ସରକାରୀ ସହାୟତା ଅପେକ୍ଷା ରେ ବିକଳାଙ୍ଗ ସୁନିଆ ସୋରି…!
!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବେହେରା ଗ୍ରାମ ର ସ୍ଵର୍ଗତ ପଦ୍ମନ ସୋରି ଙ୍କ ୨୬ ବର୍ଷିଆ ବିକଳାଙ୍ଗ ଝିଅ ସରକାରୀ ସହାୟତା ଅପେକ୍ଷା ରେ। ସୁନିଆ ସୋରି ଙ୍କ ବୟସ ୬ ବର୍ଷ ହୋଇଥବା ବେଳେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିକଳାଙ୍ଗ ହୋଇପଡିଛନ୍ତି। ଝିଅ ର ଚିକିତ୍ସା ନିମନ୍ତେ ଆର୍ଥିକ ଯୋଗାଡ଼ ପାଇଁ ବାପା ପଦ୍ମନ ଆନ୍ଧ୍ର କୁ ଦାଦନ ଖଟିବାକୁ ଯାଇ ମୃତ୍ୟୁବରଣ କରିଥିଲେ। ସେହି ଦିନ ଠାରୁ ମା ପ୍ରମିଳା ସୁନିଆ ର ସହାଭରସା। ବର୍ତ୍ତମାନ ସୁନିଆ ଙ୍କ ଅବସ୍ଥା ଅତି ଶୋଚନୀୟ ମା ଚାଲି ପାରୁଛନ୍ତି ନା ଠିଆ ହୋଇ ପାରୁଛନ୍ତି। ବିକଳାଙ୍ଗ ଭତ୍ତା ଛଡ଼ା ସୁନିଆ ଙ୍କ ପରିବାରର ଆର୍ଥିକ ସମ୍ବଳ ଅନ୍ୟ କିଛି ନାହିଁ। ସରକାର ଙ୍କ ସହାୟତା ନିମନ୍ତେ ହାତ ପାତିଛନ୍ତି ବିକଳାଙ୍ଗ ସୁନିଆ ଓ ମା ପ୍ରମିଳା ସୋରି।
ରେସନକାର୍ଡ ସହ ଆଧାରକାର୍ଡ ଲିଙ୍କ୍ କୁ ହିତାଧିକାରୀ ଙ୍କ ବିରୋଧ ..!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – ଉଭୟ ରାଜ୍ଯ ଓ କେନ୍ଦ୍ର ସରକାର ଜନ ସାଧାରଣ ଙ୍କ ଉନ୍ନତି ପାଇଁ ଯୋଜନା ଉପରେ ଯୋଜନା ଲୋକଙ୍କୁ ହନ୍ତସନ୍ତ କରୁଛି। କେନ୍ଦ୍ର ସରକାର ରାସନକାର୍ଡ ରେ ଆଧାରକାର୍ଡ ଲିଙ୍କ୍ କୁ ବାଧ୍ୟତା ମୂଳକ କରିଥିବା ଯୋଗୁଁ ଏଥିରେ ଛନ୍ଦି ହୋଇ ପଡିଛନ୍ତି ଅନେକ ହିତାଧିକାରୀ। ଏଥି ପାଇଁ ଧର୍ମଗଡ଼ ବ୍ଲକ ର ୮୧୧୦ ହିତାଧିକାରୀ ରାସନ ପାଇବାରୁ ବଞ୍ଚିତ ହେବା ସୂଚନା ମିଳିଛି। କିଛି ହିତାଧିକାରୀ ଙ୍କ ନିକଟରେ ଆଧାରକାର୍ଡ ନାହିଁ। କେତେକ ଙ୍କ ଆଧାରକାର୍ଡ ରେ ଥିବା ତୃଟି ଯୋଗୁଁ ରାସନ କାର୍ଡ ସହିତ ଆଧାରକାର୍ଡ ଲିଙ୍କ୍ ର ଅସୁବିଧା ହେଉଥିବା ଦେଖିବାକୁ ମିଳିଛି। ଆଧାରକାର୍ଡ ର ବରମ୍ବାର ସଂଶୋଧନ କରାଯାଉଥିଲେ ମଧ୍ୟ ଏହାର ତୃଟି ଯୋଗୁଁ ହିତାଧିକାରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମ୍ପୂର୍ଣ୍ଣ ତୃଟି ସୁଧାରିବା ପର୍ଯ୍ୟନ୍ତ ରେସନକାର୍ଡ ସହ ଆଧାରକାର୍ଡ ଲିଙ୍କ୍ ନକରିବାକୁ ହିତାଧିକାରୀ ଙ୍କ ମହଲରେ ଦାବୀ ହେଉଛି।

