ଭାରତୀୟ ଜନତା ପାର୍ଟି ଧର୍ମଗଡ ବ୍ଲକ ତରଫରୁ ଗାନ୍ଧୀ ଜୀଙ୍କ ୧୫୦ ବର୍ଷ ଜନ୍ମ ଜୟନ୍ତୀ ପୂର୍ତ୍ତି ଉପଲକ୍ଷେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – ଆଜି ଭାରତୀୟ ଜନତା ପାର୍ଟି ଧର୍ମଗଡ ବ୍ଲକ ତରଫରୁ ଗାନ୍ଧୀ ଜୀଙ୍କ ୧୫୦ ବର୍ଷ ଜନ୍ମ ଜୟନ୍ତୀ ପୂର୍ତ୍ତ ଉପଲକ୍ଷେ ଏକ ସଚେତନତା ପଦଯାତ୍ରା ନନ୍ଦଗା ଠାରୁ ବିରାମାଲ ପର୍ଯ୍ୟନ୍ତ ବରିଷ୍ଠ ବିଜେପି ନେତା ଲଷ୍ମୀ ବାଗ ଙ୍କ ନେତୃତ୍ବ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ପ୍ଲାଷ୍ଟିକ ମୁକ୍ତ ପରିବେଶ ଓ ସ୍ଵଛ ଭାରତ ଅଭିଯାନ। ଏହି କାର୍ଯ୍ୟକ୍ରମ ରେ ବିଜେପି ର ଶମ୍ଭୁ ଦାଶ, ନନ୍ଦଗା ସରପଞ୍ଚ ବିରଞ୍ଚି ବଣିଆ, ଯଶୋବନ୍ତ ପଣ୍ଡା, ଜନ୍ମେଜୟ ନାୟକ,ଅପରେଶ ସ୍ବାଇଁ,ହେମନ୍ତ ମାଝୀ,ଚତୁର୍ବୁଜ ତାଣ୍ଡି,ହିମାଂଶୁ ପଣ୍ଡା,ବିଭୁ ପ୍ରଧାନୀ,ଏକାଦଶୀ ଗୋପାଳ,ସରୋଜ ଶବର,ଚନ୍ଦ୍ର ବେହେରା,ଜୟ ମୁଣ୍ଡ,ଗୋସିଙ୍ଗ ନାଗ,ମନୀନ୍ଦ୍ର ପାତ୍ର,ଡମ୍ବରୁ ଠାକୁର,ଲଳିତ ବାଗ,ଦିଲିପ ବାଗ,ଶମ୍ଭୁ ସା, ସାମନ୍ତ ସା, ଟିକେମଣି ସା, ବଳରାମ ସା, ଉଦେ ପଟେଲ, ବବ୍ରୁ ବାହନ ବିଶି, ଖଗେ ସା, ବିଦ୍ୟା ପୁରୋହିତ,ପ୍ରମୁଖ ଉପସ୍ଥିତ ରହି ପଦଯାତ୍ରା କୁ ସଫଳ କରିଥିଲେ।

ରାଷ୍ଟ୍ରୀୟ ସ୍ତରୀୟ କ୍ରୀଡ଼ାବିତ ହୋଇ ଗୋଟେ ମଫସଲି ଗାଁର ନା କୁ ରାଷ୍ଟ୍ରୀୟ ସ୍ତରରେ ପହଞ୍ଚେଇ ପାରିଛନ୍ତି, ଧର୍ମଗଡ ବ୍ଲକ ର ମଝେନପଦର ଗାଁ ର ଝିଅ ଅନିତା ନାଏକ … ।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ର ମଝେନପଦର ଗାଁ ରେ ପଙ୍କରୁ ପଦ୍ମ ଫୁଟିଛି l ଏହି ଗାଁ ର ଭରତ ନାଏକ ଓ ଦମୟନ୍ତୀ ନାଏକ ଙ୍କ ଝିଅ ଅନିତା ନାଏକ(୧୫ ବର୍ଷ )l ଏକ ରାଷ୍ଟ୍ରୀୟ ସ୍ତରୀୟ କ୍ରୀଡ଼ାବିତ ହୋଇ ଗୋଟେ ମଫସଲି ଗାଁର ନା କୁ ରାଷ୍ଟ୍ରୀୟ ସ୍ତରରେ ପହଞ୍ଚେଇ ପାରିଛି l ଛତିଶଗଡ ରେ ଝିଅର ବାପା ମା ପରଘରେ ମୁଲ ଲାଗି ଚଲନ୍ତି l ଝିଅ ଭିଲାଇ ନଗର ସେକଟର- ୧୦ ପୂର୍ବ ମାଧ୍ୟମିକ ଶାଳାରେ ଦଶମ ଶ୍ରେଣୀରେ ପଢୁଛନ୍ତି ଓ ଛତିଶଗଡ ସବ-ଜୁନିଅର ସାଇକେଲ ପୋଲୋର କ୍ୟାପଟେନ ଭାବରେ ରହିଥିଲେ l ଫେଡେରେସନ ଅଫ ସାଇକେଲ ପୋଲୋ ଆଶୋ ସିଏସନ ଅଫ ଇଣ୍ଡିଆ ଆୱାର୍ଡ ରେ ଚୟନ ମଧ୍ୟ ହେଇଛନ୍ତି l ତାଙ୍କର ଅର୍ଜିତ ବିଭିନ୍ନ କୃତି ଓ ପୁରସ୍କାର ହଉଛି l ସେ ୨୦୧୩-୨୦୧୪ ବର୍ଷ ରେ ବୋକାରୋ ଠାରେ ରାଷ୍ଟ୍ରୀୟ ସ୍ତରରେ ୧୨ ତମ ସବ ଜୁନିଅର ଗାର୍ଲସ ନାସନାଲ ସାଇକେଲ ପୋଲୋ ଚାମ୍ପିୟନସିପ ହାସଲ କରି ଗୋଲଡ଼ ମେଡାଲ ଓ ୧୦,୦୦୦ ଟଙ୍କା ସ୍କଲାରସିପ ପାଇଛନ୍ତି , ୨୦୧୫-୨୦୧୬ ବର୍ଷ ରେ ବିଜୟୱାଡା ଠାରେ ରାଷ୍ଟ୍ରୀୟ ସ୍ତରରେ ୧୩ ତମ ସବ ଜୁନିଅର ଗାର୍ଲସ ନାସନାଲ ସାଇକେଲ ପୋଲୋ ଚାମ୍ପିୟନସିପ ହାସଲ କରିଗୋଲଡ଼ ମେଡାଲ ଓ ୧୦,୦୦୦ ଟଙ୍କା ସ୍କଲାରସିପ ପାଇଛନ୍ତି , ୨୦୧୬-୨୦୧୭ ବର୍ଷ ରେ ଡୁଡ଼ଲୋଡ଼ ଠାରେ ରାଷ୍ଟ୍ରୀୟ ସ୍ତରରେ ୧୪ ତମ ସବ ଜୁନିଅର ଗାର୍ଲସ ନାସନାଲ ସାଇକେଲ ପୋଲୋ ଚାମ୍ପିୟନସିପ ହାସଲ କରି ଗୋଲଡ଼ ମେଡାଲ ଓ ୧୦,୦୦୦ ଟଙ୍କା ସ୍କଲାରସିପ ପାଇଛନ୍ତି l ଏହିପରି ୨୦୧୭-୨୦୧୮ ବର୍ଷ ରେ ଡୁଡ଼ଲୋଡ଼ ଠାରେ ରାଷ୍ଟ୍ରୀୟ ସ୍ତରରେ ୧୬ ତମ ସବ ଜୁନିଅର ଗାର୍ଲସ ନାସନାଲ ସାଇକେଲ ପୋଲୋ ଚାମ୍ପିୟନସିପ ହାସଲ କରି ଗୋଲଡ଼ ମେଡାଲ ଓ ୧୦,୦୦୦ ଟଙ୍କା ସ୍କଲାରସିପ ପାଇଛନ୍ତି ଓ ୨୦୧୭-୨୦୧୮ ବର୍ଷ ରେ ଡୁଡ଼ଲୋଡ଼ ଠାରେ ରାଷ୍ଟ୍ରୀୟ ସ୍ତରରେ ୧୬ ତମ ସବ ଜୁନିଅର ଗାର୍ଲସ ନାସନାଲ ସାଇକେଲ ପୋଲୋ ଚାମ୍ପିୟନସିପ ହାସଲ କରି ଗୋଲଡ଼ ମେଡାଲ ଓ ୧୫,୦୦୦ ଟଙ୍କା ସ୍କଲାରସିପ ପାଇଛନ୍ତିଲ ଏହିପରି ମୋଟ ୫ ଥର ରାଷ୍ଟ୍ରୀୟ ସ୍ତରରେ ଗୋଲଡ ମେଡାଲ ପାଇସାରିଛନ୍ତି l ୨୦୧୮-୨୦୧୯ ବର୍ଷ ରେ ଅନିତା ନାଏକଙ୍କୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଟ୍ରଫି ମଧ୍ୟ ମିଳିସାରିଛି l ଝିଅର ପ୍ରତିଭାକୁ ଶୁଣି ବାପା ମା ବହୁତ ଖୁସି ଓ ଝିଅ ଜନ୍ମ କରି ଜୀବନ ସାର୍ଥକ ହୋଇଛି ବୋଲି କହନ୍ତି l ମଜେନପଦର ତଥା ଆଖପାଖ ଗାଁ ଲୋକେ ଅନିତା ଙ୍କ ପ୍ରତିଭା ର ଭୁରି ଭୁରି ପ୍ରଶଂସା କରୁଛନ୍ତି l ଓଡିଶା ସରକାର ଝିଅର ପ୍ରତିଭାର ବିକାଶ କଥା ଚିନ୍ତା କରିବା କଥା ବୋଲି ବୁଦ୍ଧିଜୀବୀ ମହଲରେ ରେ ମତ ପ୍ରକାଶ ପାଇଛି ।

