ପି.ଡ଼ି.ଏସ ସାମଗ୍ରୀ ପାଇଁ ଲୋକେ ଯାଆନ୍ତି ୭ କି.ମି ।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ନକଟିକାନି ଗ୍ରାମ ପଞ୍ଚାୟତ ରେ ରହିଥିବା ୧୧ ଗୋଟି ୱାର୍ଡ ମଧ୍ୟରୁ କରଙ୍ଗାମୁଣ୍ଡା,ଅମୁର୍ଲା ପଦର,ଗୁଦୁର ଘୁମା,ଝୁଲେନ ବନ,କୁଟୁଳ ପଡା ଗ୍ରାମ ଗୁଡିକ ପଞ୍ଚୟତ ମୁଖ୍ୟ ସଦର ଠାରୁ ୭ କି ମି ଦୂରରେ ଅବସ୍ଥିତ ।ପଞ୍ଚାୟତର ଯେକୌଣସି କାର୍ଯ୍ୟକ୍ରମ କିମ୍ବା ରେସନ ସାମଗ୍ରୀ ନିମନ୍ତେ ଏହି ଗ୍ରାମବାସୀ ଦୀର୍ଘ ରାସ୍ତା ଅତିକ୍ରମ କରି ଯିବାକୁ ପଡ଼ିଥାଏ । ହିତାଧିକାରୀ ସାମଗ୍ରୀ ନେଇ ଘରକୁ ଫେରିବା ବେଳେ ସନ୍ଧ୍ୟା ହୋଇଯାଏ । କୁଲି ମଜୁରୀ କରି ଚଳୁଥିବା ବ୍ୟକ୍ତି ଙ୍କ ପାଇଁ ଏହି ଦିନଟି ଭାରି ପଡିଥାଏ । କେବଳ ସାମଗ୍ରୀ ପାଇଁ ଲୋକେ କାମ ଧନ୍ଦା ଛାଡ଼ି ଦିନ ତମାମ ଅପେକ୍ଷା କରିବାକୁ ପଡେ । ଏଣୁ ଗ୍ରାହକ ଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ କିମ୍ଵା ପଞ୍ଚାୟତ ପକ୍ଷରୁ ଉକ୍ତ ଗ୍ରାମ ଗୁଡିକରେ ରେସନ ସାମଗ୍ରୀ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି।

ଅଧିସୁଚନା ଅଧିକାରୀ କିଏ କି ?

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟଜୋଷୀ !!!

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ପୋୖର ପରିଷଦ କାର୍ଯ୍ୟାଳୟ ରେ କିଏ ଅଧିସୂଚନା ଅଧିକାରୀ ଭାବେ ରହିଛନ୍ତି ଏବଂ କାହାରିକୁ ଏହାର ଦାୟିତ୍ୱ ଦିଆଯାଇଛି ଏହା ସର୍ବସାଧାରଣ ରେ ସ୍ପଷ୍ଟ ହୋଇପାରୁନାହିଁ । କାର୍ଯ୍ୟାଳୟ ର କୌଣସି କର୍ମକାର୍ତ୍ତା ଙ୍କ ସିଟ ନିକଟରେ ଏନେଇ କୌଣସି ସୂଚନା ରହିନି କିମ୍ବା କିଏ ଏହି କାର୍ଯ୍ୟାଳୟର ସୂଚନା ଅଧିକାରୀ ତାଙ୍କରି ବିବରଣୀ କିମ୍ବା ସୂଚନା ଫଳକ ପୋୖର କାର୍ଯ୍ୟାଳୟ ରେ ରହିନାହିଁ । ଫଳରେ ସୂଚନା ଅଧିକାର ଫର୍ମ ଦାଖଲ କରିବାକୁ ଯାଇ ଲୋକେ ଫେରି ବାକୁ ପଡୁଛି । ସହର ମଧ୍ୟରେ ରହିଥିବା ଏହି କାର୍ଯ୍ୟାଳୟକୁ ପତ୍ର ପଠାଇବା ନିମନ୍ତେ ଡାକ ସେବାର ସହାୟତା ନେଇ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡୁଥିବା ଅଭିଯୋଗ ହେଉଛି । ପୋୖର ନିର୍ବାହୀ ଅଧିକାରୀ ଙ୍କ ଏପରି ବେପାରୁଆ ମନୋଭାବ ଅଧିସୂଚନା ଆଇନ ପ୍ରତି ଅବମାନନା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏଥିପ୍ରତି ପୋୖର ପରିଷଦ ଅଧକ୍ଷ ଦୃଷ୍ଟି ଦେଇ ଆବେଦନକାରୀ ଙ୍କୁ ସୂଚନା ଯୋଗାଇବା ଦିଗରେ ପଦକ୍ଷେପ ନେବାକୁ ଦାବୀ ହେଉଛି ।