ଶୋଚନୀୟ ହୋଇପଡ଼ିଛି ବିଜମରା ହରିଜନପଡ଼ା ରାସ୍ତା …!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ବିଜମରା ଗ୍ରାମ ହରିଜନପଡ଼ା ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଅଳ୍ପ ବର୍ଷା ରେ ରାସ୍ତା ଟି କାଦୁଅ ପଚପଚ ହୋଇଯାଇଥିବାରୁ ଲୋକେ ଯାତାୟତ କରିବାରେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ରାସ୍ତା ମରାମତି ନିମନ୍ତେ ଅନେକ ଥର ଗ୍ରାମବାସୀ ଅନୁରୋଧ କରି ଜଣାଇବା ସତ୍ତ୍ୱେ ରାସ୍ତା ନିର୍ମାଣ ପ୍ରତି କୌଣସି ପଦକ୍ଷେପ ଗ୍ରହଣ କରାଯାଇପାରି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ରାସ୍ତାଟି ମହାଜନୀ ରାସ୍ତା କହି ସ୍ଥାନୀୟ ସରପଞ୍ଚ କଥାକୁ ଏଡ଼ାଇ ଦେଉଥିବା କୁହାଯାଉଛି। ଯାଥା ଶୀଘ୍ର ରାସ୍ତା ମରାମତି କିମ୍ବା ନୂତନ ରାସ୍ତା ନିର୍ମାଣ କରାନଗଲେ ଗ୍ରାମବାସୀ ରାଜ ରାସ୍ତା କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ଭାରତୀୟ ଜନତା ପାର୍ଟି ପକ୍ଷରୁ ସେବା ସପ୍ତାହ ର ଶୁଭାରମ୍ଭ ।

