ଲଭ୍, ସେକ୍ସ ଓ ଧୋକାରେ ଫସିଗଲେ ଡାକ୍ତରାଣୀ; ଧୋକାବାଜ ପ୍ରେମିକ ସରକାରୀ କର୍ମଚାରୀ !

!!! କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବାଲିଗୁଡା) – ଲଭ୍, ସେକ୍ସ ଓ ଧୋକା ଜାଲରେ ପଡ଼ିଛନ୍ତି ଜଣେ ଡାକ୍ତରାଣୀ। ଏପରି ଅଭିଯୋଗ ଆସିଛି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବ୍ଲକ୍‌ ପ୍ରୋଗ୍ରାମ ମ୍ୟାନେଜରଙ୍କ ନାଁରେ। ଏନେଇ ଥାନାରେ ଅଭିଯୋଗ ହେବା ସତ୍ତ୍ୱେ ପୁଲିସ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। କେବଳ ଏଫ୍‌ଆଇଆଇ ଧରି ନିରବଦ୍ରଷ୍ଟା ସାଜିଛି ପୁଲିସ।

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବ୍ଲକ ପ୍ରୋଗ୍ରାମ ଅଫିସର(ବିପିଓ) ଅମୂଲ୍ୟ କୁମାର ପାଣିଗ୍ରାହୀ ଜଣେ ଆୟୁଷ ଡାକ୍ତରାଣୀଙ୍କୁ ଭଲ ପାଉଥିଲେ। କଥାବାର୍ତ୍ତା ପରେ ଉଭୟ ପରସ୍ପରର ନିକଟତର ହୋଇଥିଲେ। ଏପରିକି ମେଡିକାଲ୍‌ ସମସ୍ତ କାର୍ଯ୍ୟକ୍ରମରେ ଦୁଇ ଜଣଙ୍କୁ ଦେଖିବାକୁ ମିଳୁଥିଲେ। ଏହାର ସୁଯୋଗ ନେଇ ଡାକ୍ତରାଣୀଙ୍କ ସହିତ ବିପିଓ ଶାରୀରିକ ସମ୍ପର୍କ ରଖିଥିଲେ। ୨୦୧୭ରୁ ଉଭୟ ପରସ୍ପରକୁ ଭଲ ପାଉଥିଲେ।

ତେବେ ଗତ କିଛି ଦିନ ହେବ ବିପିଓ ଶ୍ରୀ ପାଣିଗ୍ରାହୀ ଆୟୂଷ ଡାକ୍ତରାଣୀଙ୍କଠାରୁ ଦୂରାଇ ଯାଉଥିଲେ। ଏ ସମ୍ପର୍କରେ ଡାକ୍ତରାଣୀ ଜାଣିପାରି ବିବାହ କରିବାକୁ ଜିଦ୍‌ ଧରିଥିଲେ। ମାତ୍ର ଶ୍ରୀ ପାଣିଗ୍ରାହୀ ତାଙ୍କ କଥାକୁ ଏଡାଇ ଚାଲିଥିଲେ। ତେବେ ବାଧ୍ୟ କରିବାରୁ ତୁମେ ଛୋଟ ଜାତିରେ ହୋଇଥିବାରୁ ବାହା ହେବା ସମ୍ଭବପର ନୁହେଁ ବୋଲି ଶ୍ରୀ ପାଣିଗ୍ରାହୀ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତେବେ ଯେତେବେଳେ କଥା ଉଗ୍ରରୂପ ଧାରଣ କରିଥିଲା, ସେତେବେଳେ ଶ୍ରୀ ପାଣିଗ୍ରାହୀ ବିବାହ କରିବାକୁ ରାଜି ହୋଇଥିଲେ। ଏପରିକି ଏକ ପ୍ଲେନ୍‌ ପେପରରେ ଲିଖିତ ପ୍ରତିଶ୍ରୁତି ଦେଇଥିଲେ।

ତେବେ ୧୬ ତାରିଖରୁ ଶ୍ରୀ ପାଣିଗ୍ରାହୀ କେଉଁଆଡ଼େ ଫେରାର ହୋଇଯାଇଥିଲେ। ତାଙ୍କ ମୋବାଇଲ୍‌ ବନ୍ଦ କରିଦେଇଥିଲେ।  ଚାରିଆଡ଼େ ଖୋଜି ନିରାଶ ହେବା ପରେ ଡାକ୍ତରାଣୀ ଗତ ୧୭ ତାରିଖରେ ଏନେଇ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଇତି ମଧ୍ୟରେ ୫ ଦିନ ବିତିଗଲାଣି। ହେଲେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି।

ପୁଲିସଠାରୁ ନିରାଶ ହେବା ପରେ ଡାକ୍ତରାଣୀ ଏନେଇ ଗଣମାଧ୍ୟମର ଆଶ୍ରୟ ନେଇଛନ୍ତି। ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।  

ବିଜୁ ଯୁବ ବାହିନୀ ଓ ଆମ ପୋଲିସ ସମିତି ର ମିଳିତ ଆନୁକୁଲ୍ୟ ରେ ସଡ଼କ ସୁରକ୍ଷା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ” ରକ୍ଷକ ” ଅନୁଷ୍ଠିତ !

