କଟକ କୁ ଶ୍ରୀହୀନ କରିବା ବିରୁଦ୍ଧରେ ତ୍ରିରଙ୍ଗା ଶୋଭାଯାତ୍ରା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଓଡ଼ିଶା ର ପୁରାତନ ସହର କଟକରୁ ୧୧ ଗୋଟି ସରକାରୀ କାର୍ଯ୍ୟାଳୟ କୁ ଭୁବନେଶ୍ବର ସ୍ଥାନାନ୍ତରିତ କରିବା ବିରୁଦ୍ଧରେ କଟକ ଚଣ୍ଡି ମନ୍ଦିର ଠାରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ର ଆଯୋଜନ କରାଯାଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟ ଠାରେ ପହଞ୍ଚି ସରକାର ଙ୍କ ଏତାଦୃଶ ପଦକ୍ଷେପ କୁ କଡ଼ା ପ୍ରତିବାଦ କରିଛି । କଟକ ବଞ୍ଚାଅ ଅଭିଯାନ ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରା ରେ କଟକ ପ୍ରେମୀ ଓ ବହୁ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ କର୍ମକର୍ତ୍ତା ଯୋଗଦେଇ କଟକ କୁ ଶ୍ରୀହୀନ କରାଯିବା ଉଦ୍ଦେଶ୍ଯ କୁ ସଫଳ କରିଦିଆ ଯିବ ନାହିଁ ବୋଲି ମତ ପ୍ରକାଶ କରିଛନ୍ତି। ସରକାର ଏହି ନିଷ୍ପତ୍ତି ଓହୋରି ନଯିବା ଯାଏଁ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି କଟକ ବଞ୍ଚାଅ ଅଭିଯାନ ପକ୍ଷରୁ ଚେତାବନୀ ଦିଆଯାଇଛି। କଟକ ବଞ୍ଚାଅ ଅଭିଯାନ ସଦସ୍ୟ ଙ୍କ ଏଭଳି ପଦକ୍ଷେପ ପ୍ରତି ଆସ୍ତେ ଆସ୍ତେ ଜନ ସମର୍ଥନ ବଢ଼ିବାର ସୂଚନା ମିଳିଛି।

କାମ ଶେଷ ନ ହେଉଣୁ ରାସ୍ତା ର ଅବସ୍ଥା ବେହାଲ…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କଳାହାଣ୍ଡି) – ଗାଁ ଗାଁ କୁ ସଂଯୋଗୀକରଣ କରି ପକ୍କା ସଡକ ନିର୍ମାଣ ପାଇଁ ସରକାର ପ୍ରଧାନ ମନ୍ତ୍ରୀ ସଡକ ଯୋଜନା,ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଭଳି ଯୋଜନା ଲାଗୁ କରିଛନ୍ତି। କିନ୍ତୁ ଏହି ଯୋଜନା ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପକ୍କା ସଡକ ନିର୍ମାଣ ପରିବର୍ତ୍ତେ ଅତି ନିମ୍ନ ମାନର ରାସ୍ତା ନିର୍ମାଣ କରାଯାଇ ଅର୍ଥ ବାଟମାରଣା କରାଯାଇଥିବାରୁ କାମ ସମ୍ପୂର୍ଣ୍ଣ ନ ହେବା ପୂର୍ବରୁ ରାସ୍ତାରୁ ପିଚୁ ଉଠି ଯାଉଥିବା ଅଭିଁଯୋଗ୍ ହୋଇଛି । ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନ ଉଠିଛି।

ସଦ୍ୟ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଗତ ମାସରେ। କାମ ସମ୍ପୂର୍ଣ୍ଣ ନ ହେଉଣୁ କଂକ୍ରିଟ ରାସ୍ତା ଫାଟି ମରାମତି ହୋଇଛି ଓ ଚିପ୍ସ ବାହାରି ପଡ଼ିଛି। ମାପ ଅନୁଯାୟୀ କଂକ୍ରିଟ ଓ ପୋଲ କାମ ହୋଇନାହିଁ। ପିଚୁ କାମ ଅତି ନିମ୍ନ ମାନର ହୋଇଥିବାରୁ ପିଚୁ ଉଠି ଯାଇଥିବା ଅଭିଁଯୋଗ୍ ହୋଇଛି।
କେବିକେ ଯୋଜନା ରେ ସିଆଲ ଯୋଡ଼ି ଠାରୁ ପୁରୁଣା ପାଣି କୁ ୩.୫ କିମି ଦୂରତ୍ୱ ରାସ୍ତାରେ ୧୩୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ କରିଛନ୍ତି । ଧର୍ମଗଡ ର ଜଣେ ଠିକାଦାର ସ୍ଥାନୀୟ ଜଣେ ପେଟି ଠିକାଦାର ହାତରେ ଏହି କାର୍ଯ୍ୟ ସମ୍ପାଦନ କରିଥିବା କୁହାଯାଉଛି । ଆବଶ୍ୟକ ସ୍ଥାନରେ ପୋଲ ଓ ଡ୍ରେନେଜ ନିର୍ମାଣ ନ ହେବାରୁ ଘରେଘରେ ପାଣି ପଶୁଥିବା ଅଭିଯୋଗ ହେଉଛି। ଏହି ରାସ୍ତାକୁ ହାଲୁକା ଭାବେ ନେଇ ନିମ୍ନ ମାନର କାର୍ଯ୍ୟ କରିବା ଯୋଗୁ କାମ ସମ୍ପୂର୍ଣ୍ଣ ନ ହେଉ ଣୁ ରାସ୍ତାରୁ ପିଚୁ ଉଠି ପଡ଼ିଛି ଓ କାମର ଫଳକ ମଧ୍ୟ ଏ ଯାଏଁ ଲଗାନଯାଇ ସଧାରଣ ଲୋକଙ୍କୁ କାର୍ଯ୍ୟର ସବିଶେଷ ତଥ୍ୟ ବିଷୟରେ ଲୁଚାଇ ଅର୍ଥ ଆତ୍ମସାତ୍ କରିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ରାସ୍ତା ର ମରାମତି କରିବା ପରେ ହିଁ ବିଲ କରାଯିବ ବୋଲି ନିର୍ବାହୀ ଯନ୍ତ୍ରୀ ପ୍ରକାଶ କରିଛନ୍ତି।

