ଦାଦନ ଶ୍ରମିକ ଉପରେ ଦଲାଲ ଙ୍କ ଅତ୍ୟାଚାର..!

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ନୂଆପଡ଼ା) – ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଟିକିରପଡା ଗ୍ରାମର ଚାମରୁ ପାହରିଅ ନାମକ ଜଣେ ଦାଦନ ଶ୍ରମିକ ପ୍ରତି ଦାଦନ ଦଲାଲ ମାନଙ୍କ ଅମାନୁଷିକ ଅତ୍ୟାଚାର। ନିର୍ମମ ଭାବରେ ଗୋଡ ଓ ହାତ ର ଆଙ୍ଗୁଠି କାଟି ଦେଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ଏହି ପରି ଘଟଣା ବାରମ୍ବାର ଘଟି ଯାଉଥିବା ବେଳେ ରାଜ୍ୟ ସରକାର ଚୁପଚାପ ନଜାଣିଲା ଭଳି ଆଖି ବୁଜି ଦେଉଥିବା ଅଭିଯୋଗ ହେଉଛି । ଏହି ଘଟଣା କୁ ନେଇ କଳାହାଣ୍ଡି ସାଂସଦ ଶ୍ରୀ ବସନ୍ତ ପଣ୍ଡା କ୍ଷୋଭ ପ୍ରକାଶ କରିଛନ୍ତି। ଶ୍ରମିକ ମାନଙ୍କୁ କାମ ଯୋଗାଇବା ସାଙ୍ଗକୁ ଏହି ଅପରାଧିକ ଘଟଣା ଘଟାଇ ଥିବା ଦାଦନ ଦଲାଲ ମାନଙ୍କ ବିରୁଦ୍ଧରେ ରାଜ୍ୟସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ନିମନ୍ତେ ଶ୍ରୀ ପଣ୍ଡା ଦାବୀ ଉପସ୍ଥାପନ କରିଛନ୍ତି।

ଶରଧାପୁର ଠାରେ ଗ୍ରାମବାସୀ ଦ୍ଵାରା ବଜ୍ରକାପ୍ତା ଉଦ୍ଧାର…!

!!! ରାୟଗଡ଼ା ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ଦୀପକ କୁମାର ବେହେରା (ସୁନା) ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ଗୁଣୁପୁର ରେଞ୍ଜ୍ ପଦ୍ମପୁର ବ୍ଲକ ଶରଧାପୁର ଗ୍ରାମ ବାସିଙ୍କ ଦ୍ବାରା ବଜ୍ରକାପ୍ତା ଉଦ୍ଧାର। ଶରଧାପୁର ଗ୍ରାମ ଭିତରକୁ ପଶି ଆସିଥିବା ଏହି ବଜ୍ର କାପ୍ତା କୁ ଗ୍ରାମ ବାସୀ ଧରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି । ବଜ୍ରକାପ୍ତା ଟି ସ୍ଵଳ୍ପ ଅସୁସ୍ଥ ଥିବାରୁ ଏହା ସୁସ୍ଥ ହେବା ପରେ ପୁଣି ଜଙ୍ଗଲ ରେ ଛଡାଯିବ ବୋଲି ଗୁଣପୁର ରେଞ୍ଜର ଅଶୋକ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

କିର୍ମିରା କଲେଜ ରେ ବୃକ୍ଷ ରୋପଣ ଏବଂ ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ।

