ଗୋଲମୁଣ୍ଡା ଠାରେ ନୂତନ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ର ଭିତ୍ତି ଭୂମି ସ୍ଥାପନ ।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୋଲମୁଣ୍ଡା) – କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଠାରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କ କର କମଳ ରେ ନୂତନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଭିତି ପ୍ରସ୍ତର ସ୍ଥାପନ ଓ ଭୂମି ପୂଜନ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ମାନ୍ୟବର ଶକ୍ତି ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, ପୁଷ୍ପେନ୍ଦ୍ର ସିଂଦେଓ, ଅନାମ ନାୟକ ଏବଂ ଗୋଲମୁଣ୍ଡା ବ୍ଲକ ଅଧକ୍ଷ ତୁଲେସ୍ଵର ନାୟକ ଙ୍କ ସମେତ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନେ ଯୋଗଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗୋଲମୁଣ୍ଡା ଅଞ୍ଚଳ ର ଜନସାଧାରଣ ଯୋଗଦେଇ ନବୀନ ସରକାର ଙ୍କ ଏଭଳି ଜନ ସେବା କାର୍ଯ୍ୟକ୍ରମ କୁ ଭୂୟସୀ ପ୍ରଶଂସା କରିଥିଲେ।

ଭବାନୀପାଟଣା ଠାରେ ୱେବ୍ ମିଡ଼ିଆ ସଂଘର ବୈଠକ ଅନୁଷ୍ଠିତ…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କଳାହାଣ୍ଡି) – କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ହୋଟେଲ ଭାଗୀରଥୀ ଇନ୍ ଠାରେ ବରିଷ୍ଠ ସାମ୍ବାଦିକ ସନ୍ତୋଷ ଆଚାର୍ଯ୍ଯଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ଜିଲ୍ଲା ୱେବ୍ ମିଡ଼ିଆ ସଂଘ ର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭିନ୍ନ ୱେବ୍ ମିଡ଼ିଆ ର ବ୍ଲକ ଓ ଜିଲ୍ଲା ପ୍ରତିନିଧି ଯୋଗଦେଇଥିଲେ। ସମ୍ବାଦିକ ଙ୍କ କ୍ଷେତ୍ରରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟା, ସୁରକ୍ଷା ଓ ସଂଗଠନ କୁ ମଜଭୁତ କରିବା ନେଇ ବକ୍ତା ମାନେ ମତ ପ୍ରକାଶ କରିଥିଲେ। ଜନ ସାଧାରଣ ଙ୍କ ବିଭିନ୍ନ ସମସ୍ୟା କୁ ଖବର ମାଧ୍ୟମରେ ଉପସ୍ଥାପନା କରି ସରକାର ଓ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିବା ସହିତ ଏହାର ସମାଧାନ ଦିଗରେ ସହଯୋଗ କରିବା ନେଇ ଆଲୋଚନା