ଗୁଣପୁର ବିଧାୟକ ଙ୍କ ସହ ରାୟଗଡ଼ା ଜିଲ୍ଲା ଡାକ୍ତରୀ ଟିମ୍ ର ଗୁଡ଼ାରୀ ବ୍ଲକ ଗ୍ରସ୍ତ…!

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଡ଼ାରୀ) – ରାୟଗଡା ଜିଲ୍ଲା ଅନ୍ତର୍ଗତ ଗୁଡାରି ପରିଷଦର ୭ ନମ୍ବର ୱାର୍ଡର ହରିଜନସାହିର ସମସ୍ତ ଲୋକ ଆଜକୁ ପ୍ରାୟ ଏକ ସପ୍ତାହ ହେବ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିବା ଖବର ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ଆର୍ତ୍ତବନ୍ଧୁ ମହାନ୍ତି, ମ୍ୟାଲେରିଆ ବିଭାଗ ଜିଲ୍ଲା ମୁଖ୍ୟ ଶ୍ରୀ ବି.ଲକ୍ଷ୍ମୀ ନାରାୟଣ ପୃଷ୍ଟି , ଭି.ଭି.ଡି.ସି.ଶ୍ରୀ ସନ୍ତୋଷ କୁମାର ପଣ୍ଡା ଗୁଡାରି ଗସ୍ତରେ ଯାଇ ହରିଜନ ସାହିର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ । ସହରର ନର୍ଦ୍ଧମା ନାଳ ପାଣି,ପାଇଖାନା ପାଣି, ପ୍ରବଳ ମାଇଳା ହରିଜନସାହିରେ ଜମିଯାଇ ନିଷ୍କାସନ ହୋଇପାରୁନଥିବା ଦେଖି ବାକୁ ମିଳିଥିଲା । ଏନେଇ ଗୁଡାରି ନିର୍ବାହୀ ଅଧିକାରୀ ଶ୍ରୀମତୀ ଗାୟତ୍ରୀ ଦେବୀଙ୍କୁ ଯଥାଶୀଘ୍ର ନାଳ ସଫା କରିବା ସହ ନାଳ ଉପରେ ସିମେଣ୍ଟ ପ୍ଲେଟ ଘୋଡାଇବାକୁ ସି.ଡି.ଏମ.ଓ. କହିଥିଲେ । ଗୁଡାରି ମେଡିକାଲ ରେ ଚିକିତ୍ସାଧୀନ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରି ରାୟଗଡା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି । ସମସ୍ତ ରୋଗୀଙ୍କ ଆଣ୍ଠୁ,ଗଣ୍ଠି ବ୍ୟଥା ହେବା ସହ ଭୀଷଣ ଜୋର ହେଉଥିବା ବେଳେ ଡେଙ୍ଗୁ ରୋଗର ଲକ୍ଷଣ ଦେଖାଯାଉଥିବା ଅନୁମାନ କରିଛନ୍ତି । ଏଣୁ ରାୟଗଡାରୁ ସଂଗୃହିତ ରକ୍ତର ପ୍ରକୃତ ନମୁନା ଆସିବାପରେ ନିର୍ଧାରିତ ଔଷଧ ସେବନ ପାଇଁ ପ୍ରଦାନ କରାଯିବ ବୋଲି ଜଣାପଡିଛି ।

