ଅତ୍ୟାଧିକ ସ୍ପିଡ୍ ବ୍ରେକର ନିର୍ମାଣ ବିରୋଦ୍ଧ କରି ସମାଜ ସେବୀ ଙ୍କ ଏତଲା !

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ଠାରେ ତିଆରି କରାଯାଇଥିବା ସ୍ପୀଡ ବ୍ରେକେର ଯୋଗୁଁ ଉପୁଜିଥିବା ସମସ୍ୟା କୁ ନେଇ ମୁହଁ ଖୋଲିଛନ୍ତି ସମାଜ ସେବୀ ଆଶୁତୋଷ ବରାଳ । ଆବଶ୍ୟକ ଠାରୁ ଅତ୍ୟାଧିକ ବ୍ରେକେର ନିର୍ମାଣ ହେତୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ଆଣିଛନ୍ତି ।ପ୍ରତି ତିନି କିଲୋମିଟର ବ୍ୟବଧାନରେ ସ୍ପୀଡ଼ ବ୍ରେକେର ନିର୍ମାଣ କରିବା ନିୟମ ଥିବାବେଳେ ଏଠାକାର ପ୍ରଶାସନ ସହରାଞ୍ଚଳ ର ତିନି କିଲୋମିଟର ମଧ୍ୟରେ ଶହେରୁ ଅଧିକ ବ୍ରେକେର ନିର୍ମାଣ କରିଛନ୍ତି । ଏହାବି ମାପ ଜୁପ ନଥାଇ ବୋଲି ଶ୍ରୀ ବରାଳ ଅନଲାଇନ ମାଧ୍ୟମରେ ଏକ ଏତଲା ରୁଜୁ କରିଛନ୍ତି । ଏଥିରେ ସେ ନିଜେ ଅଙ୍ଗେ ନିଭାଇ ଥିବା ସମସ୍ୟାକୁ ଉପସ୍ଥାପନା କରି ଉଲ୍ଲେଖ କରିଛନ୍ତିକି, ସେ ଏହି ରାସ୍ତା ଦେଇ ଦିନରେ ୫ ଥର ଯିବା ଆସିବା କରିବା ଯୋଗୁଁ ତାଙ୍କ ଅଣ୍ଟା ଓ ମେରୁଦଣ୍ଡ ରେ ପ୍ରବଳ ଯନ୍ତ୍ରଣା ହୋଇଥିଲା ।ପ୍ରାଥମିକ ଭାବେ ଡାକ୍ତର ଙ୍କ ପରାମର୍ଶ ରୁ ସେ ଏହା ନିୟମିତ ସ୍ପୀଡ଼ ବ୍ରେକେର ଦେଇ ମୋଟର ସାଇକଲ ରେ ଯିବା ଆସିବା କରିବାରୁ ଏଭଳି ଘଟିଛି ଏବଂ ଏହା ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ସେଥିରେ ସୂଚାଇଛନ୍ତି । ଏହାଦ୍ୱାରା ଅନେକଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିପାରେ ।ଏପରିକି ଦୁଇ ଚକିଆ ଯାନ ଏହି ରାସ୍ତା ଦେଇ ବାରମ୍ବାର ଯିବା ଆସିବା କରିବା ଫଳରେ ଗାଡିର ସକଅବଜରବର ଖୁବ କମ ଦିନରେ ନଷ୍ଟ ହେଉଛି । ଫଳରେ ଗାଡ଼ି ମାଲିକ କ୍ଷତି ସହିବାକୁ ପଡୁଛି ।ଏଣୁ ସୁପ୍ରିମକୋର୍ଟ ଓ ଇଣ୍ଡିଆନ ରୋଡ଼ କଂଗ୍ରେସ ଙ୍କ ଦ୍ଵାରା ଗଠିତ ନିୟମାନୁସାରେ ଏହି ସ୍ପୀଡ଼ ବ୍ରେକେର ଗୁଡିକ ତିଆରି କରାଯାଇନଥିବାରୁ ଏଗୁଡିକ ବେଆଇନ ବୋଲି ଦାବୀ କରିଛନ୍ତି । ଏହି ସ୍ପୀଡ଼ ବ୍ରେକର ଗୁଡିକ କାହା ଦ୍ୱାରା ନିର୍ମାଣ କରାଯାଇଛି ଓ ଏଥିଯୋଗୁଁ ଉପୁଜୁଥିବା ସାମସ୍ୟା ଗୁଡିକର ସମାଧାନ କିଏ କରିବ ବୋଲି ପ୍ରଶ୍ନ କରିଛନ୍ତି । ଯେଉଁ ସଂସ୍ଥା ଦ୍ୱାରା ଏହି ସ୍ପୀଡ଼ ବ୍ରେକେର ଗୁଡିକ ନିର୍ମାଣ କରାଯାଇଛି ତାଙ୍କ ବିରୁଦ୍ଧରେ ବେଆଇନ ରାସ୍ତା ଅବରୋଧ , ରାସ୍ତା ଉପରେ ବେଆଇନ ନିର୍ମାଣ, ହତ୍ୟା କରିବା ଉଦ୍ୟମ ,ସରକାରୀ ସମ୍ପତ୍ତି କୁ ନଷ୍ଟ କରିବା ଇତ୍ୟାଦି ପାଇଁ ଥିବା ଭାରତୀୟ ଦଣ୍ଡବିଧି ଆଇନ ଅନୁଯାୟୀ କେସ୍ ରୁଜୁ କରାଯାଉ ବୋଲି ଶ୍ରୀ ବରାଳ ଦାଖଲ କରିଥିବା ଅଭଯୋଗ ପତ୍ର ରେ ଉଲ୍ଲେଖ କରି ଅନୁରୋଧ କରିଛନ୍ତି । ଏହାକୁ ଭିତ୍ତି କରି ଗୁଣପୁର ଥାନା ଅଭିଯୋଗ ସଂଖ୍ୟା ୨୪୮୭୦୦୧୬୦୭୧୯୦୦୦୦୨ କ୍ରମେ ଦରଖାସ୍ତ ଗ୍ରହଣ କରାଯାଇଥିବା ଜଣାପଡିଛି ।

ବାଟମାରଣା ହେଉଛି ଆସୁଥିବା ଟଙ୍କା , କାଟିକୋଣା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅବ୍ୟବସ୍ଥା !