ଜୁନାଗଡ଼ ଗଣ ଦୁଷ୍କର୍ମ ରେ ପିଡିତା ଙ୍କ ବୟାନ ପରେ ଲଳିନ୍ଦ୍ରକୁ ଗିରଫ, କୋର୍ଟ ଚାଲାଣ ।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା ଘନ ଜଙ୍ଗଲରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଘଟଣା ରାଜ୍ୟ ରାଜନୀତି କୁ ସରଗରମ କରିଛି । ଏହି ଘଟଣାରେ ପୋଲିସ ଜଣେ ନାବାଳକ ସମେତ ୮ ଜଣକୁ ଜେଲ ପଠାଇ ସାରିଥିବା ବେଳେ ଯୁବତୀ ଜଣଙ୍କୁ ଲିଫ୍ଟ ଦେଇ ଆଣିଥିବା ମୁଖ୍ୟ ଅରୋପୀ କୁ ପୋଲିସ ଗିରଫ କରିନଥିବା ଏବଂ ଏହାକୁ ପୋଲିସ ଘଣ୍ଟ ଘୋଡାଉଥିବା ବି.ଜେ.ପି ପକ୍ଷରୁ ଅଭିଯୋଗ ଆସିଥିଲା । ସଂପୃକ୍ତ ଡ୍ରାଇଭର ଜଣକ କଳାହାଣ୍ଡି ବି.ଜେ.ଡ଼ି ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରବୋଧ କୁମାର ରଥ ଙ୍କ ବସ ର ଡ୍ରାଇଭର ହୋଇଥିବାରୁ ତାଙ୍କୁ ଗିରଫ କରାଯାଇ ନଥିବା ଅଭଯୋଗ ଆଣିଥିଲେ ବି.ଜେ.ପି ନେତ୍ରୀ ଲେଖା ସାମନ୍ତରାୟ । ଅନ୍ୟ ପକ୍ଷରେ ବିରୋଧୀ ଦଳ ନେତା ଭପ୍ରଦୀପ ନାୟକ ମଧ୍ୟ ଗିରଫ ଦାବୀ କରିଥିଲେ । ବର୍ତ୍ତମାନ କଳାହାଣ୍ଡି ପୋଲିସ ସମସ୍ତ ଘଟଣାଜୁ କେନ୍ଦ୍ର କରି ଧରା ୧୬୧ ଆଧାରରେ ପୁଣିଥରେ ପିଡିତା ଙ୍କ ବୟାନ ରେକର୍ଡ଼ କରି ଅଭିଯୁକ୍ତ ଲଳିନ୍ଦ୍ରକୁ କୁ କୋର୍ଟ ଚାଲାଣ କରିଛି । ଆଜି ରାଷ୍ଟ୍ରୀୟ ମୂଳଣିବାସୀ ମହିଳା ସଂଘ କଳାହାଣ୍ଡି ଶାଖା ପକ୍ଷରୁ ସଭାନେତ୍ରୀ କମଳିନୀ ଯାଦବ ଦୁଷ୍କର୍ମ କାରୀ ମାନଙ୍କୁ ଯଥାଶୀଘ୍ର ଉଚିତ ଦଣ୍ଡ ଦିଆଯାଉ ବୋଲି ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଜୁନାଗଡ଼ ଥାନା ଅଧିକାରୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।

