ବାଲିଗୁଡ଼ା ଠାରେ ମହା ଆଡମ୍ବର ସହକାରେ ମା ଦୁର୍ଗା ଙ୍କ ମହା ସପ୍ତମୀ ପୂଜା ପାଳନ ହୋଇଯାଇଛି।

!!! କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରୁ ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବାଲିଗୁଡ଼ା) – ବାଲିଗୁଡା ସହର ରେ ବହୁ ଆଡମ୍ବର ସହକାରେ ମା ଦୁର୍ଗା ଙ୍କ ମହା ସପ୍ତମୀ ପୂଜା ପାଳନ କରାଯାଇଅଛି । ଏହି ଅବସର ରେ ନୁଆସାହି ସ୍ଥିତ ଦୁର୍ଗା ମନ୍ଦିର ରେ ମା ଙ୍କ ପୂଜା ଆରାଧନା ପରେ ନୁଆସାହି ଗ୍ରାମ କମିଟି ତରଫରୁ ସଂସ୍କୃତି କାଯ୍ୟକ୍ରମ ର ଆୟୋଜନ କରାଯାଇଛି । ଏହି ଉପଲକ୍ଷେ ଜିଲ୍ଲା ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ହୋଇଯାଇଛି । ଏହି ସାଂସ୍କୃତିକ କାଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା, ବରିଷ୍ଠ କଣ୍ଠ ଶିଳ୍ପୀ ଜଳନ୍ଦର ବେହେରା, ସମାଜ ସେବି ତଥା ସାମ୍ବାଦିକ ମିଳନ କୁମାର ଙ୍କ ସହ ଗ୍ରାମ କମିଟି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତା ରେ ବିଜୟୀ କଳାକାର ଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଜେ. ଡି ଦାଦା ଙ୍କ କଣ୍ଠ ରୁ ନିସୃତ କନ୍ଧମାଳ ର କୁଇ ଭାଷା ଗୀତ ରେ ଦର୍ଶକ ନାଚି ଉଠିଥିଲେ। ନୁଆସାହି ଗ୍ରାମ କମିଟି ର ସଭାପତି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ ଦେଇଥିଲେ।

ବିପଦ ସଙ୍କୁଳ ଅବସ୍ଥା ରେ ହାସନୀ ନାଳ ପାରି ହେଉଛନ୍ତି ବିଦ୍ୟାର୍ଥୀ : ବିକାଶ ଏଠି ବାଟବଣା ।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୋଲାମୁଣ୍ଡା) – ଶିକ୍ଷାକୁ ସାର୍ବଜନୀନ କରିଵା ଉଦ୍ଦେଶ୍ୟରେ ସରକାର ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ବିପୁଳ ଆର୍ଥ ଖର୍ଚ୍ଚ କରୁଛନ୍ତି। କିନ୍ତୁ ଏମିତି ଏକ ବିଦ୍ୟାଳୟ ରହିଛି ଯେଉଁଠିକି ଯିବାକୁ ବିଦ୍ୟାର୍ଥୀ ପାରି ହେବାକୁ ପଡୁଛି ଏକ ଚୀର ଖର ସ୍ରୋତା ନାଳ । ଗୋଳାମୁଣ୍ଡା ବ୍ଲକର ଗଣ୍ଡାମେର ଠରେ ରହିଥିବା ହାସିନିନାଳ ରେ ବର୍ଷର ଅନେକ ସମୟରେ ପାଣି ଭରି ରହୁଥିବାରୁ ଅବିଭାବକ ମାନେ ସେମାନଙ୍କ ପିଲା ଙ୍କୁ କାନ୍ଧରେ ବସାଇଏହି ନାଳ ପାର କରିବାକୁ ପଡିଥାଏ ।ପୁଣି ପିଲାଙ୍କ ଆସିବା ବାଟକୁ ଜଗି ରହିବାକୁ ପଡିଥାଏ ଅବିଭାବକଙ୍କୁ । ଏମିତିକି ନାଳ ପାରି ହେବାକୁ ଦଉଡ଼ି ର ସାହାଯ୍ୟ ନେବାକୁ ପଡିଥାଏ ।ଭତ୍ତା ଆଣିବା ଲାଗି ବୟୋଜ୍ୟେଷ୍ଠ ଙ୍କୁ ଏବଂ ଚିକିତ୍ସା ପାଇଁ ରିଗୀଙ୍କୁ ଏହି ନାଳ ପାର ହେବାକୁ ପଡିଥାଏ । ଆମ ଗାଁ ଆମ ବିକାଶ ନାମରେ ସରକାର ଡିଣ୍ଡିମ ପିଟି ବୁଲୁଥିବା ବେଳେ ଗ୍ରାମବାସୀଙ୍କ ଏହି ମୌଳିକ ସମସ୍ୟା ପ୍ରତି ବିଧାୟକ କିମ୍ବା ପ୍ରଶାସକ ଦୃଷ୍ଟି ଦେଉନଥିବା ଗୋଳମୁଣ୍ଡା ବ୍ଳକ ଉପାଦ୍ଧକ୍ଷ ମମତା ରାଉତ ଅଭିଯୋଗ କରିଛନ୍ତି । ଯଥାଶୀଘ୍ର ଏହି ନାଳ ଉପରେ ଏକ ସ୍ଥୟୀ ପୋଲ ନିର୍ମାଣ କରିବା ନିମନ୍ତେ ଅଞ୍ଚଳ ବାସୀ ଦାବୀ କରିଛନ୍ତି ।

ଅଙ୍ଗନବାଡି କେନ୍ଦ୍ର କୋଠା ନିର୍ମାଣ ପାଇଁ ଦାବି…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – ଗୋଟିଏ ପଟ ସରକାର ଶ୍ରେଷ୍ଠ ପ୍ରଶାସକ ମୁକୁଟ ପିନ୍ଧି ବାଃ ବାଃ ନେଉଥିବା ବେଳେ ଅନ୍ୟ ପଟେ ରାଜ୍ୟର ବାସ୍ତବ ଚିତ୍ର ଅଲଗା ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଅବହେଳିତ। ସରକାର ଶିଶୁ ସମନ୍ବିତ ବିକାଶ ପ୍ରକଳ୍ପ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି କୋମଳ ମୋତି ଶିଶୁ ମାନଙ୍କୁ ଶିକ୍ଷାଦାନ ସହିତ ପୃଷ୍ଟିକର ଖ୍ୟାଦ୍ୟ ଯୋଗାଇ ଦେଉଛନ୍ତି । କିନ୍ତୁ ଅଙ୍ଗନ ବାଡ଼ି କେନ୍ଦ୍ର ର କୋଠା ନଥିବାରୁ ଏହା ସୁଗମ ହୋଇପାରୁନି । ଦୀର୍ଘ ବର୍ଷ ହେଲା ଏଠାର ଅଙ୍ଗନବାଡି କେନ୍ଦ୍ର ଭାଙ୍ଗି ଯାଇଥିବା ଯୋଗୁଁ ଦୁଇ ବର୍ଷ ହେଲା ସ୍ଥାନୀୟ ଏକ କମ୍ୟୁନିଟି ଗୃହରେ ଅଙ୍ଗନବାଡି କେନ୍ଦ୍ର ଚାଲିଛି । ଫଳରେ କୋମଳ ମୋତି ଶିଶୁଙ୍କ ପାଠ ପଢିବା ରେ ଏବଂ ଖାଇବାରେ ବହୁ ଅସୁବିଧା ହେଉଛି । ଅଙ୍ଗନବାଡି କୋଠା ସମସ୍ୟାକୁ ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନିକ ଅଧିକାରୀ ଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୋୖଣସି ସୁଫଳ ମେଳିନଥିବାରୁ ଏନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସମସ୍ୟାର ସମାଧାନ ଦିଗରେ ସ୍ୱାସ୍ଥ୍ୟ ସଚିବ ଙ୍କ ହସ୍ତକ୍ଷେପ ଦାବୀ ହେଉଛି ।

