ଦିବ୍ୟାଙ୍ଗଙ୍କୁ ଉପହାସ, ପରିବାରକୁ ମିଳୁନି ମୌଳିକ ସୁବିଧା ; ମୋ ସରକାରର ସୁଫଳ ପାଇବା ପାଇଁ ଅପେକ୍ଷା ଦିବ୍ୟାଙ୍ଗ ବିଶ୍ୱନାଥ…!

!!! ପଶ୍ଚିମ ଓଡ଼ିଶା ମୁଖ୍ୟ ଏମ୍. ଶ୍ରୀକାନ୍ତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବଲାଙ୍ଗୀର/ତୁରେକେଲା) – ଦିବ୍ୟାଙ୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାର କରୁଛନ୍ତି ଅନେକ ଯୋଜନା । ନିଜକୁ କୌଣସିଥିରେ କମ୍ ନଭାବି ଆଗକୁ ବଢିବେ, ଅନ୍ୟମାନଙ୍କ ସହ ତାଳ ମିଶାଇ ଚାଲିବେ । କିନ୍ତୁ ସରକାରଙ୍କ ଏହି ଯୋଜନା କେତେ ଯେ ଫଳପ୍ରଦ ଅନେକ ସମୟରେ ଆମେ ଦେଖିଥାଉ । ବାସ୍ତବ ଚିତ୍ର ଭିନ୍ନ । ହିତାଧିକାରୀ ପାଇନଥାନ୍ତି ସହାୟତା । ପୁଣି ଥରେ ସରକାରଙ୍କ ଯୋଜନାର ବିଫଳ ଚିତ୍ର ଆସିଛି ତୁରେକେଲାରୁ ।ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ କୁଇବାହାଲ ପଞ୍ଚାୟତର ସଦର ଗାଁ । ଏହି ଗାଁରେ ରୁହନ୍ତି ଭାଗିରଥି ଚନ୍ଦନଙ୍କ ପରିବାର । ପରିବାର କହିଲେ ସ୍ୱାମୀ ସ୍ତ୍ରୀ ଓ ଗୋଟିଏ ପୁଅ ଏବଂ ଝିଅ । ପୁଅ ବିଶ୍ୱନାଥ ଭିନ୍ନକ୍ଷମ | ତେଣୁ ନିଜ ପେଟକୁ ଦୁଇମୁଠା ଖାଇବା ଯୋଗାଡ କରିବା କଷ୍ଟକର ହୋଇପଡୁଥିବା ବେଳେ ଦିବ୍ୟାଙ୍ଗ ପୁଅର ଚିକିତ୍ସା ଖର୍ଚ୍ଚ ତାଙ୍କ ପାଇଁ ବୋଝ ପାଲଟିଛି । ସହାୟତା ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି ଜଣାଇଥିଲେ ମଧ୍ୟ କୌଣସି ସହାୟତା ମିଳୁନି । ତେଣୁ ମୁଣ୍ଡରେ ହାତ ଦେଇଛନ୍ତି ଭାଗିରଥି । ସେପଟେ ଏନେଇ ଆମ ପ୍ରତିନିଧି ତୁରେକେଲା ବିଡିଓଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ କୌଣସି ମତାମତ ଦେଇନାହାନ୍ତି । ସେହିପରି ଗାଁ ସରପଞ୍ଚ ଖୁବ୍ ଶୀଘ୍ର ଏହି ପରିବାରକୁ ଥଇଥାନ କରାଯିବ ବୋଲି ସୂଚନା ଦେଇଛନ୍ତି ।ତାଙ୍କୁ ଶୀଘ୍ର ଭିନ୍ନକ୍ଷମ ଭତ୍ତା ଯୋଗେଇଦେବା ସହ ଏକ ହୁଇଲ ଚେୟାର ଯୋଗେଇ ଦେବା ନିମନ୍ତେ ସରକାର ତଥା ପ୍ରଶାସନକୁ ଆମ ଶାସକପ୍ରଶାସକ ପରିବାର ତରଫରୁ ବିନମ୍ର ନିବେଦନ | ସେପଟେ ଭାଗିରଥିଙ୍କ ପରିବାର ପାଇଁ ସରକାରୀ ସହାୟତା ସାତ ସପନ । କେତେବେଳ ସେମାନଙ୍କ ଦୁଃଖ ଦୂର ହେବ, ଏହି ପରିବାର ଚାହିଁବସିଛନ୍ତି ।

ପଶ୍ଚିମଓଡିଶା ରେ ପ୍ରଭୁ ବୁଢାରଜାଙ୍କ ପୂଜନୋତ୍ସବ ଅନୁଷ୍ଠିତ…!