ପଲିଥିନ୍ ମୁକ୍ତ ସାମାଜ ଗଠନ ପାଇଁ ଆହ୍ଵାନ…..!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ୍ ପ୍ରତିନିଧି ଅନୀତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲା ରାସ୍ତା ଓ କୋଠା ବାଡି ବିଭାଜନ-ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଓ ଗଜପତି ଜିଲ୍ଲା ଜାତୀୟ ରାଜପଥ ବିଭାଜନର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ମିଳିତରେ ପଲିଥିନ ବର୍ଜନତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ରାସ୍ତା ଓ କୋଠାବାଡି ବିଭାଜନ-ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ଦାସଙ୍କ ନେତୃତ୍ୱରେ ଏବଂ ପ୍ରତ୍ୟକ୍ଷ ତତ୍ତ୍ଵଧ୍ୟାନରେ ବିଭାଗୀୟ ଯନ୍ତ୍ରୀ କର୍ମଚାରୀ ଓ ଠିକାଦାର ମାନେ ଉଭୟ କାର୍ଯ୍ୟାଳୟ ସାମନାରେ ପଲିଥିନ ବର୍ଜନ-ସୁସ୍ଥ ସମାଜ ଗଠନ ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ମାନ ଦେଇ ସେଠାରେ ବୁଲି ସଚେତନ କରାଇଥିଲେ । ମୁଖ୍ୟତଃ “ସ୍ୱଚ୍ଛତା ହିଁ ସେବା” , “ସ୍ୱଚ୍ଛ-ଭାରତ” , “ସୁସ୍ଥ-ଭାରତ ଓ “ସୁନ୍ଦର ତଥା ଉନ୍ନତ ଭାରତ” ପ୍ରଭୃତିକୁ ଆଧାର କରି ଏହି ପଲିଥିନ ବର୍ଜନ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପଲିଥିନ ବ୍ୟବହାର ଦ୍ବାରା ସମାଜରେ ଦେଖା ଦେଉଥିବା କୁ-ପ୍ରଭାବ , ତାର ଦୁର୍ଗୁଣ ଓ ଅପକାରିତା ସମ୍ପର୍କରେ ସମସ୍ତଙ୍କୁ ସଚେତନ କରା ଯାଇଥିଲା । ଏଥି ସହିତ ପଲିଥିନ ବ୍ୟବହାରକୁ ସମ୍ପୁର୍ଣ୍ଣ ବର୍ଜନ କରିବା ଦ୍ବାରା କିଭଳି ଏକ ସୁସ୍ଥ ପରିବେଶରେ ପଲିଥିନ ମୁକ୍ତ ସୁସ୍ଥ ସମାଜ ଗଠନ ହେବାର ଏକ ସୁସ୍ଥ ପରମ୍ପରା ସୃଷ୍ଟି ହୋଇଥାଏ , ସେ ସମ୍ପର୍କରେ ସମସ୍ତଙ୍କୁ ସଚେତନତା ବାର୍ତ୍ତା ଦିଆ ଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଜିଜ୍ଞାସା ସାମଲ , ସହକାରୀ ଯନ୍ତ୍ରୀ ପି.ଶ୍ରୀନିବାସ ରାଓ , ଯନ୍ତ୍ରୀ ସାନମୁଖ ରାଓ , କନିଷ୍ଠ ଯନ୍ତ୍ରୀ ଗୌରୀ ପ୍ରସାଦ ସେଠୀ , ବରିଷ୍ଠ କର୍ମଚାରୀ ଏମ. ଶେଖର ରାଓଙ୍କ ସମେତ ଅନ୍ୟାନ୍ୟ ଯନ୍ତ୍ରୀ , କର୍ମଚାରୀ ଓ ଠିକାଦାର ମାନେ ଯୋଗ ଦେଇ ରାଷ୍ଟ୍ର କୁ ଏକ ପଲିଥିନ୍ ମୁକ୍ତ ସାମାଜ ଭାବେ ଗଠନ କରିବାକୁ ଆହ୍ଵାନ ଦେଇଥିଲେ ।

ସଫା ହୋଇ ପାରୁନି ବିସର୍ଜନ ସମୟର ଆବର୍ଜନା ; ମର୍ଣ୍ଣିଂ ୱାକ୍ ରେ ବରିଷ୍ଠ ନାଗରିକ ଙ୍କ ଅସୁବିଧା…

