ଯୁଧିଷ୍ଟିର ଙ୍କ ପାଇଁ ଅର୍ଥ ସାଜିଛି ବାଧକ ; ପ୍ରଶାସନ ର ସହାୟତା ଅପେକ୍ଷାରେ ପରିବାର ଲୋକେ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) -କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡା ଗ୍ରାମର କୁମରମଣି ସୁନା ଙ୍କ ମଝିଆ ପୁଅ 30ବର୍ଷର ଯୁଧିଷ୍ଟିର ସୁନା ମାରାତ୍ମକ କ୍ୟାନ୍ସର ରେ ପୀଡିତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ! ଦୀର୍ଘଦିନ ହେବ ବିଛଣାରେ ପଡିରହି ଯନ୍ତ୍ରଣା ସହିନପାରି ଖାଲି ଚିତ୍କାର କରୁଥିବା ଶୁଣିବାକୁ ମେଳୁଛି ।ଯୁଧିଷ୍ଠିରଙ୍କ ମୁହଁରେ କ୍ୟାନ୍ସର ହୋଇ ଧୀରେ ଧୀରେ ମୁହଁର ସ୍ଥିତି ଅସମ୍ଭାଳ ହେଲାଣି ।ଅର୍ଥ ଅଭାବରୁ ଉଚ୍ଚ ଚିକିତ୍ସା ହୋଇପାରୁନାହିଁ । ତେଣୁ ରୋଗ ଦିନକୁଦିନ ବଢ଼ିଚାଲିଛି ।ପୁଅର ରୋଗ ଭଲ କରିବା ପାଇଁ ପରିବାର ଲୋକେ ଜମିବାଡ଼ି ରୁ ଆରମ୍ଭକରି ପାଖରେ ଯାହାଥିଲା ବିକ୍ରି କରିଦେଇ ଥିବାବେଳେ ଶେଷରେ ନିରାଶ ହୋଇ ଚାହିଁରହିଛନ୍ତି ସରକାରୀ ସାହାଯ୍ୟ କୁ । ଯୁଧିଷ୍ଟିର ନିଜ ଅଟୋ ଗାଡି ନେଇ କିଛି ଲୋକଙ୍କୁ ବଣଭୋଜି କରିବାପାଇଁ ଛାଡିବାକୁଯାଇଥିଲେ । ଫେରିବା ସମୟରେ ତାଙ୍କ ଗାଡିର ଦୁର୍ଘଟଣା ଘଟି ମୁହଁରେ ଆଘାତ ଲାଗିଥିଲା। ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ହୋଇ ଅଳ୍ପଦିନ ଭିତରେ ଘରକୁ ଫେରିଥିଲେ ।ଧୀରେ ଧୀରେ ମୁହଁରେ ଲାଗିଥିବା ଆଘାତ ସ୍ଥାନ ଫୁଲିବାରୁ ପରିବାର ଲୋକେ ଘରର ଜମିବାଡ଼ି ବିକ୍ରି କରି ଭବାନୀପାଟଣା, ଧର୍ମଗଡ଼, ନବରଙ୍ଗପୁର, ବୁର୍ଲା, କଟକ ଓ ଶେଷରେ ଭୁବନେଶ୍ୱର ଏମସ ରେ ଚିକିତ୍ସା କଲା ବେଳକୁ ଯୁଧିଷ୍ଟିର ଙ୍କୁ କ୍ୟାନ୍ସର ହୋଇଛି ବୋଲି ଡାକ୍ତର ପରିବାର ଲୋକଙ୍କୁ ଜଣାଇବା ସହ ଅପରେସନ କରିବା ପାଇଁ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାର ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବୋର୍ଡ ପାଖରେ ଥାଇ ମଧ୍ୟ କୌଣସି କାମରେ ଆସୁନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଉଚ୍ଚ ଚିକିତ୍ସା ନିମନ୍ତେ ବାହାରକୁ ଯିବାନିମନ୍ତେ ଅର୍ଥିକ ସମ୍ବଳ ନାହିଁ ।ଏଣୁ ଜିଲ୍ଲା ପ୍ରଶାସନ ଏଦିଗରେ ଯୁଧିଷ୍ଠିର ଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ବାସିନ୍ଦା ଅନୁରୋଧ କରିଛନ୍ତି।