!!! କନ୍ଧମାଳ ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – ପଶ୍ଚିମଓଡିଶା ରେ ପ୍ରଭୁ ବୁଢାରଜାଙ୍କ ପୂଜନୋତ୍ସବ ହେଉଥିବା ବେଳେ ଧର୍ମଗଡ ବ୍ଲକ ର ଚିଲିଚିଲା ଗ୍ରାମରେ ଗତ ତା 5/10/2019ରିଖ ଦିନ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ପୂଜାର୍ଚ୍ଚନା ହେଇଯାଇଛି l ପୂଜନୋତ୍ସବ ଉପଲକ୍ଷେ ଦୁଇ ଦିନ ଧରି ଗାଁ ରେ ଯାତ୍ରା ହେଇଥିଲା l ପ୍ରଥମ ଦିନରେ ନୂତନ ଘୁମୁରା ପ୍ରତିଯୋଗିତା ଓ ପୁରାତନ ଘୁମୁରl ପ୍ରତିଯୋଗିତା l ଦ୍ଵିତୀୟ ଦିନରେ ରେକର୍ଡ ଡ୍ୟାନ୍ସ ପ୍ରତିଯୋଗିତା ହୋଇଥିଲା l ଘୁମୁରା ପ୍ରତିଯୋଗିତାରେ କୋଡିଏ ଟି ଦଳ ଅଂଶଗ୍ରହଣ କରିଥିଲେ l ନୂତନ ଘୁମୁରା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ମା ମlଉଳି କଲାପରିଷଦ ସlରସମାଲ, ଦ୍ଵିତୀୟ ସ୍ଥାନ ଅନ୍ତର୍ଲା ଘୁମୁରା ଦଳ ଓ ତୃତୀୟ ସ୍ଥାନ ମା ଭଣ୍ଡାରଘରୁଣୀ ଘୁମୁରା ଦଳ ସାନକେନ୍ଦୁଗୁଡା ବିଜୟୀ ହୋଇଥିବାବେଳେ ପୁରାତନ ଘୁମୁରା ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ମୀନଗୁରଘୁମୁରା ଦଳ, ଦ୍ଵିତୀୟ ସ୍ଥାନରେ ଚାମ୍ପେଶ୍ୱର ଘୁମୁରା ଦଳ, ତୃତୀୟ ସ୍ଥାନରେ ଓଲମା ଘୁମୁରା ଦଳ ରହିଥିଲେ l ଗ୍ରାମର ଝlଙ୍କର ଲଷ୍ମୀଧର ମାଝୀଙ୍କ କହିବା ଅନୁସାରେ ଚିଳିଚିଲାର ମହୋତ୍ସବ 52 ବର୍ଷରୁ ଉର୍ଦ୍ଧ୍ବ ହେବ ପାଳନ ହେଇଆସୁଛି l କେବଳ ଗାଁରୁ ନୁହଁ ଅନ୍ୟ ଗାଁ ରୁ ମଧ୍ୟ ଲୋକ ପୂଜା ପାଇଁ ଆସିଥାନ୍ତି ଓ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଏକିତ୍ରିତ ଗ୍ରାମବାସୀ ସାଙ୍ଗେ10, 000 ରୁ ଅଧିକ ଦର୍ଶକ ଯାତ୍ରାକୁ ମନଭରି ଉପଭୋଗ କରିଥାନ୍ତି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବିଧାୟକ ମୋୖସୋଧୀ ବାଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସରପଞ୍ଚ ବୀର କିଶୋର ନାଏକ ଓ ସମିତି ସଭ୍ୟ ସବ୍ୟସାଚୀ ସାଗର ଯୋଗ ଦେଇଥିଲେ l କାର୍ଯ୍ୟକ୍ରମରେ ପ୍ରିନସିପାଲ ଇ.ଟି.ଇ.