ସୁବେନ୍ତି ପ୍ରଧାନଙ୍କ ବ୍ଲକ ଅଧ୍ୟକ୍ଷା ପଦବୀ ରଦ୍ଧ;କାର୍ଯ୍ୟାନୁଷ୍ଠାନ ନିମନ୍ତେ ସଦସ୍ୟଙ୍କ ଦାବୀ ।

!!! କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରୁ ଉପଖଣ୍ଡ ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବାଲିଗୁଡ଼ା) – କନ୍ଧମାଳ ଜିଲ୍ଲା ଦାରିଂବାଡ଼ି ବ୍ଲକ ଅଧକ୍ଷା ସୂବେନ୍ତି ପ୍ରଧାନ ଙ୍କ ୨ ରୁ ଅଧିକ ସନ୍ତାନ ଥିବା ନେଇ ସମିତି ସଭ୍ୟ ମାନେ ଅଭିଯାଗ କରି କୋର୍ଟ ର ଆଶ୍ରୟ ନେଇଥିଲେ । ଏହାକୁ ଭିତ୍ତି କରିଫୁଲବାଣୀ ଜିଲ୍ଲା କୋର୍ଟ ଗତ ଏକ ତାରିଖ ଦିନ ସୁବେନ୍ତି ପ୍ରଧାନ ଙ୍କ ବ୍ଲକ ଅଦକ୍ଷ ପଦବୀ ରଦ୍ଧ ଘୋଷଣା କରିଥିଲେ । ଏହି ଘୋଷଣାର ହେବାର ୧୪ ଦିନ ବିତିଯାଇ ଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ବ୍ଲକ ପ୍ରଶାସନ କୁ ଆଜି ପର୍ଯ୍ୟନ୍ତ ଚିଠି କରିନଥବା ଦାରିଂବାଡ଼ି ବ୍ଲକ ଉପାଦକ୍ଷ ରମାକାନ୍ତ ବଳିରସିଂ ଓ ପନ୍ଦର ଜଣ ସଭ୍ୟ ସଭ୍ୟା ଅଭିଯୋଗ କରି ଛନ୍ତି । ଏ ନେଇ ବିଡିଓ ଭକ୍ତବନ୍ଧୁ ବିଦୁର ଜନାର୍ଦନ ବେହେରା ଦଳାଇ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ବ୍ଲକ ଅଧ୍ୟକ୍ଷା ସୁବନ୍ତି ପ୍ରଧାନ ଙ୍କ ସ୍ୱାମୀ ଶାସକ ଦଳର ବିଧାୟକ ହୋଇଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ବିଷୟକୁ ଚପେଇ ଦେଉଥିବା ଉପାଧକ୍ଷ ରମାକାନ୍ତ ବଳିଆରସିଂ ଅଭିଯୋଗ କରିଛିନ୍ତି । ଜିଲ୍ଲା ପ୍ରଶାସନ ଜାଣିଶୁଣି ସମୟ ଗାଡ଼ାଇବା ଉଦ୍ଦେଶ୍ୟ ରେ ବିଳମ୍ବ କରୁଥିବା ସମିତି ସଭା ସଭ୍ୟା ମାନେ ଅଭିଯୋଗ କରିଛନ୍ତି । ଆଧକ୍ଷାଙ୍କ ସ୍ୱାମୀ ସାଲୁଗା ପ୍ରଧାନ ଜି ଉଦୟଗିରି ନିର୍ବାଚନ ମଣ୍ଡଳୀର ଶାସକ ଦଳର ବିଧାୟକ ହୋଇଥିବା ହେତୁ ଜିଲ୍ଲା ପ୍ରଶାସନ କୌଣସି ଠୋସ ପଦକ୍ଷେପ ନନେଇ କୋର୍ଟଙ୍କ ନିର୍ଦ୍ଦେଶ କୁ ଚପାଇ ରଖିଛନ୍ତି ବୋଲି ବ୍ଲକ ଉପାଧକ୍ଷ ସମେତ ମେମ୍ବର ମାନେ ଅଭିଯୋଗ କରିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶକୁ ଯଥା ଶିଘ୍ର କାର୍ଯ୍ୟ କରାନଗଲେ ଅଗାମୀ ଦିନରେ ବିଧାୟକ ଓ ବିଡିଓ ଙ୍କୁ ଘୋର ବିରୋଧ କରିଯିବ ବୋଲି ସମିତି ସଦସ୍ୟ ଓ ସଦସ୍ୟା ଚେତାବନୀ ଦେଇଛନ୍ତି । ଏ ନେଇ ବିଡିଓଙ୍କ କୋଣସି ପ୍ରତ୍ରିକ୍ରିୟା ମିଳିନାହିଁ।

