ବିଜ୍ଞାନ ଶିକ୍ଷକ ଶ୍ରୀ ଟିକେଶ୍ୱର ନାଏକ ଙ୍କୁ ସମ୍ମାନିତ।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – ସମୟର ସଦୁପଯୋଗ କରି ପ୍ରାର୍ଥନା ସଭାରେ ପ୍ରତ୍ୟେକ ପିଲାଙ୍କୁ ଗଣିବାରେ ବ୍ୟବହାର କରିବା ଓ ଗଣିତର ମୌଳିକ ଶିକ୍ଷା ଗ୍ରହଣ କୁ ଦୃଷ୍ଟିରେ ରଖି “ପ୍ରାର୍ଥନା ସଭାରେ ସଂଖ୍ୟାର ଅଭିନବ ଶିକ୍ଷା” ସନ୍ଦର୍ଭରେ ଇନୋଭେଟିବ ଆଇଡିଆ ପ୍ରସ୍ତୁତ କରିଛନ୍ତି l ପଠତ୍ୟାଗୀ ପିଲା ର ସଂଖ୍ୟା ହାର କମେଇବା ଓ ସରକାରୀ ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବଢାଇବା କୁ ଦୃଷ୍ଟିରେ ରଖି “ଛାତ୍ର ଛାତ୍ରୀଙ୍କ ସ୍ଵ-ଉପସ୍ଥାନ” ସନ୍ଦର୍ଭରେ କ୍ୟାସେ ଷ୍ଟଡି ପ୍ରସ୍ତୁତି l ଏମିତି ଦୁଇଟି ପ୍ରସ୍ତୁତିକୁ ନେଇ ନୂଆ ଦିଲ୍ଲୀ ସ୍ଥିତ ଶ୍ରୀ ଅରବିନ୍ଦ ସୋସାଇଟି ତରଫରୁ ବିଜ୍ଞାନ ଶିକ୍ଷକ ଶ୍ରୀ ଟିକେଶ୍ୱର ନାଏକ ଙ୍କୁ ସମ୍ମାନ ଜଣକ “ଟିଚର ଇନୋଭେସନ ଆୱାର୍ଡ” ରେ ସମ୍ମାନିତ କରାଯାଇଛି l ଶ୍ରୀ ନାଏକ ଙ୍କ ଜନ୍ମସ୍ଥାନ ହେଲା କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ର ଚିଲିଚିଲା ଗାଁ |ଶ୍ରୀ ନାଏକ ବର୍ତମାନ ଧର୍ମଗଡ ବ୍ଲକ ଅନ୍ତର୍ଗତ ବଗାଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ଓ ଗଣିତ ଶିକ୍ଷକ ଭାବରେ କାର୍ଯ୍ୟରତ l ଉଚ୍ଚ ଶିକ୍ଷା ନିମନ୍ତେ ଗଣିତ ଓ ବିଜ୍ଞାନ ର ଭୂମିକା ଗୁରୁତ୍ୱ ପୂର୍ଣ୍ଣ କୁ ଆଖି ଆଗରେ ରଖି କିପରି ବିଜ୍ଞାନ ଓ ଗଣିତ କୁ ଶିକ୍ଷ୍ୟାର୍ଥୀ ସହଜରେ ବୁଝି ପାରିବେ ସେଥିପ୍ରତି ଶ୍ରୀ ନାଏକ ସର୍ବଦା ଚେଷ୍ଟିତ l ତାଙ୍କର ମାର୍ଗ ଦର୍ଶନରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ବିଜ୍ଞାନ ପ୍ରକଳ୍ପ ଜିଲ୍ଲା ସ୍ତରରେ ଦେଖାଇ ପାରିଛନ୍ତି l ଖାଲି ସେତିକି ନୁହେଁ ତାଙ୍କର ମାର୍ଗଦର୍ଶନରେ ଜାତୀୟ ରୋଡ ସେଫଟି ଡେ ପାଳନ ଅବସରରେ ଜଣେ ଛାତ୍ରୀ ସ୍ଲୋଗାନ ଲିଖନରେ ପ୍ରଥମସ୍ଥାନରେ ପୁରସ୍କୃତ ହୋଇ ରାଜ୍ୟ ସ୍ତରରଭାଗ ନେବା ପାଇଁ ଚୟନ ହେଇଛନ୍ତି lଶିଶୁ ମହୋତ୍ସବ ସୁରଭି 2018 ରେ ଶ୍ରୀ ନାଏକଙ୍କ ତତ୍ୱାବଧାନରେ ଛାତ୍ର ଛାତ୍ରୀ ମାନେ ଜିଲ୍ଲା ସ୍ତରରେ ପୁରସ୍କୃତ ହେଇଛନ୍ତି ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ରାଜ୍ୟସ୍ତରରେ ଭାଗ ନେଇ ଉଚ୍ଚ ପ୍ରସଂଶିତ ହେଇଛନ୍ତି l ଓଡିଶା ସରକାରଙ୍କ ପିଠା କାର୍ଯ୍ୟକ୍ରମରେ ଓ କଳାହାଣ୍ଡି ଉତ୍ସବରେ ଛାତ୍ରମାନଙ୍କ ଦ୍ୱାରା କଳାହାଣ୍ଡିର ଗଣବାଦ୍ୟ ଘୁମୁରା ପରିବେଷଣ କରାଇ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ଠାରୁ ପ୍ରଶଂସା ପତ୍ର ପାଇଛନ୍ତି l ତତ ସହିତ ବଗାଡ ବିଦ୍ୟାଳୟ ର ପୁରାତନ ଛାତ୍ର ନ ହୋଇ ମଧ୍ୟ ମୋ ସ୍କୁଲ ଅଭିଯାନ ରେ ବଗାଡ ସ୍କୁଲ କୁ 10, 000 ଟଙ୍କା ଚେକ ମାଧ୍ୟ୍ୟମରେ ଦାନକରି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଠାରୁ ପ୍ରସଂଶା ପତ୍ର ପାଇଛନ୍ତି l ବିଦ୍ୟାଳୟ ତଥା ଛାତ୍ର ଛାତ୍ରୀର ଶୈଖିକ ଓ ଅଣ ଶୈଖିକ ବୃଦ୍ଧି ପାଇଁ ସମସ୍ତ ସହକର୍ମୀ ଶିକ୍ଷକଙ୍କ ସହଯୋଗ ଓ ପ୍ରେରଣା ନିତାନ୍ତ ଜରୁରୀ ବୋଲି କହନ୍ତି l ଛାତ୍ର ର ଭବିଷ୍ୟତ ପ୍ରାଥମିକ ଶିକ୍ଷକଙ୍କ ହାତରେ ତେଣୁ ନିଜ ପୁଅଝିଅ ଭଳି ଶିକ୍ଷାଦାନ କରିବା l

ଫୁଲବାଣୀ ଠାରେ 500 ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ପ୍ରତିଷ୍ଠା କରିବା ନେଇ ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିଶ୍ରୁତି ପରେ ଅଞ୍ଚଳ ଉତ୍ସବ ମୂଖର…!

!!! କନ୍ଧମାଳ ଜିଲ୍ଲା ରୁ ଫୁଲବାଣୀ ଉପଖଣ୍ଡ ପ୍ରତିନିଧି ସୁକାନ୍ତ ବେହେରା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଫୁଲବାଣୀ) – କନ୍ଧମାଳ ପିପୁଲ ଫୋରମସ ର ଧାରଣା, ରାଲି ଏବଂ ସାଂସଦ ଶ୍ରୀଯୁକ୍ତ ଅଚ୍ୟୁତାନନ୍ଦ ସାମନ୍ତ ଙ୍କ ଆବେଦନ ପରେ ଫୁଲବାଣୀ ଲୋକଙ୍କୁ ମିଳିଛି ଏକ ବଡ ସଫଳତା। ମୁଖ୍ୟମନ୍ତ୍ରୀ ଜନ୍ମ ଦିବସ ରେ ଫୁଲବାଣୀ ଠାରେ 500 ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ସ୍ଥାପନ କରାଯିବା ଖୋଦ୍ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଖୁସିରେ କନ୍ଧମାଳ ରେ ସାଂସଦ, ବିଧାୟକ ଓ ସମସ୍ତ କନ୍ଧମାଳ ପିପୁଲସ ଫୋରମ ର ବୁଦ୍ଧିଜୀବୀ, ଜ୍ଞାନୀ ଓ ମହାନବ୍ୟକ୍ତି ମାନେ ଖୁସି ମନାଇଛନ୍ତି। ଏହି ସଫଳତା ପାଇଁ ସହରବାସୀ ସଂସାଦ ଓ ବିଧୟକ ଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି।

ବଲସକୁମ୍ପା ଠାରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବିକାଶ ଦିଗାଲ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କନ୍ଧମାଳ) – କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ବଲସକୁମ୍ପା ଠାରେ ଆଜି ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖଜୁରୀପଡ଼ା ଥାନା ଅଧିକାରୀ ଶ୍ରୀଯୁକ୍ତ ରମାକାନ୍ତ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିବାବେଳେ ମୁଖ୍ୟ ଅତିଥି ଭାବରେ ଖଜୁରୀପଡ଼ା ସମିତି ଅଧ୍ୟକ୍ଷା ଶ୍ରୀମତୀ ସୌଦାମିନୀ କହଁର ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ଆମ ପୋଲିସ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ। ସମ୍ମାନିତ ଅତିଥି ଭାବରେ ଖଜୁରୀପଡ଼ା ବିଜେପି ସଭାପତି ଶ୍ରୀଯୁକ୍ତ ଅନନ୍ତ ଦିଗାଲ, ବଲସକୁମ୍ପା ସରପଞ୍ଚ ଅଜୟ କୁମାର ମଳିକ ସମିତିସଭ୍ୟ ସରୋଜ କୁମାର ସାହାଣୀ, ଦୁତିପଡ଼ା ସରପଞ୍ଚ ଭାନୁପ୍ରିୟା ଯାନୀ , ଦଳପଡ଼ା ସରପଞ୍ଚ ରଞ୍ଜନ କୁମାର କହଁର ସମିତିସଭ୍ୟ ଅନନ୍ଦେଶ୍ବର ମଳିକ ଯୋଗଦେଇ ଅଭିଭାଷଣ ମାଧ୍ୟମରେ ଜନସାଧାରଣଙ୍କୁ ମୋ ସରକାର କାର୍ଯ୍ୟକ୍ରମ ବିଷୟରେ ଜଣେଇ ଜନସାଧାରଣ ଙ୍କ ସମସ୍ୟା କିଭଳି ସହଜରେ ସମାଧାନ ହେଇପାରିବ ସେ ବିଷୟରେ ପୋଲିସ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ଏହିଅଞ୍ଚଳ ଥାନା ଠାରୁ ବିଶେଷ ଦୂରରେ ହୋଇଥିବାରୁ ବିଜେପି ସଭାପତି ଅନନ୍ତ ଦିଗାଲ ବଲସକୁମ୍ପା ଠାରେ ଏକ ପୋଲିସ ଫାଣ୍ଡି ଖୋଲିବା ପାଇଁ ଅନୁରୋଧ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ମା ବରଳାଦେବୀ ମନ୍ଦିର ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପ୍ରଧାନ ,ନଟବର ନାୟକ, ଉଦ୍ଧବ ବିଶୋଇ, ଦିଲୀପ କୁମାର ଦଳବେହେରା, ଏବଂ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠି ର ମହିଳାମାନେ ଯୋଗଦେଇଥିଲେ। ଶେଷରେ ବଲସକୁମ୍ପା ଏବଂ ଚନ୍ଦୁରପଦର ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ରେ ଏସ ଆଇ ଗୀତାଞ୍ଜଳି ପ୍ରଧାନ ଏବଂ ଖଜୁରୀପଡ଼ା ଥାନା ର ବହୁ କର୍ମଚାରୀ ସହଯୋଗ କରିଥିଲେ ।

ନାବାଳିକା ଙ୍କୁ ପ୍ରତାରଣା ଅଭିଯୋଗ ପରେ ବି ପ୍ରଶାସନ ଚୁପ୍ …!

