଧୀବାଦି ନେତ୍ରୀ ପୁଜ୍ୟା ଶାନ୍ତି ଦେବୀ ସଭାପତିତ୍ୱ କରିଥିବା ବେଳେ ଶ୍ରୀ ଜୟରାମ ଜେନା , ଶ୍ରୀ ବାଦଲ ତା , ଶ୍ରୀ ଗୌରାଙ୍ଗ ରାଉତ , ଶ୍ରୀ ଉମା ଶଙ୍କର ଦାଶ , ଶ୍ରୀ ଇନ୍ଦ୍ରାକ୍ଷି ପ୍ରସାଦ ଦାଶ ଏବଂ ଶ୍ରୀ ରମେଶ ଲିମା ପ୍ରମୁଖ ମଞ୍ଚାସୀନ ରହିଥିଲେ ।

ଚରିତ୍ର ଗଠନ ରେ ଗାନ୍ଧୀ ଙ୍କ ଆଚରଣ ସମ୍ପର୍କ ରେ ଶ୍ରୀ ଉମା ଦାଶ ମାର୍ଗ ଦର୍ଶନ କରାଇଥିବା ବେଳେ ତିନି ମାଙ୍କଡ କଥା କହି ସେବା ସମାଜ ର ଅନ୍ତେବାସୀ ମାନଙ୍କୁ ନିଜ ଉଦବୋଧନ ରେ କହିଥିଲେ ।

ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସମ୍ପାଦିକା ରାଜେସ୍ୱରୀ ଦଳେଇ ସ୍ୱାଗତ ଭାଷଣ ଦେଇଥିଲେ । ଅନୁଷ୍ଠାନ ର ବୈକୁଣ୍ଠ ରାଓ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।