!!! ଗୁଣପୁର ରୁ ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ମୂର୍ତ୍ତୀ ବିସର୍ଜନ ନିମନ୍ତେ ବଂଶଧାରା ନଦୀ ତୁଠରେ କୌଣସି ସ୍ଥାୟୀ ବିସର୍ଜନ ତୁଠ କିମ୍ବା କୃତ୍ରିମ ବିସର୍ଜନ ଘାଟ ର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇନାହିଁ। ସହରାଞ୍ଚଳରେ ମନା ଯାଉଥିବା ମନମୟୀ ମୂର୍ତ୍ତୀ ଙ୍କ ପୂଜା ପରେ ମୂର୍ତ୍ତୀ ବିସର୍ଜନ ନିମନ୍ତେ ଗୁଣପୁର ଅଞ୍ଚଳ ବାସୀ ବଂଶଧାରା ନଦୀ ବ୍ରିଜ୍ ଉପର ରୁ ମୂର୍ତ୍ତୀ ବିସର୍ଜନ କରାଯିବା ଦେଖାଯାଉଛି। ବିସର୍ଜନ ପରେ ମୂର୍ତ୍ତୀ ସହ ଅଣାଯାଇଥିବା ପୂଜା ସମାଗ୍ରୀ, ବ୍ୟବହୃତ ଆବର୍ଜନା ଓ ସାଜସଜ୍ଜା ସମାଗ୍ରୀ ପୋଲ ଉପରେ ପକାଇ ଚାଲିଯାଉଥିବା ହେତୁ ଏହି ସ୍ଥାନ ଅଳିଆ ରେ ପରିପୂର୍ଣ୍ଣ ହୋଇ ପରିବେଶ କୁ ଦୂଷିତ କରୁଛି। ନଦୀ ଗର୍ଭରୁ ଅଣାଯାଉଥିବା ବାଲି ଟ୍ରକ୍ ଗୁଡ଼ିକ ଏହି ପୋଲ ଦେଇ ଯିବାଆସିବା ପାଇଁ ଏକ ମାତ୍ର ରାସ୍ତା। ପ୍ରତିଦିନ ୧୦୦ ରୁ ଅଧିକ ବାଲି ଗାଡି ଏହି ରାସ୍ତା ଦେଇ ଯିବା ଫଳରେ ସେଥିରୁ ଖସୁ ଥିବା ବାଲି ପୋଲର ଦୁଇ ପାର୍ଶ୍ଵରେ ଜମା ହୋଇରହୁଛି। ପରବର୍ତ୍ତୀ ସମୟରେ ଏଗୁଡ଼ିକ ସେଠାରୁ ସ୍ଥାନୀୟ ପୌର ପରିଷଦ ପକ୍ଷରୁ ସଫା କରିବା ବ୍ୟବସ୍ଥା କରାଯାଇପାରୁନାହିଁ। ସ୍ଥାନୀୟ ଅଞ୍ଚଳ ର ବରିଷ୍ଠ ନାଗରିକ ଙ୍କ ସମେତ ଅନ୍ୟ ସମସ୍ତ ଜନ ସାଧାରଣ ସକାଳ ବୁଲା ଓ ବ୍ୟାୟାମ ନିମନ୍ତେ ପ୍ରାୟତଃ ବଂଶଧାରା ନଦୀ ଉପର ଏହି ପୋଲ ସ୍ଥାନଟିକୁ ଆବୋରି ନେଇଥାନ୍ତି। ଏପରିକି ସନ୍ଧ୍ୟା ସମୟରେ ନଦୀ ତଟ ପବନ ନିମନ୍ତେ ଏହି ସ୍ଥାନ ଟି ଭ୍ରମଣ ଯୋଗ୍ୟ ବିବେଚିତ କରି ଅଞ୍ଚଳବାସୀ ଙ୍କ ଭିଡ଼ ପ୍ରାୟତଃ ରାତ୍ର ୮ ଘଣ୍ଟା ସମୟ ପର୍ଯ୍ୟନ୍ତ ଦେଖିବାକୁ ମିଳିଥାଏ। ସନ୍ଧ୍ୟା ସମୟରେ ପଡ଼ି ରହିଥିବା ବାଲି ପବନରେ ଉଡ଼ି ଏବଂ ବିସର୍ଜନ ବେଳର ଅପରିଷ୍କାର ଓ ଆବର୍ଜନା ଜନ ସାଧାରଣ ଙ୍କୁ ନାହିଁ ନଥିବା ଅସୁବିଧା ଉପୁଜାଉଛି। ଏଣୁ ବିସର୍ଜନ ପରେ ବଂଶଧାରା ଉପର ପୋଲ ଉପରେ ଜମି ରହିଥିବା ଆବର୍ଜନା ଗୁଡ଼ିକୁ ପ୍ରଶାସନ ପକ୍ଷରୁ ହଟାଇବାର ଏକ ସ୍ଥାୟୀ ବ୍ୟବସ୍ଥା କରାଇବା ପାଇଁ ସାଧାରଣ ରେ ଦାବୀ ହେଉଛି।

ପ୍ରଶାସନ ର ପଦକ୍ଷେପ , ମୁଖ୍ୟ ରାସ୍ତା ରୁ ହଟୁଛନ୍ତି ଗାଇଗୋରୁ !

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ମୁଖ୍ୟ ରାସ୍ତା ରୁ ଗାଈଗୋରୁ ହଟିବା ଏକ ପ୍ରକାର ନିଶ୍ଚିତ। ଗୁଣପୁର ମୁଖ୍ୟ ରାସ୍ତା କୁ ଅବରୋଧ କରି ରହୁଥିବା ଗାଈ ଗୋରୁ ଙ୍କୁ ହଟାଇ ଟ୍ରାଫିକ୍ ବ୍ୟବସ୍ଥା ରେ ସୁଧାର ଆଣିବା ନିମନ୍ତେ ଗୁଣପୁର ର ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ସାହୁ ଏବଂ ଭାରତ ରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ସ୍ମୃତି କମିଟି ର ଆବାହକ ଚିନ୍ମୟ ପାଣିଗ୍ରାହୀ , ସମାଜସେବୀ ଉମା ଶଙ୍କର ଦାଶ , ସାମ୍ବାଦିକ ବି. ସତୀଶ କୁମାର , ବରିଷ୍ଠ ସାମ୍ବାଦିକ ପ୍ରଦୀପ ପାଢ଼ୀ , ସମାଜସେବୀ ଅମ୍ବିକାରାଣୀ ମହାପାତ୍ର ପ୍ରମୁଖ ଗୁଣପୁର ଉପଜିଲ୍ଲାପାଳ ଡକ୍ତର ସିଦ୍ଧେଶ୍ୱର ବଳିରାମ ବନ୍ଧୋର ଙ୍କୁ ଜଣାଇଥିଲେ ।