!!! କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରୁ ଉପଖଣ୍ଡ ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବାଲିଗୁଡ଼ା) – କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସ୍ତିତ ସୁଗଡ଼ବଡ଼ି ଗ୍ରାମରେ ଏକ ଅବିଶ୍ୱାସନୀୟ ଘଟଣା ଘଟିଛି ଯାଇଛି । ସେହି ଗ୍ରାମ ଜଣେ ନାବାଳିକା ବର୍ତ୍ତମାନ ୭ ମାସର ଗର୍ଭବତୀ ।କୁମାରୀ ପ୍ରେମାଞ୍ଜଳୀ (ଛଦ୍ମନାମ) ଡିଗାଲ ବୟସ 17 ପିତା ସୁବଳ ଡିଗାଲ, ଝିଅଟି ସୁଗଡ଼ବଡ଼ି ନୋଡାଲ ହାଇସ୍କୁଲ ରେ ପଢୁ ଥିବାବେଳେ ବଞ୍ଚାନିଧି ପ୍ରଧାନ ପିତା କୃତିବାସ ପ୍ରଧାନ.ଗ୍ରାମ ମୁନାଙ୍ଗୁଡା ଜି ଉଦୟଗିରି ବ୍ଲକର ଜଣେ ବ୍ୟକ୍ତି ଝିଅଟିକୁ ସ୍ନେହ ପ୍ରେମ ଓ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲା । ଏହି କଥାଟି ପ୍ରେମାଞ୍ଜଳୀ ସେ ତାଙ୍କ ପରିବାର ସଦସ୍ୟଙ୍କୁ ଜଣାଇବ ବୋଲି କହିଥିଲା । ସେହି ସମୟ ରେ ବଞ୍ଚାନିଧି (ଗୁଡ଼ୁ ) ପ୍ରେମଞ୍ଜଳି କୁ ମାଡ ମାରି ଜୀବନ ରୁ ମାରି ଦେବାକୁ ଧମକ ଦେଇଥିଲା ଏବଂ ତାର କିଛି ଅଶ୍ଳୀଳ ଛବି ଚିତ୍ରକୁ ସୋସିଆଲ ମେଡ଼ିଆ ରେ ଭାଇରାଲ କରିବି ବୋଲି ଧମକ ଦେଇଥିଲା ।ଫଳରେ ଝିଅଟି ଏହି କଥାକୁ ନିଜ ପରିବାରଲୋକଙ୍କୁ କହି ପାରିନଥିଲେ ।ଏହାର ସୁଯୋଗ ନେଇ ବଞ୍ଚାନିଧି ଜୋର ଜବରଦସ୍ତ ଅନେକ ଥର ପ୍ରେମଞ୍ଜଳି ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ. ।ଯେତେବେଳେ ପ୍ରେମଞ୍ଜଳୀ ଗର୍ଭବତୀ ହୋଇଗଲେ ଏକଥା ସେ ଗୁଡ଼ୁ ଙ୍କୁ ଜଣାଇଥିଲେ । ସେହି ସମୟ ରେ ଗୁଡ଼ୁ ଝିଅ ଟିକୁ ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲାଏବଂ ପ୍ରେମଞ୍ଜଳୀ ଙ୍କ ପରିବାର ଲୋକଙ୍କୁ ଜଣାଇ ଥିଲା । ୬ ମାସ ବିତି ଯାଇଥିଲେ ମଧ୍ୟ ଗୁଡୁ ବିବାହ କଥାକୁ ନେଇ ଗୁରୁତ୍ୱ ନଦେବାରୁ ପ୍ରେମାଞ୍ଜଳୀଙ୍କ ପରିବାର ଲୋକେ ବଞ୍ଚାନିଧି ଙ୍କ ଘରକୁ ଯାଇଥିଲେ ସେଠାରେ ସେମାନେ କାହାକୁ ନ ପାଇବା ରୁ ନିରାଶ ହୋଇ ଘରକୁ ଫେରି ଥିଲେ । ଏହା ପରେ ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀମତୀ ପଙ୍କଜିନୀ କହ୍ନର ଙ୍କୁ ଘଟଣା ସମ୍ପର୍କରେ ଲିଖିତ ଭାବେ ଜଣା କରିଥିଲେ । ଏହି ଘଟଣା ନେଇ ଗ୍ରାମରେ ପଂଚାୟତ ବୈଠକ ବସିଥିଲା । 29/08./2019 ରିଖ ଦିନ ପଂଚାୟତ କାର୍ଯ୍ୟାଳୟରୁ ଏକ ଚିଠି ବଞ୍ଚାନିଧି ପ୍ରଧାନ ଙ୍କୁ କରାଯାଇଥିଲା । ଏହାର ସମାଧାନ ନିମନ୍ତେ ଗତ ତା 03/09/2019 ରିଖ ମଙ୍ଗଳ ବାର ଦିନ ଏକ ଘଂଟିକା ସମୟ ରେ ଅଉ ଗୋଟିଏ ସଭା କରିବା ପାଇଁ ଚିଠି ରେ ଉଲ୍ଲେଖ ଥିଲା । ଏହି ଦିନ ମଧ୍ୟ ବଞ୍ଚାନିଧି ପ୍ରଧାନ ଏବଂ ତାଙ୍କ ପରିବାର ର କୋଣସି ସଦସ୍ୟ ପଞ୍ଚୟତ ବୈଠକ କୁ ଆସି ନଥିଲେ । ଏହା ପରେ ବଞ୍ଚାନିଧି ବହୁବାର ମୋବଇଲ ରେ ଝିଅ କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ଜୀବନରେ ମାରିଦେବାକୁ ଧମକ ଦଉଥିଲା । ସେହି ଭୟ ରେ ପ୍ରେମାଞ୍ଜଳୀ ନିଜ ପରିବାର ଲୋକଙ୍କୁ ଧରି ରାଇକିଆ ଥାନାରେ ଘଟଣା ସମ୍ପର୍କରେ କିଖିତ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ବିଜୟ ସିଂ କେସ ନମ୍ବର 59/2019 କ୍ରମେ ମାମଲା ରୁଜୁ କରି ଦଫା 376.