ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ପଲିଥିନ ଓ ପ୍ଲାଷ୍ଟିକ ଗ୍ଲାସ ବହୁଳ ପରିମାଣ ରେ ଜବତ

!!! ବାଲିଗୁଡା ଏନ ଏ ସି ପ୍ରତିନିଧି ସଞ୍ଜୀବ ଦିଗାଲ୍ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବାଲିଗୁଡା) – କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ପଲିଥିନ ଓ ପ୍ଲାଷ୍ଟିକ ଗ୍ଲାସ ବହୁଳ ପରିମାଣ ରେ ଜବତ କରାଯାଇଛି । ବାଲିଗୁଡା ବସ୍ ଷ୍ଟାଣ୍ଡ ରୁ ଆରମ୍ଭ କରି ସହର ର ସମସ୍ତ ଦେକାନ ଗୁଡ଼ିକ ଯେଉଁଠି ପ୍ଲାଷ୍ଟିକ ଗ୍ଲାସ୍ ଓ ପଲିଥିନ ବିକ୍ରି କରାଯାଉଥିଲା ସେଠାରେ ବାଲିଗୁଡା ପୋଲିସ ଚଢ଼ାଉ କରି ସେଗୁଡିକୁ ଜବତ କରିଛି । ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ବେହେରା , ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଜୟଦେବ ଷଢଙ୍ଗୀ , ପରିମଳ ଅଧିକାରୀ ଶ୍ରୀ ରାଜକିଶୋର ସାହୁ ଏବଂ ଶ୍ରୀ ଅବିଶେଖ ପ୍ରଧାନ ଙ୍କ ସମେତ ବହୁ କର୍ମଚାରି ଉପସ୍ଥିତ ଥିଲେ ।

ଜଗନ୍ନାଥପ୍ରସାଦ ଠାରେ ଭଞ୍ଜନଗର ଉପଖଣ୍ଡ ବିକାଶ ପରିଷଦ ର କମିଟି ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି।

!!! ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ରୁ ପ୍ରତିନିଧି ସୁବାଷ ଚନ୍ଦ୍ର ନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଜଗନ୍ନାଥପ୍ରସାଦ) – ଭଞ୍ଜନଗର ଉପଖଣ୍ଡ ବିକାଶ ପରିଷଦ ର ଏକ ସାଧାରଣ ବୈଠକ ତା ୨୦/୧୦/୨୦୧୯ ରିଖ ଦିନ ଶ୍ରୀ ସୁରେନ୍ଦ୍ର ନାୟକ ଙ୍କ ସଭାପତିତ୍ୱରେ ଜଗନ୍ନାଥପ୍ରସାଦ ଠାରେ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ଚଳିତ ବର୍ଷ ବିକାଶ ପରିଷଦ ନିମନ୍ତେ ନୂତନ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି । ପରିଷଦର ସଭାପତି ଭାବେ ଶ୍ରୀ ସୁରେନ୍ଦ୍ର ନାୟକ ,ଉପ ସଭାପତି ଭାବେ ଶ୍ରୀ ସୁରେଶନ ନାୟକ , ସାଧାରଣ ସମ୍ପାଦକ ଭାବେ ଶ୍ରୀ ସୁବାଷ ଚନ୍ଦ୍ର ନାୟକ ,ସହ ସମ୍ପାଦକ ଭାବେ ଶ୍ରୀ ବୀରେନ୍ଦ୍ର ନାୟକ, ଯୁଗ୍ମ ସମ୍ପାଦକ ଭାବେ ଶ୍ରୀ ବିଚିତ୍ରା ନାୟକ, କୋଷଧକ୍ଷ ଭବେ ଶ୍ରୀ ଲବ କିଶୋର ନାୟକ ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିବା ବେଳେ ପରିଷଦ ର କାର୍ଯ୍ୟ କାରୀ ସଦସ୍ୟ ଭାବେ ସର୍ବଶ୍ରୀ ସରତ ନାୟକ, ଜିତୁ ନାୟକ, କାମ୍ପ ନାୟକ, ପ୍ରତାପ ନାୟକ, ନିରାକାର ନାୟକ, ଗମାନ୍ତି ନାୟକ ଓ ପ୍ରମିଳା ନାୟକ ଙ୍କୁ ମନୋନୀତ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଭଞ୍ଜନଗର ଉପଖଣ୍ଡ ବିକାଶ ପରିଷଦ ର ଆବାହକ ଶ୍ରୀ ଶକ୍ତି ଦାଶ ଙ୍କ ସମେତେ ପରିଷଦ ର ଉପଦେଷ୍ଟା ଶ୍ରୀ ପ୍ରଦୀପ କୁମାର ଦାଶ (ବରିଷ୍ଠ ଆଇନଜୀବୀ) ଓ ବୌଦନାଥ ସାହୁ (ବରିଷ୍ଠ ଆଇନଜୀବୀ) ଉପସ୍ଥିତି ରହିଥିଲେ।

କନ୍ଧମାଳ ସାଂସଦ ଡ଼ଃ ଅଚୁତ ସାମନ୍ତ ଙ୍କ ଦ୍ଵାରା କିସ୍ ଶିକ୍ଷାନୁଷ୍ଠାନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ !

!!! କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଚକାପାଦ) – କନ୍ଧମାଳ ଜିଲ୍ଲା କୁଟାଗଡ଼ ବ୍ଲକ ବିଲାମାଳ ଗ୍ରାମ ପଞ୍ଚାୟତ ରେ କନ୍ଧମାଳ ସାଂସଦ ଡ଼ଃ ଅଚୁତ ସାମନ୍ତ ଙ୍କ ଦ୍ଵାରା କିସ୍ ଶିକ୍ଷାନୁଷ୍ଠାନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେଇଯାଇଛି । ଏହି ସ୍ଵାସ୍ଥ୍ୟ ଶିବିର ରେ କିସ୍ ଶିକ୍ଷାନୁଷ୍ଠାନ ର ଡାକ୍ତର ଦଳ ସମେତ ବ୍ଲକ ଅଧକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର ପାତ୍ର , ସରପଞ୍ଚ ଶ୍ରୀମତୀ ଶ୍ରୀବତି ମଣ୍ଡଳ ଏବଂ ଏମ୍.ପି ପ୍ରତିନିଧି ଶ୍ରୀ ପ୍ରମୋଦ କୁମାର ସାହୁ ଉପସ୍ଥିତ ରହି ପଞ୍ଚାୟତ ର ସମସ୍ତ ରୋଗୀ ଙ୍କୁ ମାଗଣା ଚିକିତ୍ସା କରିବା ସହିତ ମାଗଣା ଔଷଧ ବାଣ୍ଟି ଥିଲେ । ଏହି କାର୍ଯ୍ୟକ୍ରମ ଟି ସକାଳ ୧୦ ଘଣ୍ଟା ଠାରୁ ସନ୍ଧ୍ୟା ୪ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ।

ସରକାର ଙ୍କ ସମସ୍ତ ସୁବିଧା ସୁଯୋଗ ରୁ ବଞ୍ଚିତ ଚକାପାଦ ବ୍ଲକ ଚାହାଳି ପଞ୍ଚାୟତ ଗ୍ରାମବାସୀ ; ସରକାର କଥାଦେଇ ଭୁଲିଗଲେ ନିଜ ପ୍ରତିଶୃତି !

!!! ଚକାପାଦ ବ୍ଲକ ପତିନିଧି ସୁନୀଲ ଦିଗାଲ୍ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବାଲିଗୁଡା) – ଭାରତ ସ୍ୱାଧୀନତା ର ଅନେକ ବର୍ଷ ବିତିଯାଇଥିବା ବେଳେ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଚାହାଳି ପଞ୍ଚାୟତ ଏବଂ କନ୍ଧମାଳ ଜିଲ୍ଲା ରେ ଏମିତିବି ଗ୍ରାମ ପଞ୍ଚାୟତ ରହିଅଛି ଯେଉଁଠି ସ୍ୱାସ୍ଥ୍ୟ, ଗମନା ଗମନ ରେ ଏଯାବତ କୌଣସି ସୁବିଧା ସୁଯୋଗ ନାହିଁ । ଚାହାଳି ଗ୍ରାମ ପଞ୍ଚାୟତ ନିଘଞ୍ଚ ଜଙ୍ଗଲ ପାହାଡ଼ ଘେରା ମଧ୍ୟରେ ଅବସ୍ଥିତ । ଏହି ପଞ୍ଚାୟତ କୁ ଯିବା ପାଇଁ ରାସ୍ତା ଖଣ୍ଡିଏ ବି ନାହିଁ । ଗ୍ରାମବାସୀ ନିଜ ନିତ୍ୟାନ୍ତ ଆବଶ୍ୟକତା ଥିବାରୁ ଏକ ମାଟି ରାସ୍ତା ର ନିର୍ମାଣ କରିଥିଲେ ଯାହାକି ବର୍ତ୍ତମାନ ବହୁତ ସୋଚନୀୟ ଅବସ୍ଥା ରେ ରହିଅଛି । ଏହି ପଞ୍ଚାୟତ ବାସୀ ଙ୍କୁ ପିଇବା ପାଣି ପାଇଁ ୨ ଟି କୂଅ ଉପରେ ନିର୍ଭର କରିବାକୁ ପଡେ । ସ୍ୱାସ୍ଥ୍ୟ କଥା ନ କହିବା ଭଲ । ଏଠାରେ ରୋଗୀ ଙ୍କ ଚିକିତ୍ସା ନିମନ୍ତେ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଟିଏ ମଧ୍ୟ ନାହିଁ । ଯଦି କାହାର ଦେହ ଖରାପ ହୁଏ ତେବେ ଏଠାରୁ ୧୫ କିମି ଦୁର ବ୍ରମହୁଣିପଦ ଯିବାକୁ ପଡିଥାଏ । ସରକାର ଙ୍କ ପକ୍ଷରୁ ପିଇବା ନିମନ୍ତେ ଗ୍ରାମ ରେ ପାଣି ଟାଙ୍କି ର ନିର୍ମାଣ ହୋଇଥିଲେ ମଧ୍ୟ ସେଠାରେ ଟ୍ୟାପ୍ ରୁ ପାଣି ଆସୁନଥିବା ଅଭିଯୋଗ ହେବା ପରେ ସ୍ଥାନୀୟ ବିଡ଼ିଓ ଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ବିଡ଼ିଓ ମୋହଦୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଦୁଃଖ ର ବିଷୟ ପାଲଟିଛି । ପଞ୍ଚାୟତ ର ବିଭିନ୍ନ ସ୍ଥାନ ରେ ବିଦ୍ୟୁତ ସଂଯୋଗ ନିମନ୍ତେ ବିଦ୍ୟୁତ ଖୁଣ୍ଟ ମାନ ବସା ଯାଇଥିଲେ ମଧ୍ୟ ବିଦ୍ୟୁତିକରଣ ହୋଇନଥିବା ଦେଖିବାକୁ ମିଳୁଛି । ସରକାର ଙ୍କ ପକ୍ଷରୁ ଆସୁଥିବା ସମସ୍ତ ଯୋଜନା ଏଠି ବାଟ ମାରଣା ହେଉଥିବା ଏବଂ କାର୍ଯ୍ୟରତ କର୍ମଚାରୀ ଙ୍କ ବେପରୁଆ ମନଭାବ ନିମନ୍ତେ ଗ୍ରାମ ବାସୀ ନାହିଁ ନଥିବା ଅସୁବିଧା ର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି ।

ଗଜପତି ଜିଲ୍ଲା ଠାରେ ଜିଲ୍ଲା ସ୍ତରୀୟ ମେଗା ଆଇନ ସେବା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଟାଉନ ପ୍ରତିନିଧି ଅନୀତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଅମ ଠାରେ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ପକ୍ଷରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ଗଜପତି ଜିଲ୍ଲା ପ୍ରଶାସନ ସହଯୋଗରେ “ନାଲସା” ମେଗା ଆଇନ ସେବା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲାର ଗରିବ ନିଷ୍ପେସିତ ଲୋକଙ୍କୁ ବିଭିନ୍ନ ଆଇନ ସମ୍ପର୍କରେ ସଚେତନ କରାଇବା ସହ ଗୋଟିଏ ଛାତ ତଳେ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ସଚେତନ କରାଇବା ଓ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ଚେକ୍ ଓ ବିଭିନ୍ନ ସାମଗ୍ରୀ ବଣ୍ଟନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଜିଲ୍ଲା କୋର୍ଟର ଜେଏମଏସସି. ଅଙ୍କୀତା ଗୁରୁଙ୍କ ଶିବିର ସଭା କାର୍ଯ୍ୟକ୍ରମ ସଂଯୋଜନାରେ ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷା ତଥା ରାଜ୍ୟ ହାଇକୋର୍ଟର ନ୍ୟାୟମୂର୍ତ୍ତି ସଞ୍ଜୁ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟରେ ଯେଉଁ ବିଭିନ୍ନ ଯୋଜନା ସବୁ କାର୍ଯ୍ୟକାରୀ ହେଉଛି, ତାହା ଲୋକଙ୍କ ପାଖରେ ପହଞ୍ଚାଇ , ତାଙ୍କ ଭିତରେ ଯୋଜନା କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ କରାଇବା ଏବଂ ଗୋଟିଏ ଛାତ ତଳେ ସେମାନଙ୍କୁ ତାର ସୁବିଧା-ସୁଯୋଗ ଯୋଗାଇଦେବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ସମସ୍ତଙ୍କ ପାଇଁ ଆମେ କାମ କଲେ ଏହା ନିଶ୍ଚିତ ଭାବେ ଲୋକମାନଙ୍କ ମଙ୍ଗଳ ହେବା ସହ ସେମାନଙ୍କ ମୁହଁରେ ହସ ଫୁଟାଇ ପାରିବା । ଅନ୍ୟ ପକ୍ଷରେ ରାଜ୍ୟସାରା ଜିଲ୍ଲା ମାନଙ୍କରେ ଥିବା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଲୋକ ମାନଙ୍କୁ ବିଭିନ୍ନ ଆଇନ ଉପରେ ସଚେତନତା ସୃଷ୍ଟି କରାଯାଉଥିବା ସହ ସେମାନଙ୍କୁ ଆଇନଗତ ସଶକ୍ତିକରଣ ମଧ୍ୟ କରାଯାଉଛି । ଲୋକ ମାନେ ମଧ୍ୟ ସେମାନଙ୍କ କଣ କଣ ସୁବିଧା ଅଛି , ତାହା ସହଜେ ଜାଣିପାରିବେ ଏବଂ ଆବଶ୍ୟକ ସ୍ଥଳେ ସେମାନେ ସେମାନଙ୍କ ଦାବୀ ଉପସ୍ଥାପନା କରିପାରିବେ ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ୱେବ ପୋର୍ଟାଲ ସୁବିଧା , ପ୍ରି-ଲିଟିଗେସନ କେନ୍ଦ୍ର ,ଆଧାର କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟସ , ସ୍ଥାୟୀ ଲୋକ ଅଦାଲତ , ଭିକ୍ଟିମ୍ କ୍ଷତିପୂରଣ , ଆଇନ ସେବା କ୍ଲିନିକ ପ୍ରଭୃତି ଉପରେ କହି ଏ ଦିଗରେ ଗରିବ ମାନଙ୍କ ସୁବିଧା ସହ ଦାରିଦ୍ର୍ୟ ଦୂରୀକରଣ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଗଜପତି ଜିଲ୍ଲା ଦୌରା-ଜର୍ଜ ବିଶ୍ବଜିତ ଦାସ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କୁ ସ୍ବାଗତ କରିବା ସହ ସେମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅନ୍ୟପକ୍ଷରେ ତାଙ୍କର ପ୍ରାରମ୍ଭିକ ଉଦବୋଧନରେ ରାଜ୍ୟ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର ଉତ୍ପତ୍ତି ଓ ତାର କାର୍ଯ୍ୟକ୍ରମର ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ରାଜ୍ୟ ଆଇନସେବା ପ୍ରାଧିକରଣର ମେମ୍ବର ସେକ୍ରେଟାରୀ ଦେବାଶିଷ ନାୟକ ଏଥିରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଯେଉଁ ଗରିବ ଓ ନିଷ୍ପେସିତ ଲୋକମାନେ ସମ୍ବଳ ଅଭାବରୁ କୋର୍ଟ କଚେରୀ ଯିବାକୁ ସକ୍ଷମ ହୋଇ ପାରୁନାହାନ୍ତି ଏବଂ ତାଙ୍କ ହକ୍ ପାଇ ପାରୁନାହାନ୍ତି , ସେମାନଙ୍କ ପାଇଁ ଆଇନ ସେବା ପ୍ରାଧିକରଣ କିଭଳି ସହାୟତା କରୁଛି କହି ଧାରା ୧୨ ରେ କେଉଁ ମାନଙ୍କୁ ମାଗଣା ଆଇନ ସେବା ଯୋଗାଇ ଦେଇ ହେବ, ସେ ସମ୍ପର୍କରେ କହିଥିଲେ । ଜିଲ୍ଲାପାଳ ଅନୁପମ ଶାହା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଯୋଜନା , ବିଭାଗ ଓ ତାର କାର୍ଯ୍ୟକ୍ରମ ଗୁଡିକ ସମ୍ପର୍କରେ ସମସ୍ତେ ସମ୍ପୁର୍ଣ୍ଣ ଅବଗତ ହେବାପାଇଁ ଏହି କାର୍ଯ୍ୟକ୍ରମ ଏକ ସୁଯୋଗ । ସରକାରୀ ସ୍ତରରେ ବିଭିନ୍ନ ବିଭାଗ ଗୁଡ଼ିକ ମାଧ୍ୟମରେ ଯାହା ସବୁ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି , ସେ ସମ୍ପର୍କରେ ଲୋକମାନେ ନିଶ୍ଚିତ ଭାବେ ଜାଣିବା ଦରକାର । ଏ ଦିଗରେ ସମସ୍ତେ ଅବଗତ ହେଲେ ହିଁ କାର୍ଯ୍ୟକ୍ରମରେ ସ୍ୱଚ୍ଛତା ଆସିବାର ସହାୟକ ହେବ । ତେଣୁ ଜନ-ଜନସାଧାରଣ ଏହାର ଭରପୁର ସୁଯୋଗ ନେବାକୁ କହିଥିଲେ ।