ଉପଜିଲ୍ଲାପାଳ ମହୋଦୟ ଗୁଣପୁର ପୌରପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଡ଼କାଇ ଏହି ବିଷୟ ରେ ଆଲୋଚନା କରି ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଧେଶ ଦେଇଥିଲେ ।

ଗତକାଲି ସନ୍ଧ୍ୟା ରେ ପୌର ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ପୌର କର୍ମଚାରୀ ଙ୍କ ସହ ମିଶି ମୁଖ୍ୟ ରାସ୍ତା ରୁ ଗାଈଗୋରୁ ଙ୍କୁ ହଟାଇବା ଦେଖାଯାଇଥିଲା । ଏହି କାର୍ଯ୍ୟକ୍ରମ ଆଗକୁ ଜାରି ରହିବା ସହ ଗାଈଗୋରୁ ରଖୁଥିବା ମାଲିକ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ନିତ୍ୟାନ୍ତ ଜରୁରୀ ବୋଲି ସାଧାରଣ ରେ ଦାବୀ ହୋଇଛି ।

ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଗୋପାଳକ କହିଛନ୍ତି, ସ୍ଥାନୀୟ ଅଞ୍ଚଳ ବାସୀ ଙ୍କୁ ଦିଆଯାଇଥିବା ଗୋରୁଙ୍କ ନିମନ୍ତେ ଉଦ୍ଧିଷ୍ଟ ଗୋଚର ଜମି ପ୍ରଥମେ ଖାଲି କରି ଗୋରୁ ଚରିବା ପାଇଁ ଦିଆଯାଉ । ପରେ ଗୋରୁ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବେ । ତୁମେ ଗୋରୁ ଙ୍କ ଘରେ ରହିଲେ ସେମାନେ ରାସ୍ତା କୁ ନଯାଇ ଯିବେ କୁଆଡେ ବୋଲି ପ୍ରଶ୍ନ କରିଛନ୍ତି ।

ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ଗଠିତ ; ରାଜନୈତିକ ଅଭିସନ୍ଧି ଥାଇ ଗଢ଼ା ଯାଇଥିବା ଚର୍ଚ୍ଚା…!

ଏଥର ସମ୍ଭାଳ (ଗୁଣପୁର) – ସ୍ଥାନୀୟ ସେବା ସମାଜ ପରିସର ରେ ଦକ୍ଷିଣ ଓଡିଶା ଉନ୍ନୟନ ପରିଷଦ ରାଜ୍ୟ ସଭାପତି ଭାବେ ନିଜକୁ ଆତ୍ମ ଘୋଷିତ କରିଥିବା ରାଜ୍ୟ ବିଜେପି ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର ଙ୍କ ନେତୃତ୍ୱ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉନ୍ନୟନ ପରିଷଦ ଗୁଣପୁର ଶାଖା ଗଠନ ପରେ ଉନ୍ନୟନ ପରିଷଦ ର ପୃଷ୍ଟ ଭୂମି ଓ ଭବିଷ୍ୟତ ଯୋଜନା କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି ।

ଏହି ବୈଠକ ରେ କିଛି ଦଳୀୟ ବିରୋଧୀ ନେତୃବୃନ୍ଦ, ଶ୍ରୀ ବକ୍ସିପାତ୍ର ଙ୍କ ଆନୁଗତ୍ୟ ମାନଙ୍କ ଯୋଗଦାନ ଓ ବିଜେଡି ପକ୍ଷରୁ ଆଗାମୀ ପୌର ନିର୍ବାଚନରେ ଅଧ୍ଯଷ ପଦବୀ ପାଇଁ ପ୍ରାର୍ଥୀ ଭାବେ ଆଶାୟୀ ଥିବା ଆର.ପି.ସାହୁ ଆବାହକ ଭାବେ ରହିଥିବା ଖବର କୁ ସ୍ଥାନୀୟ ଜନତା ସହଜେ ହଜମ କରିପାରୁ ନାହାଁନ୍ତି । ଏହାକୁ ନେଇ ନାନା ପ୍ରଶ୍ନ ଉଠିଛି ।

ବିକାଶ ପରିଷଦ ନାମରେ ଏହି ଲୋକ ସାଉଁଟା ବିଜେପି ର କଳେବର ବୃଦ୍ଧି ନିମନ୍ତେ ବୋଲି ଚର୍ଚ୍ଚା ଜୋର ଧରିଛି । ସ୍ଥାନୀୟ ଅଞ୍ଚଳରେ ବିଜେପିର ସଂଗଠନ ଦୁର୍ବଳ ଏବଂ ରୁଗ୍ଣ ହୋଇଥିବାରୁ ବିଜେପି କର୍ମୀଙ୍କୁ ଏଥିରେ ସାମିଲ କରାନଯାଇ ନୂତନ ମୁହଁ କୁ ସାମିଲ କରାଯାଇଥିବା ରାଜନୈତିକ ସମାଲୋଚକ ମତପ୍ରକାଶ କରିଛନ୍ତି । ତେବେ ବିଜେଡି ପ୍ରାର୍ଥୀ ପାଇଁ ଆଶାୟୀ ଥିବା ସାହୁ ବାବୁ ଙ୍କ ହଠାତ୍ ଏ ପଟପରିବର୍ତ୍ତନ କାହିଁକି ବୋଲି ସନ୍ଦେହ ଜନକ ପ୍ରଶ୍ନ ସାଧାରଣ ରେ ଉଙ୍କି ମାରୁଛି ।