ଆଇ, ଧର୍ମଗଡ ତଥା ଚିଲିଚିଲର ସୁଯୋଗ୍ୟ ସନ୍ତାନ ଜୟନ୍ତ କୁମାର ମୁଣ୍ଡଙ୍କ ସଭାପତିତ୍ୱରେ ଧର୍ମପଦ ସୁନାନୀ ମଞ୍ଚ ପରିଚାଳନା କରିଥିଲେ ଓ ସମାଜସେବୀ ସତ୍ୟବାନ ନାଏକ ଅତିଥିଙ୍କୁ ସ୍ୱାଗତ କରି ସ୍ୱାଗତ ଭାଷଣ ପ୍ରଦାନ କରି ଥିଲେ l ପ୍ରମୁଖ ଭୂମିକାରେ ପ୍ରଭୁ ବୁଢାରଜାଙ୍କ ପୂଝାରୀ ତ୍ରିଭୁବନ ମାଝୀ, ଗ୍ରାମରଖି ସୁଶାନ୍ତ ସାଗର,ସୁବାସ ଧ.ମାଝୀ, ବିମଲ ଧ.ମାଝୀ, ଟିକେଶ୍ୱର ନାଏକ, ଢଗ ମାଳିଆ ନାଏକ, ବଂଶୀଧର ସାଗର, ଅଙ୍କିତ ସେଠି, ପ୍ରହଲ୍ଲାଦ ସେଠି ଗଜିନ୍ଦ୍ର ମୁଣ୍ଡ, ଜୀବନ୍ତ ମାଝୀ, ଦୁଷ୍ଟ ହାତୀ, ପ୍ରତାପ ନାଏକ, ପ୍ରଶାନ୍ତ ନାଏକ ସହଯୋଗ କରିଥିଲେ l

ରାମନଗୁଡ଼ା ଠାରେ ବିଜେଡ଼ି ର ଜନ ସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ…!

!!! ରାୟଗଡ଼ା ଜିଲ୍ଲା ରାମନଗୁଡ଼ା ରୁ ବୃନ୍ଦାବନ ତୁଳ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାମନଗୁଡ଼ା) – ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ନିଲାମଗୁଡା ଗ୍ରାମ ଠାରେ ବିଜେଡିର ଜନ ସଂପର୍କ ପଦଯାତ୍ରା ଏବଂ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ପଦଯାତ୍ରାରେ ରାମନାଗୁଡା ପୁର୍ବତନ ଜିଲ୍ଲାପରିଷଦ ସଭ୍ୟ ଦାମୋଦର କୈବର୍ତ୍ତଙ୍କ ନେତୃତ୍ବରେ ଶତାଧିକ କର୍ମିମାନେ ଯୋଗଦେଇ ଗାଁ କୁ ଗାଁ ଯାଇ ସଭ୍ୟ ସଂଗ୍ରହ କରିଥିଲେ । ଏକ ବିରାଟ ପଟୁଆରରେ ପଦଯାତ୍ରାରେ ମଝିଗୁଡା,ଗୋଇଗୁଡା,ଡ଼ମ୍ବୂରୁନେଲି,ରାଜବିକ୍ରମପୁର,ନିଲାମଗୁଡା,ପାଣ୍ଡୁରଝୋଲି ଆଦିଗ୍ରାମକୁ ପଦଯାତ୍ରାରେ ଯିବା ସହ ନବନିମିତ୍ତ ହେବାକୁ ଥିବା ଗୋଇଗୁଡା ଓ ଡ଼ମ୍ବୂରୁ ନେଲିରେ ୩ଲକ୍ଷଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଗୋଷ୍ଠୀ କେନ୍ଦ୍ର ଭିତ୍ତିପ୍ରସ୍ତର ସ୍ଥାପନ ସହ ନିଲାମଗୁଡାରେ ପ୍ରାଥନା ଗୃହ, ପୂଜା ମଣ୍ଡପ ଗୁଗୁରପାଙ୍ଗରେ ଗୋଷ୍ଠୀ କେନ୍ଦ୍ରକୁ ମନ୍ତ୍ରୀ ଓ ବିଧାୟକ ଶୁଭ ଉଦଘାଟନ କରିଥିଲେ । ସେହିପରି ଏହି ପଦଯାତ୍ରା ସମୟରେ ରାଜବିକ୍ରମପୁର ଗ୍ରାମବାସୀ ପାନୀୟଜଳ ଅସୁବିଧା ସମ୍ପର୍କରେ ଅବଗତ କରାଇବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ଏହି ପଦଯାତ୍ରା ସମୟରେ ବିଭିନ୍ନ ଗ୍ରାମରେ ବାଦ୍ୟ ବାଜନା,ଶଂଖ,ହୂଳହୁଳି ଗ୍ରାମବାସୀ ସ୍ବାଗତ କରିବା ସହ ନିଲାମଗୁଡା ଠାରୁ ଗୁଗୁରପାଙ୍ଗ ପର୍ଯ୍ୟନ୍ତ ପଦଯାତ୍ରା ଯାଇଥିଲା । ପଦଯାତ୍ରାରେ ମନ୍ତ୍ରୀ ଓ ବିଧାୟକ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ତଥା ଜନହିତକର ଯୋଜନା କିଭଳି ଲୋକଙ୍କ ନିକଟରେ ପହଞ୍ଚିପାରିବ ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ କହିବା ସହ ନୂତନ ଓଡିଶା ଗଠନରେ ଅଧିକ ସଭ୍ୟ ସଂଗ୍ରହ କରାଯାଇ ପାରିବ ସେଥିପ୍ରତି ଦୃଷ୍ଠିଦେବାକୁ କମ୍ମୀଙ୍କୁ ପରାମର୍ଶ ଦେଇଥିଲେ । ଏହି ଶୋଭାଯାତ୍ରାରେ ଆଦିବାସି କଲ୍ୟାଣ ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା,ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ,ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗର ଉପଦେଷ୍ଟା ସୁଧିର ଦାସ,ଜିଲ୍ଲା ବିଜେଡି ସଂପାଦକ ଗଗନ ଆଚାର୍ଯ୍ୟ ବ୍ଲକ ଅଦ୍ଧକ୍ଷା ବ୍ଲକ ସଭାପତି ବିଜୟ ମାଣ୍ଡାଙ୍ଗି ,ବ୍ଳକ ଅଧ୍ୟକ୍ଷା ରଜନୀ ମାଣ୍ଡାଗିଂ ,ନିବାଚନ ମଣ୍ଡଳ ଯୁବ ସଭାପତି କମଳ ମୁଟିକା ,ଯୁବ ଜିଲ୍ଲା ଉପ ସଭାପତି ଅମିତମହାରଣା ,ବ୍ଳକ ଉପାଧ୍ୟକ୍ଷ ସୂର୍ଯ୍ୟ ରାଓ କୁମ୍ପରିକା, ବିଡ଼ିଓ ଶୁଧାକର ରୋଇତ ,ସହକାରୀ ଯନ୍ତ୍ରୀ ଦୁଯ୍ୟଧନ ଯାନି ,କନିଷ୍ଠ ଯନ୍ତ୍ରୀ ହିମାଂଶୁ ରଥ, କୁଜେଦ୍ରି ,ବୁତିଗଂ ,ନିଲାମଗୁଡା ,ପାରିଖୀତି ,ଆଚପାଗୁଲୁମୁଣ୍ଡା ,ଗୋଗୁପାଡୁ ,ଶୁଣ୍ଡିଧାମୁଣି ,ଭାମିନି, ପେଣକାମ,ପଞ୍ଚାୟତ ର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଏବଂ ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକର ବିଭିନ୍ନ ଗ୍ରାମରେ ଗୋଷ୍ଠିକେନ୍ଦ୍ର ଗୁଡିକ ଶିଳାନ୍ୟାସ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହା ସହ ସରକାରଙ୍କ ଜନହିତକାରି ଯୋଜନା ଗୁଡିକ ମଧ୍ୟ କିପରି ଜନସାଧାରଣଙ୍କ ନିକଟରେ ପହଞ୍ଚିବ ତାହା ଲୋକମାନଙ୍କୁ ବୁଝାଇଥିଲେ ।

ସରକାରୀ ଜାଗାରେ ବେଆଇନ ଭାବେ ଦୋକାନ ନିର୍ମାଣ ; ତାଲା ପକାଇଲେ ଲୋକେ…!