!!! ପଶ୍ଚିମ ଓଡିଶା ମୁଖ୍ୟ ଏମ୍. ଶ୍ରୀକାନ୍ତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କିର୍ମିରା) – ଝାରସୁଗୁଡା ଜିଲ୍ଲା କିର୍ମିରା ଏସ.ଏମ.ପି ଡିଗ୍ରୀ କଲେଜରେ ଅଧ୍ୟାପକ ଅଶୋକ କୁମାର ଦାଶ ଙ୍କ ତତ୍ୱାବଧାନ ରେ ବୃକ୍ଷ ରୋପଣ ଏବଂ ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପୂର୍ବରୁ କଲେଜ ପରିସରରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା । ଏଥିରେ ମୂଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ରୀନା ନାୟକ ଯୋଗ ଦେଇଥିବା ବେଳେ ସମିତି ସଭ୍ୟା ଶୋଭାବିନୀ ପାଣ୍ଡେ ଓ ଉପାଧକ୍ଷ ଲକ୍ଷ୍ମୀ ନାରାୟଣ ରାଓ ସାମ୍ମାନୀତ ଅତିଥିଭାବେ ଏବଂ ଅଧ୍ୟାପକ ଆର୍ତ୍ତତ୍ରାଣ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସ୍ଵଚ୍ଛତା ଓ ଵୃକ୍ଷ ରୋପଣ ର ମହାନୀୟତା ବିଷୟରେ ବିଦ୍ୟାର୍ଥୀଙ୍କୁ ଅବଗତ କରାଇବା ସହ ଏନେଇ ଜନ ସଚେତନତା କରିବା ପାଇଁ କହିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ବିବେକାନନ୍ଦ ବେହେରା ଓ ସମାଜସେବୀ ମୋହନ ନାୟକ ସହଯୋଗ କରିଥିଲେ ।

ସ୍ୱଛ ଭାରତପାଇ ଖାନା ଠିକାଦାରଙ୍କୁ ନ ଦେଇହିତାଧିକାରୀ ନିଜେ ନିଜେ ତିଆରି କରିବାରୁ(ପିଡ଼ିଏସ)ଚାଉଳ ବନ୍ଦ ।

!!!କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍!!!

ଏଥର ସମ୍ଭାଳ (ଗୋଲାମୁଣ୍ଡା) – ଭାରତ ସରକାରଙ୍କ ଆଦେଶ କ୍ରମେ ପ୍ରତି ଗାଁରେ ପ୍ରତି ପରିବାରେ ଵ୍ୟକ୍ତିଗତ ପାଇଖାନା ତିଆରି କରୁଥିବା ବେଳେ, ଗୋଳାମୁଣ୍ଡା ବ୍ଲକ ଖାଲିଆପାଲି ପଞ୍ଚାୟତର ଭଣ୍ଡାରକଛାର ଗାଁରେ ଦୁଇ ଵ୍ୟକ୍ତି ପିଣ୍ଡଜାଲ(୪୫)ଓ କୃଷ୍ଣ ସେନାପତି(୫୫) ଙ୍କ ନାମରେ ଆସିଥିବା ପାଇଖାନା ଠିକାଦାରଙ୍କୁ ନଦେଇ ନିଜେ ତିଆରି କରିବାରୁ ପଞ୍ଚାୟତର ଚାଉଳ ବିତରଣ କାରୀ କୁବେର ନାଇକ ଗତ ଜୁଲାଇ ମାସରୁ ପିଡ଼ିଏସ ଚାଉଳ ଏହି ଦୁଇ ପରିବାର ଙ୍କୁ ଅଦ୍ୟାବଧି ନଦେଇ ଥିବାରୁ ଗରିବଦୁଇ ପରିବାରଙ୍କ ଛୁଆ ପିଲା ହନ୍ତସନ୍ତ ହେଉଥିବା ଅଭିଯୋଗ ନେଇ ଗୋଳାମୁଣ୍ଡା ବିଡିଓ ସ୍ନିଗ୍ଧା ରାଣୀ ପ୍ରଧାନ ଙ୍କ ନିକଟରେ ଗତ ତା,୨୩/୯/୨୦୧୯ ଦିନ ଲିଖିତ ଭାବେ ଜଣାଇ ଥିଲେ । କିନ୍ତୁ ଏହି ଦୁଇ ପରିବାରକୁ ଏଯାବତ କୌଣସି ପ୍ରକାର ସହାୟତା ମିଳିପାରି ନାହିଁ ବୋଲି କହିଛନ୍ତି, ଏସମ୍ପର୍କରେ ଚାଉଳ ବିତରଣ କାରୀ କୁବେର ନାଇକ ଙ୍କପ୍ରତିକ୍ରିୟାରେ କହିଥିଲେ ଯେ ଏବିଡ଼ିଓ, ପଦ୍ମନାଭ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଚାଉଳ ବନ୍ଦ କରାଯାଇଛି । ତତ ସହିତ ପଞ୍ଚାୟତର ପିଇଓ ରମାକାନ୍ତ ପାତ୍ର ମଧ୍ୟ କହିଛନ୍ତି ପ୍ରକୃତରେ ପାଇଖାନା ତିଆରି କରିବା ପାଇଁ ଡରାଇ ଥିଲେ, ତାଙ୍କର ପାଇଖାନା ଶେଷ ହେଲେ ଚାଉଳଦେଇ ଦେବୁ ବୋଲି କହିଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଗୋଟିଏ ଗରୀବ ପରିବାରର ପାଇବାକୁ ଥିବା ସାଧାରଣ ମୌଳିକ ହକ କୁ ବନ୍ଦ କରି ଡ଼ରାଇବା ନିମନ୍ତେ ଏଭଳି କରାଯାଇଥିବା କେତେଦୂର ଯତାର୍ଥ ? ଏଭଳି ପ୍ରଶାସକ ଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ? ଯଥାଶୀଘ୍ର ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୀର୍ଘ ମାସ ଧରି ଚାଉଳ ଯୋଗାଣ ବନ୍ଦ କରିଥିଵା ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଧାରଣରେ ଦାବୀ ହେଉଛି ।