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ସିନାପାଲି) – ଗଣ୍ଡାବାହଲି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସିନାପାଲି ମଣ୍ଡଳ ତରଫରୁ ଲୋକ ପ୍ରିୟ ପ୍ରଧାନ ମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ସେବା ସପ୍ତାହ ର ଶୁଭାରମ୍ଭ କରାଯାଇଛି । ମୋଦି ଜୀ ଙ୍କ ଜନ୍ମ ତିଥି ସେପ୍ଟେମ୍ବର ୧୪ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ସମସ୍ତ ଦିବସକୁ ସେବା ସପ୍ତାହ ଭାବେ ପାଳନ କରିବାକୁ ସ୍ଥିର କରାଯାଇଛି । ଏହି ଅବସରରେ ଚିକିତ୍ସାଳୟ,ବୃଦ୍ଧାଶ୍ରମ,ଅନଥାଶ୍ରମ କୁ ଯାଇ ଲୋକଙ୍କୁ ଫଳ ବଣ୍ଟନ କରିବାର ସହ ରକ୍ତଦାନ ଶିବୀର ଓ ପରିବେଶ ପରିମଳ କରିବା ଭଳି ସେବା କାର୍ଯ୍ୟକ୍ରମ ଗ୍ରହଣ କରାଯିବା ଯୋଜନା କରାଯାଇଛି । ସେହିପରି ବିଦ୍ୟାର୍ଥୀ ଙ୍କ ମଧ୍ୟରେ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା କରାଯିବା ସହ ପଲିଥିନ ବର୍ଜନ ଏବଂ ବୃକ୍ଷ ରୋପଣ ନିମନ୍ତେ ସଚେତନତା କରାଯିବ ବୋଲି ମଣ୍ଡଳ କମିଟି ପକ୍ଷରୁ ସୂଚନା ଦିଆଯାଇଛି।ଗତ ୧୬ ତାରିଖ ଦିନ ନିକଟସ୍ଥ ବିଭିନ୍ନ ଗ୍ରାମରୁ ଆସିଥିବା ଚକ୍ଷୁ ରୋଗୀଙ୍କ ଆଖି ପରୀକ୍ଷା କରାଯାଇ ୫୬ ଜଣ ରୋଗୀଙ୍କ ଅସ୍ତ୍ରୋପଚାର କରାଯିବା ନିମନ୍ତେ ସ୍ଥିର କରାଯାଇଛି। ଏମାନଙ୍କୁ ବିନା ମୂଲ୍ୟରେ ଭବାନୀପାଟଣା ସ୍ଥିତ ଜଗନ୍ନାଥ ନେତ୍ରାଳୟରେ ଅସ୍ତ୍ରୋପଚାର କରାଯିବା ଯୋଜନା କରାଯାଇଛି । ଅନୁଷ୍ଠିତ ପ୍ରସ୍ତୁତି ବୈଠକ ରେ ସ୍ଥାନୀୟ ପୂର୍ବତନ ସରପଞ୍ଚ ଚିତ୍ରସେନ ମଝି,ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତୀ , ଡ଼ଃ ଅରିଗଞ୍ଜନ ଯୋଶୀ ଙ୍କ ସମେତ ସୁବ୍ରତ ଠାକୁର ସ ଏବଂ ମହାବୀର ମିଶ୍ର ଉପସ୍ଥିତ ଥିଲେ ।

ଖଡିଆଳ ପୋଲିସ ଦ୍ୱାରା ସଡକ ସୁରକ୍ଷା ସପ୍ତାହ ପାଳନ…!

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ସିନାପାଲି) – ଗଣ୍ଡାବାହଲି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସିନାପାଲି ମଣ୍ଡଳ ତରଫରୁ ଲୋକ ପ୍ରିୟ ପ୍ରଧାନ ମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ସେବା ସପ୍ତାହ ର ଶୁଭାରମ୍ଭ କରାଯାଇଛି । ମୋଦି ଜୀ ଙ୍କ ଜନ୍ମ ତିଥି ସେପ୍ଟେମ୍ବର ୧୪ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ସମସ୍ତ ଦିବସକୁ ସେବା ସପ୍ତାହ ଭାବେ ପାଳନ କରିବାକୁ ସ୍ଥିର କରାଯାଇଛି । ଏହି ଅବସରରେ ଚିକିତ୍ସାଳୟ,ବୃଦ୍ଧାଶ୍ରମ,ଅନଥାଶ୍ରମ କୁ ଯାଇ ଲୋକଙ୍କୁ ଫଳ ବଣ୍ଟନ କରିବାର ସହ ରକ୍ତଦାନ ଶିବୀର ଓ ପରିବେଶ ପରିମଳ କରିବା ଭଳି ସେବା କାର୍ଯ୍ୟକ୍ରମ ଗ୍ରହଣ କରାଯିବା ଯୋଜନା କରାଯାଇଛି । ସେହିପରି ବିଦ୍ୟାର୍ଥୀ ଙ୍କ ମଧ୍ୟରେ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା କରାଯିବା ସହ ପଲିଥିନ ବର୍ଜନ ଏବଂ ବୃକ୍ଷ ରୋପଣ ନିମନ୍ତେ ସଚେତନତା କରାଯିବ ବୋଲି ମଣ୍ଡଳ କମିଟି ପକ୍ଷରୁ ସୂଚନା ଦିଆଯାଇଛି।ଗତ ୧୬ ତାରିଖ ଦିନ ନିକଟସ୍ଥ ବିଭିନ୍ନ ଗ୍ରାମରୁ ଆସିଥିବା ଚକ୍ଷୁ ରୋଗୀଙ୍କ ଆଖି ପରୀକ୍ଷା କରାଯାଇ ୫୬ ଜଣ ରୋଗୀଙ୍କ ଅସ୍ତ୍ରୋପଚାର କରାଯିବା ନିମନ୍ତେ ସ୍ଥିର କରାଯାଇଛି। ଏମାନଙ୍କୁ ବିନା ମୂଲ୍ୟରେ ଭବାନୀପାଟଣା ସ୍ଥିତ ଜଗନ୍ନାଥ ନେତ୍ରାଳୟରେ ଅସ୍ତ୍ରୋପଚାର କରାଯିବା ଯୋଜନା କରାଯାଇଛି । ଅନୁଷ୍ଠିତ ପ୍ରସ୍ତୁତି ବୈଠକ ରେ ସ୍ଥାନୀୟ ପୂର୍ବତନ ସରପଞ୍ଚ ଚିତ୍ରସେନ ମଝି,ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତୀ , ଡ଼ଃ ଅରିଗଞ୍ଜନ ଯୋଶୀ ଙ୍କ ସମେତ ସୁବ୍ରତ ଠାକୁର ସ ଏବଂ ମହାବୀର ମିଶ୍ର ଉପସ୍ଥିତ ଥିଲେ ।