ଆଜି ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ !

ଏଥର ସମ୍ଭାଳ ବ୍ୟୁରୋ – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ହେଲେ ଏଥର ବାତ୍ୟା ଫୋନି ଯୋଗୁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ଲାଗି ଜନ୍ମଦିନ ପାଳନ ନ କରିବାକୁ ମନସ୍ଥ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେଣୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ସମର୍ଥକମାନଙ୍କୁ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପରିବର୍ତ୍ତେ ଅନାଥାଶ୍ରମ, ଦିବ୍ୟାଙ୍ଗଙ୍କ ପାଖକୁ ଯାଇ ସେମାନଙ୍କ ପାଇଁ କିଛି କରିବାକୁ ପରାମର୍ଶ ଦେଇଛନ୍ତି। ସାଥୀରେ ପିଲାଙ୍କୁ ମଧ୍ୟ ନେବାକୁ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳାରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ତାସହ ‘ହାପି ବାର୍ଥ ଡେ ନବୀନ ପଟ୍ଟନାୟକ’ ବୋଲି ମଧ୍ୟ ବାଲିରେ ଉଲ୍ଲେଖ କରିଛନ୍ତି ।  ଏହି ବାଲୁକା କଳାକୁ ଦେଖିବା ପାଇଁ  ବହୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି ।

୧ କୋଟିର ବ୍ରାଉନ୍‌ ସୁଗର ଜବତ

ଏଥର ସମ୍ଭାଳ ବ୍ୟୁରୋ – ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ମିଲ୍‌ବାଡି ଅଞ୍ଚଳରୁ ଆଜି ଭୋରରୁ ୧ କିଲୋଗ୍ରାମ ବ୍ରାଉନ୍‌ ସୁଗର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ହେଲେ ମିଲ୍‌ବାଡି ଅଞ୍ଚଳର ସପନ କୁମାର ପ୍ରଧାନ।

ଜଳେଶ୍ୱର ଅବକାରୀ ବିଭାଗ ଏବଂ କଟକ କେନ୍ଦ୍ରୀୟ ଅବକାରୀ ବିଭାଗ କର୍ମଚାରୀ ମିଳିତ ଭାବେ ଆଜି ଭୋରରୁ ଷ୍ଟେସନ ବଜାରସ୍ଥିତ ମିଲ୍‌ବାଡି ଅଞ୍ଚଳରେ ରହୁଥିବା ସପନଙ୍କ ଘର ଉପରେ ଚଢଉ କରିଥିଲେ। ଏହି ସମୟରେ ଏତେ ପରିମାଣର ବ୍ରାଉନ୍‌ ସୁଗର ଜବତ ହୋଇଛି। ଏଥିସହ ଗୋଟିଏ ଚୋରା ବନ୍ଧୁକ ମଧ୍ୟ ଜବତ ହୋଇଛି।

ସପନ ଦୀର୍ଘଦିନ ଧରି ମିଲ୍‌ବାଡି ଅଞ୍ଚଳରେ ରହି ବ୍ରାଉନ ସୁଗର୍‌ ବେପାର କରି ଆସୁଥିଲେ। କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଏହି ଚଢଉ କରାଯାଇଥିଲା।