(2)(N)/506 ଧାରା 06 poska act 2012 କ୍ରମେ ୦୯.୦୯.୧୯ ତାରିଖ ରେ ମାମଲା ରୁଜୁ କରିଛନ୍ତି । ସେଇ ଦିନ ଠାରୁ ଆଜଯାଏଁ ପୋଲିସ ଅଭିଯୁକ୍ତ ବଞ୍ଚାନିଧିଙ୍କୁ ଗିରଫ କରିନାହିଁ । ଆଜି କୁ ପ୍ରାୟ ଏକ ମାସ ରୁ ଅଧିକ ହେଇଗଲାଣି ନିରୀହ ପିଡିତା ନିଜ ବାପା ମା ଙ୍କୁ ଧରି ବହୁତ ଥର ଥାନା ଅଧିକାରୀ ଙ୍କ ପାଖକୁ ଯିବା ପରେ ବି ଅଭି ଯୁକ୍ତ କୁ ପୋଲିସ ଗିରଫ କରୁନଥିବା ପରିବାର ବର୍ଗ ଅବିଯୋଗ କରିଛନ୍ତି ।ଏହି ଘଟଣା ଟି ରେ ଅସହାୟ ହେଇ ଗର୍ଭ ରେ 7ମାସ ର ଛୁଆ ଟିକୁ ଧରି ନିରିହା ପିଡିତା ବହୁତ କଷ୍ଟ ପାଉଥିବା ପରିବାର ଲୋକ କହିଛନ୍ତି । ।ଏହି ଘଟଣା ସମ୍ପର୍କରେ ଥାନା ଭାରପ୍ରାପ୍ତ ଅଧିକାରୀ ରାକିଆ ବିକେ ସିଂ ଙ୍କୁ ପଚାରିଲେ ତାଙ୍କ ପ୍ରତିକ୍ରିୟା ରେ ସେ କେବଳ ଖୋଜା ଚାଲିଛି କହିଛନ୍ତି । ଅଭିଯୁକ୍ତ ବଞ୍ଚା ନିଧି ପ୍ରଧାନ ଏବେ ବି ମୋବାଇଲ ରେ ବିଭିନ୍ନ ନୁମ୍ବର ରୁ ପିଡିତା ଏବଂ ତାଙ୍କ ପରିବାର ବର୍ଗ ଙ୍କୁ ଧମକ ଦେଇଥିବା ପାରିବର ଲୋକେ କହିଛନ୍ତି ଏବଂ ଅଭିଯୋଗ କରିଛନ୍ତିକିି ,ଅଭିଯୁକ୍ତ ଙ୍କ କେହିଜଣେ ସମ୍ପର୍କୀୟ ସ୍ଥାନୀୟ ଥାନାରେ କାର୍ଯ୍ୟରତ ଥିବାରୁ ପୋଲିସ ଜାଣି ଶୁଣି ବାଞ୍ଛାନିଧି କୁ ଖୋଜି ଗିରଫ କରୁ ନାହାନ୍ତି । ଏହି ବିଷୟରେ ଆଜି ପିଡିତା ଏବଂ ତାଙ୍କ ପରିବାର ଲୋକେ କନ୍ଧମାଳ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିବା ନିମନ୍ତେ ଆସି ଥିଲେ । କିନ୍ତୁ ଜିଲ୍ଲା ପାଳ ଅନ୍ୟ ତ୍ର କୌଣସି କାର୍ଯ୍ୟକ୍ରମରେ ରେ ଥିବାରୁ ଭେଟି ନ ପାରି ନିରାଶା ରେ ଫେରି ଯାଇଥିବା ଜଣାଇଛନ୍ତି । ଜିଲ୍ଲା ପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଇକିଆ ବ୍ଲକ କୁ ଯିବା ଖବର ରହିଥିବା ରୁ ସେଠରେ ପ୍ରେମା ଞ୍ଜଳି ଙ୍କ ପରିବାର ଭେଟି ଅଭିଯୋଗ ପାତ୍ର ଦେବେ ବୋଲି ପରିବାର ଲୋକେ କହିଛନ୍ତି । ଏପଟେ ମୋ ସରକାର କାର୍ଯ୍ୟ କରିତା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଆରୋପ କରୁଥିବା ବେଳେ ନିରୀହ ଲୋକଙ୍କୁ ତୃଣମୂଳ ସ୍ଥାରରେ ବହୁତ ସମସ୍ୟା ର ସାମ୍ନା କରିବା କୁ ପଡୁଛି । ରାଇକିଆ ଅଂଚଳ ଏକ ହରି ଜନ ଆଦିବାସୀ ବହୁଳ ଏଠି ଲୋକ ଙ୍କୁ ଉଚିତ ନ୍ୟାୟ ମିଲୁନି ବୋଲି ପରିବାର ଲୋକେ ଅଭି ଯୋଗ କରି କାନ୍ଦୁଛନ୍ତି । ଏତଲା ଦେଲା ବେଳେ ଜି ଉଦୟଗିରି ଏସ ଡ଼ି ପି ଓ ଏବଂ ରାଇକିଆ ଥାନା ଭାରପ୍ରାପ୍ତ ଅଧିକାରୀ ଉପସ୍ଥିତ ଥିଲେ ଏବଂ 10.02.2019 ରେ ଜି ଉଦୟଗିରି ଥାନା କୁ ନେଇ ସେଠାରେ ବି ରିପୋର୍ଟ ଲେଖା ଯାଇଥିଲେ ବି ଜି ଉଦୟଗିରି ପୋଲିସ ବି କିଛି କରୁନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହା ସହ ଅଭିଯୁକ୍ତ ର ନିଜ ଲୋକ ଜ ଉଦୟଗିରି ଥାନା ରେ ଥିବା ହେତୁ ସେଇ ଯୁବକ କୁ ଧରୁନାହାନ୍ତି ଏବଂ ଗାନ୍ଧୀ ପ୍ରଧାନ ନାମକ ବ୍ୟକ୍ତି ପୋଲିସ ରେ ଥିବା ଅଭିଯୁକ୍ତ ବଞ୍ଚାନିଧିକୁ ଲୁଚାଇ ରଖି ଥିବା ଜିଲ୍ଲା ପାଳ ଙ୍କୁ ଦେଇଥିବା ଅଭିଯୋଗ ପତ୍ର ରେ ଉଲ୍ଲେଖ କରିଛନ୍ତି । ନିରୀହା ଅଭିଯୋଗ କାରିଣୀ ନାବାଳିକା ନ୍ୟାୟ କେବେ ପାଇବ ସେଇ ଆଶାରେ ପରିବାର ଅନାଇ ବସିଛି ।

ଗୁଣପୁର ଠାରେ ଶାନ୍ତି ସଦଭାବନା ଯାତ୍ରା କୁ ସ୍ୱାଗତ ସମ୍ବର୍ଦ୍ଧନା … !