!!! ରାୟଗଡ଼ା ଜିଲ୍ଲା କୋଲନରା ରୁ ପ୍ରତିନିଧି ସଞ୍ଜୀବ କଣ୍ଡାଗିରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କୋଲନରା) – ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ବାଟ ମାରଣା ହେଉଥିବା ବାରି ପଡୁଛି ଏବଂ ଶିକ୍ଷା ବିଭାଗ ଉପଯୁକ୍ତ ପଦକ୍ଷେପ ନେବାକୁ ଅସମର୍ଥ ହଉଛି । ଯୋଦ୍ଵାରା ରାୟଗଡା ଜିଲ୍ଲାର ଜିଲ୍ଲା ଗଣ ଶିକ୍ଷା ବିଭାଗ ଓ ମଙ୍ଗଳ ବିଭାଗ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଅଧିକାରୀ ମାନେ ନିରବ ଦ୍ରଷ୍ଟା  । ଏହାର ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ କାଟିକୋଣା ଗ୍ରାମ ପଞ୍ଚାୟତ ର ୧୦୦ ଶଯ୍ୟା ବିଶିଷ୍ଟ କନ୍ୟାଶ୍ରମ ରେ ବିଭିନ୍ନ ପ୍ରକାର ର ଅସୁବିଧା ଦେଖା ଦେଇଛି । କାଟିକୋଣା ବିଦ୍ୟାଳୟରେ ନିନ୍ମ ମାନର ଖାଦ୍ୟ ଦେବା ସହ ପଚାସଢା ପନିପରିବା, କମ କମ ଭାତ ଖାଇବାକୁ ଦେଉଛନ୍ତି ବୋଲି ଛାତ୍ରୀ ମାନେ କହିଛନ୍ତି । ଯଦି ପେଟ ପୁରା ଖାଇବାକୁ ମାଗିଲେ ପ୍ରଧାନ ଶିକ୍ଷକ ଗାଳି କରୁଥିବା ଅଭିଯୋଗ କରିଛନ୍ତି ଛାତ୍ରୀ ମାନେ । ପ୍ରଥମ ଶ୍ରେଣୀ ରୁ ସପ୍ତମ ଶ୍ରେଣୀପର୍ଯ୍ୟନ୍ତ ୧୩୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଶ୍ରେଣୀ ଗୃହ ଦୁଇଟି ଅଛି । ପିଲା ସଂଖ୍ୟା ବୃଦ୍ଧି ଯୋଗୁଁ କୋଠରି ନ ଥିବାରୁ ପିଲାମାନେ ସ୍କୁଲ ବାରଣ୍ଡାରେ ବସି ପଢୁଛନ୍ତି । ବର୍ଷା ହେଲେ ଛାତ୍ରୀ ମାନେ ନାହିଁ ନ ଥିବା ଅସୁବିଧା ହେବାକୁ ପଡୁଛି । ସନ୍ଧ୍ୟା ହେଲେ ହଷ୍ଟେଲ ରେ କିଏ ରାହୁନାହାନ୍ତି । ରୋଷେଇ କରୁଥିବା ନାନୀ ମାନେ ଆସି ଆମ ସହ ରାତି ରହୁଛନ୍ତି । ପ୍ରଧାନ ଶିକ୍ଷକ କେବେବି ରହୁନାହାନ୍ତି, ରାତି ଅଧିଆ ରେ କଣ ଅସୁବିଧା ହୁଏ ଆମକୁ ଦେଖିବା ପାଇଁ କିଏ ନାହାନ୍ତି । ଆମ କୁ ଦେଖା ଦେଖି କରିବାକୁ ମେଟରନ ଗୋଟେ ଦରକାର ବୋଲି କହିଛନ୍ତି । ତିନି ଦିନ ହେବ ଜଳଖିଆ ଖାଇବା ପାଇଁ ଦେଇନଥିବା ସହ ଶୁଖିଲା ଚୂଡ଼ା କୁ ଚିନି ଖାଇବାକୁ ଦେଉଛନ୍ତି । ବିଭିନ୍ନ ପ୍ରକାରର ସ୍କୁଲ ସମସ୍ୟା ନେଇ ସ୍କୁଲ ସଭାପତି ପେଦିଆ ମ।ଣ୍ଡ।ଙ୍ଗି ପ୍ରଦାନ ଶିକ୍ଷକଙ୍କ ବଦଳି କରିବା ସହ ସମସ୍ୟାର ସମାଧାନ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଡିଇଓ ରାୟଗଡା ଙ୍କୁ ଦେଖା କରି ଦରଖାସ୍ତ କରିଥିଲେ ଏବଂ ସ୍କୁଲର ସମସ୍ୟା ସମ୍ପର୍କରେ ୧୯/୦୮/୨୦୧୯ ତାରିଖ ଦିନ ଜିଲ୍ଲା ପାଳ ରାୟଗଡାଙ୍କୁ ଜଣେଇଛନ୍ତି । କିନ୍ତୁ କୌଣସି ପ୍ରକାର ସୁଫଳ ମିଳିନ ଥିବା ଗ୍ରାମବାସୀ କହିଛନ୍ତି । ଜିଲ୍ଲା ପ୍ରଶାସନ ଜାଣିଶୁଣି ଚୁପଚାପ ରହୁଥିବା ଲୋକମାନେ ଅଭିଯୋଗ କରିଛନ୍ତି । ଏହିସବୁ ସମସ୍ୟା ନିଜ ଦୃଷ୍ଟି ଆକର୍ଷଣ ହେଲେ ବୋଧେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଭାବିବ ।
ଗାଈଗୋରୁଙ୍କୁ ମଧ୍ୟ କିଏ ବି ପଚାସଢା ଖାଦ୍ୟ ଖାଇବାକୁ ଦେବେନାହିଁ । କିନ୍ତୁ ପ୍ରଧାନ ଶିକ୍ଷକ ଙ୍କ ହୃଦୟ କେମିତି ସାହୁଛି ଛାତ୍ରୀ ମାନଙ୍କୁ ଏହି ଭଳି ଖାଦ୍ୟପେୟ ଦେଉଛନ୍ତି । ଏଥି ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନ କୁ ଗ୍ରାମବାସୀ ନିବେଦନ କରିବା ସହ କାଟିକୋଣା ସ୍କୁଲ ର ସମସ୍ୟାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି ହେଉଛି ।ଉକ୍ତ ବିଷୟରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ କି ତଦନ୍ତ କରି ଉପରସ୍ତ ଅଧିକାରୀ ଙ୍କୁ ଜଣେଇବା ପାଇଁ କହିଛନ୍ତି ।