ଚାଷଜମିକୁ ପାଣି ଯୋଗାଣ ଦାବୀରେ ଜୁନାଗଡ଼ ଏନ ଏଚ ୨୬ ଠାରେ ରାସ୍ତା ଅବରୋଧ କଲେ ଚାଷୀ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଜୁନାଗଡ଼) – ଇନ୍ଦ୍ରାବତୀ କେନାଲରୁ ଜୁନାଗଡ଼ ବ୍ଲକ ତଲମଲା ଓ ଆଟିଗାଁ ପଂଚାୟତ ରେ ଥିବା ପାଖା ପାଖି ୭୦୦ ହେକ୍ଟର ଚାଷଜମିକୁ ଇନ୍ଦ୍ରାବତୀ କେନାଲ ରୁ ପାଣି ଯୋଗାଣ ହେଉଥିବା ବେଳେ ଛୋରିଅl ଗଡ଼ ଠାରେ କିଛି ପ୍ରଭାବଶାଳୀ ବ୍ୟକ୍ତି କେନାଲର ଗତିପଥକୁ ଅବରୋଧ କରି ରଖିଥିବା ଅଭିଯୋଗ ହୋଇଛି ।ଯାହା ଫଳରେ ତଳ ମୁଣ୍ଡ ରେ ଥିବା ଆଟିଗାଁ ଓ ତଲମଲା ପଂଚାୟତ ଚାଷଜମି କୁ ଦୀର୍ଘ ବର୍ଷ ହେବ ପାଣି ମାଡୁନାହିଁ। ଇନ୍ଦ୍ରାବତୀ କୁସୁମଖୁଣ୍ଟି ବିଭାଗୀୟ ଅଧିକାରୀ ଙ୍କୁ ଅଭିଯୋଗ କଲେ ମଧ୍ୟ ଆଜି ଯାଏଁ କୌଣସି ସୁଫଳ ମିଳିନଥିବା ବେଳେ ଚାଷୀ ପ୍ରତିବର୍ଷ ଜଳକର ଖଜଣା ଭରି ଆର୍ଥିକ ଶୋଷଣ ର ଶିକାର ହେଉଥିବା ଅଭିଯୋଗ କରିଛନ୍ତି। ଏହାର ସ୍ଥାୟୀ ପ୍ରତିକାର ଦାବିରେ ମିଚlଗାଁ ଲଙ୍କେଶ୍ୱରୀ ପାଣି ପଞ୍ଚାୟତ ସଭାପତି ଯଶୋବନ୍ତ ପ୍ରଧାନୀ,ତଲମଲା ସରପଞ୍ଚ ଦୁଶିଳା ମାଝୀ, ଆଟିଗାଁ ସରପଞ୍ଚ ଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଜୁନାଗଡ଼ ହାତୀନଦୀ ଉପରେ ସକାଳ ୧୦ ଘଣ୍ଟା ରୁ ରାସ୍ତା ଅବରୋଧ କରି ରଖିବା ଫଳରେ ଜାତୀୟ ରାଜପଥ ୨୬ ଭବାନୀପାଟଣା ଜୟପୁର ଓ ଧର୍ମଗଡ ମୁଖୀଗୁଡା ମଧ୍ୟରେ ଯାତାୟାତ ଠପ ହୋଇପଡିଛି।