ଟିକାବାଲି ଠାରେ ବହୁ ଆଡ଼ମ୍ବର ସହକାରେ ମାଁ ଗଜଲକ୍ଷ୍ମୀ ପୂଜା ଉତ୍ସବ ପାଳନ କରାଯାଇଅଛି।

!!! କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ରୁ ପ୍ରତିନିଧି ସୁରେଶ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଟିକାବାଲି) – କନ୍ଧମାଳ ଜିଲ୍ଲା ଟିକାବାଲି ସହରରେ ବୋହୁ ଆଡମ୍ବର ସହକାରେ ମା ଗଜଲଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଅଛି। ବହୁ ବର୍ଷ ଆଗରୁ ବଜ଼ାର କମିଟି ଓ ଅଞ୍ଚଳବାସୀଙ୍କ ମିଳିତ ସହଯୋଗ ରେ ଏଠାରେ ମାଁ ଗଜଲକ୍ଷ୍ମୀ ପୂଜା ଉତ୍ସବ ପାଳନ କରାଯାଉଅଛି। ଏହି ଅବସରରେ ଆଜି ସନ୍ଧ୍ୟା ବେଳେ ଭୋଜନ କୀର୍ତ୍ତନ ର ଅୟୋଜନ କରାଯାଇଥିଲା। ଏଠାରେ ଟିକାବାଲି ଥାନା ଅଧିକାରି ରେବତୀ ଶବର ପହଞ୍ଚି ପୂଜାକମିଟି ଏବଂ ଅଞ୍ଚଳବାସୀ ଙ୍କ ସହିତ ଆଲୋଚନା କରି ଶୃଙ୍ଖଳିତ ଭାବରେ ପୂଜା ସମାପନ କରିବାକୁ ପରାମର୍ଶ ଦେଇଥିଲେ। ଥାନା ଅଧିକାରୀ ଆସି ପୂଜା ରେ ଉପସ୍ଥିତ ରହିବା ଓ ସହଯୋଗ କରି ଶାନ୍ତି ଶୃଙ୍ଖଳା ବଜାୟ ରଖିବା କାର୍ଯ୍ୟ କୁ ସାଧାରଣ ରେ ଭୂୟସୀ ପ୍ରଶଂସା କରାଯାଇଛି। ଏହି ପୂଜା ଉତ୍ସବ ୩ ଦିନ ଧରି ପର୍ଯ୍ୟନ୍ତ ଚାଲୁ ରହିବା କମିଟି ପକ୍ଷରୁ ସୂଚନା ମିଳିଛି। ଏଥିରେ ଏମ. ଦ୍ବୀତିକୃଷ୍ଣ ପାତ୍ର, ଏନ.ନୀଳମାଧବ ପାତ୍ର, ପି. ଆଶିଷ ସୁବୁଦ୍ଧି, ମିଲନ ପାତ୍ର, ପୂର୍ଣ୍ଣ ପଣ୍ଡା, ଜେ. ଲକ୍ଷ୍ମୀ ପାତ୍ର, ଏ. ତନୟ ପାତ୍ର, କେ. ସିମାଞ୍ଚଳ ପାତ୍ର ସମତେ କମିଟି ର ସମସ୍ତ କର୍ମକର୍ତ୍ତା ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ।

ଚକାପାଦ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣପାଦ ଠାରେ ମାଁ ଗଜ ଲକ୍ଷ୍ମୀ ଙ୍କ ପୂଜା ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇ ଅଛି।

!!! କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ରୁ ପ୍ରତିନିଧି ସୁନୀଲ କୁମାର ଦିଗାଲ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଚକାପାଦ) – କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ସ୍ଥିତ ବ୍ରାହ୍ମଣପାଦ ଠାରେ ମା ଗଜଲକ୍ଷ୍ମୀ ଙ୍କ ପୂଜା ଉତ୍ସବ ଆଜି ଠାରୁ ଆରମ୍ଭ ହୋଇଛି। ଏହି ପୂଜା ପାଇଁ ଶନିବାର ଦିନ କଳସ ଯାତ୍ରା ଆରମ୍ଭ ହୋଇଥିଲା। ଆଜି ଠାରୁ ମା ଗଜଲକ୍ଷ୍ମୀ ଙ୍କ ପୂଜା ବହୁ ଆଡ଼ମ୍ବର ସହକାରେ ଆରମ୍ଭ ହୋଇଅଛି । ଏହି ପୂଜା ୩ ଦିନ ଧରି ହେବା ସୁଚନା ମିଳିଛି। ଅନ୍ତିମ ଦିନ ଅର୍ଥାତ୍ ୧୫/୦୫/୨୦୧୯ ରିଖ ଦିନ ମା ଙ୍କ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ହେବ। ଏହି ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ (ନାଟକ) “କୈବଲ୍ୟ ଝୁରୁଛି ବଡଦାଣ୍ଡକୁ” ରାତ୍ର ୯ ଘଣ୍ଟିକା ସମୟରେ ମଞ୍ଚସ୍ଥ ହେବ। ବଣିକସଂଙ୍ଘ ର ସଭାପତି ଶ୍ରୀ ମହେନ୍ଦ୍ର ସାହୁ, ସମ୍ପାଦକ ଶ୍ରୀ ବାବୁ ସାହୁ ଙ୍କ ସମେତ ନୃସିଂହ ମୋହିନୀ, ନିରଞ୍ଜନ ସାହୁ, ରଘୁନାଥ ସାହୁ,କାହ୍ନୁ ଚରଣ ବେହେରା ଏବଂ ଅଞ୍ଚଳବାସୀ ଏହି ପୂଜା ଉତ୍ସବକୁ ବୋହୁ ଆଡମ୍ବର ସହକାରେ ପାଳନ କରିବା ସହ ପୂର୍ଣ୍ଣ ସହଯୋଗ କରୁଛନ୍ତି।

ସାମୁଦ୍ରିକ ଝଡ଼ବାତ୍ୟା “ତିତିଲି” କୁ ପୁରିଲା ୧ ବର୍ଷ ; ମନେ ପଡିଲେ ହୃଦୟ ଥରାଇ ଦିଏ ସେ ଲୋମ ଟାଙ୍କୁରା ଅନୁଭୂତି…!