ଗୁଣପୁର ସହର ମରାଠୀଗୁଡା ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ଅନୁଷ୍ଠିତ !

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ସହର ମରାଠୀଗୁଡା ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ଆଜି ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଫିସ ସମ୍ମୁଖରେ ମା ଙ୍କ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ହୋଇଥିଲା । ପୁଜା ର କର୍ତ୍ତା ଭାବେ ଶ୍ରୀ ସୂର୍ଯ୍ୟ ନାରାୟଣ ରଥ ଏବଂ ପୂଜକ ଭାବେ ଶ୍ରୀ ନବୀନ ରଥ, ଶ୍ରୀ ପ୍ରକାଶ ରଥ ଉପସ୍ଥିତ ରହି ପୂଜା କାର୍ଯ୍ୟ ସମ୍ପାଦନା କରିଥିଲେ । ଏହି ସମୟରେ ପୂଜା କମିଟି ର ସଭାପତି ଶ୍ରୀ ମନୋରଞ୍ଜନ ରଥ , କାର୍ଯ୍ୟକାରି ସଭାପତି ଶ୍ରୀ ସୋମେଶ୍ଵର ସାମଲ , ଉପ ସଭାପତି ଶ୍ରୀ ଗୋପାଳ ପାଣିଗ୍ରାହୀ, କୋଷାଧ୍ଯକ୍ଷ ଶ୍ରୀ ଭଗବାନ ନିଶଙ୍କ ଙ୍କ ସମେତ ପୁଜା କମିଟି ର ସଦସ୍ଯ ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ । ଆସନ୍ତା ମାସ ଅକ୍ଟୋବର ୧୩ ତାରିଖ ରେ ମା ଙ୍କ ପୂଜା ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୁଚନା ମିଳିଛି ।

ବାଲକ୍ରିଷ୍ଣନଙ୍କୁ ସିଏମ୍‌ଓ ଦାୟିତ୍ୱ ଦେଲେ ପାଣ୍ଡିଆନ !

ଏଥର ସମ୍ଭାଳ (ଭୁବନେଶ୍ୱର) – ତାମିଲନାଡ଼ୁରେ ଜନ୍ମିତ ୧୯୮୪ ବ୍ୟାଚ୍ ଅବସରପ୍ରାପ୍ତ ଆଇଏଏସ୍ ଆର. ବାଲକ୍ରିଷ୍ଣନ୍ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଭାବେ ଆଜି ନିଯୁକ୍ତି ପାଇଛନ୍ତି। ସେ ତତ୍କାଳ ପ୍ରଭାବରୁ ଏହି ଦାୟିତ୍ୱ ସମ୍ଭାଳିବେ। ତେବେ ଓଡ଼ିଶା ଇତିହାସରେ ବୋଧହୁଏ ପ୍ରଥମଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିଚାଳନା ନିମନ୍ତେ ଜଣେ ମୁଖ୍ୟ ଉପଦେଷ୍ଟାଙ୍କୁ ଅବସ୍ଥାପିତ କରାଯାଇଛି। ଯାହାକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା।

ପ୍ରଶାସନିକ କାର୍ଯ୍ୟ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ) ସମ୍ଭାଳିବା ପାଇଁ ରାଜ୍ୟରେ ବରିଷ୍ଠ ଓ ଅଭିଜ୍ଞ ପ୍ରଶାସନିକ ଅଫିସରଙ୍କ ଅଭାବ ନଥିବାବେଳେ ବାଲକ୍ରିଷ୍ଣନଙ୍କୁ କାହିଁକି ଏଭଳି ଆନୁଷ୍ଠାନିକ ନିଯୁକ୍ତି ମିଳିଲା? ସେ ମୁଖ୍ୟ ସଚିବ ପାହ୍ୟାର ସୁବିଧାସୁଯୋଗ ସହ ୨୦୧୮ ଡିସେମ୍ବର ମାସରୁ ରାଜ୍ୟ ସରକାରଙ୍କ ମୁଖ୍ୟ ଉପଦେଷ୍ଟା ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ବାଲକ୍ରିଷ୍ଣନଙ୍କ ଏଭଳି ନିଯୁକ୍ତିକୁ ନେଇ ପ୍ରଶାସନିକ ଓ ରାଜନୀତିକ ମହଲରେ ଅନେକ ପ୍ରଶ୍ନ ଏବେ ଉଙ୍କି ମାରିବାରେ ଲାଗିଛି।

