ଦୁଇ ଦିନରେ ସରକାରୀ ମେଡିକାଲ୍‌ରୁ ଧରାପଡ଼ିଲେଣି ୩୦ ଦଲାଲ୍‌

ଏଥର ସମ୍ଭାଳ ବ୍ୟୁରୋ – ଦୁଇ ଦିନରେ ରାଜ୍ୟର ବିଭିନ୍ନ ମେଡ଼ିକାଲ୍‌ରୁ ଧରାଗଲେଣି ୩୦ ଦଲାଲ। ଏଥିରେ ଭୁବନେଶ୍ୱରରୁ ୪, ସମ୍ବଲପୁର ଭିମ୍‌ସାରରୁ ୫, ବଲାଙ୍ଗିରରୁ ୫, ଭଦ୍ରକରୁ ୪, ମୟୂରଭଞ୍ଜରୁ ୩, ରାଉରକେଲାରୁ ୪, ବାଲେଶ୍ୱରରୁ ୩ ଓ ନବରଙ୍ଗପୁରରୁ ୨ ଦଲାଲ ଅଛନ୍ତି। ଦଲାଲମୁକ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଜିଲ୍ଲାପାଳ ଓ ଏସ୍‌ପିମାନେ ଏପରି ଏହି ଚଢଉ କରିଛନ୍ତି।

ସମ୍ୱଲପୁର ବୁର୍ଲା ଭିଏସ୍ଏସ୍ ମେଡିକାଲ କଲେଜ ଓ ହସ୍ପିଟାଲରୁ ୫ ଜଣ ଦଲାଲ ଗିରଫ ହୋଇଛନ୍ତି। ଗିରଫ ଦଲାଲଙ୍କ ଭିତରୁ ଜଣଙ୍କ ଘର ସମ୍ବଲପୁର ସହରରେ ହୋଇଥିବା ବେଳେ ଅନ୍ୟ ୪ ଜଣଙ୍କ ଘର ବୁର୍ଲାରେ। ଏଠାକୁ ଆସୁଥିବା ରୋଗୀଙ୍କୁ ଭୁଆଁ ବୁଲାଇ ଏମାନେ ଘରୋଇ ନର୍ସିଂହୋମକୁ ପଠାଉଥିବା ନେଇ ସୂଚନା ମିଳିଛି।

ଏପଟେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରୁ ଧରାପଡିଛନ୍ତି ୫ ଦଲାଲ। ଏମାନଙ୍କୁ ଧରିବା ପାଇଁ ସାଧା ପୋଷାକରେ ହସ୍‌ପିଟାଲ ପରିସରରେ ଜଗି ରହିଥିଲେ ପୁଲିସ। ସରକାରୀ ଡାକ୍ତରଖାନାରୁ ଘରୋଇ ନର୍ସିଂ ହୋମ୍‌ ଓ ଘରୋଇ କ୍ଳିନିକକୁ କିଏ ରୋଗୀଙ୍କୁ ଡାକି ନେଉଛି? କିଭଳି ଢଙ୍ଗରେ ନିଆଯାଉଛି? ତାହା ଉପରେ ତୀକ୍ଷ୍ଣ ନଜର ରଖିଛି ପୁଲିସ। ଏହା ସତ୍ତ୍ୱେ ଦଲାଲମାନେ ସେମାନଙ୍କ କାୟା ବିସ୍ତାର କରୁଥିଲେ। ଆଉଟ୍‌ଡୋର ଟିକେଟ୍‌ ନେଇ ନିଜକୁ ରୋଗୀ ବୋଲି କହି ଚାଲି ଯାଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଥିଲେ ଦଲାଲ। ଏହି ଚଢଉରେ ଜିଲ୍ଲାପାଳ ଓ ଏସ୍‌ପି ସାମିଲ ଥିଲେ। ଏଥିରେ ନର୍ସିଂହୋମ କିମ୍ବା ଆଉ କାହାର ସଂପୃକ୍ତି ଥିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁଲିସ ଅଧିକାରୀ।

ଏପଟେ କ୍ୟାପିଟାଲ ହସ୍ପିଟାଲରୁ ଧରାପଡିଥିବା ୪ ଦଲାଲଙ୍କ ମଧ୍ୟରୁ ୩ ଜଣ ମେଡିସିନ୍‌ ରିପ୍ରେଜେଣ୍ଟିଭ(ଏମ୍‌ଆର୍‌) ଅଛନ୍ତି। ଆଗକୁ ଏମ୍‌ଆରଙ୍କ ପ୍ରବେଶ ଉପରେ ମଧ୍ୟ ନିଷେଧାଦେଶ ଜାରି କରିଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ। ଯଦି ଡାକ୍ତରଙ୍କ ଲିଙ୍କ ବାହାରିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିର୍ଦ୍ଦେଶକ ଅଶୋକ ପଟ୍ଟନାୟକ କର୍ତ୍ତୃପକ୍ଷ।

ଅପରପଟେ ଏହି ଅଭିଯାନକୁ ଆଗକୁ କଡାକଡି କରାଯିବ ବୋଲି କହିଛନ୍ତି ପୁଲିସ କମିଶନର ସୁଂଧାଶୁ ଷଡ଼ଙ୍ଗୀ।

ବାରମ୍ବାର ଦାବି କଲେ ବି ଶୁଣିଲାନି ବିଦ୍ୟୁତ ବିଭାଗ

ଏଥର ସମ୍ଭାଳ (ବରଗଡ) – ପଦ୍ମପୁର ଉପଖଣ୍ଡ କପିସିଲା ଗ୍ରାମ ରେ ଲଗାଯାଇଥିବା ଷ୍ଟ୍ରିଟ ଲାଇଟ ଗୁଡିକ ର ଆର୍ଥିଙ୍ଗ ଠିକ ଭାବରେ ନ ହୋଇଥିବାରୁ ଖୋଲାରେ ବିଦ୍ୟୁତ ପାସ ହେଉଛି। ଏଣୁ ଆଜି ସକାଳୁ କପିସିଲା ଗ୍ରାମର ରାଜୁ ରଣାଙ୍କ ଗାଈ ଚରିବା ପାଇଁ ଯାଉ ଥିବା ବେଳେ ବର୍ଷା ପାଣି ଯୋଗୁ ଏହି ବିଦ୍ୟୁତ ଖୁଣ୍ଟର ସଂସ୍ପର୍ଶ ରେ ଆସି ଯାଇଥିଲେ। କୌଣସି ମତେ ଦୁଇଟି ଗାଈ ଙ୍କୁ ରକ୍ଷା କରିଥିଲେ ମଧ୍ୟ ଆଉ ଗୋଟିଏ ଗାଈର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଏଣୁ ଏହି ଖୁଣ୍ଟ ବିଷୟରେ ବାରମ୍ବାର ବିଦ୍ୟୁତ ବିଭାଗକୁ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି ବୋଲି କହିଛନ୍ତି ଗ୍ରାମବାସୀ। ଏହା ସହ ଆଜି ପଶୁର ଯେପରି ଦୁର୍ଦ୍ଦଶା ହୋଇଛି କାଲି  ଯଦି କୌଣସି ମଣିଷର ହୁଏ ତେବେ ଦାୟିତ୍ବ କାହାର ହେବ ବୋଲି ଯୁକ୍ତି ବଢ଼ିଛନ୍ତି ଗ୍ରାମବାସୀ।

ବିଡ଼ିଓଙ୍କ ହସ୍ତକ୍ଷେପ ପରେ ସମାଧାନ ହେଲା ବିବାଦ : ଦୁଇ ମାସ ପରେ ଖୋଲିଲା ଅଙ୍ଗନବାଡ଼ି ସେଣ୍ଟର

!!! ପଶ୍ଚିମ ଓଡିଶା ଯୋନ୍ ମୁଖ୍ୟ ଏମ ଶ୍ରୀକାନ୍ତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବରଗଡ) :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଚରଦାପାଳି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚଙ୍ଗରିଆ ଗ୍ରାମର ଅଙ୍ଗନବାଡି ସେଣ୍ଟର ଗତ ପ୍ରାୟ 2 ମାସ କାଳ ବନ୍ଦ ରହିବା ପରେ ଆଜି ପାଇକମାଲ ବିଡ଼ିଓ ଶ୍ରୀ ସଦାଶିବ ନାୟକ ଓ ଗ୍ରାମବାସୀ ମାନଙ୍କ ମଧ୍ୟରେ ଏକ ଲମ୍ବା ଆଲୋଚନା ପରେ ଅଙ୍ଗନବାଡି ସେଣ୍ଟର ଖୋଲିଥିଲା । 

        ପ୍ରାପ୍ତ ସୂଚନା ଅନୁସାରେ ଚଙ୍ଗରିଆ ଗ୍ରାମରେ ଥିବା ଅଙ୍ଗନବାଡି ସେଣ୍ଟର ର ସହାୟିକାଙ୍କର ସହିତ ଗ୍ରାମବାସୀ କୋଣସି କଥାକୁ ନେଇ ବିବାଦ ବଢି ଯିବାରୁ ଗ୍ରାମବାସୀ ମାନେ ସହାୟିକା ଙ୍କୁ ବରଖାସ୍ତ କରିବା ଦାବିରେ ଅଙ୍ଗନବାଡି ସେଣ୍ଟର କୁ ତାଲା ବନ୍ଦ କରିଦେଇଥିଲେ । ଅଙ୍ଗନବାଡି ସେଣ୍ଟର ରେ ତାଲା ପଡିଥିବା ଜାଣିବା ପରେ ଆଜି ବିଡ଼ିଓ ଶ୍ରୀ ନାୟକ, WEO ଶ୍ରୀ ଗୁରୁ ଚରଣ ଦାସ ପ୍ରମୁଖ ଚଙ୍ଗରିଆ ଗ୍ରାମବାସୀ ଙ୍କର ସହିତ ପ୍ରାୟ ଚାରିଘଣ୍ଟା ମାରାଥନ ଆଲୋଚ କରିଥିଲେ | ପରେ ବିଡିଓ ଙ୍କର ଅନୁରୋଧ ରକ୍ଷା କରି ଗ୍ରାମବାସୀ ଓ ସହାୟିକା ଙ୍କର ମଧ୍ୟରେ ବୁଝାମଣା ହେବାପରେ ସେଣ୍ଟରର ତାଲା  ଖୋଲିଥିଲେ । ବହୁ ଦିନ ପରେ ବିଡ଼ିଓ ଶ୍ରୀ ନାୟକ ଗ୍ରାମକୁ ପହଂଛି ସମସ୍ୟା ର ସମାଧାନ କରିଥିବାରୁ ଗ୍ରାମବାସୀ ମାନେ ବିଡ଼ିଓ ଶ୍ରୀ ନାୟକ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଜି.ଆଇ.ଇ.ଟି ୟୁନିଭର୍ସିଟି ଗୁଣପୁର ପକ୍ଷରୁ ମେଘା ରକ୍ତଦାନ ଶିବୀର ଅନୁଷ୍ଠିତ !

!!! ରାୟଗଡ଼ା ଜିଲ୍ଳା ସ୍ୱତନ୍ତ୍ର ପ୍ରତିନିଧି ଦୀପକ କୁମାର ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଜି.ଆଇ.ଇ.ଟି ୟୁନିଭର୍ସିଟି ଗୁଣପୁର ପକ୍ଷରୁ ମେଘା ରକ୍ତଦାନ ଶିବୀର ଅନୁଷ୍ଠିତ ହୋଇଯାଇଛି ।ଜାତୀୟ ସେବାଯୋଜନା ଦିବସ ପାଳିତ ଅବସରରେ ଆୟୋଜିତ ଏହି ରକ୍ତ ଦାନ ଶିବୀର ରେ ସ୍ଥାନୀୟ ଉପ ଜିଲ୍ଲା ପାଳ ଡ଼ଃ ସିଧେଶ୍ୱର ବଳିରାମ ବନ୍ଦର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଶ୍ୱବିଦ୍ୟାଳୟ ର ସଭାପତି ଡ଼ଃ ସତ୍ୟପ୍ରକାଶ ପଣ୍ଡା ଯୋଗଦେଇ ପ୍ରତି ମାସରେ ଏଭଳି ରକ୍ତଦାନ ଶିବୀର ଏବଂ ମେଘା ରକ୍ତଦାନ ଶିବୀର ଅନୁଷ୍ଠିତ କରାଯାଇ ଗୁଣପୁର,ପାରଳାଖେମୁଣ୍ଡି, ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲାର ରକ୍ତ ଭଣ୍ଡାରକୁ ରକ୍ତ ପ୍ରେରିତ କରି ରକ୍ତ ହୀନତା ରୋଗୀଙ୍କୁ ରକ୍ତ ଯୋଗାଯାଉଛିବୋଲି ପ୍ରକାଶ କରିଛନ୍ତି । ଏହି ମେଗା ରକ୍ତଦାନ ଶିବୀରରେ ୬୩୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏଥି ପୂର୍ବରୁ ପ୍ରବନ୍ଧ,ବକ୍ତୃତା,ଫୋଟୋଗ୍ରାଫି ଓ ଆର୍ଟ ଗ୍ୟାଲେରୀ ସହ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଛି ।

ଯୁବତୀଙ୍କୁ ଗଣ ବଳାତ୍କାର ଓ ଭିଡିଓ ଭାଇରାଲ ଘଟଣାରେ ୭ ଅଭିଯୁକ୍ତ ଗିରଫ..!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଜୁନାଗଡ଼) – କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣ ବଳାତ୍କାର ଓ ଭିଡିଓ ଭାଇରାଲ ଘଟଣାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଆଜି ଜୁନାଗଡ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏକଥା ପ୍ରକାଶ କରିଛନ୍ତି କଳାହାଣ୍ଡି ଆରକ୍ଷ ଅଧିକ୍ଷକ (ଏସପି) ବାତୁଳା ଗଙ୍ଗାଧର । ଏସପିଙ୍କ ସୁଚନା ପ୍ରକାରେ ଗତ ସେପ୍ଟେମ୍ବର ୧୪ ତାରିଖ ଦିନ ଉକ୍ତ ଯୁବତୀ ଜଣକ ଧର୍ମଗଡ ବ୍ଲକ ପର୍ଲାର ଲିଲେନ୍ଦ୍ର ଶବରଙ୍କ ସହ ଭବାନୀପାଟଣାରୁ ଘରକୁ ଫେରୁଥିଲେ । ଜୁନାଗଡ ଥାନା ବନମାଲିପୁର ପାଖରେ ୬ ଜଣ ଅଜଣା ବ୍ୟକ୍ତି ସେମାନଙ୍କୁ ଅଟକାଇ ଯୁବତୀଙ୍କୁ ପାଖ ଜଙ୍ଗଲକୁ ନେଇ ଗଣ ବଳାତ୍କାର କରିଥିଲେ ଓ ପରେ ଭିଡିଓ ଭାଇରାଲ କରିଥିଲେ ।
କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣ ବଳାତ୍କାର ଓ ଭିଡିଓ ଭାଇରାଲ ଘଟଣାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଆଜି ଜୁନାଗଡ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏକଥା ପ୍ରକାଶ କରିଛନ୍ତି କଳାହାଣ୍ଡି ଆରକ୍ଷ ଅଧିକ୍ଷକ (ଏସପି) ବାତୁଳା ଗଙ୍ଗାଧର । ଏସପିଙ୍କ ସୁଚନା ପ୍ରକାରେ ଗତ ସେପ୍ଟେମ୍ବର ୧୪ ତାରିଖ ଦିନ ଉକ୍ତ ଯୁବତୀ ଜଣକ ଧର୍ମଗଡ ବ୍ଲକ ପର୍ଲାର ଲିଲେନ୍ଦ୍ର ଶବରଙ୍କ ସହ ଭବାନୀପାଟଣାରୁ ଘରକୁ ଫେରୁଥିଲେ । ଜୁନାଗଡ ଥାନା ବନମାଲିପୁର ପାଖରେ ୬ ଜଣ ଅଜଣା ବ୍ୟକ୍ତି ସେମାନଙ୍କୁ ଅଟକାଇ ଯୁବତୀଙ୍କୁ ପାଖ ଜଙ୍ଗଲକୁ ନେଇ ଗଣ ବଳାତ୍କାର କରିଥିଲେ ଓ ପରେ ଭିଡିଓ ଭାଇରାଲ କରିଥିଲେ ।
ଜୁନାଗଡ ଥାନା ପରିସରରେ ଅୟୋଜିତ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଆରକ୍ଷ ଅଧିକ୍ଷକ ବାତୁଳା ଗଙ୍ଗାଧରଙ୍କ ସହ ଅତିରିକ୍ତ ଆରକ୍ଷ ଅଧିକ୍ଷକ ଗୋପିନାଥ ମଣିପାତ୍ର, ଧର୍ମଗଡ ଏସଡିପିଓ ଲକ୍ଷ୍ମୀ ପଣ୍ଡା, ଜୁନାଗଡ ଥାନା ଅଧିକାରୀ ପ୍ରଭାତ ସେଠୀ ପ୍ରମୂଖ ଉପସ୍ଥିତ ଥିଲେ । ଏହା ଜୁନାଗଡ ପୋଲିସ ପାଇଁ ଏକ ବଡ ସଫଳତା ବୋଲି ଚର୍ଚ୍ଚା ଚାଲିଛି।