ଗଜପତି ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଅନ୍ୟତମ ଅତିଥି ଭାବେ ଯୋଗଦେଇ ପୋଲିସ ପ୍ରଶାସନ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମଧ୍ୟରେ କିଭଳି ସମନ୍ବୟ ରଖି ପୋଲିସ ଥାନାକୁ ଆସୁଥିବା ବିଭିନ୍ନ ବର୍ଗର ମକଦ୍ଦମା ଦେଖି ତ୍ୱରିତ ନ୍ୟାୟ ସମାଧାନ ପାଈଁ ପ୍ରାଧିକରଣ ନିକଟକୁ ପଠା ଯାଉଛି , ତାହା କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ସ୍ୱଧା ଦେବ ସିଂ ଏବଂ ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗୋଟିଏ ଛାତ ତଳେ ବିଭିନ୍ନ ବିଭାଗ ଏକାଠି ହେବା , ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ଚେକ୍ ଓ ସାମଗ୍ରୀ ବଣ୍ଟନ କରିବା ଏବଂ ବିଭିନ୍ନ ବିଭାଗର କ’ଣ ସବୁ ଯୋଜନା କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି ଜାଣିବା ଓ ନିଜର ସନ୍ଦେହ ଦୁର କରିବା ସହ ମାଗଣା ଆଇନ ସେବା କ’ଣ ଓ କାହାପାଇଁ ଏସବୁ ସମସ୍ତ ବିଷୟ ସମସ୍ତଙ୍କୁ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ତେଣୁ ସମସ୍ତେ ଏହାର ସୁଯୋଗ ନେବାପାଇଁ କହିଥିଲେ । ପରେ ମୁଖ୍ୟଅତିଥି ନ୍ୟାୟମୂର୍ତ୍ତି ସଞ୍ଜୁ ପଣ୍ଡା ବିଭିନ୍ନ ବିଭାଗ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀ ମାନଙ୍କୁ ଚେକ୍ ଓ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହି ବଣ୍ଟନ କାର୍ଯ୍ୟକ୍ରମକୁ ସ୍ଥାନୀୟ ମହିଳା ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡ଼ଃ କଲ୍ୟାଣି ମିଶ୍ର ସଂଯୋଜନା କରିଥିଲେ । ଏହିଭଳି ଚେକ୍ ଓ ସାମଗ୍ରୀ ଖୋଲା ଯାଇଥିବା ବିଭିନ୍ନ ବିଭାଗୀୟ ପ୍ରଦର୍ଶନୀ ଷ୍ଟଲ ଗୁଡ଼ିକରେ ମଧ୍ୟ ହିତାଧିକାରୀ ମାନଙ୍କୁ ବଣ୍ଟନ କରା ଯାଇଥିଲା ।ପରେ ମୁଖ୍ୟଅତିଥିଙ୍କ ସମେତ ଅନ୍ୟ ସମସ୍ତ ଅତିଥିମାନେ ଶିବିର କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ବିଭାଗ ପକ୍ଷରୁ ଖୋଲାଯାଇଥିବା ୩୦ ଗୋଟି ଉନ୍ନୟନ ପ୍ରଦର୍ଶନୀ ଷ୍ଟଲ ଗୁଡିକୁ ପରିଦର୍ଶନ କରିଥିଲେ । ସଭା କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟ ଅତିଥି ନ୍ୟାୟମୂର୍ତ୍ତି ସଞ୍ଜୁ ପଣ୍ଡାଙ୍କୁ ଏକ ଭବ୍ୟ ଶୋଭାଯାତ୍ରାରେ ଶଙ୍ଖନାଦ ଓ ବୀର ପାଇକ ଆଖଡା଼ ଖଣ୍ଡା ସାଧନ ଦଳ ଗହଣରେ ସ୍ଥାନୀୟ ସର୍କିଟ ହାଉସ ଠାରୁ ଷ୍ଟାଡିଅମ ସ୍ଥିତ ସଭା ସ୍ଥଳ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ । ପରେ ମୁଖ୍ୟଅତିଥି ନ୍ୟାୟମୂର୍ତ୍ତି ସଞ୍ଜୁ ପଣ୍ଡାଙ୍କ ସମେତ ଜିଲ୍ଲା ଦୌରା-ଜର୍ଜ ବିଶ୍ବଜିତ ଦାସ , ଜିଲ୍ଲାପାଳ ଅନୁପମ ଶାହା ଏବଂ ଏସପି ସାରା ଶର୍ମା ପ୍ରମୁଖ ଲିମ୍ବ , ଅଁଳା ବେଲ ଓ ତୁଳସୀ ଗଛରେ ଜଳ ପକାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସ୍ଥାନୀୟ ଭକ୍ତି ସଂସଦର କଳାକାର ମାନେ ଗୁରୁ ରଘୁନାଥ ପାତ୍ରଙ୍କ ନିର୍ଦ୍ଦେଶନାରେ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ପରିବେଷଣ କରିଥିଲେ ।କାର୍ଯ୍ୟକ୍ରମ ଶେଷରେ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ କନ୍ୟା ଭୃଣହତ୍ୟା ଓ ସ୍ୱଛ୍ୱ ଭାରତ ଉପରେ ସଚେତନତା ମୂଳକ ଛୋଟିଆ ନାଟକ ପରିବେଷଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ଓକିଲ ସଂଘ ସଭାପତି ରାମନାଥ ମିଶ୍ର ଓ ସମ୍ପାଦକ କୃଷ୍ଣ ମୋହନ ପଟ୍ଟନାୟକଙ୍କ ସମେତ ସଂଘ ର ଆଇନଜୀବି ଗଣ , ଜିଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଦୀପା ଦାସ , ରେଜିଷ୍ଟ୍ରାର ଶୁଭଶ୍ରୀ ପ୍ରଧାନ , ହୀରଚାନ୍ଦ ପଟ୍ଟନାୟକ, ଏଡିଜେ. ଅରୁଣ କୁମାର ସାହୁ , ରା-ଉଦୟଗିରିର ସବ-ଜର୍ଜ ପ୍ରଦୀପ କୁମାର ସାମଲ , ଜିଲ୍ଲା ପ୍ରଶାସନର ଡିସିପିୟୁ .ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକ , ପୌର ପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ , ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ବାଇଁ ,ଏବଂ ଅତିରିକ୍ତ ଉପ-ଜିଲ୍ଲାପାଳ ସରୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ବାମପନ୍ଥୀ ଦଳ ମାନଙ୍କ ମିଳିତ ଅଭିଯାନ ; ଗଭୀର ଆର୍ଥିକ ସଙ୍କଟ ଓ ଲୋକଙ୍କ ଦୁର୍ଦ୍ଦଶା କୁ ଦୂର କରିବା ପାଇଁ ପ୍ରତିବାଦ…!

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଟାଉନ ପ୍ରତିନିଧି ଅନୀତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଭୀର ଆର୍ଥିକ ସଙ୍କଟ ଓ ଲୋକଙ୍କ ଦୁର୍ଦ୍ଦଶା ପ୍ରତିବାଦ ସହ ବିଭିନ୍ନ ୧୧ ଦଫା ଦାବୀ ନେଇ ଆଜି ଗଜପତି ଜିଲ୍ଲାର ବାମପନ୍ଥୀ ଦଳ ମାନଙ୍କ ମିଳିତ ଅଭିଯାନ କାର୍ଯାକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମିଳିତ ଅଭିଯାନ କାର୍ଯ୍ୟକ୍ରମରେ ଜିଲ୍ଲାର ସିପିଆଇ(ଏମ) , ସିପିଆଇ , ଏବଂ ସିପିଆଇ(ଏମ୍ ଏଲ୍ ) ଲିବେରେସନ ପ୍ରମୁଖ ବାମ ଦଳ ସାମିଲ ହୋଇ ବିଭିନ୍ନ ସ୍ଲୋଗାନ ଦେଇ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ୧୧ ଦଫା ସମ୍ମିଳିତ ଏକ ସ୍ମାରକପତ୍ର ମହାମାନ୍ୟ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଜୁବୁଲି ବେହେରାଙ୍କୁ ପ୍ରଦାନ କରିଥିଲେ । ୧୧ ଦଫା ଦାବିଗୁଡିକ ମଧ୍ୟରେ ମୁଖ୍ୟତଃ ଦରବୃଦ୍ଧି ହ୍ରାସ କରିବା , ଦେଶରେ ସାମ୍ପ୍ରଦାୟିକ ଓ ଆତଙ୍କବାଦ ବନ୍ଦ କରିବା , ବେକାର ସମସ୍ୟା ସମାଧାନ କରିବା , ବେକାରୀ ଭତ୍ତା ଦେବା , ଘରୋଇ କରଣ ନିତି ବନ୍ଦ କରିବା , ସର୍ବନିମ୍ନ ମାସିକ ମଜୁରୀ ୧୮ହଜାର ଟଙ୍କା ପ୍ରଦାନ କରିବା , ନିଯୁକ୍ତି ହରାଇଥିବା ମାନଙ୍କୁ ମାସିକ ପେନ୍ସନ ଓ ଭତ୍ତା ପ୍ରଦାନ କରିବା , ମନରେଗା ପାଣ୍ଠି ବୁଦ୍ଧି କରି ବେକାରଙ୍କୁ ବର୍ଷକୁ ସର୍ବନିମ୍ନ ୨୦୦ ଦିନର କାମ ଯୋଗାଇ ଦିଆଯାଉ , ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ମାସିକ ୩ ହଜାର ଟଙ୍କା କରାଯାଉ ଏବଂ କୃଷକ ମାନଙ୍କ ଉପରୁ ରୄଣଛାଡ଼ ଏବଂ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଲାଗୁତିର ଦେଢ ଗୁଣା କରାଯାଉ ପ୍ରଭୃତି ଦାବୀ ଗୁଡ଼ିକ ଅନ୍ତର୍ଭୁକ୍ତ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ମଣ୍ଡଳୀର ଜଗନ୍ନାଥ ମିଶ୍ର , ଜତୀନ ମହାନ୍ତି , ଦଣ୍ଡପାଣି ରଈତ , ଜନା ସୁବାଷ ଚନ୍ଦ୍ର ରାଓ , ବିଦ୍ୟାଧର ପାତ୍ର , ମୋହିତ ମିଶାଲ ପ୍ରମୁଖଙ୍କ ସମେତ ଶତାଧିକ ସଂଖ୍ୟାରେ ତିନି ବାମପନ୍ଥୀ ଦଳର କର୍ମୀ ଓ ନେତାମାନେ ଯୋଗ ଦେଇଥିଲେ ।

ଗୁମ୍ମାରେ ନୂତନ ମୋଟର ଆଇନ ସଚେତନତା ଶିବିର ଅନୁଷ୍ଠିତ।

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଟାଉନ ପ୍ରତିନିଧି ଅନୀତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ସଭାଗୃହ ଠାରେ ଶନିବାର ଦିନ ନୂତନ ମୋଟର ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାରଳାଖେମୁଣ୍ଡି ମୋଟର ଯାନ ନିରୀକ୍ଷକ ବସନ୍ତ କୁମାର ମହାପାତ୍ର ଯୋଗ ଦେଇ ନୂତନ ଆଇନ ବିଷୟରେ ଲୋକଙ୍କୁ ବୁଝାଇ ବର୍ତ୍ତମାନ ସରକାରଙ୍କ ବିଜୁ ଯୁବ ବାହିନୀ ଦ୍ୱାରା ରକ୍ଷକ ସଚେତନତା କାର୍ଯ୍ୟକ୍ରମ ବିଷୟରେ କହି ଲୋକମାନଙ୍କ ବିଭିନ୍ନ ପ୍ରକାରର ପ୍ରଶ୍ନର ଉତ୍ତର ଦେଇ ଥିଲେ ଯେକୌଣସି ପ୍ରକାର ଗାଡି ଗଲା ବେଳେ କାଗଜ ପତ୍ର ଧରି ଯିବା କହି ସଚେତନତା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ ,ବିଡ଼ିଓ ନଟବର ଗରଡ଼, ବିଜୁଯୁବ ବାହିନୀର ଡିପିଏମୟୁ ସାହେବ ବିଶୋୟୀ ,ଜିପିଓ ମୁରଲୀ ବେହେରା ଏବଂ ବ୍ଲକ ର ବିଭିନ୍ନ ଅଧିକାରୀ , ଲୋକ ପ୍ରତିନିଧି ଏବଂ ଲୋକ ମାନେ ଉପସ୍ଥିତ ରହି ଥିଲେ। ବିଜୁଯୁବ ବାହିନୀ ର ବ୍ଲକ କୋଡ଼ିନେଟର ମସୁଲନ ରଇତ ପରିଚାଳନା କରିଥିବାବେଳେ ଜ୍ୟୋତି ପାଢ଼ୀ ସହଯୋଗ କରିଥିଲେ।

ନୂତନ ସଡ଼କ ସୁରକ୍ଷା ଓ ଯାନବାହାନ ଚଳାଚଳ ଆଇନ-୨୦୧୯ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ “ରକ୍ଷକ” ଅନୁଷ୍ଠିତ…!