ଦୀର୍ଘ ଦୁଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ସହ ଅଭ୍ୟସ୍ତ ଥିବା କିଛି ବରିଷ୍ଠ ଅଫିସର ଓ ରାଜନେତାଙ୍କ ମତରେ, ବାଲକ୍ରିଷ୍ଣନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିଚାଳନା ଦାୟିତ୍ୱ ଦେବା ପଛରେ ଦୁଇଟି ମୁଖ୍ୟ କାରଣ ରହିଛି।

‘ଗୁରୁ’ ବାଲକ୍ରିଷ୍ଣନଙ୍କୁ ସିଏମ୍‌ଓ ଦାୟିତ୍ୱ କାହିଁକି ଦେଲେ ପାଣ୍ଡିଆନ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତାମିଲନାଡ଼ୁରେ ଜନ୍ମିତ ୧୯୮୪ ବ୍ୟାଚ୍ ଅବସରପ୍ରାପ୍ତ ଆଇଏଏସ୍ ଆର. ବାଲକ୍ରିଷ୍ଣନ୍ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଭାବେ ଆଜି ନିଯୁକ୍ତି ପାଇଛନ୍ତି। ସେ ତତ୍କାଳ ପ୍ରଭାବରୁ ଏହି ଦାୟିତ୍ୱ ସମ୍ଭାଳିବେ। ତେବେ ଓଡ଼ିଶା ଇତିହାସରେ ବୋଧହୁଏ ପ୍ରଥମଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିଚାଳନା ନିମନ୍ତେ ଜଣେ ମୁଖ୍ୟ ଉପଦେଷ୍ଟାଙ୍କୁ ଅବସ୍ଥାପିତ କରାଯାଇଛି। ଯାହାକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା।

ପ୍ରଶାସନିକ କାର୍ଯ୍ୟ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ) ସମ୍ଭାଳିବା ପାଇଁ ରାଜ୍ୟରେ ବରିଷ୍ଠ ଓ ଅଭିଜ୍ଞ ପ୍ରଶାସନିକ ଅଫିସରଙ୍କ ଅଭାବ ନଥିବାବେଳେ ବାଲକ୍ରିଷ୍ଣନଙ୍କୁ କାହିଁକି ଏଭଳି ଆନୁଷ୍ଠାନିକ ନିଯୁକ୍ତି ମିଳିଲା? ସେ ମୁଖ୍ୟ ସଚିବ ପାହ୍ୟାର ସୁବିଧାସୁଯୋଗ ସହ ୨୦୧୮ ଡିସେମ୍ବର ମାସରୁ ରାଜ୍ୟ ସରକାରଙ୍କ ମୁଖ୍ୟ ଉପଦେଷ୍ଟା ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ବାଲକ୍ରିଷ୍ଣନଙ୍କ ଏଭଳି ନିଯୁକ୍ତିକୁ ନେଇ ପ୍ରଶାସନିକ ଓ ରାଜନୀତିକ ମହଲରେ ଅନେକ ପ୍ରଶ୍ନ ଏବେ ଉଙ୍କି ମାରିବାରେ ଲାଗିଛି।

ଦୀର୍ଘ ଦୁଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ସହ ଅଭ୍ୟସ୍ତ ଥିବା କିଛି ବରିଷ୍ଠ ଅଫିସର ଓ ରାଜନେତାଙ୍କ ମତରେ, ବାଲକ୍ରିଷ୍ଣନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିଚାଳନା ଦାୟିତ୍ୱ ଦେବା ପଛରେ ଦୁଇଟି ମୁଖ୍ୟ କାରଣ ରହିଛି।

ପ୍ରଥମତଃ, ଦ୍ୱିତୀୟ କ୍ଷମତାକେନ୍ଦ୍ର ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ନିଜର ଜଣେ ଅତ୍ୟନ୍ତ ବିଶ୍ୱସ୍ତ (ନିଜ ଗୁରୁ) ବ୍ୟକ୍ତି ଭାବେ ବାଲକ୍ରିଷ୍ଣନଙ୍କୁ ସିଏମଓ ଦାୟିତ୍ୱ ଦେଇ ନିଜର କାର୍ଯ୍ୟଭାରକୁ ହାଲକା କରିବାକୁ ଚାହୁଁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ସଜାଡ଼ିବା ପାଇଁ ଶ୍ରୀ ପାଣ୍ଡିଆନ ଏବେ ‘ଫାଇଭ-ଟି’ ସଚିବ ଭାବେ କାର୍ଯ୍ୟ କରୁଥିବାରୁ ସମସ୍ତ ବିଭାଗର ମୁଖ୍ୟମାନେ ଏନେଇ ତାଙ୍କୁ ଆନୁଷ୍ଠାନିକ ଭାବେ ରିପୋର୍ଟ ଦେବା ଓ ଉତ୍ତରଦାୟୀ ରହିବାକୁ ବାଧ୍ୟ। ଶ୍ରୀ ପାଣ୍ଡିଆନ ଜଣେ କମିଶନର ପାହ୍ୟାର ଆଇଏଏସ୍ ଅଫିସର ହୋଇଥିବାରୁ ରାଜ୍ୟର ବରିଷ୍ଠ ପାହ୍ୟାର ଅଫିସରମାନେ ସେମାନଙ୍କର କ୍ଷମତାକୁ ଗୌଣ କରାଯାଉଥିବା ଆଶଙ୍କା କରୁଛନ୍ତି। ଯାହାକି ରାଜ୍ୟ ପ୍ରଶାସନ ପାଇଁ ଶୁଭଙ୍କର ନୁହେଁ ବୋଲି ଶ୍ରୀ ପାଣ୍ଡିଆନ ନିଜେ ଅନୁଭବ କରିସାରିଲେଣି। ତା’ଛଡ଼ା, ଦ୍ୱିତୀୟ କ୍ଷମତାକେନ୍ଦ୍ର ଭାବେ ଉଭୟ ଦଳ ଓ ସରକାରର ସବୁକଥା ଟିକିନିଖି ବୁଝୁଥିବା ଶ୍ରୀ ପାଣ୍ଡିଆନ ନିର୍ଦ୍ଦିଷ୍ଟ କୌଣସି ଗୋଟିଏ କାର୍ଯ୍ୟରେ ନିଜକୁ ସୀମିତ ରଖିଲେ ଅନ୍ୟ କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ବି ରହିଛି। ତେଣୁ ୧୯୮୪ ବ୍ୟାଚର ଅବସରପ୍ରାପ୍ତ ଆଇଏଏସ୍ ବାଲକ୍ରିଷ୍ଣନଙ୍କୁ ସିଏମଓର ମୁଖ୍ୟ ଉପଦେଷ୍ଟା ଭାବେ ଥଇଥାନ କରାଇ ତାଙ୍କ ମାଧ୍ୟମରେ ‘ଫାଇଭ୍-ଟି’ କାର୍ଯ୍ୟକ୍ରମକୁ ସଂଚାଳନ କରିବା ନିମନ୍ତେ ଶ୍ରୀ ପାଣ୍ଡିଆନ ଯୋଜନା କରିଛନ୍ତି। ଶ୍ରୀ ବାଲକ୍ରିଷ୍ଣନ ବରିଷ୍ଠ ପ୍ରଶାସକ ହୋଇଥିବାରୁ ଅନ୍ୟ ଅଫିସରମାନେ ତାଙ୍କୁ ରିପୋର୍ଟ ଦେବାରେ କୁଣ୍ଠାବୋଧ କରିବେ ନାହିଁ ଓ ଗାନ୍ଧି ଜୟନ୍ତୀରୁ ପ୍ରସ୍ତାବିତ ‘ମୋ ସରକାର’ କାର୍ଯ୍ୟକ୍ରମ ମଧ୍ୟ ସହଜରେ ସମ୍ପାଦିତ ହୋଇପାରିବ।

ଦ୍ୱିତୀୟତଃ, ଦୀର୍ଘ ଦୁଇ ଦଶନ୍ଧି ଧରି ବିଜେଡି ସୁପ୍ରିମୋ ଓ ସରକାରର ମୁଖ୍ୟ ଶ୍ରୀ ପଟ୍ଟନାୟକ ବ୍ୟକ୍ତିଗତ ଛୁଟି ନେଇନାହାନ୍ତି। ରାଜନୀତିରେ ପ୍ରବେଶ ପରଠୁ ଶ୍ରୀ ପଟ୍ଟନାୟକ ନିଜର ପୁରୁଣା ବନ୍ଧୁମାନଙ୍କୁ ଭେଟିପାରିନାହାନ୍ତି। ତେଣୁ ଶ୍ରୀ ପଟ୍ଟନାୟକ ତାଙ୍କ ବଡ଼ ଭଉଣୀଙ୍କ ପରିବାର ସଦସ୍ୟ ଓ ପୁରୁଣା ବନ୍ଧୁମାନଙ୍କୁ ଭେଟିବାକୁ ଦୁଇ ସପ୍ତାହ ପାଇଁ ଆମେରିକା ଗସ୍ତରେ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେହି ସମୟରେ ଶ୍ରୀ ପଟ୍ଟନାୟକଙ୍କ ସହ ତାଙ୍କର ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନ ମଧ୍ୟ ଆମେରିକା ଗସ୍ତରେ ଯାଇପାରନ୍ତି। ସେହି ସମୟରେ ଜଣେ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ ଦାୟିତ୍ୱରେ ରହିବେ ତଥା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ରାଜ୍ୟ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ବାଲକ୍ରିଷ୍ଣନଙ୍କ ଦାୟିତ୍ୱରେ ରହିବ।

ଏହି ଦୁଇଟି କାରଣ ପାଇଁ ଏବେ ରାଜ୍ୟ ସରକାରଙ୍କ ଉପଦେଷ୍ଟା ଥିବା ବାଲକ୍ରିଷ୍ଣନଙ୍କୁ ସିଏମଓ ମୁଖ୍ୟ ଉପଦେଷ୍ଟା ଭାବେ ଆନୁଷ୍ଠାନିକ ନିଯୁକ୍ତି ମିଳିଥିବା ଚର୍ଚ୍ଚା।

କଂଗ୍ରେସ ନେତା ଶିବକୁମାରଙ୍କୁ ବାନ୍ଧିଲା ଇଡି !