ଘୁ ଉଦୟଗିରି ସହରରେ ଆରାଧ୍ୟ ଦେବୀ ମା ବଡ଼ ରାଉଳ ଙ୍କ ପୂଜା ଅର୍ଚ୍ଚନା ଆରମ୍ଭ…!

!!! କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରୁ ଉପଖଣ୍ଡ ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଘୁ ଉଦୟଗିରି) – କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ସହରରେ ଷଷ୍ଠି ତିଥି ରୁ ଆରାଧ୍ୟ ଦେବୀ ମା ବଡ଼ରାଉଳ ଙ୍କ ପୂଜା ଅର୍ଚନା ଆରମ୍ଭ ହୋଇଛି। ଏହି ଦିନରେ ମା ଙ୍କ ସ୍ଥାୟୀ ମନ୍ଦିର ରେ ପୂଜା ଅର୍ଚ୍ଚନା ସାରି ମା ଙ୍କୁ ଆବହନ କରି ଅସ୍ଥାୟୀ ମଣ୍ଡପ ରେ ମା ଙ୍କ ପୂଜା ଆରମ୍ଭ କରାଯାଇଛି। ମହା ସପ୍ତମୀ ଠାରୁ ପୁରୋହିତ ଚଣ୍ଡି ପାଠ କରି ହୋମ ଯଜ୍ଞ ଆରମ୍ଭ କରିଛନ୍ତି। ଏହାକୁ ନେଇ ସାରା ସହରରେ ଏକ ଆଧ୍ଯାତ୍ମିକ ପରିବେଶ ସୃଷ୍ଟି ହୋଇଛି। ମୁଖ୍ୟ ପୂଜା ମଣ୍ଡପ ରେ ଏକ ସୁଉଚ୍ଚ ତୋରଣ ଶୋଭା ପାଉଥିବା ବେଳେ ମୁଖ୍ୟ ସଡ଼କ ପାର୍ଶ୍ୱ ରେ ୩ ଟି ଅତି ସୁନ୍ଦର ଆଲୋକ ସଜ୍ଜା ର ତୋରଣ ସାରା ସହରକୁ ଆଲୋକିତ କରିବା ସହ ଲୋକଙ୍କୁ ଆକୃଷ୍ଟ କରିପାରିଛି।

ରାସ୍ତା ର ଅବସ୍ଥା ଅତି ଶୋଚନୀୟ ; ଅଘଟଣ ର ଆଶଙ୍କା…!