ଏଥର ସମ୍ଭାଳ (ଗୁଣପୁର) – ପୂଜ୍ୟ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଙ୍କ ବର୍ଷ ବ୍ୟାପି ପାଳନ ଚାଲିଥିବା ୧୫୦ ତମ ଜୟନ୍ତୀ ପରିପ୍ରେକ୍ଷୀ ରେ ଆୟୋଜନ କରାଯାଇଥିବା ମାଥିଲି ଠାରୁ ଯାଜପୁର ର ବାଲିପଡିଆ ପର୍ଯ୍ୟନ୍ତ ଶାନ୍ତି – ସଦଭାବନା ଯାତ୍ରା ଗୁଣପୁର ଠାରେ ପହଞ୍ଚି ଅଛି । ଆଜିର ସଦଭାବନା ଯାତ୍ରା କୁ ଗୁଣପୁର ଠାରେ ଓଡିଶା ସର୍ବୋଦୟ ସମାଜ ଓ ସେବା ସମାଜ ପକ୍ଷରୁ ସ୍ୱାଗତ କରାଯାଇଛି ।ଏହି ଅବସରରେ ଗୁଣପୁର ପୁରୁଣା ବାସ ଷ୍ଟାଣ୍ଡ ଠରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉତ୍କଳ ଗାନ୍ଧୀ ସ୍ମାରକୀ ନିଧି ର ଅଧକ୍ଷା ତଥା ନେତ୍ରୀ କ୍ରୀଷ୍ଣା ମହାନ୍ତି , ସ୍ଵାଧୀନତା ସଂଗ୍ରାମୀ ନିଶାକର ଦାଶ , ରାଷ୍ଟ୍ରୀୟ ଯୁବା ସଂଘ ର ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ ବିଶ୍ବଜିତ ରାୟ , ରାଷ୍ଟ୍ରୀୟ ଯୁବା ସଂଘ ର ରାଷ୍ଟ୍ରୀୟ ସଦସ୍ୟ ରଞ୍ଜିତ ଦେହୁରୀ ଓ ସେବା ସମାଜ ର ସମ୍ପାଦିକା ସୁଶ୍ରୀ ରାଜେଶ୍ୱରି ଦଳେଇ ପ୍ରମୁଖ ଯୋଗଦେଇ ମଞ୍ଚାସୀନ ରହିଥିଲେ । ସଭା କାର୍ଯ୍ୟ ଆରମ୍ଭ ପୂର୍ବରୁ ମଞ୍ଚ ନିକଟରେ ଥିବା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ଅତିଥିମାନେ ପୁଷ୍ପ ମାଲ୍ୟ ଅର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଅତିଥି ବୃନ୍ଦ ଗାନ୍ଧୀ ଙ୍କ ସ୍ମୃତି ଚାରଣ କରିବା ସହ ସଦ ଭାବନା ଯାତ୍ରା ର ବିଶେଷତ୍ୱ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଗୁଣପୁର ର ଆଇନଜୀବି ତଥା ସମାଜସେବୀ ଶ୍ରୀ ଇନ୍ଦ୍ରାକ୍ଷି ପ୍ରସାଦ ଦାଶ ପରିଚାଳନା କରିଥିଲେ ।

ପାଣ୍ଡକୁଳର ମଥୁରା ସେନାପତି ଶୌଚ ହେବାକୁ ଯାଇ ଘରଙ୍କୁ ଫେରି ନାହିଁ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୋଳାମୁଣ୍ଡା ) – ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ନିକଟସ୍ଥ ପଣ୍ଡକୁଳ ଗ୍ରାମର ମଥୁରା ସେନାପତି(୩୦)ସ୍ୱା, ରାଜେଶ ସେନାପତି ଗତ ତା,୨୬/୯ , ପ୍ରାତଃ(୫)ଘଣ୍ଟା ସମୟରେ ଘରୁ କିଛି ଦୂରକୁ ଶୌଚ ହେବାପାଇଁ ଯାଇଥିଲେ,ହେଲେ ସେ ବହୁ ସମୟ ଧରି ନଫେରିବାରୁ ତାଙ୍କ ସ୍ୱାମୀ ରାଜେଶ ସେନାପତି ଖୁଜିଯାଇ ଦେଖିଲେ ଯେ ଢାଲ ସାବୁନ, ପେଷ୍ଟ, ରାସ୍ତା କଡରେ ଥିବା ଦେଖି ପରିବାରଙ୍କ ମନରେ ଦୁଃଖ ପ୍ରକାଶ କରିଥିଲେ ଏବଂ ନିଜ ନିଜ ସମ୍ପର୍କଲୋକଙ୍କ ମଧ୍ୟରେ ଖୋଜାଖୋଜି କରି ନ ପାଇବରୁ ଗତ ତା୨୭/୯ଦିନ ଦଶପୁର ପୋଲିସ ଫାଣ୍ଡିରେ ଲିଖିତ ଭାବେ ଜଣାଇ ଦିଆଯାଇଥିଲା, ଏପ୍ରଯ୍ୟନ୍ତବହୁ ଦୂର ଦୁରାନ୍ତରେ ନ ପାଇବାରୁ ପୁଣି ପଣ୍ଡକୁଳର,ଅଧିକାଂଶ ମହିଳା ଓ ଅନ୍ୟାନ୍ୟ ଵ୍ୟକ୍ତି ତଥା ସେହି ମହିଲାରଦୁଇଗୋଟି ପୁଅ ,ମଧ୍ୟ ଦଶପୁର ଫାଣ୍ଡିଙ୍କୁ ଯାଇଥିଲେ,ପ୍ରଥମ ପୁଅ (12) ଥିବା ବେଳେ ଦ୍ୱିତୀୟ ପୁଅ(୬) ଉଭୟେ ମାଁ ଙ୍କୁଏପ୍ରଯ୍ୟନ୍ତ ନପାଇଁ ସଦା ସର୍ବଦା ମାଁ ମାଁ ବୋଲି ବେୟାକୁଳ ଭାବରେ କାନ୍ଦି କାନ୍ଦି ଆଉଟ ପାଉଟ ହୋଜିବାରେ ଦିନଯାଉଛି ବୋଲି ପୋଲିସ ଛାମୁରେଆଜି ଜଣାଇଥିଲେ,ଏଭଳି ସ୍ଥିତିରେ ଦଶପୁର ଫାଣ୍ଡି ଅଧିକାରୀ ଚନ୍ଦ୍ର ହାସ୍ୟ ସାହୁ ପୁଅ ମାନଙ୍କ ଦୁର୍ଦ୍ଦାସା କୁଦେଖି ତୁରନ୍ତ ପଦକ୍ଷେପ ନେବା ପାଇଁପ୍ରତି ଶ୍ରୁତି ଦେଇଥିଲେ ମଧ୍ୟ ଅଭିଯୋଗ କାରୀ ମାନେ କଳାହାଣ୍ଡି ଜିଲ୍ଲା ଏସପି ଶ୍ରୀ ଯୁକ୍ତ ବାତୁଲା ଗଙ୍ଗାଧର ମୋହଦୟ ଙ୍କୁ ମଧ୍ୟ ଆଜିକାର ମହିଳା ମାନେ ଏବଂ ଅନ୍ୟାନ୍ୟ ବେକ୍ତି ମାନେ ଅନୁରୋଧ କରିଥିଲେଯେ ତୁରନ୍ତ ଏହାର ସୁ ବିଚାର କରିବାକୁ ଜଣାଇ ଥିଲେ,ସେହି ଵ୍ୟକ୍ତିମାନେ ହେଲେ ସଦା ସେନାପତି, ମଦନସେନାପତି, ମଇନା ସେନାପତି,ମୂଷି ସେନାପତି, କଇଁତ ସେନାପତି, କୁମ୍ଭ ଵ୍ୟୟା,ଚେରଗୁରେନ, ଧନୁର୍ଯ୍ୟା ସେନାପତି, ବବୃମହାନନ୍ଦ, ଉଗ୍ରେ ସେନାପତି,ହାତିରାମ ସେନାପତି ପ୍ରମୂଖ ଉପସ୍ଥିତ ଥିଲେ।

ଗଜପତି ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଶିଶୁ ପ୍ରତିଯୋଗିତା “ହୌଶଲା” ଅନୁଷ୍ଠିତ…!