ମୋଟରଯାନ ଆଇନ ଲୋକାଭିମୁଖୀ କରିବା ଉଦ୍ଦେଶ୍ଯରେ ଭବାନିପାଟଣା ଠାରେ ଶୋଭାଯାତ୍ରା…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କଳାହାଣ୍ଡି) -ସରକାର ଙ୍କ ଦ୍ଵାରା ପ୍ରଚଳିତ ନୂତନ ମୋଟର ଯାନ ଆଇନ କୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଭବାନୀପାଟଣା ପୋଲିସ ପକ୍ଷରୁ ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା । ଶୋଭା ଯାତ୍ରୀ ମାନେ ବ୍ରଜ ମୋହନ ହାଇସ୍କୁଲ ଠାରୁ ବାହାରି ନଗର ପରିକ୍ରମା କରିଥିଲେ । ଦୁଇ ଚକିଆ ଗାଡି ଚାଳକ ମାନେ ହେଲମେଟ ପିନ୍ଧି ଓ ଚାରିଚାକିଆ ଗାଡିଚାଳକ ମାନେ ବେଲ୍ଟ ବାନ୍ଧି ଗାଡ଼ି ଚଳାଇବା,ଗାଡି ଚଳାଇବା ସମୟରେ ମୋବାଇଲ ବ୍ୟବହାର ନକରିବା ,ମଦ ପିଇ ଗାଡି ନଚଳାଇବା ନିମନ୍ତେ ଆହ୍ୱାନ ଦିଆଯାଇଥିଲା । ସ୍ଥାନୀୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ଗାଡିର ନଥିପତ୍ର କରାଇନେବା ସହ ପଲ୍ୟୁସନ ସାର୍ଟିଫିକେଟ କରିବା ନିମନ୍ତେ ଏବଂ ନିଜର ୧୮ ବର୍ଷରୁ କମ ବୟସ ର ଶିଶୁଙ୍କୁ ଗାଡି ଚଳାଇବା ପାଇଁ ଦେଇ ଅଭିଭାବକ ମାନେ କରୁଥିବା ଭୂଲକୁ ସୁଧାରି ନେବା ପାଇଁ ଜନସାଧାରଣ ଙ୍କୁ ଅନୁରୋଧ କରାଯାଇଥିଲା । ନୂତନ ଆଇନ କୁ ଆଗାମୀ ତିନି ମାସ ନିମନ୍ତେ କୋହଳ କରାଯାଇ ଥିବା ସୂଚନା ଦିଆଯାଇ ଆଗାମୀ ଦିନରେ ଏହାର ଖିଲାପ କାରୀଙ୍କ ବିରୁଦ୍ଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ସତର୍କ କରାଯାଇଛି ।