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଟାଉନ ପ୍ରତିନିଧି ଅନୀତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳା ପୌରପରିଷଦ କାର୍ଯ୍ୟାଳୟ ଓ ବିଜୁ ଯୁବ ବାହିନୀର ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ଠାରେ ସରକାରଙ୍କ ନୂତନ ସଡ଼କ ସୁରକ୍ଷା ଓ ଯାନବାହାନ ଚଳାଚଳ ଆଇନ-୨୦୧୯ ସମ୍ବନ୍ଧୀୟ ଏକ ବିରାଟ ସଚେତନତା କାର୍ଯ୍ୟକ୍ରମ “ରକ୍ଷକ” ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ବିରାଟ ସଚେତନତା ଶୋଭାଯାତ୍ରା ବାହାରିଥିଲା । ଶୋଭଯାତ୍ରାକୁ ଜିଲ୍ଲାପାଳ ଅନୁପମ ଶାହା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସଚେତନତା ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀ , ଶିକ୍ଷକ, ଶିକ୍ଷୟତ୍ରୀ , ଅଧ୍ୟାପକ ଅଧ୍ୟାପିକା , ପୌରପରିଷଦ ଯନ୍ତ୍ରୀ ଓ କର୍ମଚାରୀ ଏବଂ ଜିଲ୍ଲା ବିଜୁ ଯୁବ ବାହିନୀର କର୍ମକର୍ତ୍ତା ମାନେ ଯୋଗ ଥିଲେ । ଛାତ୍ରଛାତ୍ରୀ ମାନେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ସଚେତନତା ମୂଳକ ପ୍ଲା-କାର୍ଡ ମାନ ଧରି ଓ ଶ୍ଳୋଗାନ ଦେଇ ସମଗ୍ର ସହର ପରିକ୍ରମା କରିଥିଲେ ଏବଂ ସଡ଼କ ସୁରକ୍ଷା , ନୂତନ ମୋଟର-ଯାନ ଚଳାଚଳ ସମ୍ପର୍କିତ ନୀତିନିୟମ ଉପରେ ଥିବା ସଚେତନତା ପାମ୍ପ୍ଲେଟ୍ୱ ସବୁ ଲୋକ ମାନଙ୍କୁ ବଣ୍ଟନ କରିଥିଲେ ।ସହରର ମହାରାଜାଙ୍କ ପ୍ୟାଲେସ୍ ସାମନା ଛକରେ ପଥପ୍ରାନ୍ତ ସଚେତନତା ସଭା କରିଥିଲେ । ମୁଖ୍ୟତଃ ଯାନବାହାନ ଚଳାଚଳ କରିବା ବେଳେ ସେମାନଙ୍କ ପାଖରେ ଗାଡ଼ିର ପଞ୍ଜିକରଣ ପ୍ରମାଣପତ୍ର , ବୀମା ପ୍ରମାଣପତ୍ର , ପ୍ରଦୂଷଣ ପ୍ରମାଣପତ୍ର ଓ ଚାଳକ ପ୍ରମାଣପତ୍ର ପ୍ରଭୃତି ରହିବା ଆବଶ୍ୟକ । ଅନ୍ୟ ପକ୍ଷରେ ଯାନବାହାନ ଚଳାଚଳ କରିବା ବେଳେ କୌଣସି ବ୍ୟକ୍ତି ଯଦି ଏହି ସବୁ ନୀତିନିୟମର ଅବମାନନା କରନ୍ତି ବା ଉପରୋକ୍ତ ପ୍ରମାଣପତ୍ର ଓ ଅନ୍ୟାନ୍ୟ ସବୁ ନ ରଖିଥାନ୍ତି ତା ହେଲେ ସେମାନେ ନୂତନ ମୋଟରଯାନ ଆଇନ ଅନୁସାରେ କେଉଁ ପରିମାଣର ଏବଂ କେତେ ପରିମାଣର ଦଣ୍ଡିତ ହେବେ ସେ ସମ୍ପର୍କରେ କହି ଜନ-ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୌର-ପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ , ଏଡିଏମଓ ଡାଃ ଭି: ଲୋକନାଥ ରାଜୁ , ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ ,ପ୍ରମୁଖ ପଥପ୍ରାନ୍ତ ସଭାରେ ଉଦ୍ ବୋଧନ ଦେଇ ଜନ-ସଚେତନତା କରାଇଥିଲେ ।