ଧର୍ମଗଡ଼ ଠାରେ ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳିତ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – ମହାତ୍ମା ଗାନ୍ଧୀ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉତ୍ସବ ରେ ଧର୍ମଗଡ଼ ସହରରେ ପଦଯାତ୍ରା ର ଆଯୋଜନ କରାଯାଇଥିଲା। ପଦଯାତ୍ରୀ ମାନେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି କାର୍ଯ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀ ଙ୍କ ପ୍ରତି ମୂର୍ତ୍ତୀ ରେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ। ପରେ କୋର୍ଟ ପରିସରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ବରିଷ୍ଠ ବିଜେପି ନେତା ଲକ୍ଷ୍ମୀ ବାଗ ଙ୍କ ନେତୃତ୍ଵରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ଲକ୍ଷ୍ମୀ ଧଙ୍ଗଡ଼ା ମାଝୀ, ଜନ୍ମେଜୟ ନାୟକ, ମନୀନ୍ଦ୍ର ପାତ୍ର, ହେମନ୍ତ ମାଝୀ, ପ୍ରବିଣ ପଣ୍ଡା, ହିମାଂଶୁ ପଣ୍ଡା, ଡମ୍ବରୁ ଠାକୁର, ମଦନ ନାୟକ, ପଲସ୍ଥି ମହାନନ୍ଦ, ଅପରେଶ ସ୍ଵାଇଁ, ବ୍ରଜେଶ ପଣ୍ଡା, ଉମାକାନ୍ତ ନାୟକ, ଦିଲୁ ଯୋଶୀ, ଅମନ ପଣ୍ଡା, ଚିତ୍ତ ବେହେରା, ଅକ୍ଷୟ ସାହୁ, କବିରାଜ ଗୋପାଳ, ବବ୍ରୁ ନାୟକ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ ମଣ୍ଡିତ କରିଥିଲେ।

ମହାତ୍ମାଗାନ୍ଧୀ ଜୟନ୍ତୀ ଅବସରରେ ଡାକ୍ତରଖାନା ର ୱାର୍ଡ ୱାର୍ଡ ବୁଲି ସମସ୍ୟା ବୁଝିବା ସହ ଫଳ ବାଣ୍ଟିଲେ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଜୁନାଗଡ଼) – ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ , ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ କୁ ମହାସମାରୋହ ରେ ପାଳନ କରିବା ସହ ଭକ୍ତି ପୁର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଇଛି ସାରା ରାଜ୍ୟ ଓ ଦେଶ ।ଏହି ଅବସରରେ ଗୃହ ରାଜ୍ଯ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ନିଜ ନିର୍ବାଚନ ମଣ୍ଡଳୀ ଜୁନାଗଡ ଡାକ୍ତରଖାନା ଏବଂ ଅନୁସୂଚିତ ଜାତି ଜନଜାତି ବାଳିକା ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଉଭୟ ବିଦ୍ୟାଳୟ ଓ ଡାକ୍ତରଖାନା ର ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିବା ସହିତ ଏହାର ସମାଧାନ ଦିଗରେ ଆଲୋଚନା କରିଥିଲେ ।ଡାକ୍ତର ଖାନାର ସମସ୍ତ ୱାର୍ଡ ବୁଲି ରୋଗିଙ୍କର ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଫଳ ବଣ୍ଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଜୁନାଗଡ ପୁର୍ବତନ ନଗରପାଳ ମହେଶ ସାହୁ , ସମାଜସେବୀ ବିଶ୍ବନାଥ କର , ବିଜୁଜନତା ଦଳ ନଗର ସଭାପତି ପ୍ରମୋଦ ବେହେରା , ବିଜୁ ଜନତା ଦଳ ମହିଳା ନେତ୍ରୀ କଲ୍ଯାଣୀ ନାଏକ , ପ୍ରମୁଖ ଉପସ୍ଥିତ ଥିଲେ ।

କୋକସରା ବ୍ଲକ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ..!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କୋକସରା ବ୍ଲକ କାଉଡୋଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠରେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମଦିବସ ପାଳନ କରାଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିର୍ମଳ ପୂର୍ଣ୍ଣ ଚନ୍ଦ୍ର ନାୟକ ,କାର୍ଯ୍ୟରତ ସମସ୍ତ ଶିକ୍ଷକ ଓ ବିଦ୍ୟାର୍ଥୀ ବାପୁ ଏବଂ ଶାସ୍ତ୍ରୀଙ୍କ ଫଟୋଚିତ୍ର ଉପରେ ପୁଷ୍ପ ମାଲ୍ୟ ଅର୍ପଣକରିଥିଲେ ।ଏହି ଅବସରରେ କବାଡି ଖେଳ,ଗୀତ ପ୍ରତିଯୋଗୀତା , ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ସମାନ୍ତରାଳ ଭାବେ କାଉଡୋଳା ପଞ୍ଚାୟତ ହାଇସ୍କୁଲରେ ମଧ୍ୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅନୁଷ୍ଠିତ ହୋଇଥିଲା ।