ଏଥର ସମ୍ଭାଳ (ବାଙ୍ଗଲୋର) – କର୍ଣ୍ଣାଟକ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଏକ ମନିଲଣ୍ଡରିଂ ନିରୋଧ ଆଇନ ଅଧୀନରେ ତାଙ୍କୁ ଗିରଫ କରାଯାଇଛି। ଏହି ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ତଥା ବର୍ତ୍ତମାନର କନକପୁରା ବିଧାୟକ ଆଜି ଚତୁର୍ଥ ଥର ପାଇଁ ପଚରାଉଚରା ପାଇଁ ଇଡି ନିକଟରେ ହାଜର ହୋଇଥିଲେ।

ଏହି କଂଗ୍ରେସ ନେତାଙ୍କୁ ହେପାଜତକୁ ନିଆଯାଇ ପଚରାଉଚରା କରାଯିବାର ଅଛି, ତେଣୁ ତାଙ୍କୁ ଗିରଫ କରାଯାଇଛି। ବୁଧବାର ଇଡି ତାଙ୍କୁ କୋର୍ଟରେ ହାଜର କରି ହେପାଜତରେ ନେବା ପାଇଁ ଆବେଦନ କରିବ।

ତେବେ ଶିବକୁମାରଙ୍କ ଗିରଫଦାରୀ ପରେ ବର୍ତ୍ତମାନ ଗିରଫ ହୋଇ ସିବିଆଇ ହେପାଜତରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ପୁଅ ତଥା କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ୍‌ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଇଡି କଂଗ୍ରେସ ନେତାଙ୍କୁ ହଇରାଣ କରୁଛି। ସୂଚନାଯୋଗ୍ୟ ଯେ, ଇଡି ଗତ ବର୍ଷ ସେପ୍ଟେମ୍ବରରେ ହିଁ ମାମଲା ରୁଜୁ କରିଥିଲା। ଟିକସ ଫାଙ୍କି ଏବଂ ହାୱଲା ଅଭିଯୋଗ ଆଣି ଆୟକର ବିଭାଗ ଦାଖଲ କରିଥିବା ଏକ ଚାର୍ଜଶିଟ୍‌ ଆଧାରରେ ଏହି ମାମଲା ଚାଲୁ ରହିଛି।

ଗୁଣପୁର ଠାରେ ବହୁ ଆଡମ୍ବର ସହକାରେ ଶ୍ରୀ ଗଜାନନ ଙ୍କ ପୁଜା ଅନୁଷ୍ଠିତ !

!!! ଦକ୍ଷିଣ ଓଡିଶା ଜୋନ୍ ମୁଖ୍ୟ ଡ଼ି କିରଣ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଆରମ୍ଭ ହୋଇଯାଇଛି ପାର୍ବଣର ଋତୁ । ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଅଗ୍ର‌୍ୟପୂଜ୍ୟ ଶ୍ରୀ ଗଣେଷଙ୍କ ପୂଜାକୁ ନେଇ ଗୁଣପୁର ସହର ଉତ୍ସବ ମୁଖର ହୋଇପଡିଛି । ରଙ୍ଗବେରଙ୍ଗ ଆଲୋକମାଳା ଓ ସୁସଜ୍ଜିତ ସୁନ୍ଦର ଆର୍କଷଣୀୟ ପୂଜା ମେଢରେ ଝଲସୁଛି ଗୁଣପୁର ସହର । ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ । ଡେରା ସାହି, ଶ୍ରୀନିବାସ ନାଗର ପୁଜା କମିଟି , ଜେଜେ ଛକ ପୁଜା କମିଟି ଓ ନୀଳାଦ୍ରି ବିହାର ପୂଜା କମିଟି ତରଫରୁ ଶ୍ରୀ ଗଣେଷ ପୂଜା ପାଳିତ ହୋଇଯାଇଛି ।

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସହରବାସୀଙ୍କୁ ଆକୃଷ୍ଟ କରିବା ନିମନ୍ତେ ସୁନ୍ଦର ଆର୍କଷଣୀୟ ପୂଜା ମେଢ ତଥା ତୋରଣ ସାଙ୍ଗକୁ ଶ୍ରୀ ଗଣେଷଙ୍କ ମୃଣ୍ମୟୀ ମୂର୍ତିି ପ୍ରସ୍ତୁତ କରାଯାଇଛି । ଏଥି ସହ ପୂଜା ମଣ୍ଡପ ଠାରେ ରଙ୍ଗବେରଙ୍ଗ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିବା ବେଳେ କେଉଁଠି ପାଞ୍ଚ ଦିନ , କେଉଁଠି ସାତ ଦିନ ତ ଆଉ କେଉଁଠି ଦଶଦିନ ଧରି ପୂଜା ପାଇବାକୁ ଥିବା ବିଘ୍ନ ବିନାୟକଙ୍କ ସମସ୍ତ ପୂଜାବିଧି ରିତିନୀତି ଅନୁସାରେ କରାଯାଇଛି ।

ସେହିପରି ସ୍ଥାନୀୟ ଅଟୋ ଆସୋସିଏସନ୍ ପକ୍ଷରୁ ନୂଆ ବସଷ୍ଟାଣ୍ଡ ଛକ ଠାରେ , ଗାନ୍ଧୀ ନଗର, କରଣ ସାହି , ଷ୍ଟେସନ ରୋଡ, କୁମୁଟି ସାହି , ସମେତ ସହର ର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର , ଏମ ପାୱାର ପବ୍ଲିକ ସ୍କୁଲ , ଗାନ୍ଧୀ ପବ୍ଲିକ ସ୍କୁଲ , ଜଗନ୍ନାଥ ପବ୍ଲିକ ସ୍କୁଲ , ବିଦ୍ୟାନିକେତନ ପବ୍ଲିକ ସ୍କୁଲ , ମହାତ୍ମା ଗାନ୍ଧୀ ଈଣ୍ଟରନେସ୍ନାଲ୍ ସ୍କୁଲ ଭଳି ଅନ୍ୟାନ୍ୟ ବିଦ୍ୟାଳୟ ଏବଂ ଗୁଣପୁର ମହାବିଦ୍ୟାଳୟ , ଥାୟାରାମା ମହିଳା ମହାବିଦ୍ୟାଳୟ ,ବଂଶଧାରା ବିଜ୍ଞାନ ମହାବିଦ୍ୟାଳୟ , ମହର୍ଷି ଗୁରୁକୁଳ ମହାବିଦ୍ୟାଳୟ , ଶାନ୍ତି ନିକେତନ ମହାବିଦ୍ୟାଳୟ ପ୍ରଭୁତି ରେ ମଧ୍ୟ ଶ୍ରୀ ଗଣେଷଙ୍କ ପୂଜାର୍ଚ୍ଚନା କରାଯାଇଥିଲା ।

ଗଣେଷ ପୂଜାକୁ ନେଇ ଗୁଣପୁର ବଜାର ମଧ୍ୟ ବେଶ ଚଳଚଂଚଳ ହୋଇପଡିଥିଲା ।

ରାଉରକେଲା ଷ୍ଟିଲ ପ୍ଲାଣ୍ଟ କ୍ୱାର୍ଟରରେ ଦେହ ବେପାର , ରେଡ ହାଣ୍ଡ ଧରିଲା ପୋଲିସ !

ଏଥର ସାମ୍ଭଳ (ରାଉରକେଲା) – ରାଉରକେଲା ଷ୍ଟିଲ ପ୍ଲାଣ୍ଟ କ୍ୱାର୍ଟରରେ ଦେହ ବେପାର ଚାଲିଛି ବୋଲି ଅଭିଯୋଗ ହୋଇ ଆସୁଥିବା ବେଳେ ଆଜି ବେଶ୍ୟାଳୟ ବା ଦେହ ବେପାରର କେନ୍ଦ୍ରସ୍ଥଳ ପାଲଟିଥିବା ଏକ ଆରଏସପି କ୍ବାର୍ଟରକୁ ଠାବ କରିଛି | ଅନୈତିକ ଦେହ ବେପାର ଚାଲିଥିବା ବେଲେ ପୋଲିସ ଆଜି ଚଢ଼ାଉ କରି ରେଡ ହାଣ୍ଡ ଧରିଛି କିଛି ଦେହଜୀବୀ ଯୁବତୀଙ୍କୁ |

ଏସପି ଶିବ ସୁବ୍ରମଣିଙ୍କ ନିର୍ଦ୍ଦେଶକ୍ରମେ ସେକ୍ଟର ୧୫ ପୋଲିସର ଏକ ସ୍ୱତନ୍ତ୍ର ଟିମ ରବିବାର ରାତି ଦୁଇଟା ବେଳେ ସେକ୍ଟର ୧୭ ଆରଏସପି କ୍ବାର୍ଟରର ସି ବ୍ଲକରେ ଥିବା ଏକ କ୍ବାର୍ଟରରେ ଚଢ଼ାଉ କରିଥିଲା | ଏହି ଚଢ଼ାଉ ବେଳେ ଆପତ୍ତିଜନକ ଅବସ୍ଥାରେ ଦୁଇଜଣ ଗ୍ରାହକ ଆଉ ଦୁଇଜଣ ବଙ୍ଗୀୟ ଯୁବତୀଙ୍କୁ ଗିରଫ କରିଥିଲା | ଏହି ସେକ୍ସ ରାକେଟର ରାଣୀ ମହୁମାଛି ସାଜିଥିବା ମହିଳାଙ୍କୁ ମଧ୍ୟ ପୋଲିସ ସେଠାରୁ ଗିରଫ କରିଥିଲା | ସେଠାରୁ ପୋଲିସ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି | ଇସ୍ପାତ ନଗରୀରେ ବିଭିନ୍ନ କ୍ବାର୍ଟରରେ ବେଲଗମ ଦେହ ବେପାର ଚାଲିଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ ହୋଇ ଆସିଥବା ବେଲେ ପୋଲିସ ଗୁରୁତ୍ବ ଦେଇନଥିଲା | ହେଲେ ବିଶ୍ୱସ୍ତ ସୂତ୍ରରୁ ଓ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇଁ ନୂଆ ଏସପି ଶ୍ରୀ ସୁବ୍ରମଣି ନେଇଥିବା ଏହି ପଦକ୍ଷେପକୁ ସ୍ଥାନୀୟ ଲୋକମାନେ ପ୍ରଶଂସା କରିଛନ୍ତି |

ଆଉ ନାହାନ୍ତି ମହାରାଜ ଶ୍ରୀ ଉଦିତ ପ୍ରତାପ ଦେଓ ! ଶୋକଵ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ !

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ରଜତ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଜୁନାଗଡ଼) – କଳାହାଣ୍ଡିର ୩୨ତମ ମହାରାଜ ତଥା ପୂର୍ବତନ ଜୁନାଗଡ଼ ବିଧାୟକ ଉଦିତ ପ୍ରତାପ ଦେଓଙ୍କ ଦେହାନ୍ତ. ଚାରିଦିନ ତଳେ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସନ୍ଧ୍ୟାରେ ତାଙ୍କର ପରଲୋକ ଘଟିଛି।

କଳାହାଣ୍ଡି ର ଶେଷ ଶାସକ ମହାରାଜ ପ୍ରତାପ କେଶରୀ ଦେଓଙ୍କ ଜ୍ୟେଷ୍ଠପୁତ୍ର ଉଦିତ ୨୧ ଅଗଷ୍ଟ ୧୯୪୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୭୪ ମସିହାରେ ଜୁନାଗଡ଼ ବିଧାନସଭା ମଣ୍ଡଳୀରୁ ସ୍ୱତନ୍ତ୍ର ପାର୍ଟିରୁ ନିର୍ବାଚନ ଲଢ଼ି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।  ୧୯୭୪ ରୁ ୧୯୭୭ ପର୍ଯ୍ୟନ୍ତ ସେ ଏହି ଜୁନାଗଡ ନିର୍ବାଚନ ମଣ୍ଡଳୀ ର ବିଧାୟକ ରହିଥିଲେ। ୨୦୦୧ ମସିହା  ରେ ତାଙ୍କର ରାଜ୍ୟାଭିଷେକ ହୋଇଥିଲା। ଉଦିତ ପ୍ରତାପଙ୍କ ମର ଶରୀରକୁ ଶେଷକୃତ୍ୟ ପାଇଁ ଭବାନୀପାଟଣା ନିଆଯିବ ବୋଲି ଜଣାପଡିଛି।

ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।  ମହାରାଜଙ୍କ ଦେହାନ୍ତ ଖବର ପାଇବା ପରେ ଶୋକଵ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି “କଳାହାଣ୍ଡିର ମହାରାଜ ତଥା ଜୁନାଗଡ଼ର ପୂର୍ବତନ ବିଧାୟକ ଉଦିତ ପ୍ରତାପ ଦେଓଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।”

ମହାରାଜଙ୍କ  ବିୟୋଗରେ ଏକ ଅପୂରଣୀୟ କ୍ଷତି ହୋଇ ଥିବା ବେଳେ ଅଞ୍ଚଳ ବାସୀ ମର୍ମାହତ ହୋଇପଡିଛନ୍ତି ।

କଳାହାଣ୍ଡି ଜିଲ୍ଲା ମହିଚଲା ଉତ୍କଳ ଗ୍ରାମ୍ୟ ବ୍ଯାଙ୍କ ଡକାୟତ ମାମାଲା: ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ୍

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ରଜତ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଜୁନାଗଡ଼) – କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ମହିଚଲା ଗ୍ରାମ ରେ ତା 21.02. 2017 ରିଖ ଦିନ ସେହି ଗ୍ରାମର ଉତ୍କଳ ଗ୍ରାମ୍ୟ ବ୍ଯାଙ୍କ ରେ ଛଅ ଲକ୍ଷ୍ ଏକଚାଳିଶ ହଜାର ଚଉଷଠି ଟଙ୍କା ଡକାୟତି ହୋଇ ଥିଲା । ଏନେଇ ଜୁନାଗଡ ଥାନା ରେ କେଶ୍ ନମ୍ବର 70/17 ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ହୋଇଥିଲା । ସେହି ସମୟରେ ଅଭିଯୁକ୍ତ ଭୂଷଣ ସାହୁ ନାମକ ଏକ ବ୍ୟକ୍ତି ଙ୍କୁ ଗିରଫ୍ କରି ଏସ୍ ଆଇ ଅନୁସୁପା ବେହେରା କୋର୍ଟ ଚାଲାଣ କରିଥିଲେ । ଗତ 29.08. 2019 ରିଖ ଦିନ ଜୁନାଗଡ ଜେଏମଏଫସି କୋର୍ଟ ରେ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ ଭୂଷଣ ସାହୁଙ୍କୁ  ବିଚାର ପତି ସିଏ ଦେଶପ୍ରିୟ ବାରିକ ନିର୍ଦୋଷ ରେ ଖଲାସ କରିଛନ୍ତି ।ଅଭିଯୁକ୍ତ ଙ୍କ ତରଫରୁ ଯୁବ  ଆଇନଜୀବୀ ଜୟଦେବ ସୁନାନି ମାମଲା ଲଢ଼ିଥିଲେ.।

ଆଜି ର ରାଶିଫଳ , ୩ ସେପ୍ଟେମ୍ବର ୨୦୧୯ ମଙ୍ଗଳବାର !

ମେଷ: ମନରେ ଦ୍ୱନ୍ଦ୍ୱ ରହିବ। ଅଳସୁଆ ଅନୁଭବ କରିବେ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ।

ବୃଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି।

ମିଥୁନ: ଦିନଟି ଭଲରେ କଟିବ। ବନ୍ଧୁଙ୍କ ସହ ଆନନ୍ଦରେ ଦିନଟି କାଟିବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

କର୍କଟ: ଆୟଠାରୁ ବ୍ୟୟ ଅଧିକ ହେବ। କାର୍ଯ୍ୟକ୍ଷେତ୍ରରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ସିଂହ: ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ପିଲାମାନେ ଖେଳକୁଦରେ ମନ ବଳାଇବେ।

କନ୍ୟା: ପରିବାର ସଦସ୍ୟଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା ହୋଇପାରେ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଦୁର୍ଘଟଣା ଘଟିପାରେ।

ତୁଳା: ବ୍ୟବସାୟରେ ଆଶା ମୁତାବକ ଫଳ ମିଳିବ। ପେଟରେ ଯନ୍ତ୍ରଣା ଅନୁଭବ କରିବେ। ଗହଣା କିଣିପାରନ୍ତି।

ବିଚ୍ଛା: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଛାତ୍ରଛାତ୍ରୀମାନେ ଅଧିକ ପରିଶ୍ରମ କରିବେ।
ସ୍ୱାଦିଷ୍ଟ ଖାଦ୍ୟ ଖାଇବେ।

ଧନୁ: ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ବିଦେଶକୁ ଯିବାକୁ ଯୋଜନା କରିପାରନ୍ତି। କୌଣସି ଖୁସି ଖବର ଶୁଣିପାରନ୍ତି।

ମକର: ମାଲିମକଦ୍ଦମାରେ ବିଜୟୀ ହେବେ। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ: ନକାରାତ୍ମକ ଚିନ୍ତାଧାରାଠାରୁ ଦୂରେଇ ରୁହନ୍ତୁ। ବିବାହ ସ୍ଥିର ହୋଇପାରେ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତି।

ମୀନ: ଜୀବନସାଥିଙ୍କ ସହଯୋଗ ମିଳିବ। ଉପହାର ମିଳିପାରେ। ଘରକୁ ଅତିଥି ଆସିପାରନ୍ତି।