!!! କନ୍ଧମାଳ ଜିଲ୍ଲା ଫୁଲବାଣୀ ରୁ ଉପଖଣ୍ଡ ପ୍ରତିନିଧି ସୁକାନ୍ତ ବେହେରା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଫୁଲବାଣୀ) – ଫୁଲବାଣୀ ସହର ବାଇପାସ୍ ରୋଡ ହନୁମାନ ମନ୍ଦିର ସାମ୍ନା ଏବଂ ପୋଲିଟେକନିକ କଲେଜ ସାମ୍ନା ରାସ୍ତା ରେ ଖାଲ ସୃଷ୍ଟି ହୋଇଥିବାରୁ ଯାତାୟାତ ରେ ଅସୁବିଧା ହେଉଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ଫେବୃୟାରୀ ମାସରେ କାର୍ଯ୍ୟ ଆରମ୍ଭ ହୋଇ ଏକ ବର୍ଷ ନ ପୂରୁଣୁ ରାସ୍ତା ର ପରିସ୍ଥିତ ଏପରି । ପୂର୍ତ୍ତ ବିଭାଗ ର ତତ୍ତ୍ଵାବଧାନରେ ହୋଇଥିବା ଏପରି କାର୍ଯ୍ୟ କୁ ନେଇ ସାଧାରଣ ରେ ଅନେକ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି। ନିମ୍ନ ମାନର କାର୍ଯ୍ୟ ହୋଇଥିବା ଯୋଗୁଁରାସ୍ତା ର ଏଭଳି ପରିସ୍ଥିତି ହୋଇଥିବା ଅଭିଯୋଗ ହୋଇଛି। ରାସ୍ତା ର ଏଭଳି ଶୋଚନୀୟ ଅବସ୍ତା ପ୍ରତି ପ୍ରଶାସନ ର ଦୃଷ୍ଟି ପଡୁନଥିବା ସାଧାରଣ ରେ ଆଶ୍ଚର୍ଯ୍ୟ ସୃଷ୍ଟି କରୁଛି। ଯଥା ଶୀଘ୍ର ଏହାର ମରାମତି କରାନଗଲେ ଆଗକୁ ହେବାକୁ ଥିବା ଅଘଟଣ ର ଆଶଙ୍କା କୁ ଦୁରେଇ ଦିଆଯାଇ ନପାରେ।

ଯୁବତୀ ଙ୍କୁ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗ ; ଅଭିଯୁକ୍ତ ଙ୍କୁ ୬ ମାସ କାରାଦଣ୍ଡାଦେଶ ଓ ଜରିମାନା …!

!!! କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରୁ ଉପଖଣ୍ଡ ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବାଲିଗୁଡ଼ା) – ମଜୁରିଆ ଯୁବତୀ ଙ୍କୁ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ର ବିଚାର କରି ବାଲିଗୁଡ଼ା ଏସ୍.ଡି.ଜେ.ଏମ୍ ସୌମ୍ଯ ସ୍ଵରୂପ ସାହୁ ଅଭିଯୁକ୍ତ ବିରୂପାକ୍ଷ ଦଣ୍ଡିଆ ଙ୍କୁ ୬ ମାସ କାରାଦଣ୍ଡାଦେଶ ସହ ୨୦୦୦/- ଟଙ୍କା ଜରିମାନା ରେ ଦଣ୍ଡିତ କରିଛନ୍ତି। ୨୦୦୩ ମସିହାରେ ସାରଙ୍ଗଗଡ଼ ଥାନା ଗୁଟିଙ୍ଗିଆ ଗ୍ରାମ ର ବିରୁପାକ୍ଷ ଦଣ୍ଡିଆ ଉକ୍ତ ଗ୍ରାମ ର ଜଣେ ଦିନ ମଜୁରିଆ ଯୁବତୀ ଙ୍କୁ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିବା ନେଇ ପରିବାର ପକ୍ଷରୁ ଏତଲା ପାଇବା ପରେ ସରାଙ୍ଗଗଡ଼ ଥାନା କେସ ନମ୍ବର ୧୮୯/୨୦୦୩ କ୍ରମେ କେସ ରୁଜୁ କରାଯାଇଥିଲା। ଏହି ମାମଲାର ବିଚାର କରି କୋର୍ଟ ଏଭଳି ରାୟ ଦେଇଥିବା ଜଣା ପଡିଛି। ସରକାର ଙ୍କ ତରଫରୁ ଓକିଲ ଅବନୀ କୁମାର ପଟ୍ଟନାୟକ ଏହି ମାମଲା କୁ ପରିଚାଳନା କରିଥିଲେ।

ମହିଳା ଙ୍କୁ କମେଣ୍ଟ ମାରି କନେଷ୍ଟବଳ ଗିରଫ…!