!!! ରାୟଗଡ଼ା ଜିଲ୍ଲା ରୁ ରାୟଗଡ଼ା ବ୍ଲକ ପ୍ରତିନିଧି ଆମାସା ହେପୁରୁକା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାୟଗଡ଼ା) – ରାୟଗଡ଼ା ସହରର କପିଳାସ ରୋଡ୍‌ର ଷ୍ଟାଇଲ ବଜାର ନିକଟରେ କିଛିଦିନ ହେବ ବେଆଇନ ଭାବେ ସରକାରୀ ଜାଗାରେ ପ୍ରାୟ ୮୦ ଲକ୍ଷ ବ୍ୟୟରେ ଏକ ଦୋକାନ ଗୃହ ନିର୍ମାଣ କରାଯାଇଛି । ଗତକାଲି ଶୁଭାରମ୍ଭ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କଂଗ୍ରେସ କର୍ମୀ ଏବଂ କେତେକ ଲୋକ ଯାଇ ମାଲିକଙ୍କୁ ଦୋକାନର କାଗଜପତ୍ର ମାଗିଥିଲେ। ମାତ୍ର ସେ ଦେଇ ନ ପାରିବାରୁ ଉଭୟ ଦୋକାନୀ ଏବଂ ସାଧାରଣ କର୍ମୀଙ୍କ ମଧ୍ୟରେ ପାଟିତୁଣ୍ଡ ଉଗ୍ର ରୂପ ନେଇ ହାତାହାତି ହୋଇଥିଲେ। କଂଗ୍ରେସ କର୍ମୀଙ୍କ କହିବା ଅନୁଯାୟୀ, କାଗଜପତ୍ର ମାଗିବାରୁ ମାଲିକଙ୍କ ପୁଅ ଦୁର୍ବ୍ୟବହାର କରିବା ଦ୍ଵାରା ଏହାର ପ୍ରତିବଦଳରେ ସାଧାରଣ ଜନତା ମଧ୍ୟ ମାରପିଟ୍‌ କରିବା ସହ ଦୋକାନରେ ତାଲା ପକାଇ ଥିଲେ। କଂଗ୍ରେସ ଜିଲା ସଭାପତି ଦୁର୍ଗା ପଣ୍ଡା କହିଛନ୍ତି, ସରକାରୀ ଜାଗାରେ ଥିବା ନିରୀହ ଲୋକଙ୍କୁ ଉଚ୍ଛେଦ କାରାଯାଇ ରାଜରାସ୍ତାରେ ରଖାଯାଉଛି। ଧନିକମାନେ ସରକାରୀ ଅଫିସରମାନଙ୍କୁ ଲାଞ୍ଚ ଦେଇ ବେଆଇନ ଭାବେ କୋଠା ନିର୍ମାଣ କରୁଛନ୍ତି। ଏଥିରେ ପ୍ରଶାସନ ଚୁପ୍‌ ବସିଛି। ଅନ୍ୟପକ୍ଷରେ ଦୋକାନୀ ମାଲିକ ନୀଳ କଣ୍ଠେଶ୍ୱର ରାଓ କହିଛନ୍ତି, ବିଶାଖାପାଟଣାରେ ଜରୁରୀ କାଗଜପତ୍ର ଛାଡ଼ି ଆସିଛନ୍ତି। ଦୁଇ ଦିନ ସମୟ ଦେଲେ ସମସ୍ତ କାଗଜପତ୍ର ଦେଖାଇପାରିବେ।