ଗତ ନିର୍ବାଚନ ରେ ଦକ୍ଷିଣ ଓଡିଶା ରେ ବିଜେପି ଲଜ୍ୟା ଜନକ ଭାବେ ପରାଜୟ ହେବା ପରେ ରାଜନୈତିକ ଦୃଷ୍ଟି କୋଣ ରୁ ଦଳ ମଧ୍ୟରେ ଓ ବାହରେ ଭୃଗୁ ବାବୁ ଙ୍କ ପରିସ୍ଥିତି ଟଳମଳ ହେଉଥିବା କାରଣ ରୁ ନିଜିର ସ୍ଥିତି କୁ ବଜାୟ ରଖିବା ପାଇଁ ଏହା ଏକ ରାଜନୈତିକ ପ୍ରୟାସ ବୋଲି ରାଜନୀତି ସମୀକ୍ଷକ ମତ ପ୍ରକାଶ କରିଛନ୍ତି।

ରାଜନୈତିକ ବ୍ୟକ୍ତି ଙ୍କ ଦ୍ଵାରା ଆହ୍ୱାନ କରାଯାଇଥିବା ପରିଷଦ ବୈଠକ ରେ ଅଧ୍ୟାପକ ଡ଼ଃ ଚନ୍ଦ୍ରଧ୍ଵଜ ପଣ୍ଡା ଙ୍କ ଯୋଗଦାନ ସାଧାରଣ ରେ ପ୍ରଶ୍ନ ଘେର ମଧ୍ୟକୁ ଟାଣି ହୋଇ ଆସିଛି। କଥା ଉଠିଛି ବାବୁ କ’ଣ ଅଧ୍ୟାପକ ପଦ ଛାଡ଼ି ରାଜନୀତି ରେ ଯୋଗ ଦେଉଛନ୍ତି କି ? ବାବୁଙ୍କ କିଛି ସପକ୍ଷବାଦୀ ଙ୍କ ମତାନୁସାରେ ଯଦି ଏମିତି ହୁଏ ତେବେ ଆଗାମୀ ପୌର ପରିଷଦ ନିର୍ବାଚନ ରେ ପଣ୍ଡା ବାବୁଙ୍କ ପାଇଁ ଅଧ୍ୟକ୍ଷ ପଦ ଥୟ ।

ଗୁଣପୁର ସହର ରେ ଦୁଇ ଦିନ ପୁର୍ବ ରୁ ଆସି ଡେରା ପକାଇ ରହିଥିବା ତଥାକଥିତ ଉନ୍ନୟନ ପରିଷଦ ର ରାଜ୍ୟ ସଦସ୍ୟ ଗଣ ଗୁଣପୁର ର ହାତ ଗଣତି କିଛି ନିଜର ଆନୁଗତ୍ୟ ଙ୍କୁ ନେଇ ଲୁଚା ଛପା ଭାବେ ବୈଠକ କରିବା ଓ ଏହି ବୈଠକ ରେ ଆଗାମୀ ପୌର ପରିଷଦ ନିର୍ବାଚନ ନିମନ୍ତେ ନିଜକୁ ଆଶାୟୀ ପ୍ରାର୍ଥୀ ଭାବେ ପ୍ରସ୍ତୁତ କରୁଥିବା ଏବଂ ପୌର ନିର୍ବାଚନ ନିମନ୍ତେ ବ୍ଲୁ ପ୍ରିଣ୍ଟ ର ମେନେଜମେଣ୍ଟ କରୁଥିବା କିଛି ଲୋକ ଙ୍କୁ ଏଥିରେ ପଦ ପଦବୀ ଦେଇ ଏବଂ ଲୁଚା ଛପା ଭାବେ କିଛି ଲୋକ ଙ୍କୁ ନେଇ ଉନ୍ନୟନ ପରିଷଦ ବୈଠକ କରିବା ଦୁର୍ଭାଗ୍ୟ ଜନକ ଓ ନିନ୍ଦନୀୟ ବୋଲି ବିଜେପି ର ବରିଷ୍ଠ କର୍ମକର୍ତ୍ତା ପ୍ରେମ ପଣ୍ଡା ଓ ସାମାଜିକ କର୍ମୀ ରବି ଆଚାରି ଅଭିଯୋଗ କରିଛନ୍ତି ।

ଦକ୍ଷିଣ ଓଡିଶା ବିକାଶ ପରିଷଦ ର ଚିନ୍ତା ଧାରା ଓ ଉଦ୍ଦେଶ୍ୟ କ’ଣ ହେଉନା କାହିଁକି ବୈଠକ ପରେ ଏହା ସାଧାରଣ ରେ ଏଠି ସେଠି ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରହସନ ପାଲଟିଛି ଗ୍ରାମ୍ୟ ପାନୀୟ ଜଳ ଯୋଜନା…!