କରାଯାଇଥିଲା। ସଂଗଠନକୁ ସୁପରିଚାଳନା କରିବା ପାଇଁ ଏକ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯାଇଥିଲା। ଏହାର ସଭାପତି ଭାବେ ଆଦିତ୍ୟ ମହାନ୍ତି, କାର୍ଯ୍ୟକାରୀ ସଭାପତି ଭାବେ କୁଳମଣି ନାଗ, ଉପସଭାପତି ଭାବେ ତୁଳସୀ ରାମ ଛତ୍ରିୟା, ସାଧାରଣ ସମ୍ପାଦକ ଭାବେ ସଂଗ୍ରାମ କେଶରୀ ପାତ୍ର, ଯୁଗ୍ମ ସମ୍ପାଦକ ଭାବେ ବିକାଶ ନାୟକ ଓ ଶୋଭିତ ଗାନ୍ଧୀ ଙ୍କୁ ମନୋନୀତ କରାଯାଇଥିବା ବେଳେ କୋଷାଧ୍ୟକ୍ଷ ଭାବେ ମଧୁସୂଦନ ମହାପାତ୍ର ଙ୍କୁ ଦାୟିତ୍ବ ଅର୍ପଣ କରାଯାଇଛି।

ପାରଳାଖେମୁଣ୍ଡି ଠାରେ ୱାକର୍ସ କ୍ଲବ ପକ୍ଷରୁ ୱାକିଂ ପ୍ରତିଯୋଗିତା ଅନୁଷ୍ଠିତ ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନୀତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ୱାକର୍ସ କ୍ଲବ ପକ୍ଷରୁ ୱାକିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ଛଅ ଘଣ୍ଟା ସମୟରେ ମହାରାଜଙ୍କ ରାଜମହଲ ସାମନା ଠାରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ଯୋଗ ଦେଇ ସବୁଜ ପତାକା ଦେଖାଇ ପ୍ରତିଯୋଗିତାକୁ ଉଦ୍ ଘାଟନ କରିଥିଲେ। ଏଥିରେ ୪୦ ବର୍ଷରୁ ୫୦ ବର୍ଷ ବୟସ ମଧ୍ୟରେ ଓ ଅନ୍ୟଟି ୫୦ବର୍ଷରୁ ଉର୍ଦ୍ଧ୍ବ ବୟସ ଅନୁସାରେ ଏହି ପ୍ରତିଯୋଗିତା ଦୁଇଟି ବର୍ଗରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ୧୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ। ପ୍ରାତଃ ଭ୍ରମଣ ସ୍ୱାସ୍ଥ୍ୟ ପକ୍ଷେ ହିତକରକ ଏବଂ ଏହାକୁ ସମସ୍ତେ ନିଜ ଦୈନିକ କାର୍ଯ୍ୟକ୍ରମରେ ସାମିଲ କରିବା ଆବଶ୍ୟକ ବୋଲି ମୁଖ୍ୟ ଅତିଥି ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ନିଜ ବକ୍ତବ୍ୟରେ କହିଥିଲେ।

ଶେଷରେ ମୁଖ୍ୟ ଅତିଥି ଦୁଇଟି ବର୍ଗର ଛଅ ଜଣ ଚାମ୍ପିଆନଙ୍କ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ଯୋଗଗୁରୁ ଲଷ୍ମୀଚରଣ ପଟ୍ଟନାୟକଙ୍କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।

ଆଗକୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ ଜାରି ରହିବ ବୋଲି କ୍ଲବ ପକ୍ଷରୁ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ଭିଏସ୍ଏନ ରାଜୁ, ପୂର୍ବତନ ପାରଳା ବିଧାୟକ କେ.ସୂର୍ଯ୍ୟା ରାଓଙ୍କ ସମେତ ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ |

ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ସମିତିର ଷଷ୍ଠ ବୈଠକ ଅନୁଷ୍ଠିତ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନୀତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସଭାଗୃହ ଠାରେ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ସମିତିର ଷଷ୍ଠ ବୈଠକ ଜିଲ୍ଲା ପରିଷଦ ସଭାପତି ଅନିତା ରାଣୀ ବେହେରାଙ୍କ ଅଧ୍ୟକ୍ଷତା ଏବଂ ଅତିରିକ୍ତ ଜିଲ୍ଲାପାଳ ସ୍ଵଧା ଦେବ ସିଂଙ୍କ ସହ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ସଭା କାର୍ଯ୍ୟ ପ୍ରାରମ୍ଭରେ ସମିତିର ଆବାହକ ତଥା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଗତ ବୈଠକରେ ନିଆ ଯାଇଥିବା ନିଷ୍ପତ୍ତିର କାର୍ଯ୍ୟାନୁଷ୍ଠାନ ଉପରେ ସବିଶେଷ ଆଲୋଚନା କରିବା ସହ ଗତ ଏକ ବର୍ଷର ଶିଶୁ ସୁରକ୍ଷା ଉପରେ ରହିଥିବା ବିଭିନ୍ନ ବୈଧାନିକ ଅନୁଷ୍ଠାନ ଏବଂ ସେବା ବିତରଣ ସଂସ୍ଥା ମାନଙ୍କର ସ୍ଥିତି ଉପରେ ଆଲୋକପାତ କରିଥିଲେ । ଗତ ଏକ ବର୍ଷା ମଧ୍ୟରେ ଶିଶୁ ସୁରକ୍ଷାର ବିଭିନ୍ନ ସମସ୍ୟା ଗୁଡିକୁ କିଭଳି ସମାଧାନ କରାଯାଇଛି ଏବଂ ତାହାର ସଂଖ୍ୟା ଉପରେ ଆଲୋଚନା କରିଥିଲେ । ତା ପରେ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ଅଧିକାରୀ ପ୍ରତ୍ୟୁଷ୍ ସୂର୍ଯ୍ୟ ଯୋଗଦେଇ ଗତ ବର୍ଷରେ ପୋଷ୍ୟ ସନ୍ତାନ ପାଇଁ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ସଫଳତା ଉପରେ ବିଶେଷ ଭାବେ ଆଲୋଚନା କରିଥିଲେ । ଜିଲ୍ଲା ଚାଇଲଡ୍ ଲାଇନର ସଂଯୋଜକ ବିଜୟ କୁମାର ପ୍ରଧାନ ଗତବର୍ଷ ଚାଇଲଡ୍ ଲାଇନ କେତେ ସଂଖ୍ୟାରେ କଲ ଗ୍ରହଣ କରିଛି ଏବଂ ତା ପରେ ନିଆ ଯାଇଥିବା ପଦକ୍ଷେପ ଉପରେ ଆଲୋଚନା କରିବା ସହ ଚାଇଲଡ୍ ଲାଇନର କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ଉପସ୍ଥିତ ସମସ୍ତ ସଭ୍ୟ ମାନଙ୍କୁ ଅବଗତ କରାଇ ଥିଲେ । ସମିତିର ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଭାପତି ଅନିତା ରାଣୀ ବେହେରା ଜିଲ୍ଲାରେ ବୃଦ୍ଧି ପାଉଥିବା ଶିଶୁ ଶ୍ରମିକ ଉପରେ ଅଧିକ ଗୁରୁତ୍ୱ ପ୍ରକାଶ କରିବା ସହ ଉଦ୍ଧାର ହେଉଥିବା ଶିଶୁ ଶ୍ରମିକ ମାନଙ୍କ ଏବଂ ସେମାନଙ୍କ ପରିବାର ସହ ଯୋଗାଯୋଗ ରଖି ୧୮ ବର୍ଷ ପରେ ସେମାନଙ୍କୁ କିଭଳି ଥଇଥାନ କରାଯିବ ତା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ । ମୋହନା ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶୁଶ୍ରୀ ସୁକି ଶବର ଏଥିରେ ଯୋଗଦେଇ ସରକାରୀ ଆଶ୍ରମ ବିଦ୍ୟାଳୟ ଗୁଡ଼ିକରେ ବାରମ୍ବାର ଛାତ୍ରୀ ଅନ୍ତଃସ୍ୱତା ହେଉଥିବା ଉପରେ ଅତ୍ୟନ୍ତ ଦୁଖଃ ପ୍ରକାଶ କରିବା ସହ ଶିଶୁ ସୁରକ୍ଷା ସେବା ମାଧ୍ୟମରେ ଛାତ୍ରୀ ମାନେ ରହୁଥିବା ଅନୁଷ୍ଠାନ ଗୁଡିକୁ କିଭଳି ନିୟମିତ ଭାବେ ଯାଞ୍ଚ କରା ଯାଇପାରିବ ସେ ସମ୍ପର୍କରେ ବିଶେଷ ଗୁରୁତ୍ୱ ଦେଇଥିଲେ । ରାୟଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷ ଧନେଶ୍ୱର ଭୂୟାଁ ଯୋଗଦେଇ ପଞ୍ଚାୟତ ସମିତି ସ୍ତରୀୟ ଶିଶୁ ସୁରକ୍ଷା ସମିତିର ନିୟମିତ ବୈଠକ କିଭଳି କରାଯିବା ସହ ଘଟୁଥିବା ଶିଶୁ ସୁରକ୍ଷା ଉପରେ କିଭଳି ଦୃଷ୍ଟି ଦିଆ ଯାଇପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ସହମତିରେ ସମିତିର ସହ-ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ସ୍ଵଧା ଦେବ ସିଂ ନିମ୍ନ ଲିଖିତ କାର୍ଯ୍ୟ ଗୁଡ଼ିକ ଆଗାମୀ ଦିନରେ ସମ୍ପାଦନା କରିବା ପାଇଁ ସେବା ପ୍ରଦାନକାରୀ ସଂସ୍ଥା ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରିବାକୁ ଥିବା ଜିଲ୍ଲା ସ୍ତରୀୟ ଟାସ୍କ-ଫୋର୍ସର ନିୟମିତ ବୈଠକ କରବା,ମାନବ ଚାଲାଣ ରୋକିବାକୁ ଥିବା ଜିଲ୍ଲା ସ୍ତରୀୟ ୟୁନିଟର ନିୟମିତ ବୈଠକ କରିବା , ଆଶ୍ରମ ବିଦ୍ୟାଳୟ ଗୁଡ଼ିକରେ ଥିବା ଏଏନଏମ.ମେଟ୍ରନ ଏବଂ ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ଛାତ୍ରୀ ମାନଙ୍କର ସୁରକ୍ଷା ଉପରେ ଦିନିକିଆ ପ୍ରଶିକ୍ଷଣ ଶିବିର ଆୟୋଜନ କରିବା,ଉଦ୍ଧାର ହେଉଥିବା ଶିଶୁ ଶ୍ରମିକ ମାନଙ୍କର ଥଇଥାନ କରିବା ପାଈଁ ସ୍ଥାୟୀ ଯୋଜନା ପ୍ରସ୍ତୁତ କରିବା ପ୍ରଭୃତି।

ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ ନୁଆଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ଗୁଡ଼ବାଇ ମଣ୍ଡଳ, ଗୋଷାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ଚାପରା ତାରକେଶ୍ଵରୀ , ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ , ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ଼ାଃ ଲୋକନାଥ ରାଜୁ , ଶିଶୁ ମଙ୍ଗଳ ସମିତିର ସଭ୍ୟ ହିରନ୍ୟ ରାୟ ଏବଂ ଅଳକା ସାହୁ ,ଚାଇଲଡ୍ ଲାଇନର ସହକାରୀ ନିର୍ଦ୍ଦେଶକ ଶ୍ରୀ ପ୍ରଭୁ ପ୍ରସାଦ ପାତ୍ର , ଜିଲ୍ଲା ଜୁଭେନାଇଲ ଜଷ୍ଟିସ ବୋର୍ଡର ସଭ୍ୟା ଭାଗ୍ୟଲକ୍ଷ୍ମୀ ନାୟକ ଏବଂ ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ ସୁବାଷ ଚନ୍ଦ୍ର ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ ।

ଧର୍ମଗଡ଼ ଚାମ୍ବର ଅଫ କମର୍ସ ର ସପ୍ତମ ତମ ବାର୍ଷିକ ଉତ୍ସବ ପାଳିତ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – ଧର୍ମଗଡ଼ ଚାମ୍ବର ଅଫ କମର୍ସ ପକ୍ଷରୁ ସ୍ଥାନୀୟ ବିଜୁକଲ୍ୟାଣ ମଣ୍ଡପ ଠାରେ ଏହାର ସପ୍ତମ ବର୍ଷିକ ଉତ୍ସବ ଓ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେ ମୁଖ୍ୟ ଅତିଥିଭାବେ ସ୍ତାନୀୟ ବିଧାୟକ ମୌସୁଧି ବାଗ ଯୋଗ ଦେଇଥିବା ବେଳେ ଶିକ୍ଷା ବିତ ପ୍ରତାପ କିଶୋର ମୁଣ୍ଡ,ଅବସର ପ୍ରାପ୍ତ ଅଧ୍ୟକ୍ଷ ସତ୍ୟ ପଟ୍ଟନାୟକ ଏବଂ ପୋୖରାଞ୍ଚଳ ଅଧକ୍ଷ ହୀରା ବାଗ ଅତିଥିଭାବେ ଯୋଗ ଦେଇଥିଲେ । ସଭା କାର୍ଯ୍ୟ ପ୍ରାରମ୍ଭରେ ସ୍ଥାନୀୟ ସରରସ୍ବତୀ ବିଦ୍ୟା ମନ୍ଦିର ର ବିଦ୍ୟାର୍ଥୀଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା ।ସି.ସି.ଡ଼ି ର ଅଧକ୍ଷ ବିଦ୍ୟାଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ପାଦକ ଅରୁଣ କୁମାର ତାୟଲ ବାର୍ଷିକ ବିବରଣୀ ପାଠ କରିଥିଲେ ।ସଭା କାର୍ଯ୍ୟକୁ ଆଇନଜୀବି ରାଜେନ୍ଦ୍ର ମୁନୀ ସଂଯୋଜନା କରି ଥିବାବେଳେ ଉପ ସଭାପତି ଯଶୋବନ୍ତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ସଭାରର ନିମନ୍ତ୍ରୀତ ଅତିଥି ଭାବେ ସୁକଲ ଅଗ୍ରୱାଲ ଓ ନବକିଶୋର ମେହେର ଯୋଗ ଦେଇ ସ୍ଥାନ ଅଳଙ୍କୃତ କରିଥିଲେ । ଉସ୍ତବରର ବରିଷ୍ଠ ବ୍ୟବଦାୟୀ ଓ କୃତିବାନ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ଙ୍କୁ ସାମ୍ମାନୀତ କରାଯାଇଥିଲା ।