ଲ୍ୟାମ୍ପ ଗୃହ ନିର୍ମାଣ ନିମନ୍ତେ ଦାବୀ ।

!!! ରାୟଗଡ଼ା ଜିଲ୍ଲା ପଦ୍ମପୁର ରୁ ପ୍ରଶାନ୍ତ କୁମାର କର(ପ୍ରେମ କର) ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପଦ୍ମପୁର) – ରାୟଗଡ ଜିଲ୍ଲା ପଦ୍ମପୁର ସଦର ଠରେ ଅବସ୍ଥାପିତ ସମବାୟ ବିଭାଗର ଲ୍ୟାମ୍ପ ଗୃହ ଗତ ବର୍ଷା ରେ ଭାଙ୍ଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।ଏହି ପୁରାତନ ଗୃହଟି ପୂର୍ବରୁ ବିପଦ ସଙ୍କୁଳ ଅବସ୍ଥାରେ ଥିଲେମଧ୍ୟ ଏହିପ୍ରତି ବିଭାଗର ଦୃଷ୍ଟି ଆଢୁଆଳରେ ରହିଥିବା ପରିତାପର ବିଷୟ । ଏଥିରେ ବର୍ଷାଦିନ ପାଣି ଗଲୁଥିବା ଏବଂ ଖରାଦିନେ କୋଠରୀ ମଧ୍ୟକୁ ସୂର୍ଯ୍ୟ କୀରଣ ପଡୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାରୁ ବିଭାଗ ଗୋଦାମ ଗୃହରେ କାର୍ଯ୍ୟାଳୟ ଚାଲୁଛି । ଆଗକୁ ଚାଷୀ ଙ୍କୁ ସାର ଯୋଗାଇବା ନିମନ୍ତେ ଆସୁଥିବା ସାର ବସ୍ଥା ରଖିବାର ଅସୁବିଧା ହେବା କୁହାଯାଉଛି । ଏଣୁ ଯଥାଶୀଘ୍ର ଅଫିସ ନିମନ୍ତେ ଏକ ସ୍ଥାୟୀ ଗୃହ ନିର୍ମାଣ ନିମନ୍ତେ ଦାବୀ ହେଉଛି I

ନୂଆଗାଁ ଠାରେ ବିଜୁ ଜନତା ଦଳ ର ଜନ ସମ୍ପର୍କ ପଦଯାତ୍ରା…!

!!! କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରୁ ଉପଖଣ୍ଡ ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବାଲିଗୁଡ଼ା) – ଗତ ତା 4.10.2019 ରିଖ ଦିନ ବିଜୁ ଜନତା ଦଳ ର ଜନସମ୍ପର୍କ ପଦଯାତ୍ରା କ ନୂଆଗାଁ ବ୍ଲକ ରେ ଅନୁଷ୍ଠିତ ହୋଇଛି । ଏହି କାଯ୍ୟ କ୍ରମ ରେ ବାଲିଗୁଡା ବିଧାୟକ ଶ୍ରୀ ଚକ୍ର ମାନି କହଁର . ସାଂସଦ ପ୍ରତିନିଧି ଶ୍ରୀ ବାସୁ ପଣ୍ଡା. ଜିଲ୍ଲା ସମ୍ପାଦକ ଶ୍ରୀ କୃଷ୍ଣ ପାଣି ଗ୍ରାହୀ ଙ୍କ ସମେତ କ ନୂଆଗାଁ ବ୍ଲକ ଅଧକ୍ଷା ଶ୍ରୀମତୀ ସୁଲୋଚନା ଦଲବେହରା ପୂର୍ବତନ ସାଂସଦ ପ୍ରତିନିଧି ସହଦେଵ ପାତ୍ର ଙ୍କ ଉପସ୍ଥିତି ରେ ପଦଯାତ୍ରା ହୋଇଥିଲା । ଏହି କାଯ୍ୟକ୍ରମ ରେ ବହୁ ସଂଖ୍ୟାରେ ବିଜୁ ଜନତା ଦଳ ର କର୍ମୀ ଯୋଗ ଦେଇ ଥିଲେ । ଶ୍ରୀ ପଣ୍ଡା ଙ୍କ ନେତୃତ୍ୱ ରେ ସଭା କାର୍ଯ୍ୟ ହୋଇଥିଲା । ଏହା ସହ ମିଶ୍ରଣ ପର୍ବ କରାଯାଇ ଥିଲା । କଂଗ୍ରେସ ଏବଂ ବିଜେପି ର ସମିତି ସଭ୍ୟା ମାନେ ବହୁ ସଂଖ୍ୟା ରେ ନିଜ ସମର୍ଥକ ଙ୍କୁ ନେଇ ବିଜେଡି ରେ ସାମିଲ ହୋଇ ଥିଲେ ।