!!! ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ରୁ ସଞ୍ଜୀବ କଣ୍ଡାଗରି ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କୋଲନରା) – ରାଜ୍ୟ ସରକାରଙ୍କ ତରଫରୁ ବସୁଧା ଜଳ ଯୋଗାଣ କାର୍ଯ୍ୟକ୍ରମ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପିଇବାକୁ ଶୁଦ୍ଧ ଜଳ ଟିକେ ପାଇପାରୁ ନାହାନ୍ତି
ଗ୍ରାମବାସୀ ମାନେ ।ଏହି ପାନୀୟ ଜଳ ସମସ୍ୟା ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ରେଖାପଦର ଗ୍ରାମ ପଞ୍ଚାୟତ ନିକଟସ୍ଥ ପାଣ୍ଡ୍ର ତଲା ଦେଖିବାକୁ ମିଳିଛି ।ଗ୍ରାମରେ ପ୍ରାୟ ୧୫୦ ପରିବାର ରହୁଥିବା ବେଳେ ୫୫୦ ଜଣ ଲୋକ ବସବାସ କରୁଛନ୍ତି ।ଗାଁ ରେ ସର୍ବ ମୋଟ ସାତଟି ନଳକୂପ ଥିବା ବେଳେ ୨ଟି ଖରାପ ଅଛି । ୨ଟି ନଳକୂପ ବ୍ୟବହାର କରୁଥିବା କହିଛନ୍ତି । ବାକି ତିନଟି ନଳକୂପ ମଧ୍ୟ କାଦୁଅ ପାଣି ବାହାରୁଛି,ତେଣୁ ପିଇବା ପାଇଁ ଉପଯୁକ୍ତ ନୁହେଁ । ୧୫୦ ଘର ପରିବାର ଲୋକେ ରାତ୍ର ଦୁଇ ଘଣ୍ଟା ସମୟ ରୁ ପାଣି ର ଅପେକ୍ଷା କରି କରି ସମୟ କଟି ଯାଉଥିବା କହିଛନ୍ତି ପାଣି ର ଅପେକ୍ଷା କରି କରି ଛାତ୍ର ଛାତ୍ରୀ ମାନେ ସମୟ ହେଇ ଯାଉଛି ବୋଲି ସ୍କୁଲ କୁ ମଧ୍ୟ ଶିକ୍ଷା ଅଧ୍ୟୟନ ପାଇଁ ଯାଇପାରୁନାହାନ୍ତି ।ଫୋଳରେ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଅନ୍ଧାର ହେଇଯିବ ବୋଧେ ବୋଲି ବାପା ମାଆ ମାନେ ଦୁଃଖିତ ରହୁଥିବା ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ମାନେ କହିଛନ୍ତି ।ଦିର୍ଘ ଚାରିମାସ ହବ ପିଇବା ପାଣି ପାଇଁ ଗ୍ରାମବାସୀ ଆଉଟୁ ପାଉଟୁ ହଉଛନ୍ତି ।ସମସ୍ତେ ଜାଣନ୍ତି ପାଣି ବିନା ଜୀବନ ଅଧୁରା ବୋଲି କିନ୍ତୁ ଦାୟିତ୍ୱ ରେ ଥିବା ଅଧିକାରୀ ମାନେ ଫେନ ତଳେ ବସି ଲୋକଙ୍କ ସେବା କରୁଥିବା ଜଣା ପଡୁଛି ।ଏହି ଚାରି ମାସ କି ଭଳି କଟିଥିବ ଶହେ ପଚାଶ ପରିବାର ଙ୍କ ଜୀବନ । ଏହିଭଳି ପରିସ୍ଥିତି ଅଧିକାରୀ ମାନଙ୍କୁ ଆସେ ରହି ପାରିବେ କି ବୋଲି ଗ୍ରାମ ର ମହିଳା ମାନେ ପ୍ରଶ୍ନ କରିଛନ୍ତି ।ଯଦି ଏହି ଚାରି ଦିନ ରେ ପାନୀୟ ଜଳର ସୁବିଧା କରାନ ଯାଏ ତେବେ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଉକ୍ତ ପ୍ରକଳ୍ପ ବିଷୟରେ ବିଭାଗୀୟ ଅଧିକାରୀ ସୁଭଦର୍ଶିନୀ ପଟ୍ଟନାୟକ ଙ୍କୁ ବୁଝିବାରୁ ତୁରନ୍ତ ଭଲ କରିବୁ ବୋଲି କହିଛନ୍ତି ।

