ସାମ୍ବାଦିକଙ୍କ ପତ୍ନୀ ବିୟୋଗ

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା ଗୋଳମୁଣ୍ଡା ବ୍ଲକର ଇପିଏ ଉଇକ୍ଲି ପ୍ରତିନିଧି ବାଜି ପ୍ରଧାନଙ୍କ ପତ୍ନୀ ମୌସୁମୀ ପ୍ରଧାନ(ନିତୁ)ଙ୍କର ଗତକାଲି ୧୧ଘଣ୍ଟା ୩୦ମିନିଟ ସମୟରେ ଆକସ୍ମିକ ଭାବେ ଦେହାନ୍ତ ହୋଇଯାଇଛି।ସେ କେତେ ଦିନ ହେଲା ଅସୁସ୍ଥ ଅନୁଭବ କରୁଥିବା ପରିବାର ସୂତ୍ରରୁ ପ୍ରକାଶ।ସେ କାଲି ପୁଅ ରମଣି କୁ ଜଳଖିଆ ଆଣିବାକୁ କହିଥିଲେ।ପୁଅ ଜଳଖିଆ ଆଣି ଆସିବା ବେଳକୁ ସେ ଆଖି ନଖୋଲିବା ଯୋଗୁଁ ପୁଅର ଚିତ୍କାର ଶୁଣି ଘର ଓ ଆଖ ପାଖର ଲୋକ ପହଞ୍ଚି ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ ଓ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହି ସମୟରେ ତାଙ୍କ ସ୍ୱାମୀ ବାଜି ପ୍ରଧାନ ଧର୍ମଗଡ଼ରେ ନଥିଲେ।ସେ ଫେରିବା ପରେ ଆଜି ପରିବାର ବର୍ଗ ଓ ସମ୍ପର୍କୀୟ ମାନଙ୍କ ଉପସ୍ଥିତିରେ ତାଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି।ବାଜି ପ୍ରଧାନଙ୍କ ଏକମାତ୍ର ପୁଅ ରମଣୀ(୧୪) ମୁଖାଗ୍ନି ଦେଇଥିଲେ। ସେ ଜଣେ ସ୍ପଷ୍ଟବାଦୀ,ପରୋପକାରୀ ମହିଳା ଥଲେ।ନିତୁଙ୍କର ମୃତ୍ୟୁରେ ଧର୍ମଗଡରେ ଶୋକର ଛାୟା ଖେଳିଯାଇଛି।ଧର୍ମଗଡ଼ NAC ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ, ଉପାଧ୍ୟକ୍ଷ ଅଶୋକ ମହାନ୍ତି, ଜିଲ୍ଲା ରେଡ଼କ୍ରସ ସଦସ୍ୟ ହୃଷିକେଶ ମିଶ୍ର, ଚେମ୍ବର ଅଫ କମର୍ସ ସଭାପତି ବିଦ୍ୟାଧର ସାହୁ, ବରିଷ୍ଠ ଓକିଲ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ସରକାରୀ ଓକିଲ ରାଜେନ୍ଦ୍ର ମୁନି, ଓୟୁଜେ ର ଉପସଭାପତି ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲ, ସାମ୍ବାଦିକ ଅଂଶୁମାନ ପାତ୍ର, ସାମ୍ବାଦିକ ବୈଦ୍ୟନାଥ ବେହେରା, ସାମ୍ବାଦିକ ଇଙ୍ଗିତ ପଣ୍ଡା ପ୍ରମୁଖ ଶୋକ ବ୍ୟକ୍ତ କରି ସ୍ବର୍ଗତ ନିତୁଙ୍କର ଅମର ଆତ୍ମାର ସଦଗତି ପାଇଁ ପ୍ରାଥନା କରିଛନ୍ତି। ଏଥର ସମ୍ଭାଳ ପରିବାର ପରିବାର ପକ୍ଷରୁ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଜ୍ଞାପନ କରୁଛୁ ।