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଟାଉନ ପ୍ରତିନିଧି ଅନୀତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଜିଲ୍ଲାରେ ଥିବା ଶିଶୁ ମାନଙ୍କ ଯତ୍ନ ନେଉଥିବା ଓ ସୁରକ୍ଷା ପ୍ରଦାନ କରୁଥିବା ଅନୁଷ୍ଠାନର ଶିଶୁ ମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ଶିଶୁ ପ୍ରତିଯୋଗିତା “ହୌଶଲା-୨୦୧୯” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ଥିବା ୫ଟି ଶିଶୁଙ୍କୁ ଯତ୍ନ ଓ ସୁରକ୍ଷା ଦେଉଥିବା ଅନୁଷ୍ଠାନର ୮୦ ଜଣ ଶିଶୁ ଯୋଗଦେଇ ୧୦୦ ମିଟର ଦୌଡ , ୨୦୦ ମିଟର ଦୌଡ , ଉଚ୍ଚଡିଆଁ , ଲମ୍ବଡିଆଁ , ୪୦୦ ମିଟର ରିଲେ ରେସ୍ , ଚେସ , ଚିତ୍ରାଙ୍କନ ଏବଂ ବକ୍ତୃତା ପ୍ରଭୃତି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଶିଶୁମାନେ ନିଜ ନିଜର ପାରିଦର୍ଶିତା ପ୍ରଦର୍ଶନ କରିଥିଲେ ।ଏହି ପ୍ରତିଯୋଗିତା ଗୁଡିକରେ ଯେଉଁ ଯେଉଁ ଶିଶୁମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସେମାନଙ୍କ ନାମକୁ ରାଜ୍ୟ ସ୍ତରୀୟ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତା ପାଈଁ ପଠାଇ ଦିଆଗଲା ।ଆସନ୍ତା ୩୦/୧୦/୧୯ ଏବଂ ୩୧/୧୦/୨୦୧୯ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ହୌଶଲା ପ୍ରତିଯୋଗିତାରେ ଏହି ଶିଶୁ ଏବଂ ଅନ୍ୟ ଜିଲ୍ଲାରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁ ମାନଙ୍କ ମଧ୍ୟରେ ପୁଣି ଥରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଅନ୍ୟ ପକ୍ଷରେ ରାଜ୍ୟ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତାରେ ଯେଉଁ ଶିଶୁମାନେ ପ୍ରଥମ ସ୍ଥାନ ଅଧିକାର କରିବେ ସେମାନଙ୍କୁ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।ଏହି ପ୍ରତିଯୋଗିତାକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ ପ୍ରମୁଖଙ୍କ ନେତୃତ୍ୱରେ ଏହି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମଚାରୀ ଏବଂ ଜିଲ୍ଲା ଚାଇଲଡ୍ ଲାଇନର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ ।

ନୂଆପଡା ଠାରେ ରେ ଜିଲସ୍ତରୀୟ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ।

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ନୂଆପଡ଼ା) – ଜିଲ୍ଲା ସଦରମହକୁମାସ୍ଥିତ ସଦଭାବନା ସଭାଗୃହଠାରେ ଜିଲାପାଳ ଙ୍କ ଅଭିଯୋଗ ଶୁଣାଣୀ ସମ୍ପନ୍ନ ହୋଇଯାଇଛି । ଦଶହରା ଅବକାସ ପରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣୀ ଶିବିରରେ ସବୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲାପାଳ ମଧୁସ୍ମିତା ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନିଲ କୁମାର ଆଚାର୍ଯ୍ୟ, ଉପଜିଲ୍ଲାପାଳ ତରଣିସେନ ନାଏକ, ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ଅର୍ଥ) ମଧୁଛନ୍ଦା ସାହୁ,ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଜ୍ୟୋସ୍ନାରାଣୀ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଆଜି ର ଏହି ଅଭିଯୋଗ ଶୁଣାଣୀ ଶିବିର କୁ କିନ୍ତୁ ଅନ୍ୟଦିନ ତୁଳନାରେ ବହୁତ କମ ଲୋକ ଅଭିଯୋଗ କରିବାକୁ ଆସିଥିଲେ । ନୂଆପଡା ସହର ମଧ୍ୟଦେଇ ଯାଇ ଥିବା ଜାତୀୟ ରାଜ ପଥ ୩୫୩ ନିମିତ୍ତ ରାସ୍ତା ଚଉଡା କରିବା ପାଇଁ ନୂଆପଡା ମୁଖ୍ୟ ଡାକ ଘର ଠାରେ ଯେଉଁ ଦୋକାନୀ ମାନଙ୍କୁ ଉଚ୍ଛେଦ କରାଯାଇଥିଲା ବର୍ଷାଧିକାଳ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ଥଇଥାନ କରାଯାଇନଥିବାରୁ ସେହି ଦୋକାନୀମାନେ ଓ ତାଙ୍କର ପରିବାର ବର୍ଗ ଆଜି ଜିଲ୍ଲାପାଳ ଙ୍କୁ ଭେଟି ନିଜର ଅଭିଯୋଗ ପ୍ରଦାନ କରିଥିଲେ । ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନୂତନ ଦୋକାନ ଗୃହ ନିର୍ମାଣ କରାଯାଇଥିଲେ ମଧ୍ୟ ଏଯାବତ ହସ୍ତାନ୍ତର କାରାନଜିବା ସମ୍ପର୍କରେ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୯ଜଣ ଦୋକାନୀ କ୍ଷତିଗ୍ରସ୍ତ ହୋଇଥିଲା ବେଳେ ୬ଟି ଦୋକାନ ଗୃହ ନିର୍ମାଣ ହୋଇଥିବାରୁ ବର୍ତ୍ତମାନ ସମୟରେ ଲଟେରୀ ମାଧ୍ୟମରେ ୬ଜଣ ଙ୍କୁ ଦୋକାନ ଗୃହ ଆବଣ୍ଟନ କରାଯିବ କିମ୍ବା ଆଉ ୩ଟି ଦୋକାନ ଗୃହ ନିର୍ମାଣ ସରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଜିଲ୍ଲାପାଳ କହିଥିଲେ । ବର୍ଷ ବର୍ଷ ବିତିଯିବାପରେ ମଧ୍ୟ ଜିଲ୍ଲାପ୍ରଶାସନର ଏପରି ଟାଳଟୁଳ ନିତି କୁ କିନ୍ତୁ କ୍ଷତିଗ୍ରସ୍ତ ଦୋକାନୀ ସହଜରେ ଗ୍ରହଣ କରିପାରୁନାହାନ୍ତି । ଫଳରେ ଦୋକାନୀ ମାନଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ଶିଘ୍ର ଏହାର ପ୍ରତିକାର ନହେଲେ ଏହି ପୁଞ୍ଜିଭୁତ ଅସନ୍ତୋଷ ଉଗ୍ରରୁପ ନେଇପାରେବୋଲି ଚର୍ଚ୍ଚା ହେଉଛି ।

ପାରଳାଖେମୁଣ୍ଡି ଠାରେ ମେଗା ଆଇନ ସଚେତନତା ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…!

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଟାଉନ ପ୍ରତିନିଧି ଅନୀତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଏବଂ ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମରେ ଆସନ୍ତା ୨୦ ତାରିଖ ଦିନ ଜିଲ୍ଲା ସ୍ତରୀୟ ଏକ ମେଗା ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷ ଠାରେ ଏକ ପୂର୍ବ-ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଆୟୋଜିତ ବୈଠକରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା(ସେସନ୍) ଜର୍ଜ ଶ୍ରୀ ବିଶ୍ବଜିତ ଦାସ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ସମେତ ଯୋଜନା ଓ ମିଶନର ଅଧିକାରୀ ମାନେ ଯୋଗଦେଇ ଆଲୋଚନା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।ମୁଖ୍ୟତଃ ଆସନ୍ତା ୨୦/୧୦/୨୦୧୯ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ମେଗା ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ କିଭଳି ଲୋକାଭିମୁଖୀ କରା ଯାଇପାରିବ ଏବଂ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଜନସାଧାରଣ ଯୋଗଦେଇ କିଭଳି ଏହାଦ୍ବାରା ବିଶେଷ ଭାବେ ଲାଭ ଉଠାଇ ପାରିବେ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯିବା ସହ ନିଷ୍ପତ୍ତି ନିଆ ଯାଇଥିଲା। ଅନ୍ୟ ପକ୍ଷରେ ଏହି କାର୍ଯ୍ୟକ୍ରମରେ କେଉଁ କେଉଁ ବିଭାଗ ପକ୍ଷରୁ ସଚେତନତା ଷ୍ଟଲ ଗୁଡ଼ିକ ଖୋଲାଯାଇ ବିଭିନ୍ନ ଯୋଜନା ଗୁଡ଼ିକର ଉପକାରିତା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଯିବ ସେ ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ବୈଠକରେ ଆଲୋଚନା କରାଯାଇଥିଲା ।ସରକାରଙ୍କ ବିଭିନ୍ନ ବିଭାଗ ଓ କାର୍ଯ୍ୟକାରୀ ହେଉଥିବା କେତେ ଗୁଡିଏ ଆଇନ ସମ୍ପର୍କରେ ମଧ୍ୟ ଜନସାଧାରଣଙ୍କୁ ସଚେତନତା କରିବା ପାଈଁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା ।ଏହି କାର୍ଯ୍ୟକ୍ରମରେ କେତେ ଗୁଡିଏ ବିଭାଗ ଯଥା– ବନ ବିଭାଗ ସମେତ , କୃଷି , ଓଡିଶା ଜୀବିକା ମିଶନ , ମିଶନ ଶକ୍ତି , ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ,ସାମାଜିକ ସୁରକ୍ଷା , ଶିଶୁ ସୁରକ୍ଷା , ସ୍ବାସ୍ଥ୍ୟ ଏବଂ ସାମାଜିକ ମଙ୍ଗଳ ବିଭାଗ ଅଧିନରେ ଥିବା ବିଭିନ୍ନ ପ୍ରକାର ଯୋଜନାରେ ଚୟନ ହୋଇଥିବା ହିତାଧିକାରୀ ମାନଙ୍କୁ ୨୦ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ମେଗା ଆଇନ ସଚେତନତା ସେବା ଶିବିର କାର୍ଯ୍ୟକ୍ରମରେ ସେମାନଙ୍କ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବା ପାଈଁ ନିଷ୍ପତ୍ତି ନିଆ ଯାଇଥିଲା ।ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ସେସନସ ଜଜ ଶ୍ରୀ ଦାସ ବିଶ୍ବଜିତ ଦାସ ଏବଂ ଜିଲ୍ଲାପାଳ ଅନୁପମ ଶାହା ଏହି ଅନୁଷ୍ଠିତ ହେବାକୁ ଥିବା ମେଗା ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମର ଅଧିକ ସଂଖ୍ୟକ ଜନ ସାଧାରଣ ଯୋଗଦେଇ ଉପକୃତ ହେବା ସହ ଶାନ୍ତି ଶୃଙ୍ଖଳା ରେ ଏହା କିଭଳି ସମ୍ପାଦନ ହେବ , ସେଥିପାଇଁ ସଫଳତା ପାଈଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା , ଅତିରିକ୍ତ ଜିଲ୍ଲାପାଳ ସ୍ୱଧା ଦେବ ସିଂ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା , ଡିଏଫଓ ବିବେକ କୁମାର ତ୍ୟାଗି ,ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ବାଇଁ , ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଦୀପା ଦାସ , ଜିଲ୍ଲା କିଶୋର ନ୍ୟାୟ ବୋର୍ଡର ଅଧ୍ୟକ୍ଷା ଶୁଭଶ୍ରୀ ପ୍ରଧାନ , ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶେଷଦେବ ମିଶ୍ର , ଅତିରିକ୍ତ ଉପ-ଜିଲ୍ଲାପାଳ ସରୋଜ କୁମାର ବେହେରା , ଏବଂ ପାରଳାଖେମୁଣ୍ଡି ବାର କାଉନସିଲ ଅଧ୍ୟକ୍ଷ ରାମନାଥ ମିଶ୍ର ପ୍ରମୁଖ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହ ଅଧିକ ସଂଖ୍ୟକ ଜନ-ସାଧାରଣଙ୍କ ଉପସ୍ଥିତି ଏବଂ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ମୁଖ୍ୟ ମନ୍ତ୍ରୀ ଙ୍କ ପ୍ୟାକେଜ – ୨;ଫୁଲବାଣୀ କୁ ମେଡିକାଲ୍ କଲେଜ୍ ଉପହାର…!
ଭୁୁବନେଶ୍ୱର: ‘ମୋ ସରକାର’ ଅଭିଯାନ ଦ୍ୱିତୀୟ ଦିନ ଗସ୍ତକାଳର ଅନୁଧ୍ୟାନ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେଇଛନ୍ତି । ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ଓ ଟିମ୍ ଗସ୍ତ କରିଥିବା ୬ଟି ଜିଲ୍ଲାର ଡାକ୍ତରଖାନାଗୁଡ଼ିକ ପାଇଁ ପ୍ୟାକେଜ୍ ଘୋଷଣା କରାଯାଇଛି । ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାଠାରେ ଏକ ସରକାରୀ ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ୍ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେଠାରେ ଶଯ୍ୟା ସଂଖ୍ୟା ୫୦୦କୁ ବୃଦ୍ଧି ପାଇବା ସହ ଏକ କମ୍ପୋଜିଟ୍ କ୍ୟାମ୍ପସ୍ ନିର୍ମାଣ କରାଯିବ । ଅବିଭକ୍ତ ୧୩ଟି ଜିଲ୍ଲାରେ ଗୋଟିଏ ଲେଖାଏଁ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଫୁଲବାଣୀର ପାଳି ପଡ଼ିଛି ।
ଅନ୍ୟ ୫ଟି ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଏଭଳି ।
ବୌଦ୍ଧ ଜିଲ୍ଲା ହସ୍ପିଟାଲ୍: ବୌଦ୍ଧର ଜେଲ୍ ଜମିକୁ ମାସକ ଭିତରେ ହସ୍ତାନ୍ତର କରାଯାଇ ସେଠାରେ ୨୦୦ ଶଯ୍ୟା ବିଶିଷ୍ଟ ନୂଆ ଜିଲ୍ଲା ହସ୍ପିଟାଲ୍ ନିର୍ମାଣ ହେବ । ହରଭଙ୍ଗା ବ୍ଲକ୍ ରେ କିଡ଼ନୀ ରୋଗର ଅନୁଧ୍ୟାନ ପାଇଁ ଏକ ଟିମ୍ ସେଠାକୁ ଯିବ । ହସ୍ପିଟାଲ୍ କୁ ଗୋଟିଏ ଆମ୍ବୁଲାନସ୍ ଏବଂ ଗୋଟିଏ ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯିବ ।
ନୟାଗଡ଼ ଜିଲ୍ଲା ହସ୍ପିଟାଲ୍: ହସ୍ପିଟାଲ୍ ର ବେଡ୍ ସଂଖ୍ୟା ୨୫୦ କୁ ବୃଦ୍ଧି କରାଯିବ । ଜିଲ୍ଲା ଡାକ୍ତରଖାନାରେ ୧୦୦ ଶଯ୍ୟା ବିଶିଷ୍ଟ ନୂଆ ଅତିରିକ୍ତ ବିଲଡିଂ ନିର୍ମାଣ କରାଯିବ । ହସ୍ପିଟାଲ୍ କୁ ଦୁଇଟି ଆମ୍ବୁଲାନସ୍ ଏବଂ ଗୋଟିଏ ମହାପ୍ରୟାଣ ଗାଡ଼ି ଦିଆଯିବ ।
କଳାହାଣ୍ଡି ଜିଲ୍ଲା ହସ୍ପିଟାଲ୍: ଅତିରିକ୍ତ ୧୦୦ ଶଯ୍ୟା ପାଇଁ ନୂଆ ବିଲଡିଂ ନିର୍ମାଣ କରାଯିବ । ହସ୍ପିଟାଲ୍ କୁ ତିନୋଟି ଆମ୍ବୁଲାନସ୍ ଏବଂ ଦୁଇଟି ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯିବ ।
ରାୟଗଡ଼ା ଜିଲ୍ଲା ହସ୍ପିଟାଲ୍: କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଜଳଯୋଗାଣ ବ୍ୟବସ୍ଥା ହେବ ଏବଂ ଷ୍ଟାଫ୍ କ୍ୱାଟର୍ସ ନିର୍ମାଣ କରାଯିବ । ଚାରୋଟି ଆମ୍ବୁଲାନସ୍ ଏବଂ ଗୋଟିଏ ମହାପ୍ରୟାଣ ଗାଡ଼ି ଦିଆଯିବ ।
ନୂଆପଡ଼ା ଜିଲ୍ଲା ହସ୍ପିଟାଲ୍: ଗୋଟିଏ ଆମ୍ବୁଲାନସ୍ ଏବଂ ଗୋଟିଏ ମହାପ୍ରୟାଣ ଗାଡ଼ି ଦିଆଯିବ ।
ଏଥିସହ ସବୁ ଜିଲ୍ଲା ଡାକ୍ତରଖାନାରେ ଆଟେଣ୍ଡାଣ୍ଟ୍ ରେଷ୍ଟ ସେଡ୍, ସମସ୍ତ ରୋଗୀ କଲ୍ୟାଣ ସମିତିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୫ ଲକ୍ଷ ଟଙ୍କା ଅନୁଦାନ ଏବଂ ନୂଆପଡ଼ା, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାରେ ରକ୍ତଦାନ କାର୍ଯ୍ୟକ୍ରମ ପାଇଁ ଏସପିମାନଙ୍କୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
‘ମୋ ସରକାର’ କାର୍ଯ୍ୟକ୍ରମ ଉପରେ ଲୋକଙ୍କଠାରୁ ଅଦ୍ଭୂତପୂର୍ବ ସମର୍ଥନ ମିଳୁଛି ଏବଂ ଏହି କାର୍ଯ୍ୟକ୍ରମ ସବୁ ବିଭାଗରେ ଚାଲୁ କରିବା ପାଇଁ କଥାବାର୍ତ୍ତା କାଳରେ ସମସ୍ତେ ଚାହୁଁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଜନସାଧାରଣଙ୍କ ମତାମତକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଆସନ୍ତା ଡିସେମ୍ବର ୧ ସୁଦ୍ଧା ଏହା ଆଉ ୫ଟି ବିଭାଗରେ କାର୍ଯ୍ୟକାରୀ କରାଯିବ ଏବଂ ୨୦୨୦ ମାର୍ଚ୍ଚ ୫ ସୁଦ୍ଧା ସବୁ ବିଭାଗରେ ଏହା କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
କଳାହାଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ମଡ଼େଲ୍ କୁ ଅନ୍ୟମାନେ ଅନୁକରଣ କରିବାକୁ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ମୁଖ୍ୟ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।