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଟାଉନ ପ୍ରତିନିଧି ଅନୀତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲାରେ ସାମୁଦ୍ରିକ ଝଡ଼ବାତ୍ୟା “ତିତିଲି” କୁ ପୁରିଲା ଏକବର୍ଷ । ସାମୁଦ୍ରିକ ଝଡ଼ବାତ୍ୟା ତାଣ୍ଡବ-ଲୀଳାର ଭୟଙ୍କର ରୂପ ହେଉଛି “ତିତିଲି । ଗଜପତି ଜିଲ୍ଲାରେ “ତିତିଲି” ର ଏହି ତାଣ୍ଡବଲୀଳାର ଭୟଙ୍କର ରୂପ ଦେଖିବାକୁ ମିଳିଥିଲା , ଗତ ବର୍ଷ ୨୦୧୮ ଅକ୍ଟୋବର ମାସ ୧୦ ତାରିଖ ରାତି ୧୨ ଟାରୁ ୧୧ ତାରିଖ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଏହି ମାତ୍ର ୧୨ ଘଣ୍ଟାର ଭୟଙ୍କର ତାଣ୍ଡବଲୀଳାରେ ସମଗ୍ର ଗଜପତି ଜିଲ୍ଲାରେ ମହାମାରୀ ବ୍ୟାପିଲା ଭଲି ଜିଲ୍ଲାକୁ ସମ୍ପୁର୍ଣ୍ଣ ଭାବେ ଛାରଖାର୍ କରିଦେଇଥିଲା। ” ତିତିଲି”ର ଏହି ଭୟଙ୍କର ତାଣ୍ଡବଲୀଳାରେ ୪୮ ଜଣଙ୍କ ଜୀବନ ହାନି ହେବା ଏବଂ ଅନେକେ ଅଳ୍ପ ବହୁତେ ଆହତ ହେବା ସହ କୋଟି କୋଟି ଟଙ୍କାର ଧନ ସମ୍ପତ୍ତି , ପ୍ରାକୃତିକ ସମ୍ପଦ ଓ ଆଦିବାସୀ ମାନଙ୍କ ମୁଖ୍ୟ ଜୀବିକା ସବୁକୁ ସମ୍ପୁର୍ଣ୍ଣ ଭାବେ ଉଜୁଡାଇ ଦେଇଥିଲା । ଏମିତିକି , ଜିଲ୍ଲାର ବାସ୍ତବ ସ୍ଥିତିକୁ ସମ୍ପୁର୍ଣ୍ଣ ଭାବେ ବଦଳାଇ ଦେଇ ବିକାଶ ପଥକୁ ଦୀର୍ଘ ୪୦ ବର୍ଷ ପଛକୁ ଠେଲି ଦେଇଥିଲା। ସମଗ୍ର ଗଜପତି ଜିଲ୍ଲାକୁ ସାମୁଦ୍ରିକ ଝଡ଼ବାତ୍ୟା “ତିତିଲି” ପ୍ରଭାବ ପକାଇବା ସମ୍ପର୍କରେ ରାଜ୍ୟ ପାଣିପାଗ ବିଭାଗର ପୂର୍ବାନୁମାନ ମିଳିବା ପ୍ରକାରେ ଗଜପତି ଜିଲ୍ଲା ପ୍ରଶାସନ ଏହାର କଡ଼ା ମୁକାବିଲା କରିବା ପାଇଁ ଶତ ପ୍ରତିଶତ ସମସ୍ତ ବ୍ୟବସ୍ଥା ସହ ସମ୍ପୁର୍ଣ୍ଣ ଭାବେ ସଜାଗ ହୋଇ ରହିଥିବା ସତ୍ତ୍ୱେ “ତିତିଲି” ଝଡ଼ବାତ୍ୟାର ତାଣ୍ଡବଲୀଳା ରୁପ ଏତେ ଭୟଙ୍କର ଥିଲା ଯେ , ସେହି ପ୍ରକୃତି ସାମନାରେ ଯିଏ ପଡ଼ିଲା , ତାକୁ ସେ ଛାଡିଲାନି । ଯାହାକି , ତାହା ସମଗ୍ର ଜିଲ୍ଲାବାସୀଙ୍କ ମନରେ ଆଜି ମଧ୍ୟ ସେହି “ତିତିଲି”ର କରାଳ ତଥା ଭୟଙ୍କର ତାଣ୍ଡବଲୀଳା କଥା ମନେ ପଡ଼ିଗଲେ ଦେହର ଲୋମ ଟାଁଙ୍କୁରୀ ହୋଇ ପଡୁଛି । ଦୀର୍ଘ ୧୨ ଘଣ୍ଟା ଧରି ଏଭଳି ଯୋର ବିକଟାଳ ଶବ୍ଦ ରେ ବର୍ଷା ସାଙ୍ଗକୁ ପ୍ରାୟ ୧୮୦ ରୁ ୨୦୦ କିଲୋମିଟର ବେଗରେ ପବନ ବହିବା କେତେ ଯେ ଭୟଙ୍କର ହୋଇଥିଲା ତାହା ଏବେ ବି ଆଖି ଆଗରେ ଜଳ ଜଳ ହୋଇ ଦୃଶ୍ୟ ସବୁ ମନେ ପଡ଼ିଯାଉଛି। “ତିତିଲି”ର ଏହି ଭୟଙ୍କର ତାଣ୍ଡବଲୀଳାର ପ୍ରଭାବ ସମଗ୍ର ଜିଲ୍ଲାର କୋଣ-ଅନୁକୋଣ ପ୍ରଭାବିତ ହୋଇଥିଲା । ଜିଲ୍ଲାର ଅନେକ ଅଞ୍ଚଳର ରାସ୍ତା , ବିଦ୍ୟୁତ , ପାନୀୟ ଜଳ, ଫୋନ ସମେତ ସମସ୍ତ ଯୋଗାଯୋଗ ସମ୍ପୁର୍ଣ୍ଣ ଭାବେ କିଛି ଦିନ ଧରି ବିଛିନ୍ନ ହୋଇ ପଡ଼ିବା ସହ କୃଷି , ଜଳସେଚନ ଓ ବିଭିନ୍ନ ବିଭାଗୀୟ ଘର ଛାତ ଓ କାନ୍ଥ ସବୁ ପ୍ରଭାବିତ ହୋଇଥିଲା । କେତେକ ସାମ୍ବାଦିକ ବନ୍ଧୁ ମାନଙ୍କ “ତିତିଲି” ବାତ୍ୟା ପ୍ରଭାବର କରାଳ ବାସ୍ତବ ଚିତ୍ର ସବୁକୁ ମାନବିକତାର ସହ ନିଜର କର୍ମ ଓ ଦାୟିତ୍ଵ ସମ୍ପନ୍ନ କରି ଅତ୍ୟନ୍ତ କଷ୍ଟ ସ୍ୱୀକାର ପୂର୍ବକ କିଟି କିଟି ଅନ୍ଧାର ଓ ବିଛିନ୍ନ ହୋଇ ପଡିଥିବା ଅନେକ ରାସ୍ତା ଓ ଦୁର୍ଗମ ଅଞ୍ଚଳକୁ ଯାଇ କେଉଁଠି କ’ଣ ଘଟିଛି ଅପ-ଡେଟ ଖବର ସବୁ ନିଜର ଖବରକାଗଜ, ଟିଭି ଚ୍ୟାନେଲରେ ଖବର ପ୍ରସାରଣ କରାଇଥିଲେ । ଯାହାକି , ପରବର୍ତ୍ତୀ ସମୟରେ ସେସବୁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ ହୋଇ କ୍ଷତିଗ୍ରସ୍ତ ଅଞ୍ଚଳରେ ପହଞ୍ଚି ଉପଯୁକ୍ତ ପଦକ୍ଷେପ ନେବାରେ ବେଶ ସହାୟକ ହୋଇଥିଲା । ସମଗ୍ର ଗଜପତି ଜିଲ୍ଲାରେ “ତିତିଲି” ଝଡ଼ବାତ୍ୟା ପ୍ରଭାବ ଦେଖାଦେବା ଓ ପରବର୍ତ୍ତୀ ସମୟରେ ତାର ଉଚିତ ମୁକାବିଲା ର ପଦକ୍ଷେପ ନେବା ଦିଗରେ ଗଜପତି ଜିଲ୍ଲାର କର୍ତ୍ତବ୍ୟ-ନିଷ୍ଠା ଯୁବ ଜିଲ୍ଲାପାଳ ଅନୁପମ ଶାହାଙ୍କ ତତ୍ପରତା କିଛି କମ୍ ନ ଥିଲା । ଯାହାକି , ଏ ଦିଗରେ ଗଜପତି ଜିଲ୍ଲାପାଳ ଶ୍ରୀ ଶାହା ପ୍ରକୃତରେ ପ୍ରଶଂସନୀୟ ଓ ଧନ୍ୟବାଦର ପାତ୍ର ହୋଇ ପଡ଼ିଥିଲେ । ଜିଲ୍ଲାର ଏଭଳି ପରିସ୍ଥିତିକୁ ନିଜର ଭୟାବହ ପରିସ୍ଥିତି ବୋଲି ମନେକରି ଏ କ୍ଷେତ୍ରରେ ମାନବିକତାର ସହ ଦାୟିତ୍ଵ ନେଇ କର୍ତ୍ତବ୍ୟ ସମ୍ପାଦନା କରିବା ନିଶ୍ଚିତ ଭାବେ ଅନ୍ୟ ପାଇଁ ଏକ ଉଦାହରଣ ସୃଷ୍ଟି କରିବା ଭଲି ପଦକ୍ଷେପ । ଏହି “ତିତିଲି” ବାତ୍ୟାରେ ଜିଲ୍ଲାର ସମସ୍ତ ୭ ଗୋଟି ବ୍ଲକ ପ୍ରଭାବିତ ହୋଇଥିବା ବେଳେ ସବୁଠାରୁ ଅଧିକ ଭାବେ ରାୟଗଡ ବ୍ଲକ ଅଧିକ ପ୍ରଭାବିତ ହୋଇଥିଲା । ଏ ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ପ୍ରଭାବିତ ଅଞ୍ଚଳର କେଉଁଠି କ’ଣ ସବୁ କ୍ଷୟକ୍ଷତି ହୋଇଛି , କେଉଁଠି କେଉଁ ପ୍ରକାର ଓ କ’ଣ ସବୁ କେତେ ପରିମାଣର କ୍ଷୟକ୍ଷତି ହୋଇଛି , କେଉଁଠି କେଉଁ ପ୍ରକାର ଜୀବନ ହାନି ହୋଇଛି , ପ୍ରତ୍ୟେକ ବିଷୟରେ ଟିକିନିଖି ଘଟଣା ସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରି ଏବଂ ଅନ୍ୟାନ୍ୟ ଖବର ରଖି ବିଭାଗୀୟ ଅଧିକାରୀ ମାନଙ୍କ ଦ୍ବାରା ତାହା ତତ୍ କ୍ଷଣାତ ଆବଶ୍ୟକ ପୁନଃଉଦ୍ଧାର , ଥଇଥାନ ମରାମତି , ଓ ରିଲିଫ ସହାୟତା ପ୍ରଭୃତିର ପଦକ୍ଷେପ ନିଜସ୍ୱ ଢଙ୍ଗରେ ନେଉଥିଲେ । ଜିଲ୍ଲାପାଳ ଅନୁପମ ଶାହା ଓ ସେତେବେଳର ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ ମିଳିତ ଭାବେ ପ୍ରତ୍ୟେକ କ୍ଷତିଗ୍ରସ୍ତ ଅଞ୍ଚଳର ସମସ୍ତ ପରିସ୍ଥିତିକୁ ଅନୁଧ୍ୟାନ କରି ଏବଂ ତାଙ୍କ ନିର୍ଦ୍ଦେଶ ପ୍ରକାରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ନିଜ ନିଜ ମଧ୍ୟରେ ସମନ୍ବୟ ରକ୍ଷଣା କରି ସେମାନେ ମଧ୍ୟ ଲାଗି ପଡ଼ିଥିଲେ ନିଜ ନିଜ ବିଭାଗୀୟ କାର୍ଯ୍ୟରେ । ଗଜପତି ଜିଲ୍ଲାର ଏଭଳି ଭୟାନକ ପରିସ୍ଥିତି ଦେଖିବା ପାଈଁ ସେତେବେଳେ ପ୍ରାୟ ଏକ ମାସ ଧରି ରାଜ୍ୟର ବିଭିନ୍ନ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ , ମୁଖ୍ୟସଚିବ ସ୍ବତନ୍ତ୍ର ରିଲିଫ କମିଶନର , ବରିଷ୍ଠ ମନ୍ତ୍ରୀ ଗଣ , ମୁଖ୍ୟମନ୍ତ୍ରୀ , କେନ୍ଦ୍ରମନ୍ତ୍ରୀ , ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତା ମାନେ ଓ କେନ୍ଦ୍ରୀୟ ଅନୁଧ୍ୟାନ କାରୀ ଦଳ ପ୍ରମୁଖଙ୍କ ପ୍ରଭାବିତ ତଥା କ୍ଷତି ଗ୍ରସ୍ତ ତଥା ଜୀବନ ହାନି ଅଞ୍ଚଳକୁ ଘନ ଘନ ସୁଅ ଛୁଟିଥିଲା । ପ୍ରାୟ ଏକ ମାସ ଧରି ସେତେବେଳେ ପାରଳାଖେମୁଣ୍ଡି ସହରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏକ ମିନି ସେକ୍ରେଟେରିଏଟ୍ ଭାବରେ ପରିଣତ ହୋଇ ଯାଇଥିଲା କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ତିତିଲି ପ୍ରଭାବିତ ଅଞ୍ଚଳ ବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଈଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ବିକାଶ କାର୍ଯ୍ୟକ୍ରମ ଆଗେଇ ଚାଲିଥିବା ଜଣାଯାଏ । ଗଜପତି ଜିଲ୍ଲାର ମୋଟ ୭ଟି ବ୍ଲକର ୧୪୯ ଟି ଗ୍ରାମ- ପଞ୍ଚାୟତର ୧୫୨୫ ଟି ରାଜସ୍ୱ ଗ୍ରାମ ତିତିଲି ଝଡ଼ବାତ୍ୟାରେ ପୂର୍ଣ୍ଣ-ମାତ୍ରାରେ ପ୍ରଭାବିତ ହୋଇଥିଲା । ଯାହାଦ୍ୱାରା କି ଏହି ସମୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୬୧୫ ଟି ଅସ୍ଥାୟୀ ଭାବେ ବାତ୍ୟା ଆଶ୍ରୟ ଖୋଲାଯାଇ ସେଠାରେ ୭୩ ,୧୪୫ ଜଣ ଲୋକଙ୍କୁ ଥଇଥାନ କରା ଯାଇଥିଲା । ଏଥି ସହିତ ୬୫୦ ଟି ରନ୍ଧା-ଖାଦ୍ୟ କେନ୍ଦ୍ର ଖୋଲା ଯାଇ ମାଗଣାରେ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଭାବିତ ଲୋକ ମାନଙ୍କୁ ବଣ୍ଟନ କରାଯାଇଥିଲା । ଝଡ଼ବାତ୍ୟା ପରବର୍ତ୍ତୀ ସମୟରେ ୬୭ , ୪୪୪ କୁଇଣ୍ଟାଲ ଚାଉଳ , ୬୫୨ କୁଇଣ୍ଟାଲ ଚୁଡା , ୩୦,୭ କୁଇଣ୍ଟାଲ ଗୁଡ଼ , ୮୩୯୧ ପେକେଟ୍ ଶୁଖିଲା ଖାଦ୍ୟ , ୨,୧୯,୦୧୮ ପେକେଟ୍ସ ମହମ୍-ବତୀ ଓ ଦିଆସିଲି , ୯୮,୧୧୫ ଖଣ୍ଡ ପଲିଥିନ , ୧୨,୪୧୦ ଟି ଟାର୍ପୋଲିନ ଏବଂ ୫୧,୪୩୩ ଟି କମ୍ବଳ ପ୍ରଭାବିତ ଲୋକଙ୍କୁ ବଣ୍ଟନ କରାଯାଇଥିଲା । ଏଥି ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଗ୍ରାମର ୧,୪୫,୦୨୭ ଟି ବାସଗୃହ ଅଧିବାସୀ ଙ୍କୁ ଭେଟି ୪୯,୨ କୋଟି ଟଙ୍କା ଆର୍ଥିକ ସହାୟତା ଓ ଘର ପିଛା ୫୦ କେଜି ଲେଖାଏଁ ଚାଉଳ ପ୍ରଭାବିତ ଅଞ୍ଚଳ ବାସିଙ୍କୁ ପ୍ରଦାନ କରାଯାଇଥିଲା । ଜିଲ୍ଲାର ଅଧିକାଂଶ ଲୋକ ତିତିଲି ଝଡ଼ବାତ୍ୟା ପ୍ରଭାବରେ ଅନେକେ ସେମାନଙ୍କ ବାସଗୃହ ହରାଇଥିଲେ । ଜିଲ୍ଲା ପ୍ରଶାସନ ସେମାନଙ୍କ ଗୃହକୁ ମରାମତି ଓ ପୁନଃଉଦ୍ଧାର ପାଇଁ ଗୃହ ନିର୍ମାଣ ସହାୟତା ରାଶି ୧୨୨,୭୪ କୋଟି ଟଙ୍କା ପ୍ରଦାନ କରିଥିଲେ । ଏହା ଦ୍ବାରା ପ୍ରାୟ ୭୧, ୮୩୪ ଜଣ ହିତାଧିକାରୀ ଉପକୃତ ହୋଇଥିଲେ । ନଷ୍ଟ ହୋଇଥିବା ଚାଷଜମି ର କ୍ଷତିପୂରଣ ବାବଦକୁ ୩୨,୨୩ କୋଟି ଟଙ୍କା ୮୧,୦୪୨ ଜଣ ହିତାଧିକାରୀଙ୍କୁ ପ୍ରଦାନ କରା ଯାଇଥିଲା । ସେହିଭଳି ତିତିଲି ବାତ୍ୟାରେ ଜିଲ୍ଲାର ଅନେକ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଯଥା ଅଙ୍ଗନବାଡ଼ି କେନ୍ଦ୍ର , ବିଦ୍ୟାଳୟ , ଆରଆଇ କାର୍ଯ୍ୟାଳୟ , ବିଶ୍ରାମ ଗୃହ , ଗ୍ରାମ୍ୟ ରାସ୍ତା , ଓ ପୋଲ ପ୍ରଭୃତି ବହୁ ମାତ୍ରାରେ ନଷ୍ଟ ହୋଇଯାଇଥିଲା । ଏ ସବୁର ପୁନଃଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ଯୁଦ୍ଧ-କାଳୀନ ଭିତ୍ତିରେ ସମସ୍ତ କାର୍ଯ୍ୟ କରି ଚାଲିଛନ୍ତି ।