!!! କନ୍ଧମାଳ ଜିଲ୍ଲା ଫୁଲବାଣୀ ରୁ ଉପଖଣ୍ଡ ପ୍ରତିନିଧି ସୁକାନ୍ତ ବେହେରା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଫୁଲବାଣୀ) – ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ମୋ ସରକାର କାର୍ଯ୍ୟକ୍ରମ ଉଦଘାଟନ ହେବାର ୨୪ ଘଣ୍ଟା ନ ପୁରୁଣୁ କନ୍ଧମାଳ ଜିଲ୍ଲା ରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳର ଜଣେ କନଷ୍ଟେବଲ ମହିଳା ଙ୍କୁ କମେଣ୍ଟ ମାରି ଛେଚା ଖାଇବା ପରେ ଗିରଫ ହୋଇଛନ୍ତି। କଳାହାଣ୍ଡି ର ୯ ଆଇ. ଆର ବାଟାଲିଆନ୍ ର କନେଷ୍ଟବଳ – ୩୮୨ ସନାତନ ବେହେରା କନ୍ଧମାଳ ରେ କାର୍ଯ୍ୟକରୁଛନ୍ତି। ସେ ଆଧିକାଂଶ ସମୟ ସଦର ଥାନା ର ଆଲାମୀ ଅଞ୍ଚଳ କୁ ଯାଇ ମହିଳା ଓ ଝିଅ ଙ୍କୁ କମେଣ୍ଟ ମାରୁଥିବା ଅଭିଯୋଗ ହୋଇ ଆସୁଥିଲା। ଶ୍ରୀ ବେହେରା ଙ୍କ ଏତାଦୃଶ୍ୟ କାର୍ଯ୍ୟ ରେ ଅତିଷ୍ଟ ହୋଇ ଏହି ଅଞ୍ଚଳର ମହିଳା ଏକଜୁଟ ଭାବେ ତାଙ୍କୁ କାବୁକରି ମାଡ଼ ମାରି ଫୁଲବାଣୀ ଟାଉନ ଥାନା କୁ ଆଣିଥିଲେ। କିନ୍ତୁ ଘଟଣା ଟି ସଦର ଥାନା ଅଞ୍ଚଳ ରେ ଘଟି ଥିବାରୁ ଅଭିଯୋଗକାରୀ ମହିଳା ଙ୍କ ସହ ଅଭିଯୁକ୍ତ ଙ୍କୁ ଟାଉନ୍ ପୋଲିସ୍ ସଦର ଥାନା କୁ ପଠାଇ ଦେଇଥିଲେ। ମହିଳା ଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ କନେଷ୍ଟବଳ ଙ୍କ ବିରୁଦ୍ଧରେ ଥାନା ପକ୍ଷରୁ ମାମଲା ରୁଜୁ କରି ଗିରଫ କରିଛି।

୩ ଦଫା ଦାବୀ ନେଇ ଦିନିକିଆ ଗଣଧାରଣ ; ସାମିଲ ହେଲେ ଜିଲ୍ଲା ର ସମସ୍ତ ସଙ୍ଗଠନ, ରାଜନୈତିକ ଦଳ ଓ ଜନ ସାଧାରଣ…!

!!! କନ୍ଧମାଳ ଜିଲ୍ଲା ଫୁଲବାଣୀ ରୁ ଉପଖଣ୍ଡ ପ୍ରତିନିଧି ସୁକାନ୍ତ ବେହେରା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଫୁଲବାଣୀ) – କନ୍ଧମାଳ ଜିଲ୍ଲା ରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା, ଜିଲ୍ଲା କୁ ରେଳ ସଂଯୋଗ ଓ ଜିଲ୍ଲା ବାସୀ ଙ୍କୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ ଦାବି ଭଳି ୩ ଦଫା ଦାବି ନେଇ ଗାନ୍ଧୀ ଛକ ଠାରେ କନ୍ଧମାଳ ପିପୁଲ୍ସ ଫୋର୍ମ ପକ୍ଷରୁ ଦିନିକିଆ ଶାନ୍ତି ପୂର୍ଣ୍ଣ ଗଣ ଧାରଣା ଅନୁଷ୍ଠିତ ହୋଇଯାଇଛି। ଫୋର୍ମ ର ଆବାହାକ ସୁନୀଲ ପଟ୍ଟନାୟକ ଓ ସଭାପତି ରାଧା ମୋହନ ମହାପାତ୍ର ଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଗଣ ଧାରଣା ରେ ଯୋଗଦେଇଥିବା ଜିଲ୍ଲା ର ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ମାନେ ଉକ୍ତ ୩ ଗୋଟି ଦାବି କନ୍ଧମାଳ ଜିଲ୍ଲା ର ନ୍ୟାର୍ଯ୍ୟ ଦାବି ବୋଲି ମତବ୍ୟକ୍ତ କରିଛନ୍ତି। ଆଗାମୀ ଦିନରେ ଏହି ଗଣ ଧାରଣା ସରକାର ଙ୍କ ଉପରେ କି ପ୍ରଭାବ ପକାଇବ ତାହା ଦେଖିବାକୁ ରହିଲା।