ପୁଣି ଖଟିଆରେ ବୁହା ହେଲେ ରୋଗୀ, ଆଜି ପର୍ଯ୍ଯନ୍ତ ସହିପାରିଲାନି…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଲାଞ୍ଜିଗଡ଼) – ଠିକାଦାର ଟୁନୁ ଦାଶଙ୍କ ହତ୍ୟା ପରେ ଅଧପନ୍ତରିଆ ହୋଇ ପଡି ରହିଛି ରାସ୍ତା କାମ, ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ପ୍ରାୟ ଦେଢ କିମି ଖଟିଆରେ ବୁହାହୋଇ ଆସିଲେ ରୋଗୀ । ଘଟଣା ଟି ଘଟିଛି କଳାହାଣ୍ଡି ଜିଲ୍ଲାର ଚିର ଅବହେଳିତ ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ଅଧିନସ୍ଥ ପଲସାପଡା ଗାଁରେ । ପ୍ରାପ୍ତ ସୂଚନାରୁ ପ୍ରକାଶଯେ, ପଲସାପଡା ଗାଁର ଗୋପାଳ ପୋଢଙ୍କ ପାଟିରୁ ରକ୍ତ ପଡିବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା । ଗାଁର ଆଖପାଖରେ କୌଣସି ଉତ୍ତମ ସ୍ବାସ୍ଥ୍ୟ ସୁବିଧା ନଥିବାରୁ ତାଙ୍କୁ ଭବାନିପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯିବାପାଇଁ ସ୍ଥିର କଲେ ପରିବାରବର୍ଗ । ଆମ୍ବୁଲାନ୍ସକୁ ଡକାଗଲା, ରାସ୍ତାର କଦର୍ଯ୍ୟ ଅବସ୍ଥା ଯୋଗୁଁ ରାମଚନ୍ଦ୍ରପୁର ଠାରୁ ଆଉ ଆଗକୁ ଆମ୍ବୁଲାନ୍ସ ଯାଇନ ପାରିବାରୁ ଗୋପାଳ ଙ୍କ ସମ୍ପର୍କୀୟ ତାଙ୍କୁ ଦେଢ କିମି କାଦୁଅ ଲଚପଚ ରାସ୍ତା ଦେଇ ତାଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ରାମଚନ୍ଦ୍ରପୁରରୁ ପଲସାପଡା ପର୍ଯ୍ୟନ୍ତ ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସଂଯୁକ୍ତ ହୋଇ ରାସ୍ତା କାମ ଆରମ୍ଭ ହୋଇଥିଲା । ଏହି ରାସ୍ତାର ଠିକା ନେଇଥିବା ସ୍ପେସାଲ କ୍ଲାସ କଣ୍ଟ୍ରାକ୍ଟର ଶିବ ଶଙ୍କର ଦାଶ ଓରଫ ଟୁନୁ ଦାଶ । ଗତ ୨୦୧୮ ମସିହା ଫେବୃଆରୀ ୧୬ ତାରିଖ ଦିନ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ପାଜିବାହାଲି ଠାରେ ମାଓବାଦୀ ଙ୍କ ନିଅତ ହୋଇଥିଲେ । ଏହି ଘଟଣା ପରେ ରାମଚନ୍ଦ୍ରପୁର – ପଲସାପଡା ରାସ୍ତା କାମ ଠପ୍ ହୋଇ ପଡିଛି ।

ରାସ୍ତା କାମ ଅଧପନ୍ତରିଆ ହୋଇ ପଡିଥିବାବେଳେ ଏହି ରାସ୍ତାର ଅବସ୍ଥାକୁ ବେହାଲ କରିଦେଇଛି ରେଲୱେ କାମରେ ନିୟୋଜିତ ଭାରିଯାନ । ପଲସାପଡା ଗାଁ ନିକଟରେ ଥିବା ରେଳଧାରଣାର ବ୍ରିଜ ଓ ଅନ୍ୟାନ୍ୟ କନଷ୍ଟ୍ରକସନ କାର୍ଯ୍ୟ ଚାଲିଥିବାରୁ ଲଗାତାର ଭାବେ ଦିର୍ଘଦିନ ଧରି ଏହି ରାସ୍ତାରେ ଭାରି ଯାନବାହାନ ଯାତାୟତ ଯୋଗୁଁ ରାସ୍ତାର ମାନଚିତ୍ର ସମ୍ପୂର୍ଣ୍ଣ ବିଗିଡି ଯାଇ ମରଣଯନ୍ତା ପାଲଟିଛି ।

ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗିୟ କତୃପକ୍ଷ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରୁନାହାଁନ୍ତି। ଜଦ୍ଵାରା ବର୍ଷା ଦିନେ ଏହି ରାସ୍ତା ରେ ଗ୍ରାମବାସୀ ଯିବା ଆସିବାର ବହୁ ଅସୁବିଧା ଦେଖା ଦେଉଛି। ବିଦ୍ୟାଳୟ ଓ ମହା ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ, ପ୍ରସୂତି ମହିଳା, ରୋଗୀ, ବୃଦ୍ଧବୃଦ୍ଧାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣୁ ତୁରନ୍ତ ଏହି ରାସ୍ତା ନିର୍ମାଣ କରିବାକୁ ଦାବି ହୋଇଛି ।

ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡା ପୋଲିସ ଅଧିକାରୀ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୋଲାମୁଣ୍ଡା) – ଭିଜିଲାନ୍ସ ଜାଲରେ ପୋଲିସ ଏ. ଏସ୍. ଆଇ । ଡୁଡୁକେଲ ର ତ୍ରିନାଥ ନାଏକ ଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗୋଲାମୁଣ୍ଡା ଥାନାର ଏ. ଏସ୍. ଆଇ ରାଜ କପୁର ବେହେରା ଙ୍କୁ ଗିରଫ କରିଛି କଳାହାଣ୍ଡୀ ଭିଜିଲାନ୍ସ। ଏକ ଗଣ୍ଡଗୋଳ ଘଟଣା ରେ ପଡ଼ୋଷିଙ୍କୁ ରକ୍ତାକତ କରିଥିବା କେସ ରେ ଜାମିନ୍ ଆସିଥିଲେ ତ୍ରିନାଥ । ଏହି ଘଟଣାରେ ସମ୍ପୃକ୍ତ ଥିବା ପରିବାର ଲୋକ ଙ୍କୁ ଥାନାରେ ଜାମିନ କରାଇ ଦେବାକୁ ଏ. ଏସ୍. ଆଇ ୧୦ ହଜାର ଟଙ୍କା ଦାବି କରିଥିଲେ।ତ୍ରିନାଥ ଏହି କଥା ଭିଜିଲାନ୍ସ କୁ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ଭିଜିଲାନ୍ସ ଡି. ଏସ୍. ପି ସତ୍ୟବାନ ମହାନନ୍ଦ ଓ ତାଙ୍କ ଟିମ କୌଶଳ କ୍ରମେ ଟଙ୍କା ଦେବାବେଳେ ଏ. ଏସ୍. ଆଇ ଙ୍କୁ ଗୀରଫ୍ ରେଡ୍ କରିବାରେ ସଫଳ ହୋଇଛି କଳାହାଣ୍ଡି ଭିଜିଲାନ୍ସ।

ଓଡିଶା ଉଚ୍ଚତମ ନ୍ୟାୟାଳୟ ର ନିର୍ଦ୍ଧେଶ କ୍ରମେ ; ଗୁଣପୁର ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ !

ଏଥର ସମ୍ଭାଳ (ଗୁଣପୁର) – ଓଡିଶା ଉଚ୍ଚତମ ନ୍ୟାୟାଳୟ , କଟକ ର ନିର୍ଦ୍ଧେଶ କ୍ରମେ ଆଜି ରାୟଗଡ ଜିଲ୍ଲା ଗୁଣପୁର ବ୍ଲକ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସକାଳ ୮ ଘଣ୍ଟା ସମୟ ରେ ଗୁଣପୁର ବ୍ଲକ କାର୍ଯ୍ୟାଳୟ ପରିସର ରେ ଦାୟିତ୍ଵ ରେ ଥିବା ପି.ଇ.ଓ ପତିତ ବିସୋୟି ଙ୍କ ତତ୍ଵାବଧାନ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ବିଚାରପତି ଗୁଣପୁର ଶ୍ରୀ ଅକ୍ଷୟ କୁମାର ପ୍ରଧାନ , ଗୁଣପୁର ଜୁଡିସିଆଲ୍ ପ୍ରଥମ ଶ୍ରେଣୀ ବିଚାର ଅଧିକାରୀ ଶ୍ରୀ ଦୀପଙ୍କର ବଳ , ଗୁଣପୁର ଦୌରା ବିଚାରପତି ଶ୍ରୀ ବିଭୁଦତ୍ତ ନାୟକ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । 

ଏହା ପରେ ସ୍ଥାନୀୟ ଜି.ଆଇ.ଇ.ଟି ୟୁନିଭର୍ସିଟି ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ବୃନ୍ଦ ଏବଂ ୟୁନିଭର୍ସିଟି ର ଉପ ସଭାପତି ଶ୍ରୀ ଚନ୍ଦ୍ରଧ୍ୱଜ ପଣ୍ଡା , ଭାଇସ୍ ଚାନ୍ସଲର୍ ଶ୍ରୀ ଗୌତମ ଘୋଷ , ରେଜିସ୍ଟର୍ ଶ୍ରୀ ଏନ.ଭି.ଜେ ରାଓ ଓ ପ୍ରିନ୍ସିପାଲ ଡ଼ଃ ଶ୍ରୀ କେ ସିନ୍ଥିଲ୍ କୁମାର ଙ୍କ ଉପସ୍ଥିତି ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁରୂପ ଭାବେ ସ୍ଥାନୀୟ ଜି.ଆଇ.ସି.ଏମ.ଏସ୍ କଲେଜ ଠାରେ ମୁଖ୍ୟ ଅତିଥି ବୃନ୍ଦ ଙ୍କ ସହ କଲେଜ ର ଅଧକ୍ଷ ଶ୍ରୀ ଅକ୍ଷୟ ଦାସ , ଗାୟତ୍ରୀ ଗ୍ରୁପ ଅଫ ଇନଷ୍ଟୁସନ୍ ର ଏ.ଓ ଶ୍ରୀ ପି ଭି କୋଟେସ୍ୱର ରାଓ , ଜିଷ୍ଟ ର ପ୍ରିନ୍ସପାଲ ଡ଼ଃ ଶ୍ରୀ ଦିଲ୍ଲୀପ କୁମାର ଜେନା ଏବଂ ଜି.ଆଇ.ସି.ଏମ.ଏସ୍ ର ପ୍ରିନ୍ସପାଲ ଶ୍ରୀ ଧବଳେଶ୍ବର ପଟ୍ଟନାୟକ ଙ୍କ ଉପସ୍ଥିତି ରେ ବୃକ୍ଷ ରୋପଣ କରାଯାଇଥିଲା ।

ଆଜି ମୁଖ୍ୟ ଅତିଥି ମାନଙ୍କ ଦ୍ୱାରା ଗୁଣପୁର ବ୍ଲକ ର ରେଗେଡା , ଚିନାସାରୀ , କୁଲୁସିଂ , ପୁଟାସିଂ , ଜଲତାର , ଟଲଣା , ସଗଡା , ଚାଲକମ୍ବା , ଘନାଂତ୍ରି , ଟିଟିମିରି , ଭୀମପୁର ଓ ଡମ୍ବସରା ପଞ୍ଚାୟତ ର ବିଭିନ୍ନ ସ୍ଥାନ ରେ ଅନୁରୂପ ଭାବେ ବୃକ୍ଷ ରୋପଣ କରାଯାଇଥିଲା ।

ବୃକ୍ଷ ରୋପଣ କରିବା ଦ୍ୱାରା ପରିବେଶ କୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ସହ ଏକ ଅନୁକୁଳ ବାତାବରଣ ସୃଷ୍ଟି କରିବା ରେ ସହାୟକ ହେବ ବୋଲି ମୁଖ୍ୟ ଅତିଥି ମାନେ ଜନ ସାଧାରଣ ଙ୍କୁ ବାର୍ତ୍ତା ଦେଇ ଉତ୍ସାହିତ କରିଥିଲେ ।

ବୃକ୍ଷ ରୋପଣ ନିମନ୍ତେ ଗୁଣପୁର ଉପଖଣ୍ଡ ଜଙ୍ଗଲ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ର ଚାରା ଗଛ ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମ ରେ ଜଙ୍ଗଲ ବିଭାଗ ର ଫରେଷ୍ଟ ରେଞ୍ଜର , ଫରେଷ୍ଟ୍ରର୍ ଏବଂ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ ।