ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ।

!!! କନ୍ଧମାଳ ଜିଲ୍ଲା ଫୁଲବାଣୀ ରୁ ପ୍ରତିନିଧି ସୁକାନ୍ତ କୁମାର ବେହେରା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଫୁଲବାଣୀ) – ଫୁଲବାଣୀ ଜିଲ୍ଲା କ୍ରୀଡା ସଂସଦ ଦ୍ଵାରା ଆୟୋଜିତ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଗତ ୧୦ ତାରିଖରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ରେ ଜିଲ୍ଲାର ଵିଭନ୍ନ ଅଞ୍ଚଳରୁ ଆସିଥିବା ୧୨ଟି ଦଳ ଭାଗ ନେଇଥିଲେ । ଫାଇନାଲ ମ୍ୟାଚରେ ଫୁଲବାଣୀ ନେତାଜୀ ସୁଭାଷ ର ଦଳ ସହିତ ଏ. ଯେ. ଓ ହାଇସ୍କୁଲ୍ ଦଳର ଖେଳ ହୋଇଥିଲା। ନେତାଜୀ କ୍ଲବ୍ ୧-୦ ଗୋଲ ରେ ଏ. ଯେ. ଓ ହାଇସ୍କୁଲ କୁ ହରାଇ ଚମ୍ପିୟନ ବିବେଚିତ ହୋଇଥିଲା। କନ୍ଧମାଳ ଆରକ୍ଷୀ ଅଧିକ୍ଷକ ପ୍ରତୀକ ଗୀତା ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ହାରଜିତ୍ ଉପରେ ଅଧିକ ଗୁରୁତ୍ୱ ନଦେଇ ଖେଳୁଆଡ଼ ମନୋଭାବ ନେଇ ଖେଳିଲେ ହିଁ ଖେଳର ଉନ୍ନତି ହେବା ସହିତ ପରସ୍ପର ମଧ୍ୟରେ ଭାଇଚାରା ମୋନଭାବ ସୃଷ୍ଟି ହୋଇପାରିବ ବୋଲି କହିଥିଲେ। ପ୍ରାରମ୍ଭିକ ସୂଚନା ରେ ଜିଲ୍ଲା କ୍ରୀଡା ସଂସଦ ର ସଂପାଦକ ଶିବ ପ୍ରସାଦ ତ୍ରିପାଠୀ ଟୁର୍ଣ୍ଣାମେଣ୍ଟ ପାଇଁ ସହଯୋଗ କରିଥିବା ସମସ୍ତ ବ୍ୟକ୍ତି ବିଶେଷ ଏବଂ ଦର୍ଶକ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ରେ ଫୁଲବାଣୀ କ୍ରୀଡା ଛାତ୍ରାବାସ ର ୧୫ ବର୍ଷିୟ ଖେଳାଳି ଭାରତୀୟ ଦଳରେ ପ୍ରତିନିଧିତ୍ଵ କରି ଆନ୍ତର୍ଜାତୀୟ ଖେଳ ରେ ଭାଗନେଇ ଖେଳି ଥିବା କିଶୋର ଫୁଟବଲ ଖେଳାଳି ଏ. ଶିବା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଖେଳର ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବେ ଏ. ଯେ. ଓ ହାଇସ୍କୁଲ୍ ର ଖେଳାଳି ଚନ୍ଦ୍ର ଜର୍ସି ଙ୍କୁ, ବେଷ୍ଟ ଡିଫରେନ୍ସ ଖେଳାଳି ଭାବେ ଭେନୁ ଏବଂ ଗୋଲକିପର ଭାବରେ ନେତାଜୀ କ୍ଲବ ର ଶୁକଦେବ ଦିଗାଲ ଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଭାବେ ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ବସନ୍ତ କୁମାର ବେହେରା ଓ କିଶୋର ସେଠ୍ ମାଝୀ, ଫୁଲବାଣୀ କ୍ରୀଡ଼ା ସଂସଦ ର ସଦସ୍ୟ ସନ୍ତୋଷ କୁମାର ମିଶ୍ର, ସୁରେଶ କୁମାର ମହାପାତ୍ର, ଗୌରୀ ଶଙ୍କର ବେହେରା, ହେମନ୍ତ କୁମାର ମହାନ୍ତି, ଆଇନଜିବୀ ବିଜୟ କୃଷ୍ଣ ପଟ୍ଟନାୟକ ଉପସ୍ଥିତ ଥିଲେ। ଶେଷ ପର୍ଯ୍ୟାୟରେ ଅନୁଷ୍ଠିତ ପ୍ରତିଯୋଗିତାରେ ରେଫରି ଭାବରେ ଶ୍ୟାମ ସୁନ୍ଦର ଶାହା ଖେଳ ପରିଚାଳନା କରିଥିବା ବେଳେ ତାଙ୍କୁ ଏଥିରେ ଉଦୟ ଶଙ୍କର କଅଁର, ସତ୍ୟ ନାରାୟଣ ମୁଖୀ ଓ ସୋରଜ କୁମାର ମୁନି, ଲାଇନ୍ ମ୍ୟାନ୍ ଭାବରେ ସହଯୋଗ କରିଥିଲେ। ଅନ୍ୟ ଦିବସ ମାନଙ୍କ ରେ ରେଫରି ଭାବରେ କ୍ରୀଡ଼ା ଶିକ୍ଷକ ଅଭିମନ୍ୟୁ ମହାନ୍ତ, ସୁନୀଲ କୁମାର ବେହେରା, ସ୍ଵପ୍ନେଶ୍ଵର କଅଁର, ସୁଶାନ୍ତ ଜୁଣ୍ଡି, ପ୍ରିୟବ୍ରତ ତ୍ରିପାଠୀ ଓ ଗୌର ଚନ୍ଦ୍ର ମହାନ୍ତି ଖେଳ ପରିଚାଳନା କରିଥିଲେ।

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ “ସ୍ୱଚ୍ଛ ଭାରତ ମିଶନ” କାର୍ଯ୍ୟକ୍ରମ ଅନୁଷ୍ଠିତ !

!!! ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ  ଜିଲ୍ଲା ଶିକ୍ଷାରେ ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ “ସ୍ୱଚ୍ଛ ଭାରତ ମିଶନ” ଓ ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ସ୍ୱଚ୍ଛତା କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି ।

      ଏହି ଅବସରରେ ପ୍ରତିଷ୍ଠାନର ବରିଷ୍ଠ ପ୍ରଶିକ୍ଷକ ପ୍ରସାଦ ନାୟକଙ୍କ ନେତୃତ୍ୱରେ ପ୍ରତିଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ସ୍ୱଚ୍ଛତା ଉପରେ  ବିଭିନ୍ନ ସଚେତନତା ମୂଳକ ପ୍ଲା-କାର୍ଡ ଗୁଡ଼ିକ ଧରି  ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଲୋକ ମାନଙ୍କୁ ସଚେତନ କରାଇଥିଲେ ।

     ପରେ ପ୍ରତିଷ୍ଠାନ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରତିଷ୍ଠାନର ଅଧ୍ୟକ୍ଷା ଅପର୍ଣ୍ଣା ମିଶ୍ର ଅଧ୍ୟକ୍ଷତା କରି ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାରକୁ ସମ୍ପୁର୍ଣ୍ଣ ଭାବେ ବର୍ଜନ କରିବା ସହ ପରିବେଶକୁ ପ୍ରଦୂଷଣ ମୁକ୍ତ କରି ସୁସ୍ଥ ସମାଜ ଓ ଦେଶ ଗଠନରେ ସହାୟକ ହେବାକୁ ଆହ୍ବାନ କରିଥିଲେ ।

    ଅନ୍ୟ ମାନଙ୍କ ମଧ୍ୟରେ  ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ଡାକ୍ତର ମୁର୍ମୁ , ମମତା ଜେନା , ମନୋଜ କୁମାର ଗମାଙ୍ଗ , ସୁଚିସ୍ମିତା ବଳ , ତ୍ରିଲୋଚନ ମହାଲିକ , ସନ୍ତୋସି ଦେବୀ , ପ୍ରସାଦ ନାୟକ ଏବଂ ଧନଞ୍ଜୟ ପାତ୍ର ପ୍ରମୁଖ  ଶିକ୍ଷକ ଓ ପ୍ରଶିକ୍ଷକ ମାନେ ଯୋଗଦେଇ ସ୍ୱଚ୍ଛ ଭାରତ ମିଶନର ଆଭିମୁଖ୍ୟ ଉପରେ କହି ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାରର ଅପକାରିତା ଓ ଉପକାରିତା , ପରିବେଶ ଚତୁଃପାଶ୍ୱ ସଫା ରଖିବା , ବାହ୍ୟ ମଳତ୍ୟାଗ ନ କରି ପାଇଖାନା ବ୍ୟବହାର କରିବା , ନିରୋଗ ଜୀବନଯାପନ କରି ସୁସ୍ଥ ସମାଜ ଓ ସୁସ୍ଥ ଦେଶ ଗଠନରେ ସହାୟକ ହେବା ଉପରେ ସଚେତନ କରାଇଥିଲେ ।

    ପରେ  ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱଚ୍ଛତା ହିଁ ସେବା ଓ ଅନ୍ୟାନ୍ୟ ଦିଗରେ ସବୁବେଳେ ସ୍ୱଛ୍ୱତା ଅବଲମ୍ବନ କରିବା ପାଇଁ ସଂକଳ୍ପ ନେବାକୁ ଶପଥ ପାଠ କରା ଯାଇଥିଲା ।

   ଶେଷରେ ଛାତ୍ରଛାତ୍ରୀ ମାନଙ୍କ ସମେତ ପ୍ରତିଷ୍ଠାନର ଅଧ୍ୟକ୍ଷା ଓ ପ୍ରଶିକ୍ଷକ ଓ ଶିକ୍ଷକ ମାନେ ପ୍ରତିଷ୍ଠାନ  ପରିସରରେ ସଫେଇ କାର୍ଯ୍ୟ କରିଥିଲେ।

ଦଲାଲ ଙ୍କ କବଜା ରେ ରାୟଗଡ ଜିଲ୍ଲା ଆର ଟି ଓ କାର୍ଯ୍ୟାଳୟ ?

!!! ରାୟଗଡ ଜିଲ୍ଲା ସ୍ବତନ୍ତ୍ର ପ୍ରତିନିଧି ଦୀପକ କୁମାର ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡ) – ରାଜ୍ୟ ରେ ଦେଖା ଦେଇଥିବା ଟ୍ରାଫିକ ସମସ୍ୟା କୁ ଦୁର କରିବା ପାଇଁ ରାଜ୍ୟ ସରକାର ତିନି ମାସ ପର୍ଯ୍ୟନ୍ତ ଟ୍ରାଫିକ ନିୟମ କୁ କୋହଳ କରିଛନ୍ତି ଏବଂ ତିନି ମାସ ମଧ୍ୟରେ ସମସ୍ତ ଯାନବାହାନ ଚାଳକ ମାନଙ୍କୁ ନିଜ ନିଜ ର ଲାଇସେନ୍ସ , ପ୍ରଦୂଷଣ ପ୍ରମାଣ ପତ୍ର , ଇନ୍ସୁରାନ୍ସ ଏବଂ ଆର.ସି ବୁକ୍ କରାଇ ନେବାକୁ କହିଛନ୍ତି । ପନ୍ଦର ଦିନ ଭିତରେ ଆର.ଟି.ଓ କାର୍ଯ୍ୟାଳୟ ରେ ଦଲାଲ ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମସ୍ତ ଜିଲ୍ଲା ର ଆର.ଟି.ଓ ମାନଙ୍କ ସହ ଭିଡ଼ିଓ କନଫ୍ରେନ୍ସଇଂ ମାଧ୍ୟମ ରେ କଥା ହୋଇ ନିର୍ଦ୍ଧେଶ ଦେଇଛନ୍ତି । କିନ୍ତୁ ଆଜ କୁ ବହୁ ବର୍ଷ ହେବ ରାୟଗଡ଼ା। ଜିଲ୍ଲା ସଦର ଅଶୋକ ସିନେମା ହଲ କମ୍ପ୍ଲେକ୍ସ ରେ ଶଙ୍କର ରାଓ ନାମକ ଏକ ଭଦ୍ରବ୍ୟକ୍ତି ବିନା ପଞ୍ଜିକରଣ ଏବଂ ବିନା ଲାଇସେନ୍ସ ରେ ଆର.ଟି.ଓ କାର୍ଯ୍ୟାଳୟ ଖୋଲି ବେପାର ଚଲାଇଥିବା ଅଭିଯୋଗ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦଲାଲ ମାରଣ ନୀତି କୁ ରାଜ୍ୟ ବାସୀ ଭୁୟସି ପ୍ରଶଂସା କରୁଥିବା ବେଳେ , ଦୀର୍ଘ ବର୍ଷ ଧରି ରାୟଗଡ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ କୁ ଅନ୍ଧାର ରେ ରଖି ନିଜ ବ୍ୟବସାୟ ଚଲାଇଛନ୍ତି ବୋଲି କୁହାଯାଉଥିବା ଅଭିଯୋଗ ର ସତ୍ୟା ସତ୍ୟ ତଦନ୍ତ କରି ଯଥା ଶୀଘ୍ର ରାୟଗଡ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ରେ ଦାବୀ ହେଉଛି । ଦେଖିବାକୁ ରହିଲା ଆଗାମୀ ଦିନ ରେ ରାୟଗଡ ଜିଲ୍ଲା ଦଲାଲ ମୁକ୍ତ ହେବ ନା ପୁର୍ବ ଭଳି ଦଲାଲ ଙ୍କ କବଜା ରେ ରହିବ ଜିଲ୍ଲା ଆର.ଟି.ଓ କାର୍ଯ୍ୟାଳୟ ।