କଳାହାଣ୍ଡି ର ଇଷ୍ଟଦେବୀ ମାଁ ମାଣିକେଶ୍ଵରୀ ଙ୍କ ଛତର ଯାତ୍ରା ଆରମ୍ଭ…!

!!!କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍!!!

!!!ଏଥର ସମ୍ଭାଳ (କଳାହାଣ୍ଡି) – କଳାହାଣ୍ଡି ର ଇଷ୍ଟଦେବୀ ମାଁ ମାଣିକେଶ୍ଵରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ପ୍ରବଳ ସମାଗମ ରେ ଚଳଚଞ୍ଚଳ ହୋଇ ଉଠିଛି ସହର। ମାନସିକ ଧାରୀ ମାନେ ଦେବୀ ଙ୍କ ଉଦ୍ଦେଶ୍ଯ ରେ ବଳି ଅର୍ପଣ କରିଛନ୍ତି। ରକ୍ତ ରଞ୍ଜିତ ହୋଇ ଉଠିଛି ରାଜପଥ। ମାଁ ମାଣିକେଶ୍ଵରୀ ଛତର ବିଜୟ ଯାତ୍ରା ମାଧ୍ୟମରେ ବର୍ଷ କୁ ଥରେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଥାନ୍ତି। ଭବାନୀପାଟଣା ସ୍ଥିତ ରାଜ ବାଟିରେ ରହିଥିବା ଭବ୍ୟ ମନ୍ଦିର ରୁ ମାଁ ପାର୍ବଣ ରୁତୁ ର ଅଷ୍ଟମୀ ଦିନ ନିଶାର୍ଦ୍ଧରେ ଦେବୀ ଜେନା ଖାଲ କୁ ଯାଇଥାନ୍ତି। ସେଠାରେ ଗୁପ୍ତ ପୂଜାବିଧି ସମ୍ପନ୍ନ ହେବା ପରେ ପ୍ରାତଃ କାଳରେ ସେଠାରୁ ନିଜ ମନ୍ଦିର କୁ ପ୍ରତ୍ୟାଗମନ କରନ୍ତି। ଏହି ସମୟରେ ମାଁ ଙ୍କ ଦର୍ଶନ ନିମିତ ରାସ୍ତା ର ଦୁଇ ପାର୍ଶ୍ୱରେ ହାଜର ହାଜର ଜନତା ଚାତକ ପରି ଅପେକ୍ଷା କରି ରହିଥାନ୍ତି। ମାଁ ମାଣିକେଶ୍ଵରୀ ଙ୍କ ଛତର ଯାତ୍ରା ର ସାଂସ୍କୃତିକ ବିଭବ ଏହାର ଗାରିମାକୁ ଅଧିକ ରୁଦ୍ଧିମନ୍ତ କରି ଗଢ଼ି ତୋଳିଥାଏ। ବିଭିନ୍ନ ବେଶ ପୋଷାକ ରେ ତଥା ବିଚିତ୍ର ଭଙ୍ଗି ରେ ସଜ୍ଜିତ ହୋଇ କଳାକାର ମାନେ ଦର୍ଶକ ଙ୍କ ମନ ମୋହିବାରେ ସକ୍ଷମ ହୋଇଥାନ୍ତି। ବିନା ବାଧା ବିଘ୍ନ ରେ କିଭଳି ମାଁ ଙ୍କ ଯାତ୍ରା ସମ୍ପନ୍ନ ହେବ ସେଥି ପାଇଁ ଚଳିତ ବର୍ଷ କଳାହାଣ୍ଡି ଏସ୍.ପି ଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।