ମ. ରାମପୁର ଠାରେ ଭୋଟର ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ମ.ରାମପୁର) – କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ର ମୋହନଗିରି ଓ ସିଂପୁର ଗ୍ରାମପଞ୍ଚାୟତ ରେ ଭୋଟର ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇହାଇଛି ।ଏଥିରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ରୁମାନା ଜାଫ୍ରି ଏବଂ ତହସିଲଦାର ଯୋଗଦେଇ ୧୮ ବର୍ଷ ର ସମସ୍ତ ନାଗରିକ ସେମାନଙ୍କ ଭୋଟ ପରିଚୟପତ୍ର ନିମନ୍ତେ ନାମ ପଞ୍ଜିକରଣ ଓ ଭୂଲ ସଂଶୋଧନ କରାଇନେବା ନିମନ୍ତେ ସଚେତନ କରିଛନ୍ତି ।ଏହି କାର୍ଯ୍ୟକ୍ରମ ରେ ମୋହନଗିରି ଓ ସିଂପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ଙ୍କ ସମେତ ସମସ୍ତ ୱାର୍ଡ ସଦସ୍ୟ ଏବଂ ଗ୍ରାମବାସୀ ଯୋଗ ଦେଇଥିଲେ ।

ଦିବ୍ୟାଙ୍ଗ ଅନିତାକୁ ସହାୟତା ଯୋଗାଇବା ନିମନ୍ତେ ସଧାରଣରେ ଦାବୀ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ମ.ରାମପୁର) – କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋହନଗିରି ଗ୍ରାମ ପଞ୍ଚାୟତ ର ଦେଉଲିଶୁଲିଆ ଗ୍ରାମବାସୀ ରାଜାରାମ ମାଝୀଙ୍କ ନାବାଳିକା ଝିଅ ଅନିତା ମାଝି ଜନ୍ମରୁ ବିକଳାଙ୍ଗ । ବିକଳାଙ୍ଗ ହେଲେବି ପରିବାର ବୋଝ ମୁଣ୍ଡଉଛି ଅନିତା । ଘରର ସମସ୍ତ ଘରକରଣା କାମ ଅନୀତା ଙ୍କୁ କରିବାକୁ ପଡୁଛି । ଏପରିକି ବାହାରକୁ ଯାଇ ସଉଦା ଆଣିବା ସହ ଅନ୍ୟ କାମ ତାକୁ ହିଁ କରିବାକୁ ପଡିଥାଏ । ଅନିତା ର ଯିବା ଆସିବା କରିବା ନିମନ୍ତେ ସରକାର ଙ୍କ ପକ୍ଷରୁ ଯେଉଁ ତିନି ଚକିଆ ସାଇକେଲ ଟିଏ ଦିଆଯାଇଥିଲା ତାହା ବର୍ତ୍ତମାନ ଭାଙ୍ଗି ନଷ୍ଟ ହୋଇଯାଇଛି । ପରିବାର ର ଅର୍ଥାଭାବ ଯୋଗୁଁ ସାଇକେଲ ଟିକୁ ସଜାଡ଼ି ବାରେ ବାଧା ଦେଉଛି । ଫଳରେ ସେ ରାଜରାସ୍ତାରେ ଗୁରୁଣ୍ଡି ହୋଇ ଯିବା ବ୍ୟତୀତ ଅନ୍ୟ ଉପାୟ ପାଇନି । ଅନିତା ସରକାରଙ୍କ ପକ୍ଷରୁ ସାଇକେଲ ଛଡ଼ା ଅନ୍ୟ କୌଣସି ସୁବିଧା ପାଇନଥିବା ଅଞ୍ଚଳବାସୀ କହିଛନ୍ତି । ସ୍ଥାନୀୟ ପ୍ରଶାସନ ତରଫରୁ ଅନିତାକୁ ସରକାର ଙ୍କ ସମସ୍ତ ସହାୟତା ଯୋଗାଇଦେବା ନିମନ୍ତେ ସାଧାରଣ ଦାବି ହେଉଛି ।

ଗଜପତି ଜିଲ୍ଲା ଗସ୍ତ କଲେ ରାଷ୍ଟ୍ରୀୟ ମହିଳା କମିଶନ ସଦସ୍ୟା…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନୀତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଭାରତ ସରକାରଙ୍କ ମହିଳା ବିକାଶ ବିଭାଗ ଅଧିନସ୍ଥ ରାଷ୍ଟ୍ରୀୟ ମହିଳା କମିଶନ ସଦସ୍ୟା ଚନ୍ଦ୍ରମୁଖୀ ଦେବୀ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ଜିଲ୍ଲାର ମହିଳା ବିକାଶ ବିଭାଗ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ପରିଦର୍ଶନ ଓ ଅନୁଧ୍ୟାନ କରିଥିଲେ ।

ପରେ କମିଶନ ସଦସ୍ୟା ଚନ୍ଦ୍ରମୁଖୀ ଦେବୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।

କମିଶନ ସଦସ୍ୟା ଚନ୍ଦ୍ରମୁଖୀ ତାଙ୍କ ପରିଦର୍ଶନ ବେଳେ ପ୍ରଥମେ ଗୋଷାଣୀ ବ୍ଲକର ପାଟ୍ଟୀକୋଟା ଠାରେ ଥିବା ସ୍ଵଧାରା ହୋମ ପରିଦର୍ଶନରେ ଯାଇଥିଲେ । ସେଠାରେ ଅନ୍ତେବାସୀଙ୍କ ପାଇଁ ହୋଇଥିବା ବିଭିନ୍ନ ବ୍ୟବସ୍ଥା ସବୁ ବୁଲି ଦେଖିଥିଲେ । ପରେ ସେଠାରେ ଅନ୍ତେବାସୀ ଓ ଦାୟିତ୍ୱରେ ଥିବା ଆଧ୍ୟିକ୍ଷିକା ସନ୍ତୋସିନୀ ପାଣିଗ୍ରାହୀଙ୍କ ସହ ବିଭିନ୍ନ ବ୍ୟବସ୍ଥା ଉପରେ ଟିକିନିଖି ପଚାରି ବୁଝିଥିଲେ ।

ତାପରେ କମିଶନ ସଦସ୍ୟା ଚନ୍ଦ୍ରମୁଖୀ ଫରେଷ୍ଟ ଛକ ଠାରେ ଥିବା ବୃଦ୍ଧାଶ୍ରମ ଆଶ୍ରା ଓ ତାଙ୍କ କାର୍ଯ୍ୟଳୟ ସୁପୁତ୍ର ପରିଦର୍ଶନ କରିଥିଲେ । ସେଠାରେ କାର୍ଯ୍ୟଳୟ ପକ୍ଷରୁ ଅନ୍ତେବାସିଙ୍କ ନିମନ୍ତେ ଥିବା ବିଭିନ୍ନ ବ୍ୟବସ୍ଥା ଉପରେ ଉଦ୍ଧିଷ୍ଟ କାଗଜପତ୍ର ସବୁ ଦେଖିଥିଲେ । ବୃଦ୍ଧାଶ୍ରମରେ ଅନ୍ତେବାସିଙ୍କ ସହିତ ବାର୍ତ୍ତାଳାପ କରିବା ସହିତ ଦାୟିତ୍ୱରେ ଥିବା ଅଧିକ୍ଷକ ସୀତାକାନ୍ତ ଦାସଙ୍କୁ ବିଭିନ୍ନ ବ୍ୟବସ୍ଥା ଉପରେ ପଚାରି ବୁଝିଥିଲେ ।

ସେଠାରୁ କମିଶନ ସଦସ୍ୟା ଚନ୍ଦ୍ରମୁଖୀ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନିର୍ଯ୍ୟାତିତ ମହିଳା ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ଥିବା ୱାନ ଷ୍ଟପ କେନ୍ଦ୍ରକୁ ପରିଦର୍ଶନରେ ଯାଇଥିଲେ । ସେଠାରେ ମଧ୍ୟ କେନ୍ଦ୍ର ବୁଲି ଦେଖିବା ସହ ସେଠାକାର ସମସ୍ତ କାଗଜ ପତ୍ର ଦେଖି ଦାୟିତ୍ୱରେ ଥିବା ସଞ୍ଚାଳିକା ଓ ଅନ୍ୟମାନଙ୍କ ସହ ବ୍ୟବସ୍ଥା ଉପରେ ପଚାରିଥିଲେ ।