ଯୁଧିଷ୍ଟିର ଙ୍କ ପାଇଁ ଅର୍ଥ ସାଜିଛି ବାଧକ ; ପ୍ରଶାସନ ର ସହାୟତା ଅପେକ୍ଷାରେ ପରିବାର ଲୋକେ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) -କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡା ଗ୍ରାମର କୁମରମଣି ସୁନା ଙ୍କ ମଝିଆ ପୁଅ 30ବର୍ଷର ଯୁଧିଷ୍ଟିର ସୁନା ମାରାତ୍ମକ କ୍ୟାନ୍ସର ରେ ପୀଡିତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ! ଦୀର୍ଘଦିନ ହେବ ବିଛଣାରେ ପଡିରହି ଯନ୍ତ୍ରଣା ସହିନପାରି ଖାଲି ଚିତ୍କାର କରୁଥିବା ଶୁଣିବାକୁ ମେଳୁଛି ।ଯୁଧିଷ୍ଠିରଙ୍କ ମୁହଁରେ କ୍ୟାନ୍ସର ହୋଇ ଧୀରେ ଧୀରେ ମୁହଁର ସ୍ଥିତି ଅସମ୍ଭାଳ ହେଲାଣି ।ଅର୍ଥ ଅଭାବରୁ ଉଚ୍ଚ ଚିକିତ୍ସା ହୋଇପାରୁନାହିଁ । ତେଣୁ ରୋଗ ଦିନକୁଦିନ ବଢ଼ିଚାଲିଛି ।ପୁଅର ରୋଗ ଭଲ କରିବା ପାଇଁ ପରିବାର ଲୋକେ ଜମିବାଡ଼ି ରୁ ଆରମ୍ଭକରି ପାଖରେ ଯାହାଥିଲା ବିକ୍ରି କରିଦେଇ ଥିବାବେଳେ ଶେଷରେ ନିରାଶ ହୋଇ ଚାହିଁରହିଛନ୍ତି ସରକାରୀ ସାହାଯ୍ୟ କୁ । ଯୁଧିଷ୍ଟିର ନିଜ ଅଟୋ ଗାଡି ନେଇ କିଛି ଲୋକଙ୍କୁ ବଣଭୋଜି କରିବାପାଇଁ ଛାଡିବାକୁଯାଇଥିଲେ । ଫେରିବା ସମୟରେ ତାଙ୍କ ଗାଡିର ଦୁର୍ଘଟଣା ଘଟି ମୁହଁରେ ଆଘାତ ଲାଗିଥିଲା। ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ହୋଇ ଅଳ୍ପଦିନ ଭିତରେ ଘରକୁ ଫେରିଥିଲେ ।ଧୀରେ ଧୀରେ ମୁହଁରେ ଲାଗିଥିବା ଆଘାତ ସ୍ଥାନ ଫୁଲିବାରୁ ପରିବାର ଲୋକେ ଘରର ଜମିବାଡ଼ି ବିକ୍ରି କରି ଭବାନୀପାଟଣା, ଧର୍ମଗଡ଼, ନବରଙ୍ଗପୁର, ବୁର୍ଲା, କଟକ ଓ ଶେଷରେ ଭୁବନେଶ୍ୱର ଏମସ ରେ ଚିକିତ୍ସା କଲା ବେଳକୁ ଯୁଧିଷ୍ଟିର ଙ୍କୁ କ୍ୟାନ୍ସର ହୋଇଛି ବୋଲି ଡାକ୍ତର ପରିବାର ଲୋକଙ୍କୁ ଜଣାଇବା ସହ ଅପରେସନ କରିବା ପାଇଁ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାର ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବୋର୍ଡ ପାଖରେ ଥାଇ ମଧ୍ୟ କୌଣସି କାମରେ ଆସୁନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଉଚ୍ଚ ଚିକିତ୍ସା ନିମନ୍ତେ ବାହାରକୁ ଯିବାନିମନ୍ତେ ଅର୍ଥିକ ସମ୍ବଳ ନାହିଁ ।ଏଣୁ ଜିଲ୍ଲା ପ୍ରଶାସନ ଏଦିଗରେ ଯୁଧିଷ୍ଠିର ଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ବାସିନ୍ଦା ଅନୁରୋଧ କରିଛନ୍ତି।