!!! କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ପ୍ରତିନିଧି ମିଲନ୍ କହଁର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବାଲିଗୁଡା) – କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ପଞ୍ଚାୟତ ତରଫରୁ ସଡ଼କ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ବିଜୁ ଯୁବ ବାହିନୀ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ।ଏହି ଅବସର ରେ ଆୟୋଜିତ ଏକ ଶୋଭାଯାତ୍ରା କାର୍ଯ୍ୟକ୍ରମ ରେ ଜନସାଧାରଣ ଗାଡ଼ି ଚଳାଇବା ବେଳେ ହେଲମେଟ ବ୍ୟବହାର କରିବା, ସବୁ ସମୟରେ ଗାଡ଼ିର କାଗଜ ପତ୍ର ସର୍ବଦା ନିଜ ପାଖରେ ରଖିବା ସହ ଜନସାଧାରଣଙ୍କୁ ରାସ୍ତା ର ଦୁଇ ପାଖ ଦେଖି ସାରି ଠିକ ଭାବରେ ଚାଲିବା ଓ ରାସ୍ତା ପାର କରିବା ଏବଂ ଯଦି କୌଣସି ଜାଗାରେ ଦୁର୍ଘଟଣା ହୁଏ ସଙ୍ଗେ ସଙ୍ଗେ ମେଡିକାଲକୁ ନେଇ ସହଯୋଗ କରିବା ନେଇ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା, ବାରଖମା ର ସମସ୍ତ କର୍ମଚାରୀ ଉପସ୍ଥିତ ରହିବା ସହ ବିଜୁ ଯୁବ ବାହିନୀର ସମସ୍ତ ସଭ୍ୟ ଉପସ୍ଥିତ ରହିଥିଲେ ।

ବିଜେପୁର ରେ ରିତା ସାହୁ ଙ୍କ ବମ୍ଫର ବିଜୟ !

ଏଥର ସମ୍ଭାଳ (ବ୍ୟୁରୋ) – ବିଜେପୁର ଉପନିର୍ବାଚନ ପାଇଁ ଗତ 21 ତାରିଖରେ ଭୋଟ ଗ୍ରହଣ ହେଇଥିଲା ଏବଂ ଆଜି ମତଗଣନା । ଆଜି ମତଗଣନା ର ପ୍ରଥମ ରାଉଣ୍ଡରୁ ବିଜୁ ଜନତା ଦଳର ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ବହୁତ ବେସି ମତ ବ୍ୟବଧାନ ରେ ଆଗୁଆ ରହି ମତ ଗଣନାର ଶେଷ ପର୍ଯନ୍ତ ଆଗୁଆ ଥିଲେ । ଗୋଟେ କଥା ସ୍ପଷ୍ଟ ହେଇଗଲା ଯେ ଯିଏ ଯାହା ବି କହୁ ବିରୋଧୀ ଯେତେବି ପ୍ରଚାର କିମ୍ବା ଅପପ୍ରଚାର କରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଗୋଟିଏ ପଦ କଥା ସମସ୍ତଙ୍କୁ ଆକର୍ଷିତ କରିଛି । ଗତ ସାଧାରଣ ନିର୍ବାଚନରେ ବିଜେପୁର ରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପର୍ଥୀ ହେଇଥିଲେ ।ସେ ସମୟରେ ମୁଖ୍ୟ ବିରୋଧୀ ବିଜେପି ପ୍ରାର୍ଥୀଙ୍କୁ ପ୍ରାୟ 54 ହଜାର ଭୋଟ ମିଳିଥିଲା ।କିନ୍ତୁ ଏହି ଉପନିର୍ବାଚନ ରେ ବିରୋଧିଙ୍କର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେଇପଡିଛି । ସମସ୍ତେ ଏକା ଥରକେ ଚିତ । ଏଠି ଗୋଟେ କଥା ସ୍ପଷ୍ଟ ଯେ ବିଜେଡି କେବଳ ବିଜେପୁର ର ଭିକାଶ କୁ ଗୁରୁତ୍ୱ ଦେଇ ନିର୍ବାଚନ ପ୍ରଚାର କରିଥିବା ବେଳେ ବୀରୋଧିଙ୍କର ମୁଖ୍ୟ ଅସ୍ତ୍ର ଥିଲା ଯେ ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡି ବିଜେପୁର ବାସୀଙ୍କର ସହିତ ବିଶ୍ଵାସ ଘାତ କରିଛନ୍ତି । କିନ୍ତୁ ବିଜେପୁର ବାସୀ ବିରୋଧି ଙ୍କର ସବୁ କଥାକୁ ସ୍ପଷ୍ଟ ଓ ଦୃଢତାର ସହିତ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଗତ ଦୁଇ ଦିନ ପୂର୍ବରୁ ପଶ୍ଚିମ ଓଡ଼ିଶାର ସର୍ବାଧିକ ଲୋକପ୍ରିୟ ଯୁବ ନେତା ତଥା ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ କହିଥିଲେ ଯେ ବିଜେପୁର ଉପ ନିର୍ବାଚନ ର ଫଳାଫଳ ଏକ ପାଖିଆ ହେବ ବସ୍ତବରେ ଆଜି ରିଜଲ୍ଟ ପରେ ଏହା ସ୍ପଷ୍ଟ ହେଇଯାଇଛି । ନିଜେ ରୀତା ସାହୁ ମଧ୍ୟ କହିଥିଲେ ଯେ ତାଙ୍କର କୋଣସି ପ୍ରତିଦ୍ବନ୍ଦୀ ନାହାନ୍ତି । ସେ କଥାବି ପ୍ରମାଣିତ ହେଇଗଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଠାରୁ ଢେର ଅଧିକ ଭୋଟ ବ୍ୟବଧାନ ରେ ବିଜୟୀ ହେଇଛନ୍ତି ଶ୍ରୀମତୀ ରୀତା ସାହୁ । ବିଜେଡି ର ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ମୋଟ 1 35 957    ଭୋଟ ପାଇଥିବା ବେଳ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ଙ୍କୁ 37967  ଓ କଂଗ୍ରେସ ପ୍ରାର୍ଥୀ ଶ୍ରୀ ଦିଲୀପ ପଣ୍ଡା ଙ୍କୁ 5873  ମିଳିଛି ।ସେହିଭଳି ଅଶୋକ ମିତ୍ତଳ ଙ୍କୁ 1019 ଓ ବୃନ୍ଦାବନ ପୁରୋହିତ ଙ୍କୁ 1053 । ରୀତା ସାହୁ ପ୍ରାୟ 98 ହଜାର ଭୋଟ ବ୍ୟବଧାନରେ ଏହି ନିର୍ବାଚନ ରେ ବିଜୟ ହେଇଛନ୍ତି। ଯାହାକି ଓଡ଼ିଶା ବିଧାନସଭା ପାଇଁ ସର୍ବକାଳୀନ ରେକର୍ଡ ।  ବିଜେଡି ର ବିପୁଳ ବିଜୟରେ ବିଜେଡି କର୍ମୀ ଓ କର୍ମକର୍ତ୍ତା  ତଥା ବିଜେପୁର ଅଂଚଳରେ ବର୍ତ୍ତମାନ ଖୁସିର ମହୋଲ । ଏହି ବମ୍ଫର ବିଜୟ ପାଇଁ ଶ୍ରୀମତୀ ରୀତା ସାହୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞାତ ଜଣାଇବା ସହିତ ବିଜେପୁର ବାସୀ ଙ୍କୁ ମଧ୍ୟ କୃତଜ୍ଞାତ ଜଣାଇଛନ୍ତି ।

ଗଜପତି ଗସ୍ତ ରେ “ମୋ ସ୍କୁଲ ଅଭିଯାନ” ପ୍ରକଳ୍ପର ରାଜ୍ୟ ଅଧ୍ୟକ୍ଷା ସୁସ୍ମିତା ବାଗଚି…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନୀତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ରାଜ୍ୟରେ ଚାଲିଥିବା “ମୋ ସ୍କୁଲ ଅଭିଯାନ” ପ୍ରକଳ୍ପର ରାଜ୍ୟ ଅଧ୍ୟକ୍ଷା ସୁସ୍ମିତା ବାଗଚି ଆଜି ଗଜପତି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିବା ସହ ଜିଲ୍ଲାରେ “ମୋ ସ୍କୁଲ ଅଭିଯାନ” ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।ଅଧ୍ୟକ୍ଷା ସୁସ୍ମିତା ବାଗଚି ପ୍ରଥମେ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ । ସେଠାରେ ତାଙ୍କୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ , କର୍ମଚାରୀ ଓ ଛାତ୍ର ମାନଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ସେଠାରେ ଅଧ୍ୟକ୍ଷା ବାଗଚି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ପରେ ଛାତ୍ର ମାନଙ୍କ ସହ ପାଠପଢ଼ା ଉପରେ ପଚାରି ବୁଝିଥିଲେ । ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ଼ଃ ବୃଷ କେତୁ ଦାସଙ୍କ ସମେତ ଶିକ୍ଷକ-ଶିକ୍ଷୟତ୍ରୀ ମାନଙ୍କ ସହିତ ବିଦ୍ୟାଳୟରେ ‘”ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମ କିଭଳି ଚାଲିଛି , ତାହା ପଚାରି ବୁଝିଥିଲେ । ଏଥିରେ ଜିଲ୍ଲା ଶିକ୍ଷାରେ ଅଧିକାରୀ ପ୍ରଦୀପ କୁମାର ନାଗ , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ, ବରିଷ୍ଠ ଶିକ୍ଷକ ବୃନ୍ଦାବନ ରାଓ , କୁମୁଦ ରଞ୍ଜନ ଦାଶ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ । ତା ପରେ ଅଧ୍ୟକ୍ଷା ସୁସ୍ମିତା ବାଗଚି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ “ମୋ ସ୍କୁଲ ଅଭିଯାନ’ ପ୍ରକଳ୍ପର ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଜିଲ୍ଲାରେ “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମ କିଭଳି ଚାଲିଛି ଏବଂ ଟାୱାର ଅଗ୍ରଗତି କେତେଦୂର ଏବଂ କ’ଣ ସବୁ ହୋଇଛି ତାହା ସମସ୍ତ ଉପସ୍ଥିତ ଅଧିକାରୀ ମାନଙ୍କୁ ପଚାରି ବୁଝିଥିଲେ । ପ୍ରଧାନଶିକ୍ଷକ ଓ ଗୋଷ୍ଠୀ ଶିକ୍ଷାରେ ଅଧିକାରୀ ମାନଙ୍କୁ ଆଉ ଟିକିଏ ଏ ଦିଗରେ ଅଧିକ ଭଲ ସଚେତନ କରି ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଅଂଶଗ୍ରହଣ କରିବା ପାଈଁ ସୁଯୋଗ ଦେବାକୁ କହିଥିଲେ । ଅନ୍ୟ ପକ୍ଷରେ ଯେଉଁ ସ୍କୁଲ ଗୁଡ଼ିକ ଏହି ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇ ପାରିନାହାନ୍ତି, ସେମାନଙ୍କୁ ସାମିଲ କରାଯାଇ ଶିକ୍ଷା ଓ ଶିକ୍ଷାଦାନର ମାନ ବଢ଼ାଇବାକୁ କହିଥିଲେ । ଏଥି ସହିତ ମୋ ସ୍କୁଲ ପୋର୍ଟାଲ ରେ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ପଞ୍ଜିକରଣ କରିବାପାଇଁ କହିଥିଲେ ଏବଂ ଏଥିରେ ଅଧିକରୁ ଅଧିକ ପୂରାତନ ଛାତ୍ରଛାତ୍ରୀ ମାନଙ୍କୁ ଜଡ଼ିତ କରିବାପାଇଁ କହିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଅନୁପମ ଶାହା , ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ , ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଶେଷଦେବ ମିଶ୍ର , ମୋ ସ୍କୁଲ ଅଭିଯାନର ରାଜ୍ୟ ପ୍ରକଳ୍ପ ସଂଯୋଜକ ଅମର ଜିତ୍ ସେନ ଏବଂ ପଲ୍ଲିଶ୍ରୀ , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ ପଟ୍ଟନାୟକଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକର ବିଇଓ-ଏବିଇଓ ଓ ପ୍ରଧାନଶିକ୍ଷକ ମାନେ ଯୋଗ ଦେଇଥିଲେ । ପରେ ଅଧ୍ୟକ୍ଷା ସୁସ୍ମିତା ବାଗଚି , ସାମ୍ବାଦିକ ମାନଙ୍କୁ ଅଧିକ ସୂଚନା ଦେଇ କହିଥିଲେ ଯେ , ” ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମ ଗଜପତି ଜିଲ୍ଲାରେ ବହୁତ ଭଲ ଚାଲିଛି । ଏହି ” ମୋ ସ୍କୁଲ ଅଭିଯାନ” ପ୍ରକଳ୍ପ କାର୍ଯ୍ୟକ୍ରମ ଗତ ୨୦୧୭ ମସିହା ନଭେମ୍ବର ୧୪ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଆରମ୍ଭ ହେବାର ଘୋଷଣା କରିଥିଲେ । ଯେଉଁ କେତେ ଗୁଡିଏ ସ୍କୁଲ ଏହି କାର୍ଯ୍ୟକ୍ରମରେ ଜଡ଼ିତ ହୋଇଛନ୍ତି , ସେମାନଙ୍କ ଏ ଦିଗରେ ସମ୍ପୁର୍ଣ୍ଣ ଆଗ୍ରହ ପ୍ରକାଶ ରଖି କାର୍ଯ୍ୟ କରି ଚାଲିଥିବା ଯୋଗୁଁ , ସେମାନଙ୍କ ଏ ଦିଗରେ ପ୍ରଶଂସା କରିବାର ଅନେକ ଯଥାର୍ଥତା ରହିଛି । ଏମିତି କି ସେମାନେ କ’ଣ ସବୁ ସେବା-କାର୍ଯ୍ୟ ଓ ଅନ୍ୟାନ୍ୟ ସବୁ କରିଛନ୍ତି ସେହି ସମସ୍ତ ତଥ୍ୟ ଆମ ପାଖରେ ପହଞ୍ଚି ଯାଉଛି । ଏହି ଗତ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମୋ ସ୍କୁଲ ଅଭିଯାନରେ ଆମକୁ ଯେଉଁ ଅନୁଦାନ ଆସିଛି ତାହା ୩୪ କୋଟି ଟଙ୍କା ଏବଂ ସରକାରଙ୍କ ପକ୍ଷରୁ ଏ ଦିଗରେ ଦିଆ ଯାଇଥିବା ମେଚିଙ୍ଗ ଗ୍ରାଣ୍ଟ ୬୮ କୋଟି ଟଙ୍କା । ଏହି ସମୁଦାୟ ୧୦୨ କୋଟି ଟଙ୍କା କେବଳ ପୂରାତନ ଛାତ୍ରଛାତ୍ରୀ ଓ ସମାଜର ବଦାନ୍ୟ ବ୍ୟକ୍ତି ମାନଙ୍କ ଦ୍ବାରା ହିଁ ସମ୍ଭବ ହୋଇଛି । ଏତଦ୍ ବ୍ୟତିତ , ଅନ୍ୟ ଯେଉଁ ସବୁ ବିକାଶ ମୂଳକ କାର୍ଯ୍ୟ ସବୁ ହୋଇଛି , ତାହା ମୁଁ ଏଠାକୁ ପରିଦର୍ଶନରେ ନ ଆସିଥିଲେ କଦାପି ଜାଣିପାରି ନ ଥାନ୍ତି । ଏଥିରେ ପୂରାତନ ଛାତ୍ରଛାତ୍ରୀ ଓ ସମାଜର ବଦାନ୍ୟ ଗୋଷ୍ଠୀ ଯେଉଁଭଳି ଭାବେ ଆର୍ଥିକ ସହାୟତା ଓ ବିଭିନ୍ନ ସେବା ଦେଇ ଜଡ଼ିତ ହୋଇଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ ଓ ଏହାର ତୁଳନା ନାହିଁ । ଏସବୁ ସହିତ ଏହି ଯେଉଁ ସ୍ବତନ୍ତ୍ର ଉଦ୍ୟମ ଓ ପଦକ୍ଷେପ କୁ ଆଗକୁ ଆହୁରି ବଢାଇବାର ଆବଶ୍ୟକତା ରହିଛି । ପରିଦର୍ଶନ ବେଳେ ବିଦ୍ୟାଳୟରେ ପିଲା ମାନଙ୍କୁ ଦେଖିଲି , ସେମାନେ ମୋ ପାଖକୁ ଚାଲିଆସି କଥା ହେଲେ , ପିଲା ମାନଙ୍କ ଠାରୁ ଆମକୁ ସେହିଟା ହିଁ ଦରକାର ବୋଲି କହିଥିଲେ ।ଗଜପତି ଜିଲ୍ଲାରେ ଜିଲ୍ଲାପାଳ ଅନୁପମ ଶାହା, ନିଜସ୍ୱ ଢାଞ୍ଚାରେ ଶିକ୍ଷାର ମାନ ବଢାଇବା ଓ ଶିକ୍ଷକ ଅଭାବ ସମାଧାନ ପାଇଁ ଆରମ୍ଭ କରିଥିବା “ଟିଚ୍-ଗଜପତି” ସମ୍ପର୍କରେ ଅଧ୍ୟକ୍ଷା ସୁସ୍ମିତା ବାଗଚି କହିଥିଲେ ଯେ , ଏହା ଏକ ଅନନ୍ୟ ପ୍ରକଳ୍ପ , ଏ ଦିଗରେ ଅନ୍ୟ ଜିଲ୍ଲା ପାଇଁ ଉଦାହରଣ ଓ ପ୍ରେରଣା-ଦାୟକ । ଏହିଭଳି କାର୍ଯ୍ୟକ୍ରମ ଓଡିଶାର ପ୍ରତ୍ୟେକ ଜିଲ୍ଲାରେ “ଟିଚ୍” ନାମରେ ନିଜ-ନିଜର ଜିଲ୍ଲାର ନାମ ସଂଯୁକ୍ତ କରି ଆରମ୍ଭ କରିବା ଉଚିତ । ମାଟ୍ରିକରେ ପାସ ହାର କମି ଯାଉଥିବା ଏବଂ ଏହି ସମସ୍ୟାକୁ ସୁଧାରିବା ସମ୍ପର୍କରେ ସେ କହିଥିଲେ ଯେ , ଏହି ବିଷୟରେ ମୁଁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାରେ ଅଧିକାରୀଙ୍କ ସହିତ ବିଶେଷ ଆଲୋଚନା କରିଛି । ଏମିତି ପାସ ହାର କମି ଯାଉଥିବା ଏବଂ ଏହାକୁ ସୁଧାରିବା ଦିଗରେ କଟକ ଜିଲ୍ଲାରେ ମଧ୍ୟ ଏକ ପ୍ରକଳ୍ପ “ମିଶନ ଜିରୋ ଏଫ” ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଦ୍ବାରା କେହି ଫେଲ ହେବେ ନାହିଁ । ଆଉ ତାହା ସେମାନେ ସେହି ” ମିଶନ ଜିରୋ ଏଫ” କୁ ମୋ ସ୍କୁଲ ଅଭିଯାନ ସହିତ ମିଶାଇ କରୁଛନ୍ତି , ଭଲ ସଫଳତାର ସହ ଆଗେଇ ଚାଲିଛି । ଏହି ଗଜପତି ଜିଲ୍ଲାରେ ମଧ୍ୟ କଟକ ଜିଲ୍ଲା ଭଳି “ମିଶନ ଜିରୋ ଏଫ” କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଆରମ୍ଭ ଓ କାର୍ଯ୍ୟକାରିତା ହେଲେ ନିଶ୍ଚିତ ଭାବେ ପିଲାମାନଙ୍କ ପାଶ ହାର ବଢିବା ସହ ପିଲା ମାନେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବେ ବୋଲି କହିଥିଲେ ।