ପରେ କମିଶନ ସଦସ୍ୟା ଚନ୍ଦ୍ରମୁଖୀ ପାରଳାଖେମୁଣ୍ଡି ସ୍ଥିତ ମକା-ତୋଟମ୍ମା ମନ୍ଦିର ନିକଟ ଅଞ୍ଚଳରେ ଥିବା ପୋୖଷ୍ୟ ଗ୍ରହଣ କେନ୍ଦ୍ର(ସା) ପରିଦର୍ଶନରେ ଯାଇ ସେଠାକାର ବ୍ୟବସ୍ଥା ସବୁ ଅନୁଧ୍ୟାନ କାରି ଦାୟିତ୍ୱରେ ଥିବା ପରିଚାଳକ ପ୍ରତ୍ୟୁଷ୍ କୁମାର ସୂର୍ଯ୍ୟଙ୍କ ସହ ଆଲୋଚନା କରି କାଗଜ ପତ୍ର ଦେଖିଥିଲେ । କେନ୍ଦ୍ରରେ ଥିବା ୩ ମାସ ବୟସରୁ ଆରମ୍ଭ କରି ଦେଢ ବର୍ଷ ବୟସ ମଧ୍ୟରେ ଥିବା ୬ ଜଣ ଶିଶୁଙ୍କୁ ଦେଖିଥିଲେ ଏବଂ ସେଠାରେ ସେମାନଙ୍କ ଦାୟିତ୍ୱରେ ଥିବା କେୟାର ଟେକର ମାନଙ୍କୁ ଶିଶୁ ମାନଙ୍କ ଲାଳନ ପାଳନ ଓ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ।

କମିଶନ ସଦସ୍ୟା ଚନ୍ଦ୍ରମୁଖୀଙ୍କ ଏହି ସମସ୍ତ ଗ୍ରସ୍ତ କାର୍ଯ୍ୟକ୍ରମ ବେଳେ ତାଙ୍କ ସହିତ ଆସିଥିବା ରାଜ୍ୟ ମହିଳା କମିଶନର ବରିଷ୍ଠ କ୍ଷେତ୍ର ଅଧିକାରୀ ତଥା ଡିଏସପି. ବିଜୟା ବାରୁଆ ଓ ପିଏସଓ: ସସ୍ମିତା ପତିଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ସ୍ଵଧା ଦେବ ସିଂ , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁନ୍ତଳା କୁମାରୀ ମଲ୍ଲିକ , ଜିଲ୍ଲା ମିଶନ ଶକ୍ତି ସଂଯୋଜିକା ସାରଳା ପାତ୍ର , ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ରଶ୍ମି ରଂଜନ ସେଠୀ , ସାମାଜିକ ସୁରକ୍ଷା ଅଧିକାରୀ ଯଶୋବନ୍ତି ବେହେରା ଏବଂ ପିଏସଓ ସସ୍ମିତା ପାଣିଗ୍ରାହୀ ଜିଲ୍ଲା ଚାଇଲଡ ଲାଇନ ସଂଯୋଜକ ନାଗେଶ୍ବର ଚୌଧୁରୀ ଓ ଅନ୍ୟମାନେ ଗ୍ରସ୍ତ କରିଥିଲେ ।