କଣ୍ଡକ୍ଟର ଙ୍କ କାରନାମା ପାଇଁ କ୍ଷମା ମାଗିଲେ ସ୍ତ୍ରୀ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – ଭୁବନେଶ୍ବର ଠାରୁ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଭିମୁଖେ ଯାଉଥିବା ଗୋପିନାଥ ବସ (OD 02 AR 8685) ରେ ଖୋର୍ଦ୍ଧା ଛକ ଠାରେ ଜୈନିକ ଝିଅ ଧର୍ମଗଡ଼ ଯିବା ପାଇଁ ବସ୍ ରେ ଚଢି ଥିଲେ। ଉକ୍ତ ବସ ରେ ଏହି ଦିନ କାର୍ଯ୍ୟରତ ଥିବା କଣ୍ଡକ୍ଟର ପ୍ରଦ୍ୟୁମ୍ନ ମହାନ୍ତି ଝିଅ ଟିକୁ ଖାଲି ଥିବା ସ୍ଲିପର ସିଟ୍ ରେ ବସିବାକୁ କହିଥିଲେ। ବସ ଟି ଦଶପଲ୍ଲା ପାଖାପାଖି ପହଁଞ୍ଚିବା ବେଳେ କଣ୍ଡକ୍ଟର ଜଣକ ଝିଅଟିକୁ ମୋବାଇଲ ନମ୍ବର ମାଗିଥିଲେ। ଝିଅ ଟି ନମ୍ବର ନଦେବାରୁ କଣ୍ଡକ୍ଟର ଜଣକ ତାଙ୍କ ଠାରୁ ମୋବାଇଲ ଟି ଜୋର୍ ଜବରଦସ୍ତ ଛଡାଇଥିଲେ। ବସ ଟି ଦଶପଲ୍ଲା ଠାରେ ପହଁଞ୍ଚି କିଛି ସମୟ ଅଟକି ବାରୁ ଘଟଣା ଟି ସମ୍ପର୍କ ରେ ଜାଣିବା ପରେ ଏହାକୁ ବିରୋଧ କରିବାରୁ କଣ୍ଡକ୍ଟର ଜଣକ ଅଧା ରାସ୍ତା ରୁ ଓହ୍ଲାଇ ପଡ଼ିଥିଲେ। ବସଟି ସକାଳୁ ଧର୍ମଗଡ଼ ଠାରେ ପହଁଞ୍ଚିବା ପରେ ସ୍ଥାନୀୟ ଜନସାଧାରଣ ଉକ୍ତ ବସଟିକୁ ରାଜ ରାସ୍ତା ରେ ଦୀର୍ଘ ସମୟ ଅଟକାଇ ରଖିଥିଲେ। ଏକ ଅଶାନ୍ତ ବାତାବରଣ ସୃଷ୍ଟି ହେବା ପୂର୍ବରୁ ସ୍ଥାନୀୟ ଥାନା ଅଧିକାରୀ ଲକ୍ଷ୍ମୀ ପଣ୍ଡା ଓ ଏ.ଏସ୍.ଆଇ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଜନତାଙ୍କୁ ବୁଝାସୁଝା କରି ବସ ଟିକୁ ଥାନା କୁ ନେଇ ଯାଇଥିଲେ। ଜୈନିକ ଝିଅ ଜଣକ ଏକ ସମ୍ରାନ୍ତ ପରିବାର ର ହୋଇଥିବାରୁ ନିଜ ସମ୍ମାନ ର ଆଞ୍ଚ ଆସିବା ଭୟରେ ଘଟଣା ସମ୍ପର୍କରେ ଥାନା ରେ ଲିଖିତ ଭାବେ ଅଭିଯୋଗ ନକରି ମୌଖିକ ଭାବେ ଏହାର ପ୍ରତିବାଦ କରିଥିବା ସ୍ଥାନୀୟ ଜନସାଧାରଣ ପ୍ରକାଶ କରିଛନ୍ତି। ଘଟଣା ଘଟିବାର ପରବର୍ତ୍ତୀ ଦିନ ଅଭିଯୁକ୍ତ ମହାନ୍ତି ଙ୍କ ସ୍ତ୍ରୀ ଙ୍କ ସହିତ ଗୋପୀନାଥ ବସ ର ଅନ୍ୟ କର୍ମଚାରୀ ଧର୍ମଗଡ଼ ଥାନାରେ ପହଞ୍ଚି ଝିଅ ଙ୍କ ପରିବାର ସହ ବୁଝାମଣା କରି କଣ୍ଡକ୍ଟର ମହାନ୍ତି ଙ୍କ ଏତାଦୃଶ୍ୟ କାର୍ଯ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ। ଥାନା ପକ୍ଷରୁ ଘଟଣା ର ସମାଧାନ କରାଯାଇ ଅଟକ ରଖାଯାଇ ଥିବା ବସଟିକୁ ଛଡାଯାଇଥିଲା। ଏହି ଭଳି କିଛି ଖଳ ପ୍ରକୃତି ର କଣ୍ଡକ୍ଟର ଙ୍କ ପାଇଁ ରାତ୍ର ଯାତ୍ରୀ ବାହି ବସ ର ଅନ୍ୟ କଣ୍ଡକ୍ଟର ଙ୍କ ନିକଟରୁ ଆସ୍ଥା ହରାଉଥିବା ଜନ ସାଧାରଣ ବିରୋଧ କରି ଏହାଙ୍କ କଣ୍ଡକ୍ଟର ଲାଇସେନ୍ କୁ ରଦ୍ଦ କରିବା ଲାଗି ଦାବି କରିଛନ୍ତି।

ଅବ୍ୟବସ୍ଥା ଘେରରେ ଗୁଣପୁର ନୂଆ ବସ ଷ୍ଟାଣ୍ଡ ; ପରିମଳ ବ୍ୟବସ୍ଥା ଠପ୍…!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ଗାଁ ପରିମଳ ଧୋବା ତୁଠରୁ ଭଳି,ଗୁଣପୁର ନୂତନ ବସ ଷ୍ଟାଣ୍ଡ ପରିସରକୁ ଦେଖିଲେ ଯେ କେହି ବୁଝି ପାରିବ ପୋୖର ପରିଷଦର ପରିମଳ ବ୍ୟବସ୍ଥା କେତେ ସ୍ଵଚ୍ଛ ।ଏଠାର ନାଳ ନର୍ଦ୍ଦମାର ଅବସ୍ଥା ନକହିବା ଭଲ ।ପୋୖର ପରିଷଦର କାଉନସିଲ କମିଟି ଭାଙ୍ଗିବା ପରେ ଏଠାକାର ପରିମଳ ବ୍ୟବସ୍ଥା ପ୍ରତି କାହାର ନଜର ନଥିବା ଦେଖା ଦେଇଛି । ବର୍ତ୍ତମାନ ପରିଷଦର ଅଧ୍ଯଷ ଦାୟିତ୍ୱରେ ସ୍ଥାନୀୟ ଉପ-ଜିଲ୍ଲାପାଳ ରହିଥିଲେ ସୁଦ୍ଧା ଏଥିପ୍ରତି ସେ ନଜର ଦେଉନଥିବା ଅଭିଯୋଗ ହେଉଛି । ଯଦି ଉପ-ଜିଲ୍ଲାପାଳ କିଛି ସମୀକ୍ଷା ବୈଠକ କରନ୍ତେ ତେବେ ପୋୖର ପରିଷଦରେ ଚାଲିଥିବା ଅରାଜକତା ରେ କିଛି ସୁଧାର ଆସି ପାରନ୍ତା ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରୁଛନ୍ତି । କାର୍ଯ୍ୟ ରତ ଥିବା ନିର୍ବାହୀ ଅଧିକାରୀ କେବଳ ନୂତନ ପୋୖର ପାଳିକା ଅଞ୍ଚଳ ରାସ୍ତା ଘାଟ ଉନ୍ନତୀ ନାମରେ ପି.ସି ସାଉଁଟିବାରେ ଲାଗିପଡିଛନ୍ତି ବୋଲି ସମାଲୋଚକ ମହଲରେ କଥା ଜୋର ଧରିଛି । ପୋୖର ପରିଷଦର ଗଠନ ଓ ଘୋଷଣା ପରେ ଏଠାରେ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କୁ ନିର୍ବାହୀ ଅଧିକାରୀ ଭାବରେ ନିଯୁକ୍ତି ଦିଆ ଯିବାର ଆବଶ୍ୟକତା ଥିବା ବେଳେ ଦୀର୍ଘ ଦିନହେଲା ଏହାକୁ କାହିଁକି କାର୍ଯ୍ୟକାରୀ କରାଯାଇପାରିନି ବୋଲି ପ୍ରଶ୍ନ ଉଠିଛି । କଥା ଉଠୁଛି ଓଡିଶାରେ ଏକ ସୁସ୍ଥ ସ୍ୱଚ୍ଛ ବାତାବରଣ ଗଠନ ଦିଗରେ ବ୍ରତି ଥିବା ମାନ୍ୟବର ଗୁଣପୁର ବିଧାୟକ ଏଥିପ୍ରତି ବିମୁଖ କାହିଁକି ? ନୂତନ ବସଷ୍ଟାଣ୍ଡ ର ପରିମଳ ଅବ୍ୟବସ୍ଥା ଓ ଅବସ୍ଥା ର ସୁଧାର ଦିଗରେ ଜନ ସଚେତନତା କରିବା ନେଇ ବସମାଲିକ ସଂଘ ଏବଂ ମୋଟର କର୍ମଚାରୀ ସଂଘ ପକ୍ଷରୁ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବା ପାଇଁ ଅଣ୍ଟା ଭିଡୁଥିବା ସୂଚନା ମିଳିଛି ।