କୁଡୁଟୁଲି ହାଇସ୍କୁଲ ସହକାରୀ ଶିକ୍ଷୟତ୍ରୀ ଙ୍କୁ ନିର୍ଯ୍ୟାତନା ଘଟଣା ରେ କୁଇ ସମାଜର ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି।

!!! କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରୁ ଉପଖଣ୍ଡ ପ୍ରତିନିଧି ମିଲନ କହଁର ଏବଂ କେ. ନୂଆଗାଁ ବ୍ଲକ ରୁ ଇସାଇଲିମା ବେହେରା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କେ.ନୁଆଗାଁ) – କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ କୁଡୁଟୁଲୀ ହାଇସ୍କୁଲ ସହକାରୀ ଶିକ୍ଷୟତ୍ରୀ ଙ୍କୁ ନିର୍ଯ୍ୟାତନା ଘଟଣା ରେ କୁଇ ସମାଜ ର ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ରେ ପୁଣି ଥରେ ଦାୟିତ୍ୱ ଘହଣ କରିଥିବା ଚନ୍ଦ୍ରଶେଖର ମହାରଣା ଏବଂ ଅନ୍ୟ ତମ ଶିକ୍ଷକ ସନ୍ତୋଷ ବଳିୟାରସିଂ ଙ୍କୁ ତୁରନ୍ତ ବଦଳି ପାଇଁ କୁଇ ସମାଜ ଦାବୀ କରିଛି । ତୃତୀୟ ନିଲମ୍ବିତ ଶିକ୍ଷକ ସଦାଶିବ ବେହେରା ଙ୍କୁ ଉକ୍ତ ବିଦ୍ୟାଳୟ ରୁ ବଦଳି କରା ନଗଲେ ବାଧ୍ୟ୍ୟ ହୋଇ କୁଇ ସମାଜ ପକ୍ଷରୁ କନ୍ଧମାଳ ବନ୍ଦ ଡାକରା ଦିଆ ଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । କେ. ନୂଆଗାଁ ବ୍ଲକ କୁଇ ସମାଜ ସଭାପତି ସିନଲା ପ୍ରଧାନ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକ ରେ ଜିଲ୍ଲା କୁଇ ସମାଜ ର ସାଧାରଣ ସମ୍ପାଦକ ଲମ୍ବୋଦର କହଁର ବାଲିଗୁଡା ସଭାପତି ମିତଗୁ ମାଲିକ ସମେତ ଆଉ ଚାରୋଟି ବ୍ଲକର ସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ ।ସୁଚନା ଅନୁସାରେ ଗତ କିଛି ଦିନ ତଳେ କୁଡୁଟୁଲୀ ହାଇସ୍କୁଲ ର ସହକାରୀ ଶିକ୍ଷୟତ୍ରୀ ସୁନିତା ପ୍ରଧାନ ଙ୍କୁ ତିନି ଜଣ ଶିକ୍ଷକ ନିର୍ଯ୍ୟାତନା ଦେଇଥିବା ଶିକ୍ଷୟତ୍ରୀ ନୂଆ ଗାଁ ଥାନା ରେ ଏତେଲା ଦେଇଥିଲେ । ପୋଲିସ ମାମଲା ରୁଜୁ କରି ପ୍ରଧାନ ଶିକ୍ଷକ ଶ୍ରୀ ମହାରଣା ଙ୍କୁ କୋର୍ଟ ଚାଲାଣ କରିଥିଲେ । ଏହା ପରେ ଜେଲ ରୁ ବେଲ ରେ ଆସି ପୁଣି ସେହି ବିଦ୍ୟାଳୟ ରେ ଅଛ୍ତି କେ, ନୂଆଗାଁ ବ୍ଲକ ଶିକ୍ଷକ ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ତ୍ରିପାଠୀ ଅନ୍ୟ ତମ ଶିକ୍ଷକ ଦେବାଶିଷ ବେହେରା ଙ୍କୁ ନିଲମ୍ବିତ କରିଥିଲେ ମଧ୍ୟ ଖେଳ ଶିକ୍ଷକ ଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟନୁଷ୍ଠାନ ନ କରିବା ଅଭିଯାଗ ରେ କୁଇ ସମାଜ କନ୍ଧମାଳ ବନ୍ଦ ଡାକରା ଦେବ ବାଲି ଉକ୍ତ ବୈଠକ ରେ ନିଷ୍ପତି ନିଆ ଯାଇଛି ।

ରାଉରକେଲାର ପୂର୍ବତନ ବିଜେଡି ପୌରାଧ୍ୟକ୍ଷ୍ୟା ରଶ୍ମୀ ମିଶ୍ର ପାଣ୍ଡିଆନ୍ ଙ୍କୁ ଲେଖିଲେ ଖୋଲା ଚିଠି ; କହିଲେ “ରାଉରକେଲା ସ୍ମାର୍ଟ ସିଟି ସମସ୍ୟା ଜଟିଳ, ଶୁଣିବାକୁ କେହି ନାହାନ୍ତି”…।

!!! ପଶ୍ଚିମ ଓଡିଶା ମୁଖ୍ୟ ଏମ୍. ଶ୍ରୀକାନ୍ତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାଉରକେଲା) – ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କାର୍ତ୍ତିକେୟନ ଭି ପାଣ୍ଡିଆନଙ୍କୁ କ୍ଷୋଭଭରା ଚଠି ଲେଖିଛନ୍ତି ଦଳର ପୁରୁଣା ନେତ୍ରୀ ରଶ୍ମୀବାଳା ମିଶ୍ର | ଆଉ ମୁହଁ ଖୋଲିବାର ସାହସ କରିଛନ୍ତି ରାଉରକେଲାରେ ସ୍ମାର୍ଟ ସିଟି ନାଁରେ ଚାଲିଥିବା ଅବ୍ୟବସ୍ଥା ବିଷୟରେ | ଆଉ ବତାଇବାକୁ ଚାହିଁଛନ୍ତି ଯେ ରାଉରକେଲାରେ କିଛି ଠିକ ଚାଲିନି | ପୂର୍ବରୁ ବିଜେଡି ନଗର ସଭାପତି, ନିର୍ବାଚନ ସମୟରେ ସୁନ୍ଦରଗଡ ଜିଲ୍ଲା କୋ ଅବଜର୍ଭର ତଥା ଏସଏଚଜି କୋର୍ଡିନେଟର ରହି ଆସିଥିବା ସର୍ବୋପରି ୨୦୦୮ରୁ ୨୦୧୩ ପର୍ଯ୍ୟନ୍ତ ରାଉରକେଲା ମୁନିସିପାଲିଟିର ପୌରାଧ୍ୟକ୍ଷା ଥବା ରଶ୍ମୀବାଳା ଗତକାଲି ଲେଖିଥିବା ଖୋଲା ଚିଠି ମାଧ୍ୟମରେ ସରକାରଙ୍କୁ ବା ଯାହା କହିବାକୁ ଚାହିଁଛନ୍ତି ତାହାକୁ ଏଇଠି ଉପସ୍ଥାପିତ କରୁଛୁ | ବୋଧହୁଏ ଦଳର ଜଣେ ସକ୍ରିୟ ତଥା ବରିଷ୍ଠ ନେତ୍ରୀ ଭାବେ ରଶ୍ମୀବାଳା ବୋଧ ହୁଏ ପଥମ ନେତା ବା ନେତ୍ରୀ ଯେ କି ସିଧା ସଳଖ ଶ୍ରୀ ପାଣ୍ଡିଆନଙ୍କୁ ଲେଖିଛନ୍ତି ଖୋଲା ଚିଠି | ହେଲେ ଏହାକୁ ଦଳ ବା ସରକାର ଗଠନମୂଳକ ଭାବେ ନେଉଛନ୍ତି ନାଁ ଆଉ କିଛି ତାହା ଆଗକୁ ଜଣାପଡିବ |

ବିଜେପୁର ଉପନିର୍ବାଚନ ରେ ପଦ୍ମ ପାଇଁ ଅଡୁଆ ହେବେ କି ଅଶୋକ ?

!!! ପଶ୍ଚିମ ଓଡ଼ିଶା ମୁଖ୍ୟ ଏମ୍. ଶ୍ରୀକାନ୍ତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବରଗଡ଼/ବିଜେପୁର) – ଉପନିର୍ବାଚନ ପାଇଁ ସମସ୍ତ ଦଲୀୟ ପ୍ରାର୍ଥୀ ନିଜ ନିଜର ଷ୍ଟାର ପ୍ରଚାରକ ଙ୍କର ସହିତ ଜୋରସୋରରେ ପ୍ରଚାର କରୁଥିବା ବେଳେ ଗତକାଲି ପୂର୍ବତନ ବିଧାୟକ ଶ୍ରୀ ଅଶୋକ ପାଣିଗ୍ରାହୀ ଭାରତୀୟ ଜନତା ପାର୍ଟି ର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ପ୍ରଦାନ କରିଥିବା ଘଟଣା ଏବେ ଅଂଚଳରେ ଆଲୋଚନା ର ବିଷୟ ପାଲଟିଛି । ଗତ କିଛିଦିନ ହେଲା ଅଶୋକ ବାରମ୍ବାର ଗଣମାଧ୍ୟମ ଆଗରେ ଦଳ ତାଙ୍କୁ ଓ ତାଙ୍କର କର୍ମୀ ମାନଙ୍କୁ ଅଣଦେଖା କରୁଥିବା କଥା କହିଆସୁଥିଲେ । ଯାହାର ଗୋଟେ ଛୋଟ ଝଲକ ମଧ୍ୟ ଦେଖିବାକୁ ମିଳିଥିଲା ଗତ 11 ତାରିଖ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ପ୍ରଚାର ସମୟରେ । ଦଲୀୟ ପ୍ରାର୍ଥୀ ଶ୍ରୀ ସନତ ଗଡ଼ତିଆ ଙ୍କର ପାଇଁ ପ୍ରଚାର ରେ ଆସିଥିବା ମାନ୍ୟବର ମନ୍ତ୍ରୀ ଙ୍କର ସହିତ ଅଂଚଳର ତଥା ରାଜ୍ୟର ଅନେକ ନେତା ଓ ଦଲୀୟ ପଦାଧିକାରୀ ଉପସ୍ଥିତ ଥିବା ବେଳେ ଅଶୋକ ପାଣିଗ୍ରାହୀ ଗାୟବ ଥିଲେ ।ଏହି ଘଟଣା ଅଶୋକ ଙ୍କର ଅଭିଯୋଗ କୁ ବହୁ ମାତ୍ରାରେ ବଳ ପ୍ରଦାନ କରୁଥିଲା । ପୂର୍ବତନ ବିଧାୟକ ଶ୍ରୀ ଅଶୋକ ପାଣିଗ୍ରାହୀ ଠିକ ଉପ ନିର୍ବାଚନର ଏକ ସପ୍ତାହ ପୂର୍ବରୁ ଦଳ ତ୍ୟାଗ କରିବା ଅନେକ ପ୍ରଶ୍ନବାଚି ସୃଷ୍ଟି କରୁଛି । 2000 ମସିହାରେ ବିଜୁ ଜନତା ଦଳର ଦଲୀୟ ପ୍ରାର୍ଥୀ ଭାବରେ ବିଜେପୁର ରୁ ନିର୍ବାଚନ ଲଢ଼ି ବିଧାୟକ ହେଇଥିବା ଶ୍ରୀ ପାଣିଗ୍ରାହୀ 2014 ମସିହା ସାଧାରଣ ନିର୍ବାଚନରେ ବିଜେପୁର ରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଓ ପରାଜିତ ମଧ୍ୟ ହେଇଥିଲେ । ଏହାପରେ ସେ 18 ଉପନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇ ବିଜୁ ଜନତା ଦଳର ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ଙ୍କର ଠାରୁ ପରାଜିତ ମଧ୍ୟ ହେଇଥିଲେ । ଗତ ସାଧାରଣ ନିର୍ବାଚନରେ ସେ ପାର୍ଟିର ଦମଦାର ଦବେଦାର ଥିବା ସତ୍ତ୍ୱେ ପାର୍ଟି ସନତ ଙ୍କୁ ଟିକେଟ ପ୍ରଦାନ କରିବା ଅଶୋକ ଙ୍କର ପାଇଁ ଶକ୍ତ ଧକ୍କା ଥିଲା । କେବଳ ଟିକେଟ କଥା ନୁହଁ ଅଶୋକ ଙ୍କର କହିବା ମୁତାବକ ଦଳ ତାଙ୍କୁ କିମ୍ବା ତାଙ୍କର କର୍ମୀ ମାନଙ୍କୁ ସାଧାରଣ ନିର୍ବାଚନ ରେ କୋଣସି ଦାଇତ୍ୱ ମଧ୍ୟ ଦେଇନଥିଲେ । ଏଥର ମଧ୍ୟ ସମାନ ଅବସ୍ଥା । ଏଥିପାଇଁ ତାଂକର କର୍ମୀ ଓ ସହଯୋଗୀ ମାନେ ତାଙ୍କୁ ବିଜେପି ରୁ ଇସ୍ତଫା ଦେବା ପାଇଁ ବାଧ୍ୟ କଲେ ବୋଲି ଅଶୋକ କଥିବା ସହିତ ବିଜେପି ଅଲଗ ଦଳରୁ ଆସିଥିବା ନେତା ମାନଙ୍କୁ ବ୍ୟବହାର କରି ଫିଙ୍ଗି ଦେଉଥିବା କଥା ମଧ୍ୟ କହିଛନ୍ତି । ନିର୍ବାଚନ ସରିବା ପର୍ଯନ୍ତ ସେ ଅନ୍ୟ କୋଣସି ଦଳକୁ ଯିବେ ନାହିଁ ବୋଲି କହିଛନ୍ତି ଏହା ସତ କିନ୍ତୁ ସେ ଓ ତାଙ୍କର କର୍ମୀ କାହାକୁ ସମ୍ମର୍ଥନ କରିବେ ତାହା ଏବେବି ରହସ୍ୟ । ଯଦିଓ ସେ ପୂର୍ବରୁ କହିସାରିଛନ୍ତି ଯେ ବିଜେଡି ତାଙ୍କୁ ଏକ ସ୍ଵତନ୍ତ୍ର ପରିଚୟ ଦେଇଛି ,ଏହା ସହିତ ତାଙ୍କ ସମ୍ମର୍ଥକ ମାନେ ଚର୍ଚ୍ଚା ଚଳାଇଛନ୍ତି ଯେ ସେ ପୁଣି ବିଜୁ ଜନତା ଦଳକୁ ପ୍ରତ୍ୟାବର୍ତ୍ତନ କରିବେ । ଏବେ ଦେଖିବାକୁ ବାକି ରହିଲା ଯେ ନିଜ ପୁରୁଣା ଘରକୁ କେବେ ଓ କିଭଳି ଭାବରେ ଫେରିବେ ନା ଆଉ କିଛି ବାଟ ବାହାର କରିବେ । ଅଶାନ୍ତ 17 ଓ 18 ତାରିଖ ମୁଖ୍ୟମନ୍ତ୍ରୀ ଙ୍କର ବିଜେପୁର ଗସ୍ତ ଥିବା କାରଣରୁ ଏବେ ଅଶୋକଙ୍କୁ ନେଇ ଏବେ ଅଂଚଳ ବାସୀଙ୍କ ଭିତରେ ଅନେକ ପ୍ରଶ୍ନ ।ରାଜନୀତି ରେ ସବୁ କିଛି ସମ୍ଭବ ଦେଖିବାକୁ ବାକି ରହିଲା ଅଶୋକ କାହା ସପକ୍ଷରେ ଯିବେ ଓ କଣ କରିବେ ।

ଦାଦନ ଶ୍ରମିକ ଯିବା ପାଇଁ ସଜ ବାଜ ହେବା ପୂର୍ବରୁ ପୋଲିସ ର ଚଢ଼ାଉ ; ୧୬ ଜଣ ଦାଦନ ସର୍ଦ୍ଦାର ଗିରଫ୍…!

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ନୂଆପଡ଼ା) – ମାନବ ଚାଲାଣ ରୋକିବା ପାଇଁ ଡି.ଜି.ପିଙ୍କ ନିର୍ଦ୍ଦେଶ କ୍ରମେ ଆଜି ନୂଆପଡା ପୋଲିସ ଜିଲ୍ଲାର ବିଭିନ୍ନ ଜାଗାରେ ଚଢଉ କରି ୧୬ ଜଣ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଯୋଗ୍ୟ ଯେ ରାଜ୍ୟ ଓ ରାଜ୍ୟ ବାହାରକୁ ମାନବ ଚାଲାଣ କରିବାରେ ସକ୍ରିୟ ଥିବା ଦଲାଲ ଓ ଦାଦନ ସର୍ଦ୍ଦାରଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଏକ ସ୍ପେସାଲ ଡ୍ରାଇଭ ଆରମ୍ଭ ହୋଇଛି । ବେଆଇନ ଶ୍ରମିକ ଚାଲାଣ ରୋକିବା ପାଇଁ ସମସ୍ତ ଥାନା ଗୁଡିକୁ ଆଲର୍ଟ କରାଯାଇଛି । ଶୁକ୍ରବାର ବିଳମ୍ବିତ ରାତ୍ରିରେ ନୂଆପଡା ଏସ୍.ପି ବିନିତ ଅଗ୍ରୱାଲଙ୍କ ତତ୍ତ୍ୱାବଧାନରେ ପୋଲିସ ଏକକାଳୀନ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଚଢଉ କରି ୧୬ ଜଣ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରିଛି । ଏଥିରେ ଜୋଙ୍କ ଥାନା ଅଞ୍ଚଳରୁ ୫ ଜଣ, କୋମନାରୁ ୨ ଜଣ, ଖଡିଆଳରୁ ୩ ଜଣ, ସିନାପାଲିରୁ ୨ ଜଣ, ଓ ବୋଡେନରୁ ଜଣେ ଦାଦନ ସର୍ଦ୍ଦାର ଙ୍କୁ ଗିରଫ କରିଥିବା ଏସ୍.ପି ଶ୍ରୀ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।