ଜୁନାଗଡ଼ ବଜାର ପଡିଆ ଠାରେ ଜିଲ୍ଲା ୱେବ ମିଡ଼ିଆ ସମ୍ବାଦିକ ସଂଘ ର ବୈଠକ ଅନୁଷ୍ଠିତ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବଜାର ପଡିଆ ଠାରେ ଜିଲ୍ଲା ୱେବ ମିଡ଼ିଆ ସମ୍ବାଦିକ ସଂଘ ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ସମସ୍ତ ବ୍ଲକ ରୁ ସାମ୍ବାଦିକ ଯୋଗ ଦେଇଥିଲେ ।ସମସ୍ତଙ୍କ ଉପସ୍ଥିତିରେ ଜିଲ୍ଲା କମିଟି ର କର୍ମ କର୍ତ୍ତା ମନୋନୟନ ସର୍ବ ସମ୍ମତି କ୍ରମେ ଅନୁଷ୍ଠିତ ହୋଇଯାଇଛି । କମିଟି ସଭାପତି ଭାବେଆଦିତ୍ୟ ପ୍ରସାଦ ମହାନ୍ତି, କାର୍ଯ୍ୟକାରୀ ସଭାପତି ଭାବେ ତୁଳ ମଣି ନାଗ ଉପ ସଭାପତି ଭାବେ ତୁଲା ରାମ ଛ ତ୍ରି ଆ ନିକୁଞ୍ଜ ଚାଲାଣ ଲକ୍ଷ୍ମୀ ରଞ୍ଜନ ବାଗ ସାଧସରଣ ସମ୍ପାଦକ ଭାବେ ସଂଗ୍ରନ କେଶରୀ ପାତ୍ର ସହ ସମ୍ପାଦକ ଭାବେ ବିକାଶ ନାୟକ ସୋଭିତ ଗାନ୍ଧୀ ନିଆର ରଞ୍ଜନ ପଣ୍ଡା ଙ୍କୁ ମନୋନୀତ କରାଯାଇଥିବା ବେଳେ କୋଷାଧକ୍ଷ ଭାବେ ମୋହନ ସାଗର ଏବଂ ସହଦେଵ ବେହେରାଙ୍କୁ ମନୋନୀତ କରାଯାଇଛି। ସମସ୍ତ ନବ ନିର୍ବାଚିତ କର୍ମ କାର୍ତ୍ତାଙ୍କୁ ଧନ୍ୟବାଦ ଦେବା ସହ ସାମ୍ୱାଦିକ ପ୍ୟାରିଲାଲ ଦୁର୍ଗା ତାଙ୍କରି ଅଭି ଭାଷଣରେ ଏକତାହିଁ ବଳ ବୋଲି କହିଛନ୍ତି ।

କଲମ ବଦଳରେ ପାଣିବାଲ୍ଟି ; ସ୍କୁଲ ସମୟରେ ଛାତ୍ରଛାତ୍ରୀମାନଙ୍କୁ କାମରେ ନିୟୋଜିତ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – ସରକାର ପ୍ରାଥମିକ ବିଦ୍ୟାଳୟର ବିକାଶ ପାଇଁ ଅନେକ ଯୋଜନା କରୁଛନ୍ତି । ଏହାସହ ପ୍ରାଥମିକ ବିଦ୍ୟାଳୟରେ ଦଣ୍ଡମୁକ୍ତ ଭାବେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରିବା ସରକାରଙ୍କ କଡା ନିର୍ଦ୍ଦେଶ ରହିଥିବା ବେଳେ ଛୋଟ ପିଲାଙ୍କୁ ଓଜନିଆ ସ୍କୁଲ ବ୍ୟାଗ, ହୋମୱାର୍କ, ସରକାରଙ୍କ କଟକଣା ଥିବାବେଳେ ଏଠାରେ ସ୍କୁଲ ପିଲାଙ୍କୁ କାମରେ ନିୟୋଜିତ କରାଉଛନ୍ତି ଶିକ୍ଷକ।

ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଫୋରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଜଣେ ଛାତ୍ରୀ ୧୫/୨୦ ଲିଟର ପାଣି ବାଲ୍ଟି ମୁଣ୍ଡରେ ବୋହି ସ୍କୁଲ ଭିତରକୁ ଆସୁଥିବା ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀଙ୍କୁ କାମରେ ନିୟୋଜିତ କରିବା ପାଇଁ କିଏ ଅନୁମତି ଦେଇଛି ତାହାକୁ ନେଇ ଉଠିଛି ପ୍ରଶ୍ନ ।

ଏହି ସ୍କୁଲରୁ ୫କିମି ଦୂରରେ ଗୋଲାମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ରହିଥିଲେ ମଧ୍ୟ କୌଣସି ଉଚ୍ଚପଦସ୍ତ ଅଧିକାରୀଙ୍କର ନଜର ଏହା ପ୍ରତି ପଡୁନଥିବା ବେଳେ ବିଦ୍ୟାଳୟରେ ପାଠ ପଢିବା ସମୟରେ ଛାତ୍ରଛାତ୍ରୀଙ୍କୁ ଶିଶୁ ଶ୍ରମିକ ଭଳି କାମ କରିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଜଗନ୍ନାଥପୁର ଉଚ୍ଚ ବିଦ୍ୟାଳୟରେ ଦୁର୍ବୁତ୍ତ ଙ୍କ ଉନ୍ମୁକ୍ତକାଣ୍ଡ ! ମୋଟର ଭାଙ୍ଗିଲେ, ପାଇପ କାଟିଲେ ; ସମସ୍ୟା ଶୁଣୁନାହାନ୍ତି ଶିକ୍ଷାଧିକାରୀ ।

!!! ରାୟଗଡ ଜିଲ୍ଲା ସ୍ବତନ୍ତ୍ର ପ୍ରତିନିଧି ଦୀପକ କୁମାର ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଳକ ଜଗନ୍ନାଥପୁର ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଦୁର୍ବୁତ୍ତ ମାନେ ଭଙ୍ଗା ରୁଜା କରିଥିବା ଅଭିଯୋଗ ହୋଇଛି । ସୂଚନାଥାଉକି ଗତ ୧୯ ତାରିଖ ରାତି ପ୍ରାୟ ୧୨ଘଣ୍ଟା ସମୟରେ ରାତ୍ର ଜଗୁଆଳି ପାଲାକା ରାମାରାଓ ସ୍କୁଲ ତଦାରଖ କରି ଫେରିବା ପରେ ପରେ କିଛି ଲୋକ ଆସି ମୋଟର ପାଇପକୁ ଭାଙ୍ଗିବା ସହ ପାଇପ ଗୁଡ଼ିକ କାଟିଦେଇଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୋନାଲି ସୁନାସେଠୀ ପ୍ରଥମେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଜଣାଇଥିଲେ।

କିନ୍ତୁ ଆଜିକୁ ୧୦ ଦିନ ହେଲାଣି ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଜିଲ୍ଲା ଶିକ୍ଷା ଅଧିକାରୀ ଚୁପ ରହିଥିବା ହେତୁ ପ୍ରଧାନ ଶିକ୍ଷୟତ୍ରୀ ସୋନାଲି ସୁନା ସେଠି ଦୁଃଖ ପ୍ରକାଶ କରିଛନ୍ତି। ସେହିପରି ଏହା ଏକ ସେବାଶ୍ରମ ହୋଇଥିବାରୁ ଏଠାରେ ୯୨ ଜଣ ଅନ୍ତେବାସୀ ରହି ଶିକ୍ଷାଗ୍ରହଣ କରୁଛନ୍ତି । ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ହେଉନଥିବାରୁ ସ୍କୁଲର ଛାତ୍ର ଛାତ୍ରୀ ମାନେ ପାଠ ପଢା ରୁ ବଞ୍ଚିତ ହେଉଛନ୍ତି ।

ବାରମ୍ବାର ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଜଣା କରିଥିଲେ ମଧ୍ୟ ସେ ଏଥି ପ୍ରତି ଦୃଷ୍ଟି ଦେଉନଥିବା ହେତୁ ସ୍କୁଲ ର ପରିଚାଳନା କମିଟି କ୍ଷୋଭ ପ୍ରକାଶ କରିଛନ୍ତି।

ବିଦ୍ୟାଳୟର ଅନେକ ସ୍ଥାନରେ ପାଚେରୀ ନଥିବାରୁ ଅନ୍ତେବାସୀ ନିଜକୁ ଅସୁରକ୍ଷିତ ମଣେ କରୁଛନ୍ତି। ଅନ୍ତେବାସୀଙ୍କ ସ୍ବାଥଦୃଷ୍ଟିରୁ ଯଥାଶୀଘ୍ର ମୋଟର ମରାମତି କରାଯିବା ପାଇଁ ଦାବୀ ହେଉଛି । ମୋଟର ଭାଙ୍ଗିବା ଘଟଣା ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ପୂଣ୍ଣଚନ୍ଦ୍ର ବାରିହା ଙ୍କୁ ପ୍ରଧାନଶିକ୍ଷୟତ୍ରୀ ଫୋନଯୋଗେ ଜଣାଇଥିଲେ । ଶିକ୍ଷା ଅଧିକାରୀ ଏନେଇ ଥାନା ରେ ଏକ ଏତଲା ଦେବା କୁ କହି ନିଜ ଦାୟିତ୍ଵ ସାରିଦେଇଥିବା ଅଭିଯୋଗ ହେଉଛି ।

ବିଦ୍ୟାଳୟ ରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟି ଯାଇଥିଲେ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀ କିମ୍ବା ଏହାଙ୍କ ପକ୍ଷରୁ କୌଣସି ଅଧିକାରୀ ଅଞ୍ଚଳ ପରିଦର୍ଶନ କରି ତଦାରଖ କରିନଥିବା ଅଭିଯୋଗ ହେଉଛି ।