ମୋ ସରକାର କାର୍ଯ୍ୟକ୍ରମ ପୂର୍ବରୁ ବିଭାଗର ତତ୍ପରତା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଅକ୍ଟୋବର ୨ ତାରିଖ ରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆରମ୍ଭ କରିବାକୁ ଯାଉଛନ୍ତି ମୋ ସରକାର କାର୍ଯ୍ୟକ୍ରମ ।ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ଯ ରେ ଥିବା ବିଭିନ୍ନ ଥାନା କୁ ଆସୁଥିବା ଅଭିଯୋଗ କାରୀଙ୍କ ମଧ୍ୟରୁ ପ୍ରତିଦିନ ୧୦ ଜଣ ଙ୍କୁ ଫୋନ କରି ଅଭିଯୋଗ ଦେବାକୁ ଯିବା ସମୟରେ ସେମାନେ ଥାନା ରେ କିପରି ବ୍ୟବହାର ଓ ସେବା ପାଇଲେ ସେ ବିଷୟରେ ପଚାରି ବୁଝିବେ। ଏହା ପୁଣି କହିଛନ୍ତି, ଜନ ସାଧାରଣ ହେଉଛନ୍ତି ପ୍ରକୃତ ସରକାର । ମୋ ସରକାର (ନବୀନ ସରକାର) ହେଉଛି ଜନ ସାଧାରଣ ଙ୍କ ସରକାର। ସେମାନଙ୍କ ଅର୍ଥ ରେ ପ୍ରଶାସନ ଚାଲୁଛି, ପୋଲିସ ଷ୍ଟେସନ ଚାଲୁଛି। ତେଣୁ ସେମାନଙ୍କୁ ସମ୍ମାନର ସହିତ ବ୍ୟବହାର କରିବା ଆମର ନୈତିକ ଦାୟିତ୍ଵ।

କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଏହା ପ୍ରତିଫଳିତ ହୋଇଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦର ଠାରେ । ସ୍ଥାନୀୟ ଜୈନିକ ମହିଳା ଏକ ପାରିବାରିକ ଗଣ୍ଡଗୋଳ କୁ ନେଇ ଥାନାରେ ଏତଲା ଦେବା ପରେ ସ୍ଥାନୀୟ ଥାନା ରେ ରାଜ୍ୟରତ ଏ.ଏସ୍.ଆଇ ଜୈନିକ ମହିଳା ଏବଂ ତାଙ୍କ ସହ ଯାଇଥିବା ଘର ଭଡାଟିଆ ମହିଳା ଙ୍କୁ ଧମକ ଦେଇଥିବା ଏବଂ ଏକ ଘଣ୍ଟା ମଧ୍ୟରେ ଘର ଖାଲି ନକଲେ ଘର ର ଆସବାବ ପତ୍ର ବାହାରକୁ ଫୋପାଡି ଦେବି ବୋଲି କହିଥିବା ଅଭିଯୋଗ ନେଇ ସ୍ଥାନୀୟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ କୁ ଯାଇଥିଲେ । ସେ ଏଠାରେ ଅଧୀକ୍ଷକ ଙ୍କୁ ଭେଟି ନପାରି ତାଙ୍କ ବାସଭବନ କୁ ଅଭିଯୋଗ ଦରଖାସ୍ତ ଦେବା ନିମନ୍ତେ ଯିବା ପରେ ମଧ୍ଯ ସାକ୍ଷାତ ନପାଇ ଫେରିବା ଫଳରେ ଅନଲାଇନ୍ ମାଧ୍ୟମରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ପୋଲିସ ପ୍ରଶାସନ ପକ୍ଷରୁ ଅଭିଯୋଗକାରୀ ଜୈନିକ ମହିଳା ଙ୍କ ନିକଟକୁ ଫୋନ ମାଧ୍ୟମରେ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ।

ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଆରମ୍ଭ ହେବାକୁ ଥିବା ମୋ ସରକାର କାର୍ଯ୍ୟକ୍ରମ ପୂର୍ବରୁ ବିଭାଗୀୟ କର୍ମକର୍ତ୍ତା ଙ୍କ ତତ୍ପରତା କୁ ସାଧାରଣ ରେ ଭୂୟସୀ ପ୍ରଶଂସା କରାଯାଇଛି। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଥାନା କୁ ଆସୁଥିବା ଅଭିଯୋଗକାରୀ ମାନଙ୍କୁ ଉତ୍ତମ ବ୍ୟବହାର ମିଳିବା ନେଇ ଆଶା ସଂଚାର ହୋଇଛି।