ଶିବ ଶକ୍ତି ଯୁବକ ସଂଘ ଆନୁକୁଲ୍ୟରେ ଗ୍ରାମାଞ୍ଚଳ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।

!!! କନ୍ଧମାଳ ଜିଲ୍ଲା ଫୁଲବାଣୀ ରୁ ଉପଖଣ୍ଡ ପ୍ରତିନିଧି ସୁକାନ୍ତ ବେହେରା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଫୁଲବାଣୀ) – ଗାନ୍ଧୀ ଜୟନ୍ତି ଅବସର ରେ ଚକାପାଦ ବ୍ଲକ ବିଲବାଡା ଗ୍ରାମପଞ୍ଚାୟତ ଠାରେ ବିଲାବାଡା ଶିବଶକ୍ତି ଯୁବକ ସଂଘ ଆନୁକୂଲ୍ୟରେ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଖଜୁରୀପଡା ବ୍ଲକ ଚେୟାରମେନ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର କହଁର ଏବଂ ସମ୍ମାନୀତ ଅତିଥି ଭାବେ ଶ୍ରୀ ପ୍ରଭଞ୍ଜନ କହଁର ଏବଂ ରୋଦନ ମଲ୍ଲିକ, ଅପସରୀ କହଁର ପ୍ରକାଶ କହଁର, ଏବଂ ଜଳନ୍ଧର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟଟି ଦୁଇଦିନ ଧରି ଚାଲି ଥିଲା। ଫାଇନାଲ ମ୍ୟାଚ ରେ ଦୁତିମେଣ୍ଡି ଏବଂ ବ୍ରଡ଼ିଗୁଡା ଫୁଟବଲ ଟିମ ମଧ୍ୟରେ ଖେଳା ଯାଇଥିଲା ଏହି ମ୍ୟାଚ ରେ ଦୁତିମେଣ୍ଡି ଫୁଟବଲ ଟିମ ଗୋଲ ମାରି ଫାଇନାଲ ମ୍ୟାଚ ରେ ବିଜେତା ଘୋଷଣା ହେଲା ଏବଂ ଟ୍ରଫି ବଣ୍ଟନ ପରେ ଶେଷରେ ଜେ.ଡ଼ି ଭାଇ ଙ୍କ ଗୀତ ପରେ ସଭା ସାଙ୍ଗ କରାଯାଇଥିଲା।

ଆଶାର ଆଲୋକକୁ ଉଜ୍ଜୀବିତ କରି ପୋଲିସ ର ସହଯୋଗ କୁ ଅନାଇ ବସିଛନ୍ତି ସଦାନନ୍ଦ ସାବତ ।

!!! ବ୍ୟୁରୋ ନ୍ୟୁଜ ଭୁବନେଶ୍ବର !!!

ଏଥର ସମ୍ଭାଳ (ହିଞ୍ଜିଳି) – ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଆରମ୍ଭ ହୋଇଯାଇଛି ମୋ ସରକାର କାର୍ଯ୍ୟକ୍ରମ । ସମସ୍ତ ବିଭାଗ ଭଳି ଗୃହ ବିଭାଗ କର୍ମକର୍ତ୍ତା ଙ୍କ ପାଇଁ ଘୋଷଣା ହୋଇଛି ସରକାର ଙ୍କ ” ୫ଟି ” ସୂତ୍ର ଏଣିକି ଅଭିଯୋଗ କାରି ଥାନା ରେ ସମ୍ମାନ ପାଇବେ । ଅଭିଯୋଗ ପାଇଁ ଗଲେ ବସିବା ପାଇଁ ଚୌକି ଖଣ୍ଡିଏ ମିଳିବ । ୫ଟି ସୂତ୍ର ଲାଗୁ ହୋଇଥିବାରୁ ଅଭିଯୋଗ କାରି ଙ୍କ ଦ୍ୱାରା ଦିଆଯାଇଥିବା ଅଭିଯୋଗ ର ତଦନ୍ତ ସହ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ ।

ଏହି ଦିନ କୁ ଚାହିଁ ବସିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଜିଲ୍ଲା ର ହିଞ୍ଜିଳି ଥାନା ଅନ୍ତର୍ଗତ ପୋତ ତହଁର ଗ୍ରାମ ର ବାଞ୍ଛାନିଧି ସାବତଙ୍କ ପୁଅ ସଦାନନ୍ଦ ସାବତ ତାଙ୍କ ଶଳା ଙ୍କ ମୃତ କାର୍ଯ୍ୟ ଯୋଗ ଦେବା ନିମନ୍ତେ ଯାଇ ଫେରିବା ପରେ ଦେଖିଲେ ଯେ ତାଙ୍କ ଘର କବାଟ ଭାଙ୍ଗି ଚୋରି ହୋଇଯାଇଛି। ଏହି ଚୋରି ସଂକ୍ରାନ୍ତ ରେ ସେ ଗତ ୬/୯/୧୯ ତାରିଖ ଦିନ ଥାନାରେ ଏତଲା ଦେଇଥିଲେ। ତାଙ୍କ ଘରୁ ୯ ଭରି ସୁନା, ୧୫ ଭରି ରୂପା , ୧ ଲକ୍ଷ ୨୧ ହଜାର ଟଙ୍କା ଏବଂ ୬୯ ହଜାର ଟଙ୍କା ର ଦୁଇଟି ବଣ୍ଡ ଚୋରୀ ହୋଇଥିବା ଉଲ୍ଲେଖ କରିଥିଲେ। ଏତଲା ଆଧାରରେ ଥାନା କେସ ନମ୍ବର ୨୩୪/୧୯ କ୍ରମେ କେସ ରୁଜୁ କରାଯାଇଛି। ଘଟଣା ର କୌଣସି ସୁରାକ୍ ନପାଇବାରୁ ଶ୍ରି ସାବତ ଥାନା କୁ ଯାଇ ଅନୁସନ୍ଧାନ ସମ୍ପର୍କରେ ପଚାରି ବୁଝିଥିଲେ। ଏହି ସମୟରେ ଥାନା ଅଧିକାରୀ ଆପଣ କାହାକୁ ସନ୍ଦେହ କରୁଛନ୍ତି କି ବୋଲି ପଚାରି ବୁଝିବାରୁ ଶ୍ରି ସାବତ ତାଙ୍କ ସାହିରେ ରହୁଥିବା କିଛି ବ୍ୟକ୍ତି ଙ୍କ ନାମ ସନ୍ଦେହ କରି ଦେଇଥିବା ଜଣାପଡିଛି। ଶ୍ରି ସାବତଙ୍କ କହିବା ମୁତାବକ ସେ ସନ୍ଦେହ କରି ଦେଇଥିବା ବ୍ୟକ୍ତି ବିଶେଷ ଙ୍କୁ ଥାନା ପକ୍ଷରୁ ଜେରା କରାଯାଇନାହିଁ କିମ୍ବା ଘଟଣା ସମ୍ପର୍କ ରେ ସଠିକ ଅନୁସନ୍ଧାନ କରାନଯାଇ ପକେଇ ରଖାଯାଇଛି। ସାଧାରଣରେ ପ୍ରଶ୍ନ ଉଠୁଛି ଥାନା ପକ୍ଷରୁ କଣ ପଦକ୍ଷେପ ଗ୍ରହଣ କରାଯାଉଛି ଏବଂ କେବେ ଚୋରି ଆସାମି ଧାରା ପଡ଼ୁଛନ୍ତି।

ସ୍ଥାନୀୟ ଜି ଆଇ ଇ ଟି ୟୁନିଭର୍ସିଟି ପରିସରରେ ୧୫୦ ତମ ଗାନ୍ଧୀ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇ ଯାଇଛି ।

!!! ରାୟଗଡ ଜିଲ୍ଲା ସ୍ବତନ୍ତ୍ର ପ୍ରତିନିଧି ଦୀପକ ବେହେରା (ସୁନା) ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ସ୍ଥାନୀୟ ଜି ଆଇ ଇ ଟି ୟୁନିଭରସିଟି ପରିସରରେ ୧୫୦ ତମ ଗାନ୍ଧୀ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇ ଯାଇଛି । ୟୁନିଭର୍ସିଟି ର ପ୍ରିନ୍ସପାଲ ଡ଼ଃ ସିନ୍ଥୀଲ୍ କୁମାର ଗୁଣପୁର ପୁରୁଣା ବସ୍ ଷ୍ଟାଣ୍ଡ ଠାରେ ଥିବା ବାପୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ୟୁନିଭର୍ସିଟି ରେ ଅଧ୍ୟୟନରତ ବିଦ୍ୟାର୍ଥୀ ମାନେ ଏକ ପଟୁଆର ରେ ସ୍ଥାନୀୟ ପୁରଣା ବସ୍ ଷ୍ଟାଣ୍ଡ ଛକ ଠାରୁ ବାହାରି ସହର ପରିକ୍ରମା କରି ୟୁନିଭର୍ସିଟି ପରିସର ରେ ପହଁଚି ଥିଲେ । ବିଶ୍ବ ବିଦ୍ୟାଳୟ ପରିସର ରେ ଥିବା ବାପୁ ଙ୍କ ପ୍ରତିମୂର୍ତ୍ତି ରେ ଅନୁଷ୍ଠାନ ର ଉପ ସଭାପତି ଡ଼ଃ ଶ୍ରୀ ଚନ୍ଦ୍ର ଧ୍ୱଜ ପଣ୍ଡା , ରେଜିଷ୍ଟ୍ରାର ଏନ ଭି ଜେ ରାଓ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଡ଼ଃ ପଣ୍ଡା ଉପସ୍ଥିତ ବିଦ୍ୟାର୍ଥୀ ଙ୍କୁ ବାପୁ ଙ୍କ ” MY LIFE IS MY MESSAGE ” ଉକ୍ତି କୁ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ । ବିଶ୍ବ ବିଦ୍ୟାଳୟ ରେ କାର୍ଯ୍ୟରତ ୪ର୍ଥ ଶ୍ରେଣୀ ମହିଳା କର୍ମଚାରୀ ଙ୍କୁ ଅନୁଷ୍ଠାନ ପକ୍ଷରୁ ସୂତା ଲୁଗା ବଣ୍ଟା ଯାଇଥିଲା । ସଂଧ୍ୟା ସମୟ ରେ ବିଶ୍ବ ବିଦ୍ୟାଳୟ ରେ ଅଧ୍ୟୟନରତ ଇଲେକଟ୍ରୋନିସ୍ ବିଭାଗ ପକ୍ଷରୁ ପ୍ରାକୃତିକ ଉପାୟ ରେ ସୋଲାର ଦ୍ୱାରା ଲ୍ୟାମ୍ପ ପ୍ରସ୍ତୁତ କରି ବିଦ୍ୟୁତ ସଞ୍ଚୟ କରିବାର ଏକ ନୂତନ କୌଶଳ କୁ ଲୋକ ଙ୍କ ନିକଟ ରେ ପହଞ୍ଚାଇବା ଉଦ୍ଧେଶ୍ୟ ନେଇ ଏକ ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା । ଜି ଆଇ ଇ ଟି ର ଏଭଳି ପଦକ୍ଷେପ କୁ ସାଧାରଣ ରେ ଭୁୟସି ପ୍ରଶଂସା କରାଯାଇଛି ।

ସିନାପାଲି ଠାରେ ଗାନ୍ଧୀ ଜୟନ୍ତୀ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…!

!!! ନୁଆପଡ଼ା ଜିଲ୍ଲା ରୁ ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ନୂଆପଡା) – ନୂଆପଡା ଜିଲ୍ଲା ସିନାପାଲି ତହସିଲ କାର୍ଯ୍ୟାଳୟ ଠାରେ ସିନାପାଲି ଵନବିଭାଗ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି ।ଏହି ଅବସରରେ ବନ ବିଭାଗ ପକ୍ଷରୁ ବୃକ୍ଷ ରୋପଣ କରାଯାଇଛି ।ସହରକୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ କରିବା ପାଇଁ ସଚେତନ ବାର୍ତ୍ତା ପହଞ୍ଚାଇବା ସହ ସ୍ଥାନୀୟ ଦୈନିକ ବଜାରରେ କପଡା ତିଆରି ବ୍ୟାଗ ବଣ୍ଟନ କରାଯାଇଥିଲା। ଏହି ଉତ୍ସବ ରେ ସିନାପାଲି ଅତିରିକ୍ତ ତହସିଲଦାର ଲଖାନ ମାଝି ,ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ଗୌଡ଼ ,ବନଝଣ୍ଡ ଅଧିକାରୀ ମୁରଲୀ ପଣ୍ଡାଙ୍କ ସମେତ ବନବିଭାଗ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

ଜି.ଆଇ.ସି.ଏମ୍.ଏସ୍ ଗୁଣପୁର ଏବଂ ଗାୟତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟ ରେ ମିଳିତ ଭାବେ ବାପୁ ଙ୍କ ୧୫୦ ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି ।

!!! ରାୟଗଡ ଜିଲ୍ଲା ସ୍ବତନ୍ତ୍ର ପ୍ରତିନିଧି ଦୀପକ କୁମାର ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ ଜିଲ୍ଲା ଗୁଣପୁର ବ୍ଲକ ରେଗେଡା ସ୍ଥିତ ଗାୟତ୍ରୀ ଏମ ବି ଏ ଓ ଫାର୍ମାସି ଶିକ୍ଷାନୁଷ୍ଠାନ ପରିସର ରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ର ୧୫୦ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଅନୁଷ୍ଠାନ ର ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ପି ଭି କୋଟେସ୍ୱର ରାଓ ଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜି ଆଇ ସି ଏମ ଏସ୍ ର ଅଧକ୍ଷ ଶ୍ରୀ ଧବଳେଶ୍ବର ପଟ୍ଟନାୟକ , ଜି ଆଇ ଏସ୍ ଟି ର ଅଧକ୍ଷ ଶ୍ରୀ ଜଗଦୀଶ ଖୁଣ୍ଟିଆ ଗାନ୍ଧୀ ଙ୍କ ସ୍ମୃତି ଚାରଣ କରିଥିଲେ । ଏହା ସହ ପ୍ଲାଷ୍ଟିକ ଓ ପଲିଥିନ ବର୍ଜନ କରିବା ଦିଗ ରେ ସମସ୍ତ ଙ୍କୁ ସଚେତନ କରାଇଥିଲେ ।

ସେହିପରି ଗୁଣପୁର ସ୍ଥିତ ଗାୟତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟ ର ସଭାକକ୍ଷ ଠାରେ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମ-ବାର୍ଷିକୀ ପାଳନ ହୋଇଯାଇଛି । ଏହି ଅବସର ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୁତା ପ୍ରତିଯୋଗିତା ମହାବିଦ୍ୟାଳୟ ର ପ୍ରିନ୍ସପାଲ ସ୍ୱରୀ ଅରୁଣ କୁମାର ପାଢ଼ୀ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।

ଅନୁଷ୍ଠାନ ର ରସାୟନ ବିଜ୍ଞାନ ଅଧ୍ୟାପିକା ସୁଶ୍ରୀ ପଲ୍ଲବୀ ପ୍ରିୟଦର୍ଶନୀ ପାତ୍ର କାର୍ଯ୍ୟକ୍ରମ ର ସ୍ବାଗତ ଭାଷଣ ପ୍ରଦାନ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

ଗାୟତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟ ର ପ୍ରିନ୍ସିପାଲ ଶ୍ରୀ ଅରୁଣ କୁମାର ପାଢ଼ୀ ନିଜ ଅଭିଭାଷଣରେ ସ୍ୱଚ୍ଛତା , ପରିବେଶ ସୁରକ୍ଷା , ଜାତିପ୍ରଥା ତଥା ଗାନ୍ଧୀ ଙ୍କୁ ଅନୁସରଣ କରି ଜୀବନ ରେ ଆଗେଇ ଯିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦେଇ ମହାତ୍ମାଗାନ୍ଧୀଙ୍କ ସ୍ମୃତି ଚାରଣ କରିଥିଲେ ।

ଶେଷରେ ଅନୁଷ୍ଠାନ ର ଗଣିତ ଅଧ୍ୟାପକ ଶ୍ରୀ ସିମନ୍ ଶବର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।